ହ୍ୱାଟସଆପ୍ ଜରିଆରେ ଓକାକ୍ ମୁଖ୍ୟଙ୍କ ଟଙ୍କା ଲୁଟ୍ ଘଟଣା: ନାଇଜେରିଆ ଲିଙ୍କ ସ୍ପଷ୍ଟ, ବେଙ୍ଗାଲୁରୁ ଯିବ କ୍ରାଇମବ୍ରାଞ୍ଚ ଟିମ୍

ଭୁବନେଶ୍ୱର: ଓକାକ ମୁଖ୍ୟଙ୍କ ହ୍ୱାଟସଆପ୍ ହ୍ୟାକ କରି ଟଙ୍କା ଠକେଇ ମାମଲା । ନାଇଜେରିଆ ଲିଙ୍କ ନେଇ ସ୍ପଷ୍ଟ କଲା କ୍ରାଇମବ୍ରାଞ୍ଚ । ବେଙ୍ଗାଲୁରରେ ରହି ହ୍ୟାକର ଅପରେଟ କରୁଥିଲା । ଏହି ଗ୍ୟାଙ୍ଗର ମୁଖ୍ୟ ଚେମେଲିୟନ ଇମାନୁଏଲ ଆନିବେତାଳୁକୁ ନଭେମ୍ବର ୧ରେ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ଦିଲ୍ଲୀ ପୋଲିସ ସହ କ୍ରାଇମବ୍ରାଞ୍ଚ ଯୋଗାଯୋଗ କରିଛି । ବେଙ୍ଗାଲୁରୁରୁ ଅଭିଯୁକ୍ତକୁ ଧରିବା ପାଇଁ ଦିଲ୍ଲୀ ପୋଲିସ ସହ କ୍ରାଇମବ୍ରାଞ୍ଚ ଯୋଗାଯୋଗରେ ଅଛି ।

ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ମରିସ ଦିଲ୍ଲୀ ପୋଲିସ ଦ୍ୱାରା ଗିରଫ ହୋଇଛି । ମରିସର ସହଯୋଗୀ ଓକାକ ଠକେଇରେ ସାମିଲ ଅଛି । ମରିସର ସହଯୋଗୀ ମଧ୍ୟ ଦିଲ୍ଲୀ ପୋଲିସର ଓ୍ୱାଣ୍ଟେଡ ତାଲିକାରେ ରହିିଛି । ଦିଲ୍ଲୀର ସାଇବର ୟୁନିଟ ଏବେ ଘଟଣାର ତଦନ୍ତ କରୁଛି । ଦିଲ୍ଲୀ ସାଇବର ୟୁନିଟ ସହ ଯୋଗାଯୋଗ କରିବା ପରେ କ୍ରାଇମବ୍ରାଞ୍ଚ ଟିମ ବେଙ୍ଗାଳୁରୁ ଯିବ । ଏ ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡ଼ିଜି ସଞ୍ଜୀବ ପଣ୍ଡା ।

ସୂଚନା ଯୋଗ୍ୟ, ହ୍ୱାଟସଆପ୍ ନମ୍ବର ହ୍ୟାକ୍ କରି ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ) ସିଇଓଙ୍କ ୭ ଲକ୍ଷ ଟଙ୍କା ଲୁଟ୍‌ କରିଛନ୍ତି ସାଇବର ଠକ । ଗୋଟିଏ ପରେ ଗୋଟିଏ ୩ଟି ଆକାଉଣ୍ଟରୁ ଟଙ୍କା ଯାଇଛି। ହ୍ୟାକର ହ୍ୱାଟସଆପ୍ ହ୍ୟାକ୍ କରିବା ପରେ ଓକାକ୍‌ ସିଇଓଙ୍କ ୩ଜଣ ସମ୍ପର୍କୀୟଙ୍କ ପାଖକୁ ଯାଇଥିଲା ଲିଙ୍କ୍‌ । ସେମାନେ ଟଙ୍କା ପଠାଇଥିଲେ, ସିଧା ଯାଇଥିଲା ହ୍ୟାକର ଆକାଉଣ୍ଟକୁ । ଏବେ ଘଟଣାର ଖୋଳତାଡ଼ ପାଇଁ ବେଙ୍ଗାଲୁରୁ ଯିବ କ୍ରାଇମବ୍ରାଞ୍ଚ। ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରିବାକୁ ଚିଠି ଲେଖାଯାଇଥିବା କ୍ରାଇମବ୍ରାଞ୍ଚ ଏଡିଜି ସୂଚନା ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଓକାକ ସିଇଓଙ୍କ ହ୍ବାଟ୍ସଆପ୍‌ ହ୍ୟାକ୍ ଘଟଣାରେ ବେଙ୍ଗାଲୁରୁ ଲିଙ୍କ୍‌

Leave a Reply