spot_img
Home Blog Page 5009

ଆର୍ୟନ ଖାନଙ୍କ ପାଇଁ ହାଇକୋର୍ଟଙ୍କ ୧୪ ସର୍ତ୍ତ, ଉଲ୍ଲଂଘନ କଲେ ରଦ୍ଦ ହେବ ଜାମିନ୍

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସରେ ଆର୍ୟନ ଖାନଙ୍କୁ ଗୁରୁବାର ଜାମିନ୍ ମିଳିଥିବା ବେଳେ ଆଜି ଆସିଛି ଅର୍ଡର କପି । ବମ୍ବେ ହାଇକୋର୍ଟ ଆର୍ୟନ ଖାନଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି । ତେବେ ଆଜି ଜାମିନ୍ ଅର୍ଡର ଆସିଥିଲେ ମଧ୍ୟ ଅର୍ଡର କପି ନିର୍ଦ୍ଧାରିତ ସମୟରେ ଆର୍ଥର ରୋଡ୍ ଜେଲରେ ପହଞ୍ଚି ନଥିବାରୁ ଶୁକ୍ରବାର ରାତି ଜେଲରେ ବିତାଇବାକୁ ପଡ଼ିବ ।

ଏଥିସହ ପଢ଼ନ୍ତୁ: ଆଜି ମୁକୁଳିବେନି ଆର୍ୟନ, ଜେଲରେ ପହଞ୍ଚିନି ବେଲ୍ ଅର୍ଡର

ଗୁରୁବାର ବମ୍ବେ ହାଇକୋର୍ଟ ଆର୍ୟନ, ଅରବାଜ ମର୍ଚ୍ଚାଣ୍ଟ ଓ ମୁନମୁନ ଧମେଚାଙ୍କୁ ଜାମିନ୍ ଦେଇଥିଲେ । ଜାମିନ୍ ସହ ୧୪ଟି ସର୍ତ୍ତ ରଖିଛନ୍ତି କୋର୍ଟ । ଯେଉଁ ସର୍ତ୍ତ ଉଲ୍ଲଂଘନ କଲେ ଆର୍ୟନଙ୍କ ଜାମିନ୍ ରଦ୍ଦ ହୋଇଯିବ ।

ହାଇକୋର୍ଟଙ୍କ ସର୍ତ୍ତ

  1. ପ୍ରତ୍ୟେକ ଅଭିଯୁକ୍ତଙ୍କୁ ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଭରିବାକୁ ପଡ଼ିବ ।
  2. ଅଭିଯୁକ୍ତ ଏଭଳି କୌଣସି ମାମଲାରେ ପୁଣି ଥରେ ସାମିଲ୍ ହେବେ ନାହିଁ ।
  3. ଅଭିଯୁକ୍ତ କୌଣସି ସହ-ଅଭିଯୁକ୍ତଙ୍କ ସମ୍ପର୍କରେ ରହିବେ ନାହିଁ । ମାମଲା ସହ ପରୋକ୍ଷ କିମ୍ବା ପ୍ରତ୍ୟକ୍ଷ ଭାବେ ଜଡ଼ିତ କାହା ସହ ସମ୍ପର୍କ ପାଇଁ ଚେଷ୍ଟା କରିବେ ନାହିଁ ।
  4. ମାମଲା ଏନଡିପିଏସ୍ କୋର୍ଟରେ ଥିବା ପର୍ଯ୍ୟନ୍ତ ଅଭିଯୁକ୍ତ ମାମଲାକୁ ପ୍ରଭାବିତ କଲା ଭଳି କୌଣସି କାର୍ଯ୍ୟ କରିବେ ନାହିଁ ।
  5. ଅଭିଯୁକ୍ତ ନିଜେ ଅଥବା କାହା ଦ୍ୱାରା ପ୍ରମାଣ ନଷ୍ଟ ପାଇଁ ଚେଷ୍ଟ କରିବେନି ।
  6. ସମସ୍ତ ଅଭିଯୁକ୍ତଙ୍କୁ ନିଜର ପାସପୋର୍ଟ ସ୍ୱତନ୍ତ୍ର କୋର୍ଟରେ ଜମା କରିବାକୁ ପଡ଼ିବ ।
  7. ଏହି ମାମଲାକୁ ନେଇ ଅଭିଯୁକ୍ତ ଟେଲିଭିଜନ, ପ୍ରିଣ୍ଟ ଅଥବା ସୋସିଆଲ୍ ମିଡିଆରେ କୌଣସି ମତ ରଖିବେ ନାହିଁ ।
  8. ଏନଡିପିଏସର ସ୍ୱତନ୍ତ୍ର ବିଚାରପତିଙ୍କ ଅନୁମତି ବିନା ଦେଶ ବାହାରକୁ ଯାଇ ପାରିବେ ନାହିଁ ଅଭିଯୁକ୍ତ ।
  9. ମୁମ୍ବାଇ ବାହାରକୁ ଯିବାକୁ ହେଲେ ତଦନ୍ତକାରୀ ଅଧିକାରୀଙ୍କୁ ସୂଚନା ଦେବେ ଅଭିଯୁକ୍ତ ।
  10. ପ୍ରତି ଶୁକ୍ରବାର ଦିନ ୧୧ଟାରୁ ୨ଟା ଯାଏଁ ଏନସିବି କାର୍ଯ୍ୟାଳୟରେ ହାଜିରା ଦେବେ ଅଭିଯୁକ୍ତ ।
  11. କୋର୍ଟରେ ଶୁଣାଣିର ପ୍ରତି ତାରିଖରେ ଅଭିଯୁକ୍ତ ଉପସ୍ଥିତ ରହିବେ ।
  12. କେସର ଟ୍ରାଏଲ୍ ବେଳେ ଅଭିଯୁକ୍ତ ବିଳମ୍ବ କରିବେ ନାହିଁ ।
  13. ଯେତେବେଳେ ବି ତଦନ୍ତ ପାଇଁ ଏନସିବି ଡାକିବ, ଅଭିଯୁକ୍ତ ଆସିବେ ।
  14. ଏହି ସର୍ତ୍ତ ଉଲ୍ଲଂଘନ କଲେ ରଦ୍ଦ ହୋଇଯିବ ଜାମିନ୍ ।

