spot_img
Home Blog Page 5026

ରାଜ୍ୟର ୩୪ଟି ପୋଲିସ ଜିଲ୍ଲାରେ ପ୍ରତିଷ୍ଠା ହେବ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ

ଭୁବନେଶ୍ୱର: ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ସମୁଦାୟ ୩୪ଟି ପୋଲିସ ଜିଲ୍ଲା ରହିଛି । ପ୍ରତ୍ୟେକ ପୋଲିସ ଜିଲ୍ଲାରେ ଗୋଟିଏ ଲେଖାଏଁ ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ବିଭିନ୍ନ ସମୟରେ ବିଭିନ୍ନ କାରଣରୁ ଆଇନର ପରିସରକୁ ଆସୁଥିବା ଅନେକ ପିଲା ତଥା ସହାୟତା ଆବଶ୍ୟକତା କରୁଥିବା ପିଲାମାନଙ୍କ ପାଇଁ ଥାନା ଭିତରେ ସ୍ୱତନ୍ତ୍ର ଅନୁକୂଳ ପରିବେଶର ଆବଶ୍ୟକତାକୁ ଅନୁଭବ କରି ମୁଖ୍ୟମନ୍ତ୍ରୀଏହି ନିଷ୍ପତ୍ତି ନେଇଛନ୍ତି ।

CM Naveen Patnaik Announces, Child Friendly Police Station To Be Established In Each Police District Of Odisha

ଏହିସବୁ ପୋଲିସ ଷ୍ଟେସନରେ ଶିଶୁମାନଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା କରାଯିବ । ଏହି ସବୁ ଥାନାରେ ସ୍ୱତନ୍ତ୍ର ଲୋଗୋ ଓ ଫଳକ ରହିବା ସହିତ ପିଲାଙ୍କ ପାଇଁ ଛୋଟ ପୁସ୍ତକାଗାର ମଧ୍ୟ କରାଯିବ । ଏଥିରେ ବିଭିନ୍ନ ରୁଚି ସମ୍ପନ୍ନ ପୁସ୍ତକ, ପତ୍ରପତ୍ରିକା ଓ ସମ୍ବାଦପତ୍ର ରଖାଯିବ । ପିଲାମାନଙ୍କ ସୁବିଧା ପାଇଁ ବିଛଣା, ଚଉକି ଓ ଟେବୁଲ ମଧ୍ୟ ରଖାଯିବ । ଏହାସହିତ ଶିଶୁମାନଙ୍କ ଅଧିକାର ସମ୍ପର୍କିତ ଫଳକ ଏବଂ ପୋଲିସ ‘କଣ କରିବେ ବା ନ କରିବେ’ ସେ ସମ୍ପର୍କରେ ମଧ୍ୟ ସୂଚନା ଫଳକ ରହିବ । ଶିଶୁକଲ୍ୟାଣ ଅଧିକାରୀଙ୍କୁ ଯୋଗାଯୋଗ କରିବା ପାଇଁ ତାଙ୍କ ନାମ ଓ ଅନ୍ୟାନ୍ୟ ସୂଚନା ସମ୍ପର୍କରେ ଏକ ସ୍ୱତନ୍ତ୍ର ଫଳକ ରହିବ । ଏହାସହିତ ପିଲାଙ୍କ ପାଇଁ ଖେଳନା, ଫାଷ୍ଟଏଡ୍ କିଟ୍ ମଧ୍ୟ ରଖାଯିବ । ଥାନା ପରିସର ମଧ୍ୟରେ ଏକ ଶିଶୁ ଅନୁକୂଳ ପରିବେଶ ସୃଷ୍ଟି କରିବା ପାଇଁ କାନ୍ଥ ଗୁଡ଼ିକରେ ସୁନ୍ଦର ଚିତ୍ର ରହିବା ସହିତ ବିଭିନ୍ନ ଶିକ୍ଷଣୀୟ ବିଷୟ ସ୍ଥାନିତ ହେବ ।

ସାଧାରଣ ଥାନା ଗୁଡ଼ିକ ଠାରୁ ଏହାର ପରିବେଶକୁ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଗଢ଼ା ଯିବା ଦ୍ୱାରା ଥାନାକୁ ଯାଉଥିବା ଶିଶୁ ମାନଙ୍କ ମାନସିକ ଚାପ ହ୍ରାସ କରିବାରେ ସହାୟକ ହେବ ବୋଲି ଆଶା କରାଯାଏ ।

ଅଷ୍ଟ୍ରେଲିଆର ଏହି ସହର ଦେଉଛି ମାଗଣା ଜମି ଓ ୯ ଲକ୍ଷ ଟଙ୍କା

ସିଡନୀ: ଅଷ୍ଟ୍ରେଲିଆର ଗ୍ରାମୀଣ ଅଞ୍ଚଳ କ୍ଳିପି । ଯେଉଁଠାରେ ଜନସଂଖ୍ୟା ପାଖାପାଖି ୬୦୦ ରହିଛି ଏବଂ ସେଠାରେ ଜନସଂଖ୍ୟାରେ ବୃଦ୍ଧି ହେଉନାହିଁ । ଏଣୁ ଏଠାକାର ଜନସଂଖ୍ୟାରେ ବୃଦ୍ଧି ନେଇ ସ୍ଥାନୀୟ ମେୟର ଜଷ୍ଟିନ୍ ହେକାଂକ ଏକ ଅଫର ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ ସେଠାରେ ବସବାସ କରୁଥିବା ଲୋକଙ୍କୁ ମାଗଣାରେ ଜମି ଯୋଗାଇ ଦିଆଯିବ । ଏଥିସହିତ ୧୨ହଜାର ୫୦୦ ଡଲାର ଅର୍ଥାତ ୯ଲକ୍ଷ ଟଙ୍କା ମଧ୍ୟ ଦିଆଯିବ । ଯାହା ଦ୍ୱାରେ ଲୋକେ ଘର ନିର୍ମାଣ କରିପାରିବେ ।

