spot_img
Home Blog Page 4956

ସୋଏବ ଅଖତରଙ୍କୁ କାହିଁକି ମିଳିଲା ୧୦୦ ମିଲିୟନ ଡଲାର ମାନହାନି ନୋଟିସ ?

0

ଇସଲାମାବାଦ : ପାକିସ୍ତାନର ପୂର୍ବତନ ବରିଷ୍ଠ ଖେଳାଳି ସୋଏବ୍ ଅଖତରଙ୍କୁ ମିଳିଛି ୧୦୦ ମିଲିୟନ ଡଲାରର ମାନହାନି ନୋଟିସ । ପାକିସ୍ତାନର ଏହି ପୂର୍ବତନ କ୍ରିକେଟରଙ୍କ ପାଇଁ ନୁହେଁ ପାକିସ୍ତାନ ପାଇଁ ମଧ୍ୟ ଏତେ ବଡ଼ ରକମ ସ୍ୱପ୍ନ । ଏମିତିରେ ପ୍ରଶ୍ନ ଉଠିବ ଯେ, ସୋଏବଙ୍କୁ କିଏ ଓ କାହିଁକି ଏତେ ଟଙ୍କାର ମାନହାନି ନୋଟିସ ପଠାଇଛି । ଉତ୍ତର ହେଉଛି ପାକିସ୍ତାନର ସରକାରୀ ଚ୍ୟାନେଲ ପିଟିଭି ସୋଏବଙ୍କୁ ଏହି ନୋଟିସ ଦେଇଛି ।

ନୋଟିସରେ ସୋଏବଙ୍କୁ ୩ ମାସର ବେତନ ୩୩ ଲକ୍ଷ ୩୩ ହଜାର ଟଙ୍କା ସହିତ ୧ଶହ ମିଲିୟନ ଟଙ୍କା ଦେବାକୁ କହିଛି । ସୋଏବ ଯଦି ପିଟିଭି ନୋଟିସ ଅନୁସାରେ ଟଙ୍କା ନଦିଅନ୍ତି ତେବେ ପିଟିଭି କର୍ପୋରେସନ୍ ତାଙ୍କୁ ଅଦାଲତକୁ ଟାଣିବ । ସୂଚନାଯୋଗ୍ୟ ଯେ, ଅକ୍ଟୋବର ୨୬ ତାରିଖରେ ଟି-ଟ୍ୱେଣ୍ଟି ବିଶ୍ୱକପ୍ ଲାଇଭ୍ ସମୟରେ ପିଟିଭି ସ୍ପୋର୍ଟସ ଆଙ୍କର ନୋମାନ ନିୟାଜଙ୍କ ସହିତ ସୋଏବଙ୍କର ଯୁକ୍ତିତର୍କ ହୋଇଥିଲା । ଏହାପରେ ସୋଏବ ଲାଇଭ୍ ଟିଭିରେ ନିଜ ଇସ୍ତଫା ଘୋଷଣା କରିଥିଲେ । ପରେ ବିବାଦ ଘନେଇବାରୁ ପିଟିଭି ସ୍ପୋର୍ଟସ ଉଭୟ ନୋମାନ ଓ ସୋଏବଙ୍କୁ ଅଫ୍ ଏୟାର କରିଥିଲା । ଏବେ କିନ୍ତୁ ପିଟିଭି ସୋଏବଙ୍କ ଅନ୍ ଏୟାର ଡ୍ରାମାକୁ ସହଜରେ ନେଇ ନାହିଁ । ଏହି ଡ୍ରାମା ସୋଏବଙ୍କୁ ମହଙ୍ଗା ପଡିଛି ।

କଣ୍ଟ୍ରାକ୍ଟ ନିୟମ ଅନୁସାରେ ପିଟିଭି ସୋଏବଙ୍କୁ ନୋଟିସ କରି ୧ଶହ ମିଲିୟନ ଡଲାର କ୍ଷତିପୂରଣ ମାଗିଛି । ଏହା ସହିତ ତିନି ମାସର ଦରମା ୩୩ ଲକ୍ଷ ଟଙ୍କା ଦେବାକୁ କହିଛି । ପିଟିଭି ନୋଟିସରେ କଣ୍ଟ୍ରାକ୍ଟର କ୍ଲଜ୍ ୨୨ର ଅନୁସାରେ ଦୁଇ ପକ୍ଷ ତିନି ମାସର ନୋଟିସ ଦେଇ କଣ୍ଟ୍ରାକ୍ଟକୁ ରଦ୍ଧ କରିପାରିବେ କିମ୍ବା ତିନି ମାସର ଦରମା ଟଙ୍କା ଦେଇ କଣ୍ଟ୍ରାକ୍ଟରୁ ଓହରି ପାରିବେ । ପିଟିଭିର କହିବା ହେଉଛି ସୋଏବ ନିୟମ ଅନୁସାରେ ତିନି ମାସର ନୋଟିସ ନଦେଇ ଇସ୍ତଫା ଦେଇଛନ୍ତି । ତେଣୁ ତାଙ୍କୁ ପିଟିଭି କର୍ପୋରେସନକୁ ୩ ମାସର ଦରମା ବାବଦକୁ ୩୩ ଲକ୍ଷ ୩୩ ହଜାର ଟଙ୍କା ଦେବାକୁ ପଡ଼ିବ । ,

ପିଭିଟିର ଦାବି ଯେ, କୌଣସି ପୂର୍ବ ସୂଚନା ନ ଦେଇ ଟି-ଟ୍ୱେଣ୍ଟି ୱାଲ୍ଡ କପ୍ ଚାଲୁଥିବା ସମୟରେ ସୋଏବ୍ ଦୁବାଇ ଛାଡ଼ିଦେଇଥିଲେ । ଏହି ସମୟରେ ଭାରତୀୟ ଖେଳାଳି ହରବଜନ ସିଂଙ୍କ ସହ ଭାରତର ଏକ ଟିଭି ଚ୍ୟାନେଲରେ ଉପସ୍ଥିତ ଥିବାରୁ ପିଭିଟି ଚ୍ୟାନେଲର ଅନେକ ଆର୍ଥିକ କ୍ଷତି ହୋଇଥିଲା ।

ମଧ୍ୟ ରାତ୍ରିରେ ସ୍ତ୍ରୀ କଲେ ରେଡ୍: ହୋଟେଲରୁ ମହିଳା ବନ୍ଧୁଙ୍କ ସହ ଧରାପଡ଼ିଲେ ସ୍ୱାମୀ, ଆଉ ତା’ପରେ..

