spot_img
Home Blog Page 5010

ଆଜି ମୁକୁଳିବେନି ଆର୍ୟନ, ଜେଲରେ ପହଞ୍ଚିନି ବେଲ୍ ଅର୍ଡର

ମୁମ୍ବାଇ: ଜେଲରେ କଟିବ ଆଜି ରାତି । ତମାମ୍ ଚେଷ୍ଟା ସତ୍ତ୍ୱେ ଆଜି ‘ମନ୍ନତ’କୁ ଫେରି ପାରିବେନି ଆର୍ୟନ ଖାନ । କିଙ୍ଗ ଖାନ ଶାହରୁଖଙ୍କ ସହ ଫ୍ୟାନ୍ସ ଆର୍ୟନଙ୍କୁ ଅପେକ୍ଷା କରି ରହିଥିଲେ । ସେ କେତେବେଳେ ଜେଲରୁ ବାହାରିବେ । କିନ୍ତୁ ବେଲ୍ ଅର୍ଡର କପି ଏନଡିପିଏସ୍ କୋର୍ଟରୁ ଆର୍ଥର ରୋଡ୍ ଜେଲ୍ ସନ୍ଧ୍ୟା ୫ଟା ୩୦ ସୁଦ୍ଧା ପହଞ୍ଚି ପାରିନି । ଏଥିପାଇଁ ଜାମିନ୍ ମିଳିବା ପରେ ମଧ୍ୟ ଆର୍ୟନ ଆଜି ରାତି ଜେଲରେ କାଟିବେ ।

ଏଥିସହ ପଢ଼ନ୍ତୁ: କୋର୍ଟରୁ ଆସିଲା ବେଲ୍ ଅର୍ଡର, କୌଣସି ମୁହୂର୍ତ୍ତରେ ଜେଲରୁ ବାହାରି ପାରନ୍ତି ଆର୍ୟନ ଖାନ

୧ ଲକ୍ଷ ଟଙ୍କା ଓ ବ୍ୟକ୍ତିଗତ ମୁଚାଲିକାରେ ଆର୍ୟନଙ୍କୁ ଜାମିନ୍ ମିଳିଛି । ଗତକାଲି ବମ୍ବେ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିବା ବେଳେ ଆଜି ଆସିଥିଲା ବେଲ୍ ଅର୍ଡର । ବେଲ୍ ପାଇଥିବା ଆର୍ୟନଙ୍କୁ କୋର୍ଟଙ୍କ ଅନେକ ଗୁଡ଼ିଏ ସର୍ତ୍ତ ମାନିବାକୁ ପଡ଼ିବ । ଜାମିନ୍ ନିର୍ଦ୍ଦେଶନାମାରେ କୁହାଯାଇଛି, ଆଗକୁ ଆର୍ୟନ ସମାନ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିବେ ନାହିଁ । ଏପରିକି ସହ ଅଭିଯୁକ୍ତଙ୍କ ସହ ସମ୍ପର୍କରେ ରହିବାକୁ ବାରଣ କରାଯାଇଛି ।

ସ୍ୱତନ୍ତ୍ର କୋର୍ଟରେ ତତକ୍ଷଣାତ୍ ପାସପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାରି ନିର୍ଦ୍ଦେଶନାମା ମୁତାବକ ପ୍ରତି ଶୁକ୍ରବାର ଆର୍ୟନ ଖାନ ଏନସିବି କାର୍ଯ୍ୟାଳୟରେ ହାଜିରା ଦେବେ । ଏଥିପାଇ କୋର୍ଟ ସମୟ ମଧ୍ୟ ନିର୍ଘଣ୍ଟ କରିଛନ୍ତି । ପ୍ରତି ଶୁକ୍ରବାର ଦିନ ୧୧ଟାରୁ ମଧ୍ୟାହ୍ନ ୨ଟା ମଧ୍ୟରେ ଆର୍ୟନ ଖାନ ଏନସିବି କାର୍ଯ୍ୟାଳୟରେ ଉପସ୍ଥିତ ରହିବେ । ଏନଡିପିଏସ୍ କୋର୍ଟଙ୍କ ବିନା ଅନୁମତିରେ ଆର୍ୟନ ଦେଶ ନ ଛାଡ଼ିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

୨ ଦିନ ଧରି ଲଗାତାର ଜାମିନ ଆବେଦନର ଶୁଣାଣି ବେଳେ ଆର୍ୟନଙ୍କ ଓକିଲ ବହୁ ଯୁକ୍ତି ରଖିଥିଲେ । ଗୁରୁବାର ଆର୍ୟନଙ୍କ ଓକିଲଙ୍କ ଯୁକ୍ତି ଆଗରେ କାଟ୍ ଖାଇଥିଲା ଏନସିବିର ଦାବି । ଆର୍ୟନଙ୍କ ସହ ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନଙ୍କୁ ବମ୍ବେ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିଲେ । ଏନସିବି ଅକ୍ଟୋବର ୩ରେ କ୍ରୁଜରୁ ଆର୍ୟନ୍ ଖାନଙ୍କୁ ଗିରଫ କରିଥିଲା ।

ଏହି ଦେଶରେ ପେଟ୍ରୋଲ ଲିଟର ୧.୫୦ ପଇସା, ୫୦ ଟଙ୍କାରେ ଟାଙ୍କି ଭର୍ତ୍ତି

ନୂଆଦିଲ୍ଲୀ: ଦେଶରେ ତୈଳଦର ଦିନକୁ ଦିନ ଏତେ ବଢ଼ୁଛି ଯେ ଗାଡ଼ି ଚଢ଼ିବାକୁ ଲୋକେ ଡରିଲେଣି । ରାଜସ୍ଥାନର ଶ୍ରୀଗଙ୍ଗାନଗର, ମଧ୍ୟପ୍ରଦେଶର ଅନୁପପୁର ଓ ବାଲଘାଟ ସମେତ କେତେକ ସ୍ଥାନରେ ପେଟ୍ରୋଲ ଲିଟର ପିଛା ପ୍ରାୟ ୧୨୦ ଟଙ୍କାରେ ବିକ୍ରି ହେଉଛି । ଆମ ରାଜ୍ୟର ମାଲକାନଗିରିରେ ମଧ୍ୟ ପେଟ୍ରୋଲ୍ ଓ ଡିଜେଲ୍ ଦର ସବୁଠୁ ଅଧିକ ରହିଛି । ଭାରତରେ ତୈଳଦର ହୁ ହୁ ହୋଇ ବଢ଼ୁଥିବା ବେଳେ ଦୁନିଆରେ ଏମିତି କିଛି ଦେଶ ଅଛନ୍ତି ଯେଉଁଠି ପେଟ୍ରୋଲ ଓ ଡିଜେଲ୍ ଆମଠୁ ମହଙ୍ଗା ତ ଆଉ କେଉଁଠି ବେଶ୍ ଶସ୍ତା ।

