ପୂର୍ବତନ ବିଧାୟକ ଉମେଶ ସ୍ୱାଇଁ ପରଲୋକରେ ମୁଖ୍ୟମନ୍ତ୍ରୀ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିଙ୍କ ଶୋକ

1 min read

ଭୁବନେଶ୍ୱର: ବାଲିକୁଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜନପ୍ରତିନିଧି ଭାବେ ତାଙ୍କ ନିସ୍ୱାର୍ଥପୁର ସେବା ଓ ଜନକଲ୍ୟାଣକାରୀ କାର୍ଯ୍ୟ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉମେଶଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାର ସଦସ୍ୟଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

ସେହିଭଳି ବିଜୁ ଜନତା ଦଳ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ପୂର୍ବତନ ବିଧାୟକ ଉମେଶଚନ୍ଦ୍ର ସ୍ୱାଇଁଙ୍କ ଦେହାନ୍ତରେ  ଶୋକ ବ୍ୟକ୍ତ କରିଛନ୍ତି । ଅମର ଆତ୍ମାର ସଦଗତି ସହ ଶୋକସନ୍ତପ୍ତ ପରିବାରଙ୍କ ପ୍ରତି ସମବେଦନା ଜଣାଇଛନ୍ତି ପ୍ରଣବ ପ୍ରକାଶ ଦାସ ।

ସୂଚନା ଯୋଗ୍ୟ ଯେ, ହୃଦଘାତରେ ୭୬ ବର୍ଷ ବୟସରେ ଶ୍ରୀ ସ୍ୱାଇଁଙ୍କ ପରଲୋକ ଘଟିଛି । ଜଗତସିଂହପୁର ବାଲିକୁଦାରୁ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି । ୨୦୧୪ରେ କଂଗ୍ରେସ ଛାଡ଼ି ବିଜେଡିରେ ମିଶିଥିଲେ । ବିଜୁବାବୁଙ୍କଠାରୁ ଅନୁପ୍ରାଣିତ ହୋଇ ରାଜନୀତିରେ ପ୍ରବେଶ କରିଥିଲେ । ୧୯୭୭-୧୯୮୦, ୧୯୯୦-୯୫, ୨୦୦୦-୨୦୦୫, ୨୦୦୫-୨୦୦୯ଯାଏ ବିଧାୟକ ଥିଲେ ଉମେଶ । ଜନ୍ମମାଟି ମାଛଗାଁରେ ହେବ ଉମେଶଙ୍କର ହେବ ଶେଷକୃତ୍ୟ ।

ଛାତ୍ର ଜୀବନରୁ ଛାତ୍ର ରାଜନୀତିରେ ସକ୍ରିୟ ଥିଲେ । ମଧୁସୁଦନ ଲ କଲେଜର ସେ ସଭାପତି ଥିଲେ। ସେବେଠୁ ତାଙ୍କ ରାଜନୈତିକ ଜୀବନ ଆରମ୍ଭ ହୋଇଥିଲା। ଏହି ସମୟ ମଧ୍ୟରେ  ବିଜୁ ପଟ୍ଟନାୟକଙ୍କ ସହ ତାଙ୍କ ଘନିଷ୍ଠତା ବଢ଼ିଥିଲା।  ୧୯୭୭-୮୦ ମସିହାରେ ସେ ପ୍ରଥମେ ଜନତା ଦଳରୁ ବିଧାୟକ ହୋଇଥିଲେ। ଏହାପରେ ୧୯୯୦ରେ ବିଜୁ ପଟ୍ଟନାୟକଙ୍କ ସରକାର ଶାସନ ଭାର ସମ୍ଭାଳିବା ପରେ ୫ ବର୍ଷ ପର୍ଯ୍ୟନ୍ତ ଉମେଶ ବିଧାୟକ ଭାବେ କାମ କରିଥିଲେ।  ଏହାପରେ ଜନତା ଦଳ ସହ ତିକ୍ତତା ହେବାରୁ ଜନତା ଛାଡ଼ି କଂଗ୍ରେସରେ ଯୋଗ ଦେଇଥିଲେ ।  କଂଗ୍ରେସରୁ ୨୦୦୦-୨୦୦୪, ୨୦୦୪-୨୦୦୯ ପର୍ଯ୍ୟନ୍ତ ବିଧାୟକ ଥିଲେ।  ଏହାପରେ କିଛି ବର୍ଷ ପୂର୍ବରୁ ସେ ବିଜେଡିରେ ଯୋଗ ଦେଇଥିଲେ। ଉମେଶଙ୍କର ସେପରି କିଛି ସ୍ୱାସ୍ଥ୍ୟ ସମସ୍ୟା ନ ଥିଲା। ଗତକାଲି ରାତିରେ ଖାଇକି ଶୋଇଥିବା ବେଳେ ଆଜି ସକାଳେ ହୃଦଘାତରେ ତାଙ୍କର ପରଲୋକ ଘଟିଥିବା ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି ।

ଏଥିସହିତ ପଢ଼ନ୍ତୁ: ଅମରାବତୀରେ ଦଙ୍ଗା କରିବାକୁ ଷଡଯନ୍ତ୍ର: ନଓ୍ୱାବଙ୍କ ଟାର୍ଗେଟରେ ବିଜେପି

Leave a Reply