spot_img
Home Blog Page 4995

ବଟି ଆଦାୟ ମାମଲା: ଇଡିରେ ହାଜର ହେଲେ ଅନୀଲ ଦେଶମୁଖ

ମୁମ୍ବାଇ: ଶେଷରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେଲେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖ । ଏହା ପୂର୍ବରୁ ୫ ଥର ତାଙ୍କୁ ସମନ ହୋଇଥିଲା । ଆଜି ସକାଳ ପ୍ରାୟ ୧୧ଟା ୪୦ରେ ସେ ଇଡି କାର୍ଯ୍ୟାଳୟରେ ପହଞ୍ଚି ଥିଲେ । ବଟି ଆଦାୟ ମାମଲାରେ ତାଙ୍କୁ ପଚରାଉଚରା ଚାଲିଛି । ଇଡି ଆସିଷ୍ଟାଣ୍ଡ ଡାଇରେକ୍ଟର ତାସିନ ସୁଲତାବ ତାଙ୍କୁ ପଚରାଉଚରା କରୁଛି । ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂ ଅଭିଯୋଗ କରିଥିଲେ ଯେ, ଦେଶମୁଖ ଗୃହମନ୍ତ୍ରୀ ଥିବା ବେଳେ ୧୦୦ କୋଟି ଟଙ୍କା ଆଦାୟ କରିଥିଲେ ।

ଦେଶମୁଖ ଇଡିରେ ହାଜର ହେବାକୁ ନେଇ ବିଜେପି ନେତା କିରିଟ ସୋମାୟା କଟାକ୍ଷ କରିଛନ୍ତି । ସେ କହିଛନ୍ତି- ଶେଷରେ ତାଙ୍କୁ (ଅନୀଲ ଦେଶମୁଖ) ଇଡିରେ ହାଜର ହେବାକୁ ପଡ଼ିଲା । ୧୦୦ କୋଟି ଟଙ୍କାର ହିସାବ ଦେବାକୁ ତାଙ୍କୁ ୧୦୦ ଦିନ ଇଡ ହେପାଜତରେ ରହିବାକୁ ପଡ଼ିବ ।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚରେ ପରମବୀର ସିଂଙ୍କୁ ମୁମ୍ବାଇ ପୋଲିସର କମିଶନର ପଦରୁ ହଟାଇ ହୋମଗାର୍ଡ ଡିଜି କରାଯାଇଥିଲା । ଏହାପରେ ପରମବୀରଙ୍କ ଏକ ଚିଠି ପଦାକୁ ଆସିଥିଲା । ଚିଠିଟି ସେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଲେଖିଥିଲେ । ଚିଠିରେ ସେ ଦାବି କରିଥିଲେ ଯେ, ଅନୀଲ ଦେଶମୁଖ ଗୃହମନ୍ତ୍ରୀ ଥିବାବେଳେ ସଚିନ୍ ଓ୍ବାଜେଙ୍କୁ ପ୍ରତିମାସ ୧୦୦ କୋଟି ଦେବାକୁ ଦାବି କରିଥିଲେ । ଏହାସହ ପୋଲିସ ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ ପାଇଁ ଦେଶମୁଖ ଟଙ୍କା ନେଉଥିବା ଅଭିଯୋଗ ହୋଇଥିଲା ।

ଇଡିରେ ହାଜର ହେବା ପରେ ଏହା ନିଶ୍ଚିତ ଯେ ତାଙ୍କୁ ପ୍ରଶ୍ନର ପାହାଡର ସମ୍ମୁଖୀନ ହେବାକୁ ପଡ଼ିବ । ବଟି ଆଦାୟର ଗୁମର ଖୋଲିବାକୁ ଇଡି ତାଙ୍କୁ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରିପାରେ ।

ସବୁଜ ବାଣ ଫୁଟାଇବାକୁ ସର୍ତ୍ତମୂଳକ ଅନୁମତି ଦେଲେ ହାଇକୋର୍ଟ, ଜାଣନ୍ତୁ ସବୁଜ ବାଣ କ’ଣ…

ଭୁବନେଶ୍ୱର: ଏଥର ଦୀପାବଳିରେ ଫୁଟିବ ବାଣ । ସବୁଜ ବାଣ ଫୁଟାଇବାକୁ ସର୍ତ୍ତମୂଳକ ଅନୁମତି ଦେଲେ ହାଇକୋର୍ଟ । କେବଳ ଗ୍ରୀନ କ୍ରାକର ଫୁଟାଇବାକୁ ଉଚ୍ଚନ୍ୟାୟାଳୟ ଅନୁମତି ଦେଇଛନ୍ତି । ପିଇଏସଓ ଅନୁମତି ପ୍ରାପ୍ତ ବାଣ ଫୁଟାଇବାକୁ ଅନୁମତି ମିଳିଛି । ପେଟ୍ରୋଲିୟମ ଆଣ୍ଡ ଏକ୍ସପ୍ଲୋସିଭ୍ ସେଫଟି ଅର୍ଗାନାଇଜେସନ ଦ୍ବାରା ଅନୁମତି ପ୍ରାପ୍ତ ବାଣକୁ ବ୍ୟବସାୟୀ ମାନେ ବିକ୍ରି କରିପାରିବେ । ସୁପ୍ରିମକୋର୍ଟଙ୍କ ଗାଇଡଲାଇନ ଅନୁସାରେ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ ବାଣ ଫୁଟାଯାଇପାରିବ ।

ଯେଉଁମାନେ ନିୟମ ଭାଙ୍ଗିବେ ସେମାନଙ୍କୁ ଆଇନ ଅନୁସାରେ ଦଣ୍ଡ ଦିଆଯିବ । ଅଲ୍ ଓଡ଼ିଶା ଫାୟାର ୱାର୍କ୍ସ ଡିଲର୍ସ ଆସୋସିଏସନ୍ ପକ୍ଷରୁ ବାଣ ଫୁଟାଇବା ନେଇ ଆବେଦନ କରାଯାଇଥିଲା । ପୂର୍ବରୁ ଆବେଦନକାରୀଙ୍କ ସହିତ ଆଲୋଚନା କରି ରିପୋର୍ଟ ଦେବାକୁ ଏସଆରସିଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଗତ ଶନିବାର ଆଲୋଚନା କରି ରିପୋର୍ଟ ପ୍ରସ୍ତୁତ କରି ଉଚ୍ଚନ୍ୟାୟାଳୟରେ ଦାଖଲ କରିଥିଲେ ଏସଆରସି । ଏହି ରିପୋର୍ଟ ଆଧାରରେ ହାଇକୋର୍ଟ ଚୁଡାନ୍ତ ଶୁଣାଣି କରିଛନ୍ତି ।

ସବୁଜ ବାଣ କଣ ?

