‘ସକାଳ’ର ପ୍ରଥମ ସ୍ବନକ୍ଷତ୍ର

ଭୁବେନଶ୍ବର: ଦୈନିକ ଓଡ଼ିଆ ଖବରକାଗଜ ’ସକାଳ’ର ପ୍ରଥମ  ସ୍ବନକ୍ଷତ୍ର ଉତ୍ସବ ଗୁରୁବାର ପାଳିତ ହୋଇଯାଇଛି । ଏ ଅବସରରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଖ୍ୟାତ ସାମ୍ବାଦିକ ପଦ୍ମଭୂଷଣ ଶେଖର ଗୁପ୍ତା, ଓଡ଼ିଶା ଦକ୍ଷତା ବିକାଶ ସଂସ୍ଥାର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଅତିଥି ଭାବେ ଯୋଗଦାନ କରିଛନ୍ତି । ଉଦଘାଟନ କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମଶର୍ଦାତା ମାନସ ମଙ୍ଗରାଜ ସାମିଲ ହୋଇଥିଲେ ।

କାର୍ଯ୍ୟକ୍ରମରେ ’ସକାଳ’ ସଂପାଦକ ଡ. ଉମାକାନ୍ତ ମିଶ୍ର, ସିଇଓ ସୁବ୍ରତ ଦାସ ଓ କାର୍ଯ୍ୟକାରୀ ସଂପାଦକ ସମରେନ୍ଦୁ ଦାସ ଯୋଗ ଦେଇଥିଲେ ।  ଏ ଅବସରରେ ବିଶିଷ୍ଟ ସାହିତ୍ୟିକ ସାତକଡ଼ି ହୋତା, ବୈଜ୍ଞାନିକ ଜ୍ଞାନଦେବ ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ’ସକାଳ’ ସ୍ବନକ୍ଷତ୍ର ବିଶେଷାଙ୍କ ’ସୃଷ୍ଟି’ ଉନ୍ମୋଚିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସୂଚନା ଓ ଲୋକ ସଂପର୍କ ସଚିବ ବିଷ୍ଣୁପଦ ସେଠୀ, ସକାଳର ପ୍ରକାଶକ ଅମିତ କୁମାର ମଲ୍ଲିକ, ସହକାରୀ ବାର୍ତ୍ତା ସମ୍ପାଦକ ମହେଶ୍ୱର ସାହୁ, ବ୍ୟୁରୋ ମୁଖ୍ୟ ରଞ୍ଜିତ ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ  ।

Leave a Reply