ଆସନ୍ତାକାଲିଠୁ ସଂସଦର ଶୀତ ଅଧିବେଶନ, ଆଜି ବସିବ ସର୍ବଦଳୀୟ ବୈଠକ

1 min read

ନୂଆଦିଲ୍ଲୀ: ଆସନ୍ତାକାଲିଠୁ ସଂସଦର ଶୀତକାଳିନ ଅଧିବେଶନ । କିଭଳି ସୁରୁଖୁରରେ ଗୃହ କାର୍ଯ୍ୟ ଚାଲିବ, ସେ ନେଇ ଆଜି ବସିବ ସର୍ବଦଳୀୟ ବୈଠକ । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସଂସଦୀୟ ବ୍ୟାପର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ସମସ୍ତ ଦଳର ପ୍ରତିନିଧିମାନେ ଉପସ୍ଥିତ ରହିବେ । ବିନା କୌଣସି ହୋ-ହାଲ୍ଲାରେ କିଭଳି ସୁରୁଖୁରରେ ସଂସଦ ଚାଲିବ ସେନେଇ ହେବ ଆଲୋଚନା । ଗୃହ ସ୍ୱାଭାବିକ କରିବାକୁ ବିରୋଧୀଙ୍କ ସହଯୋଗ ଲୋଡ଼ିବେ ସରକାର ।

କୃଷି ଆଇନ୍ ପ୍ରତ୍ୟାହାର ପାଇଁ ନିଷ୍ପତ୍ତି ପରେ ବି ଏବେ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛି । ଦରଦାମ ବୃଦ୍ଧି ଚରମ ସୀମାରେ ପହଞ୍ଚିଛି । ପଡୋଶୀ ରାଷ୍ଟ୍ର ସହ ସୀମା ବିବାଦ ମଧ୍ୟ ଲାଗି ରହିଛି । ଦରବୃଦ୍ଧଇ ଓ ଚାଷୀ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ଯୋଜନା କରିଛନ୍ତି ବିରୋଧୀ । ମୁଖ୍ୟ ବିରୋଧୀ କଂଗ୍ରେସ ୧୫ରୁ ୧୬ଟି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବ ବୋଲି କହିଛି । ଅନ୍ୟପଟେ ଟିଏମସି, ଆରଜେଡି, ଶିବସେନା, ଏନସିପି ମଧ୍ୟ ନିଜ ନିଜର ରଣନୀତି ପ୍ରସ୍ତୁତ କରି ସାରିଛନ୍ତି । ନଭେମ୍ବର ୨୯ରୁ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ସଂସଦର ଶୀତକାଳିନ ଅଧିବେଶନ ଚାଲିବ । ଏଥରଅନେକ ବିଲ୍ ପାରିତ କରାଇବା ପାଇଁ ପ୍ରୟାସ କରିବେ କେନ୍ଦ୍ର ସରକାର । ପ୍ରଥମ ଦିନରେ ତିନି କୃଷି ଆଇନ୍ ପ୍ରତ୍ୟାହାର ନେଇ ଆରମ୍ଭ ହେବ ପ୍ରକ୍ରିୟା ।

ଏଥିସହିତ ପଢ଼ନ୍ତୁ: ପ୍ରତାରିତ ହେବା ପରେ ପୋଲିସର ଆଶ୍ରୟ ନେଇଥିଲେ ଯୁବତୀ: ଫାଣ୍ଡି ଭିତରେ ଏଭଳି କାଣ୍ଡ କଲେ ହୋମଗାର୍ଡ

Leave a Reply