spot_img
Home Blog Page 5011

ମମିତା ମୃତ୍ୟୁ ମାମଲାକୁ ନେଇ ସାଂଘାତିକ ଖୁଲାସା କଲେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ

ଭୁବନେଶ୍ୱର: ମହାଲିଙ୍ଗ ମମିତା ହତ୍ୟା ଘଟଣାକୁ ନିନ୍ଦା କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ଏହି ଘଟଣାକୁ ନେଇ କୌଣସି ବ୍ୟକ୍ତି କିମ୍ବା ଦଳ ନୁହଁନ୍ତି ସମସ୍ତ ରାଜ୍ୟବାସୀ ଲଜ୍ଜିତ ବୋଲି କହିଛନ୍ତି ଦାମ । ପୋଲିସ ତଦନ୍ତ ପରେ ଘଟଣାରେ ସଂଶ୍ଲିଷ୍ଟ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ବିରୋଧୀ ବିଶେଷ କରି ବିଜେପି ଏହାକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛି, କିଛି ଆନ୍ତରିକତା ନାହିଁ ।

ଆଇନ୍ ଶୃଙ୍ଖଳା ରାଜ୍ୟର ବିଷୟ । ଏଥିପାଇଁ ରାଜ୍ୟରେ ପୋଲିସ ରହିଛି । ସିବିଆଇ କେନ୍ଦ୍ରୀୟ ସଂସ୍ଥା । ବିଜେପି ନେତା କହୁଛନ୍ତି ସିବିଆଇ ତଦନ୍ତ ହେଉ । ଯଦି ରାଜ୍ୟ ପୋଲିସ ଉପରେ ବିଜେପିର ବିଶ୍ୱାସ ନାହିଁ, ତାହେଲେ ସିବିଆଇ ଆସିଲେ ବିଜେପି ଦ୍ୱାରା ପ୍ରଭାବିତ ହୋଇ ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ କିଛି କରିପାରନ୍ତି । ମୁଖ୍ୟମନ୍ତ୍ରୀ ସବୁକିଛି ଉପରେ ନଜର ରଖିଛନ୍ତି । ତଦନ୍ତ ସରିଲେ ନବୀନ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଛନ୍ତି ଦାମ ।

Senior Leader Damodar Rout Slams BJP Over Mamita Meher Case

ବିଜେପି ଓ କଂଗ୍ରେସ ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ କିଛି କରୁନାହାଁନ୍ତି, ଯାହା କରୁଛନ୍ତି ରାଜନୀତି ପାଇଁ । ମମିତାଙ୍କୁ ହତ୍ୟା କରି ଗୋବିନ୍ଦ ଓ ଅନ୍ୟାମାନେ ପୋତିଛନ୍ତି । ମନ୍ତ୍ରୀଙ୍କର ସମ୍ପୃକ୍ତି ନେଇ କୌଣସି ପ୍ରମାଣ ନାହିଁ । ବିରୋଧୀ ଖାଲି ତୁଚ୍ଛାରେ ଡେଉଁଛନ୍ତି । ତଥ୍ୟ ଓ ସାକ୍ଷ୍ୟ ପ୍ରମାଣ ଥିଲେ ଦେବାକୁ କହିଛନ୍ତି ଦାମୋଦର ରାଉତ । କେବଳ ରାଜନୈତିକ ଫାଇଦା ପାଇଁ ବିରୋଧୀ କଂଗ୍ରେସ ଓ ବିଜେପି ଏଭଳି କରୁଥିବା ଦାମ କହିଛନ୍ତି ।

ମମିତାଙ୍କୁ ନ୍ୟାୟ ଦେବାକୁ ବିରୋଧୀଙ୍କ ଆନ୍ତରିକତା ନାହିଁ । ବିଜେପିର ଆଭିମୁଖ୍ୟ ହେଉଛି, ଏହି ଘଟଣାକୁ ଆଳ କରି ରାଜନୈତିକ ଫାଇଦା ଉଠାଇବା । ବିଜେପି ଅଧ୍ୟକ୍ଷ ଯଦି ଏଠାକୁ କମିଟି ପଠାଉଛନ୍ତି, ୟୁପି ଲକ୍ଷ୍ମୀପୁର ଖେରିକୁ କାହିଁକି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି ଦାମ । ବାରମ୍ବାର ମମିତାଙ୍କ ଘରକୁ ଯାଇ ବିଜେପି ଡ୍ରାମ କରୁଥିବା ବେଳେ ପରିବାର ଲୋକ କଷ୍ଟ ପାଉଛନ୍ତି । ଏସବୁକୁ ନାପସନ୍ଦ କରିଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ ।