ସବୁଜ ବାଣଗୁଡିକ ପରିବେଶ ପାଇଁ ଅନୁକୂଳ ଅଟେ । ଏହି ବାଣ ଫୁଟାଇବା ଦ୍ବାରା ପରିବେଶ ପ୍ରଦୂଷଣ ଅପେକ୍ଷାକୃତ କମ୍ ହୋଇଥାଏ । ଏଥିରେ ପ୍ରଦୂଷଣ ସୃଷ୍ଟି କରୁଥିବା କଞ୍ଚାମାଲ୍ କମ୍ ବ୍ୟବହାର ହୋଇଥାଏ । ସବୁଜ ବାଣରେ ଥିବା କେମିକାଲ୍ କମ୍ପୋଜିସନ୍ ବାଣ ଜଳିବା ପରେ ବି କମ୍ ପାଉଁଶ ସୃଷ୍ଟି କରିଥାଏ । ସବୁଜ ବାଣରେ ଆର୍ସେନିକ୍, ଲିଥିୟମ୍, ବାରିୟମ୍ ଭଳି କ୍ଷତିକାରକ କେମିକାଲ୍ ନଥାଏ । ଯାହା ଫଳରେ ପରିବେଶ ପାଇଁ ଏହା ଅଧିକ କ୍ଷତିକାରକ ନୁହେଁ । ବାଣ ତୁଳନାରେ ସବୁଜ ବାଣରେ ୩୦ ପ୍ରତିଶତ କମ୍ ପ୍ରଦୂଷଣ ହୋଇଥାଏ ।

ବଲାଙ୍ଗୀର ମେଡିକାଲରେ ସ୍ୱାସ୍ଥ୍ୟକର୍ମୀଙ୍କ ଅବହେଳା: କିଡ଼ନୀ ରୋଗୀଙ୍କ ସାଲାଇନ୍ କାଢ଼ି ନେଇ ଅନ୍ୟ ରୋଗୀଙ୍କୁ ଦେଲେ

ବଲାଙ୍ଗୀର: ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ପୁଣି ଅଭାବନୀୟ ଘଟଣା । ପେଟବ୍ୟାଥ ରୋଗୀଙ୍କୁ ଚଢ଼ାଇଲେ କିଡ଼ନୀ ରୋଗୀଙ୍କ ସାଲାଇନ୍ । ପେଟ ବ୍ୟାଥା ରୋଗରେ ପୀଡ଼ିତ ହାଡ଼ୁ ମହନନ୍ଦଙ୍କୁ କିଡ଼ନୀ ରୋଗୀ ହରି ମହନନ୍ଦଙ୍କ ସାଲାଇନ୍ ଚଢ଼ାଉଥିଲେ ସ୍ୱାସ୍ଥ୍ୟକର୍ମୀ । ତେବେ ସଲାଇନରେ ହାଡ଼ୁ ମହନନ୍ଦ ଲେଖାଯାଇଥିବା ସତ୍ତ୍ୱେ ସଲାଇନରେ କିଡନୀ ଇଞ୍ଜେକସନ୍ ଭର୍ତ୍ତି କରି ଖେଡୁ ସାମଲଙ୍କୁ ଦିଆଯାଇଥିବା ଅଭିଯୋଗ ହୋଇଛି । ହରି ମହନନ୍ଦଙ୍କ ତାଙ୍କ ବାପାଙ୍କ ଇଞ୍ଜେକସନ୍ ବେଡ୍ ପାଖରେ ଥିବା ଅନ୍ୟ ଜଣେ ରୋଗୀକୁ ଦେଇଥିବା ନେଇ ନର୍ସ ଓ ଡାକ୍ତର କ୍ରିଷ୍ଣାପ୍ରିୟଦର୍ଶନୀଙ୍କୁ ଜଣାଇଥିଲେ ହେଲେ ଡାକ୍ତର ତାଙ୍କୁ ରାଗରେ ଗାଳିଗୁଳଜ କରି ତଡ଼ି ଦେଇଥିଲେ । ଅନ୍ୟପଟେ ଭୁଲ ଇଞ୍ଜେକସନ୍ ଦେବା ପରେ ଖେଡୁଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି ।

