spot_img
Home Blog Page 5027

ଆଖିରେ ଛଳ ଛଳ ଲୁହ, ହାତ ଯୋଡ଼ି ଅଭିଯୁକ୍ତକୁ ଫାଶୀ ପାଇଁ ଗୁହାରି କଲେ ମମିତାଙ୍କ ବାପା

ଭୁବନେଶ୍ୱର: ଗୋଟିଏ ବାପାର କୋହଭରା କଣ୍ଠରେ ଅଭିଯୁକ୍ତକୁ ଫାଶୀ ପାଇଁ ଦାବି। ଗଣମାଧ୍ୟମ ଆଗରେ ହାତଯୋଡ଼ି ମୋ ଝିଅକୁ ଅଜଥାରେ ବଦନାମ ନ କରିବା ପାଇଁ ଗୁହାରି। ମମିତା ମେହେର ହତ୍ୟା ମାମଲାରେ ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ ଦିଆଯାଉ ବୋଲି ଗୁହାରି କରିଛନ୍ତି ମମିତାଙ୍କ ବୁଢ଼ା ବାପା। ଆଖିରେ ଛଳ ଛଳ ଲୁହ ଏବଂ ହାତ ଯୋଡ଼ି ନ୍ୟାୟ ପାଇଁ ଗୁହାରୀ।

ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ, ତଦନ୍ତ ପ୍ରକ୍ରିୟାରେ ସନ୍ତୁଷ୍ଟ ଅଛନ୍ତି ପରିବାର ଲୋକ। ଅଭିଯୁକ୍ତ ଗୋବିନ୍ଦ ସାହୁକୁ ଫାଶୀ ଦେବାକୁ ଦାବି କରିଛନ୍ତି ମମିତାଙ୍କ ବାପା। ତାଙ୍କ ଝିଅ ମମିତାକୁ ନ୍ୟାୟ ପ୍ରଦାନ କରିବାକୁ ସେ ନିବେଦନ କରିଛନ୍ତି। ହେଲେ ମୋ ଝିଅକୁ ନେଇ ଯେଉଁଭଳି ଭାରେ ରାଜନୀତି ହେଉଛି ତାକୁ ବନ୍ଦ କରାଯାଉ। ରାଜନୀତି ନକରିବାକୁ ହାତ ଯୋଡ଼ି ନିବେଦନ କରିଛନ୍ତି ମମିତାଙ୍କ ବାପା। ଏମିତି ରାଜନୀତି ହେଲେ ମୋଝିଅ ନ୍ୟାୟ ପାଇବ ନାହିଁ। ତେଣୁ ରାଜନୀତିକୁ ବନ୍ଦ କରି ମୋ ଝିଅକୁ ନ୍ୟାୟ ଦିଅନ୍ତୁ ବୋଲି କରିଛନ୍ତି ମମିତା ମେହେରଙ୍କର ବାପା।

 

 

୭୦୯୦୦୦୦୦୦୦୦ ଟଙ୍କା= ଆଇପିଏଲ୍‌ର ଗୋଟିଏ ଟିମ୍,ଜାଣନ୍ତୁ ଏତେ ଟଙ୍କାରେ କ’ଣ କ’ଣ ହୋଇପାରେ

0

ଦୁବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ଆଗାମୀ ସଂସ୍କରଣରେ ଦୁଇ ନୂଆ ଟିମ୍ ସାମିଲ ହେବେ । ଲକ୍ଷ୍ଣୌ ଏବଂ ଅହମ୍ମଦାବାଦ ଟିମ୍ ଫ୍ରାଞ୍ଚାଇଜି ପାଇଁ ମୋଟ ୧୨ ହଜାର ୭୧୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଯାହାର ଆଶା ବିସିସିଆଇ ମଧ୍ୟ କରିନଥିଲା । ଲକ୍ଷ୍ଣୋ ଫ୍ରାଞ୍ଚାଇଜି ନେଇ ଶିଳ୍ପପତୀ ସଞ୍ଜୀବ ଗୋୟେନକାଙ୍କ RPSGଗ୍ରୁପ ୭ହଜାର ୯୦ କୋଟି ବୋଲି ଲଗାଇଥିଲେ । ଯାହା  ୨୦୦୮ ମସିହା ଆଇପିଏଲ୍ ନିଲାମୀ ବେଳର ସବୁଠାରୁ ମହଙ୍ଗା ଟିମ୍ ମୁମ୍ୱାଇ ଇଣ୍ଡିଆନ୍ସର ଦାମ୍ ଠାରୁ ମଧ୍ୟ ଢେର ଅଧିକା । ସେତେବେଳେ ମୁମ୍ୱାଇ ଇଣ୍ଡିଆନ୍ସର ଦାମ୍ ରହିଥିଲା ୧୧୧.୯୦ ମିଲିୟନ୍ ।