ଦେଶ ଛାଡିଲେ ଆଫଗାନିସ୍ତାନର ଶେଷ ଇହୁଦି

କାବୁଲ: ତାଲିବାନ ଆସିବା ପରେ ପ୍ରଥମ ଥର ପାଇଁ ଆଫଗାନିସ୍ତାନରେ ଇହୁଦିମାନଙ୍କର ନାମ ଲିଭାଇ ଦିଆଯାଇଛି ।  ତାଲିବାନ ଦେଶର କ୍ଷମତା ଗ୍ରହଣ କରିବା ପରଠାରୁ ଭୟଭୀତ ଅବସ୍ଥାରେ ରହୁଥିବା ଜଣେ ୮୩ ବର୍ଷିୟ ଇହୁଦି ମହିଳା ଦେଶ ଛାଡ଼ି ଚାଲି ଯାଇଛନ୍ତି । ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ଜେବୁଲନ ସେମେଣ୍ଟୋଭ ନାମକ ଜଣେ ବ୍ୟକ୍ତି ଦାବି କରିଥିଲେ କି ଏହି ମହିଳା ଜଣକ ହେଉଛନ୍ତି ଶେଷ ଇହୁଦି । ଅଉ ଏବେ ସେ ମହିଳାଜଣକ ଚାଲିଯିବା ପରେ ଆଫଗାନିସ୍ତାନରେ ଇହୁଦି ଶୂନ୍ୟ ହୋଇପଡ଼ିଛି ।

ତେବେ ଆଫଗାନରେ ରହୁଥିବା ଶେଷ ଇହୁଦିଙ୍କ ନାମ ହେଉଛି ଟୋଭା ମୋରାଡି ।  ଜେବୁଲନ ସେମେଣ୍ଟୋଭଙ୍କ ସମ୍ପର୍କୀୟ ମୋରାଡି ଆଫଗାନିସ୍ତାନର ରାଜଧାନୀ କାବୁଲରେ ଜନ୍ମ ଗ୍ରହଣ କରିଥିଲେ । ତେବେ ମୋରାଡି ନ୍ୟୁଜ୍ ଏଜେନ୍ସିଙ୍କ କଥା ହୋଇ କହିଛନ୍ତି କି ତାଙ୍କ ସମ୍ପର୍କୀୟ ଜେବୁଲନ ସେମେଣ୍ଟୋଭ ଗତ ମାସରେ ଦେଶ ଛାଡିଥିଲେ । ଆଉ ଏବେ ତାଙ୍କ ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରେ ରଖି ତାଙ୍କୁ ମଧ୍ୟ ଦେଶ ଛାଡିବାକୁ ପଡ଼ିଛି । ୧୬ ବର୍ଷ ବୟସରେ ମୋରାଡି ଘରୁ ବାହାରି ମୁସଲମାନ ଯୁବକଙ୍କୁ ବିବାହ କରି ଆଫଗାନିସ୍ତାନରେ ରହୁଥିଲେ । ମୋରାଡି ଆହୁରି କହିଛନ୍ତି କି ଆଜି ପର୍ଯ୍ୟନ୍ତ ସେ କେବେ ବି ତାଙ୍କ ଧର୍ମ ପରିବର୍ତ୍ତନ କରିନାହାନ୍ତି । ମୁଁ ଆଜି ବି ଇହୁଦି ପରମ୍ପରା ଗ୍ରହଣ କରୁଛି ବୋଲି କହିଛନ୍ତି ମୋରାଡି । ସେ ଆହୁରି କହିଛନ୍ତି କି ଯେତେବେଳେ ସେ ଛୋଟ ଥିଲେ ସେ ସମୟରେ ଦେଶ ଏତେ ବିପଦଜ୍ଜନକ ନଥିଲା । ତାଙ୍କର ମୁସଲମାନ ପଡୋସୀଙ୍କ ସହ ଭଲ ସମ୍ପର୍କ ରହିଛି । ସେ ଇହୁଦି ହୋଇଥିବାରୁ ତାଙ୍କ ମୁସଲମାନ ପଡୋସୀଙ୍କ କୌଣସି ଆପତ୍ତି ନାହିଁ  । କିନ୍ତୁ ବର୍ତ୍ତମାନ ତାଲିବାନ ଏଠାରେ ଶାସନ କରିବା ପରେ ଏଠାରେ ରହିବା ଆଉ ଉପଯୁକ୍ତ ନୁହେଁ ବୋଲି କହିଛନ୍ତି ମୋରେଡି । ଅନ୍ୟପଟେ କାନାଡାରେ ରହୁଥିବା ମୋରାଡିଙ୍କ ଝିଅ ନ୍ୟୁଜ ଏଜେନ୍ସିକୁ କହିଛନ୍ତି କି ସେ ତାଙ୍କ ମାଆଙ୍କୁ ଆଣିବାକୁ ଚେଷ୍ଟା କରିଛନ୍ତି । ଏଥିପାଇଁ ସେମାନେ ସରକାରଙ୍କ ସହ କଥା ହୋଇଥିବା କହିଛନ୍ତି  ମୋରେଡିଙ୍କ ଝିଅ ।

ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀ ଆଲୋଚନା: ସୁନ୍ଦରଗଡ଼ରେ ଏମ୍ସ ପ୍ରତିଷ୍ଠା ଓ ଅନୁଗୁଳରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ କରିବାକୁ ଦାବି

ଭୁବନେଶ୍ୱର: ସୁନ୍ଦରଗଡ଼ରେ ଏମ୍ସ ସହ ଅନୁଗୁଳରେ ମେଡିକାଲ କଲେଜ ଓ ହସ୍ପିଟାଲକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ପୁଣି ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ସାକ୍ଷାତ କରିଥିଲେ । ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାବି କରିଛନ୍ତି । କ୍ଲିନ ଏନର୍ଜି ସେସର ୬୦ ପ୍ରତିଶତ ଭାଗ ଓଡ଼ିଶାକୁ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

ଏନଟିପିସି ଦ୍ବାରା ସୁନ୍ଦରଗଡ଼ରେ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଏବଂ ୧୦୦ ସିଟର ମେଡିକାଲ କଲେଜ ସ୍ଥାପନ ହୋଇଥିବା ବେଳେ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଏନେଇ ରାଜ୍ୟ ସରକାର କେନ୍ଦ୍ରକୁ ବାରମ୍ବାର ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନାହିଁ ।

ସାରା ଦେଶକୁ ଖଣିଜ, ଲୁହା, ଷ୍ଟିଲ ପ୍ରଦାନ ଦିଗରେ ଅବଦାନକୁ ଧ୍ୟାନରେ ରଖି କେନ୍ଦ୍ର ସରକାର ଏହି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ଅନୁଗୁଳରେ ମଧ୍ୟ ଏମସିଏଲ ମେଡିକାଲ କଲେଜ ସ୍ଥାପନ ହୋଇଥିବା ବେଳେ ଏହା ପରିଚାଳନା ପ୍ରତି ଗୁରୁତ୍ବ ଦିଆଯାଉନାହିଁ । ଏଥିସହ କ୍ଲିନ ଏନର୍ଜି ସେସର ୬୦ ପ୍ରତିଶତ ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ର ସରକାର ୪୦୦ ଟଙ୍କା ପ୍ରତି ଟନ୍ ହିସାବରେ କ୍ଲିନ ଏନର୍ଜି ସେସ୍ ସଂଗ୍ରହ କରୁଥିବା ବେଳେ ଏହାର ମୁଲ୍ୟ ୫୦ ହଜାର କୋଟି ଟଙ୍କାରୁ ଅଧିକ ହେବ । ଏଥିରୁ ୩୦ ହଜାର କୋଟି ରାଜ୍ୟକୁ ମିଳିଲେ ଖଣି ଅଞ୍ଚଳରେ ବିକାଶ ସହ ବିସ୍ଥାପିତ ଲୋକେ ଲାଭବାନ ହେବେ । ୨୦୨୦-୨୧ରେ ରାଜ୍ୟରେ ପ୍ରାୟ ୧୫୪ ମିଲିୟନ ଟନ କୋଇଲା ଉତ୍ପାଦନ ହୋଇଥିଲା । ଯାହା ସାରା ଦେଶର ଉତ୍ପାଦନର ୨୫ ପ୍ରତିଶତ ।

ନବମ ଶ୍ରେଣୀର ଛାତ୍ର ରୋଜଗାର କଲେ ୧ କୋଟି: ଜାଣନ୍ତୁ କିଭଳି

ବାଲେଶ୍ୱର:୯ମାସରେ ୯ମ ଶ୍ରେଣୀ ଛାତ୍ର କୋଟିପତି । କଥାଟି ବିଶ୍ବାସ ହେଉନଥିଲେ ମଧ୍ୟ ସତ । ଗତ କରୋନା ମହାମାରୀ ସମୟରେ ଡ଼ିଜିଟାଲ ମିଡ଼ିଆକୁ ବ୍ୟବହାରକରି ବାଲେଶ୍ବରର ଆୟୁଷ୍ମାନ ପାଣିଗ୍ରାହୀ ରୋଜଗାର କରିଛନ୍ତି କୋଟିଏ ୩ଲକ୍ଷ ଟଙ୍କା । Crowd1 ପ୍ଲାଟଫର୍ମରେ କମ୍ପାନୀର ପ୍ରଡ଼କ୍ଟକୁ ପ୍ରମୋସନ କରି ସେ ରୋଜଗାର କରିଛନ୍ତି ଏହି ଟଙ୍କା । କରୋନା ସମୟରେ ଘରେ ବସି ସମୟ କଟାଇବାକୁ ପିଲାମାନେ ଇଚ୍ଛୁକ ଥିବାବେଳେ, ଆୟୁଷ୍ମାନଙ୍କୁ ଘାରିଥିଲା କୋଟିପତି ହେବାର ନିଶା । ସେ ଏହି କମ୍ପାନୀରେ ୯ ହଜାର ୫ଶହ ଟଙ୍କା ଦେଇ ମେମ୍ବର ହୋଇଥିଲେ । ପରେ ପରେ ତାଙ୍କ ମାଧ୍ୟମରେ ତଳକୁ ତଳ ଜଣେ ପରେ ଜଣେ କରି ମୋଟ ୪ ହଜାର ୫ଶହ ସହଯୋଗୀଙ୍କୁ ସେ ଯୋଡ଼ି ପାରିଛନ୍ତି ଏହି ପ୍ଲାଟଫର୍ମରେ ।

