spot_img
Home Blog Page 4988

ଖେଳରତ୍ନ ପାଇବେ ପ୍ରମୋଦ ଭଗତ

ଭୁବନେଶ୍ବର: ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପାଇବେ ପାରାଅଲମ୍ପିକ୍ସ ଗୋଲ୍ଡ ମେଡାଲିଷ୍ଟ ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତ । ପ୍ରମୋଦଙ୍କ ସହ ମୋଟ ୧୨ ଜଣ କ୍ରୀଡାବିତଙ୍କୁ ଚଳିତ ବର୍ଷ ଖେଳରତ୍ନ ପୁରସ୍କାରରେ ସମ୍ମାନିତ କରାଯିବ । ଏନେଇ କେନ୍ଦ୍ର କ୍ରୀଡା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି  । ପ୍ରମୋଦଙ୍କୁ ଖେଳରତ୍ନ ପାଇଁ ଗତ ବୁଧବାର କମିଟି ସୁପାରିଶ କରିଥିଲା । ଖେଳରତ୍ନ ପାଇବାରେ ପ୍ରମୋଦ ହେଉଛନ୍ତି ପ୍ରଥମ ଓଡ଼ିଆ । ପ୍ରମୋଦଙ୍କ ସହ ମୋଟ ୧୨ ଜଣଙ୍କୁ ଏହି ସମ୍ମାନ ଜନକ ଖେଳରତ୍ନ ଦିଆଯିବ । ଏହା ପୂର୍ବରୁ କୌଣସି ଓଡିଆ ଖେଳରତ୍ନ ପୁରସ୍କାର ପାଇନଥିଲେ । ଖେଳରତ୍ନ ପୁରସ୍କାର ପାଇବା ପରେ ପ୍ରମୋଦ କହିଛନ୍ତି କି ଆଜି ମୋ ପାଇଁ ଏକ ଖୁସିର ଦିନ, ମୋତେ ଆସନ୍ତା ୧୩ ତାରିଖରେ ଖେଳରତ୍ନ ପୁରସ୍କାର ମିଳିବ। ଏଥିପାଇଁ ମୁଁ ବହୁତ ଉତ୍ସାହିତ । ପ୍ରଥମ ଓଡ଼ିଆ ଭାବେ ମୋତେ ଏହି ପୁରସ୍କାର ମିଳିବାକୁ ଯାଉଥିବାରୁ ମୁଁ ନିଜକ ଗର୍ବିତ ଅନୁଭବ କରୁଛି । ଏହି ପୁରସ୍କାର ପାଇଁ ରାଜ୍ୟ ସରକାର ଓ କେନ୍ଦ୍ରସରକାରଙ୍କୁ  ଧନ୍ୟବାଦ ଦେଉଛି ବୋଲି କହିଛନ୍ତି ପ୍ରମୋଦ ଭଗତ।

ପ୍ରମୋଦଙ୍କ ବ୍ୟତୀତ ଖେଳରତ୍ନ ପାଉଥିବା କ୍ରୀଡାବିତମାନେ ହେଲେ ଟୋକିଓ ଅଲମ୍ପିକ୍ସରେ ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚେପ୍ରା, ରେସଲର୍ ରବି ଦାହିୟା, ଭାରତୀୟ ହକି ଦଳର ଗୋଲକିପର ପିଆର୍ ଶ୍ରୀଜେଶ, ଭାରତୀୟ ପୁରୁଷ ହକି ଟିମ୍ କ୍ୟାପଟେନ୍ ମନପ୍ରୀତ ସିଂହ, ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ମହିଳା ବକ୍ସର ଲଭଲିନ୍ ବୋର୍ଗୋହେନ୍, ଭାରତୀୟ ଫୁଟବଲ ଦଳର ଅଧିନାୟକ ସୁନୀଲ ଛେତ୍ରୀ, ଭାରତୀୟ ମହିଳା କ୍ରିକେଟ ଦଳର ଅଧିନାୟକ ମିତାଲୀ ରାଜ, ଆଥଲେଟ୍ ସୁମିତ୍ ଅନ୍ତିଲ୍, ପାରା ଅଲମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିଥିବା ଶୁଟର୍ ଅବନୀ ଲେଖରା, ପାରା ବ୍ୟାଡମିଣ୍ଟନ୍ ଖେଳାଳି କ୍ରିଷ୍ଣା ନାଗର ଓ ପାରା ଶୁଟର୍ ମନୀଷ ନରଓ୍ବାଲ।

ମହାରାଷ୍ଟ୍ର ବାହାରେ ଶିବସେନାର ପ୍ରଥମ ବିଜୟ; ଜାଣନ୍ତୁ କେଉଁ ଲୋକସଭା ଆସନ ଜିତିଲା ଶିବସେନା

ମୁମ୍ବାଇ: ମୁମ୍ବାଇ ବାହାରେ ପ୍ରଥମ ଥର ନିର୍ବାଚନ ଜିତିଲା ଶିବସେନା । ଦାଦ୍ରା ନଗର ହବେଳୀ ଲୋକସଭା ଆସନରେ ବାଜି ମାରିଛି ଶିବସେନା । ଦାଦ୍ରା ନଗର ହବେଳୀରେ ହୋଇଥିବା ଉପନିର୍ବାଚନରେ ବାଜି ମାରିଛି ଶିବସେନା । ତେବେ ଏହି ବିଜୟ ଶିବସେନା ପାଇଁ ଏକ ଐତିହାସିକ ବିଜୟ । କାହିଁକି ନା ମହାରାଷ୍ଟ୍ର ବାହାରେ ପ୍ରଥମ ଥର ପାଇଁ କୌଣସି ନିର୍ବାଚନକୁ ନିଜ ନାମରେ କରିଛି ଶିବସେନା ।

