ବାତ୍ୟା ‘ଜୱାଦ’ ନେଇ କ’ଣ କହୁଛି ସ୍କାଏମେଟର ଆକଳନ

Skymet On Cyclone Jawad

ଭୁବନେଶ୍ୱର: ବଙ୍ଗୋପସାଗର ଉପକୂଳରେ ମାଡ଼ ହେବ ବାତ୍ୟା । କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ଆଣ୍ଡାମାନ ସାଗରରେ ଏକ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଏହା ଆଜି ସନ୍ଧ୍ୟାରେ ଅବପାତରେ ପରିଣତ ହେବ । ଘରୋଇ ପାଣିପାଗ ପୂର୍ବାନୁମାନକାରୀ ସଂସ୍ଥା ସ୍କାଏମେଟର ଆକଳନ ଅନୁସାରେ, ଅବପାତ ବାତ୍ୟା ‘ଜୱାଦ’ରେ ପରିଣତ ହେବ । ଏବଂ ବାତ୍ୟାରେ ପରିଣତ ହେବାର ୨୪ ଘଣ୍ଟା ମଧ୍ୟରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ଉପକୂଳ ଛୁଇଁବ ।

ଏଥିସହ ପଢ଼ନ୍ତୁ: ଆଜି ଅବପାତ, କାଲି ବାତ୍ୟା; ୪ ଜିଲ୍ଲାକୁ ରେଡ୍ ଆଲର୍ଟ  

ତେବେ ଲଘୁଚାପ ଅବପାତର ରୂପ ନେବା ପରେ ବାତ୍ୟା ‘ଜୱାଦ’ର ଗତିପଥ ଜଣାପଡ଼ିବ । ଏବେର ଆକଳନ ଅନୁସାରେ, ଶୁକ୍ରବାର ସନ୍ଧ୍ୟାରୁ ଉପକୂଳରେ ପ୍ରଭାବ ଦେଖାଇବ ‘ଜୱାଦ’ । ତିନି ତାରିଖ ରାତିରୁ ୪ ତାରିଖ ସକାଳ ଯାଏଁ ବାତ୍ୟାର ପ୍ରଭାବ ଅଧିକ ରହିବ । ବାତ୍ୟା ଦୁର୍ବଳ ହେବାର ପରବର୍ତ୍ତୀ ୪୮ ଘଣ୍ଟା ଯାଏଁ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ପ୍ରଭାବ ଜାରି ରହିବ ।

Skymet On Cyclone Jawad

ଆନ୍ଧ୍ରପ୍ରଦେଶ ସହ ଓଡ଼ିଶାର ଗଞ୍ଜାମ, ଗଜପତି, ଜଗତସିଂହପୁର, ବାରିପଦା ସହ ପଶ୍ଚିମବଙ୍ଗର ଦୀଘା, କଣ୍ଟାଇ ଓ ସୁନ୍ଦରବନକୁ ବର୍ଷା ସହ ବାତ୍ୟା ପରବର୍ତ୍ତୀ ବନ୍ୟାର ବିପଦ ରହିଛି । ଏହି ସବୁ ସ୍ଥାନରେ ୬ ତାରିଖ ଯାଏଁ ପାଣିପାଗ ଖରାପ ରହିବ । ପ୍ରବଳ ବର୍ଷା ଓ ଶକ୍ତିଶାଳୀ ପବନରେ ଯୋଗାଯୋଗ ବାଧାପ୍ରାପ୍ତ ହୋଇପାରେ । ସଡ଼କ ଓ ରେଳସେବାକୁ କ୍ଷତି ପହଞ୍ଚିପାରେ । ତଳିଆ ଅଞ୍ଚଳରେ ରହୁଥିବା ଲୋକ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଛି ।

Leave a Reply