spot_img
Home Blog Page 5079

ଲୁଟେରାଙ୍କ ଟାର୍ଗେଟରେ ସାମ୍ବାଦିକ, ଅଫିସ୍‌ ସାମ୍ନାରୁ ଲୁଟି ନେଲେ ଗାଡ଼ି

ଭୁବନେଶ୍ୱର: ରାଜଧାନୀରେ ସମ୍ବାଦିକ ବି ସୁରକ୍ଷିତ ନୁହଁନ୍ତି। ଏବେ ଲୁଟେରାଙ୍କ ପ୍ରଥମ ଟାର୍ଗେଟ ହେଉଛନ୍ତି ସାମ୍ବାଦିକ। ରାଜଧାନୀରେ ବଢ଼ିଚାଲିଛି ଲୁଟେରାଙ୍କ ଆତଙ୍କ। ରାଜଧାନୀରେ ଦିନକୁ ଦିନ ବଢ଼ୁଛି ଅପରାଧ। ଖୁଲମ୍‌ ଖୁଲା ଅପରାଧ ଘଟାଉଛନ୍ତି ଦୁର୍ବୃତ୍ତ। ଲୁଟ୍‌ ଯେମିତି ରାଜଧାନୀ ପାଇଁ ନିତିଦିନିଆ କଥା ହେଲାଣି। ପ୍ରତିଟି ସମୟରେ ନାମିଦାମୀ ବାଇକ୍‌କୁ ଦୁର୍ବୃତ୍ତ କରୁଛନ୍ତି ଲୁଟ। ପୋଲିସ୍‌କୁ ତିଳେମାତ୍ର ଡରୁ ନାହାଁନ୍ତି ଦୁର୍ବୃତ୍ତ। ରାସ୍ତା ଉପରୁ ବିନା ଭୟରେ ଲୁଟି ନେଇଛନ୍ତି ଗାଡ଼ି। ପାଖରେ ସିସିିଟିଭି ଲାଗିଥିଲେ ମଧ୍ୟ ଆଉ ସିସିଟଭିକୁ ମଧ୍ୟ ଖାତିର କରୁନାହାଁନ୍ତି। କିଛି ସେକେଣ୍ଡରେ ମ୍ୟାଜିକ୍‌ କିରେ ଗାଡ଼ି ନେଇ ଫେରାର ହୋଇଯାଉଛନ୍ତି ବାଇକ୍‌ ଲୁଟେରା।

ବୁଧବାର ନନ୍ଦିଘୋଷ ଟିଭି ଅଫିସ୍‌ ସାମ୍ନାରୁ ମଧ୍ୟ ଦୁର୍ବୃତ୍ତମାନେ ଗାଡ଼ି ଚୋରି କରିନେଇଥିବା ଅଭିଯୋଗ ହୋଇଛି। ଜଣେ ସାମ୍ବାଦିନ ତାଙ୍କ ନିଷ୍ଠାର ସହ କାର୍ଯ୍ୟ କରୁଥିବା ବେଳେ ତାଙ୍କ ଗାଡ଼ି ମଧ୍ୟ ସୁରକ୍ଷିତ ରହିପାରୁନି। ଦୁର୍ବୃତ୍ତମାନେ ଏବେ ସାମ୍ବାଦିକ ମାନଙ୍କର ଗାଡ଼ିକୁ ମଧ୍ୟ ଟାର୍ଗେଟ କରିବା ଆରମ୍ଭ କରିଲେଣି। ନନ୍ଦିଘୋଷ ଟିଭିର ଜଣେ କର୍ମଚାରୀ ଗାଡ଼ି ରଖି ଅଫିସ୍‌କୁ ଡ୍ୟୁଟି କରିବାକୁ ଆସନ୍ତି। ଏହା ପରେ ଠିକ୍‌ ୨ଟା ସମୟରେ ଜଣେ ଲୁଟେରା ବାଇକ ଚୋରି କରିବା ପାଇଁ ଆସେ।