ତେବେ ଏହି ବିଜୟ ପରେ ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ଏକ ବୟାନ ଦେଇଛନ୍ତି । ସେ କହିଛନ୍ତି କି ରାଷ୍ଟ୍ରୀୟ ରାଜନୀତିରେ ଏହା ହେଉଛି ଆମର ପ୍ରଥମ । ମହାରାଷ୍ଟ୍ର ବାହାରେ ଏହା ଶିବସେନା ପ୍ରଥମ ଥର ପାଇଁ ବିଜୟଲଭ କରିଛି । ୨୦୨୪ ଲୋକସଭା ନିର୍ବାଚନରେ ସ୍ଥିତି ଏପରି ନଥିବ । କେନ୍ଦ୍ରରେ ସରକାର କରିବାରେ ଆମେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବୁ ବୋଲି କହିଛନ୍ତି ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ । ଦାଦ୍ରା ନଗର ହାବେଳୀର ଏହି ଉପନିର୍ବାଚନରେ ସଞ୍ଜୟ ରାଉତ ବେଶ୍ ଖୁସି ଅଛନ୍ତି । ସେ କହିଛନ୍ତି ଦାଦ୍ରା ନଗର ହାବେଲୀର ଫଳାଫଳ କେବଳ ଆରମ୍ଭ । ଆଗାମୀ ସମୟରେ ଶିବସେନା ଡାମନ ଓ ଦକ୍ଷିଣ ଗୁଜୁରାଟରେ ବି ଆମେ ନିର୍ବାଚନ ଲଢ଼ିବୁ । ତେବେ ଆସନ୍ତା ବର୍ଷ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭାରେ ବି ଶିବସେନା ନିର୍ବାଚନ ଲଢ଼ିବ ବୋଲି କହିଛନ୍ତି ସଞ୍ଜୟ ରାଉତ ।

ଦାଦ୍ରା ନଗର ହାବେଳୀ ଲୋକସଭା ସିଟରେ ଶିବସେନା କାଲାବେନ ଡେଲକରଙ୍କୁ ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇଥଲେ । ତେବେ ଏହି ବିଜୟ ପରେ ଆଦିତ୍ୟ ଠାକରେ ଟୁଇଟ କରି କହିଛନ୍ତି କି କାଲାବେନଙ୍କ ଏହି ବିଜୟ ଦର୍ଶାଉଛି ଯେ ଏଠାରେ ବିକାଶର ଏକ ନୂତନ ଯୁଗ ଆରମ୍ଭ ହୋଇଛି । ଅନ୍ୟାୟ ଓ ଏକଛତ୍ରବାଦ ବିରୋଧ ଏହା ହେଉଛି ଲୋକମାନଙ୍କର ବିଜୟ । ଲୋକମାନଙ୍କ ବିଶ୍ବାସ ରହିଛି ଯେ ଶିବସେନା ଦିଲ୍ଲୀରେ ସାଧାରଣ ଲୋକଙ୍କ ହିତ ପାଇଁ ସ୍ବର ଉତ୍ତୋଳନ କରିପାରିବ ବୋଲି କହିଛନ୍ତି ଆଦିତ୍ୟ ଠାକରେ ।

କ୍ରିକେଟ ପଡ଼ିଆକୁ ପୁଣି ଫେରିବେ ଯୁବରାଜ ସିଂ

ନୂଆଦିଲ୍ଲୀ: ପୁଣି କ୍ରିକେଟ ପଡ଼ିଆକୁ ଫେରିବେ ଯୁବରାଜ ସିଂ । ପୁଣି ଦେଖିବାକୁ ମିଳିବ ଯୁବରାଜଙ୍କ ସେହି ଦମଦାର ଛକାର ଝଲକ । ୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ଯୁବରାଜ ସିଂ ପୁଣି ଥରେ କ୍ରିକେଟ ପଡ଼ିଆକୁ ଓହ୍ଲାଇବେ । ଏହି ସୂଚନା ଖୋଦ୍ ଯୁବରାଜ ସିଂ ଗତକାଲି ରାତିରେ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି । ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଥିଲେ । ସେ ଏହି ପୋଷ୍ଟରେ ଲେଖିଛନ୍ତି କି ମୁଁ  ୨୦୨୨ରେ ପୁଣି ଥରେ କ୍ରିକେଟ ମଇଦାନକୁ ଫେରିବି । ତେବେ ଯୁବରାଜଙ୍କ ଏହି ଭବିଷ୍ୟବାଣୀ କେତେ ସତ ହେଉଛି ତାହା ଆଗକୁ ଦେଖିବେ କ୍ରିକେଟପ୍ରେମୀ ।

 

View this post on Instagram

 

A post shared by Yuvraj Singh (@yuvisofficial)

