spot_img
Home Blog Page 4989

ଚାକିରି ଛାଡ଼ିବା ପରେ ୨୧ ବର୍ଷର ମହିଳାଙ୍କ ମାସିକ ଆୟ ୫୦ ଲକ୍ଷ

ମଧ୍ୟବିତ ପରିବାରରୁ ଆସିଥିବା ଲିଲି ଜାରେମ୍ବା ୟୁନିଭରର୍ସିଟି ପାଠପଢ଼ା ଛାଡ଼ି ଚାକିରିରେ ଯୋଗ ଦେବା ଆରମ୍ଭ କଲେ  । ଲିଲି୧୯ ବର୍ଷ ବୟସରେ ରିଷ୍ଟୋରେସନରେ ଚାକିରି କରୁଥିବା ବେଳେ ଏଠାରେ ସଫାସୁତୁରା କାମ ମଧ୍ୟ କରୁଥିଲେ  । ଏଠାରେ ଚାକିରି କରିବାକୁ ତାଙ୍କୁ ଭଲ ନ ଲାଗିବାରୁ ଶେଷରେ ସେ ଚାକିରି ଛାଡ଼ିବାକୁ ନିଷ୍ପତ୍ତି ନେଲେ।

ଜଣେ ଯୁବାତୀଙ୍କ କହିବାନୁସାରେ ଲିଲି କେବଳ ୨୧ ବର୍ଷ ବୟସରେ ଚାକିରି ଛାଡ଼ି ବ୍ୟବସାୟ ଆରମ୍ଭ କରିଥିଲେ  । ଯାହା ଦ୍ୱାରା ସେ ଏବେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି  । ଏହି ମହାଳାଙ୍କ ନାଁ ଲିଲି ଜାରେମ୍ବା ଯିଏ କି ଟିକଟିକରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ  । କେବଳ ୧୯ ବର୍ଷ ବୟସରେ ସେ ଚାକିରି ଛାଡ଼ିଦେଇଥିଲେ । ଅବସର ନେବା ପରେ ସେ ଫାଇନାନ୍ସ ଏଜୁକେସନ କମ୍ପାନୀ ବିଷୟରେ ଜାଣିବାକୁ ପାଇଥିଲେ  ।

ପ୍ରଥମେ ସେ ଏଥିରୁ ଇନ୍‌ଭେଷ୍ଟମଣ୍ଟ କରିବାର କୈାଶଳ ଶିଖିଥିଲେ  । ପରେ ଏହି ସବୁ ଟେକନିକ ମାଧ୍ୟମରେ ଷ୍ଟକ୍ ମାର୍କେଟ, କ୍ରିପ୍ଟୋ ମାର୍କେଟ୍,ଇନଟେଲିଜେଣ୍ଟ ଏଜେନ୍ସି ଆଦିରେ ଟଙ୍କା ବିନିଯୋଗ କରିବା ଆରମ୍ଭ କଲେ  । ଏଥିସହ ଲୋକଙ୍କୁ ଇନଭେଷ୍ଚମେଣ୍ଟ ବିଷୟରେ ଅବଗତ କରାଇ ଟଙ୍କା ରୋଜଗାର କରିଥିଲେ  । ଧିରେ ଧିରେ ସେ ନିଜ ବ୍ୟବସାୟ ଆରମ୍ଭ କରି ଏଥିରୁ ଅନେକ ଲାଭ କରିଥିଲେ  ।

ବର୍ତ୍ତମାନ ଲିଲି ଲୋକଙ୍କୁ ରୋଜଗାର କରିବାର ବିଭିନ୍ନ ମାଧ୍ୟମ ଶିଖାଉଛନ୍ତି  । ଲିଲି କୁହନ୍ତି ମୋର ଏତେ ବର୍ଷର କଠିନ ପରିଶ୍ରମ ଯୋଗୁଁ ହିଁ ମୁଁ ଆଜି ଏହି ଜାଗାରେ ପହଁଚିଛି  । କଠିନ ପରିଶ୍ରମ ବଳରେ ମଣିଷ କିଛି ବି ହାସଲ କରିପାରିବ  । ଏଥିପାଇଁ କେବଳ ନିଷ୍ଠା, ଧୈର୍ଯ୍ୟ ଓ ସହନଶୀଳତା ଦରକାର  । ଲିଲି ଏବେ ମାତ୍ର ୨୧ ବର୍ଷ ବୟସରେ ଏକ ମିଲିୟନ ଡଲାରର ମାଲିକ  । ବର୍ତ୍ତମାନ ଲିଲଙ୍କ ଟିକଟକ୍ ଆକାଉଣ୍ଟରେ ୨ଶହ ୧୮ ମିଲିୟନ ଫଲୋଅର୍ସ ଥିବାବେଳେ ୨.୪ ମିଲିୟନ ଲାଇକ୍ ମିଳୁଛି  ।

 

ଭତ୍ତା ବଣ୍ଟନରେ ଦୁର୍ନୀତି ! ଟିପ ଚିହ୍ନ ଦେଇ ମୃତ ବ୍ୟକ୍ତିଙ୍କ ନାଁରେ କିଏ ନେଉଛି ଟଙ୍କା ?

ପାରଳାଖେମୁଣ୍ଡି: ଭୂତ ପାଉଛି ଭତ୍ତା । ମୃତ ବ୍ୟକ୍ତିଙ୍କ ନାମରେ ସରକାରୀ ତହବିଲରୁ ଆସୁଛି ଭତ୍ତା ଟଙ୍କା । ଟିପଚିହ୍ନ ମାରି ମିଳିମିଶି ହରିଲୁଟ୍ କରୁଛନ୍ତି ସରପଞ୍ଚ ଓ ଅଧିକାରୀ । ଏମିତି ସାଂଘାତିକ ଅଭିଯୋଗ ଆସିଛି ଗଜପତି ଜିଲ୍ଲା ମୋହନା ବ୍ଲକ ପିଣ୍ଡିକି ପଞ୍ଚାୟତରୁ । ଅଭିଯୋଗକୁ ପିଇଓ ସ୍ୱିକାର କରିଥିବା ବେଳେ ତଦନ୍ତି କରି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ ।

