spot_img
Home Blog Page 4994

ବିଜେପି ଜିଲ୍ଲା ପରିଷଦ ଉପାଧ୍ୟକ୍ଷଙ୍କ ଇସ୍ତଫା

ମାଲକାନଗିରି: ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ତଥା ବିଜେପି ନେତ୍ରୀ ସୁଲତା ମଣ୍ଡଳଙ୍କ ଇସ୍ତଫା । ଜିଲ୍ଲା ସଭାପତିଙ୍କୁ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇଥିବା ବେଳେ ଏ ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଦୀର୍ଘ ବର୍ଷ ଧରି ସେ ବିଜେପି ଦଳରେ ରହି ବିଭିନ୍ନ ପଦପଦବୀରେ ରହିଆସିଛନ୍ତି। ବିଗତ ଦିନରେ ବିଭିନ୍ନ ସମସ୍ୟା ନେଇ ସେ ଦଳୀୟ ନେତୃବୃନ୍ଦଙ୍କୁ ଅବଗତ କରାଇଆସୁଥିଲେ । ହେଲେ ଦଳ ତାଙ୍କ ପ୍ରତି ଅନ୍ୟାୟ କରିଥିବା ସେ ଅଭିଯୋଗ ଜରିଛନ୍ତି । ଏହି କାରଣରୁ ଜିଲ୍ଲା ବିଜେପି ସଭାପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଥିବା ସେ ସୂଚନା ଦେଇଛନ୍ତି। ତେବେ ସେ କେଉଁ ଦଳରେ ମିଶିବେ ତାହା ସ୍ପଷ୍ଟ କରିନାହାନ୍ତି ।

ଅନ୍ୟପକ୍ଷରେ ବିଜୁ ଜନତା ଦଳ ଅଧିକ ସୁଦୃଢ଼ ହେବାରେ ଲାଗିଛି । ଅନ୍ୟ ରାଜେନୖତିକ ଦଳର ନେତା ଓ କର୍ମୀ ବିଜେଡି ମୁହାଁ ହେଉଛନ୍ତି । ପୂର୍ବରୁ  ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଏମପିଭି-୮୧ରେ ଆୟୋଜିତ ହୋଇଛି ବିଜେଡିର ମିଶ୍ରଣ ପର୍ବ । ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ୧୦୦ରୁ ଅଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜୁ ଜନତା ଦଳରେ ଯୋଗଦେଇଥିଲେ ।

ଏଥିସହିତ ପଢ଼ନ୍ତୁ:ବିଜେଡିରେ ମିଶିଲେ ଶହେରୁ ଅଧିକ ବିଜେପି ଓ କଂଗ୍ରେସ କର୍ମୀ

ପ୍ରିମିୟମ ଭରି ନଥିଲେ ଏଲଆଇସି ଦେବନି ଆସିଡେଣ୍ଟ କ୍ଲେମ୍ ବେନିଫିଟ୍

ନୂଆଦିଲ୍ଲୀ: ଆସିଡେଣ୍ଟ କ୍ଲେମ୍ ବେନିଫିଟକୁ ନେଇ ସୁପ୍ରିମକୋର୍ଟଙ୍କୁ ଗୁରୁତ୍ବପୂର୍ଣ୍ଣ ରାୟ । ପ୍ରିମିୟମ ଠିକ୍ ସମୟରେ ଭରା ଯାଇନଥିଲେ ଆସିଡେଣ୍ଟ କ୍ଲେମ୍ ବେନିଫିଟ୍ ମିଳିବ ନାହିଁ । ଏକ ମାମଲାର ବିଚାର କରି କୋର୍ଟ ଏହି ରାୟ ଦେଇଛନ୍ତି ।

ସୂଚନାଯୋଗ୍ୟ, ପ୍ରଦୀପ କୁମାର ନାମକ ଜଣେ ବ୍ୟକ୍ତି LICର ଜୀବନ ସୁରକ୍ଷା ପଲିସି କରିଥିଲେ । ଏଥିରେ ୩.୭୫ ଲକ୍ଷ ଟଙ୍କା ବୀମା ଥିଲା ଓ ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ଅତିରିକ୍ତ ୩.୭୫ ଲକ୍ଷ ଟଙ୍କା ମିଳିବାର ଥିଲା । ପ୍ରତି ୬ ମାସରେ ବୀମା କିସ୍ତି ଦେବାକୁ ଥିଲା । ୨୦୧୧ ଅକ୍ଟୋବର ୧୪ରେ ବୀମା କିସ୍ତି ଦେବାର ଥିଲା, ହେଲେ ପ୍ରଦୀପ କିସ୍ତି ଭରି ନଥିଲେ । ୨୦୧୨ ମାର୍ଚ୍ଚ ୬ ତାରିଖରେ ପ୍ରଦୀପଙ୍କ ଦୁର୍ଘଟଣା ହୋଇଥିଲା ଓ ୨୧ ମାର୍ଚ୍ଚରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ସମୟ ମଧ୍ୟରେ ମାର୍ଚ୍ଚ ୯ ତାରିଖରେ ତାଙ୍କ ତରଫରୁ ବାକି ପ୍ରିମିୟର ଭରା ଯାଇଥିଲା । ଏଲଆଇସି ପ୍ରଦୀପଙ୍କ ପତ୍ନୀଙ୍କୁ ୩. ୭୫ ଲକ୍ଷ ବୀମା ଟଙ୍କା ଦେଇଥିଲା ହେଲେ ଆସିଡେଣ୍ଟ ବେନିଫିଟ୍ ଦାବିକୁ ନାକଚ କରି ଦେଇଥିଲା । ଏଲଆଇସି ପକ୍ଷରୁ କୁହାଯାଇଥିଲା ଠିକ୍ ସମୟରେ ପ୍ରିମିୟର ଭରା ଯାଇ ନଥିବାରୁ ପଲିସି ଲ୍ୟାପ୍ସ ହେବା କଣ୍ଡିସନରେ ଥିଲା ।