ପରଲୋକରେ କନ୍ନଡ ଅଭିନେତା ପୁନୀତ ରାଜକୁମାର

ବେଙ୍ଗାଲୁରୁ: ପରଲୋକରେ ଲୋକପ୍ରିୟ କନ୍ନଡ ଅଭିନେତା ପୁନୀତ ରାଜକୁମାର । ମୃତ୍ୟୁବେଳକୁ ତାଙ୍କୁ  ୪୬ ବର୍ଷ ବୟସ ହୋଇଥିଲା । ତାଙ୍କୁ ବେଙ୍ଗାଲୁରୁର ବିକ୍ରମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହୃଦଘାତରେ ପୀଡିତ ହେବା ପରେ ପୁନୀତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।  ଖବର ଅନୁଯାୟୀ ସେ ଅସୁସ୍ଥ ହେବା ପରେ ତାଙ୍କ ICUରେ ଭର୍ତ୍ତି କରାଯାଇଥିଲା । ପୁନୀତ ରାଜକୁମାର ଶିଶୁ କଳାକାର ଭାବରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏବଂ ୧୯୮୫ରେ ବେଟାଡେ ହୋଭୋରେ ଅଭିନୟ ପାଇଁ ଶ୍ରେଷ୍ଠ ଶିଶୁ କଳାକାର ଭାବରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ । ପୁନୀତ ପ୍ରାୟ ୨୯ରୁ ଅଧିକ କନ୍ନଡ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । ପୁନୀତଙ୍କୁ ତାଙ୍କ ପ୍ରଶଂସକମାନେ ଆପୁ ବୋଲି ଡାକୁଥିଲେ ।

ତେବେ ପୁନୀତଙ୍କ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ବହୁ ଜଣାଶୁଣା ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଛନ୍ତି ।

 

ଫେସବୁକ୍ କେମିତି କରୁଛି ଶହ ଶହ କୋଟି ରୋଜଗାର ? ଜାଣିଲେ ଆଶ୍ଚର୍ଯ୍ୟ ହେବେ..

ବର୍ତ୍ତମାନ ସୋସିଆଲ ମିଡିଆରେ ମୋଷ୍ଟ ପପୁଲାର ଆପ୍ ହେଉଛି ଫେସବୁକ୍ । ଯାହାକୁ ବିଶ୍ୱରେ ୨୯୧ କୋଟି ଲୋକ ବ୍ୟବହାର କରୁଛନ୍ତି । ଯେଉଁମାନଙ୍କର ଫେସବୁକ୍ ଆକାଉଣ୍ଟ ରହିଛି ସେମାନେ ନିଜର ଅଧିକାଂଶ ସମୟ ଫେସବୁକରେ ହିଁ କାଟୁଛନ୍ତି । କିନ୍ତୁ ଆପଣ ଜାଣନ୍ତି କି ଫେସବୁକରେ ଆପଣ ଫଟୋ ଏବଂ ଭିଡିଓ ଦେଖି ଯେତେ ଅଧିକ ସମୟ କାଟିବେ ଫେସବୁକ ସେତେ ଅଧିକା ଲାଭବାନ ହୋଇଥାଏ । ଯେଉଁଥିରୁ ସେ କୋଟି କୋଟି ଟଙ୍କା କମାଏ ।


