ଚାନ୍ଦପୁର ମେଡିକାଲ ପରିସରରେ ବୁଲୁଛି ହାତୀ: ଲୋକେ ଆତଙ୍କୀତ

ଟାଙ୍ଗୀ: ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ରେଞ୍ଜରେ ଆତଙ୍କ ଚଳାଇଛନ୍ତି ଜଙ୍ଗଲୀ ହାତୀ ପଲ । ଦିନ ବେଳା ଜଙ୍ଗଲରେ ହାତୀ ମାନେ ରହୁଥିବା ବେଳେ ରାତି ହେଲା ହାତୀ ପଲ ଗାଁ ଭିତରକୁ ପଶି ଆସୁଛନ୍ତି । ଆଖପାଖ ଚାଷ ଜମିରେ ପଶିବା ସହ ଵ୍ୟାପକ ଫୁଲ ଚାଷ କ୍ଷୟ କ୍ଷତି କରୁଛନ୍ତି । ବନ ବିଭାଗ ଆପ୍ରାଣ ଉଦ୍ୟମ କରି ହାତୀ ପଲଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରୁଛି । ଏହାରି ମଧ୍ୟରେ ଟାଙ୍ଗୀ ଜଙ୍ଗଲରୁ ଗୋଟିଏ ହାତୀ ବାହାରି ଆସି ଚାନ୍ଦପୁର ମେଡିକାଲ ପରିସରରେ ଵୁଲା ବୁଲି କରୁଥିଵାରୁ ଦେଖିବାକୁ ମିଳିଛି । ଯାହାକୁ ଦେଖି ସାଧାରଣ ଲୋକ ଏବଂ ରୋଗୀ ଭୟଭୀତ ହୋଇପଡ଼ିଛନ୍ତି । ପରେ ମେଡିକାଲର ସୁରକ୍ଷା କର୍ମଚାରୀମାନେ ହାତୀକୁ ଘଉଡ଼ାଇ ଦେଇଥିବା ଜଣା ପଡିଛି ।  ହାତୀଟି ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିବା ଅନୁମାନ କରା ଯାଉଛି ।

ଅନ୍ୟପଟେ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଭଳିଆଗୁଡା ଗାଁ ଜଙ୍ଗଲ ନିକଟ ଏକ ଚାଷ ଜମିରୁ ହାତୀର ମୃତଦେହ ଠାବ ହୋଇଛି । ଗତକାଲି ରାତିରେ ଜଙ୍ଗଲ ବିଭାଗର ପାଟ୍ରୋଲିଂ ବେଳେ ମୃତହାତୀକୁ ଉଦ୍ଧାର କରିଛି ବନ ବିଭାଗ । କେଉଁ ପରିସ୍ଥିତିରେ ହାତୀର ମୃତ୍ୟୁ ହୋଇଛି ତାର ତଦନ୍ତ କରୁଛି ବନ ବିଭାଗ । ଦିଗପହଣ୍ଡି ରେଞ୍ଜର, ଦିଗପହଣ୍ଡି ପ୍ରାଣୀ ଚିକିତ୍ସା ଅଧିକାରୀ ସମେତ ଚିକିଟି ଫରେଷ୍ଟର ଏବଂ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

 

 

Leave a Reply