କେଉଁଠି ମହଙ୍ଗା ?

ଦୁନିଆର ସବୁ ଦେଶ ଅପେକ୍ଷା ହଂକଂରେ ପେଟ୍ରୋଲ ଦାମ ସବୁଠୁ ଅଧିକ । ହଂକଂରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୨.୫୬ ଡଲାର୍ ଅର୍ଥାତ୍ ଭାରତୀୟ ମୁଦ୍ରାରେ ୧୯୨ ଟଙ୍କାରୁ ଅଧିକ । ସେହିଭଳି ନେଦରଲ୍ୟାଣ୍ଡରେ ପେଟ୍ରୋଲ ୨.୧୮ ଡଲାର୍ ଅର୍ଥାତ୍ ଭାରତୀୟ ମୁଦ୍ରାରେ ଲିଟର ପିଛା ୧୬୩ ଟଙ୍କା । ସେହିଭଳି ସେଣ୍ଟ୍ରାଲ୍ ଆଫ୍ରିକାନ ରିପବ୍ଲିକରେ ପେଟ୍ରୋଲ ଦର ୧୬୦ ଟଙ୍କା ପାଖାପାଖି । ଇସ୍ରାଏଲ୍, ନରୱେ, ଫିନଲ୍ୟାଣ୍ଡ, ଡେନମାର୍କ, ଆଇସଲ୍ୟାଣ୍ଡ ଭଳି ଦେଶରେ ମଧ୍ୟ ପେଟ୍ରୋଲ୍ ବହୁତ ମହଙ୍ଗା ।

Cheapest Petrol One Rupee Per Liter Tank Full Only In 50 Rupees

କେଉଁଠି ଶସ୍ତା ?

ରିପୋର୍ଟ ଅନୁସାରେ, ଦକ୍ଷିଣ ଆମେରିକୀୟ ଦେଶ ଭେନଜୁଏଲାରେ ପେଟ୍ରୋଲ୍ ସବୁଠୁ ଶସ୍ତା । ଏଠାରେ ପେଟ୍ରୋଲର ଲିଟର ପିଛା ଦର ୦.୦୨ ଡଲାର୍ । ଅର୍ଥାତ୍ ଏଠାରେ ଆପଣ ୧ ଟଙ୍କା ୫୦ ପଇସା ଦେଲେ ଗୋଟିଏ ଲିଟର ପେଟ୍ରୋଲ ପକାଇ ପାରିବେ ।

ଏବେ ଆସିବା ଭାରତକୁ । ଯଦି ଆପଣଙ୍କ କାରର ତେଲ ଟାଙ୍କି ୩୦ ଲିଟର କ୍ଷମତା ବିଶିଷ୍ଟ ତାହେଲେ ଟାଙ୍କି ଫୁଲ୍ ପାଇଁ ଦିଲ୍ଲୀରେ ଆପଣଙ୍କୁ ୩୨୬୦ ଟଙ୍କା, ମୁମ୍ବାଇରେ ୩୪୩୪ ଟଙ୍କା ଦେବାକୁ ପଡ଼ିବ । ଏଭଳି ସ୍ଥିତିରେ ଯଦି ଭେନଜୁଏଲାରେ ଆପଣ କାର୍ ଟାଙ୍କି ଭର୍ତ୍ତି କରିବେ ତ ଆପଣଙ୍କ ଟାଙ୍କି ୫୦ ଟଙ୍କାରେ ଫୁଲ୍ ହୋଇଯିବ ।

ଭେନଜୁଏଲା ଭଳି ଇରାନରେ ପେଟ୍ରୋଲ ଦର ବହୁତ୍ କମ । ଇରାନରେ ପେଟ୍ରୋଲ ଲିଟର ପିଛା ୦.୦୬ ଡଲାର୍ ଅର୍ଥାତ୍ ଭାରତୀୟ ମୁଦ୍ରାରେ ୪ ଟଙ୍କା ୫୧ ପଇସା । ସେହିଭଳି ସିରିଆରେ ୧ ଲିଟର ପେଟ୍ରୋଲ ପାଇଁ ୧୭ ଟଙ୍କା ଖର୍ଚ୍ଚ କରିବାକୁ ପଡ଼େ । ଏହିଭଳି କୁଏତ, ନାଇଜେରିଆ, ତୁର୍କିମେନିସ୍ତାନ, କାଜକସ୍ତାନ, ଅଙ୍ଗୋଲା, ଅଲଜିରିୟା, ଇଥିୟୋପିୟା ଆଦି ଦେଶରେ ପେଟ୍ରୋଲର ଦର ଅଧା ଡଲାରରୁ କମ୍ । ଅର୍ଥାତ୍ ଏସବୁ ଦେଶରେ ପେଟ୍ରୋଲ ଲିଟର ୪୦ ଟଙ୍କାରୁ କମ୍ ଦରରେ ମିଳୁଛି ।