କାନପୁର: ମହିଳା ବନ୍ଧୁଙ୍କ ସହ ରାତ୍ରିଯାପନ ବେଳେ ସ୍ତ୍ରୀଙ୍କ ହାତରେ ଧରାପଡ଼ିଲେ ସ୍ୱାମୀ । କାନପୁରର ଗ୍ୱାଲଟୋଲି ଥାନାରେ ନିୟୋଜିତ ଇନ୍ସପେକ୍ଟର ଅରୁଣ କୁମାର ତାଙ୍କ ମହିଳା ବନ୍ଧୁଙ୍କ ସହ ଏକ ହୋଟେଲରେ ରାତ୍ରିଯାପନ ବେଳେ ଧରାପଡ଼ିଛନ୍ତି । ସ୍ୱାମୀଙ୍କ କାରନାମା ଦେଖିବା ପରେ ଉଭୟଙ୍କୁ ନିର୍ଦ୍ଧୁମ ମାଡ଼ ମାରିଥିଲେ । ହୋଟେଲ ରୁମ୍ ଠାରୁ ନେଇ ରାସ୍ତା ଯାଏଁ ଉଭୟଙ୍କ ମଧ୍ୟରେ ଟଣାଓଟରା ଚାଲିଥିଲା । ଘଟଣା ଲୋକଲୋଚନକୁ ଆସିବ ପରେ ସୋମବାର ପୋଲିସ କମିଶନର ଇନ୍ସପେକ୍ଟରଙ୍କୁ ନିଲମ୍ୱିତ କରିଦେଇଛନ୍ତି । ମାମଲାର ତଦନ୍ତ ଏସପି କର୍ଣ୍ଣଗଞ୍ଜଙ୍କୁ ହସ୍ତାନ୍ତର କରାଯାଇଛି । ଇନ୍ସପେକ୍ଟରଙ୍କ ବିରୋଧରେ ଏଭଳି ଅନେକ ଅଭିଯୋଗ ମଧ୍ୟ ମିଳିଛି । ଇନ୍ସପେକ୍ଟର ଅରୁଣ କୁମାର ଗ୍ୱାଲଟୋଲ ଥାନାରେ ଅତିରିକ୍ତ ଇନ୍ସପେକ୍ଟର ପଦରେ ନିୟୋଜିତ ଅଛନ୍ତି ।

ରବିବାର ରାତିରେ ଗ୍ୱାଲଟୋଲର ଏକ ହୋଟେଲରେ ରହଣୀ କରିଥିଲେ । ତାଙ୍କ ସହିତ ହରଦୋଇ ଅଞ୍ଚଳର ଜଣେ ମହିଳା ବନ୍ଧୁ ମଧ୍ୟ ରହିଥିଲେ । ଏ ନେଇ ସରକାରୀ ବାସଭବନରେ ରହୁଥିବା ତାଙ୍କ ପତ୍ନୀ ଜାଣିପାରିଥିଲେ । ଏହାପରେ ମଧ୍ୟରାତ୍ରିରେ ହୋଟେଲରେ ପହଞ୍ଚିଥିଲେ ଅରୁଣଙ୍କ ସ୍ତ୍ରୀ ।

ପ୍ରାରମ୍ଭିକ ତଦନ୍ତ ରିପୋର୍ଟ ଆଧାରରେ ପୋଲିସ କମିଶନର ଅସୀମ ଅରୁଣ ଇନ୍ସପେକ୍ଟରଙ୍କୁ ଚାକିରିରୁ ନିଲମ୍ୱିତ କରିଛନ୍ତି । କର୍ଣ୍ଣଲଗଞ୍ଜ ଏସପି ତ୍ରିପୁରାରି ପାଣ୍ଡେଙ୍କ କହିବା ହେଲା ଯେ, ଇନ୍ସପେକ୍ଟରଙ୍କ ବିରୋଧରେ ବିଭାଗୀୟ ତଦନ୍ତ ହେବ । ପୂର୍ବରୁ ମଧ୍ୟ ଇନ୍ସପେକ୍ଟରଙ୍କ ବିରୋଧରେ ଅଭିଯୋଗ ଆସିଛି । ସବୁ ଅଭିଯୋଗକୁ ତଦନ୍ତ ପ୍ରକ୍ରିୟାର ଅନ୍ତର୍ଭୁ୍କ୍ତ କରାଯିବ ।

ତେବେ ଇନ୍ସପେକ୍ୱର ଅରୁଣଙ୍କ ବିରୋଧରେ ପାଖାପାଖି ପାଞ୍ଚ ବର୍ଷ ପୂର୍ବେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇସାରିଛି । ପରେ ଆପୋସ ବୁଝାମଣା ହୋଇଥିଲା । ଏବଂ ସେହିସେହି ମହିଳାଙ୍କ ସହ ସରକାରୀ ବାସଭବନରେ ରୁହନ୍ତି । ତେବେ ସେ ମହିଳାଙ୍କ ଦାବି କରୁଛନ୍ତି ଯେ, ସେମାନଙ୍କ ବିବାହ ହୋଇସାରିଛି ।