Allowance Has Given To Dead Person In Gajapati With Fingerprint

ଡାଳିଆମ୍ବ ଗାଁର ସୁଲି ଗମାଙ୍ଗ ଓ ସମ୍ବାରୀ ଗମାଙ୍ଗ ସମାଧି ହୋଇ ସାରିଛନ୍ତି । ହେଲେ ସମାଧି ଭିତରୁ ଭୂତ ନେଉଛି ଭତ୍ତା ଟଙ୍କା । ଏକଥା ଆମେ କହୁନୁ । ସରକାରୀ କାଗଜରେ ରହିଛି ତାଙ୍କ ଟିପ ଚିହ୍ନ, ଟଙ୍କା ବି ଦିଆଯାଇଛି ମୃତକଙ୍କ ନାଁରେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି, ଗଜପତି ଜିଲ୍ଲା ମୋହନା ବ୍ଲକ ପିଣ୍ଡିକି ପଞ୍ଚାୟତରେ ଭତ୍ତା ବଣ୍ଟନରେ କିପରି ଚାଲିଛି ଦୁର୍ନୀତି । ପଞ୍ଚାୟତର ସୁଲି କିମ୍ବା ସମ୍ବାରୀ ମାତ୍ର ଦୁଇ ଜଣ ନୁହଁନ୍ତି ଏଭଳି ଭାବେ ପିଣ୍ଡିକି, ଡାଳିଆମ୍ବ, ନିଜୁମା, ଭିମପୁର, କିର୍ତ୍ତିଙ୍ଗ ଗ୍ରାମର ଅନେକ ବ୍ୟକ୍ତିଙ୍କ ମୃତ୍ୟୁ ପରେ ପରିବାର ସଦସ୍ୟଙ୍କ ଅଗୋଚରରେ ଭତ୍ତା ଟଙ୍କା ଉଠାଯାଇଥିବା ଅଭିଯୋଗ ହୋଇଛି ।

Allowance Has Given To Dead Person In Gajapati With Fingerprint

ମାସ ମାସ ଧରି ମୃତ ବ୍ୟକ୍ତିଙ୍କ ନାଁରେ ଉଠୁଛି ଭତ୍ତା ଟଙ୍କା । ଅଭିଯୋଗକୁ ପିଇଓ ସ୍ୱିକାର ମଧ୍ୟ କରିଛନ୍ତି । ହେଲେ ହିତାଧିକାରୀଙ୍କ ସମ୍ପର୍କୀୟ ତାଙ୍କୁ ମୃତ୍ୟୁ ବିଷୟ ଲୁଚାଇ ଟିପ ଚିହ୍ନ ମାରି ଟଙ୍କା ଉଠାଇଥିବା ସେ କହିଛନ୍ତି । ସେପଟେ ଘଟଣା ପଦାକୁ ଆସିବା ପରେ ଏନେଇ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ବିଡିଓ । ପଞ୍ଚାୟତ ଅଧିକାରୀଙ୍କ ଅବହେଳା ହେଉ କି ମୃତ ବ୍ୟକ୍ତିଙ୍କ ଚଞ୍ଚକତା, ତଦନ୍ତି କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଲୋକ ।

ଫଡନାଭିସ୍‌ଙ୍କ କାର୍ଯ୍ୟକାଳ ସମୟରେ ସର୍ବାଧିକ ଡ୍ରଗ୍ସ କାରବାର ହୋଇଛି: ନବାବ ମଲ୍ଲିକ

ମୁମ୍ୱାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଡନାଭିସ୍‌ଙ୍କ ବିରୋଧରେ ପୁଣି ଗର୍ଜିଛନ୍ତି ଏନସିପି ନେତା ନବାବ ମଲିକ । କହିଛନ୍ତି ତାଙ୍କ ବିରୋଧରେ ଫଡ଼ନଭିସ୍ ଆଣିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ । ଅଣ୍ଡରଓ୍ୱାର୍ଲ୍ଡ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ନବାବ କହିଛନ୍ତି । ସେ କହିଛନ୍ତି ମୁମ୍ବାଇ ସହରରେ ସେ ୬୨ ବର୍ଷ ଧରି ବାସ କରୁଛନ୍ତି । ତାଙ୍କ ସହ ଅଣ୍ଡରଓ୍ୱାର୍ଲ୍ଡ ସମ୍ପର୍କ ଥିବାର କୌଣସି ପ୍ରମାଣ ନାହିଁ । ଫଡନାଭିସ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଥିବା ସହ ସେ ଗୃହ ବିଭାଗ ଦାୟିତ୍ୱରେ ବି ଥିଲେ । ତେଣୁ ତାଙ୍କ ବିରୋଧରେ ସେତେବେଳେ ଅଣ୍ଡରଓ୍ୱାର୍ଲ୍ଡ ଲିଙ୍କ୍ ନେଇ ତଦନ୍ତ କରିପାରିଥାନ୍ତେ । ନିଜେ କାଚ ଘରେ ରହି ଅନ୍ୟର ଘରକୁ ଟେକା ମାରିଲେ ଯାହା ହୁଏ ତାହା ହିଁ ଘଟିବ ବୋଲି କହିଛନ୍ତି ନବାବ ।

ଗତକାଲି ମୁମ୍ବାଇ ଡ୍ରଗ୍ସ ମାମଲାରେ ଫଡନାଭିସଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ । ଡ୍ରଗ୍ସ ଚାଲାଣକାରୀ ଜୟଦୀପ ରାଣାଙ୍କ ସହ ଫଡନାଭିସଙ୍କ ସମ୍ପର୍କ ରହିଛି ବୋଲି ଅଭିଯୋଗ ଆଣିଥିଲେ ନବାବ । ଜୟଦୀପଙ୍କ ସହ ଦେବେନ୍ଦ୍ର ଓ ତାଙ୍କ ପତ୍ନୀ ଅମୃତାଙ୍କ ଫଟୋକୁ ପ୍ରକାଶ କରିଥିଲେ ନବାବ । ଦେବେନ୍ଦ୍ରଙ୍କ ଶାସନ କାଳରେ ମହାରାଷ୍ଟ୍ରରେ ଡ୍ରଗ୍ସ କାରବାର ବ୍ୟାପକ ବୃଦ୍ଧି ପାଇଥିଲା ବୋଲି ଅଭିଯୋଗ କରିଥିଲେ ନବାବ ।