ଚାରିଆଡ଼କୁ ଚାହିଁବା ପରେ ଲୁଟେରା ଜଣକ ସାଙ୍ଗରେ ଆଣିଥିବା ମ୍ୟାଜିକ୍‌ କି ରେ ଗାଡ଼ିର ଲକ୍‌ଖୋଲିବାକୁ ଲାଗେ। ଚାବି ଖୋଲିବା ପାଇଁ ମାତ୍ର ୫ ସେକେଣ୍ଡ ଲାଗେ ଦୁର୍ବୃତ୍ତକୁ। ଏହାପରେ ଦୁର୍ବୃତ୍ତ ଜଣକ ତତକ୍ଷଣାତ ଗାଡ଼ି ନେଇ ଉଭାନ ହୋଇଯାଏ। ଯାହା ସମ୍ପୂର୍ଣ୍ଣ ଭାବରେ ସିସିଟିଭିରେ ରେକର୍ଡ ହୋଇଛି। ଲୁଟେରା ଜଣକ କଫି କଲରର ଟି ସାର୍ଟ ପିନ୍ଧିଛି ଏବଂ ମୁହଁରେ ମାସ୍କ ଲଗାଇଛି। ଯାହା ସିସିଟିଭିରେ ସମ୍ପୂର୍ଣ୍ଣ ନଜର ଆସୁଛି। ଏହାପରେ ନୀଳାଦ୍ରିବିହାର ଥାନାରେ ଅଭିଯୋଗ କରାଯାଇଛି।

ନୀଳାଦ୍ରିବିହାର ଅଞ୍ଚଳରେ ଏଭଳି ଘଟଣା ନୀତିଦିନ ଘଟୁଛି। ନୀଳାଦ୍ରିବିହାର ଗ୍ରାଣ୍ଡ ଲୁମ୍ବିନୀ ରାସ୍ତାରେ କେତେବେଳେ ଗାଡ଼ି ଲୁଟ ହେଉଛି ତ ପୁଣି କେତେବେଳେ ମୋବାଇଲ ଝାମ୍ପି ନେଉଛନ୍ତି ଲୁଟେରା। ଏହି ରାସ୍ତା ଏବେ ଲୁଟେରାଙ୍କ ଆଡ୍ଡାସ୍ଥଳୀ ପାଲଟିଲାଣି। କୁହାଯାଏ ରାଜଧାନୀରେ କମିଶନରେଟ ପୋଲିସ ବହୁତ ପାଓ୍ୱାରଫୁଲ୍‌। ଅପରାଧ ରୋକିବା ପାଇଁ ଦିନ ରାତି ୨୪ ଘଣ୍ଟରା ଚାରିଆଡ଼େ ପୋଲିସ ପ୍ରହରା ଦେଇଥାଏ। ଗଳିକନ୍ଦିରେ ବି ଦେଖିବାକୁ ମିଳଳେ ପିସିଆର୍‌ ଭ୍ୟାନ୍‌ । କମିଶନରେଟ୍‌ ପୋଲିସର ବିନା ଅନୁମତିରେ ଏଠାରେ କିିଛି ହୋଇପାରେନି । କିନ୍ତୁ ବାସ୍ତବରେ ଏହା ସମ୍ପୂର୍ଣ୍ଣ ଓଲଟା । ଅପରାଧୀ ବାରମ୍ବାର ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଲୁଟ୍‌ କରୁଛନ୍ତି । ଦିନ ବେଳେ କମିଶନରେଟ୍‌ ପୋଲିସର ନାକ ତଳେ ହେଉଛି ଲୁଟ୍।