ଗତ ଜାନୁଆରୀ ଏବଂ ମାର୍ଚ୍ଚ ମାସ ରିପୋର୍ଟ ଅନୁଯାୟୀ ବିଶ୍ୱରେ ୨୮୫ କୋଟି ଫେସବୁକ ୟୁଜର୍ସ ଥିଲେ । ଏପ୍ରିଲ ଓ ଜୁନ୍ ମାସରେ ୨୯୦ କୋଟି ଫେସବୁକ ୟୁଜର୍ସ ଥିବାବେଳେ ଏହା ଜୁଲାଇ ଓ ସେପ୍ଟେମ୍ବର ସୁଦ୍ଧା ୨୯୧ କୋଟିରେ ପହଁଚିଛି । ଆମେରିକାରେ ୨୦ କୋଟି, ମେକ୍ସିକୋରେ ୯.୮ କୋଟି, ବ୍ରାଜିଲରେ ୧୩ କୋଟି ଓ ଇଣ୍ଡୋନେସିଆରେ ୧୪ କୋଟି ଇଉଜର୍ସ ଥିବାବେଳେ ବିଶ୍ୱରେ ସବୁଠୁ ଅଧିକ ଫେସବୁକ ବ୍ୟବହାର କରୁଥିବା ଦେଶ ହେଉଛି ଭାରତ । ଯେଉଁଠାରେ ୩୪ କୋଟି ଇଉଜର୍ସ ଅଛନ୍ତି ।

ଜୁଲାଇ ଏବଂ ସେପ୍ଟେମ୍ବର ମାସ ଭିତରେ ଫେସବୁକକୁ ୨.୧ ଲକ୍ଷ କୋଟି ଟଙ୍କା ରେଭିନ୍ୟୁ ମିଳିଥିବାବେଳେ ଏଥିରେ ୯୮ ପ୍ରତିଶତ ଲାଭ ବିଜ୍ଞାପନରୁ ହିଁ ମିଳିଥାଏ । ରିପୋର୍ଟ ଅନୁଯାୟୀ ଜଣେ ଲୋକ ନିଜର ୩୩ ମିନିଟ୍ ଫେସବୁକରେ କାଟିଥାଏ । ଏମାନଙ୍କ ମଧ୍ୟରୁ ୪୩.୬ ପ୍ରତିଶତ ମହିଳା ଥିବାବେଳେ ୫୬.୪ ପ୍ରତିଶତ ପୁରୁଷ ଅଛନ୍ତି ।

 

ତେଣୁ ଆପଣ ଯେତିକି ଅଧିକ ସମୟରେ ଫେସବୁକରେ ଭିଡିଓ ଓ ଫଟୋ ଦେଖିବେ ଜୁକରବର୍ଗଙ୍କ ଆୟ ସେତିକି ଅଧିକ ବଢିବ ।

ଋଷରେ ବଢ଼ିଲା କରୋନା ; ୧୧ ଦିନ ପାଇଁ ଲକଡାଉନ

ମସ୍କୋ: ଋଷରେ ବେଲଗାମ୍ କରୋନା ଭାଇରସ । ଯାହାଫଳରେ ଋଷର ରାଜଧାନୀ ମସ୍କୋରେ ୧୧ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି । ଦେଶର ଅଧିକାଂଶ ସହରରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରୁ ଜାରି ହୋଇଛି ଲକଡାଉନ । ସମସ୍ତ ଦୋକାନବଜାର, ରେଷ୍ଟୁରାଣ୍ଟ ଓ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି । କେବଳ କିଛି ସୁପରମାର୍କେଟ ଓ ଫାର୍ମାସୀକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ପ୍ରତିଷ୍ଠାନ ବନ୍ଦ ରହିଛି । ଫୁଡ ଆଉଟଲେଟକୁ କଟକଣା ଭିତ୍ତିରେ ଖୋଲାଯାଇଛି । ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୧୫୯ ହେବା ପରେ ଏହି କଟକଣା ଲାଗୁ ହୋଇଛି । ଋଷରେ ୪୦ ହଜାରରୁ ଅଧିକ ସଂକ୍ରମିତ ଠାବ ହେବାରୁ କଟକଣାକୁ ଜୋରଦାର କରାଯାଇଛି । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୦ ହଜାର ପାର୍ ହୋଇଥିବାରୁ ଆତଙ୍କ ପ୍ରକାଶ ପାଇଛି । ତେବେ ଏହି ମୃତ୍ୟୁ ସଂଖ୍ୟା ବାସ୍ତବରେ ୪ ଲକ୍ଷରୁ ଅଧିକ ହେବ ବୋଲି ବେସରକାରୀ ଭାବେ କୁହାଯାଇଛି ।