ତେବେ ବିଶେଷ କଥା ଏହା ଯେ, ଅଷ୍ଟ୍ରେଲିଆ ମେୟରଙ୍କ ଏହି ଘୋଷଣା ହଂକଂ ଏବଂ ଭାରତୀୟଙ୍କୁ ପସନ୍ଦ ଆସିଛି । ସ୍ଥାନୀୟ ମେୟରଙ୍କ କହିବାନୁଯାୟୀ, ଏହି ଦୁଇ ଦେଶର ପାଖାପାଖି ୧୫୦ ଜଣ ଲୋକେ ଏଠାରେ ବସବାସ କରିବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏଭଳି କିଛି ହଂକଂ ଲୋକେ ଏଠାରେ ବସବାସ କରିବାକୁ ଆସଗଲେଣି । କ୍ଳିପିରେ ପହଞ୍ଚିଥିବା ଟମ୍ ହେନିସୀଙ୍କ କହିବା ହେଲା ଯେ, ହଂକଂରେ ୩୫୦ ସ୍କୋରଫୁଟରେ ନିର୍ମିତ ଘରର ଦାମ ପାଖାପାଖି ୧୩ କୋଟି ।ଯାହାକୁ କିଣିବା ସମସ୍ତଙ୍କ ପାଇଁ ସମ୍ଭବ ନୁହେଁ । ଏହାରି ମଧ୍ୟରେ ଅଷ୍ଟ୍ରେଲିଆରେ ବସବାସ କରିବା ଏକ ମଉକା ।

ଏଥିସହିତ ପଢ଼ନ୍ତୁ: ବ୍ରିଟେନର ଧନୀ ସରକାରଙ୍କୁ କାହିଁକି କହିଲେ,ଆମ ଉପରେ ଅଧିକ ଟ୍ୟାକ୍ସ ଲଗାଅ

୩୭୮ ଓଡ଼ିଶା ସିଭିଲ ସର୍ଭିସ୍ ପଦବୀ ନିଯୁକ୍ତିକୁ ବୈଧ ଘୋଷଣା କଲେ ଓଡ଼ିଶା ହାଇକୋର୍ଟ

କଟକ: ୩୭୮ ଓଡ଼ିଶା ସିଭିଲ ସର୍ଭିସ୍ ପଦବୀ ନିଯୁକ୍ତିକୁ ବୈଧ ଘୋଷଣା କରିଛନ୍ତି ଓଡ଼ିଶା ହାଇକୋର୍ଟ। ପୂର୍ବରୁ ୨୦୧୪ ମସିହାରେ ଏହି ନିଯୁକ୍ତିକୁ ଅବୈଧ ଘୋଷଣା କରିଥିଲେ ସ୍ୟାଟ୍। ସ୍ୟାଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ହାଇକୋର୍ଟ ଯାଇଥିଲେ ଆବେଦନକାରୀ। ୨୦୦୬ ମସିହାରେ ୩୭୮ ପଦ ପାଇଁ ଓପିଏସସି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୧୦ ମସିହାରେ ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିଥିଲା।

ସରକାର କ୍ୟାଡର ପରିବର୍ତ୍ତନ କରି ଗ୍ରେଡ ୧ରେ ୩୭୮ ଜଣଙ୍କୁ ନିଯୁକ୍ତି ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ କରି ଅସଫଳ ପ୍ରାର୍ଥୀ ମାନେ ସ୍ୟାଟର ଆଶ୍ରୟ ନେଇଥିଲେ। ସ୍ୟାଟ ସେହି ସବୁ ନିଯୁକ୍ତିକୁ ୨୦୧୪ରେ ଅବୈଧ ଘୋଷଣା କରିଥିଲେ। ହେଲେ ସ୍ୟାଟଙ୍କ ନିର୍ଦ୍ଦେଶକୁ ବିରୋଧ କରି ରାଜ୍ୟ ସରକାର, ଓପିଏସସି ଓ କେତେକ ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ହାଇକୋର୍ଟ ଚୂଡାନ୍ତ ରାୟରେ ୩୭୮ ପଦବୀର ନିଯୁକ୍ତିକୁ ବୈଧ ଘୋଷଣା କରିଛନ୍ତି।

ବ୍ରିଟେନର ଧନୀ ସରକାରଙ୍କୁ କାହିଁକି କହିଲେ,ଆମ ଉପରେ ଅଧିକ ଟ୍ୟାକ୍ସ ଲଗାଅ

ନୂଆଦିଲ୍ଲୀ: ବିତ୍ତଶାଳୀ ବ୍ୟକ୍ତିଙ୍କ ବିରୋଧରେ ଟ୍ୟାକ୍ସ ଫାଙ୍କି ଭଳି ଅଭିଯୋଗ ଅବା ଟ୍ୟାକ୍ସ ପାଙ୍କି ଘଟଣା କିଛି ନୂଆ କଥା ନୁହେଁ । କିନ୍ତୁ ବ୍ରିଟେନ୍ ଘଟିଛି ବିପରୀତ ଘଟଣା । ଏଠାକାର ଶିଳ୍ପପତି ଅଧିକ ଟ୍ୟାକ୍ସ ଦେବାକୁ ଆଗ୍ରହ ପ୍ରକାଶ କରିବା ଏବଂ ଏଥିଲାଗି ସରକାରଙ୍କୁ ନିବେଦନ କରିଛନ୍ତି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ବ୍ରଟେନ୍‌ର ୩୦ ଅରବପତିଙ୍କ ସମୂହ ସେଠାକର ଅର୍ଥମନ୍ତ୍ରୀ ଋଷି ସୁନକ୍‌ଙ୍କୁ  ଚିଠି ଲେଖି ତାଙ୍କ ଉପରେ ଏବଂ ଅନ୍ୟ ଧନି ଲୋକଙ୍କ ଉପରେ ଓ୍ୱେଲ୍ଥ ଟ୍ୟାକ୍ସ ଲାଗୁ କରିବାକୁ ଅପିଲ୍ କରିଛନ୍ତି । ସେମାନଙ୍କ କହିବା ହେଲା ଯେ, ଧନୀ ଲୋକେ ଯଦି ଅଧିକ ଟ୍ୟାକ୍ସ ଦେବେ ତେବେ କମ୍ ଆୟକାରୀ ବ୍ୟକ୍ତିଙ୍କ ଉପରେ ଟ୍ୟାକ୍ସ ବୋଝ ପଡ଼ିବ ନାହିଁ । ଋଷି ସୁନକ୍ ଭାରତୀୟ ଆଇଟି କମ୍ପାନୀ ଇନ୍‌ଫୋସିସର ସହ ସଂସ୍ଥାପକ ଏନ୍‌ ଆର ନାରାୟଣମୂର୍ତ୍ତିଙ୍କ ଜ୍ୱାଇଁ ।