ଜନସନ ଆଣ୍ଡ ଜନସନ ଟିକା ନେଇଥିଲେ ଦେହରେ ଭଲ କାମ ଦେଉଛି ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ: କରୋନା ସଂକ୍ରମଣରେ ଘାଣ୍ଟି ହେଉଛନ୍ତି ସମସ୍ତ। ଏଥିରୁ ବଞ୍ଚିବା ପାଇଁ ଗୋଟିଏ ମାତ୍ର ଉପାୟ ଟିକା। ତେବେ ଟିକା ନେଉଥିବା ବ୍ୟକ୍ତିଙ୍କର କରୋନା ହେବା ସମ୍ଭାବନା ବହୁତ କମ୍‌ ରହୁଛି। ଏହି ଭିତରେ କରୋନା ଟିକା କୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରମାରର ତଥ୍ୟ ସାମ୍ନାକୁ ଆସୁଛି। ଉଁମାନେ ଜନସନ ଆଣ୍ଡ ଜନସନ ଟିକା ନେଇଥିବେ, ସେମାନଙ୍କ ଲାଗି ମଡର୍ଣ୍ଣା ବା ଫାଇଜରର ବୁଷ୍ଟର ଡୋଜ ମହାର୍ଘ ସାବ୍ୟସ୍ତ ହେଉଛି। ଆମେରିକା ଦ୍ୱାରା ମଞ୍ଜୁରୀପ୍ରାପ୍ତ ଏହି ତିନି ପ୍ରକାର ଟିକା ମଧ୍ୟରୁ କୌଣସି ଗୋଟିଏ ଟିକା ନେଇଥିବା ବ୍ୟକ୍ତିଙ୍କ ନିକଟରେ ହୋଇଥିବା ପରୀକ୍ଷାରୁ ଏହା ସ୍ପଷ୍ଟ ହୋଇଛି। ଫାଇଜର ବା ମଡର୍ଣ୍ଣାର ଡୋଜ ନେଇଥିବା ବ୍ୟକ୍ତି ଯଦି ଜନସନ ଆଣ୍ଡ ଜନସନର ବୁଷ୍ଟର ଡୋଜ ନେଇଥାନ୍ତି, ତେବେ ସେମାନଙ୍କ ନିକଟରେ ରୋଗ ପ୍ରତିରୋଧକ ଶକ୍ତି ଯଥେଷ୍ଟ ବଢୁଛି।

ଏହି ତଥ୍ୟ ଆସିବା ପରେ ନ୍ୟାସନାଲ ଇନଷ୍ଟିଚ୍ୟୁଟସ ଅଫ ହେଲଥ ବା ଏନଆଇଏଚ ଦେଶରେ ମିଶ୍ରିତ ଟିକା ନିୟମକୁ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେଇଛି। ଫାଇଜର ବା ମଡର୍ଣ୍ଣା ବା ଜନସନ ଟିକା ମଧ୍ୟରୁ କୌଣସି ଗୋଟିଏ କମ୍ପାନିର ଟିକା ନେଇଥିବା ୪୫୮ ବ୍ୟକ୍ତିଙ୍କ କ୍ଷେତ୍ରରେ ପ୍ରାୟ ୧୨ ସପ୍ତାହ ଧରି ଏହି ଗବେଷଣା କରାଯାଇଥିଲା। ବୁଷ୍ଟର ଡୋଜ ନେବାର ୧୫ ଦିନ ପରେ ଦେଖାଯାଇଥିଲା ଲୋକଙ୍କ ଦେହରେ ଆଣ୍ଟିବଡି ପରିମାଣ ଯଥେଷ୍ଟ ବଢିଥିଲା। ଯେଉଁମାନ ଜନସନର ବୁଷ୍ଟର ଡୋଜ ନେଇଥିଲେ ସେମାନଙ୍କ ଆଣ୍ଟିବଡି ପରିମାଣ ୪ ଗୁଣ ବଢିଥିଲା। ଯେଉଁମାନେ ଫାଇଜରର ବୁଷ୍ଟର ଡୋଜ ନେଇଥିଲେ, ସେମାନଙ୍କ କ୍ଷେତ୍ରରେ 35 ଗୁଣ ଏବଂ ଯେଉଁମାନେ ମଡର୍ଣ୍ଣାର ବୁଷ୍ଟର ଡୋଜ ନେଇଥିଲେ ସେମାନଙ୍କ କ୍ଷେତ୍ରରେ ଆଣ୍ଟିବଡି ପରିମାଣ 76ଗୁଣ ବଢିଥିଲା । ବର୍ତ୍ତମାନ ଆମେରିକାରେ 65 ବର୍ଷରୁ ଅଧିକ ବୟସ୍କ ଏବଂ କୋଭିଡ ପରିଚାଳନାରେ ଥିବା ଲୋକଙ୍କ ଲାଗି  ବୁଷ୍ଟର ଡୋଜ ବ୍ୟବସ୍ଥା ରହିଛି।