ଏଥିସହିତ ତାଙ୍କ ଜାମାତାଙ୍କ ଘରୁ ଡ୍ରଗ୍ସ ଜବତ ଘଟଣାକୁ ମଧ୍ୟ ସେ ଅସ୍ୱୀକାର କରିିଛନ୍ତି । ଏବଂ ପୁଣି ଥରେ ଏନସିବି ଅଧିକାରୀ ସମୀର ଓ୍ୱାଙ୍ଖଡେଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି । କହିଛନ୍ତି ଓ୍ୱାଙ୍ଖଡେ ୨ ଲକ୍ଷ ଟଙ୍କାର ଜୋତା, ୨୦ ଲକ୍ଷ ଟଙ୍କାର ହାତ ଘଣ୍ଟା, ୫୦ ହଜାର ଟଙ୍କାର ସାର୍ଟ ଓ ୩୦ ହଜାର ଟଙ୍କାର ଟି-ସାର୍ଟ ପିନ୍ଧୁଛନ୍ତି ।

ଲାଞ୍ଚ ଖାଇବା ପାଇଁ ତହସିଲଦାରଙ୍କ ମାଷ୍ଟର ପ୍ଲାନ, ୫ ପାନ କାର୍ଡ ଜରିଆରେ କଳା ଟଙ୍କା ହେଉଥିଲା ଧଳା

ଭୁବନେଶ୍ୱର: ଲୋକ ଜଣେ, ବାପା ତିନି । ତିନି ବର୍ଷରେ ଜନ୍ମ ହୋଇଛନ୍ତି ୫ ଥର । ପୁଣି ପାଖରେ ରଖିଛନ୍ତି ପାଞ୍ଚ ପାଞ୍ଚଟି ପାନ୍ କାର୍ଡ୍ । ତାଜୁବ କଲା ଭଳି ଏହି ଖବର ଓଡ଼ିଶାର । ଓଡ଼ିଶାରେ ଏମିତି ଜଣେ କରିତକର୍ମା ତହସିଲଦାର ଅଛନ୍ତି ଯିଏ ଦୁଇ ନମ୍ବର ମାଲ୍ ଏପଟ ସେପଟ କରିବାକୁ ୫ ପାଞ୍ଚଟି ପାନ୍ କାର୍ଡ୍ କରିଥିଲେ । ଆଉ ଏଥିପାଇଁ ସରକାରୀ କାଗଜରେ ୩ ବର୍ଷରେ ୫ ଥର ଜନ୍ମ ମଧ୍ୟ ହୋଇଥିଲେ । ତେବେ ବାପା ଜଣେ ନଥିଲେ । ତିନି ଜଣ ବାପାଙ୍କ ନାମରେ ଏହି କରିତକର୍ମା ତହସିଲଦାରଙ୍କ ୫ ଥର ଜନ୍ମ ହୋଇଛନ୍ତି । ଏତେ ସବୁ ଜାଣିବା ପରେ ଆପଣଙ୍କର ଏହି ତହସିଲଦାରଙ୍କ ନାମ ଜାଣିବାକୁ ଇଛା ହେଉଥିବ । ଅଧିକ ସସପେନ୍ସ ନରଖି ଆମେ ଆପଣଙ୍କୁ ତାଙ୍କ ନାମ କହି ଦେଉଛୁ, ମହାଶୟଙ୍କ ନାମ ହେଉଛି… ରାମଚନ୍ଦ୍ର ଜେନା ।

Nimapara Tahsildar Having 5 Pan Card, Income Tax And Vigilance Search On

ନିମାପଡ଼ା ତହସିଲଦାର ତଥା ଇନଚାର୍ଜ ସବ୍-ରେଜିଷ୍ଟ୍ରାର ଅଛନ୍ତି ରାମଚନ୍ଦ୍ର । ସରକାରୀ ଅଧିକାରୀ ହୋଇଥିଲେ ମଧ୍ୟ ମାନୁ ନାହାଁନ୍ତି ନିୟମ । କୌଣସି ବ୍ୟକ୍ତି ଗୋଟିଏରୁ ଅଧିକ ପାନ କାର୍ଡ ନିଜ ନାଁରେ କରିବାର ନିୟମ ନାହିଁ । କିନ୍ତୁ ସରକାରୀ ଅଧିକାରୀ ହୋଇ ବାବୁ ନିୟମକୁ ମୋଡ଼ି ମକଚି ଦେଇଥିଲେ । ଭିଜିଲାନ୍ସ ରେଡ୍ ବେଳେ ଏ ତଥ୍ୟ ସାମ୍ନାକୁ ଆସିଛି ।

୫ଟି ପାନ କାର୍ଡରେ ବାବୁଙ୍କ ନାଁ ଗୋଟିଏ ଥିବାବେଳେ ବାପାଙ୍କ ନାଁ ବଦଳି ଯାଇଛି । ଗୋଟିଏ ଫଟୋ, ଗୋଟିଏ ନାଁ ଅଥଚ ୩ ଜଣ ବାପା । ତହସିଲଦାର ନକଲି ପାନ କାର୍ଡ ପାଇଁ ୩ ବର୍ଷରେ ୫ ଥର ଜନ୍ମ ମଧ୍ୟ ହୋଇଛନ୍ତି । ୫ଟି କାର୍ଡରେ ଭିନ୍ନ ଭିନ୍ନ ପ୍ରକାରର ଦସ୍ତଖତ କରିଛନ୍ତି ତହସିଲଦାର ବାବୁ ।