ବ୍ରିଟେନର ଅରବପତି ବଜେଟ ପୂର୍ବରୁ ସୁନକଙ୍କୁ ଚିଠି ଲେଖିଛନ୍ତି । ସେମାନେ କହିଛନ୍ତି ଧନୀ ଲୋକଙ୍କୁ ଉପରେ ଓ୍ୱେଲ୍ଥ ଟ୍ୟାକ୍ସ ଲାଗୁ ହେଲେ କରୋନା କାରଣରୁ ଭୁଶୁଡ଼ି ଯାଇଥିବା ଅର୍ଥବ୍ୟବସ୍ଥାରେ ସୁଧାର ଆସିବ । ବର୍ତ୍ତମାନ ସମୟରେ ସରକାରୀ ରାଜସ୍ୱ ଉପରେ ଅଧିକ ପ୍ରଭାବିତ ହୋଇଛି । ସରକାରଙ୍କୁ ବର୍ତ୍ତମାନ ଓ ଭବିଷ୍ୟତର ଆହ୍ୱାନକୁ ମୁକାବିଲା କରିବାର ଅଛି । କରୋନ, ଜଳବାୟୁ ପରିବର୍ତ୍ତନ ବଡ଼ ଆହ୍ୱାନ ରୂପେ ସରକାରଙ୍କ ନିକଟରେ ଉଭା ହୋଇଛି ।

ଚିଠିରେ ଆହୁରି ଉଲ୍ଲେଖ ରହିଛି ଯେ, ଆମେ ଜାଣିଛୁ, ଆପଣ ଟଙ୍କା ଯୋଗାଡ଼ କରିପାରିବେ । ଆପଣଙ୍କୁ ଆମ ଭଳି ଲୋକଙ୍କ ସମ୍ପତ୍ତି ଉପରେ ଟ୍ୟାକ୍ସ ଲାଗୁ କରିବାକୁ ପଡ଼ିବ । ଆମେ ଅଧିକ ଟ୍ୟାକ୍ସ ଦେଇପାରିବୁ । ଆମକୁ ଦେଶର ଅର୍ଥ ବ୍ୟବସ୍ଥାର ସୁଧାରରେ ଯୋଗଦାନ କରିବାର ଅଛି । ଆମକୁ ଜାତୀୟ ସାମାଜିକ ସୁରକ୍ଷା ଭଳି ଯୋଜନା ପାଇଁ ଟ୍ୟାକ୍ସ ଦେବାରେ ଗର୍ଭ ଅନୁଭବ କରୁଛୁ । କରୋନା କାଳରେ ସାରା ବିଶ୍ୱ ଉପରେ ଆର୍ଥକ ବୋଝ ପଡ଼ିଛି । ଏଥିରୁ ମୁକୁଳିବା ପାଇଁ  ଏହାର ମୁକାବିଲା ନେଇ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ବଡ଼ ଖର୍ଚ୍ଚ କରିବାକୁ ପଡ଼ିଛି । ଏଣୁ ସରକାରଙ୍କ ଉପରେ ଆର୍ଥିକ ବୋଝ ବଢ଼ିଛି । ଏଣୁ ଟ୍ୟାକ୍ସ ଲାଗୁ କରିବାକୁ ଅପିଲ୍ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ପୁଣି ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା: କହିଲେ, ୪ହଜାର ଭିଡ଼ ଭିତରୁ କେବଳ ୨୩ ଜଣ ସାକ୍ଷୀ ମିଳିଲେ

ରସଗୋଲା ଆମର କହି ସାରେଗାମାପା ଷ୍ଟେଜରେ ଓଡ଼ିଶାର ଦାବିକୁ ମଜବୁତ କରିଥିବା ସ୍ଥିତିପଦ୍ମାଙ୍କଠାରୁ ଶୁଣନ୍ତୁ ସେଠାରେ କ’ଣ ହୋଇଥିଲା

ଭୁବନେଶ୍ୱର: ଜୟ ଜଗନ୍ନାଥ, ରସଗୋଲା ଆମର। ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜାତୀୟ ମଞ୍ଚରେ ଯେତେବେଳେ ଏହି ଦୁଇପଦ ଶୁଣିବାକୁ ମିଳିଲା, ସେତେବେଳେ ପ୍ରତିଟି ଓଡ଼ିଆଙ୍କ ଛାତି ଫୁଲି ଉଠିଥିଲା। ସମସ୍ତେ ଗର୍ବ କରିଥିଲେ ଓଡ଼ିଶାର ଗରିମାକୁ ନେଇ, ଗର୍ବ କରିଥିଲେ ନିଜ ପରମ୍ପରାକୁ ନେଇ। ସାରେଗାମାପାରେ ଏହି ଦୁଇପଦ କହି ସବୁ ଓଡ଼ିଆଙ୍କ ହୃଦୟ ଜିଣିଥିବା ଝିଅଟି ହେଉଛନ୍ତି ଆମ ଓଡ଼ିଶାର। କଟକର ଝିଅ ସ୍ଥିତିପଦ୍ମା ଦାସ।

