spot_img
Home Blog Page 4987

ଯୁବକଙ୍କ ମୃତଦେହକୁ ଫେରାଇ ଆଣିଲା ‘ଓଡ଼ିଶା ମୋ ପରିବାର’

ଦିଗପହଣ୍ଡି:  ସାହା ହେଲା ଓଡ଼ିଶା ମୋ ପରିବାର । ଗୁଜୁରାଟରେ ମୃତ ଯୁବକଙ୍କ ଶବକୁ ଭିଟା ମାଟିକୁ ଆଣିଲା ଓଡିଶା ମୋ ପରିବାର । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଜଗନ୍ନାଥ ପୁର ଗାଁର ଡି. ଦୀନବନ୍ଧୁ ରେଡିଙ୍କ ଗୁଜୁରାଟରେ ମୃତ୍ୟୁ ହୋଇଥିଲା । ୧୫ଦିନ ଜ୍ୱରରେ ଆକ୍ରାନ୍ତ ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ୩୧ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ଲୋକେ ସ୍ଥାନୀୟ ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀଙ୍କୁ ଜଣାଇଥିଲେ । ପରେ ଓଡିଶା ମୋ ପରିବାର ମୃତ ଯୁବକଙ୍କ ଶବକୁ ଭିଟା ମାଟିକୁ ନେଇଆସିଛି । ଶବ ଫେରିବା ପରେ ମୁଖ୍ୟମନ୍ତ୍ରୀ ଏବଂ ଓଡିଶା ମୋ ପରିବାରକୁ ଧନ୍ୟବାଦ ଜଣାଇଛନ୍ତି ଗ୍ରାମବାସୀ ।

ପୂର୍ବରୁ ମଧ୍ୟ ଓଡ଼ିଶା ମୋ ପରିବାର ପକ୍ଷରୁ ବିଭିନ୍ନ ଜନହିତକର କାର୍ଯ୍ୟ ଜାରି ରହିଛି । ରିଲିଫ୍ ବଣ୍ଟନ, ରକ୍ତଦାନ ଶବିର ଆଦି କାର୍ଯ୍ୟରେ ମଧ୍ୟ ନିୟୋଜିତ ରହିଛି ଓଡ଼ିଶା ମୋ ପରିବାର ସଂଗଠନ । ତେଲେଙ୍ଗାନା କରିମନଗରକୁ ଦାଦନ ଖଟିବାକୁ ଯାଇ ସମସ୍ୟାରେ ପଡ଼ିଥିବା ୧୧ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇଥିଲା ଓଡ଼ିଶା-ମୋ ପରିବାର । ୧୧ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ମୟୁରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ପରିଛିପୁର ଗାଁକୁ ପଠାଇବାକୁ ବ୍ୟବସ୍ଥା କରିଛି ‘ଓଡ଼ିଶା ମୋ ପରିବାର’ । ତେଲେଙ୍ଗାନାର ଶ୍ରୀ ଶ୍ରାମ ଷ୍ଟୋନେକ୍ସ କମ୍ପାନୀରେ କାମ କରିବା ଲାଗି ବାଲେଶ୍ଵରର ଜଣେ ଠିକାଦାର ସହାୟତାରେ ଯାଇଥିଲେ । ୨ ମାସ କାମ କରିବା ପରେ ଠିକାଦାର କମ୍ପାନୀରୁ ଏହି ଶ୍ରମିକଙ୍କର ଟଙ୍କା ନେଇ ଫେରାର ହୋଇଯାଇଥିଲା । ଟଙ୍କା ନଥିବାରୁ କିଛି ଦିନ ଭୋକ ଉପବାସରେ ଶ୍ରମିକ ମାନେ ରହିଥିଲେ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟ ବାହାରୁ ୧୧ ଶ୍ରମିକଙ୍କୁ ଉଦ୍ଧାର କଲା ‘ଓଡ଼ିଶା ମୋ ପରିବାର’

ଦୀପାବଳି ପରେ ସ୍କୁଲ ଯିବେ ଷଷ୍ଠ ଓ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀ: ଆସନ୍ତା ବର୍ଷ ପ୍ରାଥମିକ ବିଦ୍ୟାଳୟ ଖୋଲିବା ଆଶା