ସେହିପରି କମ୍ପାନୀ ତରଫରୁ ଦିଆଯାଉଥିବା ବିଭିନ୍ନ ପ୍ରମୋସନ କୋର୍ଡ଼କୁ ବ୍ୟବହାରକରି ସେ ପ୍ରମୋସନ କରିଚାଲିଛନ୍ତି । ସେହିପରି ତାଙ୍କ ଚେନ୍‌ରେ ଥିବା ଅନ୍ୟମାନେ ମଧ୍ୟ ଏହିପରି ପ୍ରମୋସନ୍‌ ଚଳାଇଛନ୍ତି । ଫଳରେ ତାଙ୍କ ତାଙ୍କ ଓ୍ବାଲେଟ୍‌ ଆସିଛି କୋଟିଏରୁ ଅଧିକ ଡ଼ିଜିଟାଲ ଟଙ୍କା । ଯାହାର କିଛି ଅଂଶ ଆୟୁସ୍ମାନ ଖର୍ଚ୍ଚ କରିପାରୁଥିବାବେଳେ, ଅନ୍ୟ କିଛି ପରିମାଣର ଟଙ୍କା କମ୍ପାନୀରେ ଯୋଗ ଦେଉଥିବା ସହଯୋଗୀଙ୍କ ପାଇଁ ବ୍ୟବହାର କରିଛନ୍ତି ।  ୨୦୨୫ ମସିହା ସୁଦ୍ଧା ଆୟୁଷ୍ମାନ ୧୦୦ କୋଟି ଟଙ୍କାର ଆୟ ଲକ୍ଷ୍ୟ ରଖିଛନ୍ତି ।

ଚିନ୍ତାରେ ଆଳୁ ଚାଷୀ: ଅଧିକ ବର୍ଷା ଓ ନକଲି ବିହନ ଯୋଗୁଁ ଫଳୁନି ଆଳୁ

କନ୍ଧମାଳ: ବର୍ଷା ଦିନେ ଆଳୁଚାଷ କରି ଚିନ୍ତାରେ ଚାଷୀ । ଅଧିକ ବର୍ଷା ଓ ନକଲି ବିହନ ପାଇଁ ଜମିରେ ଫଳୁନି ଆଳୁ । ଫଳରେ କରଜ କରି ଚାଷ କରିଥିବା ଚାଷୀଙ୍କ ମୁଣ୍ଡରେ ପଡିଛି ଚଡ଼କ । ହେକ୍ଟର ହେକ୍ଟର ଚାଷ ଜମିରେ ଫସଲ ନହେବାରୁ ଗଛକୁ ଉପାଡିବାକୁ ବାଧ୍ୟ ହେଉଛନି ଚାଷୀ ।

ମାତ୍ରାଧିକ ବର୍ଷା ଓ ନକଲି ବିହନ ଯୋଗୁ ଉଜୁଡ଼ିଲା ଚାଷୀଙ୍କ ସ୍ବପ୍ନ । ଆଳୁଚାଷ କରି ଚିନ୍ତାରେ କନ୍ଧମାଳର ଚାଷୀ । ଜମିରେ ଧାଡ଼ି କି ଧାଡ଼ି ହୋଇ ଗଛ ଲାଗିଛି । ଆଳୁ ଗଛ ଗୁଡ଼ିକ ବି ବେଶ ଛନଛନିଆ ହୋଇଛି । ହେଲେ ଗଛରେ ଆଶା ଆନୁଯାୟୀ ଫଳ ଧରୁନାହିଁ । ମାତ୍ରାଧିକ ବର୍ଷା ଓ ନକଲି ବିହନ ପାଇଁ ଆଳୁଚାଷ ଉଜୁଡ଼ି ଯାଇଥିବା ଅଭିଯୋଗ କରିଛନ୍ତି କନ୍ଧମାଳ ଜିଲ୍ଲା ଫୁଲବାଣୀର ଚାଷୀ । ଫଳରେ ଭଲ ଲାଭ ଆଶା ରଖିଥିବା ଚାଷୀ ଏବେ ଋଣ ସୁଝିବା ଚିନ୍ତାରେ ରହିଛନ୍ତି ।

