ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଜାମ୍ମୁ କାଶ୍ମୀର ଯାତ୍ରାରୁ ଦୂରେଇ ରୁହନ୍ତୁ: ଆମେରିକା ଦୂତାବାସ

1 min read

ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକା ରୋଗ ନିୟନ୍ତ୍ରଣ କେନ୍ଦ୍ର ନଭେମ୍ବର ୧୪ ମଙ୍ଗଳବାର ଏକ ସ୍ବାସ୍ଥ୍ୟ ବିଜ୍ଞପ୍ତି ଜାରି କରିଛି । ଯେଉଁ ଆମେରିକୀୟମାନେ ଭାରତ ଯାତ୍ରା କରୁଥିବେ ସେମାନଙ୍କ ପାଇଁ ଏହି ବିଜ୍ଞପ୍ତ ଜାରି କରିଛନ୍ତି । ଭାରତକୁ ଯାତ୍ରା କରିବା ପୂର୍ବରୁ ସେମାନେ ସମ୍ପୂର୍ଣ୍ଣ ଟିକାକରଣ କରିବାକୁ ପରାମର୍ଶ ଦେଇଛି ଯୁକ୍ତରାଷ୍ଟ୍ର ଆମେରିକା ରୋଗ ନିୟନ୍ତ୍ରଣ କେନ୍ଦ୍ର । ଯଦି ଆପଣ FDA ଦ୍ବାରା ଆଧିକୃତ ଭ୍ୟାକସିନର ସମ୍ପୂର୍ଣ୍ଣ ଟିକାକରଣ କରିଥିବେ ତେବେ ଭାରତରେ କୋଭିଡ-୧୯ରେ ଗଭୀର ଭାବରେ ଆକ୍ରାନ୍ତର ଶିକାର ହେବେ ନାହିଁ ।

ଆମେରିକା ବୈଦେଶିକ ବ୍ୟୁରୋ ଅଫ କନସୁଲାର ବ୍ୟାପାର ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କହୁଯାଇଛି କି ଜାମ୍ମୁ କାଶ୍ମୀରରେ ନାଗରିକ ଅଶାନ୍ତି ପାଇଁ ଯାତ୍ରୀମାନେ ଜାମ୍ମୁ କାଶ୍ମୀର ଗସ୍ତଠାରୁ ଦୂରେଇ ରହିବା ଉଚିତ୍ ବୋଲି ବିଜ୍ଞପ୍ତିରେ ଦର୍ଶାଇଛନ୍ତି । ଆତଙ୍କବାଦୀ କାର୍ଯ୍ୟକଳାପ ଓ ନାଗରିକ ଅଶାନ୍ତ ହେତୁ ଜାମ୍ମୁ କାଶ୍ମୀର ଯାତ୍ରା ନକରିବାକୁ କହିଛନ୍ତି । କିନ୍ତୁ ଏହି ବିଜ୍ଞପ୍ତିରେ ଲେହ ଲଦାଖ ଯାତ୍ରା ଉପରେ କୌଣସି ବିଜ୍ଞପ୍ତି ଜାରି କରିନାହାନ୍ତି ଆମେରିକା ଦୂତାବାସ । ଭାରତରେ ହେଉଥିବା ଅପରାଧିକ କାର୍ଯ୍ୟକଳାପ ବିଶେଷ କରି ଯୌନ ନିର୍ଯାତନା ବିରୋଧରେ ଯାତ୍ରୀମାନଙ୍କୁ ଚେତାବନୀ ଦେଇଛନ୍ତି ଯାହାକି ଭାରତରେ ଦୃତ ଗତିରେ ବୃଦ୍ଧି ପାଉଛି । ଏପରିକି ମହିଳାମାନେ ଏକାକି ଭ୍ରମଣ କରିବାକୁ ନଯିବାକୁ ମଧ୍ୟ କହିଛି ଆମେରିକା ଦୂତାବାସ ।

ଏହି ବିଜ୍ଞପ୍ତିରେ କୁହାଯାଇଛି କି ଯେ ପର୍ଯ୍ୟଟନ ସଂସ୍ଥା, ପରିବହନ, ମାର୍କେଟ/ ସପିଂ ମଲ ଓ ସରକାରୀ ସୁବିଧାକୁ ଟାର୍ଗେଟ କରି ଆତଙ୍କବାଦୀମାନେ କୌଣସି ଚେତାବନୀ ନଦେଇ ଆକ୍ରମଣ କରିପାରିବେ । ଅପରାଧ ଓ ଆତଙ୍କବାଦ ଯୋଗୁଁ ଭାରତ ପ୍ରତି ସତର୍କତା ଅବଲମ୍ବନ କରି ପରାମର୍ଶଦାତା ଲେଭଲ-୨ ସତର୍କ ଅବଲମ୍ବନ କରିବାକୁ ଆମେରକୀୟ ଯାତ୍ରୀମାନଙ୍କ ପରାମର୍ଶ ଦେଇଛନ୍ତି ।

 

 

 

Leave a Reply