ସମ୍ୱଲପୁର: ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ । କ୍ଲାସରୁମରେ ହେବ ଅଫଲାଇନ ପାଠପଢା । ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ସେହିପରି ନୂଆ ବର୍ଷ ପରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନେଇ ଆଶାବାଦୀ ଅଛନ୍ତି ମନ୍ତ୍ରୀ । ସେପଟେ ଦରବୃଦ୍ଧି ଯୋଗୁଁ ମଧ୍ୟାହ୍ନ ଭୋଜନ ପ୍ରଭାବିତ ହେଉଛି । ଏନେଇ କେନ୍ଦ୍ରକୁ ଅବଗତ କରାଯାଇଥିବା ସେ କହିଛନ୍ତି । ସମ୍ବଲପୁର ଗସ୍ତରେ ଆସି ବିଭିନ୍ନ ସ୍କୁଲ ପରିଦର୍ଶନ କରିବା ଅବସରରେ ସ୍କୁଲ ଖୋଲିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ନେଇ ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବାକୁ ଯୋଜନା ହୋଇଥିଲା । ସ୍କୁଲ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବିଚାର ବିମର୍ଶ କରାଯାଉଥିଲା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ରାଜ୍ୟରେ ଅଷ୍ଟମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲରେ ପାଠପଢା ଆରମ୍ଭ ହୋଇଛି । ଗତ ୨୫ତାରିଖରୁ ରାଜ୍ୟରେ ଅଷ୍ଟମ ଶ୍ରେଣୀ ଗୃହ ପାଠପଢା ଆରମ୍ଭ ହୋଇଛି । ସ୍କୁଲରେ ଏବେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନ ଭଲ ରହୁଛି ।  ପ୍ରାୟ ୭୦ ପ୍ରତିଶତ ଛାତ୍ରଛାତ୍ରୀ ବିଦ୍ୟାଳୟ ଆସୁଛନ୍ତି ।  ପିଲାଙ୍କ ମଧ୍ୟରେ ସ୍କୁଲ ଆସିବାକୁ ଆଗ୍ରହ ରହିଛି ।

ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିସାରିଛି । ସ୍କୁଲରେ ମାସ୍କ ବ୍ୟବହାର ସହ ସାନିଟାଇଜରରେ ହାତ ଧୋଇଥିଲେ । ଏବଂ ଛାତ୍ରଛାତ୍ରୀମାନେ  ଅଭିଭାବକଙ୍କ ସ୍ୱୀକୃତି ପତ୍ର ଶିକ୍ଷକଙ୍କୁ ଦେଇଥିଲେ । ଶ୍ରେଣୀ ଗୃହରେ ସିଧାସଳଖ ପାଠପଢ଼ା ଛାତ୍ରଛାତ୍ରୀଙ୍କ ପାଇଁ ବେଶ ଲାଭଦାୟକ ହେବ ବୋଲି କହିଛନ୍ତି ଶିକ୍ଷକ । ବିଶେଷକରି ଅନଲାଇନ ପାଠ ପଢ଼ାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗୀ ହେବ ବୋଲି ମତ ଦେଇଛନ୍ତି ଶିକ୍ଷକ- ଶିକ୍ଷୟତ୍ରୀ । ତେବେ  ପ୍ରଥମ ଦିନ ସ୍କୁଲ ଖୋଲିଥିବାରୁ କେତେ ପିଲା ଆସିଛନ୍ତି, କେମିତି ରହିଛି ବିଦ୍ୟାଳୟ କର୍ତ୍ତୁପକ୍ଷଙ୍କ ପ୍ରସ୍ତୁତି ?  ବିଭିନ୍ନ ସ୍କୁଲକୁ ଯାଇ ସେସବୁର ଅନୁଧ୍ୟାନ କରିଥିଲେ ଗଣଶିକ୍ଷାମନ୍ତ୍ରୀ ।

କୋଭାକ୍ସିନ୍‌କୁ ମଞ୍ଜୁରୀ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ: ୨ଥର ବୈଠକ ପରେ ହୋଇପାରିନି ନିଷ୍ପତ୍ତି

ନୂଆଦିଲ୍ଲୀ: କୋଭାକ୍ସିନକୁ ଅନୁମତି ଦେବା ନେଇ ଆଜି ଆସିପାରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ଜରୁରୀକାଳୀନ ବ୍ୟବହାର ସଂକ୍ରାନ୍ତ ତାଲିକା ବା ଇୟୁଏଲ ପ୍ରସଙ୍ଗରେ ଆଜି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବସିବ ବୈଷୟିକ ପରାମର୍ଶଦାତା କମିଟି ବୈଠକ । ଏଥିରେ କୋଭାକ୍ସିନକୁ ଅନୁମତି ଦିଆଯିବାର ସମ୍ଭାବନା ରହିଛି ବୋଲି ଆଶା କରାଯାଉଛି ।

ଗତ ଅକ୍ଟୋବର ୨୬ ତାରିଖରେ କୋଭାକ୍ସିନ ପ୍ରସଂଗରେ ସଂଗଠନର ବୈଷୟିକ ପରାମର୍ଶଦାତା କମିଟି ବୈଠକ ବସିଥିଲା । ଏଥିରେ ଭାରତ ବାୟୋଟେକ ଠାରୁ ଅନ୍ୟାନ୍ୟ କେତେକ ତଥ୍ୟ ମଗାଯାଇଥିଲା । ଭାରତ ବାୟୋଟେକ ଦର୍ଶାଇଥିଲା ଯେ ଲକ୍ଷଣଯୁକ୍ତ କୋଭିଡ ରୋଗୀଙ୍କ କ୍ଷେତ୍ରରେ କୋଭାକ୍ସିନ ୭୭.୮ ପ୍ରତିଶତ ସଫଳତା ହାସଲ କରୁଛି ଏବଂ ଡେଲଟା ଭାରିଆଣ୍ଟ ବିରୋଧରେ ଏହା ୬୫.୨ ପ୍ରତିଶତ ସଫଳତା ପ୍ରଦର୍ଶନ କରୁଛି । କମ୍ପାନୀ ଯୁକ୍ତି ଦର୍ଶାଇଥିଲା ଯେ, କୋଭାକ୍ସିନର ସଫଳତା ଓ ପ୍ରଭାବ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ଦୁଇ ଥର ଧରି କୋଭାକ୍ସିନ ପ୍ରସଙ୍ଗରେ ସଂଗଠନ ବୈଠକ ବସିଥିବା ବେଳେ କୌଣସି ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରି ନଥିଲା । ଭାରତରେ ଏବେ ବାୟୋଟେକର କୋଭାକ୍ସନି ଓ ଆଷ୍ଟ୍ରାଜେନେକା ଏବଂ ସେରମ ଇନଷ୍ଟିଚ୍ୟୁଟ ଓ ଅକ୍ସଫୋର୍ଡ ୟୁନିଭର୍ସିଟିର କୋଭିସିଲ୍ଡକୁ କୋଭିଡ ଟିକା ଭାବେ ବ୍ୟବହାର କରାଯାଉଛି । କୋଭିସିଲଡକୁ ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ଅନୁମତି ଦେଇଥିବା ବେଳେ କୋଭାକ୍ସିନ ନେଇ ନିଷ୍ପତ୍ତି ହୋଇପାରିନାହିଁ ।