କ୍ରୀଡ଼ା ବଜେଟ ଠାରୁ ୩ ଗୁଣା ଅଧିକ ମୂଲ୍ୟ ରହିଛି  ଲକ୍ଷ୍ଣୌ ଦଳର

୨୦୦୮ରେ ଡଲାର ଏକ୍ସଚେଞ୍ଜ ଦାମ୍ ୪୮-୪୯ ଟଙ୍କା ମଧ୍ୟରେ ରହିଥିବା ବେଳେ ଆଜିକାର ତାରିଖରେ ଡଲାର ମୂଲ୍ୟ ୭୫ ଟଙ୍କାରୁ ଅଧିକରେ ପହଞ୍ଚିଛି । ଏଥିରୁ ଆକଳନ କରିହେଉଛି ଯେ, RPSG ଗ୍ରୁପ୍ ଡାକିଥିବା ବିଡର ମୂଲ୍ୟ ୨୦୦୮ ର ଦାମୀ ଟିମ୍ ମୁମ୍ୱାଇ ଇଣ୍ଡିଆନ୍ସ ଠାରୁ ମଧ୍ୟ କେତେ ଅଧିକା । ଦେଶରେ ୨୦୨୧-୨୨ ବଜେଟରେ କ୍ରୀଡ଼ା ନିମନ୍ତେ ୨ହଜାର ୫୯୬.୧୪ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିଲା । ଲକ୍ଷ୍ଣୌ ଟିମ୍‌ର ମୂଲ୍ୟ ତାହାର ପାଖାପାଖି ୩ ଗୁଣା ରହିଛି । ବିସିସିଆଇକୁ ୨୦୨୨ ମସିହାରେ ପାଖାପାଖି ୧୦ହଜାର କୋଟି ଟଙ୍କା ମିଳିବା ନେଇ ଆକଳନ କରାଯାଉଥିବା ବେଳେ ୧୨ ହଜାର ୫ଶହ କୋଟି ଟଙ୍କା ଆୟ ହୋଇଛି ।

ଏଥିସହିତ ପଢ଼ନ୍ତୁ: କଟକକୁ ମିଳିଲାନି IPL ଫ୍ରାଞ୍ଚାଇଜ, ନୂଆ ଟିମ ଭାବେ ସାମିଲ ହେବ ଅହମଦାବାଦ ଓ ଲକ୍ଷ୍ନୌ

ବିକାଶ ଓ ପ୍ରଗତି ପଥରେ ଦୁର୍ନୀତି ବଡ଼ ପ୍ରତିବନ୍ଧକ

ଭୁବନେଶ୍ୱର: ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା। ଅକ୍ଟୋବର ୨୬ରୁ ନଭେମ୍ବର ୧ ଯାଏ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ହେଉଛି। ଦୁର୍ନୀତି ନିବାରଣ ଅଭିଯାନରେ ସଂକଳ୍ପବଦ୍ଧ ଓ ଉତ୍ସର୍ଗୀକୃତ ଭାବେ ସାମିଲ ହୋଇ ଉତ୍ତମ ସମାଜ ଗଠନରେ ସହାୟକ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ  ଦେଇଛନ୍ତି।

ବିକାଶ ଓ ପ୍ରଗତି ପଥରେ ଦୁର୍ନୀତି ପ୍ରମୁଖ ଅନ୍ତରାୟ। ବିକାଶ ଓ ଜନକଲ୍ୟାଣମୂଳକ କାର୍ଯ୍ୟର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବା ଦିଗରେ ଦୁର୍ନୀତି ବଡ଼ ପ୍ରତିବନ୍ଧକ। ଦୁର୍ନୀତି ମଧ୍ୟ ସୁଶାସନ, ସାମାଜିକ ସଂହତି ତଥା ବ୍ୟକ୍ତି ମର୍ଯ୍ୟାଦା ଓ ଅଧିକାରର ପରିପନ୍ଥୀ। ରାଜ୍ୟ ସରକାର ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବା ସହ ସ୍ୱଚ୍ଛତା ଏବଂ ଶୂନ୍ୟ ସହିଷ୍ଣୁତା ଉପରେ ପ୍ରାଧାନ୍ୟ ଦେଇଆସୁଛନ୍ତି।