ମତ୍ସ୍ୟ ଉତ୍ପାଦନରେ ରେକର୍ଡ: ଦେଶରେ ଚତୁର୍ଥ ସ୍ଥାନ ହାସଲ କଲା ଓଡ଼ିଶା

ଭୁବନେଶ୍ୱର: ମତ୍ସ୍ୟ ଉତ୍ପାଦନରେ ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଛି ଓଡ଼ିଶା । ୨୦୦୦ ମସିହାରେ ରାଜ୍ୟରେ ୧ ଲକ୍ଷ ୨୦ ହଜାର ମେଟ୍ରିକ୍‌ ଟନ୍‌ ମାଛ ଉତ୍ପାଦନ ହେଉଥିଲା । ହେଲେ ମତ୍ସ୍ୟ ଉତ୍ପାଦନରେ ରାଜ୍ୟକୁ ସ୍ବାବଲମ୍ବୀ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ମତ୍ସ୍ୟ ନୀତି ଆଣିଛନ୍ତି । ମାଛ ଚାଷ ପାଇଁ ଆଧୁନିକ ପଦ୍ଧତି ସହ ଅନେକ ଯୋଜନା କାର୍ଯ୍ୟକାରୀ ହେଉଛି । ଏଥିପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି । ମତ୍ସ୍ୟଜୀବୀମାନଙ୍କ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା କରିବା ସହିତ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ବି ମାଛ ଉତ୍ପାଦନ ପାଇଁ ସହାୟତା ଯୋଗାଇ ଦିଆଯାଉଛି । ଫଳରେ ୨୦ ବର୍ଷ ପରେ ରାଜ୍ୟରେ ମାଛ ଉତ୍ପାଦନ ୮ ଲକ୍ଷ ୮୦ ହଜାର ମେଟ୍ରିକ୍‌ ଟନ୍‌ରେ ପହଞ୍ଚିଛି । ବିଦେଶକୁ ମାଛ ରପ୍ତାନିରେ ରେକର୍ଡ଼ କରିଛି ରାଜ୍ଯ । ବୈଦେଶିକ ମୁଦ୍ରା ପାଣ୍ଠି ବୃଦ୍ଧିରେ ଓଡ଼ିଶା ସହାୟକ ହୋଇପାରିଛି ।

ଏଥିସହିତ ପଢ଼ନ୍ତୁ: ଦୀପାବଳି ପୂର୍ବରୁ ସତର୍କ କରାଇଲେ ଡିଏମ୍‌ଇଟି: କହିଲେ, ଏହି ସବୁ କାରଣରୁ ବାଣ ଫୁଟାଇବା ଅନୁଚିତ

ଟେନିସ୍ କୋର୍ଟ ପରେ ରାଜନୀତିରେ ଦମ୍ ଦେଖାଇବେ ପେସ୍

ପାନାଜୀ: ରାଜନୀତିରେ ଏଣ୍ଟ୍ରି କଲେ ଆଉ ଜଣେ ଖେଳାଳି । ଟେନିସ୍ କୋର୍ଟରେ ନିଜର ଦମ୍ ଦେଖାଇବା ପରେ ରାଜନୀତିରେ ଦମ୍ ଦେଖାଇବା ପାଇଁ ରାଜନୀତିରେ ଏଣ୍ଟ୍ରି ମାରିଛନ୍ତି ଅଲମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ଲିଅଣ୍ଡର ପେସ୍ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଅଲମ୍ପିକ୍ସ ମେଡାଲିଷ୍ଟ ଲିଅଣ୍ଡର ପେସ୍ ଗୋଆରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି । ପେସ୍ କଂଗ୍ରେସରେ ଯୋଗ ଦେବା ପରେ ମମତା ବାନାର୍ଜୀ କହିଥିଲେ ମୁଁ ବହୁତ ଖୁସି କି ଲିଏଣ୍ଡର ପେସ୍ ଟିଏମସିରେ ଯୋଗ ଦେଇଛନ୍ତି । ମୁଁ ଯେତେବେଳେ ୟୁଥ୍ ମିନିଷ୍ଟର ଥିଲି ସେ ସମୟରୁ ମୁଁ ପେସଙ୍କୁ ଜାଣିଛି ।

ମମତା ବାନାର୍ଜୀ ପେସଙ୍କୁ ତାଙ୍କ ଦଳରେ ଭବ୍ୟ ସ୍ବାଗତ କରିଛନ୍ତି । ପେସଙ୍କୁ ନିଜର ସାନ ଭାଇ ବୋଲି ମଧ୍ୟ ସମ୍ବୋଧନ କରିଥିଲେ ମମତା ବାନାର୍ଜୀ । ମମତା ଆହୁରି କହିଛନ୍ତି କି ଆମେ ରାଜ୍ୟଗୁଡିକର ଦୃଢ଼ ଏକତା ଦେଖିବାକୁ ଚାହୁଁଛୁ । ସେ ଆହୁରି କହିଛନ୍ତି କି ଦିଲ୍ଲୀର ଦାଦାଗିରିକୁ ବନ୍ଦ କରିବାକୁ ପଡ଼ିବ ।

ତେବେ ଆଜି ଟିଏମସିରେ ଯୋଗ ଦେବା ସମୟରେ ଲିଅଣ୍ଡର ପେସ୍ କହିଥିଲେ କି ଯେତେବେଳେ ମୁଁ ୧୪ ବର୍ଷର ଥିଲି ମମତା ବାନାର୍ଜୀ ସେ ସମୟରେ କ୍ରୀଡାମନ୍ତ୍ରୀ ଥିଲେ ଏବଂ ସେ ମୋତେ ମୋର ସ୍ବପ୍ନକୁ ହାସଲ କରିବା ପାଇଁ ସକ୍ଷମ କରିଥିଲେ । ମୁଁ ଏବେ ଖେଳରୁ ସନ୍ୟାସ ନେଇସାରିଲିଣି । ମୁଁ ଏବେ ମମତାଙ୍କ ମାର୍ଗଦର୍ଶନରେ ରାଜନୀତିକୁ ଆସିଛି ଏବଂ ମୋ ଏରିଆ ଲୋକମାନଙ୍କ ପାଇଁ କିଛି କରିବି ।

 