ଏଥିସହିତ ପଢ଼ନ୍ତୁ: ପୁଣି ଲଟକିଲା କୋଭାକ୍ସିନ୍‌ର ଭାଗ୍ୟ: WHO ଠାରୁ ମିଳିଲାନି ଜରୁରୀକାଳୀନ ଅନୁମତି

 

ଫେସବୁକ୍‌ର ଆଉ ଏକ ବଡ଼ ନିଷ୍ପତ୍ତି: ଖୁବଶୀଘ୍ର ହଟିବ ଫେସିଆଲ୍ ରେକଗ୍ନିସନ୍

ନୂଆଦିଲ୍ଲୀ: ନାଁ ପରିବର୍ତ୍ତନ କରିବା ପରେ ପରେ ସବୁଠାରୁ ବଡ଼ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକର ଆଉ ଏକ ବଡ଼ ନିଷ୍ପତ୍ତି । ଖୁବ୍ ଶୀଘ୍ର ଫେସବୁକରୁ ହଟିବ ଫେସ୍ ରେକଗ୍ନିସନ ସିଷ୍ଟମ । ଏହାସହ ଫେସପ୍ରିଣ୍ଟକୁ ମଧ୍ୟ ଡିଲିଟ କରିଦିଆଯିବ ବୋଲି କମ୍ପାନୀ କହିଛି । ପ୍ରାୟ ୧୦୦ କୋଟି ୟୁଜରଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ । ଏହି ଟେକ୍ନୋଲୋଜିକୁ ନେଇ ସରକାର, ପୋଲିସ ଓ ଅନ୍ୟମାନଙ୍କ ଦ୍ୱାରା ଏହାର ଅପବ୍ୟବହାର କାରଣରୁ କମ୍ପାନୀ ଏହି ପଦକ୍ଷେପ ନେବାକୁ ଯାଉଛି ।

ପ୍ରଯୁକ୍ତିଗତ ଇତିହାସରେ ସବୁଠାରୁ ବଡ଼ ସଫଳତା ପାଇଥିବା ଫେସ ରେକଗ୍ନିସନ ସିଷ୍ଟମ ହଟିବା ନିଷ୍ପତ୍ତି ଅନେକ ୟୁଜରଙ୍କ ଲାଗି ଚିନ୍ତାର କାରଣ ହୋଇଛି । ଫେସବୁକର ନୂଆ ପ୍ୟାରେଣ୍ଟ କମ୍ପାନୀ ମେଟାର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଭାଇସ ପ୍ରେସିଡେଣ୍ଚ ଜେରୋମ ପେସେଣ୍ଟି ଏହି ସୂଚନା ଦେଇଛନ୍ତି । ୟୁଜରଙ୍କ ଡିଜିଟାଲ ଫଟୋ ଆଲବମରେ ସ୍ଥାନ ପାଇଥିବା ବ୍ୟକ୍ତିମାନଙ୍କୁ ଫେସ ରେକଗ୍ନିସନ ସଫ୍ଟଓ୍ୱେୟାର ସ୍ୱୟଂ କ୍ରିୟ ଭାବେ ଚିହ୍ନଟ କରିଥାଏ ଏବଂ ସେମାନଙ୍କୁ ଟ୍ୟାଗ କରିବା ଲାଗି ଏହା ପ୍ରସ୍ତାବ ଦେଇଥାଏ । ଡିଜିଟାଲ ଫଟୋ ରଖିବାରେ ଫେସବୁକ ହେଉଛି ବିଶ୍ୱର ସବୁଠାରୁ ବୃହତ୍ତ କମ୍ପାନୀ । ଜେରୋମ କହିଛନ୍ତି, ଏହି ଟେକ୍ନୋଲୋଜିର ସକାରାତ୍ମକ ବ୍ୟବହାର ଉପରେ କମ୍ପାନୀ ଗୁରୁତ୍ୱ  ଦେଉଛି । ଆସନ୍ତା କିଛି ସପ୍ତାହ ମଧ୍ୟରେ ଫେସବୁକ ୧୦୦ କୋଟିରୁ ଅଧିକ ୟୁଜରଙ୍କ ସିଷ୍ଟମରୁ ଏହି ଟେମ୍ପଲେଟ ହଟାଇଦେବ ।