ଦୁର୍ନୀତି ବିରୋଧରେ ସଂଗ୍ରାମର ସଫଳତା ପାଇଁ ଜନଶିକ୍ଷା ଓ ସଚେତନତା ତଥା ଗୋଷ୍ଠୀଗତ ସହଯୋଗ ଅତ୍ୟନ୍ତ ଆବଶ୍ୟକ। ଦୁର୍ନୀତି ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଦୁର୍ନୀତିମୁକ୍ତ ସମାଜ ଗଠନ ସହ ରାଜ୍ୟବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ସମାଜର ସବୁବର୍ଗର ଆକୁଣ୍ଠ ସମର୍ଥନ, ସହଯୋଗ ଓ ସହଭାଗିତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ।

ଆସୁଛି ପଞ୍ଚାୟତ ନିର୍ବାଚନ, ପୁରୀରେ ଆରମ୍ଭ ହେଲା ପ୍ରଶିକ୍ଷଣ ଶିବିର

ପୁରୀ: ଫୋକସରେ ପଞ୍ଚାୟତ ନିର୍ବାଚନ। ପଞ୍ଚାୟତ ନିର୍ବାଚନକୁ ତୁଲାଇବା ପାଇଁ ତୟାର ହେଉଛି ବିଜେଡି। ପଞ୍ଚାୟତ ସ୍ଥରରେ କେମିତି କାର୍ଯ୍ୟ କରିବାକୁ ହେବ। କେମିତି ସବୁ ଲୋକଙ୍କୁ ଏକଜୁଟ କରିବାକୁ ହେବ ସେନେଇ ଦିଆଯାଉଛି ପ୍ରଶିକ୍ଷଣ। ଲୋକଙ୍କ ପାଖରେ ସେମାନଙ୍କର ହକ୍‌ର ଯୋଜନା ପହଞ୍ଚାଇବା ପାଇଁ ଦିଆଯିବ ଟ୍ରୋନିଂ। ପ୍ରତି ପଞ୍ଚାୟତ ସ୍ଥରରେ ବିଜେଡ କରୁଛି ପ୍ରଶିକ୍ଷଣ ଶିବିର। ପୁରୀରେ ମଧ୍ୟ ପଞ୍ଚାୟତ ନିର୍ବାଚନ ଦାୟିତ୍ୱ ତୁଲାଇବା ପାଇଁ ଛାତ୍ର ଓ ଯୁବ ବିଜେଡି କର୍ମକର୍ତ୍ତାଙ୍କୁ ଦିଆଯାଉଛି ଟ୍ରେନିଂ।

ଆଜି ଯୁବ ଓ ଆସନ୍ତାକାଲି ଛାତ୍ର ବିଜେଡି ସଂଗଠନର ହେବ ପ୍ରଶିକ୍ଷଣ ଶିବିର। ପୁରୀରେ ହେବାକୁ ଥିବା ଏହି ପ୍ରଶିକ୍ଷଣ ଶିବିରରେ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାକୁ ବ୍ଲକସ୍ତରୀୟ ବିଜେଡି ଯୁବ ଓ ଛାତ୍ରନେତାଙ୍କୁ ଦିଆଯିବ ଟ୍ରେନିଂ। ଦୁଇ ଦିନ ଯାକ ଭର୍ଚୁଆଲରେ ଯୁବ ଓ ଛାତ୍ର ବିଜେଡିକୁ ଟିପସ୍ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଡିଜିଟାଲ ମାଧ୍ୟମରେ ଲୋକଙ୍କୁ ଯୋଡ଼ି ଘରେ ଘରେ ଫାଇଭ୍-ଟିର ସଫଳତା ଦେଖାଇବା ନେଇ ପ୍ରଶିକ୍ଷଣ ଦିଆଯିବ। ପ୍ରଥମ ଥର ପାଇଁ ଦଳର ସମସ୍ତ ୩୧୪ ବ୍ଲକ ସଭାପତି ଓ ୧୧୯ ପୌର ସଭାପତିଙ୍କୁ ଦିଆଯିବ ଟ୍ରେନିଂ। ପଞ୍ଚାୟତ ନିର୍ବାଚନରେ ଯୁବ ଓ ଛାତ୍ର ଗୋଷ୍ଠୀର ବଡ଼ ଭୂମିକା ରହିଛି। ସେମାନଙ୍କୁ ନେଇ ବିଜୟର ରୋଡମ୍ୟାପ ପ୍ରସ୍ତୁତ କରିବ ବିଜେଡି ।