ଚଳିତ ବର୍ଷ, ବର୍ଷା ଋତୁ ପ୍ରାରମ୍ଭରେ ନିଅଣ୍ଟିଆ ବର୍ଷା ହୋଇଥିଲା । ଫଳରେ ଧାନ ବଦଳରେ ଫୁଣବାଣୀର ଜିଲ୍ଲା ରୁଜାଙ୍ଗୀ, ପିଟବାରୀ. ବନ୍ଧସାହି ଆଦି ଅଞ୍ଚଳରେ ଆଳୁ ଚାଷ କରିଥିଲେ ଚାଷୀ । ମୋଟ ୬୨୫ ଏକର ଜମିରେ ଚାଷ ହୋଇଥିଲା । ଏଥିପାଇଁ ଉଦ୍ୟାନ ବିଭାଗ ୧୭୪୪ଜଣ ଚାଷୀଙ୍କୁ ୩ହଜାର ୭୫୦ କୁଇଣ୍ଟାଲ ବିହନ ଯୋଗାଇ ଦେଇଥିଲା । ହେଲେ ଫଳ ଆସୁନଥିବାରୁ ଗଛକୁ ଓପାଡି ଦେଇଛନ୍ତି ଚାଷୀ । ସେପଟେ ପାଣିପାଗ ପରିବର୍ତ୍ତନ ଯୋଗୁ ଚାଷ ପ୍ରଭାବିତ ହୋଇଛି ବୋଲି କହିଛନ୍ତି ଜିଲ୍ଲା ଉଦ୍ୟାନ ବିଭାଗର ଉପନିର୍ଦ୍ଦେଶକ ।  ମାତ୍ରାଧିକ ବର୍ଷା ହେଉକି ନକଲି ବହିନ ଚାଷ ନଷ୍ଟ ହେଉ । ଏଭଳି ସ୍ଥfତିରେ ଏଭଳି ସ୍ଥିତିରେ ସରକାରୀ ସହାୟତା ଦାବି କରିଛନ୍ତି ଚାଷୀ ।

ଏଥିସହିତ ପଢ଼ନ୍ତୁ: ମମିତା ମୃତ୍ୟୁ ମାମଲାକୁ ନେଇ ସାଂଘାତିକ ଖୁଲାସା କଲେ ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତ

ଶାହାରୁଖଙ୍କ ପୁଅ ଆର୍ଯ୍ୟନଙ୍କ ଜାମିନଦାର ହେଲେ ଜୁହି

ମୁମ୍ବାଇ: ବମ୍ବେ ହାଇକୋର୍ଟ ଶୁକ୍ରବାର ବଲିଉଡ ଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ବେଲ ଅର୍ଡ଼ର ଜାରି କରିଛନ୍ତି । ତାଙ୍କୁ ୧ ଲକ୍ଷ  ଟଙ୍କା ଓ ବ୍ୟକ୍ତିଗତ ମୁଚାଲିକାରେ ଜାମିନ ଦିଆଯାଇଛି । ରିପୋର୍ଟ ଅନୁସାରେ ଆର୍ଯ୍ୟନଙ୍କ ଜାମିନଦାର ହୋଇଛନ୍ତି ଜୁହି । ଜୁହି ଚାଓ୍ୱଲା ବେଲ୍‌ ବଣ୍ଡ୍‌ ରେ ଦସ୍ତଖତ କରିଛନ୍ତି ।

ଜୁହିଙ୍କୁ ଶାହାରୁଖଙ୍କ ଖୁବ ନିକଟତର ବୋଲି କୁହାଯାଏ । ଉଭୟ ରାଜୁ ବନଗୟା ଜେଣ୍ଟଳମ୍ୟାନ୍‌,ଡର୍‌,ଡୁପ୍ଲିକେଟ୍‌,ୟେସ୍‌ ବସ୍‌, ଫିର ଭି ଦିଲ ହୈ ହିନ୍ଦୁସ୍ତାନୀ ଏବଂ ଭୂତନାଥ ଭଳି ଏକାଧିକ ଫିଲ୍ମରେ ନଜର ଆସିଛନ୍ତି ।

ଗୁରୁବାର ଆର୍ଯ୍ୟନ୍‌ ଖାନ୍‌, ଅରବାଜ ମର୍ଚାଣ୍ଟ ଏବଂ ମୁନମୁନ୍‌ ଧମେଚାଙ୍କୁ ଜାମିନ୍‌ ଦେଇଥିବା ବିଚାରପତି ଏମ.ଡବ୍ଲ୍ୟୁ ସାମ୍ବ୍ରେ ତାଙ୍କୁ ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ତଦନ୍ତ ଅଧିକାରୀଙ୍କ ଅନୁମତି ବିନା ମୁମ୍ବାଇ ବା ଭାରତ ଛାଡ଼ି ନଯିବାକୁ ଆଦେଶ ଦେଇଛନ୍ତି । ଏହା ବ୍ୟତୀତ ଏହି ବାବଦରେ କାହାକୁ କୌଣସି ସୂଚନା ନ ଦେବା, ସାର୍ବଜନୀନ ବୟାନ ନ ଦେବାକୁ କହିଛନ୍ତି କୋର୍ଟ । ଖାଲି ସେତିକି ନୁହେଁ ବରଂ ପ୍ରତି ଶୁକ୍ରବାର ଦିନ ୨ଟାରେ ଏନସିବି କାର୍ଯ୍ୟାଳୟରେ ଉପସ୍ଥିତ ହେବାପାଇଁ କୁହାଯାଇଛି ।

ଏହା ବ୍ୟତୀତ କୌଣସି ସାକ୍ଷୀଙ୍କୁ ପ୍ରଭାବିତ ନକରିବା ଏବଂ ମୋକଦ୍ଦମାରେ ବିଳମ୍ବ ନକରିବାକୁ ଆଦେଶ ଦିଆଯାଇଛି ।

