ରାସ୍ତାରେ ପେନ୍ ବିକୁଥିବା ଛାତ୍ରୀଙ୍କୁ ୫୦ ହଜାର ଟଙ୍କାର ଆଇଫୋନ୍ ଗିଫ୍ଟ କଲେ ତେଜପ୍ରତାପ

ପାଟନା: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କ ବଡ଼ ପୁଅ ତଥା ପୂର୍ବତନ ମନ୍ତ୍ରୀ ତେଜ ପ୍ରତାପଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ରାସ୍ତାରେ ପେନ୍ ବିକୁ ଥିବା ମେଘା ନାମକ ଜଣେ ଛାତ୍ରୀଙ୍କୁ ୫୦ ହଜାର ଟଙ୍କାର ଫୋନ୍ କିଣି ଗିଫ୍ଟ ଭାବେ ଦେଇ ତେଜପ୍ରତାପ ଏହି ଚର୍ଚ୍ଚାକୁ ଆସିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ତେଜ ପ୍ରତାପ ମିଠା ଖାଇବାକୁ ବହୁତ ପସନ୍ଦ କରିଥାନ୍ତି । ଶନିବାର ସନ୍ଧ୍ୟାରେ ମିଠା ଖଇବାକୁ ମନ ହେବାରୁ ସେ ବଜାରକୁ ବାହାରି ଆସିଥିଲେ । ରାସ୍ତାରେ ଯିବା ବେଳେ ପେନ୍ ବିକ୍ରି କରୁଥିବା ମେଘାଙ୍କ ଉପରେ ତାଙ୍କ ନଜର ପଡ଼ିଥିଲା । ମେଘାଙ୍କୁ ଦେଖିବା ପରେ ତେଜ ପ୍ରତାପ ଗାଡ଼ି ଅଟକାଇବାକୁ ଡ୍ରାଇଭରକୁ କହିଥିଲେ । ଏହାପରେ ସେ ମେଘା ପାଖରେ ପହଞ୍ଚି କଥା ହୋଇଥିଲେ ।

କଥା ହେବା ବେଳେ ମେଘାଙ୍କ ବାପା ଅଟୋ ଚଳାଉଥିବା ଜାଣିବାକୁ ପାଇଥିଲେ । ମେଘା ସ୍କୁଲ ଯାଉ ନଥିବା କହିବା ସହ ଟ୍ୟୁସନରେ ପଢୁଥିବା କହିଥିଲେ । କଥା ହେବା ସହ ମେଘାଙ୍କ ସହ ତେଜ ପ୍ରତାପ ବହୁତ ଘନିଷ୍ଠ ହୋଇଯାଇଥିଲେ ଓ ନିଜ ଫୋନ ନମ୍ବର ଦେଇଥିଲେ । ହେଲେ ଫୋନ ନଥିବା ମେଘା ତାଙ୍କୁ କହିଥିଲେ । ଏହାପରେ ଜେତ ପ୍ରତାପ ମେଘାକୁ ଧରି ପାଖ ମୋବାଇଲ ସେଣ୍ଟରକୁ ଯାଇଥିଲେ ଓ ୫୦ ହଜାର ଟଙ୍କାର ଏକ ଆଇଫୋନ୍ କିଣି ଗିଫ୍ଟ କରିଥିଲେ । ଏହାସହ ଆଇଫୋନ କେମିତି କାମ କରେ ଓ ଏହାକୁ କେମିତି ଚାର୍ଚ୍ଚ କରାଯାଏ ବୁଝାଇ ଦେଇଥିଲେ । ପରେ ଅନଲାଇନରେ ଅଧିକ ପାଠ ପଢ଼ିବା ସହ କମ ଖେଳିବାକୁ କରାମର୍ଶ ଦେଇଥିଲେ । ଏପରିକି ସେ ତାଙ୍କ ଫୋନ ନମ୍ବର ଏକ କାଗଜରେ ଲେଖି ମେଘାଙ୍କୁ ଦେବା ସହ ସେଠାରୁ ଚାଲି ଯାଇଥିଲେ ।

ତେଜ ପ୍ରତାପ ଯିବା ପରେ ସ୍ଥାନୀୟ ଲୋକେ ଯେତେବେଳେ ମେଘାକୁ ପଚାରିଥିଲେ ଫୋନ ଦେଇଥିବା ବାବୁଙ୍କୁ ଚିହ୍ନିଛ କି ନାହିଁ । ଉତ୍ତରରେ ମେଘା ତାଙ୍କୁ ଚିହ୍ନି ନଥିବା କହିଥିଲେ । ପରେ ସେ ଲାଲୁ ପ୍ରସାଦଙ୍କ ପୁଅ ତେଜ ପ୍ରତାପ ବୋଲି ତାଙ୍କୁ ସ୍ଥାନୀୟ ଲୋକେ କହିଥିଲେ ।

ତେବେ ଗରିବ ପିଲାଙ୍କୁ ସହାୟତାର ହାତ ବଢ଼ାଇବା ଓ ତାଙ୍କ ସହ ମିଶିବା ତେଜ ପ୍ରତାପଙ୍କ ପାଇଁ କିଛି ନୂଆ କଥା ନୁହେଁ । ୩ ମାସ ପୂର୍ବେ ତେଜ ପ୍ରତାପ କମଲା ନେହରୁ ନଗର, କେତାହି ମୋହଲ୍ଲା ଓ ଆର ବ୍ଲକ ପାଖରେ ଥିବା ୪ଟି ବସ୍ତିକୁ ଯାଇ ପିଲାମାନଙ୍କ ସହ ବହୁ ସମୟ କଥାବାର୍ତ୍ତା କରିଥିଲେ ।

୨୦୧୮ରେ ନିଜ ଜନ୍ମଦିନକୁ ଅଧିକ ଭଲ କରିବାକୁ ତେଜ ପ୍ରତାପ ପୂରା ଦିନ ଦଳିତ ପିଲାଙ୍କ ସହ ମିଶାଇଥିଲେ । ପରିବାର ଲୋକଙ୍କ ଆଶୀର୍ବାଦ ନେବା ପରେ ମନ୍ଦିରରେ ପ୍ରଭୁଙ୍କ ଦର୍ଶନ କରିବା ପରେ ବସ୍ତିକୁ ଯାଇ ୨୯ ଦଳିତ ପିଲାଙ୍କ ସହ କେକ୍ କାଟିଥିଲେ ଓ ନିଜ ହାତରେ କେକ୍ ଖୁଆଇ ଥିଲେ । ଏହାସହ ସବୁ ପିଲାଙ୍କ ନୂଆ ଡ୍ରେସ୍ ଗିଫ୍ଟ ଦେଇଥିଲେ ।

Leave a Reply