ଗତକାଲି ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକ ଡୁମେରମୁଣ୍ଡା ଗାଁର ଖେଡୁ ସାମଲ ନାମକ ଜଣେ ବୃଦ୍ଧଙ୍କ ପେଟରେ ଯନ୍ତ୍ରଣା ହେବାରୁ ପରିବାରଲୋକେ ତାଙ୍କୁ ବଲାଙ୍ଗୀର ଆଣି ପୁରୁଷ ମେଡିସିନ୍ ୱାର୍ଡର ୪୮ ନମ୍ବର ବେଡରେ ଭର୍ତ୍ତି କରିଥିଲେ । ସେହିପରି ବଙ୍ଗୋମୁଣ୍ଡା ବ୍ଲକ ଖୁଜେନବାହାଲ ଗାଁର ବୃଦ୍ଧ କିଡ଼ନୀ ରୋଗୀ ହରି ମହାନନ୍ଦଙ୍କୁ ଗୁରୁତର ଅବସ୍ଥାରେ ପରିବାରଲୋକେ ଡାକ୍ତରଖାନାର ଏହି ୱାର୍ଡର ୪୯ ନମ୍ବର ବେଡରେ ଭର୍ତ୍ତି କରିଛନ୍ତି । ତେବେ ଆଜି ଅପରାହ୍ନରେ କିଡନୀ ରୋଗୀ ହରି ମହାନନ୍ଦଙ୍କ ସାଲାଇନକୁ କାର୍ଯ୍ୟରେ ଥିବା ନର୍ସମାନେ ଭୁଲରେ ୪୮ନମ୍ବର ବେଡରେ ଥିବା ଖେଡୁ ସାମଲଙ୍କୁ ଚଢାଇ ଦେଇଥିଲେ । ତେବେ ଉକ୍ତ ସାଲାଇନରେ ହରି ମହାନନ୍ଦ ଲେଖାଥିବାରୁ ହରିଙ୍କ ଝିଅ ଏ ସମ୍ପର୍କରେ ଖେଡୁଙ୍କ ସ୍ତ୍ରୀ ଓ ପୁଅଙ୍କୁ ଜଣାଇଥିଲେ । ତେବେ ପରିବାର ଲୋକେ ଜାଣିବା ବେଳକୁ ସାଲାଇନଟି ଶେଷ ହୋଇ ସାରିଥିଲା । କୌଣସି ଅଘଟଣ ଆଶଙ୍କାରେ ଖେଡୁଙ୍କ ସ୍ତ୍ରୀ ବିନୋଦିନୀ ଓ ପୁଅ ନୂଆଁଖାଉ ଡାକ୍ତରଖାନାର ଡିୟୁଟି ଥିବା ଡାକ୍ତର କ୍ରିଷ୍ନା ପ୍ରିୟଦର୍ଶନୀ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଅବଗତ କରିଥିଲେ । ତେବେ ଏଭଳି ଘଟଣାରେ ଉପସ୍ଥିତ ଥିବା ମହିଳା ଡାକ୍ତର ତତ୍ପରତା ପ୍ରକାଶ କରିବା କିମ୍ବା ସ୍ୱାସ୍ଥ୍ୟ ଯାଞ୍ଚ କରିବା ବଦଳରେ ରୋଗୀର ସମ୍ପର୍କୀୟମାନଙ୍କୁ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଦୁର୍ବ୍ୟବହାର କରିଥିବା ନେଇ ସ୍ତ୍ରୀ ଓ ପୁଅ ଅଭିଯୋଗ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଅମାପ ସମ୍ପତ୍ତିର ଅଧିକାରୀ ଗିରଫ କନଷ୍ଟେବଳ ପ୍ରସନ୍ନ, ପ୍ରାୟ ୭ କୋଟିର ତାଲିକା ଦେଲା ଭିଜିଲାନ୍ସ

ମୋଦିଙ୍କ ହୁଙ୍କାର ରାଲିରେ ସିରିୟଲ ବ୍ଲାଷ୍ଟ ମାମଲାରେ ୪ ଜଣଙ୍କୁ ଫାଶି

ପାଟଣା: ଐତିହାସିକ ପାଟଣା ଗାନ୍ଧି ମୈଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହୁଙ୍କାର ରାଲିରେ ହୋଇଥିବା ସିରିୟଲ ବୋମା ବିସ୍ଫୋରଣରେ ୪ ଅଭିଯୁକ୍ତଙ୍କୁ ଫାଶି ଦଣ୍ଡାଦେଶ । ଦୁଇ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିବା ବେଳେ ଦୁଇ ଜଣଙ୍କୁ ୧୦ ବର୍ଷ ଏବଂ ଜଣଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ସିରିୟଲ ବ୍ଲାଷ୍ଟର ବିଚାର କରି NIA ଅଦାଲତ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।

୨୭ ଅକ୍ଟୋବର ୨୦୧୩ରେ ଏହି ସିରିୟଲ ବ୍ଲାଷ୍ଟ ହୋଇଥିଲା । ଏହାର ଠିକ୍ ୮ ବର୍ଷ ପରେ ୨୭ ଅକ୍ଟୋବର ୨୦୨୧ରେ NIA ଅଦାଲତ ଦୁଇ ପକ୍ଷଙ୍କ ରାୟ ଶୁଣିବା ପରେ ରାୟ ଦେଇଥିଲେ । ସୋମାବର ରାୟର ଶୁଣାଣୀ ହୋଇଛି ।

୧୦ ଲୋକଙ୍କ ମୃତ୍ୟୁ ଘଟିଥିଲା

ମୋଦିଙ୍କ ହୁଙ୍କାର ରାଲି ସମୟରେ ଗାନ୍ଧି ମୈଦାନ ଓ ପଟଣା ଜଙ୍କସନର ପ୍ଲାଟଫର୍ମ ନମ୍ବର ୧୦ରେ ସିଲିୟଲ ବ୍ଲାଷ୍ଟ ହୋଇଥିଲା । ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୯ ଜଣ ଆହତ ହୋଇଥିଲେ । କୋର୍ଟ ୧୮୭ ସାକ୍ଷୀଙ୍କୁ ଶୁଣିବା ପରେ ଦୋଷୀଙ୍କ ବିରୋଧରେ ଦଣ୍ଡ ଘୋଷଣା କରିଛନ୍ତି ।

ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ରାଞ୍ଚିର ଇମତିଆଜ ଅନସାରୀ ସମେତ ୧୦ ଜଣଙ୍କ ବିରୋଧରେ ଏନଆଇଏ  ଚାର୍ଜସିଟ୍ ଦାଖଲ କରିଥିଲା । ଏବେ ସବୁ ଅପରାଧୀ ବେଓର ଜେଲରେ କଡା ସୁରକ୍ଷା ଭିତରେ ଅଛନ୍ତି।

କିଏ ପଇଲେ ଫାଶି ଦଣ୍ଡାଦେଶ ?