ଏଲଆଇସି ଦୁର୍ଘଟଣା ବେନିଫିଟ୍ ଦେବାକୁ ମନା କରିବା ପରେ ପ୍ରଦୀପଙ୍କ ପତ୍ନୀ ଜିଲ୍ଲା ଉପଭୋକ୍ତା ଅଦାଲତକୁ ଯାଇଥିଲେ । ମାମଲାର ବିଚାର କରି ଜିଲ୍ଲା ଉପଭୋକ୍ତା କୋର୍ଟ ଏଲଆଇସିକୁ ଦୁର୍ଘଟଣା ବାବଦକୁ ୩.୭୫ ଲକ୍ଷ ଟଙ୍କା ଦେବାକୁ ନିେଦ୍ଦର୍ଶ ଦେଇଥିଲେ । ଏହାପରେ ମାମଲା ଜିଲ୍ଲା କଞ୍ଜୁମର ଫୋରମକୁ ଯାଇଥିଲା । ସେଠାରେ ଏଲଆଇସିର ଦଲିଲି ଶୁଣିବାକୁ ଗ୍ରହଣ କରାଯାଇଥିଲା । ଏହାପରେ ପ୍ରଦୀପଙ୍କ ପତ୍ନୀ ନ୍ୟାସନାଲ କଞ୍ଜୁମର ଫୋରମକୁ ଯାଇଥିଲେ । ସେଠାରେ ଏଲଆଇସିର ଦାବିକୁ ଅସ୍ବୀକାର କରି ଆସିଡେଣ୍ଟ ବେନିଫିଟ୍ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାପରେ ଏଲଆଇସି ସିପ୍ରିମକୋର୍ଟ ଯାଇଥିଲେ ।

ଦୁଇ ପକ୍ଷଙ୍କ ଦଲିଲ ଶୁଣିବା ପରେ କୋର୍ଟ କହିଥିଲେ, ’୧୧ ଅକ୍ଟୋବର ୨୦୧୧ରେ କିସ୍ତି ଦେବାର ଥିଲା । ୨୦୧୨ ମାର୍ଚ୍ଚ ୬ ତାରିଖରେ ଦୁର୍ଘଟଣା ହେବା ପରେ ୯ ମାର୍ଚ୍ଚରେ କିସ୍ତି ଭରାଯାଇଥିଲା ଓ ଦୁର୍ଘଟଣା ସମ୍ପର୍କରେ ଏଲଆଇସିକୁ ଜଣାଯାଇନଥିଲା । ଜାଣିଶୁଣି ମନ୍ଦ ଉଦ୍ଦେଶ୍ୟ ରଖି ଏଲଆଇସିକୁ ଦୁର୍ଘଟଣା ସମ୍ପର୍କରେ ଅବଗତ କରାଯାଇ ନଥିଲା ।’

କୋର୍ଟ ଆହୁରି କହିଥିଲେ, ‘ଏଲଆଇସି ସର୍ତ୍ତ ଅନୁସାରେ ଦୁର୍ଘଟଣା ସମୟରେ ପଲିସି ଜାରି ରହିବା ଦରକାର । ହେଲେ ଏହି ମାମଲାରେ ୧୪ ଅକ୍ଟୋବର ୨୦୧୧ରେ କିସ୍ତି ଭରା ଯାଇନଥିବାରୁ ପଲିସି ଲ୍ୟାପ୍ସ କଣ୍ଡିସନରେ ଥିଲା । ୬ ମାର୍ଚ୍ଚରେ ଦୁର୍ଘଟଣା ହେବା ବେଳକୁ ପଲିସି କାମ କରୁନଥିଲା । ଏମିତି ସ୍ଥିତିରେ ଉପଭୋକ୍ତା ଦୁର୍ଘଟଣା ବେନିଫିଟ୍ ମାଗିବା ଯୁକ୍ତିଯୁକ୍ତ ନୁହେଁ ।’

ଅର୍ଜୁନ ପୁରସ୍କାର ଟ୍ରଫି ପାଇଲେ ଦୂତି ଚାନ୍ଦ; ମୁଖ୍ୟମନ୍ତ୍ରୀ ଓ କ୍ରୀଡ଼ା ବିଭାଗକୁ ଜଣାଇଲେ ଧନ୍ୟବାଦ

ଭୁବନେଶ୍ୱର: ଭାରତୀୟ ଅଲିମ୍ପିଆନ୍ ତଥା ଓଡ଼ିଆ ଦୌଡ଼ ରାଣୀ ଦୂତି ଚାନ୍ଦ ସୋମବାର ଅର୍ଜୁନ ପୁରସ୍କାରର ଟ୍ରଫି ଗ୍ରହଣ କରିଛନ୍ତି । ତାଙ୍କ ସହ ଅନ୍ୟାନ୍ୟ ବିଭାଗର ମୋଟ ୨୭ ଜଣ ଖେଳାଳି ସୋମବାର ନୂଆଦିଲ୍ଲୀରେ ଅର୍ଜୁନ ପୁରସ୍କାର ଟ୍ରଫି ଗ୍ରହଣ କରିଛନ୍ତି । ଦୂତି ଟ୍ୱିଟରରେ ଟ୍ରଫି ସହ ନିଜ ଫଟୋକୁ ମଧ୍ୟ ସେୟାର କରିଛନ୍ତି । ଏବଂ ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଓ ରାଜ୍ୟ କ୍ରୀଡ଼ା ବିଭାଗକୁ ବିଭିନ୍ନ ସୁବିଧା ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଛନ୍ତି ।