Nimapara Tahsildar Having 5 Pan Card, Income Tax And Vigilance Search On

ପ୍ରଥମ ପାନ କାର୍ଡରେ ପିତାଙ୍କ ନାଁ ବୈଷ୍ଣବ ଜେନା ରହିଥିବା ବେଳେ ୧୯୭୧ ମସିହା ଏପ୍ରିଲ୍ ୯ରେ ଜନ୍ମ ହୋଇଛନ୍ତି ବାବୁ । ଦେଖନ୍ତୁ ଦ୍ୱିତୀୟ ପାନ କାର୍ଡରେ ପିତାଙ୍କ ନାଁ ଖଗେଶ୍ୱର ଜେନା ଥିବାବେଳେ ବାବୁ ୧୯୭୦ ମସିହା ସେପ୍ଟେମ୍ବର ୨୭ରେ ଜନ୍ମ ହୋଇଛନ୍ତି । ସେହିଭଳି ତୃତୀୟ କାର୍ଡରେ ପିତାଙ୍କ ନାଁ ନାରାୟଣ ଜେନା ଥିବାବେଳେ ଜନ୍ମ ତାରିଖ ୧୯୭୨ ମସିହା ଏପ୍ରିଲ୍ ୧୯ ତାରିଖରେ ଜନ୍ମ ହୋଇଛନ୍ତି ରାମଚନ୍ଦ୍ର । ଚତୁର୍ଥ ଓ ପଞ୍ଚମ ପାନ କାର୍ଡରେ ବାବୁଙ୍କ ବାପାଙ୍କ ନାଁ ଖଗେଶ୍ୱର ଜେନା ରହିଥିବା ବେଳେ ତହସିଲଦାର ବାବୁ ୧୯୭୦ ମସିହା ଏପ୍ରିଲ୍ ମାସରେ ୨ ଥର ଜନ୍ମ ହୋଇଛନ୍ତି ।

ମଙ୍ଗଳବାର ଭୋରରୁ ନିମାପଡ଼ା ତହସିଲଦାରଙ୍କ ସରକାରୀ ବାସଭବନ ନିକଟରେ ଭିଜିଲାନ୍ସ ରେଡ୍ କରିଥିଲା । ରେଡ୍ ବେଳେ ବାବୁଙ୍କ ଠାରୁ ଭିଜିଲାନ୍ସ ୪ ଲକ୍ଷ ୬୫ ହଜାର ଟଙ୍କା ଜବତ କରିଛି । ଯେଉଁ ଟଙ୍କା ନେଇ ତହସିଲଦାର ବାବୁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନାହାଁନ୍ତି । ପରେ ସର୍ଚ୍ଚ ବେଳେ ବାବୁଙ୍କ ସରକାରୀ ବାସଭବନରୁ ଆଉ ୫୦ ହଜାର ଟଙ୍କା ମିଳିଛି । ଭିଜିଲାନ୍ସ ଟିମ୍ ବାବୁଙ୍କ ସରକାରୀ ବାସଭବନ ସହ କଟକ ସିଡିଏ ଘର, କେନ୍ଦ୍ରାପଡ଼ା ଗରଦପୁର ବ୍ଲକର ପୈତୃକ ଘରେ ମଧ୍ୟ ରେଡ୍ କରିଛି ।

Nimapara Tahsildar Having 5 Pan Card, Income Tax And Vigilance Search On

ପୂର୍ବରୁ ଭିଜିଲାନ୍ସରେ ବାବୁଙ୍କ ନାଁରେ ୨ଟି ମାମଲା ମଧ୍ୟ ରହିଛି । ୨୦୧୧ ମସିହା ଜୁନ୍ ୨୧ ତାରିଖରେ ମୂଲ୍ୟବାନ ଜମି ପଟ୍ଟାକୁ ବେଆଇନ୍ ସେଟଲମେଣ୍ଟ ବେଳେ ବାବୁ ଧରା ପଡ଼ିଥିଲେ । ଉକ୍ତ ମାମଲାର ଟ୍ରାଏଲ୍ ଏବେ ପେଣ୍ଡିଂ ରହିଛି । ସେହିଭଳି ୨୦୧୮ ଜୁଲାଇ ୧୭ ତାରିଖରେ ବାବୁଙ୍କ ବିରୋଧରେ ଆଉ ଏକ ମାମଲା ରୁଜୁ କରିଥିଲା ଭିଜିଲାନ୍ସ । ବାବୁଙ୍କ ଦୁର୍ନୀତି ଫର୍ଦ୍ଦ ବେସ ଲମ୍ବା । ବାବୁଙ୍କ ଦୁର୍ନୀତିର ୫ ଅବତାର ଏବେ ସାମ୍ନାକୁ ଆସିଛି । ଆଗକୁ ଆଉ କେତେ ଅବତାର ସାମ୍ନାକୁ ଆସିବ ତାହା ଦେଖିବାକୁ ବାକି ରହିଲା ।

ବୟସ ୨୪, ରୋଜଗାର ହ୍ୟାକିଂ

0

ତୁଳସୀ ଦୁଇ ପତ୍ରରୁ ବାସେ ଓ ବିଛୁଆତି ଦୁଇ ପତ୍ରରୁ କୁଣ୍ଡେଇ ହୁଏ  । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଶ୍ରୀକୃଷ୍ନ ରମେଶ  । ଅଷ୍ଟମ ଶ୍ରେଣୀରେ ପଢ଼ିବା ସମୟରେ ବ୍ଲାକ୍ କ୍ୟାଟ୍ ହ୍ୟାକରରେ ସେ ସାମିଲ ହୋଇଯାଇଥିଲା  । ସେ ଦୁନିଆର ବଡ଼ ବଡ଼ ହ୍ୟାକର୍ସଙ୍କ ସହ ଜଡ଼ିତ  । ଏମାନଙ୍କ ସହ ମିଶି ବ୍ରିଟକଏନ ଦ୍ୱାରା ଡ୍ରଗ୍ସ କାରବାରରେ ସାମିଲ ହେଲା  । କର୍ଣ୍ଣାଟକରେ ବ୍ରିଟ୍ କଏନ ମାମଲାରେ ଏକ ବଡ଼ ଘୋଟାଲା ଆସିଲା  । ଏହାର ମୁଖ୍ୟ ଆରୋପି ବା ମାଷ୍ଟର ମାଇଣ୍ଡ ଶ୍ରୀକୃଷ୍ନ ରମେଶ ହିଁ ଥିଲା  । କର୍ଣ୍ଣଟକ ମନ୍ତ୍ରୀ ସିଦ୍ଦାରମିୟା ନିଜ ଟ୍ୱିଟରେ କହିଛନ୍ତିଯେ ଶ୍ରୀକୃଷ୍ନ ରମେଶ ହେଉଛି ‘ବିଗବସ୍’ ସିକ୍କି ଯିଏ କି ପୋଲିସକୁ ଚକମା ଦବାରେ ମାହିର  । ସେ ଲେଖିଛନ୍ତି ଚିନ୍ତାର ବିଷୟ ଏହାଯେ ବଡ଼ ବଡ଼ ନେତା ଓ ରାଜନେତାଙ୍କୁ ବଞ୍ଚାଇବା ପାଇଁ ଏହି ମାମଲାର ଯାଞ୍ଚ କରୁଥିବା ଅଧିକାରୀମାନେ ଘଟଣାକୁ ଲୁଚାଇବା ପାଇଁ ଚେଷ୍ଟା କରୁଛନ୍ତି  ।  ସେ ଏହା ମଧ୍ୟ ଲେଖିଛନ୍ତି ଏଥିରେ କରାଯାଉଥିବା ଯାଞ୍ଚକୁ ଅନ୍ୟ ଦାଗକୁ ନେବା ପାଇଁ ବିଜେପି ସରକାରର ହସ୍ତକ୍ଷେପ ସଠିକ୍ ନୁହଁ  ।

