ରାଜଭବନରେ ପହଞ୍ଚିଲା ଦରଦାମ ବୃଦ୍ଧି ତାତି

ଭୁବନେଶ୍ବର: ରାଜରାସ୍ତାରୁ ରାଜଭବନ ପହଞ୍ଚିଲା ଦରଦାମ ବୃଦ୍ଧି ତାତି । ପେଟ୍ରୋଲ, ଡିଜେଲ ଓ ଗ୍ୟାସ୍ ଦର ଅହେତୁକ ବୃଦ୍ଧି ପ୍ରତିବାଦରେ ବିଜେଡିର ଧାରଣା ।

ମହିଳା, ଯୁବ ଓ ଛାତ୍ର ବିଜେଡି କର୍ମୀ ଧାରଣାରେ ସାମିଲ । ପୂର୍ବରୁ ତିନି ଦିନ ଧରି କଟକ, ସମ୍ବଲପୁର ଓ ବ୍ରହ୍ମପୁର ଆରଡିସି କାର୍ଯ୍ୟାଳୟ ସହ ବିଭିନ୍ନ ବ୍ଲକରେ ଆନ୍ଦୋଳନ କରିଥିଲା ଦଳ । ୩୦ ତାରିଖ ସୁଦ୍ଧା ଦରବୃଦ୍ଧି କମାଇବାକୁ କେନ୍ଦ୍ରକୁ ସତର୍କବାଣୀ ଶୁଣାଇଥିଲା ଦଳ । କେନ୍ଦ୍ର ସରକାର ଦରଦାମ କମାଇବା ନେଇ କୌଣସି ପଦକ୍ଷେପ ନନେବାରୁ ଆନ୍ଦୋଳନକୁ ଜୋରଦାର କରିଛି ଦଳ ।

କେବଳ ପେଟ୍ରୋଲ, ଡିଜେଲ କି ଗ୍ୟାସ୍ ଦର ବୃଦ୍ଧି ଘଟୁନାହିଁ । ଏହାର ପ୍ରଭାରରେ ସମସ୍ତ ପ୍ରକାର ପଦାର୍ଥ ଓ ଖାଦ୍ୟପେୟର ଦାମ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଖାଇବା ତେଲଠାରୁ ଆରମ୍ଭ କରି ଅଟା, ଡାଲି ଓ ଅନ୍ୟାନ୍ୟ ସାମଗ୍ରୀ ଦର ଅହେତୁକ ବୃଦ୍ଧି ପାଇଛି । ପରିବା ବଜାରରେ ଯେମିତି ନିଆଁ ଲାଗିଛି । ସ୍ଥିତି ଏମିତି ହୋଇଛି ଯେ ଟଙ୍କା ହଜାରେ ନେଇ ଗଲେ ବି ପରିବା ବ୍ୟାଗ୍ ପୂରଣ ହେଉନାହିଁ । ଘରକରଣା ସାମଗ୍ରୀ କଥା ତ ନକହିବା ପର । ଏହା କେବଳ ଓଡ଼ିଶା କଥା ନୁହେଁ । ପୂରା ଦେଶରେ ଦରଦାମ ବୃଦ୍ଧିକୁ ନେଇ ତ୍ରାହୀ ତ୍ରାହୀ ଡାକୁଛନ୍ତି ଲୋକେ । ଗରିବ ଖଟିଖିଆଙ୍କ ହାଣ୍ଡିଶାଳରୁ ବିଭିନ୍ନ ପ୍ରକାର ରୋଷେଇ ସାମଗ୍ରୀ ଯେମିତି ଉଭାନ ହୋଇଗଲାଣି ।

Leave a Reply