ଅପରାଧ ମୁକ୍ତ ପାଇଁ ରାଉରକେଲା ପୋଲିସର ଉଦ୍ୟମ, ୨ ଅପରାଧୀଙ୍କୁ ଗୁଳିକଲା ପୋଲିସ

ରାଉରକେଲା:  ଅପରାଧକୁ ମୂଳପୋଛ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ। ପୋଲିସ୍‌ର ବନ୍ଧୁକ ଟାର୍ଗେଟରେ ଏବେ ଅପରାଧୀ। ଗୋଟି ଗୋଟି ଅପରାଧୀଙ୍କୁ ଖୋଜି ଗୁଳି କରୁଛି ସୁନ୍ଦରଗଡ଼ ପୋଲିସ୍‌। ଏବେ ପୋଲିସ ଗୁଳିରେ ୨ କୁଖ୍ୟାତ ଅପରାଧୀ ଗୁରୁତର ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ମଣ୍ଡପ ଛକ ନିକଟରେ ଦୁଇ କୁଖ୍ୟାତ ଅପରାଧୀ ଗୁରୁତର ଆହତ ହୋଇଛି।

ପୋଲିସ ଉପରକୁ ଗୁଳିମାଡ କରି ଖସି ଯିବାପାଇଁ ଉଦ୍ୟମ କରୁଥିବା ବେଳେ, ପୋଲିସର ପାଲଟା ଗୁଳିମାଡ଼ରେ ୨ ଅପରାଧୀ ଆହତ ହୋଇଛନ୍ତି। ଉଭୟଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ ବୁର୍ଲା ପଠାଯାଇଛି। ରାଉରକେଲା ସହରକୁ ଅପରାଧ ମୁକ୍ତ କରିବା ପାଇଁ ରାଉରକେଲା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଉଦ୍ୟମ। ଦୁଇ ଦିନରେ ରାଉରକେଲା ପୋଲିସ ୯ ଜଣ ଅପରାଧୀଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୪ଟି ବନ୍ଧୁକ, ୫୬ଟି ଗୁଳି, ୪୮ ଗ୍ରାମ ବ୍ରାଉନସୁଗାର ଓ ୬୨ କେଜି ଗଞ୍ଜେଇ ଜବତ କରିଛି ପୋଲିସ।

ବାଟରେ ଜଗି ବସିଥିଲା ଯମ, ମର୍ଣ୍ଣିଂଓ୍ୱାକ୍‌ରେ ଯାଉଥିବା ବେଳେ ମାଡ଼ିଗଲା ପିକ୍‌ଅପ୍‌ ଭ୍ୟାନ୍‌

ଖୋର୍ଦ୍ଧା: ବାଟର ପଡିଥିଲା ମୃତ୍ୟୁର ଫାଶ। ଏକାବେଳକେ ଯମ ନେଇଗଲା ଦୁଇ ଦୁଇଟି ଜୀବନ। କିଏବା ଯାଣଇଥିଲା ମୃତ୍ୟୁ ଏମିତି ଆସିବ ବୋଲି। ମର୍ଣ୍ଣଂଓ୍ୱାକ୍‌ରେ ଯାଉଥିବା ବେଳେ ମାଡିଗଲା ପିକଅପ୍ ଭ୍ୟାନ୍। ଘଟଣାସ୍ଥଳରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଅଛି । ନୟାଗଡ଼ ଜିଲ୍ଲା ନୂଆଗାଁ ସମ୍ପଡ଼ା ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ଘଟିଛି ଏଭଳି ଦୁର୍ଘଟଣା।