ତେବେ ଯୁବରାଜ ଯେଉଁ ଭିଡିଓ ପୋଷ୍ଟ କରିଛନ୍ତି ତାହା ୨୦୧୭ରେ କଟକଠାରେ  ଇଂଲଣ୍ଡ ବିପକ୍ଷରେ ଖେଳିଥିବା ୧୫୦ ରନର  ପାଳି । ଏହି ୧୫୦ ରନର ଦମଦାର ଇନିଂସର କିଛି ଝଲକ ପୋଷ୍ଟ କରି ଏଥିରେ ସେ ‘ତେରି ମିଟି’ ଗୀତ ଏଡିଟିଂ କରିଥିଲେ । ସୋସିଆଲ ମିଡିଆରେ ସେ ଏହି ଭିଡିଓ ପୋଷ୍ଟ କରି ସେ ଲେଖିଛନ୍ତି କି ଯେ ଆପଣଙ୍କ ଲକ୍ଷ୍ୟସ୍ଥଳ ଭଗବାନ ସ୍ଥିର କରନ୍ତି । ଲୋକଙ୍କ ଭଲ ପାଇବା ପାଇଁ ମୁଁ ପୁଣି ଥରେ ୨୦୨୨ରେ ପଡ଼ିଆକୁ ଓହ୍ଲାଇବି । ଏହାଠାରୁ ବଡ଼ ଅନୁଭବ ମୋ ପାଇଁ ଆଉ କିଛି ନାହିଁ । ମୁଁ ଏଥିପାଇଁ ସମସ୍ତଙ୍କ ପାଖରେ କୃତଜ୍ଞ ବୋଲି ସୋସିଆଲ ମିଡିଆରେ ଲେଖିଛନ୍ତି ଯୁବରାଜ ସିଂ ।

ବିରାଟଙ୍କ ସପକ୍ଷରେ ବାହାରିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକଙ୍କ ସପକ୍ଷରେ ବାହାରିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଚଳିତ ଟି-୨୦ ବିଶ୍ବକପରେ ନୈରାଶଜନକ ପ୍ରଦର୍ଶନ ଜାରି ରଖିଛି ଟିମ୍ ଇଣ୍ଡିଆ । ଟି-୨୦ ବିଶ୍ବକପର ପ୍ରଥମ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ବନ୍ଦୀ ପାକିସ୍ତାନଠାରୁ ଶୋଚନୀୟ ପରାଜୟ ପରେ ସମସ୍ତଙ୍କ ନଜର ଥିଲା ଦ୍ବିତୀୟ ମ୍ୟାଚ ଉପରେ । କାହିଁକି ନା ଭାରତକୁ ଚଳିତ ଟି-୨୦ ବିଶ୍ବକପରେ ସେମିଫାଇନାଲକୁ ଯିବା ପାଇଁ ଦ୍ବିତୀୟ ମ୍ୟାଚ ଜିତିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିଲା । କିନ୍ତୁ ପ୍ରଥମ ମ୍ୟାଚରେ କରିଥିବା ଭୁଲକୁ ମଧ୍ୟ ଦ୍ବିତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦୋହରାଇଥିଲେ । ଯାହା ଫଳରେ ଲଗାତର ଭାବରେ ଦୁଇଟି ମ୍ୟାଚରେ ପରାଜୟ ବରଣ କରିଛି ବିରାଟ ବାହୀନି । ତେବେ ଦ୍ବିତୀୟ ମ୍ୟାଚରେ ଶୋଚନୀୟ ପରାଜୟ ପରେ ଭାରତୀୟ ଦଳର ଅଧିନାୟକଙ୍କୁ ସୋସିଆଲ ମିଡିଆରେ ବାରମ୍ବାର କାଉଣ୍ଟର କରାଯାଉଛି । ଏମିତିକି ବିରାଟଙ୍କ ପରିବାରକୁ ମଧ୍ୟ ଧମକ ଦିଆଯାଉଛି । ତେବେ ଏସବୁ ଭିତରେ ବିରାଟ କୋହଲିଙ୍କ ସମର୍ଥନରେ ଆଗକୁ ଆସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ରାହୁଲ ଗାନ୍ଧୀ ଟୁଇଟ କରି କହିଛନ୍ତି କି ଏ ସମସ୍ତ ଲୋକଙ୍କ ମନ ଘୃଣାରେ ପରିପୂର୍ଣ୍ଣ, ସେମାନଙ୍କୁ କେହି ଭଲ ପାଆନ୍ତି ନାହିଁ । ସେମାନଙ୍କୁ କ୍ଷମା କର ଏବଂ ଦଳକୁ ଏବେ ରକ୍ଷା କର ବୋଲି ଟୁଇଟ କରି କହିଛନ୍ତି  ରାହୁଲ ଗାନ୍ଧୀ ।

ଅନ୍ୟପଟେ ପାକିସ୍ତାନ ବିପକ୍ଷରେ ଭାରତର ଶୋଚନୀୟ ପରାଜୟ ପରେ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ମଧ୍ୟ ସୋସିଆଲ ମିଡିଆରେ ଟାର୍ଗେଟ କରିଥିଲେ । ସେତେବେଳେ ମଧ୍ୟ ମହମ୍ମଦ ସାମିଙ୍କୁ ସପକ୍ଷରେ ଆଗକୁ ଆସିଥିଲେ ରାହୁଲ ଗାନ୍ଧୀ ।

ଲଗାତର କିଛି ଦିନ ହେବ ସୋସିଆଲ ମିଡିଆରେ ଆଲୋଚନାର ଶିକାର ହେଉଛନ୍ତି ବିରାଟ କୋହଲି । ବିଶ୍ବକପରେ ପରାଜୟ ଖାଲି ଏହାର କାରଣ ନୁହେଁ । କିଛି ଦିନ ପୂର୍ବରୁ ଦୀପାବଳିକୁ ନେଇ ଏକ ଭିଡିଓ ପୋଷ୍ଟ କରିଥିଲା ଯାହାକୁ ନେଇ ମଧ୍ୟ ବହୁ ସମାଲୋଚନାର ଶିକାର ହୋଇଥିଲେ ବିରାଟ କୋହଲି । ତେବେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡଠାରୁ ପରାଜୟ ବରଣ କରିବା ପରେ ସମସ୍ତଙ୍କ ଟାର୍ଗେଟରେ ପୁଣି ଏବେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି । ଖରାପ ଅଧିନାୟକତ୍ବ, ଦଳର ଖରାପ ପ୍ରଦର୍ଶନ ପରି ବିଭିନ୍ନ ପ୍ରକାର କାରଣ ପାଇଁ ସମାଲୋଚକମାନଙ୍କ ଟାର୍ଗେଟରେ ଅଛନ୍ତି ବିରାଟ । ଖାଲି ବିରାଟଙ୍କୁ ନୁହେଁ ତାଙ୍କ ୧୦ ମାସର ଝିଅଙ୍କୁ ନେଇ ମଧ୍ୟ ଆପତ୍ତିଜନକ ମନ୍ତବ୍ୟ ଦେବାକୁ ପଛାଇ ନାହନ୍ତି ସମାଲୋଚକ ।