ଏହି ଭିଡିଓ ଭାଇରାଲ ହେବା ପରେ ନନ୍ଦିଘୋଷ ଟିଭି ଷ୍ଟୁଡିଓକୁ ଆସିଥିଲେ ସ୍ଥିତିପଦ୍ମା। ସେ ତାଙ୍କର ସାରେଗାମାପାରେ ହୋଇଥିବା ସମସ୍ତ ଅନୁଭୂତିକୁ ବାଣ୍ଟିଥିଲେ ସମସ୍ତଙ୍କ ଆଗରେ। ସେ କହିଥିଲେ ସାରେଗାମାପାର ମଞ୍ଚ ଉପରକୁ ଯିବା ସମୟରେ ବହୁତ ନରଭସ ଥିଲି। କେମିତି ଓଡ଼ିଶାର ଟେକ ରଖିବି ସେହି କଥା ଭାବୁଥିଲି। ମଞ୍ଚ ଉପରକୁ ଯିବା କ୍ଷଣି ଯେତେବେଳେ ମେଣ୍ଟର ମାନେ ଜାଣିଲେ ମୁଁ ଓଡ଼ିଶାରୁ ଆସିଛି ବୋଲି ହଠାତ ହିମେସ ରେସମିୟା ସାର ସିଧା ପଚାରିଥିଲେ ରସଗୁଲା କାହାର ? ରସଗୁଲା ଓଡ଼ିଶାର ନା ବେଙ୍ଗଲର। ଏଭଳି ପ୍ରଶ୍ନ ଶୁଣିବା ପରେ ମୁଁ ଆଗ ଭାବିଥିଲି କ’ଣ କହିବି। କିଛି ସମୟ ଭାବିଲା ପରେ ମୁଁ କହିଥିଲି ଜୟ ଜଗନ୍ନାଥ ରସଗୋଲା ଆମର। ରସଗୁଲା ବେଙ୍ଗଲର ହୋଇଥାଇପାରେ ହେଲେ ରସଗୋଲା ହେଉଛି ଆମର ବୋଲି କହିଥିଲେ ସ୍ଥିତିପଦ୍ମା।

ମୁଁ କିଛି ସମୟ ଏଥିପାଇଁ ରହିଥିଲି କାରଣ ମୁଁ କେବେ ବି ଭାବି ନଥିଲି ମୋତେ ଏଭଳି ପ୍ରଶ୍ନ ପଚରାଯିବ ବୋଲି। ତାପରେ ମୋ ମୁହଁରୁ ଏମିତି ଉତ୍ତର ଶୁଣିବା ପରେ ପୁରା ମଞ୍ଚ ତାଳିମାଡ଼ରେ କମ୍ପି ଉଠିଥିଲା ବୋଲି ସ୍ଥିତିପଦ୍ମା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତିଯେ ତାଙ୍କୁ ତାଙ୍କ ସାଙ୍ଗମାନେ କହିଥିଲେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି ବୋଲି। ତେବେ ଭଡିଓ ଦେଖିବା ପରେ ନିଜକୁ ବହୁତ ଖୁସି ଅନୁଭବ କରୁଛନ୍ତି ବୋଲି ସ୍ଥିତିପଦ୍ମା କହିଛନ୍ତି। ସ୍ଥିତିପଦ୍ମା କହିଛନ୍ତି ମୁଁ ଯାହା କହିଛି ତାହା ଓଡ଼ିଶାର ପ୍ରତିଟି ଲୋକଙ୍କର ଶବ୍ଦ। ଓଡ଼ିଶାର ଯାହାକୁବି ପଚାରିବେ ସେ ସେହି ସମାନ କଥାହିଁ କହିବେ। ମୋତେ ଖାଲି ଗୋଟେ ସୁଯୋଗ ମିଳିଲା ଜାତୀୟ ମଞ୍ଚରେ କହିବା ପାଇଁ। ମୁଁ ମଧ୍ୟ ଚାହୁଁଥିଲି ଜାତୀୟ ମଞ୍ଚରେ ଏମିତି କିଛି ଓଡ଼ିଆ କହିବା ପାଇଁ ବୋଲି ସେ କହିଛନ୍ତି। ରସଗୋଲା ଖାଲି ଆମର କହିଲେ ଚଳିବନି। ସରଗୋଲା ହେଉଛି ଜଗାର ଆଉ କାଳିଆ ଠାକୁର ଜଗା ହେଉଛି ଆମର। ସେଥିପାଇଁ ଜୟ ଜଗନ୍ନାଥ ରସଗୋଲା ଆମର।