ମହାମାରୀ ପାଇଁ ଭାରତକୁ ଏକ ନୂଆ ରଣନୀତି କରିବାକୁ ପଡ଼ିବ: ଅଜିତ ଡୋଭାଲ

ପୁଣେ: ସାରା ବିଶ୍ବକୁ ଚେତାବନୀ ଦେଲେ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ । ମାରାତ୍ମକ ଭାଇରସକୁ ଜାଣିଶୁଣି  ଅସ୍ତ୍ର ଭାବରେ ବ୍ୟବହାର କରାଯିବାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଅଜିତ ଡୋଭାଲ । ବର୍ତ୍ତମାନ ଦେଶକୁ ବ୍ୟାପକ କ୍ଷମତା ସହିତ ବାୟୋ-ଡିଫେନ୍ସ, ବାୟୋ ସୁରକ୍ଷା ନିର୍ମାଣ କରିବା ଆବଶ୍ୟକ ।  ପୁଣେ ଆନ୍ତର୍ଜାତୀୟ କେନ୍ଦ୍ର ଦ୍ବାରା ଆୟୋଜିତ ପୁଣେ ଡାଏଲଗ ଅନ୍ ନ୍ୟାସନାଲ ସିକ୍ୟୁରିଟି (PDNS)୨୦୨୧ରେ ବିପର୍ଯ୍ୟୟ ଓ ମହାମାରୀ ଯୁଗରେ ଜାତୀୟ ସୁରକ୍ଷା ପ୍ରସ୍ତୁତି ବିଷୟରେ ଡୋଭାଲ କହିଛନ୍ତି ଯେ କୋଭିଡ-୧୯ ମହାମାରୀ ଓ ଜଳବାୟୁ ପରିବର୍ତ୍ତନ ସବୁଠାରୁ ଚିରସ୍ଥାୟୀ ବାର୍ତ୍ତା ହେଉଛି କେବଳ ସମସ୍ତଙ୍କର କଲ୍ୟାଣ ଏହା ସମସ୍ତଙ୍କ ବଞ୍ଚିବା ନିଶ୍ଚିତ କରିବ । ସେ କହିଛନ୍ତି କି ଏକ ବିପଦପୂର୍ଣ୍ଣ ଭୂତାଣୁକୁ ସୁଚିନ୍ତିତ ଅସ୍ତ୍ରଶସ୍ତ୍ର କରିବା ଏକ ଗମ୍ଭୀର ବିଷୟ । ବର୍ତ୍ତମାନ ଭାରତକୁ ଏଭଳି ଅସ୍ତ୍ରଶସ୍ତ୍ର ସହ ଲଢ଼େଇ କରିବାକୁ ଏକ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି କହିଛନ୍ତି ଅଜିତ ଡୋଭାଲ ।

ଜଳବାୟୁ ପରିବର୍ତ୍ତନ  ପ୍ରସଙ୍ଗରେ ସେ କହିଛନ୍ତି କି ବିପର୍ଯ୍ୟୟ ଓ ମହାମାରୀ ସୀମାହୀନ ବିପଦ । ସେମାନଙ୍କୁ ଏକାକୀ ଯୁଦ୍ଧ କରାଯାଇପରିବ ନାହିଁ । ବର୍ତ୍ତମାନ ସମୟ ହେଉଛି ଆମକୁ ଏକ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ । ଜଳବାୟୁ ପରିବର୍ତ୍ତନ ବିଶ୍ବ ପାଇଁ ଏକ ବଡ଼ ବିପଦ ବୋଲି କହିଛନ୍ତି ଅଜିତ ଡୋଭାଲ । କାରଣ ଏହା ପୃଥିବୀର ସମ୍ବଳର ଉପଲବ୍ଧତା ଉପରେ ପ୍ରଭାବ ପକାଇଥାଏ । ଜଳବାୟୁ ପରିବର୍ତ୍ତନ ଅସ୍ଥିରତାକୁ ତୀବ୍ର କରିପାରେ । ବୃହତ ଜନସଂଖ୍ୟାକ ମଧ୍ୟ ବିସ୍ଥାପନକୁ ନେଇପାରେ ବୋଲି କହିଛନ୍ତି NSA ଅଜିତ ଡୋଭାଲ । ସେ ଆହୁରି କହିଛନ୍ତି କି ଆସନ୍ତା ନଭେମ୍ବର ଆରମ୍ଭରେ ଗ୍ଲାସୋଗରେ ଜଳବାୟୁ ପରିବର୍ତ୍ତନ ଶିଖର ସମ୍ମିଳନୀ ଅନଷ୍ଠିତ ହେବାକୁ ଯାଉଛି । ଭାରତ ଜଳବାୟୁ ଲକ୍ଷ୍ୟ ପୂରଣ କରିବାକୁ ପ୍ରତିଶୃତିବଦ୍ଧ ଏବଂ ଅନେକ ପଦେକ୍ଷପ ମଧ୍ୟ ନେଇ ସାରିଛି । ପ୍ରକୃତି ସହ ସମନ୍ବୟ ଭାରତୀୟ ସଭ୍ୟତାର ମୂଳଦୁଆ ପାଲଟିଛି ବୋଲି କହିଥିଲେ ଜାତୀୟ ସୁରକ୍ଷା ପରାମର୍ଶ ଦାତା ଅଜିତ ଡୋଭାଲ ।