ଆର୍ଯ୍ୟନ ମାମଲା ରଫାଦଫା ନେଇ ଟଙ୍କା ମଗା ଅଭିଯୋଗ ପରେ ଦିଲ୍ଲୀରେ ସମୀର ଓ୍ୱାଙ୍ଖଡେ: ଜାଣନ୍ତୁ କାହିଁକି

ଭୁବନେଶ୍ୱର: ବିବାଦ ବଢ଼ାଇଲା ମୁମ୍ବାଇ ରେଭ୍ ପାର୍ଟି ରେଡ୍ ମାମଲା । ଏହି ମାମଲାରେ ଏବେ ନୂଆ ମୋଡ଼ ଆସିଛି । ଅଡ଼ୁଆରେ ଫସିଛନ୍ତି ମୁମ୍ବାଇ ଏନସିବିର ଜୋନାଲ ନିର୍ଦ୍ଦେଶକ ସମୀର ଓ୍ବାଙ୍ଖଡେ । ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଲାଞ୍ଚ ମାଗିବା ଭଳି ସଙ୍ଗୀନ ଅଭିଯୋଗ ଆସିବା ପରେ ଏବେ ତତ୍ପର ହୋଇ ଉଠିଛି ଏନସିବି । ଦିଲ୍ଲୀ ମୁଖ୍ୟାଳୟରୁ ଚିଠି ପରେ ଦିଲ୍ଲୀରେ ପହଞ୍ଚିଛନ୍ତି ସମୀର ଓ୍ବାଙ୍ଖଡେ ।

ଆଜି ଏନସିବି ଡିଜି ସତ୍ୟ ନାରାୟଣ ପ୍ରଧାନଙ୍କୁ ଭେଟିବେ ସମୀର । ଆସିଥିବା ଅଭିଯୋଗକୁ ନେଇ ସମୀର ଓ ସତ୍ୟ ନାରାୟଣଙ୍କ ମଧ୍ୟରେ ହେବ ଚର୍ଚ୍ଚା । ସେପଟେ ଓ୍ବାଙ୍ଖଡେଙ୍କ ବିରୋଧରେ ତଦନ୍ତ କରିବେ ଚିଫ ଭିଜିଲାନ୍ସ ଅଫିସର । ଉଚ୍ଚସ୍ତରୀୟ ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ତଦନ୍ତର ନେତୃତ୍ବ ନେବେ ଏନସିବି ଉପମହାନିର୍ଦ୍ଦେଶକ ଜ୍ଞାନେଶ୍ବର ସିଂହ । ତେବେ ଏନସିବି ମୁଖ୍ୟ ସମୀର ୱାଙ୍ଖେଡେ ତାଙ୍କ ବିରୋଧରେ ଆସିଥିବା ଏଭଳି ଅଭିଯୋଗକୁ ସେଖଣ୍ଡନ କରିବା ସହ କାହାକୁ ଟଙ୍କା ମାଗିନଥିବା କହିଛନ୍ତି।

ଏଥିସହିତ ପଢ଼ନ୍ତୁ: ଆତ୍ମସମର୍ପଣ କରିପାରନ୍ତି ମୁମ୍ବାଇ ଡ୍ରଗ୍ସ ମାମଲାର ଅନ୍ୟତମ ଚର୍ଚ୍ଚିତ ବ୍ୟକ୍ତି କିରଣ ଗୋସାଭି