ଏନଆରଇଜିଏସର ବକେୟା ଅର୍ଥ ପାଇଁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ରାଜ୍ୟ ରାଜନୀତି ସରଗରମ

ଭୁବନେଶ୍ୱର: ଟଙ୍କା ଦେଉନାହିଁ କେନ୍ଦ୍ର । ଏନଆରଇଜିଏସର ବକେୟା ଅର୍ଥ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖିବା ପରେ ରାଜ୍ୟ ରାଜନୀତି ସରଗରମ । ଆଗକୁ ନିର୍ବାଚନ ଥିବାରୁ ବିଜେଡି ପୁଣି କେନ୍ଦ୍ରୀୟ ଅବହେଳାର କାର୍ଡ ଖେଳିଲା ବୋଲି ବିଜେପି କହିଛି । ସେପଟେ କଂଗ୍ରେସର କହିବା କଥା- କେବଳ ଚିଠି ଲେଖି ନୁହେଁ, ଜୋରଦାର ବିରୋଧ ହେବା ଦରକାର । ସମୀକ୍ଷକଙ୍କ ମତ ଏ ପ୍ରସଙ୍ଗରେ ସବୁ ଦଳ ଏକାଠି ହେବା ଆବଶ୍ୟକ ।

 Politics Over CM Naveen Letter To PM Over Remaining Funds Allocation

କମୁଛି ଅନୁଦାନ କଟୁଛି ଯୋଜନା । ବଢ଼ି ବଢ଼ି ଚାଲିଛି ବକେୟା ଅର୍ଥ । ଠିକ୍ ସମୟରେ ବି ମିଳୁନି ଅନୁଦାନ । ଲଗାତାର ଭାବେ କେନ୍ଦ୍ର ସରକାର ଓଡ଼ିଶାକୁ ତାର ହକ୍ ପାତରଅନ୍ତର ନୀତିକୁ ବଳବତ୍ତର ରଖିଛି । କେନ୍ଦ୍ର ଏପରି ଅବହେଳାକୁ ନେଇ ଜୋରଦାର ହୋଇଛି ସ୍ୱର । ଏନଆରଇଜିଏସର ବଳକା ଅର୍ଥ ଦେବା ନେଇ ପୁଣି କେନ୍ଦ୍ର ପାଖରେ ଦାବି ଦୋହରାଇଛି ରାଜ୍ୟ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ତୁରନ୍ତ ତାର ଏମଜିଏନଆରଇଏସ ପ୍ରାପ୍ୟ ଦେବା ପାଇଁ ଦାବି କରିଛି । ମୁଖ୍ୟମନ୍ତ୍ରୀଙ୍କ ଦାବି ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । କେନ୍ଦ୍ର ବିରୋଧରେ ଉଠିଛି ପ୍ରତିବାଦର ସ୍ୱର ।

 Politics Over CM Naveen Letter To PM Over Remaining Funds Allocation

ଏ ପ୍ରସଙ୍ଗରେ କଂଗ୍ରେସ କେନ୍ଦ୍ରକୁ ଟାର୍ଗେଟ୍ କରିବା ସହ ଓଡ଼ିଶା ପ୍ରତି କେନ୍ଦ୍ର ବିଜେପି ସରକାରର ଲମ୍ବା ଅବହେଳା ତାଲିକା ଦେଇଛି ଦଳ । ବିଭିନ୍ନ କ୍ଷେତ୍ରରେ ରାଜ୍ୟର ପ୍ରାପ୍ୟ କେନ୍ଦ୍ର ଉପରେ ବଢ଼ି ଚାଲିଥିବା ବେଳେ ଅନେକ କେନ୍ଦ୍ରୀୟ ସ୍କିମରେ ଅନେକ ପରିବର୍ତ୍ତନ କରି ରାଜ୍ୟକୁ ଶୋଷଣ କରି ଚାଲିଛି ବୋଲି ଦଳ ଅଭିଯୋଗ କରିଛି । ଏପରିକି ବିଭିନ୍ନ କେନ୍ଦ୍ରୀୟ ସ୍କିମୃରେ ପୂର୍ବରୁ ୯୦ ପ୍ରତିଶତ ୧୦ ପ୍ରତିଶତ ଅନୁପାତ ଥିବାବେଳେ ଏବେ ଏହାକୁ ୬୦:୪୦ କରି ଦିଆଯାଇଛି । ତେଣୁ କେନ୍ଦ୍ରର ଏ ଅବହେଳା ବିରୋଧରେ ଜୋରଦାର ଲଢ଼େଇ ହେବା ଦରକାର ବୋଲି କଂଗ୍ରେସ କହିଛି । ସେପଟେ ରାଜ୍ୟର ସ୍ୱାର୍ଥ ହାସଲ ପାଇଁ ବିଜେଡି ସବୁବେଳେ ଲଢ଼େଇ କରି ଆସିଛି ଓ କରିବ ବୋଲି ବିଜେଡି କହିଛି ।

