‘ମିର୍ଜାପୁର’ ଅଭିନେତା ବ୍ରହ୍ମା ମିଶ୍ରଙ୍କ ମୃତଦେହ ଉଦ୍ଧାର

ମୁମ୍ବାଇ: ୱେବ୍ ସୋ ‘ମିର୍ଜାପୁର’ରେ ଲଲିତ ଭୂମିକା ପାଇଁ ପ୍ରଶଂସା ସାଉଁଟିଥିବା ଜଣାଶୁଣା ଅଭିନେତା ବ୍ରହ୍ମା ମିଶ୍ରଙ୍କ ଦେହାନ୍ତ ହୋଇଛି। ଖବର ଅନୁଯାୟୀ ମୁମ୍ବାଇର ଭର୍ସୋଭାସ୍ଥିତ ଫ୍ଲାଟରେ ପୋଲିସ ତାଙ୍କ ମୃତଦେହକୁ ଉଦ୍ଧାର କରିଛି। ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ କପୁର୍ ହସ୍ପିଟାଲକୁ ପଠାଯାଇଥିବା ଜଣାଯାଇଛି।

ରିପୋର୍ଟ ଅନୁଯାୟୀ, ଏହି ଅଭିନେତା ଜଣଙ୍କ ଗତ ନଭେମ୍ବର ୨୯ ତାରିଖରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଚିକିତ୍ସିତ ହେବା ପରେ ଡାକ୍ତର ତାଙ୍କୁ ଘରକୁ ପଠାଇଥିଲେ। କିନ୍ତୁ ହୃଦ୍‌ଘାତ ଯୋଗୁଁ ତାଙ୍କର ଦେହାନ୍ତ ହୋଇଥିବା ନେଇ ସନ୍ଦେହ କରାଯାଉଥିବା ବେଳେ ଆଧିକାରିକ ଭାବେ ସ୍ପଷ୍ଟ ସୂଚନା ମିଳିପାରିନାହିଁ।

ମିର୍ଜାପୁରରେ ମୁନ୍ନା ତ୍ରୀପାଠି ଭୂମିକାରେ ଅଭିନୟ କରିଥିବା ଅଭିନେତା ଦିବ୍ୟେନ୍ଦୁ ମିଶ୍ର ବ୍ରହ୍ମାଙ୍କ ମୃତ୍ୟୁରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ବ୍ରହ୍ମା ଅନେକ ଫିଲ୍ମ ଓ ସିରିୟଲରେ ଅଭିନୟ କରିଥିବା ବେଳେ ‘ମିର୍ଜାପୁର’ ତାଙ୍କୁ ପରିଚୟ ଦେଇଥିଲା । ଏହି ସିରିଜରେ ତାଙ୍କ ଚରିତ୍ର ଖୁବ୍ ଦମଦାର୍ ରହିଥିଲା । ଏପରିକି ତାଙ୍କ ପ୍ରଶଂସାରେ ବହୁ ମିମ୍ ମଧ୍ୟ ବନାଯାଇଥିଲା। ଭୋପାଳର ବାସିନ୍ଦା ବ୍ରହ୍ମାଙ୍କର ପିଲାବେଳରୁ ସ୍ୱପ୍ନ ଥିଲା ଅଭିନେତା ହେବା । ୨୦୧୩ରେ ସେ ‘ଚୋର ଚୋର ସୁପର ଚୋର୍’ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିଲେ । ଏହା ପରେ ଅକ୍ଷୟଙ୍କ ଫିଲ୍ମ କେଶରୀରେ ‘ଖୁଦାଦଦ ଖାନ୍’ର ରୋଲ୍ ପ୍ଲେ କରିଥିଲେ ।

 

 

Leave a Reply