ନାଳରେ ଭାସୁଥିଲା ନବଜାତ ଶିଶୁ

ମୁମ୍ୱାଇ : ମୁମ୍ୱାଇରେ ଗତକାଲି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୁମ୍ୱାଇର ପତନ ନଗର ଜିଲ୍ଲାରେ ଏକ ନବଜାତ ଶିଶୁ ନାଳରେ ଭାସିଯାଉଥିବା ଦେଖିବାକୁ ମିଳିଥିଲା । ସେଠାରେ ଥିବା କିଛି ବିଲେଇ ଏହା ଦେଖି ଚିତ୍କାର କରିବାରୁ ଆଖପାଖ ଲୋକ ଦୈାଡ଼ି ଆସିଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ନବଜାତ ଶିଶୁକୁ ନାଳରୁ ଉଦ୍ଧାର କରିବା ସହ ଡାକ୍ତରଖାନା ପଠାଇ ଏହାର ଚିକିତ୍ସା କରାଇଥିଲେ ।

ମୁମ୍ୱାଇ ପୋଲିସ ଏହି ଘଟଣା ସମ୍ପର୍କରେ ଟ୍ୱିଟ୍ କରି ଜଣାଇଛନ୍ତି । ପୋଲିସ କହିଛିଯେ ନବଜାତ ଶିଶୁଟି ଏକ କପଡ଼ାରେ ଗୁଡ଼ାହୋଇଥିବା ବେଳେ ପିଲାଟି ଭାସିଯାଉଥିବାର ଦେଖି ଏଠାରେ ଥିବା ବିଲେଇ ଚିତ୍କାର କରିଥିଲେ । ସ୍ଥାନୀୟ ଲୋକେ ଏହା ଦେଖି ପୋଲିସକୁ ଖବର ଦେବା ମାତ୍ରେ ପୋଲିସ ତୁରନ୍ତ ନିର୍ଭୟା ସ୍କ୍ୱାର୍ଡ ସହ ଘଟଣାସ୍ଥଳରେ ପହଁଞ୍ଚିଥିଲା । ପୋଲିସ ଟିମ୍ ଶିଶୁଟିକୁ ଉଦ୍ଧାର କରି ତୁରନ୍ତ ରାଜାବାଡ଼ି ନାମକ ଡାକ୍ତରଖାନାକୁ ପଠାଇଥିଲା । ସେଠାରେ ଶିଶୁଟି ଚିକିତ୍ସିତ ଥିବା ଜଣାପଡ଼ିଛି । ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବାବେଳେ ବିପଦରୁ ସମ୍ପୂର୍ଣ୍ଣ ମୁକ୍ତ । ନବଜାତ ଶିଶୁଟିର ଫଟୋ ପୋଲିସ ଟ୍ୱିଟରରେ ଟ୍ୱିଟ୍ କରିଛି । କିନ୍ତୁ ଏଯାଏ ଶିଶୁଟିର ପରିଚୟ ମିଳିପାରିନାହିଁ । ଏତେ ଛୋଟପିଲାଟିକୁ କିଏ ଏବଂ କାହିଁକି ନାଳରେ ଛାଡ଼ିଦେଇଥିଲା ଏ ବିଷୟରେ ପୋଲିସ ଯାଞ୍ଚ କରୁଥିବା କହିଛି ।

Leave a Reply