ମାମଲାର ମୁଖ୍ୟ ଆରୋପି ଶ୍ରୀକୃଷ୍ନ ରମେଶ କିଏ ?

ଶ୍ରୀକୃଷ୍ନ ରମେଶ ଚତୁର୍ଥ ଶ୍ରେଣୀରେ ପଢ଼ୁଥିବା ବେଳେ ତାକୁ ପ୍ରଥମେ କମ୍ପ୍ୟୁଟରରେ ଆଗ୍ରହ ଆସିଥିଲା  । ସେ କମ୍ପ୍ୟୁଟର ଲାଙ୍ଗୁଏଜ୍ ଶିଖିବାକୁ ଲାଗିଲା  ।  କମ୍ପ୍ୟୁଟରରେ ତାର ରୁଚି ଆସିଲା  ବୋଲି ଏକ ସୂତ୍ରରୁ ସୂତଚନା ମିଳିଛି  । କୁହାଯାଉଛି କି ସ୍କୁଲରେ ପଢ଼ୁଥିବା ସମୟରେ ଶ୍ରୀକୃଷ୍ନ ସ୍କୁଲ ୱେବସାଇଟକୁ ହ୍ୟାକ୍ କରି ନିଜ ଉପସ୍ଥାନ ପକାଇଦେବା ସହ ନିଜ ମାର୍କ ମଧ୍ୟ ପରିବର୍ତ୍ତନ କରିଦେଉଥିଲା  । ଏହାପରେ ଅଷ୍ଟମ ଶ୍ରେଣୀରେ ପଢ଼ିବା ପରେ ସେ ବ୍ଲାକ କ୍ୟାଟ୍ ନାମରେ ପରିଚିତ ହେଲା  ।

କୁହାଯାଏ କି ଇଣ୍ଟରନେଟ ରିଲ୍ ଚାର୍ଟ ଦ୍ୱାରା ବିଶ୍ୱର ସମସ୍ତ ହ୍ୟାକରଙ୍କ ସହ ସେ ସମ୍ପର୍କରେ ଆସିଥିଲା  । ବ୍ଲାକ୍ କ୍ୟାଚ୍ ହ୍ୟାକର ଦୁନିଆରେ ‘ବିଗ୍ ବସ୍’ ଓ ‘ରୋଜ’ ନାମରେ ପରିଚିତ  । କଲେଜ ପଢ଼ୁଥିବା ସମୟରେ ରମେଶ ମଦ୍ୟପାନ କରିବା ସଙ୍ଗେ ସଙ୍ଗେ ଡ୍ରଗ୍ସ ମଧ୍ୟ ନେଉଥିଲା ଏ ସବୁ କିଣିବା ପାଇଁ ସେ ବଡ଼ ବଡ଼ କମ୍ପାନୀକୁ ହ୍ୟାକ୍ କରିବା ଆରମ୍ଭ କରିଥିଲା  । ୨୦୨୦ରେ ରମେଶ ନିଜ ବନ୍ଧୁମାନଙ୍କ ସହ ଗଞ୍ଜେଇ ଟାଣୁଥିବା ସମୟରେ ପୋଲିସ ହାତରେ ଧରାପଡ଼ିଥିଲା  । ପରେ ଧିରେ ଧିରେ ହ୍ୟାକ୍ କରି ଏଥୁରୁ ଅଧିକ ଟଙ୍କା ରୋଜଗାର କରିବାକୁ ଲାଗିଲା  ।

 

 

କଂଗ୍ରେସରୁ ଇସ୍ତଫା ସହ ନୂଆ ଦଳ ନାମ ଘୋଷଣା କଲେ କ୍ୟାପଟେନ

ଚଣ୍ଡିଗଡ଼: କଂଗ୍ରେସରୁ ଇସ୍ତଫା ଦେଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମିରନ୍ଦର ସିଂ । ସେ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି । ପଞ୍ଜାବ କଂଗ୍ରେସରେ ବିବାଦ ପାଇଁ କିଛି ଦିନ ପୂବର୍ରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଦଳ ମଧ୍ୟରେ ଅନ୍ତ କନ୍ଦଳ ପାଇଁ ସେ ଇସ୍ତଫା ଦେଇଥିଲେ । ତେବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ସେ କଂଗ୍ରେସରୁ ବି ଇସ୍ତଫା ଦେବେ ବୋଲି ଅନୁମାନ କରାଯାଉଥିଲା । ତେବେ ସେ ଆଜି ବିଧିବଦ୍ଧ ଭାବରେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସର କାର୍ଯ୍ୟକାରୀ ସଭାପତି ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରୁ କ୍ୟାପଟେନଙ୍କ ମନୋଦଶା ଜଣା ପଢୁଛି । ଏଥିରେ ସେ ଲେଖିଛନ୍ତି ଯେ, ସିଦ୍ଧୁଙ୍କୁ ପିସିସି ସଭାପତି କରି ଦଳ ବିରାଟ ଭୁଲ କରିଛି । ଦିନେ ଏଥିପାଇଁ ଦଳକୁ ପଶ୍ଚତାପ କରିବାକୁ ପଡିବ । ଏହା ସହିତ ଦଳ ଛାଡିବା ପାଇଁ ସେ ମଧ୍ୟ ଏକରକମ ସୋନିଆ ଓ ରାହୁଲ ତଥା ପ୍ରିୟଙ୍କାଙ୍କୁ ଦାୟୀ କରିଛନ୍ତି ।