ଏଥିସହିତ ପଢ଼ନ୍ତୁ: ଆଶ୍ଚର୍ଯ୍ୟଜନକ NCRB ରିପୋର୍ଟ, ୨୦୨୦ରେ ୧୧ ହଜାର ବ୍ୟବସାୟୀ କରିଛନ୍ତି ଆତ୍ମହତ୍ୟା

ଓଡ଼ିଶାର ୧୧ ଜଣ କୃତି ସନ୍ତାନଙ୍କୁ ରାଷ୍ଟ୍ରପତିଙ୍କ ଦ୍ୱାରା ମିଳିଲା ପଦ୍ମ ସମ୍ମାନ

ନୂଆଦିଲ୍ଲୀ: ଦେଶର କୃତି ସନ୍ତାନଙ୍କୁ ମିଳିଲା ପଦ୍ମ ସମ୍ମାନ। ୧୧ଜଣ ଓଡ଼ିଆଙ୍କୁ ମିଳିଛି ପଦ୍ମ ସମ୍ମାନ। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୂଜ୍ୟ ପ୍ରତିଭାଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରମନାଥ କୋବିନ୍ଦ। ୭ଜଣଙ୍କୁ ପଦ୍ମବିଭୂଷଣ, ୧୬ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୮ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଛି। ସେମାନଙ୍କ ମଧ୍ୟରୁ ୩୩ଜଣ ମହିଳା ଥିବାବେଳେ ୧୮ ଜଣ ରହିଛନ୍ତି ବିଦେଶୀ, ପ୍ରବାସୀ ଭାରତୀୟ, ପିଆଇଓ। ଆଜି ଓଡ଼ିଶାର ସୁଦର୍ଶନ ସାହୁ, ଶାନ୍ତି ଦେବୀ, ରଜତ କୁମାର କର, ପୂର୍ଣ୍ଣମାସୀ ଜାନି, ଡ. କୃଷ୍ଣ ମୋହନ ପାଠୀ ଓ ନନ୍ଦ ପୃଷ୍ଟିଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରାଯାଇଛି।

ଗତକାଲି ଜର୍ଜ ଫର୍ଣ୍ଣାଣ୍ଡିଜଙ୍କୁ ପଦ୍ମବିଭୂଷଣ ଉପାଧି ମିଳିଥିବାବେଳେ ଖେଳାଳି ପିଭି ସିନ୍ଧୁଙ୍କୁ ମିଳିଛି ପଦ୍ମ ଭୂଷଣ ପୁରସ୍କାର। କଙ୍ଗନା ରଣାଓ୍ୱତଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିବାବେଳେ ଗାୟକ ଅଦନାନ ସମୀଙ୍କୁ ମଧ୍ୟ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା। ମନୋଜ ଦାସଙ୍କୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଦିଗମ୍ବର ବେହେରା, ଦମୟନ୍ତୀ ବେଶ୍ରା, ଉତ୍ସବଚରଣ ଦାସ, ବୀଣାପାଣି ମହାନ୍ତି, ପ୍ରଶାନ୍ତ ପଟ୍ଟନାୟକ, ସାବରମତୀ, ବଟକୃଷ୍ଣ ସାହୁଙ୍କୁ ମିଳିଛି ପଦ୍ମଶ୍ରୀ।

ଆଶିଷ ମିଶ୍ରା ଓ ସହଯୋଗୀ ଅଙ୍କିତ ଦାସଙ୍କ ଲାଇସେନ୍ସ ବନ୍ଧୁକରୁ ହୋଇଥିଲା ଗୁଳିଚାଳନା

ନୂଆଦିଲ୍ଲୀ: ଲଖିମପୁର-ଖେରି ଚାଷୀ ମୃତ୍ୟୁ ମାମଲା। ଫରେନ୍ସିକ ରିପୋର୍ଟରେ ସାଂଘାତିକ ଖୁଲାସା। ମାମଲାର ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା ଓ ସହଯୋଗୀ ଅଙ୍କିତ ଦାସଙ୍କ ଲାଇସେନ୍ସ ବନ୍ଧୁକରୁ ଗୁଳିଚାଳନା ହୋଇଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି। ହିଂସା ବେଳେ ଚାଷୀଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା ବୋଲି ବାଲିଷ୍ଟିକ୍ ରିପୋର୍ଟରେ ସ୍ପଷ୍ଟ ହୋଇଛି। ହିଂସାକାଣ୍ଡ ସ୍ଥଳରେ ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୪ଜଣ ଚାଷୀ ଓ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଥିଲା।

ଚାଷୀଙ୍କ ଉପରକୁ ଗୁଳି ଚଳା ଯାଇଥିବା ଚାଷୀ ଅଭିଯୋଗ କରିବା ସହ ଘଟଣାର ଯାଞ୍ଚ କରିବାକୁ ଦାବି କରିଥିଲେ। ଏଥିପାଇଁ ଲଖିମପୁର ପୋଲିସ ଅଙ୍କିତ ଦାସଙ୍କ ରିପଟର ଗନ୍, ପିସ୍ତଲ ଓ ଆଶିଷ ମିଶ୍ରାଙ୍କ ରାଇଫଲ ଓ ରିଭରବଲ ଜବତ କରି ଯାଞ୍ଚ ପାଇଁ ଫରେନ୍ସିକ୍ ଲାବରେଟୋରୀକୁ ପଠାଇଥିଲା। ଅକ୍ଟୋବର ୩ ରେ ଉତ୍ତରପ୍ରଦେଶ ଲଖିମପୁର ଜିଲ୍ଲାରେ ଚାଷୀଙ୍କ ବିକ୍ଷୋଭ ବେଳେ ୮ଜଣଙ୍କ ମୃତ୍ୟୁ ହୋଇଥିଲା। ସୁପ୍ରିମକୋର୍ଟରେ ଶୁଣାଣି ବେଳେ ୟୁପି ସରକାରଙ୍କ ଷ୍ଟାଟସ ରିପୋର୍ଟକୁ ନେଇ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିଥିଲେ।