ମୃତକ ହେଲେ ହେଲେ ରସାନନ୍ଦ ମାର୍ଥାଙ୍କ ପତ୍ନୀ ମାନସୀ ମାର୍ଥା, ଦାଶରଥି ପ୍ରଧାନଙ୍କ ପତ୍ନୀ ଟିକିନା ପ୍ରଧାନ। ଗୁରୁତର ଅବସ୍ଥାରେ ଉପେନ୍ଦ୍ର ପରିଡ଼ାଙ୍କ ପତ୍ନୀ ସୁରବାଳା ପରିଡ଼ାଙ୍କୁ ପ୍ରଥମେ ନୟାଗଡ଼ ଓ ପରେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଦଶପଲ୍ଲାରୁ ନୟାଗଡ଼ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ସେମାନଙ୍କୁ ଧକ୍କା ଦେଇଥିଲା । ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ମୁମ୍ବାଇ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନ୍‌ଙ୍କର ଆଜି ଜାମିନ ଆବେଦନର ଶୁଣାଣି

ନୂଆଦିଲ୍ଲୀ: ହାଇପ୍ରୋଫାଇଲ ମୁମ୍ବାଇ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଖାନ୍‌ଙ୍କର ଆଜି ଜାମିନ ଆବେଦନର ଶୁଣାଣି। ଗତକାଲି ସେସନସ କୋର୍ଟରେ ଦୀର୍ଘ ସମୟ ଶୁଣାଣି ପରେ ବି ଆସିପାରି ନଥିଲା ରାୟ। ଆନ୍ତର୍ଜାତିକ ଡ୍ରଗ୍ସ ରାକେଟ ସହ ଆର୍ଯ୍ୟନଙ୍କ ସମ୍ପର୍କ ଥିଲା ଏବଂ ଅରବାଜଙ୍କ ଠାରୁ ଆର୍ଯ୍ୟନ ମାଦକ ଦ୍ରବ୍ୟ ସଂଗ୍ରହ କରିଥିଲେ ବୋଲି କହିଥିଲା ଏନସିବି। ତେବେ ଆର୍ଯ୍ୟନଙ୍କଠାରୁ କୌଣସି ଡ୍ରଗ୍ସ ଜବତ ହୋଇନାହିଁ ଓ ସେ ନିର୍ଦ୍ଦୋଷ ବୋଲି ଯୁକ୍ତି ଦର୍ଶାଇଥିଲେ ତାଙ୍କ ଓକିଲ। ବନ୍ଧୁ ଅରବାଜ ମର୍ଚ୍ଚାଣ୍ଟଙ୍କଠାରୁ ଆର୍ଯ୍ୟନ ନିଶାଦ୍ରବ୍ୟ ସଂଗ୍ରହ କରିଥିଲେ ବୋଲି ଦର୍ଶାଇଥିଲା ଏନସିବି। ସେପଟେ ଆର୍ଯ୍ୟନଙ୍କଠାରୁ କୌଣସି ଡ୍ରଗ୍ସ ଜବତ ହୋଇନାହିଁ ବୋଲି ଯୁକ୍ତି ଦର୍ଶାଇଥିଲେ ଓକିଲ। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୨୦ ଜଣଙ୍କୁ ଗିରଫ କଲାଣି ଏନସିବି। ଆର୍ଯ୍ୟନ ଖାନ୍‌ ଏବେ ଆର୍ଥର ରୋଡ ଜେଲ୍‌ରେ ଅଛନ୍ତି। ତାଙ୍କର ବାରମ୍ବାର ଜାମିନ ଖାରଜ ହେବା ପରେ ଏବେ ଓକିଲ ବଦଳାଇଛନ୍ତି ଶାହରୁଖ ଖାନ୍‌।