ଫେସବୁକର ପୂର୍ବତନ ବରିଷ୍ଠ ଅଧିକାରୀ ଫ୍ରାନସିସ ହ୍ୟୁଜେନଙ୍କ ଅନେକ ତଥ୍ୟ ଲିକ୍ ହୋଇଯିବା ପରେ ଫେସବୁକ ଏବେ ପବ୍ଲିକ ରିଲେସନ କ୍ଷେତ୍ରରେ ବଡ ଆହ୍ୱାନର ସମ୍ମୁଖୀନ ହୋଇଛି । ଫେସବୁକର ଏକ ତୃତୀୟାଂଶ ୟୁଜର ଦୈନିକ କାର୍ଯ୍ୟକଳାପରେ ଫେସ ରେକଗ୍ନିସନକୁ ଗୁରୁତ୍ୱ ଦେଇଥାନ୍ତି । ପ୍ରାୟ ୧୦ ବର୍ଷ ତଳେ ଫେସବୁକ ଏହି ପ୍ରଯୁକ୍ତିର ବ୍ୟବହାର କରିଥିଲା । ଏହାକୁ ନେଇ ବହୁ କୋର୍ଟ ଓ ନିୟାମକ କର୍ତ୍ତୃପକ୍ଷଙ୍କ ଠାରୁ ଅଡ଼ୁଆର ସମ୍ମୁଖୀନ ହୋଇ ଆସୁଥିଲା । ୨୦୧୯ରେ ଫେସବୁକ ଏହି ଅଟୋମେଟିକ ବ୍ୟବସ୍ଥାକୁ ହଟାଇ ଟ୍ୟାଗ ବ୍ୟବସ୍ଥା ରଖିଥିଲା ।

ଏଥିସହିତ ପଢ଼ନ୍ତୁ: ଫେସବୁକ୍ ନିରାପତ୍ତା ପ୍ରସଂଗର ସମାଧାନ ନ କରି ନାମ ପରିବର୍ତ୍ତନର କୌଣସି ମାନେ ନାହିଁ: ଫାନସିସ୍

 

କଇଁଛ ପିଠିରେ ମହାପ୍ରଭୁ ଜଗନ୍ନାଥ: ପୂଜାର୍ଚ୍ଚନା ଆରମ୍ଭ କଲେ ଲୋକେ

ନିଆଳି: କଇଁଛ ପିଠିରେ ମହାପ୍ରଭୁ ଜଗନ୍ନାଥଙ୍କ ଛବି । ଏକଦା ଜଗନ୍ନାଥଙ୍କ ମାମୁଁଘର ଭାବେ ଜଣାଶୁଣା କଟକ ଜିଲ୍ଲାର ନିଆଳି ମାଧବ ଏବେ ଏଭଳି କଇଁଛ ପାଇଁ ପୁଣି ଚର୍ଚ୍ଚାରେ। ଏହି ଗାଁର କେନାଲରୁ ଉଦ୍ଧାର ହୋଇଥିବା କଇଁଛ ପିଠିରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିଛବି ଦେଖିବକୁ ମିଳିଛି । ଯାହାକୁ ଦେଖିବା ପରେ ଲୋକଙ୍କ ମଧ୍ୟରେ ଆବେଗ ବଢ଼ିଛି । କେହିଁ କେହିଁ କଛପ ରୂପରେ ମହାପ୍ରଭୁ ମାମୁଁଙ୍କ ଘରୁ ଆସିଥିବା କହିଛନ୍ତି । ଯାହାକୁ ଦେଖିବା ପାଇଁ ଏବେ ଲୋକଙ୍କ ଲୋକେ ଭିଡ଼ ଦେଖିବାକୁ ମିଳିଛି । ଲୋକେ ଏହି କଇଁଛକୁ ଏକ ବଡ଼ ପାତ୍ରରେ ରଖିବା ସହ ସହ ଫୁଲ ଦେଇ ପୂଜାର୍ଚ୍ଚନା କରିବା ମଧ୍ୟ ଆରମ୍ଭ କରିଦେଇଛନ୍ତି ।

କଇଁଛଟିକୁ ଜଗନ୍ନାଥଙ୍କ ମାମୁଁଘର ମାଧବାନନ୍ଦ ମନ୍ଦିର ପରିସରକୁ ଅଣାଯାଇଛି । ସେଠାରେ ଏହାକୁ ପୂଜାର୍ଚ୍ଚନା କରାଯାଉଛି । ସେପଟେ କଇଁଛ ଦେହରେ ମହାପ୍ରଭୁଙ୍କ ପ୍ରତିଛବି ଥିବା ଖବର ପ୍ରଚାରିତ ହେବା ପରେ କଇଁଛକୁ ଦେଖିବା ପାଇଁ ମନ୍ଦିର ପରିସରରେ ସ୍ଥାନୀୟ ଅଞ୍ଚଳ ସମେତ ଆଖପାଖ ଅଞ୍ଚଳର ଲୋକମାନଙ୍କ ଭିଡ଼ ଜମାଇଛନ୍ତି । ଲୋକେ କଇଁଛକୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି ।