ପଦ୍ମଶ୍ରୀ ପୁରସ୍କାର ପାଇଥିବା ତୁଳସୀ ଗୌଡା କିଏ? କାହିଁକି ତାଙ୍କୁ କୁହାଯାଏ “ଜଙ୍ଗଲର ଏନସାଇକ୍ଲୋପିଡ଼ିଆ” ଜାଣନ୍ତୁ…

ନୂଆଦିଲ୍ଲୀ: ଦେଶର ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ହେଉଛି ପଦ୍ମଶ୍ରୀ ।  ଗତକାଲି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଚଳିତ ବର୍ଷର ପଦ୍ମ ପୁରସ୍କାର ବିଜେତାଙ୍କୁ ରାଷ୍ଟ୍ରପତି ଭବନରେ ସମ୍ମାନିତ କରିଛନ୍ତି । ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞ ବ୍ୟକ୍ତିତ୍ବଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମ ନାଥ କୋବିନ୍ଦ । ସେହିପରି ପରିବେଶ ସୁରକ୍ଷା ଦିଗରେ କର୍ଣ୍ଣାଟକର ୭୨ ବର୍ଷିୟ ପରିବେଶବିତ୍ ତୁଳସୀ ଗୌଡାଙ୍କୁ ମିଳିଛି ପଦ୍ମ ପୁରସ୍କାର । ପରିବେଶବିତ୍ ଭାବରେ ତାଙ୍କର କାହାଣୀ ବର୍ଷ ବର୍ଷ ଧରି ଅନେକଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ପାଲଟିବ । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏହି ଉତ୍ସବରେ ଆଦିବାସୀ ପରିବେଶବିତଙ୍କୁ ପ୍ରଦାନ କରିଥିଲେ ପଦ୍ମଶ୍ରୀ ପୁରସ୍କାର ।

ତୁଳସୀ ଗୌଡା କର୍ଣ୍ଣାଟକର ହାଲାକି ଆଦିବାସୀ ଜନଜାତିର ଏବଂ ଏକ ଗରିବ ପରିବାରରୁ ଆସନ୍ତି । ଗରିବ ପରିବାର ହେତୁ କୌଣସି ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରିପାରିନଥିଲେ ତୁଳସୀ । ପାଠ ନପଢ଼ିଥିଲେ ମଧ୍ୟ ଦେଶ ପାଇଁ କରୁଛନ୍ତି ଅତୁଳନୀୟ କାମ । ସମସ୍ତ ଅସୁବିଧା ସତ୍ତ୍ବେ ସେ ଉଦ୍ଭିଦ ଓ ଅନ୍ୟାନ ଜୀବଜନ୍ତୁ କ୍ଷେତ୍ରରେ ନିଜର ଜ୍ଞାନ ବିସ୍ତାର କରିଥିଲେ । ଯାହା ଫଳରେ ଆଜି ସେ “ଜଙ୍ଗଲର ଏନସାଇକ୍ଲୋପିଡ଼ିଆ” ଭାବରେ ଜଣାଶୁଣା କାହିଁକି ନା ତାଙ୍କ ପାଖରେ ବିଶ୍ବରେ ବିଭିନ୍ନ ସ୍ଥାନରେ ମିଳୁଥିବା ଔଷଧୀୟ  ଉଦ୍ଭିଦ ଏବଂ ଉଦ୍ଭିଦ ପ୍ରଜାତି ବିଷୟରେ ସମସ୍ତ ଜ୍ଞାନ ରହିଛି ତୁଳସୀଙ୍କ ପାଖରେ । ସେ ଯୁବାବସ୍ଥାରୁ ପରିବେଶର ସୁରକ୍ଷା ପାଇଁ ସକ୍ରିୟ ସହଯୋଗ କରିଆସୁଛନ୍ତି ଏବଂ ହଜାର ହଜାର ଗଛ ଲାଗାଇଛନ୍ତି । ପରିବେଶ ସଂରକ୍ଷଣରେ ଏକ ମହ୍ବତପୂର୍ଣ୍ଣ ପରିବର୍ତ୍ତନ କରିବା ପାଇଁ  ପ୍ରଥମେ ଏକ ଅସ୍ଥାୟୀ ସ୍ବେଚ୍ଛାସେବୀ ଭାବରେ ଜଙ୍ଗଲ ବିଭାଗରେ ଯୋଗ ଦେଇଥିଲେ ତୁଳସୀ ଗୌଡା । ଏହା ପରେ ଜଙ୍ଗଲର ଉନ୍ନତି ପାଇଁ ଥିବା ଉଦ୍ୟମକୁ ଦେଖି ତାଙ୍କୁ ସ୍ବୀକୃତି ଦିଆଯାଇଥିଲା ଏବଂ ଜଙ୍ଗଲ ବିଭାଗ ତୁଳସୀଙ୍କୁ ସ୍ଥାୟୀ ପଦବୀ ପ୍ରଦାନ କରିଥିଲେ ।

ପ୍ରକୃତିର ରକ୍ଷା ପାଇଁ ଉତ୍ସର୍ଗୀକୃତ ତୁଳସୀ ତାଙ୍କ ଜୀବନ ମଧ୍ୟରେ ୩୦ ହଜାରରୁ ଅଧିକ ଚାରା ରୋପଣ କରିଛନ୍ତି । ପରିବେଶ ସଂରକ୍ଷଣ କାର୍ଯ୍ୟରେ ମଧ୍ୟ ତୁଳସୀ ୧୦ ବର୍ଷ ବୟସରୁ ଜଡିତ ଅଛନ୍ତି । ତୁଳସୀ ୧୨ ବର୍ଷ ବୟସରେ ଭାରତର ଜଙ୍ଗଲର ଉନ୍ନତି ଦିଗରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ତେବେ ୭୨ ବର୍ଷରେ ପାଦ ଦେଲା ପରେ ମଧ୍ୟ ସେ କେବେ ନିଜ କାର୍ଯ୍ୟରୁ କେବେ ନିବୃତ ହୋଇନାହାନ୍ତି । ୭୨ ବର୍ଷରେ ମଧ୍ୟ ସେ ପରିବେଶ ପ୍ରତିପୋଷଣ ତଥା ଦେଶରେ ବୃକ୍ଷରୋପଣ ବିରୁଦ୍ଧରେ ଲଢ଼େଇ ପାଇଁ ଉତ୍ସର୍ଗୀକୃତ ।