ଗାନ୍ଧୀ ମାର୍ଗରେ ଥିବା ଡିଭାଇଡର ଉପରେ ଚଢ଼ିଗଲା ବିଧାୟକଙ୍କ କାର, ଜଣେ ଆହତ

ଭୁବନେଶ୍ୱର: ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ସଡକ ଦୁର୍ଘଟଣା। କ୍ଷିପ୍ରଗତିରେ ଆସି ଡିଭାଇଡର ଉପରେ ଚଢ଼ିଗଲା କାର। ଫଳରେ ଡିଭାଇଡ଼ରରେ ପିଟି ହୋଇ ଧାରଣା ସ୍ଥଳର ବାରିକେଡ଼ରେ ଉପରେ ଚଢ଼ିଗଲା କାର। ନିଶାଶକ୍ତ ଅବସ୍ଥାରେ ଗାଡି ଚଳାଉଥିବା ସମୟରେ ଏଭଳି ହୋଇଥିବା ସୂଚନା ମିଳିଛି। ଗାଡ଼ିକୁ ନିଶାରେ ଥିବା ଡ୍ରାଇଭର ଜଣକୁ ସମ୍ଭାଳି ପାରିନଥିଲେ।

ଯାହାପରେ ଡିଭାଇଡ଼ର ଉପରକୁ ଗାଡି ଚଢ଼ାଇ ଦେଲେ ଗାଡି ଚାଳକ। ମାଷ୍ଟରକ୍ୟାଣ୍ଟିନରୁ ବିଧାନସଭା ରାସ୍ତା ଆଡକୁ ଯାଉଥିଲା କାର। ଗାଡ଼ିରେ ଚାଳକଙ୍କ ସହ ରୋଷେୟା ମଧ୍ୟ ବସିଥିଲେ। ରୋଷେୟା ଜଣକ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଦୁର୍ଘଟଣା କାରଣରୁ ଗାଡ଼ିଟି ପୁରା ନଷ୍ଟ ହୋଇଯାଇଛି। ଦୁର୍ଘଟଣା ହୋଇଥିବା ଗାଡିଟି ସାନଖେମୁଣ୍ଡୀ ବିଧାୟକ ରମେଶ ଜେନାଙ୍କର ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

୧୨ ଘଣ୍ଟା ମଧ୍ୟରେ ସୃଷ୍ଟି ହୋଇପାରେ ଲଘୁଚାପ ବଳୟ, ଆଜିଠୁ ପାଗରେ ପରିବର୍ତ୍ତନ

ଭୁବନେଶ୍ୱର: ବାତ୍ୟା ଅସ୍ପଷ୍ଟ ,ହେଲେ ଲଘୁଚାପ ସ୍ପଷ୍ଟ। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ସମାନ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ୨୪ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଦକ୍ଷୀଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶ କୂଳରେ ପହଞ୍ଚିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହାର ପ୍ରଭାବରେ ରାଜ୍ୟରେ ଆଜିଠାରୁ ପାଗରେ ପରିବର୍ତ୍ତନ ଆସିବା ସହ ଉପକୂଳବର୍ତ୍ତୀ ଜିଲ୍ଲା ଗୁଡିକରେ ଘଡଘଡି ଓ ବଜ୍ରପାତ ନେଇ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ୧୩ଟି ଜିଲ୍ଲାରେ ବର୍ଷା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହାପରେ ବର୍ଷାର ପରିମାଣ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ସମ୍ଭାବ୍ୟ ଲଘୁଚାପ କେତେ ଦୂର ଘନୀଭୂତ ହେବ ତାହା ଏ ଯାଏଁ ସ୍ପଷ୍ଟ ହୋଇନି। ଅପରପଟେ ଦକ୍ଷୀଣ-ପଶ୍ଚିମ ମୌସୁମୀ ବାୟୁ ସାରା ଦେଶରୁ ଧିରେ ଧିରେ ବିଦାୟ ନେଉଥିବା ବେଳେ ଲଘୁଚାପ ପ୍ରଭାବରେ ସାମାନ୍ୟ ବିଳମ୍ଭ ହେବାର ସମ୍ଭାବନା ରହିଛି।