 Politics Over CM Naveen Letter To PM Over Remaining Funds Allocation

ସେପଟେ ରାଜ୍ୟ ସ୍ୱାର୍ଥ ଭୁଲି ବିଜେପି କେନ୍ଦ୍ର ପାଇଁ ଓକିଲାତି କରିଛି । ଏପରିକି କେନ୍ଦ୍ର ଅନୁଦାନରେ ରାଜ୍ୟ ଚଳୁଥିବା ବିଜେପି ମୁଖପାତ୍ର କହିବାକୁ ପଛାଇ ନାହାଁନ୍ତି । ଯାହାକୁ ନେଇ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ କଂଗ୍ରେସ । ସେପଟେ ରାଜନୀତି ସମୀକ୍ଷକ ମାନେ ଏ ପ୍ରସଙ୍ଗରେ ସବୁ ଦଳ ଏକ ହୋଇ ରାଜ୍ୟର ସ୍ୱାର୍ଥ ପାଇଁ ଲଢେଇ କରିବା ଦରକାର ବୋଲି କହିଛନ୍ତି । ରାଜ୍ୟ ସ୍ୱାର୍ଥ ପ୍ରସଙ୍ଗରେ ପାର୍ଟିକୁ ପଛ କରି ମାଟି ପାଇଁ ଲଢେଇ କରିବାକୁ ସମୀକ୍ଷକମାନେ କହିଛନ୍ତି ।

 Politics Over CM Naveen Letter To PM Over Remaining Funds Allocation

କୋଇଲା ସେସ୍ ବାବଦରେ ଗତ ୬ ବର୍ଷରେ ପାଖାପାଖି ୬୦ ହଜାର କୋଟି ଟଙ୍କା କେନ୍ଦ୍ର ଆଦାୟ କରିଥିବା ବେଳେ ରାଜ୍ୟ ସରକାର ଏଥିରେ ଓଡ଼ିଶାର ହକ୍ ୫୦ ପ୍ରତିଶତ ଦାବି କରିଛନ୍ତି । ଏନଆରଜିଏସରେ ୧୧ ହଜାର କୋଟି ଟଙ୍କା ଦେଉନାହିଁ କେନ୍ଦ୍ର । ସେହିପରି ପଞ୍ଚଦଶ ଅର୍ଥ କମିଶନ ୪୨ ପ୍ରତିଶତ ବଦଳରେ ବର୍ତ୍ତମାନ ୪୧ ପ୍ରତିଶତ କରି କେନ୍ଦ୍ର ରାଜ୍ୟକୁ ଏକ ପ୍ରତିଶତ ଭାଗ କମାଇ ଦେଇଛି । ସେହିପରି ୬ ବର୍ଷ ହେଲା କୋଇଲା ରୟାଲଟି ବି ସଂଶୋଧନ କରାଯାଇନାହିଁ । ଜିଏସଟି ଅର୍ଥ ଆବଶ୍ୟକ ଅନୁସାରେ ରାଜ୍ୟକୁ ଦିଆଯାଉନି । ଯାହାକୁ ନେଇ ଏବେ କେନ୍ଦ୍ର ବିରୋଧରେ ଶାଣିତ ହେଲାଣି ସ୍ୱର ।

ଫେସବୁକ୍ ନିରାପତ୍ତା ପ୍ରସଂଗର ସମାଧାନ ନ କରି ନାମ ପରିବର୍ତ୍ତନର କୌଣସି ମାନେ ନାହିଁ: ଫାନସିସ୍

ନୂଆଦିଲ୍ଲୀ: ଫେସବୁକର ପୁନଃନାମକରଣକୁ ନେଇ ବଢ଼ିଲା ବିବାଦ । ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଇସ୍ତଫା ଦିଅନ୍ତୁ ବୋଲି ଦାବି କଲେ ପୂର୍ବତନ ବସ୍ ଫାନସିସ ହ୍ୟୁଜେନ । ଫେସବୁକର ଆଭ୍ୟନ୍ତରୀଣ କାର୍ଯ୍ୟାବଳୀକୁ ନେଇ ସେ ଅସନ୍ତୋଷ ବ୍ୟକ୍ତ କରିବା ସହ ଜୁକରବର୍ଗ ଇସ୍ତଫା ଦାବି କରିଛନ୍ତି । ସେ କହିଛନ୍ତି ଜୁକରବର୍ଗ କମ୍ପାନୀର ସିଇଓ ରହି ଏହାର ନାମ ମେଟା ରଖିବାରେ କୌଣସି ମୂଲ୍ୟ ନାହିଁ ।