ବାସନ ମାଜୁଥିବା ବେଳେ ବୃଦ୍ଧାଙ୍କୁ ହାତୀ ଆକ୍ରମଣ,ଧାନ ବିଲରେ ଚାଷୀଙ୍କୁ ଗୋଡାଇ ଗୋଡାଇ କଚିଲା

ସୁନ୍ଦରଗଡ଼: ସୁନ୍ଦରଗଡ଼ ବଣାଇରେ ଥମୁନି ଦୁଇ ଦନ୍ତାଙ୍କ ଉତ୍ପାତ। ଆଜି ପୁଣି ହାତୀ ଆକ୍ରମଣରେ ଜଣେ ବୃଦ୍ଧା ଗୁରୁତର ହୋଇଛନ୍ତି। ଦୀର୍ଘ ଦିନ ହେଲା ବନଖଣ୍ଡ ର ବିଭିନ୍ନ ବନାଞ୍ଚଳରେ ହାତୀ ଉପଦ୍ରବର ଚିତ୍ର ଦେଖାଯାଉଥିବା ବେଳେ ବଣାଇଁ ସହର କୁ ମଧ୍ୟ ଗତ ଦୁଇଦିନ ତଳେ ଦୁଇଟି ଦନ୍ତାହାତୀ ପ୍ରବେଶ କରି ଆତଙ୍କ ଖେଳାଇଛନ୍ତି। ଗତକାଲି ଦରେଇକଲା ନିକଟରେ ଜଗିଂ କରୁଥିବା ବେଳେ ହାତୀ ଆକ୍ରମଣରେ ଗୁରୁତର ହୋଇ ଜଣେ ଯୁବତୀ ରାଉରକେଲା ମେଡିକାଲରେ ଚିକିତ୍ସାଧିନ ଅଛନ୍ତି।

ଆଜି ସକାଳୁ ବୃଦ୍ଧା ବୁଦୁନି କୁଅଁର ଘର ଆଗରେ ବାସନ ମାଜୁ ଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି। ବୁଦୁନିଙ୍କୁ ପ୍ରଥମେ ବଣାଇ ଉପଖଣ୍ଡ ଚିକିତ୍ସାଳୟ ଏବଂ ପରେ ରାଉରକେଲା ଚିକିତ୍ସା ନିମନ୍ତେ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ଏହି ହାତୀଦୁଇଟି କୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିଲେ ହେଁ କୌଣସି ସୁଫଳ ମିଳିପାରିନାହିଁ। ଲୋକଙ୍କୁ ସଚେତନ କରାଇବାକୁ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ପ୍ରଚାର କରାଯାଉଛି।

ସେପଟେ ଦନ୍ତା ଆକ୍ରମଣରେ ଚାଷୀ ଗୁରୁତର ହୋଇ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଆହତ ଚାଷୀର ନାମ ହେଉଛି ଛବି ଜେନା। ଖୋର୍ଦ୍ଧା ମଳିପଡାର ଛବି ଜେନା ଗତରାତିରେ ନିଜ ଚାଷ ଜମିରେ ଧାନ ଫସଲ ଜଗିଥିବା ବେଳେ ଗୋଡିପଡା ଟୋଲଗେଟ ନିକଟରେ ହାତୀ ଆକ୍ରମଣର ସମୁଖୀନ ହୋଇଥିଲେ। ଗୁରୁତର ଅବସ୍ଥାରେ ଖୋର୍ଦ୍ଧା ମେଡିକାଲରେ ଚିକିତ୍ସା ଚାଲିଛି। ବର୍ତ୍ତମାନ ପାଚିଲା ଧାନ ଖାଇବାକୁ ହାତୀ ପଲ ଚାଷ କ୍ଷେତରେ ପହଂଚି ଧନ ଜୀବନ ନଷ୍ଟ କରୁଛନ୍ତି। ବନ ବିଭାଗ ତରଫରୁ ବ୍ୟାପକ ପେଟ୍ରୋଲିଂର ଆବଶ୍ୟକତା ରହିଛି।

ମୁମ୍ବାଇ କ୍ରୁଜ୍ ଡ୍ରଗ୍ସ ମାମଲା : ଆତ୍ମସମର୍ପଣ କରି ପାରନ୍ତି କିରଣ ଗୋସାଭି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପୋଲିସ ନିକଟରେ ଆତ୍ମସମର୍ପଣ କରିପାରନ୍ତି ମୁମ୍ବାଇ ଡ୍ରଗ୍ସ ମାମଲାର ଅନ୍ୟତମ ଚର୍ଚ୍ଚିତ ବ୍ୟକ୍ତି କିରଣ ଗୋସାଭି। କ୍ରୁଜ ଜାହାଜରେ ରେଡ୍ ବେଳେ ଏନସିବି ଲାଗି ସାକ୍ଷୀ ପଡିଥିବା ଗୋସାଭି ଖୁବ୍ ଶୀଘ୍ର ସରେଣ୍ଡର କରିବେ ବୋଲି ସୂଚନା ମିଳିଛି। ତାଙ୍କ ବିରୋଧରେ ମଧ୍ୟ ଲୁକଆଉଟ୍ ନୋଟିସ ଜାରି କରାଯାଇଛି। ମହାରାଷ୍ଟ୍ରରେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ଲକ୍ଷ୍ମୌ ପୋଲିସ ନିକଟରେ ଆତ୍ମସମର୍ପଣ କରିପାରନ୍ତି। ଏନେଇ ସେ ଏକ ଭିଡିଓ ମଧ୍ୟ ରିଲିଜ କରିଛନ୍ତି। ତେବେ ଏସମ୍ପର୍କରେ ଲକ୍ଷ୍ନୌ ପୋଲିସ ପକ୍ଷରୁ କିଛି କୁହାଯାଇନାହିଁ ।