ନିଜ ଇସ୍ତଫା ପତ୍ରରେ ସେ ଲେଖିଛନ୍ତି ଯେ, ‘ଆପଣ ଓ ଆପଣଙ୍କ ପିଲାଙ୍କ ବ୍ୟବହାର ମୋତେ ଗଭୀର ଆଘାତ ଦେଇଛି । ସେମାନଙ୍କୁ ମୁଁ ମୋ ନିଜ ପିଲାଙ୍କ ଭଳି ଭଲ ପାଉଥିଲି ଓ ଏବେ ମଧ୍ୟ ଭଲ ପାଉଛି । ସେମାନଙ୍କ ବାପାଙ୍କ ସହିତ ମୋର ସମ୍ପର୍କ ୧୯୫୪ରେ ସ୍କୁଲରେ ପଢିବା ବେଳରୁ । ଏହି ସମ୍ପର୍କ ୬୭ ବର୍ଷର ପୁରୁଣା ସମ୍ପର୍କ ଥିଲା ବୋଲି ଇସ୍ତଫା ପତ୍ରରେ ଲେଖିଛନ୍ତି କ୍ୟାପଟେନ ଅମିରନ୍ଦର ସିଂ । କଂଗ୍ରେସରୁ ଇସ୍ତଫା ଦେବା ସହ ଏକ ନୂଆ ପାର୍ଟି ମଧ୍ୟ ଗଠନ କରିଛନ୍ତି କ୍ୟାପଟେନ ।  ଯାହାର ନାମ ହେଉଛି ପଞ୍ଜାବ ଲୋକ କଂଗ୍ରେସ ।

 

ବିରାଟ କୋହଲୀଙ୍କ ୯ ମାସର ଝିଅକୁ ଧମକ: ଜାଣନ୍ତୁ କ’ଣ କହିଲେ ଦୁର୍ବୃତ୍ତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଅଧିନାୟକ ବିରାଟ କୋହଲିଙ୍କ ଝିଅକୁ ଧମକ । ଅନଲାଇନ୍ ଜରିଆରେ କୋହଲିଙ୍କ ଝିଅକୁ ଧମକ ଦିଆଯାଇଛି । କୋହଲିଙ୍କ ୯ ମାସର ଝିଅକୁ ବଳାତ୍କାର ନେଇ ଧମକ ମିଳିବା ପରେ ଏହାକୁ ଗୁରୁତର ସହ ନେଇଛନ୍ତି ଦିଲ୍ଲୀ ମହିଳା ଆୟୋଗ । ଦିଲ୍ଲୀ ମହିଳା ଆୟୋଗ ସ୍ୱାତୀ ମାଲିଓ୍ୱାଲ ଟ୍ୱିଟ୍ କରି ଏ ନେଇ କ୍ଷୋଭ ପ୍ରକାଶ କରିବା ସହ ଘଟଣାକୁ ନିନ୍ଦା କରିଛନ୍ତି । ସେ କହିଛନ୍ତି ଜଣେ ୯ ମାସର ଶିଶୁ କନ୍ୟାକୁ ଏଭଳି ଧମକ ଆସିବା ଅତ୍ୟନ୍ତ ନିନ୍ଦାଜନକ ଅଟେ । ଘଟଣାରେ ଦିଲ୍ଲୀ ପୋଲିସକୁ ନୋଟିସ୍ ଜାରି କରିବା ସହ ଏ ସମ୍ପର୍କରେ ଅବଗତ କରାଇବା ପାଇଁ କହିଛନ୍ତି ଦିଲ୍ଲୀ ମହିଳା ଆୟୋଗ । ଦିଲ୍ଲୀ ପୋଲିସ ଯଥାଶୀଘ୍ର ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାତୀ ମାଲିଓ୍ୱାଲ ।

ହିମାଚଳ ପ୍ରଦେଶରେ କଂଗ୍ରେସର କ୍ଲିନ୍ ସ୍ବିପ୍ ; ବିଜେପି ହାତରୁ ଗଲା ମଣ୍ଡି ଆସନ

ଧର୍ମଶାଳା: ହିମାଚଳ ପ୍ରଦେଶରେ ବିଜେପିକୁ ଲାଗିଛି ଶକ୍ତ ଝଟକ୍କା । ହିମାଚଳପ୍ରଦେଶରେ ହୋଇଥିବା ଉପ ନିର୍ବାଚନରେ ବିଜେପିକୁ ଅଡୁଆରେ ପକାଇଛି କଂଗ୍ରେସ ।  ଗୋଟିଏ ଲୋକସଭା ଆସନ ଓ ତିନୋଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନରେ କ୍ଲିନ୍ ସୁଇପ୍ କରିଛି କଂଗ୍ରେସ । ଯାହା ଫଳରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଏହା ଏକ ବଡ଼ ପ୍ରଭାବ ପକାଇବ । ୨୦୧୯ ସାଧାରଣ ନିର୍ବାଚନରେ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରେ ବିଜେପିର ରାମ ସ୍ବରୂପ ଶର୍ମା ବିଜୟ ଲାଭ କରିଥିଲେ । କିନ୍ତୁ ତାଙ୍କ ଦେହାନ୍ତ ପରେ ମଣ୍ଡି ଲୋକସଭା ଆସନ ପାଇଁ ହୋଇଥିଲା ଉପନିର୍ବାଚନ । ତେବେ ଏଠାରେ ହୋଇଥିବା ଉପନିର୍ବାଚନରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିରଭଦ୍ର ସିଂଙ୍କ ପତ୍ନୀ ପ୍ରତିଭା ସିଂଙ୍କୁ ଟିକେଟ ଦେଇଥିଲା କଂଗ୍ରେସ। ତେବେ କଂଗ୍ରେସକୁ ଟକ୍କର ଦେବା ପାଇଁ  କାର୍ଗିଲ ଯୁଦ୍ଧର ହିରୋ କୁଶାଲ ସିଂ ଠାକୁରଙ୍କୁ ବିଜେପି ଦେଇଥିଲା ଟିକେଟ । କିନ୍ତୁ ଏହି ମଣ୍ଡି ଲୋକସଭା ଆସନକୁ ବଞ୍ଚାଇ ପାରିନଥିଲା ବିଜେପି । ୮ ହଜାର ୭୬୬ ଖଣ୍ଡ ଭୋଟରେ କୁଶାଲ ସିଂ ଠାକୁରଙ୍କୁ ପରାସ୍ତ କରିଥିଲେ ପ୍ରତିଭା ସିଂ ।