ଦୀପାବଳି ପୂର୍ବରୁ ସତର୍କ କରାଇଲେ ଡିଏମ୍‌ଇଟି: କହିଲେ, ଏହି ସବୁ କାରଣରୁ ବାଣ ଫୁଟାଇବା ଅନୁଚିତ

ଭୁବନେଶ୍ୱର: ବାଣ ଫୁଟିଲେ ବଢ଼ିବ କରୋନା । ବାଣ ଫୁଟାଇଲେ ନାଇଟ୍ରିକ ଡାଇ-ଅକ୍ସାଇଡ ବାହାରିଥାଏ, ଯାହାକି କରୋନା ଭୂତାଣୁ ଅଭିବୃଦ୍ଧିରେ ସାହାଯ୍ୟ କରେ । ଏହାଦ୍ବାରା ସଂକ୍ରମଣ ମଧ୍ୟ ବଢିଥାଏ । ଦୀପାବଳି ପୂର୍ବରୁ ଡିଏମଇଟି ଡାକ୍ତର ସି.ବି.କେ ମହାନ୍ତି ଏପରି ସତର୍କ କରାଇଛନ୍ତି । ଏହି ସମୟରେ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ଡିଏମଇଟି ନିର୍ଦ୍ଦେଶକ କହିଛନ୍ତି, କରୋନା ରହିବା ଚିନ୍ତାଜନକ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ସତର୍କ ରହିବା ଆବଶ୍ୟକ। ଏବେ ପାର୍ବଣର ସମୟ ଚାଲିଛି । ଆଗକୁ ଅଛି ଦୀପାବଳି । ଏହି ସମୟରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ଅଛି ।

ଅପରପକ୍ଷରେ ରାଜ୍ୟରେ ସବୁଜ ବାଣ ବିକ୍ରି ନିଷ୍ପତ୍ତି ନେବେ ସ୍ୱତନ୍ତ୍ର ରିଲିଫ କମିଶନର । ସବୁଜ ବାଣ ବିକ୍ରି ଅନୁମତି ସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଏହା କହିଛନ୍ତି। ଆସନ୍ତାକାଲି ସକାଳ ୧୧ଟାରେ ଏସ୍ଆରସି, ବ୍ୟବସାୟୀଙ୍କ ଆବେଦନ ଉପରେ ଶୁଣାଣି କରିବେ । ଶୁଣାଣି ସମୟରେ ସୁପ୍ରିମକୋର୍ଟ ଓ ଜାତୀୟ ଗ୍ରୀନ ଟ୍ରିବୁନାଲଙ୍କ ନିର୍ଦେଶାବଳୀ ଏବଂ କୋଭିଡ୍‌ ପ୍ରୋଟୋକଲକୁ ଦୃଷ୍ଟିରେ ରଖିବାକୁ ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ଦିନ ୧୧ଟାରୁ ଆରମ୍ଭ କରି ଦିନ ଗୋଟାଏ ମଧ୍ୟରେ ଶୁଣାଣି ଶେଷ କରିବାକୁ କୁହାଯାଇଛି ।ଶୁଣାଣି ପରେ ଆସନ୍ତା ସୋମବାର ସାଢ଼େ ୧୦ଟା ସୁଦ୍ଧା ନିଷ୍ପତ୍ତି ସମ୍ପର୍କିତ ରିପୋର୍ଟ ହାଇକୋର୍ଟରେ ଏସଆରସି ଦାଖଲ କରିବେ । ସେହିଦିନ ହାଇକୋର୍ଟ ମାମଲାର ଚୂଡ଼ାନ୍ତ ଶୁଣାଣି କରିବେ ବୋଲି କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: କୁବେର କନେଷ୍ଟବଳ: ୧୯ ଘଣ୍ଟାର ରେଡ୍, ୫ କୋଟିରୁ ଅଧିକ ସମ୍ପତ୍ତି ଠାବ

 

 

 

ସବୁଜ ବାଣ ବିକ୍ରି ନିଷ୍ପତ୍ତି ନେଇ ନିଷ୍ପତ୍ତି ନେବେ ଏସ୍‌ଆରସି

ଭୁବନେଶ୍ୱର: ରାଜ୍ୟରେ ସବୁଜ ବାଣ ବିକ୍ରି ନିଷ୍ପତ୍ତି ନେବେ ସ୍ୱତନ୍ତ୍ର ରିଲିଫ କମିଶନର । ସବୁଜ ବାଣ ବିକ୍ରି ଅନୁମତି ସମ୍ପର୍କିତ ମାମଲାର ଶୁଣାଣି କରି ହାଇକୋର୍ଟ ଏହା କହିଛନ୍ତି। ଆସନ୍ତାକାଲି ସକାଳ ୧୧ଟାରେ ଏସ୍ଆରସି, ବ୍ୟବସାୟୀଙ୍କ ଆବେଦନ ଉପରେ ଶୁଣାଣି କରିବେ । ଶୁଣାଣି ସମୟରେ ସୁପ୍ରିମକୋର୍ଟ ଓ ଜାତୀୟ ଗ୍ରୀନ ଟ୍ରିବୁନାଲଙ୍କ ନିର୍ଦେଶାବଳୀ ଏବଂ କୋଭିଡ୍‌ ପ୍ରୋଟୋକଲକୁ ଦୃଷ୍ଟିରେ ରଖିବାକୁ ହାଇକୋର୍ଟ ତାଙ୍କ ନିର୍ଦ୍ଦେଶରେ ସ୍ପଷ୍ଟ କରିଛନ୍ତି । ଦିନ ୧୧ଟାରୁ ଆରମ୍ଭ କରି ଦିନ ଗୋଟାଏ ମଧ୍ୟରେ ଶୁଣାଣି ଶେଷ କରିବାକୁ କୁହାଯାଇଛି ।ଶୁଣାଣି ପରେ ଆସନ୍ତା ସୋମବାର ସାଢ଼େ ୧୦ଟା ସୁଦ୍ଧା ନିଷ୍ପତ୍ତି ସମ୍ପର୍କିତ ରିପୋର୍ଟ ହାଇକୋର୍ଟରେ ଏସଆରସି ଦାଖଲ କରିବେ । ସେହିଦିନ ହାଇକୋର୍ଟ ମାମଲାର ଚୂଡ଼ାନ୍ତ ଶୁଣାଣି କରିବେ ବୋଲି କହିଛନ୍ତି ।

