ପୁରୁଷ ଜୁନିଅର ହକି ବିଶ୍ୱକପ୍: ପୋଲାଣ୍ଡକୁ ହରାଇ କ୍ୱାର୍ଟର ଫାଇନାଲରେ ଟିମ୍ ଇଣ୍ଡିଆ

1 min read
Men's Junior Hockey World Cup India Entered In Quarter Final Defeating Poland

ଭୁବନେଶ୍ୱର: କଳିଙ୍ଗରେ କମାଲ୍ କରୁଛି ଟିମ୍ ଇଣ୍ଡିଆ । ପୋଲାଣ୍ଡକୁ ୮-୨ ଗୋଲରେ ହରାଇ ଭାରତୀୟ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ପୁଲ-ବିରେ ଖେଳା ଯାଇଥିବା ମ୍ୟାଚରେ ପୋଲାଣ୍ଡକୁ ବଡ଼ ବ୍ୟବଧାନରେ ହରାଇ କ୍ୱାର୍ଟର ଫାଇନାଲ ଟିକେଟ ପାଇଛି ଭାରତୀୟ ଦଳ । ଆସନ୍ତା ୧ ତାରିଖ ଦିନ କ୍ୱାର୍ଟର ଫାଇନାଲରେ ଭାରତ ଶକ୍ତିଶାଳୀ ବେଲଜିୟମ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ ।

Men's Junior Hockey World Cup India Entered In Quarter Final Defeating Poland

ଆଜି ମ୍ୟାଚର ହିରୋ ଥିଲେ ଓଡ଼ିଆ ପୁଅ ସୁଦୀପ ଚିର୍ମାକୋ । ସେ ଭାରତ ପାଇଁ ଦୁଇଟି ଗୋଲ ସ୍କୋର କରିଛନ୍ତି ।  ଓଡ଼ିଆ ପୁଅ ସୁଦୀପ ଚିମାର୍କୋ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି । ଭାରତ-ପୋଲାଣ୍ଡ ମ୍ୟାଚର ୪ ମିନିଟରେ ଭାରତ ପ୍ରଥମ ଗୋଲ ଦେଇଥିଲା । ପେନଲ୍ଟି କର୍ଣ୍ଣର ମାଧମରେ ଭାରତ ପକ୍ଷରୁ ପ୍ରଥମ ଗୋଲ ଦେଇଥିଲେ ସଂଜୟ । ମ୍ୟାଚର ୮ ମିନିଟରେ ପେନଲ୍ଟି କର୍ଣ୍ଣର ଦ୍ୱାରା ଆଉ ଏକ ଗୋଲ ଭାରତକୁ ଦେଇଥିଲେ ଅରିଜିତ ସିଂହ । ୨୪ ମିନିଟରେ ଓଡ଼ିଆ ପୁଅ ସୁଦୀପ ଚିର୍ମାକୋଙ୍କ ଷ୍ଟିକରୁ ଆସିଥିଲା ଭାରତର ତୃତୀୟ ଗୋଲ ।

Men's Junior Hockey World Cup India Entered In Quarter Final Defeating Poland

୩୪ ମିନିଟର ଉତ୍ତମ ସିଂହ ଏକ ଗୋଲ୍ ଦେଇଥିବା ବେଳେ ୩୮ ମିନିଟରେ ସର୍ଦ୍ଦାନନ୍ଦ ତିୱାରୀ ଆଉ ଏକ ଗୋଲ୍ କରିଥିଲେ । ୪୧ ମିନିଟରେ ଓଡ଼ିଆ ପୁଅ ସୁଦୀପ ଚିମାର୍କୋଙ୍କ ଷ୍ଟିକରୁ ଷଷ୍ଠ ଗୋଲ୍ ଆସିଥିଲା । ୫୮ ମିନିଟରେ ସଞ୍ଜୟ ଆଉ ଏକ ଗୋଲ୍ ଦେବା ସହ ୬୦ ମିନିଟରେ ଅରିଜିତ୍ ସିଂହ ଆଉ ଏକ ଗୋଲ ଦେଇଥିଲେ । ମ୍ୟାଚର ୫୦ ମିନିଟରେ ପ୍ରଥମ ଗୋଲ ଓ ୫୪ ମିନିଟରେ ଦ୍ୱିତୀୟ ଗୋଲ୍ କରିଥିଲା ପୋଲାଣ୍ଡ ।

Leave a Reply