ଫାଶି ଦଣ୍ଡାଦେଶ ପାଇଥିବା ୪ ଅପରାଧୀ ହେଲେ ହାଇଦର ଅଲ୍ଲୀ, ନୋମାନ ଅନସାରୀ, ମହମ୍ମଦ ମୁଜିବୁଲ୍ଲାହ ଅନସାରୀ ଏବଂ ଇମତିଆଜ ଅନସାରୀ ।

ସେହିପରି ଉମର ସିଦ୍ଦିକି ଓ ଆଝାରୁଦ୍ଧିନ କୁରେସୀଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଅହମଦ ହୁସେନ ଏବଂ ମହମ୍ମଦ ଫିରୋଜ ଅସଲମଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିବା ବେଳେ ଇଫତେଖାର ଆଲମଙ୍କୁ ୭ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି ଏନଆଇଏ କୋର୍ଟ ।

୨୦୧୩ ଅକ୍ଟୋବର ୨୭ ତାରିଖରେ ପାଟଣା ଗାନ୍ଧି ମୈଦାନ କୋର୍ଟରେ ମାମଲା ରୁଜୁ ହୋଇଥିଲା । ୩୧ ଅକ୍ଟୋବର ୨୦୧୩ରେ ଏନଆଇଏ ମାମଲାର ତଦନ୍ତ ଆରମ୍ଭ କରିଥିଲା । ୧ ନଭେମ୍ବରକୁ ଦିଲ୍ଲୀ ଏନଆଇଏ ଥାନାରେ ଆଉ ଏକ ମାମଲା ରୁଜୁ ହୋଇଥିଲା । ଜଣେ ନାବାଳକ ସହ ୧୨ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ଏନଆଇଏ । ବିଚାର ଭିତରେ ଜଣେ ଅଭିଯୁକ୍ତଙ୍କର ମୃତ୍ୟୁ ଘଟିଥିଲା । ଜୁଭିନାଇଲ ବୋର୍ଡରେ ଅଭିଯୁକ୍ତ ନାବାଳକଙ୍କୁ ପୂର୍ବରୁ ୩ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇ ସାରିଛନ୍ତି ।

ହାଇକୋର୍ଟ ଜଜ୍ ବିରୋଧରେ ୧୪ ବର୍ଷର ବାଳକକୁ ଦୁଷ୍କର୍ମ ଅଭିଯୋଗ: ନିଶା ଦେଇ କରୁଥିଲେ ଘୃଣ୍ୟ କାମ

ଭରତପୁର: ରାଜସ୍ଥାନ ଭରତପୁରରେ ଏକ ଅଭିଯୋଗ ଆଧାରରେ ଜଜ ଜିତେନ୍ଦ୍ର ଗୋଲିୟା ଓ ଆଉ ଦୁଇ ଜଣଙ୍କ ବିରୋଧରେ ପୋକସୋ ଆକ୍ଟ ଧାରା ଅନୁଯାୟୀ ମାମଲା ରୁଜ୍ଜୁ କରାଯାଇଛି। ଏମାନଙ୍କ ବିରୋଧରେ ୧୪ ବର୍ଷ ବାଳକକୁ ଯୌନ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି। ପୋଲିସ ମାମଲାର ଯାଞ୍ଚ ଦାୟିତ୍ୱ ବରିଷ୍ଠ ଅଧିକାରୀଙ୍କୁ ଦେଇଛି । ବାଳକଙ୍କ ମା’ ଥାନାରେ ଜଜ ଓ ଅନ୍ୟ ଦୁଇ ଜଣଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ମାମଲା ସାମ୍ନାକୁ ଆସିବା ପରେ ରବିବାର ରାତିରେ ଯୋଧପୁର ହାଇକୋର୍ଟ ଜଜ ଜିତେନ୍ଦ୍ର ସିଂହଙ୍କୁ ତତ୍କାଳ ନିଲମ୍ବିତ କରାଯାଇଛି। ଜିତେନ୍ଦ୍ର ସିଂହ ଦୁର୍ନୀତି ନିବାରଣ ଆଇନର ସ୍ୱତନ୍ତ୍ର କୋର୍ଟରେ ସ୍ୱତନ୍ତ୍ର ବିଚାରପତି ଭାବେ ନିଯୁକ୍ତ ଥିଲେ। ପୀଡିତଙ୍କ ମା’ ଅଭିଯୋଗ କରିଛନ୍ତି ଯେ ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) ଏବଂ ଅନ୍ୟ ଦୁଇଜଣ ସମ୍ପୃକ୍ତ ମାମଲାର ଗତ ଏକ ମାସ ଧରି ତାଙ୍କ ପୁଅକୁ ନିଶା ଦେଉଥିଲେ ଓ ତାକୁ ଯୌନ ନିର୍ଯାତନା ଦେଉଥିଲେ ।

ଅଭିଯୋଗ କଲେ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ ବୋଲି ଜଜ ଓ ଅନ୍ୟ ଦୁଇ ଜଣ ମହିଳାଙ୍କୁ ଧମକ ଦେଉଥିଲେ। ଆଉ ଦୁଇ ଅଭିଯୁକ୍ତ ହେଲେ ଜଜଙ୍କ ଷ୍ଟେନୋ ଅଂଶୁଲ ସୋନି ଓ ଜଜଙ୍କ ଆଉ ଜଣେ କର୍ମଚାରୀ ରାହୁଲ କଟାରା।

ପୋଲିସ କହିଛି ଯେ, ପୀଡିତ ପରିବାର ଆରୋପ ଲାଗିଛି ଯେ ଏସିବିର ସର୍କଲ ଅଧିକାରୀ ପରମେଶ୍ୱର ଲାଲ ଯାଦବ ସୋନି ଓ କଟାରା ସହ ମିଶି ବାଳକଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିଲେ। ଜଜ୍ ବାଳକ ସହ ଡିଷ୍ଟ୍ରିକ୍ଟ କ୍ଲବ କମ୍ପାନୀ କୋର୍ଟରେ ବନ୍ଧୁତା କରିଥିଲେ ଯେଉଁଠାକୁ ସେ ଟେନିସ ଖେଳିବାକୁ ଯାଉଥିଲା।