 

ପାରଳାଖେମୁଣ୍ଡି ବନ ବିଭାଗ ଦ୍ୱାରା ବିପୁଳ ପରିମାଣର ଶାଗୁଆନ କାଠ ଜବତ: ୩ ପୋଲିସ କର୍ମଚାରୀ ଅଟକ

ଗଜପତି:ପୋଲିସ ସାଜିଥିଲେ କାଠମାଫିଆ । ପୋଲିସ ଭ୍ୟାନରେ ଚାଲାଣକରୁଥିଲେ ମୂଲ୍ୟବାନ କାଠ । ପାଟ୍ରୋଲିଂ ବେଳେ ଶାଗୁଆନ କାଠ ଭର୍ତ୍ତି ଗାଡ଼ି ଜବତ କରିଛି ପାରଲାଖେମୁଣ୍ଡି ବନବିଭାଗ । ଘଟଣାରେ ଓଏସଏପି ତୃତୀୟ ବାଟାଲିଅନର ଜଣେ ଡ୍ରାଇଭରଙ୍କ ସମେତ ୪ଜଣଙ୍କୁ ଅଟକ ରଖିଛି ବନବିଭାଗ । ପାରଳାଖେମୁଣ୍ଡିରୁ ପୁରୀକୁ ଚୋରାଚାଲାଣ ହେଉଥିବା ତଦନ୍ତ ବେଳେ ଜଣାପଡ଼ିଛି । ରାମସାଗର ଛକ ନିକଟରେ ପେଟ୍ରୋଲିଂ ବେଳେ ଭ୍ୟାନକୁ ଅଟକାଇ ଥିଲେ ବନବିଭାଗ କର୍ମଚାରୀ । ମାତ୍ର ଭ୍ୟାନଟିୁ ଦ୍ରୁତ ଗତିରେ ପଳାଇଯାଇଥିଲା । ଭ୍ୟାନକୁ ପିଛା କରି କାଠ ଜବତ ସହ ୪ ଜଣଙ୍କୁ ଅଟକ ରଖିଛି ବନବିଭାଗ ।

 

 

ଡବଲ ମର୍ଡର ପଛର ସାଂଘାତିକ ସତ: ସେୟାର ବଜାରରେ କ୍ଷତି ଯୋଗୁଁ ବଂଶ ସଫା କରିଦେଲେ ସୈତାନ ସ୍ୱାମୀ

ଭୁବନେଶ୍ୱର: କଳିଙ୍ଗନଗର ଡବଲ ମର୍ଡରର ପର୍ଦ୍ଦାଫାସ । ସେୟାର ବଜାର କାରବାରରେ କ୍ଷତି ଯୋଗୁଁ ପରିବାରକୁ ସଫା କରିବାରକୁ ସ୍ୱାମୀ କରିଥିଲା ପ୍ଲାନ । ପତ୍ନୀ ଓ ପୁଅକୁ ମାରି ନିଜେ ମରିବାକୁ କରିଥିଲା ଯୋଜନା । ପତ୍ନୀ ଓ ପୁଅକୁ ଶେଷ କରିଦେଲା ପରେ ନିଜକୁ ମାରିବାକୁ ଚେଷ୍ଟା ବି କରିଥିଲା ହେଲେ ସଫଳ ହୋଇନଥିଲା । ଭଣଜାକୁ ମେସେଜ କରି ହତ୍ୟା ସମ୍ପର୍କରେ କହିଥିଲା । ସେପଟେ ଘଟଣାର ତଦନ୍ତ କରି ଅଭିଯୁକ୍ତ ସ୍ୱାମୀ ଅବନ୍ତି ମଙ୍ଗରାଜକୁ ଗିରଫ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ତମାଣ୍ଡୋ ଥାନା ପୋଲିସ ।

ବଂଶ ବୁଡ଼ାଇଦେଲା ସଇତାନ ସ୍ୱାମୀ । ସ୍ତ୍ରୀ ଓ ପୁଅର ତଣ୍ଟି ଚିପିଦେଲା । ହତ୍ୟା ପରେ ଭଣଜାକୁ କଲା ମେସେଜ । ସେୟାର ମାର୍କେଟରେ କ୍ଷତି ଯୋଗୁଁ ସଫା କରିଦେଲା ପରିବାର । ଭୁବନେଶ୍ୱର କଳିଙ୍ଗନଗର କେ-୪ ପ୍ଳଟ ନମ୍ବର ୩୩୪ ଡବଲ ମର୍ଡରର ରହସ୍ୟ ଖୋଲିଛି ପୋଲିସ । ସେୟାରବଜାର କାରାବାର କ୍ଷତି ଯୋଗୁଁ ଆର୍ଥିକ ସମସ୍ୟାରେ ଥିଲା ହତ୍ୟାକାରୀ ସ୍ୱାମୀ ଅବନ୍ତି ବିଜୟା ମଙ୍ଗାରଜ । ଦୁଶ୍ଚିନ୍ତାରୁ ପରେ ନେଇଥିଲା ଚରମ ନିଷ୍ପତ୍ତି । ପରିବାରକୁ ମାରି ନିଜେ ମରିବାକୁ କରିଥିଲା ଯୋଜନା । ରାତିରେ ସ୍ତ୍ରୀ ସ୍ୱର୍ଣ୍ଣଲତା ଓ ପୁଅର ଖାଦ୍ୟରେ ମିଶାଇଥିଲା ଟାବଲେଟ୍ । ଅପରାହ୍ନ ୩ଟାରେ ଶୋଇଥିବା ଅବସ୍ଥାରେ ପତ୍ନୀ ଓ ପୁଅକୁ କରିଥିଲା ହତ୍ୟା । ପରେ ନିଜକୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରିଥିଲେ ହେଁ ସଫଳ ହୋଇନପାରି ମାରିଥିଲା ଫେରାର । ଆଉ ଭଣଜାକୁ ମେସେଜ କରି କହିଥିଲା ହତ୍ୟାକାଣ୍ଡର ସତ ।