ପର୍ତ୍ତୁଗାଲ ରାଜଧାନୀ ଲିସବନରେ ଆୟୋଜିତ ଓ୍ୱେବଟେକ୍ ସମ୍ମିଳନୀରେ ଯୋଗ ଦେଇ ସେ କହିଛନ୍ତି- ଜୁକରବର୍ଗ କମ୍ପାନୀରୁ ବାହାରିଗଲେ ବି କିଛି ଫରକ ପଡ଼ିବ ନାହିଁ । ତାଙ୍କ ବିନା କମ୍ପାନୀ ଚାଲିପାରିବ । ଗତ ସପ୍ତାହରେ ୩୦୦ କୋଟି ୟୁଜର ଥିବା ସବୁଠାରୁ ବଡ଼ ସୋସିଆଲ ମିଡିଆ ଫେସବୁକର ନାମ ମେଟା ହେବ ବୋଲି ଘୋଷଣା କରିଥିଲେ ଜୁକରବର୍ଗ । ସେ ଆହୁରି କହିଛନ୍ତି ଫେସବୁକର ନିରାପତ୍ତା ପ୍ରସଙ୍ଗ ଏଯାଏଁ ସମାଧାନ ହୋଇପାରିନାହିଁ ଏବଂ ନାମ ପରିବର୍ତ୍ତନ କରିବାର କୌଣସି ମାନେ ନାହିଁ । ଫେସବୁକ କେବଳ ନିଜର ସମ୍ପ୍ରସାରଣ ପ୍ରକ୍ରିୟା ଜାରି ରଖୁଛି ମାତ୍ର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ କମ୍ପାନୀ ପଦକ୍ଷେପ ନେଉନାହିଁ ବୋଲି ସେ କହିଛନ୍ତି । ବଜାର ଶକ୍ତି, ଏକପାଖିଆ ନିଷ୍ପତ୍ତି, ମନମୁଖି ସେବା ନେଇ ବିଭିନ୍ନ ମହଲରୁ ଫେସବୁକ ସମାଲୋଚନାର ପାତ୍ର ହେଉଥିବାବେଳେ ଏହାର ନାମ ପରିବର୍ତ୍ତନକୁ ନେଇ ବଢିଛି ବିବାଦ ।

ଏଥିସହିତ ପଢ଼ନ୍ତୁ: ବିରାଟ କୋହଲୀଙ୍କ ୯ ମାସର ଝିଅକୁ ଧମକ: ଜାଣନ୍ତୁ କ’ଣ କହିଲେ ଦୁର୍ବୃତ୍ତ

ବାହାଘର ୫ ସପ୍ତାହ ପରେ ଯୁବକଙ୍କୁ ହେଲା କ୍ୟାନସର , ଦେଖନ୍ତୁ ସ୍ତ୍ରୀର ସ୍ୱାମୀ ପ୍ରତି ଭଲପାଇବା…

ହିନ୍ଦୁ ଧର୍ମରେ ବିବାହ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଏକ ପବିତ୍ର ବନ୍ଧନ  । ବିବାହ ପରଠୁ ଦୁହେଁ ଦୁହିଁଙ୍କ ସହ ଜନ୍ମ ଜନ୍ମ ପାଇଁ ବାନ୍ଧିହୋଇଯାନ୍ତି ଏବଂ ପରସ୍ପରର ସୁଖଦୁଃଖର ସାଥୀ ହୋଇଥାନ୍ତି  । ଭଲରେ ହେଉ କିମ୍ବା ମନ୍ଦରେ ପରସ୍ପରରେ ସହଯୋଗ କରନ୍ତି  । ଏହି ଭଲପାଇବା କେବଳ ଭାରତରେ ନୁହେଁ ବିଶ୍ୱର କୋଣ ଅନୁକୋଣରେ ଦେଖିବାକୁ ମିଳେ  । ମାତ୍ର ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରକୃତ ଭଲପାଇବାର ଉଦାହରଣ ପାଲଟିଛନ୍ତି ଦୁହେଁ ସ୍ୱାମୀ-ସ୍ତ୍ରୀ  । ୨୨ ବର୍ଷର ଜଣେ ଯୁବକ ବାହାଘରର ମାତ୍ର ୫ ସପ୍ତାହ ପରେ ସେ କ୍ୟାନସର ରୋଗରେ ପୀଡ଼ିତ ବୋଲି ଜାମିବାକୁ ପାଇଲେ  ।  ଏହି ଯୁବକ ଜଣକ ନିଜ ଟ୍ୱିଟର ଆକାଉଣ୍ଟ @theyoungretireeରେ ନିଜର ସମସ୍ତ ଘଟଣା ପୋଷ୍ଟ କରିଥିଲେ  ।  ସେ କହିଥିଲେ କି କିଛି ଦିନ ତଳେ ହଠାତ୍ ତାଙ୍କ ନାକରୁ କକ୍ତ ବାହାରିବା ସହ ଶରୀରରେ ରକ୍ତ ଜମାଟ ବାନ୍ଧି ଯାଇଥିଲା  । ଯାଞ୍ଚ କରିବା ପରେ ବାହାଘରର ୫ ସପ୍ତାହ ସେ ଜାଣିବାକୁ ପାଇଥିଲେଯେ ସେ କ୍ୟାନସର ପୀଡ଼ିତ  ।

ସେ ନିଜ ପତ୍ନୀଙ୍କ ସହ ଡାକ୍ତରଖାନାରେ ଏକ ଫଟୋ ନିଜ ଟ୍ୱିଟର ଆକାଉଣ୍ଟରେ ଛାଡ଼ିଥିଲେ ଏବଂ ତାଙ୍କ ପତ୍ନୀ ଏହି ଦୁଃଖ ସମୟରେ ତାଙ୍କ ସହ ଥିବାରୁ ସେ ଖୁସି ଅଛନ୍ତି ବୋଲି ସେ ଲେଖିଛନ୍ତି  । ବ୍ୟକ୍ତି ଜଣକ ଏହି ଫଟୋ ପୋଷ୍ଟ କରିବା ପରେ ଏଥିରେ ୨ ଲକ୍ଷ ୪୯ ହଜାର ଲାଇକ ଆସିଥିବା ବେଳେ ୩ ହଜାର ଲୋକ ଏଥିରେ କମେଣ୍ଟ ଦେଇଥିଲେ  ।