ଟିକା ନେଇନଥିଲେ ଘରକୁ ଯିବେ ସ୍ୱାସ୍ଥ୍ୟକର୍ମୀ

ଭୁବନେଶ୍ୱର: ଟିକା ନେଇନଥିଲେ ଘରକୁ ଯିବେ ସ୍ୱାସ୍ଥ୍ୟ କର୍ମୀ । କାଲିଠୁ ଘର ଘର ବୁଲି ଅଙ୍ଗନବାଡ଼ି ଓ ସ୍ୱାସ୍ଥ୍ୟକର୍ମୀ ଭ୍ୟାକ୍ସିନ ନେଇନଥିବା ଲୋକଙ୍କୁ ଚିହ୍ନଟ କରିବେ । ପ୍ରଥମ ଡୋଜ୍ ନେବା ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଲୋକ ଭୁଲିଯାଉଛନ୍ତି । ଦେଶରେ ୧୧କୋଟି ଓ ରାଜ୍ୟରେ ୨୪ଲକ୍ଷ ଲୋକ କରୋନାର ଦ୍ୱିତୀୟ ଡୋଜ୍ ଟିକା ନେଇନାହାନ୍ତି । ତୁରନ୍ତ ଏହି ଲୋକମାନଙ୍କର ତାଲିକା ପ୍ରସ୍ତୁତ କରି ଦ୍ୱିତୀୟ ଡୋଜ୍ ଟିକା ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ନଭେମ୍ବର ଶେଷ ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଟିକା ଦେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଣ୍ଚା ଭିଡ଼ିଛି । ରାଜ୍ୟରେ ଦୈନିକ ୪ଲକ୍ଷ ଟିକାକରଣ ପାଇଁ ଟାର୍ଗେଟ ରଖାଯାଇଛି । ସେହି ଅନୁସାରେ ୧୬ଶହରୁ ଅଧିକ ଟିକାକରଣ କେନ୍ଦ୍ର କରାଯାଇଛି । ସେପଟେ ରାଜ୍ୟରେ ଏବେ କରୋନା ସ୍ଥିତି ଭଲ ଅଛି । ହେଲେ ପଡ଼ୋଶୀ ରାଜ୍ୟରେ ବଢୁଛି ସଂକ୍ରମଣ । ଦ୍ୱିତୀୟ ଲହର ପଡ଼ୋଶୀ ରାଜ୍ୟରୁ ହିଁ ଆସିଥିଲା । ବିଶେଷ ଭାବରେ ସୀମାବର୍ତ୍ତୀ ଅଞ୍ଚଳରେ ସତର୍କ ରହିବାକୁ ପଡ଼ିବ । ସେଠାରେ ସର୍ଭେଲାନ୍ସ ମଧ୍ୟ କଡ଼ାକଡ଼ି କରାଯିବ । ରାଜ୍ୟରେ ଏବେ ଟେଷ୍ଟ, ସର୍ଭେଲାନ୍ସ ଓ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଦୀପାବଳି ପାଇଁ ସ୍ୱତନ୍ତ୍ର ଭାବରେ ଗାଇଡଲାଇନ ଆସିବ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟର ୨୪ ଜିଲ୍ଲାରୁ ୩୭୪ କୋଭିଡ୍ ପଜିଟିଭ୍ ଚିହ୍ନଟ

ଅନ୍ୟପକ୍ଷରେ ଋଷରେ ବେଲଗାମ୍ ହୋଇଛି କରୋନା ଭାଇରସ । ଯାହାଫଳରେ ଋଷର ରାଜଧାନୀ ମସ୍କୋରେ ୧୧ ଦିନ ପାଇଁ ଲକଡାଉନ ଘୋଷଣା କରାଯାଇଛି । ଦେଶର ଅଧିକାଂଶ ସହରରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରୁ ଜାରି ହୋଇଛି ଲକଡାଉନ । ସମସ୍ତ ଦୋକାନବଜାର, ରେଷ୍ଟୁରାଣ୍ଟ ଓ ସ୍କୁଲକୁ ବନ୍ଦ ଘୋଷଣା କରାଯାଇଛି । କେବଳ କିଛି ସୁପରମାର୍କେଟ ଓ ଫାର୍ମାସୀକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଦୋକାନ ବଜାର ପ୍ରତିଷ୍ଠାନ ବନ୍ଦ ରହିଛି । ଫୁଡ ଆଉଟଲେଟକୁ କଟକଣା ଭିତ୍ତିରେ ଖୋଲାଯାଇଛି । ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୧୫୯ ହେବା ପରେ ଏହି କଟକଣା ଲାଗୁ ହୋଇଛି । ଋଷରେ ୪୦ ହଜାରରୁ ଅଧିକ ସଂକ୍ରମିତ ଠାବ ହେବାରୁ କଟକଣାକୁ ଜୋରଦାର କରାଯାଇଛି । ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୦ ହଜାର ପାର୍ ହୋଇଥିବାରୁ ଆତଙ୍କ ପ୍ରକାଶ ପାଇଛି । ତେବେ ଏହି ମୃତ୍ୟୁ ସଂଖ୍ୟା ବାସ୍ତବରେ ୪ ଲକ୍ଷରୁ ଅଧିକ ହେବ ବୋଲି ବେସରକାରୀ ଭାବେ କୁହାଯାଇଛି ।

ଅନୁଗୁଳ ଓ ନୟାଗଡ଼ ଜିଲ୍ଲାର ଭର୍ଚୁଆଲ କୋର୍ଟରୁମ୍‌କୁ ଉଦ୍‌ଘାଟିତ କଲେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଡି.ଓ୍ୱାଇ.ଚନ୍ଦ୍ରଚୂଡ଼

