କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ବିରୋଧରେ ଟିକା ପ୍ରଭାବୀ: ଦକ୍ଷିଣ ଆଫ୍ରିକା ସ୍ୱାସ୍ଥ୍ୟମନ୍ତ୍ରୀ

କ୍ୟାପଟାଉନ୍: କରୋନାର ନୂଆ ଭ୍ୟାରିଆଣ୍ଟ ବି.୧.୧.୫୨୯ ବା ଓମିକ୍ରନକୁ ନେଇ ଏବେ ଚାରିଆଡ଼େ ଆତଙ୍କ । ଏହି ଭାଇରସ୍ ପୂର୍ବପେକ୍ଷା ଅଧିକ ଦ୍ରୁତଗତିରେ ବ୍ୟାପୁଥିବାରୁ ଏହାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚିନ୍ତା ପ୍ରକାଶ କରିଛି ଏଥିସହିତ ଏହାକୁ ଭ୍ୟାରିଆଣ୍ଟ ଟୁ କନସର୍ଣ୍ଣ ବୋଲି ମଧ୍ୟ କହିଛି । ଏହାରି ମଧ୍ୟରେ ଦକ୍ଷିଣ ଆଫ୍ରିକା ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବୟାନ ଲୋକଙ୍କୁ କିଛିଟା ଆଶ୍ୱସ୍ତ କରିଛି ।

ଦକ୍ଷିଣ ଆଫ୍ରିକା ସ୍ୱାସ୍ଥ୍ୟ ମନ୍ତ୍ରୀ ଜୋ ଫାହଲା ଦାବି କରିଛନ୍ତି ଯେ, ଏବେ ମଧ୍ୟ କରୋନା ଟିକା ନୂଆ ଭ୍ୟାରିଆଣ୍ଟ ବିରୋଧରେ ପ୍ରଭାବୀ । ଏହାର ଜେନେଟିକ୍ କମ୍ପୋଜିସନ୍ ଲାଗି ଏହା ଅଧିକ ଦ୍ରୁତଗତିରେ ବ୍ୟାପୁଥାଇପାରେ କିନ୍ତୁ ଏହା ବିରୋଧରେ କରୋନା ଟିକା ପ୍ରଭାବି । ଏହା ରୋଗୀଙ୍କୁ ଗୁରୁତର ହେବାରୁ ରୋକିବ ।

ଅନ୍ୟପକ୍ଷରେ କରୋନା ଟିକା ନିର୍ମାଣ କରୁଥିବା ବିଶ୍ୱର ୨ଟି ପ୍ରମୁଖ କମ୍ପାନି ବାୟୋଏନଟେକ୍ ଓ ଫାଇଜର କହିଛନ୍ତି ଯେ ଓମିକ୍ରନ ବିପକ୍ଷରେ ସେମାନଙ୍କ ଟିକା କାମ କରିବ କି ନା ସେ ନେଇ ସେମାନେ ନିଶ୍ଚିନ୍ତ ହୋଇପାରିନାହାନ୍ତି । ତେବେ ଏହି ଭାରିଆଣ୍ଟର ରୂପରେଖ ଆହୁରି ସ୍ପଷ୍ଟ ହେବା ପରେ ଆଗାମୀ ୧୦୦ ଦିନରେ ଏଥିପାଇଁ ଟିକାର ବିକାଶ କରିହେବ ବୋଲି ଏହି ଦୁଇ କମ୍ପାନି ଦୃଢୋକ୍ତି ପ୍ରକାଶ କରିଛନ୍ତି । ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିବା ବି.୧.୧.୫୨୯ ଭାରିଆଣ୍ଟକୁ ଗତ କାଲି ଓମିକ୍ରନ ନାମରେ ନାମିତ କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ଏଥିସହିତ ପଢ଼ନ୍ତୁ: ନ୍ୟୁୟର୍କରେ ଜରୁରୀକାଳୀନ ସ୍ଥିତି, ଜାନୁଆରୀ ୧୫ ଯାଏ କଟକଣା ଜାରି

Leave a Reply