ଦୁର୍ଘଟଣାର ୪୮ଘଣ୍ଟା ମଧ୍ୟରେ ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର: ୧୪୭କୋଟି ଟଙ୍କାର ପାଣ୍ଠି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ସମ୍ୱଲପୁର: ସ୍ୱାସ୍ଥ୍ୟ ସେବା ଦିଗରେ ମୁଖ୍ୟମନ୍ତ୍ରୀଙ୍କ ଆଉ ଏକ ବଡ଼ ଘୋଷଣା । ଏଣିକି ସଡ଼କ ଦୁର୍ଘଟଣାର ୪୮ ଘଣ୍ଟା ମଧ୍ୟରେ ସମସ୍ତ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ସଡ଼କ ଦୁର୍ଘଟଣାରେ ବହୁ ଲୋକଙ୍କର ମୃତ୍ୟୁ ହେଉଥିବାରୁ ଏ ନେଇ  ଚିନ୍ତାପ୍ରକଟ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ କ୍ଷେତ୍ରରେ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦିଆଯାଇ ପାରିଲେ, ଅନେକ ମୂଲ୍ୟବନ ଜୀବନ ବଞ୍ଚାଇ ହେବ । ବିଶେଷକରି ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ମଧ୍ୟରେ ଚିକିତ୍ସା ଯୋଗାଇ ଦେବା ଅତି ଜରୁରୀ । ଏଣୁ ଦୁର୍ଘଟଣାରେ ଗୁରୁତରଙ୍କ ଚିକିତ୍ସା ଲାଗି ରାଜ୍ୟ ସରକାର ୧୪୭ କୋଟି ଟଙ୍କାର ଏକ ପାଣ୍ଠି ଗଠନ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ଦ୍ୱାରା ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ପ୍ରଥମ ୪୮ ଘଣ୍ଟାରେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ପାଇପାରିବେ । ଏଥିଲାଗି ସେମାନଙ୍କୁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବନି କି, ଟଙ୍କା ଯୋଗାଡ଼ କରିବା ନେଇ ଚିନ୍ତା କରିବାକୁ ପଡ଼ିବନାହିଁ ।

ମଙ୍ଗଳବାର ସମ୍ୱଲପୁର ଗସ୍ତରେ ବିଏସ୍‌କେଓ୍ୱାଇ ସ୍ମାର୍ଟ ହେଲ୍ଥ୍ କାର୍ଡ ବଣ୍ଟନର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ ସହ ଜିଲ୍ଲାର ବିକାଶ ପାଇଁ ନୀଳ ନକ୍ସା ବି ଆଙ୍କିଛନ୍ତି ନବୀନ । ଜିଲ୍ଲାରେ ବିକାଶର ସ୍ରୋତକୁ ବେଗବାନ କରିବାକୁ ୧୫୫୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ଜିଲ୍ଲାବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ହଜାରେ କୋଟିର ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ୨୦୨୨ ସୁଦ୍ଧା ସବୁ ପରିବାରଙ୍କୁ ମିଳିବ ପାଇପ ପାଣି । ଏସବୁ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଜିଲ୍ଲାବାସୀ ଓ ସ୍ଥାନୀୟ ନେତୃତ୍ୱ ।

କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ, ସରକାରୀ ଦଳର ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ପ୍ରମୁଖ ଯୋଗ ଦେଇ ବିଭିନ୍ନ କ୍ଷେତ୍ରରେ ରାଜ୍ୟର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତାର ଉଚ୍ଚପ୍ରଶଂସା କରିଥିଲେ । BSKY Smart Card ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଯୋଗାଇ ଦେବା ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ସେମାନେ ବର୍ଣ୍ଣନା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଯୋଗୁଁ ଓଡିଶାରେ ଆଜି ଗରିବ ଲୋକ ନିଜକୁ ସୁରକ୍ଷିତ ମନେ କରୁଛି। ଗରିବ ଲୋକଙ୍କୁ ବିଭିନ୍ନ ଯୋଜନାରେ ଦିଆଯାଉଥିବା ସାମାଜିକ ଓ ଅର୍ଥିକ ସୁରକ୍ଷା ସେମାନଙ୍କୁ ସଶକ୍ତ କରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ ।

ଏଥିସହିତ ପଢ଼ନ୍ତୁ: ସମ୍ବଲପୁରରେ ୧୫୫୩ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ ଓ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

 

କଳିଙ୍ଗନଗରରେ ମାଆ ସହ ନାବାଳକ ପୁଅକୁ ଜଘନ୍ୟ ହତ୍ୟା

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । କଳିଙ୍ଗନଗର ଅଞ୍ଚଳରେ ଡବଲ ମର୍ଡର । ତମାଣ୍ଡୋ ଥାନା ଅନ୍ତର୍ଗତ କଳିଙ୍ଗନଗରର କେ୪ ଅଞ୍ଚଳର ଏକ ଘରୁ ମାଆ ସହ ୧୦ ବର୍ଷର ପୁଅର ମୃତଦେହ ମିଳିଛି । ଘଟଣାସ୍ଥଳରେ ପୋଲିସ ସହ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ମଧ୍ୟ ସ୍ପଷ୍ଟରେ ପହଞ୍ଚିଛନ୍ତି । ଘରକୁ ଲକ୍ କରି ପୋଲିସ ତଦନ୍ତ କରୁଛି । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

Double Murder In Bhubaneswar Kalinga Nagar

ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ ମହିଳାଙ୍କ ସ୍ୱାମୀ ହିଁ ହତ୍ୟା କରିଛି । ପୁଅ ଓ ସ୍ତ୍ରୀକୁ ହତ୍ୟା ପରେ ଅଭିଯୁକ୍ତ ସ୍ୱାମୀ ଭଣଜାକୁ ମୋବାଇଲରେ ହତ୍ୟା କରିଥିବା ନେଇ ମେସେଜ୍ ପଠାଇଥିବା ଜଣାପଡ଼ିଛି । ଅଭିଯୁକ୍ତ ସ୍ୱାମୀକୁ ପୋଲିସ ଅଟକ ରଖିଥିବା ଡିସିପି ସୂଚନା ଦେଇଛନ୍ତି । ଗତ ୫ ମାସ ହେଲା ପରିବାର କଳିଙ୍ଗନଗରରେ ଭଡ଼ାରେ ରହୁଥିଲେ । ପଡ଼ୋଶୀଙ୍କ ସୂଚନା ଅନୁସାରେ, ଅନେକ ସମୟରେ ମହିଳା ସ୍ୱାମୀ ମଦ ପିଇ ମାରପିଟ୍ କରିଥାନ୍ତି ।