ଅନ୍ୟପକ୍ଷରେ ବାଣ ପୁଟାକୁ ନେଇ ସତର୍କ କରାଇଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି । ବାଣ ଫୁଟାଇଲେ ନାଇଟ୍ରିକ ଡାଇ-ଅକ୍ସାଇଡ ବାହାରିଥାଏ, ଯାହାକି କରୋନା ଭୂତାଣୁ ଅଭିବୃଦ୍ଧିରେ ସାହାଯ୍ୟ କରେ । ଏହାଦ୍ବାରା ସଂକ୍ରମଣ ମଧ୍ୟ ବଢିଥାଏ ବୋଲି କହିଛନ୍ତି ଶ୍ରୀ ମହାନ୍ତି ।ସେ ଆହୁରି କହିଛନ୍ତି, କରୋନା ରହିବା ଚିନ୍ତାଜନକ । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ ସତର୍କ ରହିବା ଆବଶ୍ୟକ। ଏବେ ପାର୍ବଣର ସମୟ ଚାଲିଛି । ଆଗକୁ ଅଛି ଦୀପାବଳି । ଏହି ସମୟରେ କରୋନା ସଂକ୍ରମଣ ବଢ଼ିବାର ଆଶଙ୍କା ଅଛି ।

ଏଥିସହିତ ପଢ଼ନ୍ତୁ: ବିଜେପି ଉପରେ ବର୍ଷିଲେ ଦାମ, ‘ମମିତାଙ୍କୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ବିରୋଧୀ’

କୋର୍ଟରୁ ଆସିଲା ବେଲ୍ ଅର୍ଡର, କୌଣସି ମୁହୂର୍ତ୍ତରେ ଜେଲରୁ ବାହାରି ପାରନ୍ତି ଆର୍ୟନ ଖାନ

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ମାମଲାରେ ୨୬ ଦିନ ଜେଲରେ କାଟିବା ପରେ ଆଜି ବାହାରକୁ ଆସିବେ ଆର୍ୟନ ଖାନ । ଆର୍ୟନଙ୍କ ଜାମିନ୍ ନିର୍ଦ୍ଦେଶନାମା ଆସିଛି । ୧ ଲକ୍ଷ ଟଙ୍କା ଓ ବ୍ୟକ୍ତିଗତ ମୁଚାଲିକାରେ ଆର୍ୟନଙ୍କୁ ଜାମିନ୍ ମିଳିଛି । ଗତକାଲି ବମ୍ବେ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିବା ବେଳେ ଆଜି ଆସିଛି ଅର୍ଡର । ବେଲ୍ ପାଇଥିବା ଆର୍ୟନଙ୍କୁ କୋର୍ଟଙ୍କ ଅନେକ ଗୁଡ଼ିଏ ସର୍ତ୍ତ ମାନିବାକୁ ପଡ଼ିବ । ଜାମିନ୍ ନିର୍ଦ୍ଦେଶନାମାରେ କୁହାଯାଇଛି, ଆଗକୁ ଆର୍ୟନ ସମାନ କାର୍ଯ୍ୟକଳାପରେ ସମ୍ପୃକ୍ତ ରହିବେ ନାହିଁ ।

ଏପରିକି ସହ ଅଭିଯୁକ୍ତଙ୍କ ସହ ସମ୍ପର୍କରେ ରହିବାକୁ ବାରଣ କରାଯାଇଛି । ସ୍ୱତନ୍ତ୍ର କୋର୍ଟରେ ତତକ୍ଷଣାତ୍ ପାସପୋର୍ଟ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜାରି ନିର୍ଦ୍ଦେଶନାମା ମୁତାବକ ପ୍ରତି ଶୁକ୍ରବାର ଆର୍ୟନ ଖାନ ଏନସିବି କାର୍ଯ୍ୟାଳୟରେ ହାଜିରା ଦେବେ । ଏଥିପାଇ କୋର୍ଟ ସମୟ ମଧ୍ୟ ନିର୍ଘଣ୍ଟ କରିଛନ୍ତି । ପ୍ରତି ଶୁକ୍ରବାର ଦିନ ୧୧ଟାରୁ ମଧ୍ୟାହ୍ନ ୨ଟା ମଧ୍ୟରେ ଆର୍ୟନ ଖାନ ଏନସିବି କାର୍ଯ୍ୟାଳୟରେ ଉପସ୍ଥିତ ରହିବେ । ଏନଡିପିଏସ୍ କୋର୍ଟଙ୍କ ବିନା ଅନୁମତିରେ ଆର୍ୟନ ଦେଶ ନ ଛାଡ଼ିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

୨ ଦିନ ଧରି ଲଗାତାର ଜାମିନ ଆବେଦନର ଶୁଣାଣି ବେଳେ ଆର୍ୟନଙ୍କ ଓକିଲ ବହୁ ଯୁକ୍ତି ରଖିଥିଲେ । ଗୁରୁବାର ଆର୍ୟନଙ୍କ ଓକିଲଙ୍କ ଯୁକ୍ତି ଆଗରେ କାଟ୍ ଖାଇଥିଲା ଏନସିବିର ଦାବି । ଆର୍ୟନଙ୍କ ସହ ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନଙ୍କୁ ବମ୍ବେ ହାଇକୋର୍ଟ ଜାମିନ୍ ପ୍ରଦାନ କରିଥିଲେ । ଏନସିବି ଅକ୍ଟୋବର ୩ରେ କ୍ରୁଜରୁ ଆର୍ୟନ୍ ଖାନଙ୍କୁ ଗିରଫ କରିଥିଲା ।

ନବାବଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ କାସିଫ, ‘ସେକ୍ସ କି ଡ୍ରଗ୍ସ ରାକେଟ୍ ସହ ନାହିଁ ସମ୍ପର୍କ’