ଅନ୍ୟପକ୍ଷରେ କ୍ରିକେଟର ଇଶାନ୍ତ ଶର୍ମା ମଧ୍ୟ ଅର୍ଜୁନ ପୁରସ୍କାର ପାଇବା ପରେ ସ୍ତ୍ରୀଙ୍କ ସହ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପୂର୍ବରୁ ଅର୍ଜୁନ ପୁରସ୍କାର ନେଇ ପୂର୍ବରୁ ନାମ ଘୋଷଣା କରାଯିବା ସହ କରୋନା କଟକଣା କାରଣରୁ ଭର୍ଚୁଆଲ ମାଧ୍ୟମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ତେବ ଆଜି ପୁରସ୍କାର ବିଜେତାଙ୍କୁ ଟ୍ରଫି ପ୍ରଦାନ କରାଯାଇଛି ।

Image

ସେମିଫାଇନାଲରେ ପହଁଚିପାରିବ ଭାରତ, ଜାଣନ୍ତୁ କେମିତି…

 

ଟି-ଟ୍ବେଣ୍ଟି ୱାର୍ଲ୍ଡ କପର ଦୁଇଟି ମ୍ୟାଚ୍ ହାରିଲା ଭାରତ  । ପାକିସ୍ତାନଠୁ ୧୦ ୱିକେଟରେ ହାରିଥିବା ବେଳେ ଗତକାଲି ନ୍ୟୁଜିଲ୍ୟାଣ୍ଡଠୁ ୮ ୱିକେଟରେ ହାରିଛି  । ଏହି କାରଣରୁ ଭାରତ ସେମିଫାଇନାଲରୁ ଦୂରେଇ ଯାଉଥିବା ଦେଖାଯାଉଛି  । ଭାରତର ସେମିଫାଇନାଲରେ ପ୍ରବେଶର ଆଶା ଖୁବ୍ କମ୍ ବୋଲି ଜଣାପଡ଼ୁଛି  ।

ସୁପର-୧୨ ଗ୍ରପ୍-୨ର ଟେବୁଲ ଟପ୍ପର ଭାବେ ପାକିସ୍ତାନ ଦ୍ବିତୀୟ ସ୍ଥାନରେ ରହିବ ଏଥିରେ କୈାଣସି ସନ୍ଦେହ ନାହିଁ  । ମାତ୍ର ପାକିସ୍ତାନ ପରେ ଗୋଟିଏ ସ୍ଥାନରେ ରହିବା ପାଇଁ ଓ ନିଜ ଜାଗା ଅକ୍ତିଆର କରିବା ପାଇଁ ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ଥାନ ମଧ୍ୟରେ ଚାଲିଛି ଘମାଘୋଟ ଲଢ଼େଇ  । ଅବଶ୍ୟ ଭାରତ ହାତରେ ବର୍ତ୍ତମାନ ସୁଦ୍ଧା ଆଉ ୩ଟି ମ୍ୟାଚ୍ ବାକି ଅଛି  । ଏଥିପାଇଁ ଆମେ କହିପାରିବା କି ସୁଯୋଗ ଏବେ ବି ଅଛି  । ଏ ଯାଏ ସୁଯୋଗ ହାତଛଡ଼ା ହୋଇନାହିଁ  । ପାକିସ୍ତାନ ନିଶ୍ଚିତ ଭାବରେ ଟେବୁଲ ଟପ୍ପର ରୂପେ ଗଣାଯାଉଛି ଏହାପରେ ରହିଛି ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ  ।

ପୂରା ପରିସ୍ଥିତି ଦେଖିବାକୁ ଗଲେ ଏଥିରୁ ଜଣାଯାଉଛିଯେ ବର୍ତ୍ତମାନ ଭାରତର ଜିତିବା କେବଳ ଭାଗ୍ୟ ହାତରେ  । ଭାଗ୍ୟ ଭଲ ଥିଲେ ଭାରତ ଜିତିପାରିବ  । ଟାଇମ୍ସ ଅଫ୍ ଇଣ୍ଡିଆର ଶଙ୍କର ରଘୁରାମନ ସମସ୍ତ ପରିସ୍ଥିତିକୁ ଲକ୍ଷ୍ୟ କରି ଏହା ଉପରେ ନିଜ ମତ ରଖିଛନ୍ତି  । ଭାରତ ଜିତିପାରିବ ମାତ୍ର ଏହି ୭ଟି ପଏଣ୍ଟରେ ।

ଆସନ୍ତୁ ଜାଣିବା ସେ କହିଥିବା ୭ଟି ପଏଣ୍ଟ :-

ଭାରତ, ପାକିସ୍ତାନ ଓ ନ୍ୟୁଜିଲ୍ଯାଣ୍ଡ ଏହି ତିନୋଟି ଟିମ୍ ସ୍କଟଲ୍ୟାଣ୍ଡ ଓ ନିମ୍ବୋନିଆ ଦୁଇଟି ଟିମ୍କୁ ହରାଇବା ଦରକାର  । ଯଦି ଏମିତି ହେବ ତେବେ ପାକିସ୍ତାନ ନିଶ୍ଚିତ ଭାବେ ୧୦ଟି ଅଙ୍କ ନେଇ ଗ୍ରପରେ ଶୀର୍ଷରେ ପହଁଚିବା ସହ ସେମିଫାଇନାଲରେ ପହଁଚିଯିବ  ।

ଏହାପରେ ଖାଲି ଥିବା ଗୋଟିଏ ସ୍ଥାନ ପାଇଁ ଭାରତ,ନ୍ୟୁଜିଲ୍ଯାଣ୍ଡ ଓ ଆଫଗାନିସ୍ତାନ ଏହି ତିନୋଟି ଟିମ୍ ମଧ୍ୟରେ ଜବରଦସ୍ତ ଲଢ଼େଇ ଆରମ୍ଭ ହେବ  । ଯଦି ଭାରତୀୟ ଟିମ୍ ଆଫଗାନିସ୍ତାଠୁ ହାରିଯାଏ ତେବେ ଭାରତ ସେମିଫାଇନାଲରୁ ବାହାରିଯିବ  ।