0

ଅନୁଗୁଳ ଓ ନୟାଗଡ ଜିଲ୍ଲାରେ ଖୋଲିଲା ମଡେଲ ଭର୍ଚୁଆଲ କୋର୍ଟରୁମ । ଆଜି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡି. ଓ୍ୱାଇ. ଚନ୍ଦ୍ରଚୂଡ଼ ଏହାକୁ ଉଦଘାଟନ କରିଛନ୍ତି । ଇ-କଷ୍ଟୋଡି ସାର୍ଟିଫିକେଟ ସିଷ୍ଟମ ଏବଂ କେସ୍ ସମ୍ପର୍କିତ ସୂଚନା ପ୍ରଦାନ ଲାଗି ଅଟୋମେଟେଡ ଇମେଲ ସର୍ଭିସର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ଓଡିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଇ ମୁରଲିଧର ଓ ବିଚାରପତି ଜଷ୍ଟିସ ବିଶ୍ବଜିତ ମହାନ୍ତି, ହାଇକୋର୍ଟ ଆଇଟି ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି କମିଟି ଅଧ୍ୟକ୍ଷ ଜଷ୍ଟିସ ସଂଗ୍ରାମ କୁମାର ସାହୁ ଉପସ୍ଥିତ ଥିଲେ । ଭର୍ଚୁଆଲ ଜରିଆରେ ଏହି ଉଦଘଟନୀ କାର୍ଯ୍ୟକ୍ରମରେ ଓଡିଶା ଆଡଭୋକେଟ ଜେନେରାଲ ଅଶୋକ କୁମାର ପରିଜା, ଏସିଏସ ସଞ୍ଜୀବ ଚୋପ୍ରା, ଡିଜିପି ଅଭୟ, ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ, ଡିସିଏସ ଭାଗ୍ୟଲକ୍ଷ୍ମୀ ରଥ, ଅନୁଗୁଳ ଜିଲ୍ଲା ଜଜ୍ ରୂପଶ୍ରୀ ଚୌଧୁରୀ ସାମିଲ ହୋଇଥିଲେ ।

 

 

ସମୁଦ୍ର ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଭାରତ, ନୌସେନାକୁ ମିଳିଳା ମହା ବିଧ୍ବଂସକ INS ବିଶାଖାପାଟନମ୍

ନୂଆଦିଲ୍ଲୀ: ସମୁଦ୍ରରେ ଚୀନକୁ ଟକ୍କର ଦେବାକୁ ଭାରତ କରୁଛି ପ୍ରସ୍ତୁତି । ହିନ୍ଦ ମହାସାଗରରେ ଭାରତର ନୌସେନାକୁ ବାଦଶାହ କହାଯାଇଥାଏ । ତଥାପି ଆମେରିକା ଓ ଚୀନ ପରି ଦେଶଙ୍କ ତୁଳନାରେ ଇଣ୍ଡିଆନ ନେଭି ଏବେ ବି ବହୁ ପଛରେ ରହିଛି । ହିନ୍ଦ ମହାସାଗରରେ ଚୀନର ଅନୁପ୍ରବେଶ ବଢ଼ିଯାଇଛି । ଚୀନର ମୁକାବିଲା ପାଇଁ ଭାରତୀୟ ନୌସେନା ବଳ ଗୋଟାଉଛି । ଏମିତି ସମୟରେ ନୌସେନାକୁ ମିଳିଛି ସ୍ବଦେଶୀ ଜ୍ଞାନକୌଶଳରେ ତିଆରି ପ୍ରଥମ ଗାଇଡେଡ ମିସାଇଲ ଡେଷ୍ଟ୍ରୟର INS ବିଶାଖାପାଟନମ୍ । ବିଧ୍ବଂସକ INS ବିଶାଖାପାଟନମ୍ ସମୁଦ୍ରରେ ରହି ଭାରତୀୟ ସୀମାକୁ ସୁରକ୍ଷିତ କରିବା ସହ ଶତ୍ରୁଙ୍କୁ ନିପାତ କରିବାକୁ ସକ୍ଷମ । ଚୀନ ସହ ଯୁଦ୍ଧ ଭଳି ସ୍ଥିତି ଲାଗି ରହିଥିବା ବେଳେ ଏହି ଡେଷ୍ଟ୍ରୟର ନୌସେନାକୁ ମିଳିବାକୁ ଗୁରୁତ୍ବର ସହ ଦେଖାଯାଉଛି ।

INS ବିଶାଖାପାଟନମ୍ ମାଜଗାଓଁ ଡକ୍ସରେ ନିର୍ମାଣ କରାଯାଇଛି । ୨୦୧୧ରେ ଏହାର କଣ୍ଟ୍ରାକ୍ଟ ଦିଆଯାଇଥିଲା । ୩ ବର୍ଷ ବିଳମ୍ବରେ ଗତ ଗୁରୁବାର INS ବିଶାଖାପାଟନମକୁ ନୌସେନାକୁ ପ୍ରଦାନ କରାଯାଇଛି ।

ବ୍ରହ୍ମୋସ୍ ସୁପରସୋନିକ ମିସାଇଲରେ ଲେସ INS ବିଶାଖାପାଟନମ୍

INS ବିଶାଖାପାଟନମ୍ ପରି ଆଉ ୩ଟି ଗାଇଡେଡ ମିସାଇଲ ଡେଷ୍ଟ୍ରୟର ତିଆରି କରୁଛି ଭାରତ । ଏସବୁର ଓଜନ ୭୪୦୦ ଟନ୍ ଲେଖାଏଁ ରହିବ ।  ଯାହାର ନାଁ INS ମୁରଗାଓଁ, INS ଇମ୍ଫଲ ଓ INS ସୁରତ ରଖାଯାଇଛି । କିଛି ବର୍ଷ ମଧ୍ୟରେ ଏହା ଭାରତୀୟ ନୌସେନାରେ ସାମିଲ ହୋଇଯିବେ । ଏସବୁ ୪ ଯୁଦ୍ଧ ଜାହାଜ ବ୍ରହ୍ମୋସ୍ ସୁପରସୋନିକ କ୍ରୁଜ୍ ମିସାଇଲ ଓ ଇଜରାଇଲର ବାରକ ମିସାଇଲରେ ଲେସ ହେବେ । ଯାହା ନିମିଷକରେ ଭାରତୀୟ ଜଳସୀମାରୁ ଶତ୍ରୁଙ୍କ ଚିହ୍ନବର୍ଣ୍ଣ ଲିଭାଇ ଦେବାକୁ ସକ୍ଷମ ହେବେ । ଏଗୁଡ଼ିକୁ ନିର୍ମାଣ କରିବାରେ ୩୫ ହଜାର କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳ କରିଛି ।

ଭାରତ ଚାହୁଁଛି ଅଧିକ ଏୟାରକ୍ରାପ୍ଟ

ଡେଷ୍ଟ୍ରୟର ଶକ୍ତିଶାଳୀ ହୋଇଥିଲେ ବି ଆକାର ଓ ଯୁଦ୍ଧ କ୍ଷମତାରେ ଏୟାରକ୍ରାପ୍ଟ କ୍ୟାରିୟର ଆଗରେ ତିଷ୍ଟିବା ଅସମ୍ଭବ । ଗୋଟିଏ ଦିନରେ ୫୦୦ ନଟିକଲ ମିଲ୍ରୁ ଅଧିକ ଯାଇ ପାରୁଥିବା ଏହି ଏୟାରବେସ୍ ଜରିଆରେ ଶତ୍ରୁ ଉପରେ ଭୟଙ୍କର ଆକ୍ରମଣ କରି ନିଜର ଶକ୍ତି ଦେଖାଇ ହେବ । ଏୟାରକ୍ରାପ୍ଟ କଥା କହିଲେ ଭାରତ ଏବେ ବି ବହୁ ପଛରେ ରହିଛି । ଆମେରିକା ପାଖରେ ଏୟାରକ୍ରାପ୍ଟ କ୍ୟାରିୟରର ସମୂହ ରହିଛି । ଆମେରିକା, ଚୀନ ଭଳି ଶକ୍ତିଶାଳୀ ଦେଶଙ୍କଠାରୁ ଆମେ ଏବେ ବି ପଛରେ ଅଛନ୍ତି ।

ଆମେରିକା ପାଖରେ ପ୍ରାୟ ୨୦ଟି ଏୟାରକ୍ରାପ୍ଟ କ୍ୟାରିୟର ରହିଛି । ଏଗୁଡ଼ିକ ଏତେ ଶକ୍ତିଶାଳି ଯେ ଏକା ଏକା କୌଣସି ଦେଶ ସହ ଯୁଦ୍ଧ କରି ଜିତି ପାରିବେ । ସେହିପରି ଜାପାନ ଓ ଫ୍ରାନ୍ସ ପାଖରେ ୪ଟି ଲେଖାଏଁ ଏୟାରକ୍ରାପ୍ଟ କ୍ୟାରିୟର ରହିଛି । ଚୀନ ପାଖରେ ଦୁଇଟି ଥିବା ବେଳେ ସେ ଆଉ ଦୁଇଟି ତିଆରି କରୁଛି । ଏମାନଙ୍କ ସହ ଭାରତକୁ ତୁଳନା କଲେ, ଆମେ କେତେ ପଛରେ ରହିଛନ୍ତି ଜାଣି ପାରିବେ ।

INS ବିକ୍ରମାଦିତ୍ୟ ଏବେ ଭାରତୀୟ ନୌସେନାରେ ଏକମାତ୍ର ଏୟାରକ୍ରାପ୍ଟ ଭାବେ ସେବା ଦେଉଛି । ୪୪ ହଜାର ୫୦୦ ଟନ୍ ଓଜରର ଏହି ଏୟାରକ୍ରାପ୍ଟକୁ ୨୦୧୩ରେ ୨.୩୩ ବିଲିୟନ ଡରାର ଦେଇ ଭାରତ ରୁଷ ପାଖରୁ କିଣିଥିଲା । ଏହାର ଡେକ୍ ଅପରେଟ ପାଇଁ ୨ ବିଲିୟନ ଡଲାରରେ ୪୫ଟି MIG-29K କିଣା ଯାଇଥିଲା । ଭାରତ ଏବେ INS ବିକ୍ରାନ୍ତ ଉପରେ କାମ କରୁଛି । ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ INS ବିକ୍ରାନ୍ତର ଓଜନ ୪୦ ହଜାର ଟନ ରହିଛି । ଯାହାର ଦ୍ବିତୀୟ ପ୍ରର୍ଯ୍ୟାୟ ଟ୍ରାଏଲ ଚାଲିଛି ।

କୋଚିନ ସିପୟାର୍ଡ ପାଖାପାଖି ୨୩ ହଜାର କୋଟି ଟଙ୍କାରେ ଏହାକୁ ନିର୍ମାଣ କରିଛି । ୨୦୨୩ ଜୁନ, ଜୁଲାଇ ବେଳକୁ ଏହା ସମ୍ପୂର୍ଣ୍ଣ ଅପରେସନ ପାଇଁ ଫିଟ୍ ହୋଇଯିବ । ଏହାର ଡେକରେ MIG-29K ସୁପରସୋନିକ ଫାଇଟର ଜେଟ ଓ MH-60R ମଲଟି ରେଞ୍ଜ ହେଲିକପ୍ଟର ମୁତୟନ ହେବ ।

ସମ୍ୱଲପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: BSKY ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ କରିବେ