 

ବାର୍ ଓ ରେଷ୍ଟୁରାଣ୍ଟ ବ୍ୟବସାୟ ପ୍ରତି ସମ୍ୱେଦନଶୀଳ ମନୋଭାବ ରଖିବାକୁ ଦାବି କଲା ସଂଘ

ଭୁବନେଶ୍ୱର: ଅବକାରୀ ବିଭାଗର ଚଢାଉ ପରେ ପ୍ରିତିକ୍ରିୟା ରିଖିଲେ ବାର ଓ ରେଷ୍ଟୁରାଣ୍ଟ ସଙ୍ଘ । କୋଭିଡ କଟକଣା ଯୋଗୁଁ ଲମ୍ବା ସମୟ ଧରି ବାର ଓ ରେଷ୍ଟୁରାଣ୍ଟ ସଂଘ ଗଭୀର ଭାବରେ ପ୍ରଭାବିତ ହୋଇଛି । ଏହା ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିର୍ଭର କରୁଥିବା ବହୁ ପରିବାର ଦୁର୍ଦିନରେ ସମୟ କାଟୁଛନ୍ତି । ବାର ଓ ରେଷ୍ଟୁରାଣ୍ଟ ସଙ୍ଘର ବ୍ୟବସାୟକୁ ଆବଶ୍ୟକ କରୁଛି ପୋଲିସ କୋହଳ ମନୋଭବ । ବିଶେଷ କରି ରାଜଧାନୀରେ ଚାଲୁଥିବା ବାର ବ୍ୟବସାୟକୁ କମିଶନରେଟ ପୋଲିସ ଅନୁମତି ଦେବାର ଆଵଶ୍ୟକତା ରହିଛି ।

ଏହି ବ୍ୟବସାୟକୁ ରାତି ୧୨ ଟା ଖୋଲା ରଖିବାକୁ ଦାବି ରଖିଛି ବାର ଓ ରେଷ୍ଟୁରାଣ୍ଟ ସଙ୍ଘ । ଏହାସହ ମ୍ୟୁଜିକାଲ ଲାଇସେନ୍ସକୁ ମଧ୍ୟ ଅନୁମତି ଦେବାର ଆଵଶ୍ୟକତା ରହିଛି । ବ୍ୟବସାୟରେ କଟକଣା କାରଣରୁ ପେଟପାଟଣା ପାଇଁ ବିଭିନ୍ନ ବାର ବିଳମ୍ବିତ ରାତି ଯାଏଁ ଖୋଲା ରଖୁଥିବାବେଳେ ପୋଲିସ ଚଢାଉ କରିବା ପରିବର୍ତ୍ତେ ଅନୁମତି ଦେବାର ଆଵଶ୍ୟକତା ରହିଛି । ଏନେଇ ବିଭଗୀୟ ଅଧିକାରୀ ବାର୍ ବ୍ୟବସାୟଙ୍କ ପ୍ରତି ସମ୍ବେଦନଶୀଳ ମନୋଭାବ ପୋଷଣ କରିବା ଆବଶ୍ୟକ ବୋଲି ସଂଘ ମତ ଦେଇଛି ।

ଏଥିସହିତ ପଢ଼ନ୍ତୁ: ଲଘୁଚାପର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ; ୨ ଯାଏଁ ବର୍ଷା ସମ୍ଭାବନା

 

ମମତା କହିଲେ, ଟିଏମସିର ନୂଆ ଫୁଲଫର୍ମ ହେଉଛି ଟେମ୍ପଲ-ମସ୍କ-ଚର୍ଚ୍ଚ

ପାନାଜୀ: ଆମ ଦେଶରେ ଧର୍ମକୁ ନେଇ ରାଜନୀତି ହୁଏ । ସମ୍ପଦ୍ରାୟକୁ ଲକ୍ଷ୍ୟ କରି ଭୋଟ୍ ମାଗନ୍ତି ନେତା । ହିନ୍ଦୁତ୍ୱକୁ ନେଇ ରାଜନୀତିର ଅଙ୍କ ଆଙ୍କୁଥିବା ବିଜେପି ଅନେକ ଥର ମମତା ବାନାର୍ଜୀଙ୍କୁ ହିନ୍ଦୁ ବିରୋଧୀ କହିଛି । ଗୋଆରେ ବିଜେପିକୁ ଏହାର ଜବାବ ଦେଇଛନ୍ତି ମମତା । ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧନ କରି ମମତା ବତାଇଛନ୍ତି ଟିଏମସିର ଅର୍ଥ । ଟି- ‘ଟେମ୍ପୁଲ’ ମନ୍ଦିର, ଏମ୍- ‘ମସ୍କ’ ମସଜିଦ୍ ଓ ସି- ‘ଚର୍ଚ୍ଚ’ ଗିର୍ଜାଘର ।