ଭାରତ ଯଦି ଆଫଗାନିସ୍ତାନକୁ ହରାଇବା ପରେ ନ୍ୟୁଜିଲ୍ୟାଣ୍ଡକୁ ହରାଉଛି ତେବେ ଯାଇ ସେମିଫାଇନାଲରେ ନିଜ ସ୍ଥାନ ପାଇବାର ସୁଯୋଗ ଅଛି  ।

ଯଦି ଆଫଗାନିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ହରାଏ ଏବଂ ଭାରତ ଆଫଗାନିସ୍ତାନକୁ ହରାଏ ତେବେ ଭାରତ, ନ୍ୟୁଜିଲ୍ୟାଣ୍ଡ ଓ ଆଫଗାନିସ୍ତାନ ଏହି ତିନୋଟି ଟିମ୍ ୬ ଅଙ୍କ ହାସଲ କରିବେ  । ଏହି ପରିସ୍ଥିତିରେ ସବିକିଛି ନେଟ୍ ରନ୍ ଉପରେ ନିର୍ଭରଶୀଳ  । ବାସ୍ତବରେ ଭାରତକୁ ନାମିବିଆ ଓ ସ୍କଟଲ୍ଯାଣ୍ଡ ବିରୁଦ୍ଧରେ ବଡ଼ ବିଜୟର ଆବଶ୍ୟକତା ରହିଛି  ।

କାହା ସାଙ୍ଗରେ କେବେ ଅଛି କାହାର ଲଢ଼େଇ :

ଭାରତ : ନଭେମ୍ବର ୩ରେ ଆଫଗାନିସ୍ତାନ, ନଭେମ୍ବର ୫ରେ ସ୍କଟଲ୍ଯାଣ୍ଡ, ନଭେମ୍ବର ୮ରେ ନାମିବିଆ

ପାକିସ୍ତାନ : ନଭେମ୍ବର ୨ ନିମୋବିଆ, ନଭେମ୍ବର ୭ ସ୍କଟଲ୍ୟାଣ୍ଡ

ନ୍ୟୁଜିଲ୍ୟାଣ୍ଡ : ନଭେମ୍ବର ୩ ସ୍କଟଲ୍ୟାଣ୍ଡ, ନଭେମ୍ବର ୫ ନିମୋବିଆ, ନଭେମ୍ବର ୭ ଆଫଗାନିସ୍ତାନ

ଆଫଗାନିସ୍ତାନ : ନଭେମ୍ବର ୩ ଭାରତ, ନଭେମ୍ବର ୭ ନ୍ୟୁଜିଲ୍ୟାଣ୍ଡ

ମନରେଗାରେ କାର୍ଯ୍ୟ ଦିବସ ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି; ୧୦୮୮କୋଟି ଟଙ୍କାର ବକେୟା ପ୍ରଦାନ ନେଇ ଉଲ୍ଲେଖ

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନରେଗା ମାନବ ଦିବସ ବୃଦ୍ଧି କରିବାକୁ ଦାବି । ୨୦୨୧-୨୨ ଆର୍ଥିକ ବର୍ଷରେ ୨୫ କୋଟି ଶ୍ରମ ଦିବସ ସୃଷ୍ଟି କରିବାକୁ ଚିଠିଲେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି । କରୋନା କାଳରେ ବହୁ ପ୍ରବାସୀ ଶ୍ରମିକ ରାଜ୍ୟକୁ ଫେରିଆସିଛନ୍ତି । ଏବଂ ସେମାନଙ୍କୁ ରୋଜଗାର ଦେବା ପାଇଁ ରାଜ୍ୟ ସରକାର ମନରେଗା ଯୋଜନାକୁ ଗୁରୁତ୍ୱ ଦେଉଛନ୍ତି । ସେଥିପାଇଁ ଅଧିକ ଶ୍ରମ ଦିବସ ସୃଷ୍ଟି କରିବାକୁ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ ଲୋଡ଼ିଛନ୍ତି  । ଏବେସୁଦ୍ଧା କେନ୍ଦ୍ର ଉପରେ ୧୦୮୮.୭୨ କୋଟି ମନରେଗା ବାବଦକୁ ବକେୟା ପଡ଼ିଛି । ବେକାରୀଙ୍କୁ ମନରେଗା ଯୋଜନା ଅଧୀନରେ ମଜୁରୀ ଦେବା ନିୟମ ରହିଛି । ଠିକ୍‌ ସମୟରେ ବକେୟା ମନରେଗା ପାଣ୍ଠି ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ।

 

ମେହବୁବା ମୁଫିତ ନଜର ବନ୍ଦୀ !

ଶ୍ରୀନଗର: ମେହବୁବା ମୁଫିତ ନଜର ବନ୍ଦୀ । ଏମିତି ଦାବି କରିଛନ୍ତି ପିପୁଲ୍ସ ଡେମୋକ୍ରାଟିକ ପାର୍ଟୀ (ପିପିଡି)ର ଜଣେ ନେତା । ସେ କହିଛନ୍ତି, ମେହବୁବାଙ୍କୁ ସୋମବାର ତାଙ୍କ ବାସଭବନରେ ନଜର ବନ୍ଦୀ କରାଯାଇଛି ।

