ମନ୍ତ୍ରୀ ଦାବି ନଶୁଣିବାରୁ ରେଳ ରୋକିଲେ

କୋରାପୁଟ: ରେଳ ରହଣି ପାଇଁ ରେଳକୁ ରୋକିଦେଲେ । କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ରେଳ ରହଣି ପାଇଁ ବାରମ୍ବାର ଲିଖିତ ଦାବି ପ୍ରଦାନ କରିବା ପରେ ମଧ୍ୟ ପାସେଞର ଟ୍ରେନ ନରହିବା ପ୍ରତିବାଦରେ ରେଳରୋକ କରିଛନ୍ତି ଆନ୍ଦୋଳନକାରୀ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଲକ୍ଷ୍ମୀପୁର ଗସ୍ତ ସମୟରେ ଏଥିପାଇଁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଆଲୋଚନା ପାଇଁ ବିଶାଖାପାଟଣା ଡିଆରଏମ୍ ମଧ୍ୟ ୬ଜଣିଆ ପ୍ରତିନିଧି ଦଳ ମଧ୍ୟ ଆସିଥିଲେ ।

କିନ୍ତୁ ଯଥା ପୂର୍ବଂ ତଥା ପରଂ  । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ ମଧ୍ୟ କିଛି ଫଳ ମିଳିନାହିଁ । ସେପଟେ ଟ୍ରେନ୍ ରହଣି ସକାଶେ ୨୦ଦିନ ସମୟ ମାଗିଥିଲା ରେଳ ବିଭାଗ । ହେଲେ ପ୍ରତିଶୃତି ରଖି ନଥିବାରୁ ଲକ୍ଷ୍ମୀପୁର ବିକାଶ ପରିଷଦ ରେଳଧାରଣା ଉପରେ ଆନ୍ଦୋଳନ କରିବା ସହ ରେଳରୋକ କରିଛି । ଦାବି ପୁରଣ ନହେଲେ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ପରିଷଦ ଚେତାବନୀ ଦେଇଛି ।

Leave a Reply