ମିଠାଯୁଦ୍ଧରେ ଓଡ଼ିଶା ଜିତିଥିଲେ ବି ରସଗୋଲା ବେଙ୍ଗଲର ନା ଓଡ଼ିଶାର, ଅନେକ ଏଥିରେ ସନ୍ଦେହରେ ରୁହନ୍ତି । ରସଗୋଲାକୁ ଜିଆଇ ଟ୍ୟାଗ ମିଳିଛି ସତ, ହେଲେ ଏବେବି ରସଗୋଲା କାହାର ବୋଲି ଅନେକ ପଚାରନ୍ତି । କିନ୍ତୁ ସଙ୍ଗୀତ ମଞ୍ଚରେ ରସଗୋଲାକୁ ନେଇ ଜଜ୍ ପଚାରିଥିବା ପ୍ରଶ୍ନର ଉତ୍ତମ ଜବାବ ଦେଇଥିଲେ କଟକର ଝିଅ ସ୍ଥିତିପଦ୍ମା । ଅନେକ ପ୍ରତିଯୋଗୀ ରସଗୋଲା କୋଲକାତା ଓ ପଶ୍ଚିମବଙ୍ଗର ବୋଲି କହିଥିଲେ । ସ୍ଥିତିପଦ୍ମା କିନ୍ତୁ କହିଥିଲେ ଜୟ ଜଗନ୍ନାଥ, ରସଗୋଲା ଆମର । ରସଗୋଲା ପ୍ରତିଟି ଓଡ଼ିଆଙ୍କର ପ୍ରିୟ । ପ୍ରତିଟି ଓଡ଼ିଆଙ୍କ ପରିଚୟ । ରସଗୋଲା କେବଳ ଓଡ଼ିଆଙ୍କ ହାଣ୍ଡିଶାଳ, ଦୋକାନ ବଜାର ଓ ପର୍ବପର୍ବାଣୀରେ ସୀମିତ ନୁହେଁ, ଏହା ଓଡ଼ିଶାର ଧର୍ମ, ସଂସ୍କୃତି , ପରମ୍ପରା ଓ ଇତିହାସର ଏକ ଅଭିନ୍ନ ଅଙ୍ଗ । ରସଗୋଲା ସ୍ଵାଦରେ ସମସ୍ତେ ବିଭୋର । ନୀଳାଦ୍ରି ବିଜେ ସମୟରେ ପ୍ରଭୁ ଜଗନ୍ନାଥ, ପ୍ରାଣପ୍ରିୟା ଅଭିମାନିନୀ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବାର ପରମ୍ପରା ରହିଛି । ଏଥିପାଇଁ ରାଜ୍ୟରେ ପ୍ରତିବର୍ଷ ନୀଳାଦ୍ରି ବିଜେ ତିଥିରେ ରସଗୋଲା ଦିବସ ପାଳନ କରାଯାଏ ।

ପୁଣି ୟୁପି ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା: କହିଲେ, ୪ହଜାର ଭିଡ଼ ଭିତରୁ କେବଳ ୨୩ ଜଣ ସାକ୍ଷୀ ମିଳିଲେ

0

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଲଖିମପୁର ଖେରି ହିଂସା ମାମଲାରେ ପୁଣି ଉତ୍ତରପ୍ରଦେଶ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା । ୪ ହଜାର ଭିଡ଼ ଥିବା ସ୍ଥାନରୁ ମାତ୍ର ୨୩ ଜଣ ସାକ୍ଷୀଙ୍କୁ ଯୋଗାଡ଼ କରିବା ନେଇ ଉତ୍ତରପ୍ରଦେଶ ପୋଲିସ ଉପରେ ମାନ୍ୟବର ସୁପ୍ରମକୋର୍ଟ କ୍ଷୁବ୍ଧ ହୋଇଛନ୍ତି । ଅଧିକ ସାକ୍ଷୀ ଯୋଗାଡ଼ କରିବାକୁ ନିର୍ଦ୍ଦେଶ ଦେବା ସହ ସାକ୍ଷୀମାନଙ୍କୁ ସୁରକ୍ଷା ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

 ଏଥସହିତ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ସାକ୍ଷୀଙ୍କ ବୟାନ ରେକର୍ଡ କରିବାକୁ ମଙ୍ଗଳବାର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆପଣଙ୍କ ପାଖରେ ଯାହା ସାକ୍ଷାୀ ଅଛି ତାହା ବ୍ୟତୀତ ଅନ୍ୟ ସାକ୍ଷୀଙ୍କୁ ଖୋଜିବାକୁ କୋର୍ଟଙ୍କ ପକ୍ଷରୁ କୁହାଯାଇଛି । ତେବେ କିଛିଦିନ ତଳେ ହୋଇଥିବା ଶୁଣାଣିରେ ଉତ୍ତରପ୍ରଦେଶ ସରକାରଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ ସୁପ୍ରିମକୋର୍ଟ । ମନମୁଖି ତଦନ୍ତ, ସ୍ପର୍ଶକାତର ଘଟଣାରେ ଶିଥିଳତା, ବ୍ୟାପକ ଅବହେଳା ନେଇ ବର୍ଷିଥିଲେ ସର୍ବୋଚ୍ଚ ଅଦାଲତ । କହିଥିଲେ ଏହା ଏକ ଅସରନ୍ତି କାହାଣୀ । ସମସ୍ତ ସାକ୍ଷୀଙ୍କ ବୟାନକୁ ରେକର୍ଡ କରିବା ସହ ସୁରକ୍ଷିତ ରଖିବା ଲାଗି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । କେତେ ଜଣଙ୍କୁ ଗିରଫ କରାଯାଇଛି, ବର୍ତ୍ତମାନ ସୁଦ୍ଧା କି କି ପଦକ୍ଷେପ ନିଆଯାଇଛି ତାହାର ଷ୍ଟାଟସ ରିପୋର୍ଟ ଦାଖଲ କରିବାକୁ ବି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଲଖିମପୁର ଖେରି ହିଂସା ଘଟଣାରେ ୮ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ଏବେ ଜେଲରେ ଅଛନ୍ତି ।

ତେବେ ମାନ୍ୟବର କୋର୍ଟ ଉତ୍ତରପ୍ରଦେଶ ସରକାରଙ୍କୁ ହିଂସା ସମୟରେ ରମନ କଶ୍ୟପ ନାମକ ସାମ୍ୱାଦିକ ଏବଂ ଶ୍ୟାମ ସୁନ୍ଦର ନାମକ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ଉପରେ ରିପୋର୍ଟ ମାଗିଛନ୍ତି ।

ଏଥିସହିତ ପଢ଼ନ୍ତୁ: ନଭେମ୍ୱର ମାସରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ କାର୍ଯ୍ୟ: ଜାଣନ୍ତୁ କେଉଁ ଦିନ କେଉଁଠି ବନ୍ଦ ରହିବ