ଗୁରୁବାର ସୁଦ୍ଧା ଋଷର ଜନସଂଖ୍ୟାର ମାତ୍ର ୩୨ ପ୍ରତିଶତ ଲୋକଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରାଯାଇଛି ବୋଲି ଗୋଗୋଭ ଓ୍ବେବସାଇଟରେ ପ୍ରକାଶ ପାଇଛି । ତେବେ ଲଗାତର ଭାବରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ରୋକିବା ପାଇଁ ଋଷ ରାଷ୍ଟ୍ରପତି ବ୍ଲାଡମିର ପୁଟିନ୍ ଗତ ସପ୍ତାହରେ ଅକ୍ଟୋବର ୩୦ରୁ ନଭେମ୍ବର ୭ ପର୍ଯ୍ୟନ୍ତ ଦେଶବ୍ୟାପୀ ଛୁଟି କରିବାକୁ ନିର୍ଦ୍ଦେଶ ଦେଇଥିଲେ ଏବଂ ମସ୍କୋ କର୍ତ୍ତୁପକ୍ଷ ଗୁରୁବାରଠାରୁ ରାଜଧାନୀରେ ଅତ୍ୟାବଶକ ସେବା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ଅଲିଭ ରିଡଲେଙ୍କ ସୁରକ୍ଷା ପାଇଁ ଆସିଲା ମୋବାଇଲ ଆପ୍

ଭୁବନେଶ୍ୱର: ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ ଆସିଲା ମୋବାଇଲ ଆପ୍। ଏମ. ଏସ ସ୍ଵାମୀନାଥନ ରିସର୍ଚ୍ଚ ଫାଉଣ୍ଡେସନ ସହଯୋଗରେ ଓଡ଼ିଶା ସରକାର ଏହି ଆପ୍‌ ବିକଶିତ କରିଛନ୍ତି। ମୋବାଇଲ ଆପ୍ଲିକେସନ ଫିସର ଫ୍ରେଣ୍ଡ ମୋବାଇଲ ଆପ୍ଲିକେସନ- ଫିସର ଫ୍ରେଣ୍ଡ୍ ମୋବାଇଲ୍ ଆପ୍ଲିକେସନ୍ (FFMA) ରଖାଯାଇଛି।

ଏହା ମାଛଧରା ନିଷିଦ୍ଧାଞ୍ଚଳ ନେଇ ସତର୍କ ସୂଚନା ମଧ୍ୟ ପ୍ରଦାନ କରିବ। ଓଡ଼ିଶା ଉପକୂଳରେ ବିରଳ ସାମୁଦ୍ରିକ କଇଁଛ ଅଲିଭ ରିଡଲେଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟାକୁ ସୁରକ୍ଷିତ କରିବାକୁ ଏହି ଆପ୍ ବ୍ୟବହାର ହେବ। ଏହି ଅଫଲାଇନ ମୋବାଇଲ ଆପ୍ଲିକେସନକୁ ମତ୍ସ୍ୟଜୀବୀ ବିନାମୂଲ୍ୟରେ ଡାଉନଲୋଡ କରି ମାଛଧରା ନିଷିଦ୍ଧାଞ୍ଚଳର ପରିସୀମା ସଂପର୍କରେ ଜାଣିପାରିବେ। ବିଶେଷ କରି ଏହି ମୋବାଇଲ ଆପ୍ଲିକେସନ ନିମନ୍ତେ ଇଣ୍ଟରନେଟର ଆବଶ୍ୟକତା ପଡିବନାହିଁ ବୋଲି ଜଣାପଡିଛି।

 