ମୁମ୍ବାଇ: ମଝି ସମୁଦ୍ରରେ କ୍ରୁଜରେ ଡ୍ରଗ୍ସ ମାମଲା ନୂଆ ମୋଡ଼ ନେଉଛି । ଅଭିଯୋଗର ଫର୍ଦ୍ଦ ଲମ୍ବି ଲମ୍ବି ଚାଲୁଥିବା ବେଳେ ଏନସିବିର ତଦନ୍ତ ଉପରେ ପ୍ରଶ୍ନ ବଢ଼ୁଛି । ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ଫ୍ୟାସନ ଟିଭିର ଭାରତ ମୁଖ୍ୟ କାସିଫ୍ ଖାନଙ୍କୁ କାଠଗଡ଼ାକୁ ଟାଣିଛନ୍ତି । ଆସିଫ୍ ସେକ୍ସ ଓ ଡ୍ରଗ୍ସ ରାକେଟ ଚଳାଉଥିବା ନବାବ ମଲିକ ଅଭିଯୋଗ କରିବା ପରେ କାସିଫ୍ ସମସ୍ତ ଅଭିଯୋଗକୁ ମିଛ ବୋଲି କହିଛନ୍ତି ।

କାସିଫ୍ ଖାନ କହିଛନ୍ତି, କ୍ରୁଜରେ ଆୟୋଜିତ ଉକ୍ତ ଇଭେଣ୍ଟର ଏକ ପ୍ରାୟୋଜକ ଭାବେ ଫ୍ୟାସନ ଟିଭି ଇଣ୍ଡିଆ ସାମିଲ୍ ହୋଇଥିଲା । ସେ ନିଜେ ଟିକେଟ୍ ନେଇ କ୍ରୁଜକୁ ଯାଇଥିଲେ । କ୍ରେଡିଟ୍ କାର୍ଡ ଯୋଗେ ରୁମ୍ ଓ ଖାଇବା ପିଇବା ଟଙ୍କା ଜମା କରିଥିବା କହିଛନ୍ତି କାସିଫ୍ । ଏସବୁର ପ୍ରମାଣ ତାଙ୍କ ପାଖରେ ଥିବା କାସିଫ୍ କହିଛନ୍ତି ।

ଏଥିସହ ପଢ଼ନ୍ତୁ: ନବାବ ମଲିକଙ୍କ ଅଭିଯୋଗ, ‘ସେକ୍ସ ରାକେଟ ଚଳାଉଛନ୍ତି ଫ୍ୟାସନ ଟିଭିର ମୁଖ୍ୟ’

ନବାବ ମଲିକଙ୍କ ଅଭିଯୋଗ ଶୁଣି ସେ ସ୍ତବ୍ଧ ହୋଇ ଯାଇଥିବା କହିଛନ୍ତି କାସିଫ୍ । ସେ ମନ୍ତ୍ରୀ, ସେ ଜଣେ ଶକ୍ତିଶାଳୀ ବ୍ୟକ୍ତି । ମୁଁ ତାଙ୍କୁ ସମ୍ମାନ ଦିଏ । ନବାବ କରିଥିବା ଅଭିଯୋଗକୁ ନେଇ କାସିଫ୍ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ସମସ୍ତ ତଥ୍ୟ ଯାଞ୍ଚ କରିବା ପରେ ମନ୍ତ୍ରୀ କୁହନ୍ତୁ ବୋଲି କହିଛନ୍ତି କାସିଫ୍ । ଆର୍ୟନଙ୍କୁ ନେଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତରରେ କହିଛନ୍ତି, ସେ କ୍ରୁଜରେ ଆର୍ୟନଙ୍କୁ ଦେଖିନାହାଁନ୍ତି ।

ସେହିଭଳି ସମୀର ୱାଙ୍ଖଡେଙ୍କ ସହ କାସିଫ୍ କେବେ ମିଶି ନଥିବା କହିଛନ୍ତି । ଏପରିକି ୱାଙ୍ଖଡେଙ୍କ ସହ କେବେ କଥା ହୋଇନଥିବା କହିଛନ୍ତି । ସେ କୌଣସି ପ୍ରକାର ତଦନ୍ତର ସମ୍ମୁଖିନ ହେବାକୁ ପ୍ରସ୍ତୁତ ବୋଲି କହିଛନ୍ତି । ତେବେ ଡ୍ରଗ୍ସ ପାର୍ଟି ନେଇ ସେ କିଛି ଜାଣିନଥିବା କହିଛନ୍ତି କାସିଫ୍ ।

ଭାରତକୁ ଫେରିଲା ୨୪୮ଟି ପ୍ରାଚୀନ କୀର୍ତ୍ତି

ନୂଆଦିଲ୍ଲୀ: ଭାରତକୁ ଫେରିଛି ୨୪୮ଟି ପ୍ରାଚୀନ କୀର୍ତ୍ତି। ପ୍ରାୟ ୧୫ ନିୟୁତ ଡଲାରର ଦୁର୍ମୂଲ୍ୟ ପ୍ରାଚୀନ କୀର୍ତ୍ତିକୁ ଫେରସ୍ତ କରିଛି ଆମେରିକା । ଏହି କୀର୍ତ୍ତି ମଧ୍ୟରେ ରହିଛି ଦ୍ବାଦଶ ଶତାବ୍ଦୀର ଏକ ବ୍ରୋଞ୍ଜନିର୍ମିତ ଶିବ ନଟରାଜଙ୍କ ମୂର୍ତ୍ତି । ଗତ ଦଶନ୍ଧି ଧରି ଆମେରିକାରେ ବଡ ଧରଣର ସର୍ଚ୍ଚ ଅପରେସନ, ଯ଼ାଞ୍ଚ, ଚଢାଉ କରି ଏହି ମୂର୍ତ୍ତି ଓ କୀର୍ତ୍ତିଗୁଡିକୁ ଠାବ କରାଯାଇଥିଲା ।

