ଋଣ କରାଇ ଦେବା ନାଁରେ ବ୍ୟାଙ୍କ ମ୍ୟାନେଜର ସହ ମିଶି ୪ କୋଟି ଟଙ୍କା ଠକେଇ ଅଭିଯୋଗ

4 Crore Fraud In Name Of Loan In Berhampur

ବ୍ରହ୍ମପୁର: ଋଣ କରାଇ ଦେବା ନାଁରେ ବ୍ୟାଙ୍କ ମ୍ୟାନେଜର ସହ ମିଶି ୪ କୋଟି ଟଙ୍କା ଠକେଇ ଅଭିଯୋଗ । ମାମଲାରେ ବ୍ରହ୍ମପୁର ରାମନଗର ଅଞ୍ଚଳର ବ୍ରୋକର ଗୁପ୍ତେଶ୍ୱର ପଟ୍ଟନାୟକଙ୍କୁ ଗିରଫ କରିଛି ବଡ଼ ବଜାର ଥାନା ପୋଲିସ । ରାମନଗର ଅଞ୍ଚଳର ସୁଧାଂଶୁ ଶେଖର ପାଢ଼ୀ ପ୍ରଥମେ ପର୍ସନାଲ ଲୋନ୍ ଓ ପରେ ହାଉସ୍ ଲୋନ୍ ପାଇଁ ୟୁନିୟନ ବ୍ୟାଙ୍କ ମ୍ୟାନେଜର ଗୋପାଳ ଜେନାଙ୍କ ସହ ସାକ୍ଷାତ କରିଥିଲେ । ଗୋପାଳ ଜେନା ଓ ଏଜେଣ୍ଟ ଗୁପ୍ତେଶ୍ବର ମିଶି ପ୍ରଥମେ ୧୦ ଲକ୍ଷ ଟଙ୍କା ଲୋନ୍ କରାଇଥିଲେ ।

 4 Crore Fraud In Name Of Loan In Berhampur

ପରେ ସୁଧାଂଶୁଙ୍କୁ ନଜଣାଇ ୨୪ ଲକ୍ଷ ଟଙ୍କା ଠକି ନେଇଥିବା ଜଣାପଡ଼ିଛି । ଏ ନେଇ ସୁଧାଂଶୁ ବଡ଼ ବଜାର ଥାନାରେ ଅଭିଯୋଗ କରିଥିଲେ । ତଦନ୍ତ ପରେ ଦୁହେଁ ମିଶି ୨୦ରୁ ୨୫ ଜଣ ଲୋକଙ୍କ ଠାରୁ ୪ କୋଟି ଟଙ୍କା ଠକି ନେଇଥିବା ପୋଲିସ ଜାଣିବାକୁ ପାଇଥିଲା । ଗୁପ୍ତେଶ୍ୱରଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାବେଳେ ଅଧିକ ତଦନ୍ତ ପାଇଁ ତାଙ୍କୁ ୫ ଦିନ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ ବୋଲି ଏସଡିପିଓ କହିଛନ୍ତି ।

Leave a Reply