 

ହସ୍ପିଟାଲର ଶିଶୁ ୱାର୍ଡରେ ନିଆଁ ଲଗାଇଥିଲେ ନର୍ସ ? ନିଆଁ ଲାଗିବାର ୫ ମିନିଟ୍ ପୂର୍ବରୁ କ’ଣ ଧମକ ଦେଇଥିଲେ ନର୍ସ ?

ଭୋପାଳ: ହମିଦିଆ କ୍ୟାମ୍ପସର କମଲା ନେହେରୁ ହସ୍ପିଟାଲ ଅଗ୍ନିକାଣ୍ଡରେ ମୃତ ନବଜାତକଙ୍କ ଅଭିଭାବକ ଅଘଟଣ ପଛରେ ବଡ଼ ଧରଣର ଷଡ଼ଯନ୍ତ୍ରର ଅଭିଯୋଗ କରିଛନ୍ତି। ସେମାନଙ୍କ କହିବା ହେଉଛି ଯେ,ନିଆଁ ଲାଗିବା ପଛରେ ଜଣେ ନର୍ସ ଅଛନ୍ତି। ନିଆଁ ଲାଗିବାର ୫ ମିନିଟ୍ ପୂର୍ବରୁ ନର୍ସ ଓ ୱାର୍ଡ୍ ବୟଙ୍କ ମଧ୍ୟରେ ଝଗଡା ହୋଇଥିଲା ଓ ଉଭୟ ପରସ୍ପରକୁ ଧମକ ଦେଇଥିଲେ ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି।

ଝଗଡାର ୫ ମିନିଟ୍ ପରେ ଲାଗିଥିଲା ନିଆଁ

ବାଗ ସେବନିଆର ପୁନମ ଏହି ଅଗ୍ନିକାଣ୍ଡରେ ନିଜ ନବଜାତକ ନାତୁଣିକୁ ହରାଇଛନ୍ତି। ସୋମବାର ଦିନ ହିଁ ତାଙ୍କ ଝିଅ ଏକ ପୁତ୍ର ସନ୍ତାନ ଜନ୍ମ କରିଥିଲେ। ରାତିରେ ସେ ଝିଅ ଓ ନାତି ସହିତ ଥିଲେ। ସେହି ସମୟରେ ନର୍ସ ଓ ୱାର୍ଡ୍ ବୟଙ୍କ ମଧ୍ୟରେ ଝଗଡା ହୋଇଥିଲା ବୋଲି ପୁନମ ଅଭିଯୋଗ କରିଛନ୍ତି। ଝଗଡା ପରେ ପୁନମ ୱାର୍ଡରୁ ବାହାରି ଯାଇଥିଲେ। ଏହାର ଠିକ୍ ୫ ମିନିଟ ପରେ ନିଆଁ ଲାଗିଥିଲା।

ଏଠାରୁ କେହି ହସି ହସି ଯିବେ ନାହିଁ,ନର୍ସ ଦେଇଥିଲେ ଧମକ

ପୁନମଙ୍କ ଅନୁସାରେ ଜଣେ ନର୍ସ ଝଗଡା ବେଳେ ଧମକ ଦେଇଥିଲେ ଯେ, ଏଠାରୁ କେହି ମଧ୍ୟ ହସି ହସି ଯିବେ ନାହିଁ। ସମସ୍ତେ ଏଠାରୁ କାନ୍ଦି କାନ୍ଦି ଯିବେ। ଏହାର ୫ ମିନିଟ୍ ପରେ ନିଆଁ ଲାଗିଥିଲା। ହସ୍ପିଟାଲ ପ୍ରଶାସନ ଅନୁସାରେ ସର୍ଟ ସର୍କିଟ୍ କାରଣରୁ ନିଆଁ ଲାଗିଥିଲା। ନିଆଁ ଲାଗିବା ବେଳେ ସେଠାରେ ୪୦ ନବଜାତକ ଥିଲେ।

ପ୍ରକୃତରେ ମୃତ୍ୟୁ ସଂଖ୍ୟା କେତେ ?

ହସ୍ପିଟାଲ ମୃତ୍ୟୁ ସଂଖ୍ୟା ୪ କହୁଥିବା ବେଳେ ପୀଡିତ ଏହାକୁ ମାନିବାକୁ ପ୍ରସ୍ତୁତ ନାହାନ୍ତି। ସେମାନଙ୍କ ଅନୁସାରେ ମୃତ୍ୟୁ ସଂଖ୍ୟା ୪ରୁ ଅଧିକ। ହସ୍ପିଟାଲ କର୍ତ୍ତୁପକ୍ଷ ପ୍ରକୃତ ସଂଖ୍ୟାକୁ ଲୁଚାଉଛନ୍ତି। ଅଭିଭାବକଙ୍କ ଅଭିଯୋଗ ଯେ, ସୋମବାର ରାତି ୯ଟାରେ ନିଆଁ ଲାଗିଥିଲେ ମଧ୍ୟ ସକାଳ ୭.୩୦ ସୁଧା ସେମାନଙ୍କୁ ହସ୍ପିଟାଲ ଭିତରକୁ ଯିବାକୁ ଦିଆ ଯାଇନଥିଲା। ଘରୋଇ ସୁରକ୍ଷା କର୍ମୀଙ୍କୁ ଗେଟରେ ନିୟୋଜିତ କରି ଅଭିଭାବକଙ୍କୁ ଅଟକା ଯାଇଥିଲା। ଏପରିକି ମିଡିଆକୁ ମଧ୍ୟ ହସ୍ପିଟାଲ ମଧ୍ୟକୁ ଯିବାକୁ ଦିଆଯାଉନାହିଁ।