ଗତ ସପ୍ତାହରେ ସୁରକ୍ଷା କର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ବେଳେ ମୃତ୍ୟୁବରଣ କରିଥିବା ଜଣେ ଯୁବକଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଅନନ୍ତନାଗ ଯିବାକୁ ଚାହୁଁ ଥିଲେ ମେହବୁବା । ହେଲେ ସୁରକ୍ଷା କାରଣରୁ ପୋଲିସ ତାଙ୍କୁ ଅନୁମତି ଦେଇନାହିଁ । ପିପିଡି ନେତା ଦାବି କରିଛନ୍ତି, ‘ପୋଲିସ ତାଙ୍କ ଘର ବାହାର ପଟୁ ତାଲା ପକାଇ ଦେଇଛି ।’

ସେ ଦାବି କରିଛନ୍ତି, ‘ମେହବୁବାଙ୍କୁ ଗୁପକାର ଅଞ୍ଚଳରେ ତାଙ୍କ ବାସଭବରେ ନଜରବନ୍ଦୀ କରାଯାଇଛି । ତାଙ୍କୁ ବାହାରକୁ ଯିବାକୁ ଅନୁମତି ଦିଆଯାଉନାହିଁ । ମେହବୁବା ଅନନ୍ତନାଗ ଅଞ୍ଚଳରେ ଗୁଳି ବିନିମୟ ବେଳେ ମୃତ୍ୟୁବରଣ କରିଥିବା ଶାହିଦ ଅହମଦଙ୍କ ପରିବାରକୁ ଭେଟିବାକୁ ଯାଇଥାନ୍ତେ । ସେ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବାକୁ ଯିବାକୁ ସ୍ଥିର କରିଥିଲେ, ହେଲେ ତାଙ୍କୁ ଘରୁ ବହାରିବାକୁ ଅନୁମତି ଦିଆଯାଉନାହିଁ ।’

 

ସୂଚନାଯୋଗ୍ୟ, ମେହବୁବା ମୁଫିତ ଦେଶ ବିରୋଧୀ ବୟାନବାଜି କରି ଚର୍ଚ୍ଚାରେ ରହି ଆସିଛନ୍ତି । ଜମ୍ମୁ ଓ କାଶ୍ମୀରରେ ଯାହା ବି ଘଟିଲେ ମୁଫିତ ବିକଳରେ ରଡି ପକାଇବା ଆରମ୍ଭ କରିଦିଅନ୍ତି । ଏପରିକି ୩୭୦ ଧାରା ଉଚ୍ଛେଦ ପରେ ତ ସେ ସବୁ ସୀମା ପାର କରିଯାଇଥିଲେ । କାଶ୍ମୀରରେ ତ୍ରୀରଙ୍ଗା ଧରିବାକୁ କେହି ରହିବେ ନାହିଁ ବୋଲି ମଧ୍ୟ ଚେତାବନୀ ଦେଇଥିଲେ । ହେଲେ ଧାରା ୩୭୦ ଉଠିବା ପରେ ପ୍ରଥମ ସ୍ବାଧୀନତା ଦିବସ ଉତ୍ସବରେ ଜମ୍ମୁ ଓ କାଶ୍ମୀର ଲୋକ ତାଙ୍କୁ ଭୁଲ ପ୍ରମାଣିତ କରିଥିଲେ । ସହରଠାରୁ ଗାଁ ସବୁ ସ୍ଥାନ ତ୍ରୀରଙ୍ଗାର ରଙ୍ଗରେ ରଙ୍ଗୀନ ହୋଇ ଯାଇଥିଲା ।

ଟିକିଏ ଟିକିଏ କଥାରେ ଦେଶରେ ଅଶାନ୍ତି ସୃଷ୍ଟି କରିବା ଭଳି ବୟାନ ଦେବା, ପାକିସ୍ତାନ ପ୍ରେମ ଦେଖାଇବା ଓ ଘାଟିର ନିରୀହ ଜନତାଙ୍କୁ ଉସକାଇବା ଭଳି ବୟାନବାଜି ମେହବୁବାଙ୍କ ପାଇଁ କିଛି ନୂଆ କଥା ନୁହେଁ । ଏମିତି ସ୍ଥିତିରେ ଶୋକ ପ୍ରକାଶ ବାହାନାରେ ଅନନ୍ତନାଗ ଯାଇ ସେଠାରେ ପୁଣି ଥରେ ଦେଶରେ ଅଶାନ୍ତି ସୃଷ୍ଟି କରିବାକୁ ବୟାନ ଦେବା ଚକ୍କରରେ ଥିବା ମେହବୁବାଙ୍କୁ ନଜରବନ୍ଦୀ କରାଯିବା ଠିକ ବୋଲି ରାଜେନୖତିକ ବିଶେଷଜ୍ଞମାନେ ମତ ରଖିଛନ୍ତି ।

ଦିନେଶ ପଟ୍ଟନାୟକ ହେଲେ ସ୍ପେନ ରାଷ୍ଟ୍ରଦୂତ, ନିଯୁକ୍ତି ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ପୁଣି ଚମକିଲେ ଓଡିଆ । ଓଡିଆ ଆଇଏଫଏସ ଅଫିସର ଦିନେଶ କୁମାର ପଟ୍ଟନାୟକ ହୋଇଛନ୍ତି ସ୍ପେନ ଲାଗି ଭାରତର ରାଷ୍ଟ୍ରଦୂତ । ଦିନେଶଙ୍କୁ ନିଯୁକ୍ତି ଦେଇଛନ୍ତି କେନ୍ଦ୍ର ସରକାର । ସେ ଭାରତୀୟ ସାଂସ୍କୃତିକ ସମ୍ପର୍କ ପରିଷଦ ବା ଆଇସିସିଆରର ମହାନିର୍ଦ୍ଦେଶକ ଅଛନ୍ତି । ୧୯୯୦ ଆଇଏଫଏସ ଅଫିସର ଦିନେଶଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ଜାରି କରିଛି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରାଳୟ । ଦିନେଶ ଖୁବ୍ ଶୀଘ୍ର ଏହି ଦାୟିତ୍ବ ନେବେ ।