ଏଥିଲାଗି ଆୟୋଜିତ ଏକ ଉତ୍ସବରେ ଭାରତର କନସଲ ଜେନରାଲ ରଣଧୀର ଜୈସଓ୍ବାଲଙ୍କୁ ଏହି ସବୁ କୀର୍ତ୍ତି ହସ୍ତାନ୍ତର କରାଯାଇଥିଲା । ଆମେରିକାର ହୋମଲ୍ୟାଣ୍ଡ ସିକ୍ୟୁରିଟି ଇନଭେଷ୍ଟିଗେସନ୍ସ ଉପମୁଖ୍ୟ ଏରିକ ରୋସେନବ୍ଲାଟି ଏହି ସାମଗ୍ରୀ ହସ୍ତାନ୍ତର କରିଥିଲେ । ଏହି ଫେରସ୍ତ ପ୍ରକ୍ରିୟା ଦୁଇ ଦେଶ ମଧ୍ୟରେ ସାଂସ୍କୃତିକ ସମ୍ପର୍କକୁ ମଜଭୁତ କରିବ ବୋଲି କହିଛନ୍ତି ଜୈସଓ୍ବାଲ ।

ଜେଲରେ ଥିବା ଆର୍ଟ ଡିଲର ସୁଭାଷ କପୁରକୁ ଜେରା କରିବା ସହ ଅନ୍ୟ କେତେକ ସ୍ଥାନରେ ରେଡ ପରେ ଏହି ସବୁ ସାମଗ୍ରୀ ବିଭିନ୍ନ ସମୟରେ ଜବତ ହୋଇଥିଲା । ଆମେରିକାରେ ଏକ ବଡ ରାକେଟ ଭାରତ, ଆଫଗାନିସ୍ତାନ, ମ୍ୟାନମାର, ନେପାଳ, ପାକିସ୍ତାନ, ଶ୍ରୀ ଲଙ୍କା, ଥାଇଲାଣ୍ଡ, କାମ୍ବୋଡିଆ, ଇଣ୍ଡୋନେସିଆ ଆଦି ରାଷ୍ଟ୍ରରୁ ଦୁର୍ମୂଲ୍ୟ ସାମଗ୍ରୀ ଲୁଟ୍ ବା ଚୋରି କରି ବିକ୍ରି କରୁଥିଲେ । ସୁଭାଷ ର ନେଟଓ୍ବର୍କରେ ପ୍ରାୟ ୨୫୦୦ କୀର୍ତ୍ତିରାଜିର ଚୋରାଚାଲାଣ ହୋଇଥିଲା । ଜବତ ସମସ୍ତ ସାମଗ୍ରୀର ମୂଲ୍ୟ ୧୪୩ ନିୟୁତ ଡଲାର ହେବ।

ଚୀନର ହାଇପର ସୋନିକ୍ ମିଶାଇଲ ବନାମ ଭାରତର ଅଗ୍ନି, କିଏ ଅଧିକ ଶକ୍ତିଶାଳୀ

ନୂଆଦିଲ୍ଲୀ: ଶତ୍ରୁ ଦେଶଙ୍କୁ ମାତ ଦେବା ପାଇଁ ଶକ୍ତିଶାଳୀ ହେବାରେ ଲାଗିଛି ଭାରତ । ଗୋଟିଏ ପରେ ଗୋଟିଏ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ପରୀକ୍ଷଣ କରି ନିଜର ଶକ୍ତି ବଢ଼ାଇବାରେ ଲାଗିଛି ଭାରତ । ବର୍ତ୍ତମାନ ଭାରତୀୟ ସେନାର ଶକ୍ତି ଆହୁରି ବଢ଼ିବାକୁ ଯାଉଛି । ସୀମା ସୁରକ୍ଷା ଓ କ୍ଷେପଣାସ୍ତ୍ର ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଭାରତକୁ ମିଳିଛି ଆଉ ଏକ ବଡ଼ ସଫଳତା । ବୁଧବାର ଓଡ଼ିଶାର ଅବଦୁଲ କଲାମ ଦ୍ବୀପରୁ ଅଗ୍ନି-୫ କ୍ଷେପଣାସ୍ତ୍ର ସଫଳତାର ସହ ପରୀକ୍ଷଣ କରାଯାଇଥିଲା । ବଡ଼ କଥା ହେଉଛି ଏହି କ୍ଷେପଣାସ୍ତ୍ର ୫ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି । ଏହି କାରଣରୁ ଏହାକୁ ନେଇ ଅନେକ ଆଲୋଚନା ହେଉଛି । ତେବେ ଭାରତର ଏହି କ୍ଷେପଣାସ୍ତ୍ରକୁ ଚୀନର କ୍ଷେପଣାସ୍ତ୍ର ସହ ତୁଳନା କରାଯାଉଛି । ଏଭଳି ପରିସ୍ଥିତିରେ ଭାରତର କ୍ଷେପଣାସ୍ତ୍ର ଶକ୍ତିଶାଳୀ ନା ଚୀନର କ୍ଷେପଣାସ୍ତ୍ର ଶକ୍ତିଶାଳୀ ଆସନ୍ତୁ ଜାଣିବା ।