ସାମାଜିକ ଗଣମାଧ୍ୟମରେ ମହିଳାଙ୍କୁ ଅଶାଳୀନ ବ୍ୟବହାରକୁ ନେଇ ବଢୁଛି ଅସନ୍ତୋଷ

ଭଦ୍ରକ: ସାମାଜିକ ଗଣମାଧ୍ୟମରେ ମହିଳାଙ୍କୁ ଅଶାଳୀନ ବ୍ୟବହାରକୁ ନେଇ ବଢୁଛି ଅସନ୍ତୋଷ। ଏନେଇ ଥାନାରେ ମାମଲା ସହ ଭଦ୍ରକ BJD ମହିଳା କର୍ମୀଙ୍କ ପକ୍ଷରୁ ସାମ୍ଵାଦିକ ସମ୍ମିଳନୀ ଜରିଆରେ ବିଷୋଦଗାର ପ୍ରକାଶ କରାଯାଇଛି। ମହିଳାଙ୍କ ଅଧିକାର ଉପରେ କଟୁ ମନ୍ତବ୍ୟ ବିଜୁ ଜନତା ଦଳ ସହିନି କି ସହିବ ନାହିଁ। ସୋସିଆଲ ମିଡ଼ିଆରେ ମହିଳାଙ୍କ ଅଧିକାରକୁ ସମାଲୋଚନା କରିଥିବା ଜୈନିକ ଅସାମାଜିକ ଯୁବକ ଉପରେ କାର୍ଯାନୁଷ୍ଠାନ ଲାଗି ଭଦ୍ରକ ଏସପିଙ୍କୁ ଦାବିପତ୍ର ଦିଆଯାଇଛି। ତୁରନ୍ତ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନ ଚେତାବନୀ ଦେଇଛନ୍ତି BJD ମହିଳା।

ଗତ ୨ତାରିଖରେ ଵିଜୁ ଜନତା ଦଳ ପକ୍ଷରୁ ପେଟ୍ରୋଲ ଦର ବୃଦ୍ଧି ନେଇ ଆନ୍ଦୋଳନ କରାଯାଇଥିଲା। ଏଥିରେ ରାଲି କରାଯିଵା ସହ ପ୍ରତିଵାଦ ସଭା କରାଯାଇଥିଲା। ଏଥିରେ ଵହୁ ସଂଖ୍ୟକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ମହିଳା ଯୋଗଦେଇ ଥିବାରୁ ଏହାକୁ ନେଇ ସଂପୃକ୍ତ ସଂପ୍ରଦାୟର ଜଣେ ଯୁବକ ସାମାଜିକ ଗଣମାଧ୍ୟମରେ କଟୁ ମନ୍ତବ୍ୟ ଦେଇଥିଲେ। ଯାହା ମହିଳାଙ୍କ ଆତ୍ମସମାନକୁ ଆଘାତ କରିଥିଲା। ଏହାକୁ ନେଇ ଉଭୟ ସଂପ୍ରଦାୟର ମହିଳା ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ଭଳି ଭାଇଚାର ସ୍ଥାନରେ ଏଭଳି କଥା ଗ୍ରହଣ କରାଯିବ ନାହିଁ ଵୋଲି ମନ୍ତବ୍ୟ ରଖି ଥିଲେ।

ଭୀଷଣ ବର୍ଷା କାରଣରୁ ତାମିଲନାଡୁରେ ସ୍ଥିତି ସଙ୍ଗୀନ, ପରିସ୍ଥିତି ଆହୁରି ବିଗିଡ଼ିପାରେ

0

ତାମିଲନାଡ଼ୁ : ତାମିଲନାଡ଼ୁରେ ଭୀଷଣ ବର୍ଷା ଯୋଗୁଁ ରାସ୍ତାଘାଟ ନଦୀରେ ପରିଣତ ହୋଇଛି । ଭୀଷଣ ବର୍ଷାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଅଧିକ ଘର ଭାଙ୍ଗିଥିବା ଜଣା ପଡିଛି । ଚେନ୍ନାଇର କେତେକ ଘରେ ପାଣି ପଶିଯାଇଥିବାରୁ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅନ୍ୟପକ୍ଷରେ ତାମିଲନାଡ଼ୁରେ ଆଗକୁ କିଛିଦିନ ବର୍ଷା ଲାଗିରହିବାର ଆଶଙ୍କା ବ୍ୟକ୍ତ କରିଛି ଭାରତୀୟ ପାଣିପାଗ ବିଭାଗ  ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୧୦ ଏବଂ ୧୧ ନଭେମ୍ବର ଦିନ ତାମିଲନାଡ଼ୁ ଓ ଆନ୍ଧ୍ରପ୍ରଦେଶରେ ଭୀଷଣ ବର୍ଷାର ଆଶଙ୍କା ରହିଛି ବୋଲି ସୂଚନା ଦିଆଯାଇଛି । ଆଇଏମଡି କହିଛି ଯେ,  ବିପଦ ଏଯାଏ ଟଳିନି  ।  । ଚେନ୍ନାଇର ଅଧିକାଂଶ ଅଞ୍ଚଳରେ ପାଣି ଜମିବା ସହ ଏଠାକାର ତଳୁଆ ଅଞ୍ଚଳଗୁଡ଼ିକରେ ଦୁଇ ଫୁଟ ଯାଏ ପାଣି ଜମି ରହିଥିବା କୁହାଯାଉଛି । ଲୋକଙ୍କ ଯାତାୟତ ବ୍ୟବସ୍ଥା ପୁରାରୁରି ଠପ୍ ହୋଇଯାଇଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଅନେକ ସ୍ଥାନରେ ବାଜୁଳି କାଟ ମଧ୍ୟ କରାଯାଇଛି । ରାଜ୍ୟର ଅନ୍ୟ କେତେକ ଜିଲ୍ଲାରେ ବହୁଳ କ୍ଷତି ଯୋଗୁଁ ସରକାର ଏନଡିଆରଏଫ୍ ଟିମଙ୍କୁ ନିୟୋଜିତ କରାଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ଶିକ୍ଷା ବିଭାଗ ତରଫରୁ ରାଜ୍ୟର ସମସ୍ତ ସ୍କୁଲ, କଲେଜ ବନ୍ଦ ଘୋଷଣା କରାଯାଇଛି । ଏହା ସହିତ ୯ରୁ ୧୨ ନଭେମ୍ବର ଭିତରେ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ଲିଭୁନି ଗୋଷ୍ଠୀ ସଂଘର୍ଷର ନିଆଁ, ଗିରଫ ହେଲେ ଆହୁରି ୫ ଜଣ