Mamata Banerjee Describes TMC Means Temple Mosque Church

ତିନିଦିନିଆ ଗୋଆ ଗସ୍ତରେ ଗୁରୁବାର ପହଞ୍ଚିଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା କହିଛନ୍ତି, ତାଙ୍କ ଦଳ ଭୋଟ୍ ବାଣ୍ଟିବାକୁ ନୁହେଁ ବରଂ ରାଜ୍ୟକୁ ମଜଭୁତ୍ ଓ ଆତ୍ମନିର୍ଭର କରିବାକୁ ଗୋଆରେ ନିର୍ବାଚନ ଲଢ଼ୁଛି । ମମତା କହିଛନ୍ତି, ରାଜ୍ୟର ଶାସନ ଦିଲ୍ଲୀରୁ ଚଳିବ ନାହିଁ । ଟିଏମସି ଲୋକଙ୍କୁ ଧାର୍ମିକ ଆଧାରରେ ବାଣ୍ଟିବ ନାହିଁ । ହିନ୍ଦୁ ହୁଅନ୍ତୁ କି ମୁସଲମାନ ଅଥବା ଖ୍ରୀଷ୍ଟିୟାନ୍ । ଗୋଆର ସମସ୍ତ ୪୦ ବିଧାନସଭା ଆସନରେ ଟିଏମସି ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛି ।

ଗୋଆ ଗସ୍ତରେ ଥିବା ମମତା ଅଭିଯୋଗ କହିଛନ୍ତି, ବିଜେପି ତାଙ୍କ ପୋଷ୍ଟର ଓ ବ୍ୟାନରକୁ ହଟାଇ ଦେଇଛି । ସେହିଭଳି ଭାରତର ଲୋକ ଗେରୁଆ ଦଳକୁ ହଟାଇ ଦେବେ । ସେ କହିଛନ୍ତି, ‘ଯେବେ ମୁଁ ଗୋଆ ଆସୁଛି, ମୋ ପୋଷ୍ଟର ନଷ୍ଟ କରି ଦିଆଯାଉଛି । ଆପଣଙ୍କୁ ଭାରତରୁ ହଟାଇ ଦିଆଯିବ ।’

ସୁସ୍ଥ ଅଛନ୍ତି ରଜନୀକାନ୍ତ

ମୁମ୍ବାଇ: ସୁସ୍ଥ ଅଛନ୍ତି ସାଉଥ ସୁପରଷ୍ଟାର ରଜନୀକାନ୍ତ । ଗୁରୁବାର ରାତିରେ ହଠାତ ରଜନୀକାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଚେନ୍ନାଇର କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।  ଏହି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ରଜନୀକାନ୍ତଙ୍କ ଫ୍ୟାନମାନେ ଚିନ୍ତିତ ହୋଇଯାଇଥିଲେ ଓ ରଜନୀକାନ୍ତଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସିବା ପାଇଁ ପ୍ରାର୍ଥନା କରିଥିଲେ ।  ତେବେ ରଜନୀକାନ୍ତଙ୍କ ସ୍ବାସ୍ଥ୍ୟ ବାବଦରେ ଆଜି ତାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନେଇ ତାଙ୍କ ଘନିଷ୍ଠ ସହଯୋଗୀ ତଥା ଅଭିନେତା ଓ୍ବାଇ.ଜି ମହେନ୍ଦ୍ରନ୍ କହିଛନ୍ତି କି ବର୍ତ୍ତମାନ ରଜନୀକାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ଅଛି ଏବଂ ସେ ବର୍ତ୍ତମାନ ବିଶ୍ରାମ କରୁଛନ୍ତି । ସେ ଆହୁରି କହିଛନ୍ତି କି ମୁଁ ତାଙ୍କ ଚିକିତ୍ସା ବିଷୟରେ ଜାଣି ନାହିଁ କିନ୍ତୁ ସେ ଏବେ ସୁସ୍ଥ ଅଛନ୍ତି ଏବଂ ହସ୍ପିଟାଲରେ ବିଶ୍ରାମ ନେଉଛନ୍ତି । ଅନ୍ନାଥେ ଫିଲ୍ମି ରିଲିଜ୍ ପୂର୍ବରୁ ହସ୍ପିଟାଲରୁ ସେ ଡିସଚାର୍ଜ ହେବେ । ତେବେ ଆସନ୍ତା ନଭେମ୍ବର ୪ରେ ରଜନୀକାନ୍ତଙ୍କ ଫିଲ୍ମି ଅନ୍ନାଥେ ରିଲିଜ୍ ହେବାକୁ ଯାଉଛି ।

ଅନ୍ୟପଟେ ରଜନୀକାନ୍ତ ହସ୍ପିଟାଲରେ ଭର୍ତ୍ତି ହେବା ପରେ ତାଙ୍କ ପତ୍ନୀ ଲତା ବିଭିନ୍ନ ଗଣମାଧ୍ୟମକୁ କହିଥିଲେ କି ଏହା ଏକ ନିତିଦିନିଆ ଡାକ୍ତରୀ ଯାଞ୍ଚ । ଏଥିସହ ଛାତିରେ ଯନ୍ତ୍ରଣା ଓ ଅସ୍ବାଭାବିକତା ଅନୁଭବ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି କିଛି ଗଣମାଧ୍ୟମରେ ଦର୍ଶାଯାଇଥିଲା । ଏହା ପୂର୍ବରୁ ଗତବର୍ଷ ଡିସେମ୍ବରରେ ବ୍ଲଡ ପ୍ରେସର ସମସ୍ୟା କାରଣରୁ ରଜନୀକାନ୍ତ ହାଇଦ୍ରାବାଦର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଦୁଇ ଦିନ ମଧ୍ୟରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମଧ୍ୟ କରାଯାଇଥିଲା ।