ଘଟଣାସ୍ଥଳରେ ତମାଣ୍ଡୋ ପୋଲିସ ଓ ଭୁବନେଶ୍ବର ଡିସିପି ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ । ସେପଟେ ହତ୍ୟାକାରୀ ସ୍ବାମୀକୁ ଅବନ୍ତିଙ୍କୁ ଗିରଫ କରି ଅଧିକ ପଚରାଉଚରା କରୁଛି ତମାଣ୍ଡୋ ଥାନା ପୋଲିସ । ଖୋର୍ଦ୍ଧା ରାଇପୁରର ଅବନ୍ତି, ଏୟାରଫିଲ୍ଡ ଥାନା ଅଧିନ ଓରକଲ ଗାଁର ସ୍ୱର୍ଣ୍ଣଲତାଙ୍କୁ କରିଥିଲେ ବିବାହ । ତାଙ୍କର ଏକ ଦଶ ବର୍ଷର ପୁଅ ଥିଲା । ଘର ସଂସାର ଠିକାଠାକ ଚାଲୁଥିବା ବେଳେ ଏଭଳି ନିଷ୍ପତ୍ତି ନେବାର କାରଣ କଣ ? ସେୟାର ବଜାରରେ କ୍ଷତି ନାଁ ଅନ୍ୟ ବିବାଦ ପାଇଁ କରିଥିଲେ ହତ୍ୟା ? ଅଧିକ ତଦନ୍ତ ପରେ ଜଣାପଡିବ ସତ୍ୟାସତ୍ୟ ।

ଟି-୨୦ ବିଶ୍ୱକପ୍‌ରେ ମୁହାଁମୁହିଁ ହେବେ ଭାରତ-ଆଫଗାନିସ୍ତାନ: ସେମିଫାଇନାଲ ପାଇଁ ଶେଷ ଆଶା

ଦୁବାଇ: ଆଜି ଟି-୨୦ ବିଶ୍ୱକପ୍‌ରେ ମୁହାଁମୁହିଁ ହେବେ ଭାରତ ଓ ଆଫଗାନିସ୍ତାନ । ସନ୍ଧ୍ୟା ୭ଟାରେ ଆବୁଧାବିରେ ମୁହାଁମୁହିଁ ହେବେ ଉଭୟ ଟିମ୍ । ଭାରତ ପ୍ରଥମ ଦୁଇଟି ମ୍ୟାଚ୍ ହାରି ବ୍ୟାକଫୁଟରେ ଥିବା ବେଳେ ଆଜିର ମ୍ୟାଚ୍ ଜିତିବାକୁ ଉଦ୍ୟମ କରିବ । ଉଭୟ ବ୍ୟାଟିଂ ଓ ବୋଲିଂରେ ଖରାପ ପ୍ରଦର୍ଶନ ଦଳ ପାଇଁ ଚିନ୍ତାର କାରଣ ହୋଇଛି । ଓପନର୍ ଯୋଡି ଫେଲ୍ ମାରୁଥିବା ବେଳେ ମିଡିଲ୍ ଅର୍ଡରର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ଲୋକେଶ ରାହୁଲ, ବିରାଟ କୋହଲି, ରୋହିତ ଶର୍ମାଙ୍କ ଉପରେ ନିର୍ଭର କରିବ ଦଳ । ସେପଟେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ମୈଦାନକୁ ଓହ୍ଲାଇବ ଟିମ୍ ଆଫଗାନିସ୍ତାନ । ଭାରତ ଦୁଇଟି ମ୍ୟାଚ୍ ଲଗାତାର ହାରିଥିବା ବେଳେ ଆଫଗାନିସ୍ତାନ ତିନିଟି ମ୍ୟାଚ୍ ଖେଳି ଦୁଇଟିରେ ବିଜୟ ହାସଲ କରିଛି ।