ତେବେ ସମୁଦ୍ର ମଧ୍ୟରେ ଅଫଲାଇନରେ ଏହା କାମ କରିବ ବୋଲି ଜଣାପଡିଛି। ଏହାଦ୍ଵାରା କଇଁଛଙ୍କ ମିଳନ ଓ ଅଣ୍ଡାଦାନ ପ୍ରକ୍ରିୟା ନିମନ୍ତେ ଉଦ୍ଦିଷ୍ଟ ମାଛଧରା ନିଷିଦ୍ଧାଞ୍ଚଳ ସମ୍ପର୍କରେ ମତ୍ସ୍ୟଜୀବୀଙ୍କୁ ସୂଚନା ମିଳିପାରିବ। ଏହା ବ୍ୟତୀତ ଏହି ମୋବାଇଲ ଆପ୍ଲିକେସନ ଦ୍ବାରା ପାଣିପାଗ ସମ୍ପର୍କିତ ଆଗୁଆ ସୂଚନା, ମାଛଧରା ସ୍ଥଳ ନିରୂପଣ, ସାମୁଦ୍ରିକ ଅବସ୍ଥିତି, ଆନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା ସତର୍କତା ଏବଂ ଜାତୀୟ ସାମୁଦ୍ରିକ ସୂଚନା କେନ୍ଦ୍ର-INCOIS ଦ୍ବାରା ପ୍ରସାରିତ ଅନ୍ୟ ବିପର୍ଯ୍ୟୟ ସୂଚନା ମଧ୍ୟ ଉପଲବ୍ଧ ହେବ।

ବିଶେଷକରି ଏହି ଆପ୍‌ ଦ୍ବାରା ସମୁଦ୍ର ମଧ୍ୟରେ ମତ୍ସ୍ୟଜୀବୀମାନଙ୍କ ନିରାପତ୍ତା ଓ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରାଯାଇପାରିବ।

୧୧ ମାସ ପରେ ଖୋଲୁଛି ଗାଜିପୁର, ଟିକରି ସୀମା

ନୂଆଦିଲ୍ଲୀ: ଖୁବଶୀଘ୍ର ଖୋଲିବ ଗାଜିପୁର ଓ ଟିକରି ବର୍ଡର ରାସ୍ତା । ପୋଲିସ ଦୁଇଟି ଯାକ ସ୍ଥାନରେ ବ୍ୟାରେକଡ୍ ହଟାଇବା ଆରମ୍ଭ କରିଛି । ସେକ୍ଟର ୨, ୩ ଓ ଏନ୍ଏଚ୍ ୯ ରାସ୍ତା ଖୋଲୁଥିବା ଡିସିପି ପ୍ରିୟଙ୍କା କଶ୍ୟପ ସୂଚନା ଦେଇଛନ୍ତି । ଖୁବଶୀଘ୍ର ଏନ୍ଏଚ୍-୨୪ ମଧ୍ୟ ଖୋଲି ଦିଆଯିବ । ଦିଲ୍ଲୀ ପୋଲିସ ଅନୁସାରେ, ଆନ୍ଦୋଳନରତ କୃଷକଙ୍କ ସହ ସହମତି ପରେ ଦୁଇ ସୀମାରେ ଜରୁରୀକାଳୀନ ରାସ୍ତା ଖୋଲାଯିବ । ଶୁକ୍ରବାର ସକାଳୁ ପୋଲିସ ବ୍ୟାରିକେଡ୍ ହଟାଉଥିବା ଦେଖିବାକୁ ମିଳିଛି । ରାସ୍ତା ଖୋଲିବା ଦ୍ୱାରା ୧୧ ମାସ ଧରି କୃଷକ ଆନ୍ଦୋଳନ ଦ୍ୱାରା ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକ ଆଶ୍ୱସ୍ତି ପାଇବେ ।

Removal of Police barricading at Tikri border underway

ଦିଲ୍ଲୀ ପୋଲିସ ଟିକରି ବର୍ଡରରେ ଲାଗିଥିବା ବ୍ୟାରିକେଡ୍ ହଟାଇ ନେଇଛି । ଏଥିସହ ଜେସିବି ସହାୟତାରେ ରାସ୍ତା ମଧ୍ୟ ସଫା କରାଯାଉଛି । ଦୁଇ ଦିନ ପୂର୍ବରୁ ହରିୟାଣା ସରକାରଙ୍କ ଉଚ୍ଚସ୍ତରୀୟ କମିଟି ବାହାଦୂରଗଡ଼ରେ ହୋଇଥିବା କୃଷକ ବୈଠକରେ ବନ୍ଦ ସଡ଼କ ସ୍ଥିତି ପରଖିଥିଲେ । ପୂର୍ବରୁ ସୀମାରେ କୃଷକ ଆନ୍ଦୋଳନ ମଞ୍ଚ ଯାଏଁ ରାସ୍ତାକୁ ଖୋଲି ଦିଆ ଯାଇଥିଲା ।