ସେହିପରି ଭାବରେ ଯଦି ତିନୋଟି ବିଧାନସଭା ଆସନ କଥା କହିବା ତାହାଲେ ଫତେହପୁର ବିଧାନସଭା ଆସନରେ କଂଗ୍ରେସ ପକ୍ଷରୁ ପୂର୍ବତନ ମନ୍ତ୍ରୀ ସୁଜନ ସିଂ ପଠାନିଆଙ୍କ ପୁଅ ଭବାନୀ ସିଂ ପଠାନିଆ ଏବଂ ବିଜେପିର ବଲଦେବ ଠାକୁର ମୁହାଁମୁହିଁ ହୋଇଥିଲେ । ତେବେ ଏହି ବିଧାନସଭା ଆସନରେ ଭବାନୀ ସିଂ ପଠାନିଆ ୨୪ ହଜାର ୨୪୯ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ବଲଦେବ ଠାକୁରଙ୍କୁ ମିଳିଥିଲା ୧୮ ହଜାର ୪୭୮ ଖଣ୍ଡ ଭୋଟ । ଯାହାଫଳରେ କଂଗ୍ରେସ ୫ ହଜାର ୭୮୯ ଖଣ୍ଡ ଭୋଟରେ ବିଜୟ ଲାଭ କରିଛି । ସେହିପରି ଭାବରେ ଅର୍କି ବିଧାନସଭା ଆସନରେ କଂଗ୍ରେସ ପିସିସି ସାଧାରଣ ସମ୍ପାଦକ ସଞ୍ଜୟ ଆଓ୍ବସ୍ତି ଏବଂ ବିଜେପିର ରତନ ସିଂ ପାଲ ମୁହାଁମୁହିଁ ହୋଇଥିଲେ । ଯେଉଁଠାରେ କଂଗ୍ରେସ ୩୦ ହଜାର ୭୯୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ୨୭ ହଜାର ୫୭୯ ଖଣ୍ଡ ଭୋଟ ପାଇଛନ୍ତି । ଯାହା ଫଳରେ ସଞ୍ଜୟ ଆଓ୍ବସ୍ତୀ ୩ ହଜାର ୨୧୯ ଖଣ୍ଡ ଭୋଟରେ ବିଜୟ ଲାଭ କରିଛନ୍ତି ।

ସେହିପରି ଭାବରେ ଜୁବାଲ କୋଟଖାଇ  ବିଧାନସଭା ଆସନରେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ରୋହିତ ଠାକୁର , ବିଜେପିର ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ନୀଲମ ସାର୍କ ଓ ସ୍ବାଧିନ ଭାବରେ ଛିଡା ହୋଇଥିବା ଚେତନ ସିଂଙ୍କ ମଧ୍ୟରେ ତ୍ରିମୁଖି ଲଢ଼େଇ ହୋଇଥିଲା । ତେବେ ଏହି ବିଧାନସଭା ଆସନରେ ବିଜେପି ଏଠାରେ ନିଜର ଅମାନତ ହରାଇଥିଲା । ଏହି ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ୨୯ ହଜାର ୯୫୫ ଖଣ୍ଡ ଭୋଟ ପାଇଥିବାବେଳେ ସ୍ବାଧିନରେ ଛିଡା ହୋଇଥିବା ଚେତନ ସିଂ ୨୩ ହଜାର ୬୬୨ ଭୋଟ ପାଇଥିବା ବେଳେ ବିଜେପି ମାତ୍ର ୨ ହଜାର ୬୪୪ ଖଣ୍ଡ ଭୋଟ ପାଇଥିଲେ ।

ଉପନିର୍ବାଚନରେ ବିଜେପିର ପରାଜୟ ହିମାଚଳପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ରାଜନୈତିକ ସ୍ଥିତି ଉପରେ ସିଧାସଳଖ ପ୍ରଭାବ ପକାଇବ । କାହିଁକି ନା ଆସନ୍ତା ବର୍ଷ ହିମାଚଳପ୍ରଦେଶରେ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଭଳି ପରିସ୍ଥିତରେ କଂଗ୍ରେସ ଉପନିର୍ବାଚନରେ ଚାରୋଟି ଆସନ ଜିତିବା ବିଜେପିକୁ ଏକ ବଡ଼ ଝଟକ୍କା ଲାଗିଛି ।