ପୂର୍ବରୁ ଲକ୍ଷ୍ନୌ ପୋଲିସ କମିଶନର କହିଥିଲେ-ଗୋସାଭିଙ୍କ ବିରୋଧରେ କୌଣସି ପଦକ୍ଷେପ ନେବା ଲକ୍ଷ୍ନୌ ପୋଲିସର ଅଧିକାର ବାହାରେ। ଗୋସାଭିଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷକ ପ୍ରଭାକର ସାଇଲ ଅଭିଯୋଗ କରିଥିଲେ ଯେ ଗୋସାଭି ଓ ସାମ ଡି ସୌଜାଙ୍କ ମଧ୍ୟରେ ଏକ ଫୋନ ବାର୍ତ୍ତାଳାପ ହୋଇଥିଲା। ଏଥିରେ ଆର୍ଯ୍ୟନ ଖାନଙ୍କ ମୁକ୍ତି ଲାଗି ଏନସିବି ୨୫ କୋଟି ଟଙ୍କା ଦାବି କରିଥିବା ବେଳେ ୧୮ କୋଟି ଟଙ୍କାରେ ଡିଲ ଚୂଡାନ୍ତ ହୋଇଥିଲା। ସେଥିରୁ ଏନସିବି ଜୋନାଲ ନିର୍ଦ୍ଦେଶକ ସମୀର ଓ୍ୱାଙ୍ଖଡେଙ୍କୁ ୮ କୋଟି ଟଙ୍କା ଦେବା ଲାଗି ଦୁଇ ଜଣ କଥା ହୋଇଥିଲେ। ପରେ ପ୍ରଭାକର ଏହି ମତ ବଦଳାଇଥିଲେ।

ମାଛର ନା ତେଲିଆ ପୋଡା, ଦାମ୍‌ ହେଉଛି ୩୬ ଲକ୍ଷ ୫୩ ହଜାର ଟଙ୍କା

କଲିକତା: ମାଛ ପାଇଁ ନିଲାମି ଡାକରା।  ଲକ୍ଷେ ନୁହେଁକି ୨ ଲକ୍ଷ ନୁହେଁ। ୩୬ ଲକ୍ଷ ୫୩ ହଜାର ଟଙ୍କାରେ ବିକ୍ରି ହେଲା ବିଶାଳକାୟ ମାଛ। ଟ୍ରକ୍‌ ଟ୍ରକ୍‌ ମାଛ ପାଇଁ ଆପଣମାନେ ନିଲାମ ହେଉଥିବାର ଯାଣିଥିବେ। ହେଲେ ଗୋଟିଏ ମାଛ ପାଇଁ ନିଲାମ କେବେ ଶୁଣି ନଥିବେ। ହିଁ ଆଜ୍ଞା, ଏଭଳି ଏକ ମାଛ ଯାହା ଦେଖିଲେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯିବେ। ପଶ୍ଚିମବଙ୍ଗ ସୁନ୍ଦରବନ ଅଞ୍ଚଳର ୫ଜଣ ମତ୍ସ୍ୟଜୀବୀ ମାଛ ଧରିବା ବେଳେ ଜାଲରେ ପଡିଥିଲା ୧ କ୍ୱିଣ୍ଟାଲ ୧୮ କେଜି ଓଜନର ଏହି ବିଶାଳକାୟ ମାଛ।

ମାଛଟିର ନାଁ ତେଲିଆ ପୋଡା। ଜାଲରେ ମାଛଟି ପଡ଼ିବା ପରେ ଏହାକୁ ବଜାରରେ ବିକ୍ରି ପାଇଁ ନିଆଯାଇଥିଲା। ଯାହାକୁ ଦେଖିବାକୁ ଲୋକଙ୍କ ଭିଡ ଜମିବା ସହ ନିଲାମି ଡକାଯାଇଥିଲା। ଶେଷରେ ଜଣେ ବ୍ୟବସାୟୀ ମାଛଟିକୁ ୩୬ଲକ୍ଷ ୫୩ ହଜାର ଟଙ୍କାରେ କିଣି ନେଇଥିଲେ। ଏତେବଡ଼ ମାଛକୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯାଇଥିଲେ ଲୋକ।