ସାମ୍ନାକୁ ଆସିଲା ଅନନ୍ୟା- ଆର୍ଯ୍ୟନ ହ୍ୱାଟସ୍‌ଆପ୍ ଚାଟ୍: ୮୦ ହଜାର ଟଙ୍କାର କୋକେନ୍ ମାଗିଥିଲେ ଅନନ୍ୟା

0

ମୁମ୍ୱାଇ: ରାଜ୍ ଖୋଲୁଛି ହ୍ବାଟସଆପ୍ । ଚାଟ୍‌ରୁ ମିଳୁଛି ଗଞ୍ଜେଇ, କୋକେନର ସୁରାକ । ଅନନ୍ୟାଙ୍କ ପରେ ଗ୍ରୁପ ଚାଟକୁ ନେଇ ଘାଣ୍ଟୁଛି ଏନସିବି । ଅନନ୍ୟାଙ୍କ ସମେତ ଅନ୍ୟ କେତେଜଣ ଷ୍ଟାର କିଡଙ୍କ ସହ ମଧ୍ୟ ଡ୍ରଗ୍ସ ଚାଟ୍ କରିଛନ୍ତି ଆର୍ଯ୍ୟନ ଖାନ୍ । କ୍ରୁଜ୍ ଡ୍ରଗ୍ସ ଲିଙ୍କ ମାମଲାରେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ ଖାନ ଗିରଫ ହେବା ପରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି ।

ଆର୍ଯ୍ୟନଙ୍କ ପରେ ଏବେ ଅନନ୍ୟା ପାଣ୍ଡେ NCB ଜାଲରେ ଫସୁଥିବା ଦେଖାଯାଉଛି । ଆର୍ଯ୍ୟନ-ଅନନ୍ୟାଙ୍କ ମଧ୍ୟରେ ହୋଇଥିବା ନୂଆ ହ୍ବାଟସଆପ୍ ଚାଟ୍‌ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଅନନ୍ୟା କହିଛନ୍ତି, ସେ ଏବେ ଏହି ବିଜନେସ କରୁଛନ୍ତି । ଆର୍ଯ୍ୟନ ତାଙ୍କୁ ଗଞ୍ଜେଇ ମାଗୁଥିବା ବେଳେ ସେ ଯୋଗାଇଦେବେ ବୋଲି କହିଥିବାର ଚାଟ୍‌ ଏନସିବି ହାତରେ ଲାଗିଛି । ଏହାଛଡ଼ା ଆର୍ଯ୍ୟନଙ୍କର ଏକ ଗ୍ରୁପ ଚାଟ୍ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଆର୍ଯ୍ୟନ ୮୦ ହଜାର ଟଙ୍କାର କୋକେନ ପାଇଁ କହୁଥିବା ବେଳେ ସାଙ୍ଗମାନଙ୍କୁ NCB ନାଁରେ ଡରାଉଛନ୍ତି । ଏହି ଚାଟ୍ ବି ଏନସିବି ହାତରେ ଲାଗିଛି । ଏହି ଚାଟ୍ ୨୦୨୧ ଏପ୍ରିଲ ୧୮ ତାରିଖର । ଯାହାକୁ ନେଇ ତନାଘନା କରୁଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ।

ଅନ୍ୟପକ୍ଷରେ ଆର୍ଯ୍ୟନ ଖାନ୍ ଆର୍ଥର ରୋଡ୍ ଜେଲ୍‌ରେ ବନ୍ଦ ଥିବା ବେଳେ ମଙ୍ଗଳବାର ହାଇକୋର୍ଟରେ ତାଙ୍କ ଜାମିନ ନେଇ ଶୁଣାଣି ଆରମ୍ଭ ହୋଇଛି । ଏଥିସହିତ ସାକ୍ଷୀଙ୍କ ସତ୍ୟପାଠ ପରେ ଏବେ କାଠଗଡ଼ାରେ ଏନ୍‌ସିବି । ଜୋନାଲ ଡାଇରେକ୍ଟର ସମୀର ଓ୍ୱାଙ୍ଖଡେଙ୍କ ବିରୋଧରେ ଲାଞ୍ଚ ମଗାଯିବା ଭଳି ଅଭିଯୋଗ ଆସିଛି । ବିଭାଗୀୟ ତଦନ୍ତ ଆରମ୍ଭ ହୋଇସାରିଛି । ତେବେ ଭାଇରାଲ୍ ଚାଟରେ ଅନନ୍ୟା ପାଣ୍ଡେ ଏନ୍‌ସିବି ସମ୍ପର୍କରେ ମଧ୍ୟ ଉଲ୍ଲେଖ ହୋଇଛି ।

ଏଥିସହିତ ପଢ଼ନ୍ତୁ: ମୁମ୍ବାଇ ଡ୍ରଗ୍ସ ଲିଙ୍କ ମାମଲାରେ ମୁକୁଳି ପାରୁନାହାଁନ୍ତି ଆର୍ଯ୍ୟନ୍‌, ଆଜି ଜାମିନ୍ ଆବେଦନର ଶୁଣାଣି

ବଢ଼ୁଛି କରୋନାକୁ ନେଇ ବିପଦ, କଟକଣାକୁ ନମାନି ଡିଜେର ତାଳେ ତାଳେ ନାଚିଲେ ବରଯାତ୍ରୀ

ସମ୍ବଲପୁର: ଏବେବି କରୋନା ପ୍ରକୋପ ଦୂର ହୋଇନାହିଁ, କିନ୍ତୁ ବାରମ୍ବାର ହେଉଛି ନିୟମ ଉଲ୍ଲଂଘନ। ପୋଲିସର ନାକତଳେ ଫୁଟିଲା ବାଣ, ବାଜିଲା ଡିଜେ। କୋଭିଡ୍‌ ଗାଇଡ୍‌ଲାଇନକୁ ଉଲ୍ଲଂଘନ କଲେ ବରଯାତ୍ରୀ। ସମ୍ବଲପୁର ଜିଲ୍ଲା ଗୋଶାଳା ଫାଣ୍ଡି ବଉଦିଆପଡ଼ାରେ ଏଭଳି ଘଟଣା ଘଟିଛି। ଗତକାଲି ରାତି ୯ଟାରୁ ୧୦ଟା ଭିତରେ ବଉଦିଆପଡ଼ାକୁ ବରଯାତ୍ରୀ ଆସିଥିଲେ। ହେଲେ କୋଭିଡ୍‌ କଟକଣା ଭିତରେ ବାହାଘର ତ ଦୂରର କଥା, ଡିଜେ ଓ ବାଣ ରୋଶଣୀରେ କମ୍ପିଥିଲା ଖଣ୍ଡମଣ୍ଡଳ। ଡିଜେର ତାଳେ ତାଳେ ରଙ୍ଗିନ ଆଲୁଅରେ ଝୁମିଥିଲେ ବରଯାତ୍ରୀ।