Removal of Police barricading at Tikri border underway

ଅକ୍ଟୋବର ୨୧ରେ ସୁପ୍ରିମକୋର୍ଟ କହିଥିଲେ, କୃଷକଙ୍କୁ ଆନ୍ଦୋଳନର ଅଧିକାର ରହିଛି । ତା ମାନେ ନୁହେଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାସ୍ତାକୁ ବନ୍ଦ କରି ଦିଆଯିବ । ଏହାପରେ ବ୍ୟାରିକେଡ୍ ହଟା ଯାଉଛି । ଦିଲ୍ଲୀ ପୋଲିସ ସହ ହରିୟାଣା ପୋଲିସ ସମ୍ପର୍କରେ ରହିଛି । କୃଷକ ନେତା ରାଜି ହେଲେ ଆଜି ସନ୍ଧ୍ୟା ସୁଦ୍ଧା ସୀମାରେ ରାସ୍ତାକୁ ଖୋଲି ଦିଆଯିବ ।

ତୈଳ ବଜାରରେ ନିଆଁ; ପୁଣି ବଢିଲା ଲିଟର ପିଛା ୩୫ ପଇସା

ଭୁବନେଶ୍ୱର: ପ୍ରତିଦିନ ବଢୁଛି ପେଟ୍ରୋଲ ଓ ଡିଜେଲ ଦର। ଆଜି ମଧ୍ୟ ପୁଣି ଥରେ ତୈଳଦର ୩୫ପଇସା ବଢ଼ିଥିବା ଖବର ମିଳିଛି। ପେଟ୍ରୋଲ ଦର ୩୫ ପଇସା ବଢ଼ିଥିବା ବେଳେ ଡିଜେଲ ଦର ବି ୩୫ ପଇସା ବଢ଼ିଛି । ବର୍ଦ୍ଧିତ ଦରକୁ ମିଶାଇ ଦିଲ୍ଲୀରେ ପେଟ୍ରୋଲ ଦାମ ୧୦୮ ଟଙ୍କା ୬୪ ପଇସା ହୋଇଛି ।

ସେହିପରି ଡିଜେଲ ୯୭ ଟଙ୍କା ୩୭ ପଇସା ହୋଇଛି । ମୁମ୍ବାଇରେ ପେଟ୍ରୋଲ ୧୧୪ଟଙ୍କା ୪୭ପଇସା,ଡିଜେଲ ୧୦୫ଟଙ୍କା ୪୯ପଇସା ହୋଇଛି । କୋଲକାତାରେ ପେଟ୍ରୋଲ ୧୦୯ଟଙ୍କା ୨ ପଇସା ଡିଜେଲ ୧୦୦ ଟଙ୍କା ୪୯ ପଇସା, ଚେନ୍ନାଇରେ ପେଟ୍ରୋଲ ୧୦୫ ଟଙ୍କା ୫୯ ପଇସା ଓ ଡିଜେଲ ୧୦୧ ଟଙ୍କା ୫୯ ପଇସା ହୋଇଛି । ଭୁବନେଶ୍ବରରେ ପେଟ୍ରୋଲ ଦାମ ୧୦୯ ଟଙ୍କା ୬୧ ପଇସା ଓ ଡିଜେଲ ୧୦୬ଟଙ୍କା ୨୪ପଇସା ହୋଇଛି।