ପୁରୀ: ପୁରୀ ଜିଲ୍ଲା ସାତପଡ଼ା ଅଞ୍ଚଳର ନାଥପୁରରେ ବୋମାମାଡ଼ ମାମଲା। ଲିଭୁନି ଗୋଷ୍ଠୀ ସଂଘର୍ଷର ନିଆଁ। ଏବେ ବି କୁହୁଳୁଛି ଲୋକଙ୍କ ମଧ୍ୟରେ ଆକ୍ରୋଶର ନିଆଁ। ସେପଟେ ୩୫ ମୌଜାର ଆଉ ୫ଜଣଙ୍କୁ ଗିରଫ କରିଛି ପୋଲିସ। ଏହାକୁ ମିଶାଇ ଗିରଫ ସଂଖ୍ୟା ୮କୁ ବୃଦ୍ଧି ପାଇଛି। ଏବେବି ଘଟଣାସ୍ଥଳରେ ସ୍ଥିତି ଉତ୍ତେଜନାରପୂର୍ଣ୍ଣ ଥିବାରୁ ୪ ପୋଲିସ ଅଫିସରଙ୍କ ସମେତ ୨ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି। ସରକାରୀ ଜମିରେ ଘର ନିର୍ମାଣକୁ ନେଇ ନାଥପୁରରେ ଗତ ରବିବାର ଉତ୍ତେଜନା ଦେଖାଦେଇଥିଲା।

୪୦ରୁ ଅଧିକ ଘରେ ନିଆଁ ଲଗାଇଦେଇଥିଲେ ବିରୋଧୀ ଗୋଷ୍ଠୀ। ଏହା ସହିତ ଗାଁରେ ହୋଇଥିଲା ତୁହାକୁ ତୁହା ବୋମାମାଡ। ନାଥପୁର ଗାଁର ଏକ ସରକାରୀ ଜମିକୁ ଜବରଦଖଲ କରି ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକ ଘର କରି ରହି ଆସୁଥିଲେ। ଯାହାକୁ ସାତପଡ଼ା ଅଞ୍ଚଳର ୩୫ ମଉଜା ବିରୋଧ କରି ଆସୁଥିଲେ। ବାରମ୍ବର ସେହି ସ୍ଥାନରରୁ ଘରକୁ ଉଠାଇବା ପାଇଁ କହିଥିଲେ। ଏନେଇ ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ ୩୫ ମଉଜା ଲୋକେ ବୈଠକ କରିବାକୁ ଡାକିଥିଲେ। ମାତ୍ର ବୈଠକକୁ ନଆସି ତାଙ୍କୁ ଡାକିବାକୁ ଯାଇଥିବା ଲୋକଙ୍କୁ ସେମାନେ ଆକ୍ରମଣ କରିଥିଲେ। ଯାହାକୁ ନେଇ ଏବେ ଗୋଷ୍ଠୀ କନ୍ଦଳ ବଢ଼ିବାରେ ଲାଗିଛି।