କେହି କୋଭିଡ୍‌ ନିୟମ ପାଳନ କରିନଥିଲେ। ପାଖରେ ଥିବା ଗୋଶାଳା ଫାଣ୍ଡି ପୋଲିସ ଏହି ଘଟଣାର କେମିତି ଟେର ପାଇଲାନି ତାହା ସବୁଠାରୁ ବଡ ପ୍ରଶ୍ନ ସୃଷ୍ଟି କରିଛି। ବରଯାତ୍ରୀ କେଉଁ ସାହସ ଓ କାହା ବଳରେ ସାଙ୍ଗରେ ଡିଜେ, ରଙ୍ଗୀନ ଆଳୁଅ ଓ ବାଣ ନେଇ ଆସିଥିଲେ ? ପୋଲିସ ଜାଣିକି ଅଜଣା ରହିଲା ନା ମନା କରିବାକୁ ସାହସ ଜୁଟାଇ ପାରିଲାନି, ଏବେ ଏହି ପ୍ରଶ୍ନ ସୃଷ୍ଟି ହୋଇଛି।

ଡବଲ୍ ଡୋଜ ଟିକା ନେଇଥିଲେ ବି ଲକ୍ଷଣ ଥିଲେ କରୋନା ପରୀକ୍ଷା କରିବାକୁ ପରାମର୍ଶ

ଭୁବନେଶ୍ୱର: ଥମିବାର ନା ନେଉନି କରୋନା ଭୂତାଣୁ। ଗୋଟିଏ ପରେ ଗୋଟିଏ ନୂଆ ଭ୍ୟାରିଆଣ୍ଟ ତିଆରି ହେବାରେ ଲାଗିଛି। କରୋନା ସଂକ୍ରମଣ କରିଥିଲେ ମଧ୍ୟ ବିପଦ କମିନି। ଦିନକୁ ଦିନ କରୋନାକୁ ନେଇ ବିପଦ ବଢ଼ିବାରେ ଲାଗିଛି। ଆଉ ଏବେ ଦେଶରେ କାୟା ମେଲାଉଛି କରୋନାର ନୂଆ ପ୍ରଜାତି। ନୂଆ ଭାରିଆଣ୍ଟ ନେଇ ଚିନ୍ତା ବଢ଼ିଥିବା ବେଳେ ମୁକାବିଲା ପାଇଁ ତତ୍ପର ହୋଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଯଦିଓ ଓଡ଼ିଶାରେ ଏଯାଏ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇନି, ତଥାପି ରାଜ୍ୟରେ ସର୍ଭେଲାନ୍ସ ଉପରେ ଫୋକସ୍ କରାଯାଉଛି। ଜେନମ ସକ୍ୟୁଏନ୍ସିଂ ଚାଲିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି।

ଡେଲ୍‌ଟା ପ୍ଲସର ନୂଆ ଭାରିଆଣ୍ଟ କିଛି ରାଜ୍ୟରେ ଦେଖାଦେଇଛି। ଏହା ଉପରେ ସତର୍କ ନଜର ରଖାଯାଇଛି। କେନ୍ଦ୍ର ସରକାରଙ୍କ ଗାଇଡଲାଇନ ପାଳନ କରାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ସେହିପରି ଦୈନିକ ୬୦ ହଜାରରୁ ୭୦ ହଜାର ଟେଷ୍ଟିଂ କରାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି। ତୃତୀୟ ଲହର ଆସିବକି ନାହିଁ ଜଣାନାହିଁ। ଲୋକମାନେ ଟେଷ୍ଟିଂକୁ ନଭୁଲିବା ଉଚିତ। ସମସ୍ତେ କରୋନା ନମୁନା ପରୀକ୍ଷା କରିବା ଉଚିତ। ଡବଲ୍ ଡୋଜ ଟିକା ନେଇଥିଲେ ବି ଲକ୍ଷଣ ଥିଲେ ପରୀକ୍ଷା କରିବାକୁ ବୋଲି ସେ ପରାମର୍ଶ ଦେଇଛନ୍ତି। ଏବେବି ସାଢେ ୪ହଜାର ଆକ୍ଟିଭ କେସ ରହିଛି। ତେବେ ଶରୀରରେ ସାମୂହିକ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି।

ନଭେମ୍ୱର ମାସରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ କାର୍ଯ୍ୟ: ଜାଣନ୍ତୁ କେଉଁ ଦିନ କେଉଁଠି ବନ୍ଦ ରହିବ

0

ନୂଆଦିଲ୍ଲୀ: ନଭେମ୍ୱର ମାସରେ ୧୭ ଦିନ ବ୍ୟାଙ୍କ ବନ୍ଦ ରହିବ । ଦୀପାବଳି, ଗୁରୁ ନାନକ ଜୟନ୍ତୀ ଏବଂ କାର୍ତ୍ତିକ ପୂର୍ଣ୍ଣିମା ସମେତ ଅନ୍ୟ ପର୍ବ ପର୍ବାଣୀକୁ ମିଶାଇ ଦେଶର ଭିନ୍ନ ଭିନ୍ନ ରାଜ୍ୟରେ ପ୍ରାୟ ୧୧ ଦିନ ଛୁଟି ରହିବାକୁ ଥିବା ବେଳେ ୪ଟି ରବିବାର ଏବଂ ୨ଟି ଶନିବାରକୁ ମିଶାଇ ମୋଟ ୧୭ ଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ କାର୍ଯ୍ୟ ।