କମିବ ନାହିଁ ଟ୍ରେନ୍ ଟିକେଟ

ନୂଆଦିଲ୍ଲୀ: ହ୍ରାସ ପାଇବ ନାହିଁ IRCTCର ଆୟ । IRCTCର ସୁବିଧା ଶୁକ୍ଳ ସମ୍ପର୍କରେ ରେଳ ମନ୍ତ୍ରଣାଳୟ ଗତକାଲିର ନିଷ୍ପତ୍ତି ପ୍ରତ୍ୟାହାର କରିନେଇଛି । ଏହାକୁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ସଚିବ ଡିପିଏମ୍ ଟୁଇଟ୍ କରି ନିଶ୍ଚିତ କରିଛନ୍ତି । ତେବେ ରେଳ ମନ୍ତ୍ରଣାଳୟର ଏହି ନିଷ୍ପତ୍ତି ସହିତ ଗ୍ରାହକଙ୍କୁ ଶସ୍ତା ଟିକେଟ ମିଳିବ ନାହିଁ । ଏହାପୂର୍ବରୁ ଗତକାଲି ରେଳବାଇ ଏହାର ଅନଲାଇନ ଟିକେଟ୍ ବୁକିଂ IRCTCକୁ ସୁବିଧା ଶୁକ୍ଳରୁ ପ୍ରାପ୍ତ ରାଜସ୍ବର ୫୦ ପ୍ରତିଶତ ଅର୍ଥାତ ରେଳବାଇ ସହିତ ଏହାର ଓ୍ବେବସାଇଟରେ ବୁକିଂ ସମୟରେ ଚାର୍ଜ ହୋଇଥିବା ସୁବିଧା ଶୁକ୍ଳ ବାଣ୍ଟିବାକୁ କହିଥିଲା । ତେବେ ଗତକାଲି IRCTCର ଅଂଶ କାହିଁକି ହ୍ରାସ ହେଲା । ୨୦୧୬ ମସିହାରେ ଯେତେବେଳେ IRCTCର ସମସ୍ତ ଅଂଶ ସରକାରଙ୍କ ପାଖରେ ଥିଲା । ସେତେବେଳେ ରେଳ ମନ୍ତ୍ରଣାଳୟ ପାଖକୁ ସୁବିଧା ଦେୟର ୫୦ ପ୍ରତିଶତ ଯାଉଥିଲା । ତେବେ ଏହି ନିଷ୍ପତ୍ତି ପରେ ଓଲଟପାଲଟ ହୋଇଗଲା ଏବଂ IRCTC ସୁବିଧା ଶୁଳ୍କ ରଖିବା ବ୍ୟବହୃତ ହେଲା । ଏହା ପରେ ଏହି କମ୍ପାନୀର ଆଇପିଓ ଆସିଲା ଯାହା ନିବେଶକଙ୍କ ଦ୍ବାରା ନିଆଯାଇଥିଲା । ତେବେ ଗତକାଲି ରେଳ ମନ୍ତ୍ରଣାଳୟର ନିଷ୍ପତ୍ତି ପରେ  IRCTCର ଷ୍ଟକ୍ ଆଜି ୨୦ ପ୍ରତିଶତ ହ୍ରାସ ପାଇଛି ।

ତେବେ ଏବେ ଆପଣଙ୍କ ମନରେ ଏବେ ପ୍ରଶ୍ନ ଉଠୁଥିବା କି ଏହି ସୁବିଧା ଦେୟ କ’ଣ । ଯଦି ଆପଣ IRCTCରେ ଟ୍ରେନ ଟିକେଟ ବୁକିଂ କରନ୍ତି ତେବେ ଟ୍ରେନ ଭଡ଼ା ବ୍ୟତୀତ ଆପଣ ସୁବିଧା ଫି ଭାବରେ କିଛି ପରିମାଣ ଦେଉଥିବେ । ଏହି ପରିମାଣ ଦେଖିବାକୁ ଅମୂଳକ ମନେ ହୁଏ କିନ୍ତୁ ଏହି IRCTC ଏଥିରୁ ପ୍ରତିଦିନ କୋଟି କୋଟି ଟଙ୍କାର ରୋଜଗାର କରିଥାଏ । ଯଦି ଆପଣ ଟିକେଟ ବାତିଲ କରୁଛନ୍ତି ତେବେ ବି ଆପଣ ଏହି ସୁବିଧା ଫି ଫେରସ୍ତ ପାଇବେ ନାହିଁ । IRCTCର ବାର୍ଷିକ ରିପୋର୍ଟ ଅନୁଯାୟୀ ୨୦୨୦-୨୧ ମସିହାରେ କମ୍ପାନୀ ସୁବିଧା ଶୁଳ୍କ ବାବଦରେ  ୨୯୯.୧୩ କୋଟି ଟଙ୍କା ଆଦାୟ କରିଥିଲା । ଏହା ପୂର୍ବରୁ ୨୦୧୯-୨୦ରେ କମ୍ପାନୀ ଏହି ସୁବିଧା ଶୁଳ୍କରୁ ୩୪୯.୬୪ କୋଟି ଟଙ୍କା ଆଦାୟ କରିଥିଲା ।