ଅନ୍ୟପକ୍ଷରେ ଆଫ୍‌ଗାନିସ୍ତାନ ଦୁଇଟି ବୃହତ୍ ବିଜୟ ହାସଲ କରି ୪ ପଏଣ୍ଟ ହାସଲ କରିପାରିଛି ।  ଦଳର ନେଟ୍ ରନ୍ ରେଟ୍ ଗ୍ରୁପ୍-୨ରେ ସବୁଠୁ ଭଲ ରହିଛି । ଆଉ ଗୋଟିଏ ବିଜୟ ହାସଲ କଲେ ଆଫ୍‌ଗାନିସ୍ତାନ ମଧ୍ୟ ସେମିଫାଇନାଲ୍ ଯିବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଟି-୨୦ ବିଶ୍ୱକପ୍ ପୂର୍ବରୁ ପ୍ରମୁଖ ଦାବିଦାର ଥିବା ଭାରତ ଏପର୍ଯ୍ୟନ୍ତ ବିଜୟ ଖାତା‌ ଖୋଲି ପାରିନଥିଲା ବେଳେ ୬ ଦଳୀୟ ଗ୍ରୁପ୍‌ର ପଞ୍ଚମ ସ୍ଥାନରେ ରହିଛି। ତା’ ଛଡ଼ା ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ବିପକ୍ଷରେ ସମ୍ପୂର୍ଣ୍ଣ ଆତ୍ମସମର୍ପଣ କରିବା ପରେ ଭାରତୀୟ ଖେଳାଳିମାନେ ପ୍ରଶଂସକଙ୍କ ରୋଷର ଶିକାର ହୋଇଛନ୍ତି।

ଆଫ୍‌ଗାନିସ୍ତାନ ଦଳରେ ମହମ୍ମଦ ନବି ଏବଂ ରସିଦ ଖାନଙ୍କ ଭଳି ଖେଳାଳି ଅଛନ୍ତି। ଏମାନେ ନିଶ୍ଚିତ ଭାବେ ଭାରତୀୟ ଖେଳାଳିଙ୍କ ଦୋହଲି ଯାଇଥିବା ମନୋବଳର ଫାଇଦା ନେବାକୁ ‌ଚେଷ୍ଟା କରିବେ।  ଅଧିନାୟକ କୋହଲି ସମ୍ଭବତଃ ନିଜ ଟି-୨୦ ନେତୃତ୍ୱ ଜୀବନର ଶେଷ ୩ ମ୍ୟାଚ୍ ଖେଳିବା ବାକି ରହିଛି। ପୁଣି ରବିଚନ୍ଦ୍ରନ୍‌ ଅଶ୍ୱିନିଙ୍କ ଦଳରେ ନେବା ଏବଂ ତାଙ୍କୁ ମ୍ୟାଚ୍‌ ନ ଖେଳାଇବା ନେଇ ବିବାଦ ଦେଖା ଦେଇଛି। ସେହିଭଳି ନ୍ୟୁଜିଲାଣ୍ଡ ବିପକ୍ଷରେ ରୋହିତ ଶର୍ମାଙ୍କ ବ୍ୟାଟିଂ ସ୍ଥାନ ବଦଳାଇବାକୁ ନେଇ କୋହଲି ପୂର୍ବତନ ଭାରତୀୟ କ୍ରିକେଟରଙ୍କଠାରୁ କଡ଼ା ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି । ତେବେ ବର୍ତ୍ତମାନର ପରିସ୍ଥିତିକୁ ପ୍ରଶଂସକ ୨୦୦୭ ବିଶ୍ୱକପର ପରିସ୍ଥିତି ସହ ମଧ୍ୟ ତୁଳନା କଲେଣି ।

ଏଥିସହିତ ପଢ଼ନ୍ତୁ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଅଧିନାୟକତ୍ୱ କରିବେ କେଏଲ୍ ରାହୁଲ

ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ: ପହିଲି ଶୀତର ମଜା ନେଉଛନ୍ତି ଲୋକେ

0

ଭୁବନେଶ୍ୱର: ସାରା ରାଜ୍ୟରେ ଜାରି ରହିଛି କୋହଲା ପାଗ । ତାପମାତ୍ରା କମିବା ସହିତ ଅନୁଭୂତ ହେଲାଣି ଶୀତ । ଉପାନ୍ତରୁ ଉପକୂଳ ସବୁଠି ଆକାଶ ମେଘୁଆ ରହିବା ସହିତ ଉତ୍ତରା ପବନ ବହୁଛି । ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ପବନ ବହୁଥିବାରୁ ରାଜ୍ୟରେ ଶୀତ ପଡ଼ିବା ଆରମ୍ଭ ହେଲାଣି । ଅଧିକାଂଶ ଜିଲ୍ଲାରେ ତାପମାତ୍ରା ମଧ୍ୟ କମୁଛି । ବିଭିନ୍ନ ଅଞ୍ଚଳରେ ପହିଲି ଶୀତର ମଜା ନେଉଛନ୍ତି ଲୋକେ । ଚା’ ଦୋକାନରେ ଭିଡ଼ ଜମିବା ସହିତ ପଡିଆରେ ବ୍ୟାୟାମ ପାଇଁ ଗହଳି ଜମୁଛି । ସେପଟେ ପଶ୍ଚିମ ବଙ୍ଗେପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଟ୍ରପଲାଇନ୍ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଗ ମେଘୁଆ ରହିବା ସହିତ କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି ଓ ଗଞ୍ଜାମରେ କେତେକ ସ୍ଥାନରେ ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମାଲକାନଗିରି ଓ କୋରାପୁଟର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ଏହି ଦୁଇ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ଜଗତସିଂହପୁର, କଟକ, ଢେଙ୍କାନାଳ, ଯାଜପୁରରେ ପାଗ ମେଘୁଆ ରହିବା ସହିତ ସ୍ଥାନେସ୍ଥାନେ ବର୍ଷା ହେବ ।