ପ୍ରଥମେ ଯଦି ଆମେ ଅଗ୍ନି-୫ର କଥା କହିବା ତାହାଲେ  । ଏହାର ଲକ୍ଷ୍ୟଭେଦ କ୍ଷମତା ୫ ହଜାର କିଲୋମିଟର । ଏହି ଅଗ୍ନି -୫ କ୍ଷେପଣାସ୍ତ୍ରର ଶକ୍ତି ମଧ୍ୟ ଅଧିକ । କାହିଁକି ନା ଏହାର ଇଞ୍ଜିନରେ ଅନେକ କାମ କରାଯାଇଛି । ଏହାର ଇଞ୍ଜିନ ତିନି ପର୍ଯ୍ୟାୟ କଠିନ ଇନ୍ଧନରୁ ନିର୍ମିତ । ଏପରି ସ୍ଥିତିରେ ଏହାର କ୍ଷମତା ଓ ସଠିକତା  ଅନ୍ୟ କ୍ଷେପଣାସ୍ତ୍ର ଅପେକ୍ଷା ବେଶ୍ ଅଧିକ । ତେବେ ଅଗ୍ନି-୫ର ବିଶେଷ କଥା ହେଉଛି ଏହା ଭାରତର ପ୍ରଥମ ଓ ଏକମାତ୍ର ଇଣ୍ଟର କଣ୍ଟିନେଣ୍ଟାଲ ବାଲାଷ୍ଟିକ କ୍ଷେପଣାସ୍ତ୍ର ।  ଯାହା DRDO ଦ୍ବାରା ପ୍ରସ୍ତୁତ କରାଯାଇଛି । ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ରରେ ଏହା ଭାରତକୁ ବିଶେଷ ଭାବରେ ସାହାର୍ଯ୍ୟ କରିବ । ଅଗ୍ନି-୫ ବାଲାଷ୍ଟିକ୍ କ୍ଷେପଣାସ୍ତ୍ର ଏକାଥରକେ ଏକାଧିକ ଅସ୍ତ୍ରଶସ୍ତ୍ର ବହନ କରିବାକୁ ସକ୍ଷମ । ଯେଉଁଥି ପାଇଁ ଭାରତୀୟ ସେନା ଏହାକୁ ବିଶେଷ ଭାବରେ ସାହାର୍ଯ୍ୟ କରିବ । ଏହି କ୍ଷେପଣାସ୍ତ୍ର ଦେଢ଼ ଟନ ପରମାଣୁ  ଅସ୍ତ୍ରଶସ୍ତ୍ରକୁ ବହନ କରି ପାରିବ । ଯଦି ଏହାର ଗତି ଦେଖିବା ତାହାଲେ ଏହାର ଗତି ହେଉଛି ମାଚ ୨୪ ଅର୍ଥାତ ଶବ୍ଦର ଗତିଠାରୁ ୨୪ ଗୁଣ ଅଧିକ ।

ଯଦି ଆମେ ଚୀନର କ୍ଷେପଣାସ୍ତ୍ର ବିଷୟରେ କହିବା ତାହାଲେ । ତେବେ ଏହା ହେଉଛି ଏକ ହାଇପରସୋନିକ୍ କ୍ଷେପଣାସ୍ତ୍ର । ଏହି କ୍ଷେପଣାସ୍ତ୍ର ପରମାଣୁ ବମ୍ ପକାଇବାରେ ସକ୍ଷମ ଏବଂ ପୃଥିବୀରେ ଥିବା ଏୟାର ସିଷ୍ଟମକୁ ଏଡାଇବାରେ ମଧ୍ୟ ସଫଳ ଏହି ହାଇପର ସୋନିକ କ୍ଷେପଣାସ୍ତ୍ର । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି କ୍ଷେପଣାସ୍ତ୍ରକୁ ଅଟକାଇବା ବହୁତ କଷ୍ଟସାଧ୍ୟ । ରିପୋର୍ଟ ଅନୁସାରେ ଆମେରିକା ପାଖରେ ମଧ୍ୟ ଏହାକୁ ଅଟକାଇବାର ଶକ୍ତି ନାହିଁ । ଏହି କ୍ଷେପଣାସ୍ତ୍ର ରାଡାରରେ ମଧ୍ୟ ଆସିବ ନାହିଁ । ଯେଉଁଥି ପାଇଁ ଏହି କ୍ଷେପଣାସ୍ତ୍ର ଅତ୍ୟନ୍ତ ବିପଦଜ୍ଜନକ । ତେବେ ଫାଇନାନ୍ସିଆଲ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ ପ୍ରଥମ ଥର ଏହି କ୍ଷେପଣାସ୍ତ୍ର ନିଜ ଲକ୍ଷ୍ୟଠାରୁ ୪୦ କିଲୋମିଟର ଦୂରରେ ହିଟ୍ କରିଥିଲା । କିନ୍ତୁ ଚୀନ ଏପରି ଅନେକ ରିପୋର୍ଟକୁ ପ୍ରତ୍ୟାଖାନ କରିଛି ।

ଏହି ଦୁଇ କ୍ଷେପଣାସ୍ତ୍ର ମଧ୍ୟରେ ପାର୍ଥକ୍ୟ ଯଦି ଦେଖିବା ତାହାଲେ ଏହି ଦୁଇ କ୍ଷେପଣାସ୍ତ୍ର ଭିନ୍ନ ଭିନ୍ନ ପ୍ରକାରର । ଯେଉଁଠି ଭାରତର ଅଗ୍ନି-୫ କ୍ଷେପଣାସ୍ତ୍ର ଏକ ଇଣ୍ଟର କଣ୍ଟିନେଣ୍ଟାଲ ବାଲାଷ୍ଟିକ କ୍ଷେପଣାସ୍ତ୍ର ହୋଇଥିବା ବେଳେ ଚୀନର କ୍ଷେପଣାସ୍ତ୍ର ଏକ ହାଇପର ସୋନିକ କ୍ଷେପଣାସ୍ତ୍ର । ଆଇସିବିଏମ୍ ହେଉଛି ଏକ ଦୂରଗାମୀ କ୍ଷେପଣାସ୍ତ୍ର ଯାହା ପୃଥିବୀର ବାୟୁମଣ୍ଡଳ ଛାଡି ତା’ପରେ ଫେରି ଆସି ଏକ ପାରାବୋଲା ପରି  ଲକ୍ଷ୍ୟକୁ ଟାର୍ଗେଟ କରିଥାଏ । ଅନ୍ୟପଟେ ଏକ ହାଇପର ସୋନିକ କ୍ଷେପଣାସ୍ତ୍ର ଏକ ରକେଟ ଦ୍ବାରା ଉତକ୍ଷେପଣ କରାଯାଇଥାଏ ।  ଯାହା ପୃଥିବୀର ନିମ୍ନ କକ୍ଷ ପଥରେ ଶବ୍ଦର ବେଗରୁ ପାଞ୍ଚ ଗୁଣରୁ ୨୫ ଗୁଣ ପର୍ଯ୍ୟନ୍ତ ଗତି କରିଥାଏ ।