ନବାବ ମଲିକଙ୍କ ଅଭିଯୋଗ, ‘ସେକ୍ସ ରାକେଟ ଚଳାଉଛନ୍ତି ଫ୍ୟାସନ ଟିଭିର ମୁଖ୍ୟ’

ମୁମ୍ବାଇ: ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିବା ଏନସିପି ନେତା ନବାମ ମଲିକ ପୁଣି ଥର ବଡ଼ ଖୁଲାସା କରିଛନ୍ତି । କ୍ରୁଜ୍ ଡ୍ରଗ୍ସ ମାମଲାରେ ନୂଆ ଖୁଲାସା କରିଛନ୍ତି । ମଲିକ କହିଛନ୍ତି, କ୍ରୁଜ ପାର୍ଟିରେ ଉପସ୍ଥିତ ଥିବା ଦାଢ଼ିବାଲା ହେଉଛନ୍ତି ଫ୍ୟାସନ ଟିଭିର ଭାରତ ମୁଖ୍ୟ କାସିଫ୍ ଖାନ । ମଲିକ ଅଭିଯୋଗ କରିଛନ୍ତି, କାସିଫ୍ ଖାନ ଡ୍ରଗ୍ସ ପାର୍ଟିର ଆୟୋଜନ କରିଥିଲେ ଏବଂ ସେ ସେକ୍ସ ରାକେଟ ଚଳାଉଛନ୍ତି ।

ଏଥିସହ ପଢ଼ନ୍ତୁ: କାହିଁକି ବଦଳିଲା ଫେସବୁକ ନାଁ, ଆପଣଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ ?

ଏହା ପରେ ବି ଏନସିବି କାସିଫଙ୍କୁ କ୍ରୁଜରୁ ଛାଡ଼ି ଦେଇଥିଲା । ମଲିକ ଆହୁରି ମଧ୍ୟ କହିଛନ୍ତି, କାସିଫ୍ ଓ ୱାଙ୍ଖଡେ ଭଲ ସାଙ୍ଗ । ଏଥିପାଇଁ କାସିଫଙ୍କୁ ଏନିସିବି ଛାଡ଼ି ଦେଇଛି । କାହିଁକି ସମୀର ୱାଙ୍ଖଡେ ଓ ତାଙ୍କ ଟିମ୍ କାସିଫଙ୍କୁ ଛାଡ଼ି ଦେଲେ ତାର ଏନିସିବି ଯାଞ୍ଚ କରୁ ବୋଲି କହିଛନ୍ତି ନବାବ ମଲିକ । ଏହା ପୂର୍ବରୁ ପ୍ରେସମିଟ୍ କରି ନବାବ ମଲିକ କହିଥିଲେ, କାସିଫଙ୍କ ଗର୍ଲଫ୍ରେଣ୍ଡ ମଧ୍ୟରେ କ୍ରୁଜରେ ଉପସ୍ଥିତ ଥିଲେ ।

ନବାବ ମଲିକ ଦାବି କରିଛନ୍ତି, ଆସିଫଙ୍କ ଆକାଉଣ୍ଟର ଏକ ଭିଡିଓ ପୋଷ୍ଟ ହୋଇଛି । ଯେଉଁଥିରେ ସନ୍ଧ୍ୟା ୬ଟା ୨୩ରେ ଆସିଫ ନିଜ ଗର୍ଲଫ୍ରେଣ୍ଡଙ୍କ ସହ କ୍ରୁଜରେ ରହିଛନ୍ତି । ଏହାକୁ ନେଇ ନବାବ ସମୀର ୱାଙ୍ଖଡେଙ୍କୁ ପ୍ରଶ୍ନ କରିଛନ୍ତି ।