ତେବେ ଲକ୍ଷ୍ଣୌ ଏବଂ କାନପୁରରେ ଲଗାତାର ୪ଦିନ ବନ୍ଦ ରହିବ ବ୍ୟାଙ୍କ

କାନପୁରଏବଂଲକ୍ଷ୍ଣେୀରେ ଲଗାତାର ୪ରୁ ୭ ନଭେମ୍ୱର ଯାଏଁ ବ୍ୟାଙ୍କ ବନ୍ଦ ରହିବ । ଶିଲଂରେ ୧୨ରୁ ୧୪ ନଭେମ୍ୱର ଯାଏଁ ୩ ଦିନ ବ୍ୟାଙ୍କ ବନ୍ଦ ରହିବ । ଏଭଳି ସ୍ଥିତିରେ ସ୍ଥାନୀୟ ଲୋକଙ୍କୁ ବ୍ୟାଙ୍କୁ ବ୍ୟାଙ୍କ ଛୁଟି ଗୁଡ଼ିକୁ ଧ୍ୟାନରେ ରଖି ନିଜ ବ୍ୟାଙ୍କ କାମ ସାରିବାର ଆବଶ୍ୟକତା ରହିଛି ।

ଜାଣନ୍ତୁ କେବେ, କେଉଁଠି ରହିବ ବ୍ୟାଙ୍କ ବନ୍ଦ

୧ ନଭେମ୍ୱର: କନ୍ନଡ ରାଜ୍ୟୋତ୍ସବ, ବେଙ୍ଗାଲୁରୁ ଓ ଇମ୍ଫାଲରେ ବନ୍ଦ ରହିବ

୩ ନଭେମ୍ୱର: ନରକ ଚତୁର୍ଦଶୀ, ବେଙ୍ଗାଲୁରୁ

୪ ନଭେମ୍ୱର: ଦୀପାବଳି, ବେଙ୍ଗାଲୁରୁ ବ୍ୟତୀତ ସବୁ ରାଜ୍ୟରେ ବନ୍ଦ ରହିବ ବ୍ୟାଙ୍କ

୫ ନଭେମ୍ୱର: ବିକ୍ରମ ସମ୍ୱତ, ନ୍ୟୁ ଇୟର, ଗୋବର୍ଦ୍ଦନ ଯୋଗୁଁ ଅହମ୍ମଦାବାଦ, ବେଲାପୁର, ବେଙ୍ଗାଲୁରୁ, ଡେହରାଦୁନ, ଜୟପୁର କାନପୁର ଓ ମୁମ୍ୱାଇରେ ବନ୍ଦ ରହିବ ବ୍ୟାଙ୍କ

୬ ନଭେମ୍ୱର: ଭାଇ ଦୁଜ୍, ଚିତ୍ରଗୁପ୍ତ ଜୟନ୍ତୀ: ଗ୍ୟାଙ୍ଗଟକ୍, ଇମ୍ଫାଲ, କାନୁରପ ଓ ଲକ୍ଷ୍ଣୌରେ ବନ୍ଦ ରହିବ ବ୍ୟାଙ୍କ

୭ ନଭେମ୍ୱର: ରବିବାର ସବୁଠି ବନ୍ଦ ରହିବ ବ୍ୟାଙ୍କ

୧୦ ନଭେମ୍ୱର: ଛଟ୍ ପୂଜା, ସୂର୍ଯ୍ୟ ଷଷ୍ଠୀ, ପାଟଣା ଏବଂ ରାଞ୍ଜିରେ ବନ୍ଦ ରହିବ ବ୍ୟାଙ୍କ

୧୧ ନଭେମ୍ୱର: ଛଟ୍ ପୂଜା, ପାଟଣାରେ ବ୍ୟାଙ୍କ ବନ୍ଦ

୧୨ ନଭେମ୍ୱର; ବାଙ୍ଗଳା ଉତ୍ସବ, ଶିଲଂ

୧୩ ନଭେମ୍ୱର: ଦ୍ୱିତୀୟ ଶନିବାର ସବୁରାଜ୍ୟରେ ବ୍ୟାଙ୍କ ବନ୍ଦ

୧୪ ନଭେମ୍ୱର: ରବିବାର, ସାପ୍ତାହିକ ଛୁଟି, ସବୁଠି ବନ୍ଦ ରହିବ ବ୍ୟାଙ୍କ

୧୯ ନଭେମ୍ୱର: ଗୁରୁ ନାନକ ଜୟନ୍ତୀ, କାର୍ତ୍ତିକ ପୂର୍ଣ୍ଣିମା: ଆଇଜଲ୍, ରାଞ୍ଚ, ଶ୍ରୀନଗର, ଜୟପୁର, କାନପୁର ଓ କୋଲକାତା

୨୧ ନଭେମ୍ୱର: ରବିବାର ସବୁଠି ବନ୍ଦ ରହିବ ବ୍ୟାଙ୍କ

୨୨ ନଭେମ୍ୱର: କନକଦାସ ଜୟନ୍ତୀ, ବେଙ୍ଗାଲୁରୁ

୨୩ ନଭେମ୍ୱର: ସେଙ୍ଗ କୁଟସନେମ୍: ଶିଲଂ

୨୭ ନଭେମ୍ୱର: ଶନିବାର, ସବୁଠି ବ୍ୟାଙ୍କ ବନ୍ଦ

୨୮ ନଭେମ୍ୱର: ରବିବାର , ସବୁଠି ବ୍ୟାଙ୍କ ବନ୍ଦ