ସମ୍ୱଲପୁର: ଆସନ୍ତାକାଲି ସମ୍ବଲପୁର ଜିଲ୍ଲା ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ନୂଆ ସ୍ମାର୍ଟକାର୍ଡ ବଣ୍ଟନ କରିବେ। ଜିଲ୍ଲାର ୨ଲକ୍ଷ ୨୮ହଜାର ୨୧୩ଜଣ ହିତାଧିକାରୀ ସ୍ମାର୍ଟ ହେଲ୍‌ଥ କାର୍ଡ ପାଇବେ। ଏହାଦ୍ୱାରା ମାଗଣାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ମିଳିପାରିବ । ପ୍ରତି ପରିବାରକୁ ୫ଲକ୍ଷ ଓ ମହିଳାଙ୍କୁ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳିବ । ରାଜ୍ୟ ତଥା ରାଜ୍ୟ ବାହାରର ୨ଶହରୁ ଅଧିକ ହସପିଟାଲ୍‌ରେ ସ୍ମାର୍ଟ ହେଲ୍‌ଥ କାର୍ଡରେ ସ୍ୱାସ୍ଥ୍ୟ ସେବା ମିଳିବ । ଏହା ସହ ୭ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ସେଥିପାଇଁ ଶେଷ ପଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି । ମନ୍ତ୍ରୀ ସୁଶାନ୍ତ ସିଂ ଉପସ୍ଥିତ ରହି ପ୍ରସ୍ତୁତିର ତଦାରଖ କରୁଛନ୍ତି। ମାଲକାନଗିରି, ସୁନ୍ଦରଗଡ଼, ଗଜପତି, ବଲାଙ୍ଗୀର, ପୁରୀ, ଦେବଗଡ , ମୟୂରଭଞ୍ଜ ପରେ ସମ୍ବଲପୁରରେ ଲେଖାହେବ ସ୍ୱାସ୍ଥ୍ୟସେବାର ନୂଆ ଅଧ୍ୟାୟ।

ପୂର୍ବରୁ ମଧ୍ୟ ବିଭିନ୍ନ ଜିଲ୍ଲାଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ବିଏସକେଓ୍ୱାଇ ଯୋଜନାରେ  ସ୍ମର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି । ଏହା ଦ୍ୱାରା ବିିଭିନ୍ନ ଲୋକେ ଉପକୃତ ମଧ୍ୟ ହୋଇପାରିଛନ୍ତି । କଣ୍ଟାବାଞ୍ଜି ଏନଏସି ୧୨ ନମ୍ବର ଓ୍ୱାର୍ଡ ସିଙ୍ଗଲପଡ଼ାର କାଳିଆ ବେହେରା ପାଇଛନ୍ତି ଏହାର ସୁଫଳ । ରାୟପୁର ରାମକ୍ରିଷ୍ଣ ହସ୍ପିଟାଲରେ ବିଜୁ ସ୍ମାର୍ଟ କାର୍ଡରେ ଚିକିତ୍ସିତ ହୋଇଛନ୍ତି କାଳିଆ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୋଟି କୋଟି ଧନ୍ୟବାଦ ଜଣାଇଛନ୍ତି । ସେହିଭଳି ରାସଗୋବିନ୍ଦପୁର ସ୍ଥିତ ରଙ୍ଗାମାଟିଆ ଠାରେ ଥିବା ମହାତ୍ମାଗାନ୍ଧୀ ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଉକ୍ତ ସ୍ୱାସ୍ଥ୍ୟକାର୍ଡ଼ ଯୋଗେ ୭୫ ଜଣ ଚକ୍ଷୁ ପୀଡିତଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇଛି । ଏଭଳି ଅନେକ ହିତାଧିକାରୀ ଏହି ସ୍ମାର୍ଟ କାର୍ଡ ଯୋଗେ ନିଜର ମାଗଣା ଚିକିତ୍ସା କରାଇପାରିଛନ୍ତି ।

ଏଥିସହିତ ପଢ଼ନ୍ତୁ: BSKYରେ ଉପକୃତ ବିନିତା, ଖୁସି ପ୍ରକଟ କଲେ ମୁଖ୍ୟମନ୍ତ୍ରୀ

 

 

 

ମହିଳା ବେଶରେ ଆସି ମାଆ-ଝିଅକୁ ମରଣାନ୍ତକ ଆକ୍ରମଣ କଲେ ଯୁବକ

ଭୁବନେଶ୍ୱର: ମହିଳା ବେଶରେ ଆସି ମରଣାନ୍ତକ ଆକ୍ରମଣ । ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଘଟିଛି ଜଘନ୍ୟ କାଣ୍ଡ  । ଘରେ ପଶି ଛୁରାମାଡ଼ କରିଛନ୍ତି ଜଣେ ଯୁବକ । ଏଥିରେ ୩ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ ଜଣେ ମହିଳା, ଜଣେ ଯୁବତୀ ଓ ଜଣେ ଯୁବକ ଆହତ ହୋଇଛନ୍ତି । ତିନି ଜଣଙ୍କୁ ଉଦ୍ଧାର କରି  କ୍ୟାପିଟାଲ୍‌ ହସପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

ତେବେ କେଉଁ କାରଣରୁ ଛୁରାମାଡ଼ ହୋଇଛି, ତାହା ଜଣାପଡ଼ିନି । ଘଟଣାସ୍ଥଳରେ ଛୁରି ପଡିଥିବା ବେଳେ ଘର ଭିତରେ ବନ୍ଧୁକ ପଡିଛି । ଯୁବକ ଜଣକ ମହିଳା ପୋଷାକ ଓ ହେଲମିଟ୍ ପିନ୍ଧି ଘରେ ପଶି ମାଆ, ଝିଅଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ କରିଥିବା ଯୁବକ ନିଜେ ମଧ୍ୟ ଘଟଣାରେ ଆହତ ହୋଇଛନ୍ତି  । ସେପଟେ  ଘଟଣା ବିଷୟରେ ଖବର ପାଇ  ଚନ୍ଦ୍ରଶେଖପରପୁର ପୋଲିସ ପହଁଚି ଛାନବିନ୍ ଆରମ୍ଭ କରିଛି  ।