ରାମଚନ୍ଦ୍ରଙ୍କ ଦୁର୍ନୀତିର ସାରଥି ସାଜିଥିଲେ ସାନ ଭାଇ ଲକ୍ଷ୍ମଣ

ଭୁବନେଶ୍ୱର: ଶେଷରେ ବନ୍ଧାହେଲେ ରାମ-ଲକ୍ଷ୍ମଣ । ଦୁର୍ନୀତି ଓ ଜାଲିଆତି ଅଭିଯୋଗରେ ନିମାପଡ଼ା ତହସିଲଦାର ରାମଚନ୍ଦ୍ର ଜେନା ଓ ଭାଇ ଲକ୍ଷ୍ମଣ ଜେନାଙ୍କୁ  ଗିରଫ କରିଛି ଭିଜିଲାନ୍ସ । ରାମଚନ୍ଦ୍ରଙ୍କ ଦୁର୍ନୀତି ସାମ୍ରାଜ୍ୟର ପ୍ରମୁଖ ସହଯୋଗୀ ଥିଲେ ଭାଇ ଲକ୍ଷ୍ମଣ । ଗତ ସେପ୍ଟେମ୍ବର ମାସରେ ଲକ୍ଷ୍ମଣଙ୍କୁ ନିମାପଡ଼ା ଡାକି ୩ ଥରରେ ୧୦ ଲକ୍ଷ ଟଙ୍କା ଦେଇଥିଲେ ରାମଚନ୍ଦ୍ର । ଯାହାକୁ ସେ କିସ୍ତିରେ ନିଜ ଆଇସିଆଇସିଆଇ ଆକାଉଣ୍ଟରେ ଡିପୋଜିଟ୍ କରିଥିଲେ ।

ଗତକାଲି ପୁଣି ସେ ତାଙ୍କ ଭାଇଙ୍କୁ ସାଢେ ୪ ଲକ୍ଷ ଟଙ୍କା ଦେବାକୁ ଡାକିଥିଲେ । ଖବର ପାଇ ଭିଜିଲାନ୍ସ ଟିମ୍ ଚଢ଼ାଉ କରି ଟଙ୍କା ସହ ଉଭୟଙ୍କୁ ଗିରଫ କରିଛି । ତେବେ ଚଢ଼ାଉ ବେଳେ ରାମଚନ୍ଦ୍ରଙ୍କ ଜାଲିଆତି ଦେଖି ତାଜୁବ୍ ହୋଇ ଯାଇଥିଲା ଭିଜିଲାନ୍ସ ଓ ଆୟକର ବିଭାଗ । ତାଙ୍କ ଭିନ୍ନ ଭିନ୍ନ ନମ୍ବରର ୫ଟି ପାନ୍ କାର୍ଡ ମିଳିଥିବା ବେଳେ ତିନିଟି କାର୍ଡରେ ବାପାଙ୍କ ନାଁ ଅଲଗା ଅଲଗା ଥିଲା । ଏଥିସହ ରାମଚନ୍ଦ୍ର ଜେନାଙ୍କ ଘର ସମେତ ୪ଟି ସ୍ଥାନରେ ରେଡ୍ ମାରିଥିଲା ଟିମ୍ ।

ଏଥିସହ ପଢ଼ନ୍ତୁ: ଲାଞ୍ଚ ଖାଇବା ପାଇଁ ତହସିଲଦାରଙ୍କ ମାଷ୍ଟର ପ୍ଲାନ, ୫ ପାନ କାର୍ଡ ଜରିଆରେ କଳା ଟଙ୍କା ହେଉଥିଲା ଧଳା

ରାମଚନ୍ଦ୍ରଙ୍କ ନିମାପଡ଼ା ସରକାରୀ ବାସଭବନ, କଟକ ସିଡିଏ ୧୧ ସ୍ଥିତ ଘର ଏବଂ ପୈତୃକ ଘର କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ୍‌ ଧାନମଣ୍ଡଳରେ ଏକକାଳୀନ ରେଡ୍ କରି ସାଢେ ୪ ଲକ୍ଷ ଟଙ୍କା ଜବତ କରିଥିଲା ଟିମ୍ । ରାମଚନ୍ଦ୍ରଙ୍କ ଭାଇ ୨୦୦୨ରେ ଟ୍ରକ୍ ହେଲପର ଭାବେ କାର୍ଯ୍ୟ କରୁଥିବା ବେଳେ ପରେ ଟ୍ରକ୍ ଓ ଟ୍ୟାକ୍ସି ଚଳାଉଥିଲେ । ୨୦୧୮ରୁ ୧୯ ଯାଏଁ ସେ ମୋ ବସ୍ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ଭିଜିଲାନ୍ସ । ଚଢ଼ାଉରେ  ଜଣେ ଅତିରିକ୍ତ ଏସପି, ୭ଜଣ ଡିଏସପି ଓ ଅନ୍ୟ କର୍ମଚାରୀ ସାମିଲ ହୋଇଥିଲେ ।