ପୂର୍ବରୁ ସେ ଜେନେଭା, ଢାକ୍କା, ବେଜିଂ ଓ ଭିଏନାସ୍ଥିତ ଭାରତୀୟ ଦୂତାବାସରେ କାର୍ଯ୍ୟ କରିଆସିଛନ୍ତି । ଏହା ସହ ୟୁରୋପ, ଆଫ୍ରିକା ଓ ଜାତିସଂଘର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଭାଗରେ ଦାୟିତ୍ବ ସମ୍ଭାଳିଛନ୍ତି । ସେ ୨୦୦୯ରୁ ୨୦୧୨ ଯାଏଁ ଭିଏନାରେ ଡେପୁଟି ଆମ୍ବାସାଡର ଭାବେ ଦାୟିତ୍ବ ସମ୍ଭାଳିଥିଲେ । ପରେ ୨୦୧୨ରୁ ୨୦୧୫ ଯାଏଁ କାମ୍ବୋଡିଆର ରାଷ୍ଟ୍ରଦୂତ ଥିଲେ ।

୨୦୧୬ରୁ ୨୦୧୮ ଯାଏ ସେ ଲଣ୍ଡନରେ ଡେପୁଟି ହାଇକମିଶନର ଭାବେ ନିଯୁକ୍ତି ପାଇଥିଲେ । ସେ କୋଲକାତା ଆଇଆଇଏମରୁ ମାଷ୍ଟର୍ସ ଡିଗ୍ରି ହାସଲ କରିଥିଲେ । ପରେ ସେ ଭିଏନ ବିଶ୍ବବିଦ୍ୟାଳୟରୁ ଶିକ୍ଷା ଲାଭ କରିଥିଲେ ।

କୋଭ୍ୟାକ୍ସିନକୁ ଅଷ୍ଟ୍ରେଲିଆ ସରକାରଙ୍କ ଅନୁମତି

ସିଡନୀ: ଭାରତୀୟ ଭ୍ୟାକ୍ସିନକୁ ନାଲି ଆଖି ଦେଖାଉ ଥିବା ଅଷ୍ଟ୍ରେଲିଆ ଶେଷରେ ନରମିଛି । ଭାରତ ଚାପରେ ଅଷ୍ଟ୍ରେଲିଆ ସରକାର ପ୍ରଥମେ କୋଭିସିଲ୍ଡ ଓ ଏବେ କୋଭ୍ୟାକ୍ସିନକୁ ଅନୁମତି ଦେଇଛନ୍ତି । ଏବେ କୋଭ୍ୟାକ୍ସନ ନେଇଥିବା ଲୋକେ ଅଷ୍ଟ୍ରେଲିଆକୁ ସହଜରେ ଯାଇପାରିବେ । ଏହାସହ ଚୀନର BBIBBP-CorVକୁ ମଧ୍ୟ ଅଷ୍ଟ୍ରେଲିଆ ସରକାରଙ୍କ ସବୁଜ ସଙ୍କେତ ମିଳିଛି ।

ସୋମବାର ଅଷ୍ଟ୍ରେଲିଆର ଥେରୁପ୍ୟୁଟିକ ଗୁଡସ୍ ଆଡମିନିଷ୍ଟ୍ରେସନ (TGA) କୋଭ୍ୟାକ୍ସିନକୁ ଅନୁମତି ଦେଇଛନ୍ତି । ୧୨ ବର୍ଷ ଓ ତା’ଠାରୁ ଅଧିକ ବୟସର ଲୋକ ଯେଉଁମାନେ କୋଭ୍ୟାକ୍ସିନ ଟିକା ନେଇଥିବେ ଅଷ୍ଟ୍ରେଲିଆରେ ପ୍ରବେଶ କରି ପାରିବେ ।

ଏହାଦ୍ବାରା ବିଦେଶୀ ଛାତ୍ର ଏବଂ ଯାତ୍ରୀ ସହଜରେ ଯିବା ଆସିବା କରିପାରିବେ । ଏହାସହ କୁଶଳୀ ଓ ଅଣକୁଶଳୀ କର୍ମଚାରୀ ମଧ୍ୟ ଅଷ୍ଟ୍ରେଲିଆ ସହଜରେ ଯାଇପାରିବେ ।

ଏବେ କୋଭ୍ୟାକ୍ସିନ ଓ ଚାଇନାର BBIBP-CorVକୁ ଅନୁମତି ମିଳିଥିବାରୁ ଏହାକୁ ଯେଉଁ ଦେଶର ଲୋକ ନେଇଥିବେ ସେମାନେ ମଧ୍ୟ ଅବାଧରେ ଅଷ୍ଟ୍ରେଲିଆାକୁ ଯାଇପାରିବେ ।

WHO ମଞ୍ଜୁରୀକୁ ଅପେକ୍ଷା

ସୂଚନାଯେଗ୍ୟ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ଏପର୍ଯ୍ୟନ୍ତ କୋଭ୍ୟାକ୍ସିନକୁ ଅନୁମତି ଦେଇନାହାନ୍ତି । ଗତ ଅକ୍ଟୋବର ୨୬ ତାରିଖରେ WHOରେ ଏକ ବୈଠକ ହୋଇଥିଲା । ଏଥିରେ କୋଭ୍ୟାକ୍ସିନକୁ ଅନୁମତି ମିଳିଯିବ ବୋଲି ଆଶା କରାଯାଉଥିଲା, ହେଲେ ସେମିତି କିଛି ହେଲାନାହିଁ । ପୁଣି ନଭେମ୍ବର ୩ ତାରିଖରେ WHOର ଆଉ ଏକ ବୈଠକ ହେବାକୁ ଯାଉଛି । ଏଥର ଭାରତ ବାୟୋଟେକ୍ ଟିକା କୋଭ୍ୟାକ୍ସିନକୁ ଅନୁମତି ମିଳିଯିବା ନେଇ ଆଶା ରହିଛି । ଗତ ଏପ୍ରିଲ ୧୯ରେ ଭାରତ ବାୟୋଟେକ ପକ୍ଷରୁ ଅନୁମତି ପାଇଁ WHOରେ ଆବେଦନ କରାଯାଇଥିଲା । ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ସହ ମିଶି ଭାରତ ବାୟୋଟେକ କୋଭ୍ୟାକ୍ସିନକୁ ବିକଶିତ କରିଛି ।

