ପରାଗ ଅଗ୍ରଓ୍ୱାଲଙ୍କଠାରୁ ଦୁଇ ଗୁଣ ସୁନ୍ଦର ପିଚାଇଙ୍କ ଦରମା

ନୂଆଦିଲ୍ଲୀ: ଆମେରିକାର ବିଭିନ୍ନ ଟେକ୍ନୋଲୋଜି କମ୍ପାନୀର କମାଣ୍ଡ ସମ୍ଭାଳୁଛନ୍ତି ଭାରତୀୟ । ଗୁଗଲଠାରୁ ଆରମ୍ଭ କରି ଟ୍ୱିଟର ପର୍ଯ୍ୟନ୍ତ ସବୁ ଟେକ୍ କମ୍ପାନୀର ବସ୍ ଭାରତୀୟ । ଆରମ୍ଭରୁ ଟେକ୍ନୋଲୋଜିକୁ ଭଲ ପାଉଥିଲେ ଗୁଗଲ ସିଇଓ ସୁନ୍ଦର ପିଚାଇ । ଯାହା ଫଳରେ ଦୁନିଆର ସବୁଠାରୁ ବଡ଼ କମ୍ପାନୀ ଗୁଗଲର ସିଇଓ ଭାବରେ ଦାୟିତ୍ୱ ତୁଲାଉଛନ୍ତି ସୁନ୍ଦର ପିଚାଇ । ଦୁନିଆର ସବୁଠାରୁ ବଡ଼ କମ୍ପାନୀର ସିଇଓ ହେବା ଫଳରେ ପ୍ରତି ବର୍ଷ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ସୁନ୍ଦର ପିଚାଇ ।

ବର୍ତ୍ତମାନ ସୁଦ୍ଧା ସୁନ୍ଦର ପିଚାଇଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୬୦୦ ମିଲିୟନ ଡଲାର । ଭାରତୀୟ ମୂଲ୍ୟରେ ଏହି ସମ୍ପତ୍ତିର ମୂଲ୍ୟ ୪୫ ଆରବ ଅଟେ । ଗୁଗଲର ସିଇଓ ଭାବରେ ପ୍ରତି ବର୍ଷ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ସୁନ୍ଦର ପିଚାଇ । ସେ ୨୦୧୫ରୁ ୨୦୨୦ ମଧ୍ୟରେ ପ୍ରତିବର୍ଷ ୧ ବିଲିୟନ ଡଲାରରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି । ସୁନ୍ଦର ପିଚାଇଙ୍କ ମୂଳ ଦରମା ୨ ମିଲିୟନ ଡଲାର ଅର୍ଥାତ ପ୍ରାୟ ୧୫ କୋଟି । ଏହା ବ୍ୟତୀତ ସେ ବୋନସ୍ ଏବଂ ଷ୍ଟକ୍ ଗ୍ରାଣ୍ଟରୁ ଅଧିକ ଟଙ୍କା ରୋଜଗାର କରିଛନ୍ତି ।

ତେବେ ନିକଟରେ ଟ୍ୱିଟର ସିଇଓ ଭାବରେ ନିଯୁକ୍ତି ପାଇଛନ୍ତି ପରାଗ ଅଗ୍ରଓ୍ୱାଲ । ସୁନ୍ଦର ପିଚାଇଙ୍କ ପରେ ସବୁଠାରୁ ଲୋକପ୍ରିୟ ମାଇକ୍ରୋ ବ୍ଲଗିଂ ସାଇଟ ଟ୍ୱିଟରର ସିଇଓ ହୋଇଛନ୍ତି ପରାଗ ଅଗ୍ରଓ୍ୱାଲ । ଯଦି ପରାଗଙ୍କ ଦରମା କଥା କହିବା ତାହାଲେ ପରାଗ ଅଗ୍ରଓ୍ୱାଲଙ୍କଠାରୁ ଦୁଇ ଗୁଣ ଅଧିକ ଦରମା ପାଉଛନ୍ତି ସୁନ୍ଦର ପିଚାଇ । ପରାଗ ଅଗ୍ରଓ୍ବାଲଙ୍କ ମୂଳ ଦରମା ୧ ମିଲିୟନ ଡାଲାର ଏବଂ ସୁନ୍ଦର ପିଚାଇଙ୍କ ମୂଳ ଦରମା ହେଉଛି ୨ ମିଲିୟନ ଡଲାର ।

Leave a Reply