ମଣ୍ଡପ ଆସିବେନି ଭକ୍ତ, ଅନଲାଇନରେ ଦର୍ଶନ ଦେଉଛନ୍ତି ମା’

ଭୁବନେଶ୍ୱର: କରୋନା କଟକଣାକୁ ଦେଖି ରସୁଲଗଡ଼ ପୂଜା କମିଟି ପକ୍ଷରୁ ହୋଇଛି ଅନଲାଇନ ବ୍ୟବସ୍ଥା । ଅନଲାଇନରେ ପୂଜାମଣ୍ଡପରୁ ଲାଇଭ ପୂଜା ଦେଖି ପାରୁଛନ୍ତି ଶ୍ରଦ୍ଧାଳୁ । କୋଭିଡ କଟକଣା ଭିତରେ ଶ୍ରଦ୍ଧାଳୁ ପୂଜାମଣ୍ଡପକୁ ଆସିବା ପାଇଁ କଟକଣା ଥିବାରୁ ମାଙ୍କ ପୂଜାର୍ଚ୍ଚନା ଦେଖିବାକୁ ରସୁଲଗଡ଼ ପୂଜା କମିଟି ପକ୍ଷରୁ ଏଭଳି ସୁବିଧା କରାଯାଇଛି ।

ମାଙ୍କର ସନ୍ଧିପୂଜା ସହ ପାଣିକଖାରୁ ବଳି ଦିଆଯାଇଛି । ସେପଟେ ପ୍ରଶାସନ କୋଭିଡ ଗାଇଡଲାଇନ ଜାରି କରିଥିବାବେଳେ ପୂଜା ମଣ୍ଡପରେ ମଧ୍ୟ ମାଙ୍କ ରୀତିନୀତି ସୁରୁଖୁରରେ ହେବା ନେଇ ସମସ୍ତ ପ୍ରସ୍ତୁତି କରିଚନ୍ତି କମିଟି  । ଭକ୍ତଙ୍କ ଗହଳି ନଜମିବା ପାଇଁ କମିଟି ପକ୍ଷରୁ ଅନଲାଇନ ଦର୍ଶନର ବ୍ୟବସ୍ଥା କରାଯାଇଛି  ।

ଗୋଷାଣୀ ଯାତ୍ରାରେ କଟକଣା: ମାଆ ଯିବେ, ଲୋକେ ଦେଖିବେନି

ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ୧୬ ତାରିଖରେ ସିଂହଦ୍ବାର ସମ୍ମୁଖରେ ହେବାକୁ ଥିବା ଗୋଷାଣୀ ଯାତ୍ରା ଉପରେ ଲାଗିଲା କଟକଣା । ସର୍ବସାଧାରଣଙ୍କ ଦର୍ଶନ ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି । ମେଢ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ ସହ ସାମାଜିକ ଦୂରତ୍ବ ରକ୍ଷା ନିୟମ ଭଙ୍ଗ ହେବା ଆଶଙ୍କା ଥିବାରୁ ଏହି କଟକଣା ଲଗାଯାଇଛି ।

ଯାତ୍ରା ଦିନ ମଧ୍ୟାହ୍ନ ୧୨ ଘଟିକାରୁ ଗୋଷାଣୀ ଯାତ୍ରା ଶେଷ ହେବା ପର୍ଯ୍ୟନ୍ତ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଏବଂ ସିଂହଦ୍ବାର ଠାରୁ ମର୍ଚ୍ଚିକୋଟ ଛକ ପର୍ଯ୍ୟନ୍ତ ସର୍ବସାଧରଣଙ୍କ ଯାତାୟତ ଉପରେ କଟକଣା ଲାଗିଛି । ଶ୍ରୀମନ୍ଦିର ନୀତିକାନ୍ତି ସହ ସଂପୃକ୍ତ ବ୍ୟକ୍ତବିଶେଷ ଏବଂ ପୂଜା କମିଟିର ସର୍ବାଧିକ ୭ଜଣଙ୍କୁ ପ୍ରବେଶାନୁମତି ରହିବ । ତେବେ ଅତ୍ୟାବଶ୍ୟକୀୟ ସେବା ଉପରେ କୌଣସି କଟକଣା ରହିବ ନାହିଁ । ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଫାଇନାଲରେ KKR ପ୍ରବେଶ, ସଂଘର୍ଷପୂର୍ଣ୍ଣ ମ୍ୟାଚରେ ପରାଜୟ ଦିଲ୍ଲୀ