ଏଥିସହ ପଢ଼ନ୍ତୁ: ଲାଞ୍ଚ ଖାଇବା ପାଇଁ ତହସିଲଦାରଙ୍କ ମାଷ୍ଟର ପ୍ଲାନ, ୫ ପାନ କାର୍ଡ ଜରିଆରେ କଳା ଟଙ୍କା ହେଉଥିଲା ଧଳା

https://youtu.be/weplqdYUsPQ

ଗୋଟିଏ ଦିନରେ ଏଲନ ମସ୍କଙ୍କ ସମ୍ପତ୍ତି ବଢ଼ିଲା ୧.୭୯ ଲକ୍ଷ କୋଟି

ନୂଆଦିଲ୍ଲୀ: ଇଲେକ୍ଟ୍ରିକ୍ କାର କମ୍ପାନି ଟେସଲାର ସିଇଓ ଏଲନ ମସ୍କଙ୍କ ଉପରେ ଏବେ ଧନ ବର୍ଷା ହେଉଛି । ଆଜି ଗୋଟିଏ ଦିନରେ ଏଲନ ମସ୍କଙ୍କ ସମ୍ପତ୍ତି ୨୪ ଆରବ ଡଲାର ଅର୍ଥାତ ୧.୭୯ ଲକ୍ଷ କୋଟି ଟଙ୍କା ବୃଦ୍ଧି ପାଇଛି । ଆଜି ବଢ଼ିଥିବା ସମ୍ପତ୍ତି ସହ ମସ୍କଙ୍କ ମୋଟ ସମ୍ପତ୍ତି ବର୍ତ୍ତମାନ ୩୩୫.୧ ଆରବ ଡଲାର ଅର୍ଥାତ ପ୍ରାୟ ୨୦ ଲକ୍ଷ କୋଟିରେ ପହଞ୍ଚିଛି ।  ଯେଉଁ ସମ୍ପତ୍ତିର ମୂଲ୍ୟ ଭାରତର ସବୁଠାରୁ ବଡ଼ ଧନୀ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିର ପ୍ରାୟ ତିନିଗୁଣରୁ ଅଧିକ ।

ବ୍ଲମବର୍ଗ ବିଲିୟନିୟର୍ସ ଇଣ୍ଡେକ୍ସ ଅନୁଯାୟୀ ୩୩୫.୧ ଆରବ ଡଲାର ସହିତ ଏଲନ ମସ୍କ ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଅଟନ୍ତି । ତେବେ ଏହି ଲିଷ୍ଟର ଦ୍ବିତୀୟ ସ୍ଥାନରେ ଇ-କମର୍ସ କମ୍ପାନି ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜସ ଅଛନ୍ତି । ତାଙ୍କ ମୋଟ ସମ୍ପତ୍ତି କଥା ଯଦି କହିବା ତାହାଲେ ଜେଫ୍ ବେଜସଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୯୩ ଆରବ ଡଲାର ।

କେବଳ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିଠାରୁ ମସ୍କଙ୍କ ସମ୍ପତ୍ତି ଖାଲି ତିନିଗୁଣ ନୁହେଁ । ଆମେରିକା ସେୟାର ବଜାରର ଜଣାଶୁଣା ନାମ ଓ୍ବାରେନ ବଫେଟଙ୍କ ସମ୍ପତ୍ତିଠାରୁ ମଧ୍ୟ ତିନିଗୁଣରୁ ଅଧିକ ସମ୍ପତ୍ତି ଏଲନ ମସ୍କଙ୍କର ।  ତେବେ ଲଗାତର ଭାବରେ ଟେସଲାର ସେୟାର ବଢ଼ିବା ଦ୍ବାରା ନିବେଶକଙ୍କ ମଧ୍ୟ ବହୁତ ଲାଭବାନ ହେଉଛନ୍ତି । ସିଙ୍ଗାପୁରର ରିଟେଲ ବ୍ୟବସାୟୀ ଲିଓ କୋଗୁଆନ ଏବେ ଟେସଲା କମ୍ପାନୀର ତୃତୀୟ ବୃହତ୍ତମ ବ୍ୟକ୍ତିଗତ ନିବେଶକ ଅଟନ୍ତି ।  ଟେସଲା ସେୟାର ବଢ଼ିବା ସହ ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ମଧ୍ୟ ବୃଦ୍ଧି ପାଇ ୧୨.୧ ଆରବ ଡଲାରରେ ପହଞ୍ଚିଛି । ଅନ୍ୟପକ୍ଷରେ ଟେସଲା କମ୍ପାନୀର ଦ୍ବିତୀୟ ବୃହତ୍ତମ ବ୍ୟକ୍ତିଗତ ନିବେଶକ ହେଉଛନ୍ତି ୪୪ ବର୍ଷିୟ ଲ୍ୟାରୀ ଏଲିସନ । ଯାହାଙ୍କ ସେୟାର ମୂଲ୍ୟ ବଢ଼ି ୧୮.୧ ଆରବ ଡଲାରରେ  ପହଞ୍ଚିଛି ।