ସଞ୍ଜୟ ବାଙ୍ଗରଙ୍କ ଭବିଷ୍ୟବାଣୀ; ମୁରଲୀଧରନଙ୍କ ରେକର୍ଡ ଭାଙ୍ଗିବେ ଅଶ୍ୱିନୀ

1 min read

ମୁମ୍ବାଇ: ଭାରତୀୟ କ୍ରିକେଟର ସବୁଠାରୁ ସଫଳ ବୋଲରଙ୍କ ମଧ୍ୟରୁ ଜଣେ ହେଉଛନ୍ତି ରବି ଚନ୍ଦ୍ରନ ଅଶ୍ୱିନୀ । ତାଙ୍କ ଧୂଆଁଧାର ବୋଲିଂ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଦମଦାର ବୋଲିଂ କରିଛନ୍ତି ଅଶ୍ୱିନୀ । ଏପର୍ଯ୍ୟନ୍ତ ରବି ଚନ୍ଦ୍ରନ ଅଶ୍ୱିନୀ ୮୧ ଟେଷ୍ଟ ମ୍ୟାଚ ଖେଳି ୪୨୬ ଓ୍ୱିକେଟ ଅକ୍ତିଆର କରିସାରିଛନ୍ତି । କାନପୁରରେ ଚାଲୁଥିବା ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟରେ ଦମଦାର ବୋଲିଂ ପ୍ରଦର୍ଶନ କରିଥିଲେ ଅଶ୍ୱିନୀ । କାନପୁର ଟେଷ୍ଟରେ ଅଶ୍ୱିନୀ, ହରଭଜନ ସିଂହଙ୍କ ରେକର୍ଡ ଭାଙ୍ଗିଥିଲେ । ହରଭଜନ ସିଂହ ୪୧୭ ଓ୍ୱିକେଟ ନେଇଥିବାବେଳେ କାନପୁର ଟେଷ୍ଟରେ ଏହି ରେକର୍ଡ ଭାଙ୍ଗିଥିଲେ ଅଶ୍ୱିନୀ ।

ଭାରତୀୟ କ୍ରିକେଟରେ ବର୍ତ୍ତମାନ ଅନିଲ କୁମ୍ବେଲ ଓ କପିଲ ଦେବଙ୍କ ପରେ ଅଶ୍ୱିନୀ ସଫଳ ଭାରତୀୟ ବୋଲର ଅଟନ୍ତି । ତେବେ ଅଶ୍ୱିନୀଙ୍କୁ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି ଭାରତୀୟ ଦଳର ପୂର୍ବତନ ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର । ଅଶ୍ୱିନୀ ଭବିଷ୍ୟତରେ ଆହୁରି ଅନେକ ଟେଷ୍ଟ ମ୍ୟାଚ ଖେଳିବେ ବୋଲି କହିଛନ୍ତି ବାଙ୍ଗର । ସେ ଆହୁରି କହିଛନ୍ତି କି ମୁରଲୀଧରନଙ୍କ ୮୦୦ ଓ୍ୱିକେଟର ରେକର୍ଡ ଅଶ୍ୱିନୀ ଭାଙ୍ଗି ପାରିବେ । ଏକ କାର୍ଯ୍ୟକ୍ରମରେ ସଞ୍ଜୟ କହିଥିଲେ କି ଯଦି ଅଶ୍ୱିନୀ ଆଗାମୀ କିଛି ବର୍ଷ ଫିଟ୍‌ ରହିବେ ତେବେ ସେ ନିଶ୍ଚିତ ଭାବରେ ମୁରଲୀଧରନଙ୍କ ରେକର୍ଡ ଭାଙ୍ଗିପାରିବେ ।

ସଞ୍ଜୟ ବାଙ୍ଗର ଏହି କାର୍ଯ୍ୟକ୍ରମରେ ଆହୁରି କହିଛନ୍ତି କି ମୁରଲୀଧରନ ନିଜେ ମଧ୍ୟ କହିଛନ୍ତି ଯଦି ତାଙ୍କ ରେକର୍ଡ କିଏ ଭାଙ୍ଗି ପାରିବ ସେ ହେଉଛନ୍ତି ରବି ଚନ୍ଦ୍ରନ ଅଶ୍ୱିନୀ । ବିଗତ କିଛି ବର୍ଷ ଧରି ଅଶ୍ୱିନୀ ଯେପରି ଭାବରେ ବୋଲିଂ କରୁଛନ୍ତି ମୁଁ ଭାବୁଛି କି ସେ ମୁରଲୀଧରନଙ୍କ ଏହି ରେକର୍ଡ ନିଶ୍ଚିତ ଭାବରେ ଭାଙ୍ଗି ପାରିବେ ବୋଲି କହିଛନ୍ତି ସଞ୍ଜୟ ବାଙ୍ଗର ।

 

Leave a Reply