ଆରଟିଓ-୧ ସ୍ଥିତ ନୂଆ କୋଠା ଓ ଆଇଟିସି ଗ୍ରୁପର ଷ୍ଟାର୍‌ ହୋଟେଲକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଚାର୍ଯ୍ୟ ବିହାରରେ ଥିବା RTO-1 ସ୍ଥିତ ନୂଆ ବିଲ୍ଡିଂର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବିଲ୍ଡିଂ କାର୍ଯ୍ୟକ୍ଷମ ହେବା ଫଳରେ ଲୋକେ ଉନ୍ନତ ମାନର ସେବା ପାଇବେ । ଡ୍ରାଇଭିଂ ଲାଇସେନ୍ସ କ୍ଷେତ୍ରରେ ଲୋକେ ବେଶ ସୁବିଧା ପାଇପାରିବେ । ଏଥିପାଇଁ ଏକ ସ୍ମାର୍ଟକ୍ୟୁ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଲୋକେ ପୂର୍ବରୁ ଯେଉଁଭଳି ଭାବେ ଠେଲା ପେଲା ହେବା ଦୃଶ୍ୟ ନଜରକୁ ଆସୁଥିଲା, ସେଥିରେ ସୁଧାର ଆଣିବା ପାଇଁ ଏହି ବ୍ୟବସ୍ଥା ହୋଇଛି ।

ଡ୍ରାଇଭିଂ ଲାଇସେନ୍ସ ପାଇଁ ‘ସାରଥୀ’ ୱେବସାଇଟ ଜରିଆରେ ଅନଲାଇନରେ ବୁକିଂ ହେଉଛି । ଅନଲାଇନରେ ସ୍ଲଟ ବୁକିଂ ହେଉଛି । ଯଦି କେହି ଅନଲାଇନରେ କରିପାରୁନାହାନ୍ତି, ଆରଟିଓ ଅଫିସ ଆସିଲେ ସ୍ଲଟ ବୁକିଂ ହେଇପାରିବ । ସେହିପରି ‘ବାହାନ’ ସର୍ଭିସ ଜରିଆରେ ଯେଉଁମାନେ ଆରସି ବୁକ୍ , ପରମିଟ୍, ଗାଡି କାଗଜ ପତ୍ର କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନେ ମଧ୍ୟ ଆସି ନିଜ କାମ କରିପାରିବେ । କାଉଣ୍ଟରରେ ଏଥିପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି। ସାରା ରାଜ୍ୟରେ ଭୁବନେଶ୍ୱର ଆରଟିଓ-୧ ରେ ଏହି ବ୍ୟବସ୍ଥାର କରାଯାଇଥିବା ବେଳେ ଆଜି ଏହାକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଏଭଳି ଅତ୍ୟାଧୁନିକ ବ୍ୟବସ୍ଥା ଖୁବଶୀଘ୍ର ଗଞ୍ଜାମ, ଭଦ୍ରକ, କଟକ, ପୁରୀ, ବାଲେଶ୍ୱର ଓ କଟକରେ ଆରମ୍ଭ ହେବାକୁ ଯାଉଛି ।

ଅନ୍ୟ ପକ୍ଷରେ ରାଜ୍ୟ ଅତିଥି ଭବନର ମଧ୍ୟ ନୂଆ କୋଠା ଏବଂ ଡୁମ୍‌ଡୁମା ସ୍ଥିତ ଆଇଟିସି ହୋଟେଲକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  ନୂଆ ରାଜ୍ୟ ଅତିଥି ଭବନର ନିର୍ମାଣ ନେଇ ୨୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ୫୪୮୮ ସ୍କ୍ରୋଏର ମିଟର ଅଞ୍ଚଳରେ ଏହାକୁ ନିର୍ମାଣ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ସମ୍ୱଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: BSKY ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ କରିବେ