୨୫୦୦ ଟଙ୍କାରେ ଲଗାଇ ପାରିବେ ଇଲେକ୍ଟ୍ରିକ୍ ଭେଇକିଲ୍ ଚାର୍ଜର; ଜାଣନ୍ତୁ କିପରି…

ନୂଆଦିଲ୍ଲୀ: ୨୫୦୦ ଟଙ୍କାରେ ଲଗାଇପାରିବେ ଇଲେକ୍ଟ୍ରିକ୍ ଚାର୍ଜର । ଦୁଇ , ତିନି ଚକିଆ ଯାନ ସହିତ ହାଲୁକା ବୌଦ୍ୟୁତିକ ଯାନ ପାଇଁ ଦିଲ୍ଲୀ ସରକାର ମଲ୍, ଆପାର୍ଟମେଣ୍ଟ, ଡାକ୍ତରଖାନରେ ବ୍ୟକ୍ତିଗତ ସ୍ଥାନରେ ଚାର୍ଜରେ ଲଗାଇବା ପାଇଁ ମାତ୍ର ୨୫୦୦ ଟଙ୍କା ଦେବାକୁ ପଡ଼ିବ । ବର୍ତ୍ତମାନ ଯେ କୌଣସି ବ୍ୟକ୍ତି କେବଳ ୨୫୦୦ ଟଙ୍କାରେ ବ୍ୟକ୍ତିଗତ ଭାବରେ ଇଭି ଚାର୍ଜର ସଂସ୍ଥାପିତ କରିପାରିବେ । ଦିଲ୍ଲୀ ସରକାର ଚାର୍ଜିଂ ଷ୍ଟେସନ ପାଇଁ ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ୩୦ ହଜାର ଆବେଦନକାରୀଙ୍କୁ ୬ ହଜାର ଟଙ୍କା ସବସିଡ୍ ପ୍ରଦାନ କରୁଛନ୍ତି । ସିଭ୍ଗିଲ ଓ୍ବିଣ୍ଡୋ ସୁବିଧାକୁ ଉଦଘାଟନ କରି ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାଶ ଗେହେଲଟ ଯେ ଡିସକମ୍ କମ୍ପାନୀଗୁଡିକର ସହଯୋଗରେ ଏହି ପଦକ୍ଷେପ ନିଆଯାଇଛି । ଲୋକମାନେ ସଂପୃକ୍ତ ଡିସକମ୍ ପୋର୍ଟାଲ ପରିଦର୍ଶନ କରି କିମ୍ବା ହେଲ୍ପଲାଇନ ନମ୍ବରରେ କଲ୍ କରି ବ୍ୟକ୍ତିଗତ ଚାର୍ଜିଂ ଷ୍ଟେସନ ସଂସ୍ଥାପିତ କରିପାରିବେ । ଆବେଦନକାରୀମାନେ ପୋର୍ଟାଲ ପରିଦର୍ଶନ କରି ନିର୍ଭରଯୋଗ୍ୟ ଇଲେକ୍ଟ୍ରିକ୍ ଭେଇକିଲର ଚାର୍ଜର ଯାଞ୍ଚ କରିପାରିବେ । ସେମାନେ ଏହି ଚାର୍ଜରଗୁଡିକର ମୂଲ୍ୟ ମଧ୍ୟ ଦେଖିପାରିବେ । ଏହାକୁ ଆପଣ ଅନଲାଇନ କିମ୍ବା ଫୋନ କରି ବୁକିଂ କରିପାରିବେ । ଆବେଦନ କରିବାର ୭ ଦିନ ଭିତରେ ଇଭି ଚାର୍ଜର ସ୍ଥାପନ କରାଯିବ ବୋଲି ସେ କହିଛନ୍ତି । ଆବେଦନକାରୀମାନେ ଏକ ନୂତନ ବିଦ୍ୟୁତ ସଂଯୋଗ ଚୟନ କରିପାରିବେ କିମ୍ବା କମ୍ ଇଭି ଶୁକ୍ଳର ଲାଭ ପାଇବାକୁ ବିଦ୍ୟମାନ ସଂଯୋଗ ସହିତ ଜାରି ରଖିପାରିବେ ।

ଦିଲ୍ଲୀ ଡାଏଲୋଗ ଆଣ୍ଡ ଡେଭଲପମେଣ୍ଟ କମିଶନର ଉପାଧ୍ୟକ୍ଷ ଜସ୍ମିନ ଶାହା କହିଛନ୍ତି ଯେ ଭାରତରେ ପ୍ରଥମ ଥର ପାଇଁ ମଲ୍, ଅଫିସ୍, ଆବାସିକ ସୋସାଇଟି, କଲେଜରେ ଘରୋଇ ଚାର୍ଜର ସ୍ଥାପନ ପାଇଁ ସିଙ୍ଗଲ ଓ୍ବିଣ୍ଡୋର ସୁବିଧା କରାଯାଇଛି । ଏହି ଇଭି ଚାର୍ଜିଂ ପଏଣ୍ଟରେ ବ୍ୟବହୃତ ବିଜୁଳି ପାଇଁ ସରକାର ସ୍ଥିର କରିଥିବା ଶୁଳ୍କ ହାର ହେଉଛି ୟୁନିଟ୍ ପିଛା ୪.୫ ଟଙ୍କା ।

ଏହି ଇଭି ଚାର୍ଜର ମୂଲ୍ୟରେ ଚାର୍ଜର ସ୍ଥାପନ ମୂଲ୍ୟ ଏବଂ ୩ ବର୍ଷ ପାଇଁ ବାର୍ଷିକ ରକ୍ଷଣାବେକ୍ଷଣ ମୂଲ୍ୟ ଅନ୍ତର୍ଭୁକ୍ତ ହେବ । ଏହି ସବସିଡି ଚାର୍ଜର ମୂଲ୍ୟ ୭୦% ପର୍ଯ୍ୟନ୍ତ ହ୍ରାସ କରିବ ଏବଂ ହଜାର ହଜାର ଛୋଟ ଦୋକନ ମାଲିଙ୍କ ପାଇଁ ଅତିରିକ୍ତ ରାଜସ୍ବ ଉତ୍ପାଦନ ସୁଯୋଗ ପ୍ରଦାନ କରିବ । ଇଭି ଚାର୍ଜର ସଂସ୍ଥାପନ କରିବାକୁ ବହୁତ କମ୍ ସ୍ଥାନ ଆବଶ୍ୟକ ହେବ । LEV AC ପାଇଁ ଏକ ବର୍ଗଫୁଟ ଏବଂ AC 001 ପାଇଁ ଦୁଇ ବର୍ଗଫୁଟ ଆବଶ୍ୟକ । DC 001 ପାଇଁ ଦୁଇ ମିଟର  ଜମି ଓ ଦୁଇ ମିଟର ଉଚ୍ଚତ ଉପରେ ସ୍ଥାପନ କରାଯାଇପାରିବ । ଉଭୟ LEV AC ଚାର୍ଜର ଏବଂ AC 001 ଚାର୍ଜର କାନ୍ଥରେ ଲାଗିଛି । ଏହି ଦୁଇଟି ଚାର୍ଜର ସ୍ବତନ୍ତ୍ର ଭାବରେ ଦୁଇ ଚକିଆ ଯାନ ଏବଂ ତିନି ଚକିଆ ଯାନ ଚାର୍ଜ କରିବାକୁ ବ୍ୟବହୃତ ହୋଇପାରିବ । DC 001ର ବ୍ୟବହାର କରି ଫ୍ଲାଇଟ୍ ଅପରେଟରଙ୍କ ଦ୍ବାରା ଇ-କାର ମଧ୍ୟ ଚାର୍ଜିଂ କରିପାରିବେ ।