ପୋଲିସ ରିମାଣ୍ଡରେ କଣ୍ଟ୍ରାକ୍ଟ କିଲର ସମ୍ପଦ ସାହୁ

Contract Killer Sampad Sahoo In Two Days Police Remand

ଭୁବନେଶ୍ୱର: ୨ ଦିନିଆ ରିମାଣ୍ଡରେ ଗଲା କଣ୍ଟ୍ରାକ୍ଟ କିଲର ସମ୍ପଦ ସାହୁ । ରିମାଣ୍ଡ ବେଳେ ସମ୍ପଦକୁ ଗୁଡେଇ ତୁଡେଇ ଜେରା କରିବ ପୋଲିସ । ସମ୍ପଦକୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ନୟାପଲ୍ଲୀ ପୋଲିସ । ହେଲେ ୨ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଏସଡିଜେଏମ୍ କୋର୍ଟ । ରିମାଣ୍ଡ ବେଳେ କଣ୍ଟ୍ରାକ୍ଟ କିଲର ସମ୍ପଦର ଖୋଲିବ କ୍ରାଇମ୍ ନେଟୱର୍କ । ଫେରାର ଅଭିଯୁକ୍ତ ଓ ସମ୍ପଦର ପୂରା ଅପରାଧିକ କାର୍ଯ୍ୟକଳାପ ବିଷୟରେ ଜାଣିବା ପାଇଁ ପୋଲିସ ପଚରାଉଚରା କରିବ ।

Contract Killer Sampad Sahoo In Two Days Police Remand

ସୁପାରି ନେଇ ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ଜଗତସିଂହପୁରରେ ପ୍ଳାନ୍ କରିଥିଲା ସମ୍ପଦ, ଭୁବନେଶ୍ୱର ଥିଲା ମର୍ଡର ପଏଣ୍ଟ । ଟାର୍ଗେଟରେ ଥିଲେ ବ୍ୟବସାୟୀ । ଛକି ବସିଥିଲା କଣ୍ଟ୍ରାକ୍ଟ କିଲର । ହତ୍ୟା କରିବା ପୂର୍ବରୁ କାବୁ କରିଥିଲା ପୋଲିସ । ନୟାପଲ୍ଲୀ ସ୍ୱପ୍ନେଶ୍ୱର ମନ୍ଦିର ନିକଟରେ ବ୍ୟବସାୟୀଙ୍କୁ ଅପେକ୍ଷା କରିଥିଲା ଜଗତସିଂହପୁର ସମ୍ପଦ ସାହୁ । ବନ୍ଧୁକ ଧରି ଛକି ବସିଥିଲେ ସମ୍ପଦ ଓ ତା’ ସହଯୋଗୀ । ବନ୍ଧୁକ ଧରି ବୁଲୁଥିବା ନେଇ ପୋଲିସକୁ ଖବର ଦେଇଥିଲା ଖବରୀ । ସମ୍ପଦଠାରୁ ଦୁଇଟି ବନ୍ଧୁକ, ୮ ରାଉଣ୍ଡ ଗୁଳି ଓ ଲଙ୍କା ଗୁଣ୍ଡ ସ୍ପ୍ରେ ଜବତ ହୋଇଛି । ଭୁବନେଶ୍ୱର, କଟକ, କେନ୍ଦ୍ରାପଡା, ଜଗତସିଂହପୁର ଓ ଖୋର୍ଦ୍ଧା ଅଞ୍ଚଳରେ ଅନେକ ମାମଲାରେ ଜଡ଼ିତ ସମ୍ପଦ ।

ଏଥିସହ ପଢ଼ନ୍ତୁ: ଆଜି ଅବପାତ, କାଲି ବାତ୍ୟା; ୪ ଜିଲ୍ଲାକୁ ରେଡ୍ ଆଲର୍ଟ  

ଗତ କିଛିଦିନ ଧରି ସମ୍ପଦ କିଛି ବ୍ୟବସାୟୀଙ୍କୁ ଭୟଭୀତ କରି ତାଳଚେର ଠାରେ କୋଇଲା ବ୍ୟବସାୟ କରୁଥିଲା । ସମ୍ପଦର ପୂରା ଅପରାଧିକ ସାମ୍ରାଜ୍ୟ ବିଷୟରେ ଏହି ରିମାଣ୍ଡ ସମୟରେ ଜାଣିବାକୁ ପ୍ରୟାସ କରିବ ପୋଲିସ । ଗତ ୨୮ ତାରିଖରେ ସମ୍ପଦକୁ ନୟାପଲ୍ଲୀ ସ୍ୱପ୍ନେଶ୍ବର ମନ୍ଦିର ନିକଟରୁ ଗିରଫ କରିଥିଲା ପୋଲିସ । ସେପଟେ ଫେରାର ହୋଇ ଯାଇଥିବା ଅଭିଯୁକ୍ତକୁ ଧିରିବାକୁ ଚଢ଼ାଉ ଜାରି ରଖିଛି ପୋଲିସ ।

Leave a Reply