ଗିନିଜ୍ ୱାର୍ଲ୍ଡ ରେକର୍ଡ ଲକ୍ଷ୍ୟରେ ଅଯୋଧ୍ୟା : ଜାଳିବ ୯ ଲକ୍ଷରୁ ଅଧିକ ଦୀପ

0

ଅଯୋଧ୍ୟା : ଆସୁଛି ଆଲୋକର ପର୍ବ ଦୀପାବଳି  । ଏଥର ଦୀପାବଳିରେ ଜଳିବ ସାଢ଼େ ୯ ଲକ୍ଷ ଦୀପ  । ଅଯୋଧ୍ୟାରେ ଦୀର୍ଘ ୫ ବର୍ଷ ଧରି ୨୦୧୭ ମସିହାରୁ ଏହି ପରମ୍ପରା ଚାଲିଆସୁଛି  । ଏହି ପ୍ରକାରରେ ଚଳିତ ବର୍ଷ ପଞ୍ଚମଥର ପାଇଁ ଏହି ଉତ୍ସବ ପାଳନ କରାଯିବ  ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୩ ନଭେମ୍ବର ଛୋଟ ଦୀପାବଳି ଦିନ ରାମପେଡ଼ି ଘାଟରେ ୯ ଲକ୍ଷ ୫୧ ହଜାର ଦୀପ ଜାଳିବାକୁ ଲକ୍ଷ୍ୟ ରଖିଛନ୍ତି  । ଏହି ଲକ୍ଷ୍ୟ ପୂରଣ କରିବା ନିମନ୍ତେ ରାମପେଡ଼ି ଘାଟ ନିକଟରେ ଜୋରସୋରରେ ପ୍ରସ୍ତୁତ ଆରମ୍ଭ ହୋଇଛି  । ଏଥିପାଇଁ ଅଯୋଧ୍ୟା କଲେଜର ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ସହଯୋଗ ନିମନ୍ତେ କାର୍ଯ୍ୟରେ ନିୟୋଜିତ କରାଯାଇଛି  । ଏହାବ୍ୟତୀତ ପ୍ରାୟ ୪୯ ଟି ସଂସ୍ଥା ନିଜର ୧୪ ହଜାର ଭଲ୍ୟୁଣ୍ଟରଙ୍କୁ ନେଇ ଏହି ଘାଟ ନିକଟରେ ଦୀପ ସଜାଡ଼ିବାରେ ଲାଗିପଡ଼ିଲେଣି  । ଏହି ଦୀପଗୁଡ଼ିକୁ ଆଜି ଏବଂ ଆସନ୍ତା କାଲି ଆକର୍ଷଣ କ୍ରମରେ ରଖାଯାଇଥିବା ବେଳେ ବୁଧବାର ଅର୍ଥାତ୍ ଛୋଟ ଦୀପାବଳି ଦିନ ପ୍ରଜ୍ବଳନ କରାଯିବ  । ଏହି ଉତ୍ସବର ଆଯୋଜକଙ୍କ କହିବାନୁସାରେ ଏଥର ଦୀପାବଳିରେ ଜଳା ଯାଉଥିବା ଏତେ ସଂଖ୍ୟକ ଦୀପ ଜାଳିବା ଦ୍ବାରା ବିଶ୍ବ ରେକର୍ଡରେ ସ୍ଥାନାନ୍ତର ହେବ  । ଏଥିପାଇଁ ଗିନିଜ୍ ବୁକ୍ ଅଫ୍ ୱାର୍ଡ ରେକର୍ଡ ଅଧିକାରୀଙ୍କୁ ମଧ୍ୟ ସମ୍ପର୍କ କରାଯାଇଛି  । ଏ ସମସ୍ତ ଅଧିକାରୀ ମଙ୍ଗଳବାର ଦିନ ଘାଟରେ ଉପସ୍ଥିତ ରହି ଦୀପଗୁଡ଼ିକର ଗଣନା କରିବେ  ।

ଲେଜର ଲାଇଟ୍ ସୋରେ ଦେଖିବେ ରାମାୟଣ :

ଏହା ବ୍ଯତୀତ ଦୀପାବଳିରେ ଆୟୋଜନ ହୋଇଛି ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ  । ପ୍ରଭୁ ରାମଚନ୍ଦ୍ର ଏବଂ ମାତା ସୀତାଙ୍କ ଜୀବନ କାହାଣୀ ଆଧାରିତ ରାମାୟଣ ଲେଜର ଲାଇଟ୍ ମାଧ୍ୟମରେ ଲୋକଙ୍କୁ ପ୍ରଗର୍ଶନୀ ହେବ  । ଏଥିପାଇଁ ୫ଟି କମ୍ପାନୀ ପ୍ରସ୍ତୁତ ଚଳାଇଛନ୍ତି  । ସ୍ବପ୍ନା ଫାଉଣ୍ଡେସନ ମୁଖ୍ୟ ବିଜେନ୍ଦ୍ର କୁମାର ନିଜର ୪୯ଟି ସଂସ୍ଥା ସଙ୍ଗେ ଦୀପ କାର୍ଯ୍ୟକ୍ରମରେ ଲାଗିପଡ଼ିଛନ୍ତି  । ଏଠାରେ ୧୦ ଲକ୍ଷ ଦୀପ ଜାଳିବାର ଯୋଜନା କରାଯାଇଛି କାରଣ ଏଥିମଧ୍ୟରୁ କିଛି ଦୀପ ଲିଭିଯିବାର ସମ୍ଭାବନା ମଧ୍ୟ ରହିଛି  । ଏଥିପାଇଁ କମ୍ ସେ କମ୍ ୯ ଲକ୍ଷ ୫୧ ହଜାର ଦୀପ ଜଳି ରହିବ  ।

ଗତ ବର୍ଷ କରୋନା ମହାମାରୀ ଯୋଗୁଁ ଏହି ଉତ୍ସବ ଫିକା ପଡ଼ିଯାଇଥିବା ବେଳେ ଏ ବର୍ଷ ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଏହି ପର୍ବ ପାଳୁଥିବାରୁ ଅତ୍ୟନ୍ତ ଆନନ୍ଦ ଅଛନ୍ତି ବୋଲି ମହାରାଜା କଲେଜର ଛାତ୍ରଛାତ୍ରୀ ପ୍ରକାଶ କରିଛନ୍ତି ।

କାର୍ଯ୍ୟକ୍ରମରେ ଜନସଂଖ୍ୟାକୁ ଦୃଷ୍ଟିରେ ରଖି ସମସ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି  ।  କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଲୋକମାନଙ୍କ ଅନୁସାରେ ଦୀପାବଳି ଦିନ ଦେଶ ବିଦେଶରୁ ଅନେକ ଲୋକ ଏଠାରେ ଏକାଠି ହେବା ସହ ଲୋକଙ୍କ ଭିଡ଼ ବଢ଼ିବ  । ଏଥିସହ ଏଠାକୁ ଆସୁଥିବା ଅତିଥିମାନଙ୍କ ସୁରକ୍ଷା ବ୍ୟବସ୍ଥା ସଠିକ୍ ଭାବେ କରାଯାଇଛି  ।