ପୁଣି ଅଶାନ୍ତ କାବୁଲ: ହସ୍ପିଟାଲ ପ୍ରବେଶ ପଥରେ ବିସ୍ଫୋରଣ, ୧୯ମୃତ ଓ ୫୦ ଗୁରୁତର

କାବୁଲ: କିଛି ଦିନର ବ୍ୟବଧାନ ପରେ ପୁଣି ଅଶାନ୍ତ କାବୁଲ । ଲଗାତର ଦୁଇଟି ବୋମା ବିସ୍ଫୋରଣ ଓ ଗୁଳିକାଣ୍ଡ ଯୋଗୁଁ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ଆଫଗାନିସ୍ତାନର ସବୁଠାରୁ ବଡ଼ ମିଲିଟାରୀ ହସ୍ପିଟାଲ ନିକଟରେ ଏହି ଘଟଣା ଘଟିଛି ।  ମହମ୍ମଦ ଦାଉଦ ଖାନ୍ ହସ୍ପିଟାଲର ପ୍ରବେଶ ପଥରେ ଏହି ବସ୍ଫୋରଣ ଘଟିଥିବା ମନ୍ତ୍ରୀଙ୍କ ମୁଖପାତ୍ର କ୍ୱାରି ସୟଦ ଖୋଷ୍ଟାଙ୍କ ପକ୍ଷରୁ କୁହାଯାଇଛି । ତେବେ ଅଘଟଣ ପରେ ଅଧିକ ସଂଖ୍ୟ ସୁରକ୍ଷାକର୍ମୀ ନିୟୋଜିତ କରାଯାଇଥିବା କୁହାଯାଇଛି ।

https://twitter.com/dr_aemal/status/1455458489514483714

ଏହି ବିସ୍ଫୋରଣରେ କଣ କ୍ଷୟକ୍ଷତି ହୋଇଛି ଏ ନେଇ ଆକଳନ ଚାଲିଛି । ବିସ୍ଫୋରଣ ପଛର କାରଣ କଣ ସେ ନେଇ ତାଲିବାନ୍ ସରକାର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ । ତେବେ ଏହା ପଛରେ ISIS-Kର ହାତ ଥିବା ଅନୁମାନ କରାଯାଉଛି । ଗତ କିଛି ଦିନ ଧରି କାବୁଲର ବିଭିନ୍ନ ପ୍ରାନ୍ତରେ ବିସ୍ଫୋରଣ ହେଉଥିବା ଖବର ଆସୁଛି । ଯାହାକୁ ନେଇ ଭୟରେ ଅଛନ୍ତି କାବୁଲବାସୀ ।

https://twitter.com/ComMotley/status/1455480572189478914

ତେବେ ଗୁଳିକାଣ୍ଡରୁ ବର୍ତ୍ତିଯାଇ ଥିବା ହସ୍ପିଟାଲ ସ୍ୱାସ୍ଥ୍ୟକର୍ମଙ୍କ କହିବା ହେଲା ଯେ, ଗୋଟିଏ ବିସ୍ଫୋଣ ହେବାର କିଛି ସମୟରେ ଆଉ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା । ଅନ୍ୟ ପକ୍ଷରେ ସ୍ଥାନୀୟ ଫଟୋଗ୍ରାଫରଙ୍କ ପକ୍ଷରୁ ସେୟାର କରାଯାଇଥିବା ଫଟୋରେ ବିସ୍ଫୋରଣ ଯୋଗୁଁ ସମ୍ପୂ୍ର୍ଣ୍ଣ ଅଞ୍ଚଳ ଧୂଆଁମୟ ହୋଇଯାଇଥିବା ଦେଖିବାକୁ ମିଳିଥିଲା ।

ଭୁବନେଶ୍ୱରରୁ ଜୟପୁରକୁ ଉଡ଼ିଲା ବିମାନ, ଡିସେମ୍ବରରୁ ଗୋଆକୁ ଡାଇରେକ୍ଟ ଫ୍ଲାଇଟ୍

ଭୁବନେଶ୍ୱର: ଭୁବନେଶ୍ୱରରୁ ରାଜସ୍ଥାନର ଜୟପୁରକୁ ଆଜିଠାରୁ ଆରମ୍ଭ ହୋଇଛି ବିମାନ ସେବା । ଇଣ୍ଡିଗୋ ପକ୍ଷରୁ ନୂଆ ବିମାନ ସେବା ଆରମ୍ଭ ହୋଇଛି । ଭର୍ଚୁଆଲରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ । ରାଜ୍ୟ ସରକାରଙ୍କ ପକ୍ଷରୁ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ଓ ସୁଜିତ କୁମାରଙ୍କ ସହ ମନ୍ତ୍ରୀ ଅଶୋକ ପଣ୍ଡା ସାମିଲ ହୋଇଥିଲେ । ଭୁବନେଶ୍ୱରରୁ ଜୟପୁର ମଧ୍ୟରେ ସପ୍ତାହକୁ ତିନିଦିନ ବିମାନ ଉଡ଼ାଣ କରିବ ।

Indigo Start Direct Flight Service Between Bhubaneswar And Jeypore

ଅନ୍ୟପଟେ ଡିସେମ୍ବର ୧ ତାରିଖରୁ ଭୁବନେଶ୍ୱରରୁ ଗୋଆ ସିଧା ସଳଖ ଉଡ଼ିବ ବିମାନ । ସପ୍ତାହକ ସାତ ଦିନ ଭୁବନେଶ୍ୱରରୁ ଗୋଆ ବିମାନ ସେବା ଯୋଗାଇବ ଇଣ୍ଡିଗୋ । ଏନେଇ ଭୁବନେଶ୍ୱର ବିମାନବନ୍ଦରର ନିର୍ଦ୍ଦେଶକ ଡ. ପ୍ରଭାତ ରଞ୍ଜନ ବେଉରିଆ ସୂଚନା ଦେଇଛନ୍ତି । ପୂର୍ବରୁ ଭୁବନେଶ୍ୱରରୁ ସିଧାସଳଖ କୋଲକାତା, ବେଙ୍ଗଳୁରୁ, ଦିଲ୍ଲୀ, ହାଇଦ୍ରାବାଦ, ମୁମ୍ବାଇ. ଆହ୍ଲାବାଦ, ଅହମଦାବାଦ, ଚେନ୍ନାଇ, ଝାରସୁଗୁଡ଼ା, ବାରଣାସୀକୁ ବିମାନ ଉଡ଼ାଣ କରୁଛି ।

ଏଥିସହ ପଢ଼ନ୍ତୁ: ନଭେମ୍ବର ୨ରୁ ଜୟପୁରକୁ ବିମାନ ଉଡ଼ାଣ, ସପ୍ତାହକୁ ୩ ଦିନ ସେବା ଯୋଗାଇବ ଇଣ୍ଡିଗୋ