ରିୟାଲିଟି ସୋ’ରେ ଓଡ଼ିଆ ଝିଅଙ୍କ ରସଗୋଲା ପାଇଁ ଲଢ଼େଇ, ‘କହିଲେ ଜୟ ଜଗନ୍ନାଥ ରସଗୋଲା ଆମର’

ଭୁବନେଶ୍ୱର: ଜୟ ଜଗନ୍ନାଥ ରସଗୋଲା ଆମର…। ଏବେ ଏହି ଭିଡିଓ ସବୁ ସୋସିଆଲ ମିଡିଆ ସାଇଡରେ ଘନ ଘନ ସେୟାର ହେବାରେ ଲାଗିଛି। ବୁଢ଼ା ଠାରୁ ଟୋକା ସମସ୍ତଙ୍କ ହ୍ୱାଟସ୍ଆପ ଷ୍ଟାଟସ୍ରେ ଏହି ଭିଡିଓ। ଫେସ୍‌ବୁକ ଖୋଲିଲେ ଜୟ ଜଗନ୍ନାଥ ରସଗୋଲା ଆମରର ଭିଡିଓ। ଆଉ ଏହି ଭିଡିଓକୁ ଗୋଟିଏ ଥର ନୁହେଁ ବାରମ୍ବର ଦେଖିବାକୁ ପସନ୍ଦ କରୁଛନ୍ତି ସମସ୍ତେ। ରସଗୋଲାକୁ ନେଇ ଚାଲିଛି ହକ୍ ସାବ୍ୟସ୍ତ। ରସଗୋଲା ହେଉଛି ଓଡ଼ିଶାର। ଆକୁ ଆମଠାରୁ ଆଉ କେହି ନେଇ ପାରିବେ ନାହିଁ। କଲିକତାର ରସୋଗୁଲା ହୋଇଥାଇପାରେ ହେଲେ ରସଗୋଲା ହେଉଛି ଓଡ଼ିଶାର।

ଏଭଳି ଏକ ମଜାଦାର ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଚର୍ଚ୍ଚିତ ରିଆଲିଟି ସୋ ସାରେଗାମାପାରେ ପ୍ରତିଯୋଗୀ ହୋଇଯାଇଥିବା ଓଡ଼ିଆ ଝିଅଙ୍କର ଏଭଳି ଜବାବ ଏବେ ସବୁ ଓଡ଼ିଆ ଜନସାଧାରଣଙ୍କ ମନରେ ଖୁସି ଭରି ଦେଇଛି। ଯୁବତୀ ଜଣଙ୍କ ହେଉଛନ୍ତି କଟକର ସ୍ଥିତି ପଦ୍ମା ଦାଶ। ସାରେଗାମାପା ସୋ’ ରେ ଜଜ୍ ହିମେଶ ରେଶମିୟାଙ୍କ ପ୍ରଶ୍ନ ଥିଲା ଓଡ଼ିଶାରୁ ଆସିଛ ଯଦି ତେବେ କୁହ ରସଗୋଲା କାହାର । ଏତିକି ଶୁଣିବା ପରେ କଟକ ଝିଅ ସ୍ଥିତି ପଦ୍ମା କହିଥିଲେ ‘ଯାହା ବି ହେଇଯାଉ ଜୟ ଜଗନ୍ନାଥ ରସଗୋଲା ଆମର’। ରସୋଗୁଲା କଲିକତାର ହୋଇଥାଇପାରେ ହେଲା ଜୟ ଜଗନ୍ନାଥ ରସଗୋଲା ଆମର। ମହାପ୍ରଭୁ ଜଗନ୍ନାଥ ରସଗୋଲା ଖାଇବାକୁ ଭଲ ପାଆନ୍ତି। ଜଗନ୍ନାଥ ଆମର, ତେଣୁ ରସଗୋଲା ବି ଆମର। ବାସ୍ ଏହି କିଛି କ୍ଷଣର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରାଲ ହେଉଛି।

ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ବିପିଏ ଦ୍ୱିତୀୟ ବର୍ଷରେ ପାଠ ପଢୁଛନ୍ତି ସ୍ଥିତିପଦ୍ମା ଦାଶ। ବାପା ସୁଶୀଲ ଦାଶ ଓ ଦାଦା ସୁବାସ ଦାଶ ମଧ୍ୟ ଜଣେ ଭଲ କଣ୍ଠଶିଳ୍ପୀ ଭାବେ ପରିଚିତ। ବାପା ଦାଦାଙ୍କ ପ୍ରେରଣାରୁ ଏତେ ବାଟ ଆସିପାରିଛି ବୋଲି କହିଛନ୍ତି ସ୍ଥିତିପଦ୍ମା । ସରିୟାଲିଟି ସୋ’ କୁ ଗୀତ ଗାଇବା ପାଇଁ ଯାଇଥିବା ବେଳେ ଏଭଳି ପ୍ରଶ୍ନର ସାମ୍ନା କରିବାକୁ ପଡ଼ିଥିଲା ସ୍ଥିତିଙ୍କୁ। ତେବେ ତାଙ୍କ ପୂର୍ବରୁ ମଧ୍ୟ କଲିକତାର ଝିଅଙ୍କୁ ସମାନ ପ୍ରଶ୍ନ ପଚରାଯାଇଥିଲା। ସେମାନଙ୍କର ଉତ୍ତର ସ୍ଥିତିଙ୍କ ସାମ୍ନାରେ ଫିକା ପଡ଼ିଯାଇଥିଲା। ଏବେ ରସଗୋଲା ପାଇଁ ସ୍ଥିତି ପୁରା ଓଡ଼ିଶାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।

ମୁମ୍ବାଇ ଡ୍ରଗ୍ସ ଲିଙ୍କ ମାମଲାରେ ମୁକୁଳି ପାରୁନାହାଁନ୍ତି ଆର୍ଯ୍ୟନ୍‌, ଆଜି ଜାମିନ୍ ଆବେଦନର ଶୁଣାଣି

ନୂଆଦିଲ୍ଲୀ: ମୁମ୍ବାଇ କ୍ରୁଜ ରେଭପାର୍ଟି ଡ୍ରଗସ ମାମଲା। ଆଜି ବଲିଉଡ୍ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଜାମିନ୍ ଆବେଦନର ହେବ ଶୁଣାଣି। ଏହି ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିବେ ବମ୍ବେ ହାଇକୋର୍ଟ। ଆର୍ଯ୍ୟନଙ୍କୁ ବେଲ୍ ମିଳିବ ନା ପୁଣି ସେ ଜେଲରେ ରହିବେ ଆଜି ଆସିବ ଚୂଡାନ୍ତ ରାୟ। ତେବେ ଆର୍ଯ୍ୟନଙ୍କୁ ଆଜି ବେଲ୍ ମିଳିଲେ ମଧ୍ୟ ସେ ଆସନ୍ତା ୩୦ ତାରିଖ ଯାଏଁ ବିଚାର ବିଭାଗୀୟ ହେପାଜତରେ ରହିବେ। ପୂର୍ବରୁ ଆର୍ଯ୍ୟନଙ୍କ ବେଲ୍ ଆବେଦନ ଖାରଜ ହୋଇସାରିଛି, ଏଣୁ ଆଜି ବେଲ୍ ମିଳିବା ନେଇ ଆଶାବାଦୀ ଅଛନ୍ତି ଆର୍ଯ୍ୟନ ଓ ତାଙ୍କ ପରିବାର।

ତେବେ ବେଲ୍ କୁ ବିରୋଧ କରିବ ଏନସିବି। ମିଳିଥିବା ପ୍ରମାଣ ଆଧାରରେ ଜାମିନ୍ ଆବେଦନ ଉପରେ ରୋକ ଲଗାଇବା ପାଇଁ ପ୍ରୟାସ କରିବ ନାର୍କୋଟିକ୍ସ କଣ୍ଟୋଲ ବ୍ୟୁରୋ। ପୂର୍ବରୁ ମୁମ୍ବାଇର ସେସନ୍ସ କୋର୍ଟ ଆର୍ଯ୍ୟନଙ୍କ ସହ ମୁନମୁନ ଧମେଚା ଓ ଅରବାଜ ମର୍ଚ୍ଚାଣ୍ଟଙ୍କ ଜାମିନ୍ ଖାରଜ କରିଥିଲେ। ଏହା ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆର୍ଯ୍ୟନଙ୍କ ଆଇନଜୀବୀ। କ୍ରୁଜ ରେଭପାର୍ଟିରେ ଡ୍ରଗସ ମାମଲାରେ ଗତ ୨ ତାରିଖରେ ଗିରଫ ହୋଇଥିଲେ ଆର୍ଯ୍ୟନ ଖାନ୍।