ସାରଜାହା:  ଆଇପିଏଲ୍ ଫାଇନାଲ୍ ଟିକେଟ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଚାଲିଥିବା ମହା ମୁକାବିଲାରେ ବିଜୟ ହାସଲ କରିଛି କୋଲକାତା ନାଇଟ ରାଇଡର୍ସ  । ପ୍ରଥମେ ବ୍ୟାଟିଂ କରି କୋଲକାତାକୁ ୧୩୬ ରନର ଟାର୍ଗେଟ୍ ଦେଇଥିଲା ଦିଲ୍ଲୀ । ସେପଟେ ଦିଲ୍ଲୀକୁ ହରାଇ ଆଇପିଏଲ୍ ଫାଇନାଲରେ ପ୍ରବେଶ କରିଛି KKR

ପ୍ରଥମ ଇଂନିସରେ ଦିଲ୍ଲୀ ୧୩୫ ରନ କରିଥିବାବେଳେ କୋଲକାତାକୁ 136 ରନର ଟାର୍ଗେଟ୍ ଦେଇଥିଲା । ସେପଟେ ବିପର୍ଯ୍ୟସ୍ଥ ବ୍ୟାଟିଂ ସ୍ୱତେ କୋଲକାତା ନାଇଟ ରାଇଡର୍ସ ୮ମ ୱିକେଟ ମ୍ୟାଚ ଅକ୍ତିଆର କରିବାରେ ସଫଳ କରିଛି  । 7 ଓ୍ବିକେଟ ହରାଇ ସଂଘର୍ଷପୂର୍ଣ୍ଣ ମ୍ୟାଚରେ  କେକେଆର ବିଜୟ ହାସଲ କରିଛି  । ଶେଷ ତିନୋଟି ବଲକୁ ୬ ରନ ବାକି ଥିବା ବେଳେ ତୃତୀୟ ବଲରେ ମଧ୍ୟ ୱିକେଟ ହାସଲ କରିଥିଲା ଦିଲ୍ଲୀ  ।

ଅନ୍ୟପଟେ ଦଳ ପକ୍ଷରୁ ରାହୁଲ ତ୍ରିପାଠୀ ପଞ୍ଚମ ବଳରେ ଲଙ୍ଗ ଡ୍ରାଇଭରେ :କା ମାରି ଦଳକୁ ବିଜୟ ଅଭିମୁଖୀ କରିଥିଲେ  । ସେପଟେ ପୂର୍ବରୁ ଚେନ୍ନାଇ ସେମି ଫାଇନାଲ ଜିତିବା ସହ ଫାଇନାଲରେ ପ୍ରବେଶ କରିଛି  । ବୁଧାବର ଆୟୋଜିତ ସେମି ଫାଇନାଲ ମ୍ୟାଚରେ ଦିଲ୍ଲୀକୁ ହରାଇ କୋଲକାତା ମଧ୍ୟ ଫାଇନାରେ ପ୍ରବେଶ କରିବାକୁ ଯାଉଛି  । ଅକ୍ଟୋବର ୧୫ ତାରିଖରେ ହେବାକୁ ଯାଉଥିବା ଫାଇନାଲ ମ୍ୟାଚରେ ଚେନ୍ନାଇ ଏବଂ କୋଲକାତା ମୁହାଁମୁହିଁ ହେବାକୁ ଯାଉଛନ୍ତି  ।