spot_img
Home Blog Page 4955

କରୋନା ଭ୍ୟାକ୍ସିନ କଲା କୋଟିପତି

ଆପଣ ଭ୍ୟାକ୍ସିନ ନେଇଛନ୍ତି କି ? ଭ୍ୟାକ୍ସିନ ନେବା ପରେ ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଛି କି ? ହୁଏତ ଆପଣଙ୍କ ଭାଗ୍ୟରେ ଏଭଳି ନ ହୋଇପାରେ । କିନ୍ତୁ ଆମେ ଆପଣଙ୍କୁ ଆଜି ଜଣେ ଏଭଳି ମହିଳାଙ୍କୁ ପରିଚିତ କରାଇବୁଯେ କି କରୋନା ଭ୍ୟାକ୍ସିନ ନେବା ପରେ ହୋଇଛନ୍ତି କୋଟିପତି । ଏହା ଶୁଣି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ ମାତ୍ର ଏହା ସମ୍ପୂର୍ଣ୍ଣ ସତ ।

କରୋନା ମହାମାରୀରୁ ବର୍ତ୍ତିବା ପାଇଁ ସାରା ଦେଶରେ ଭ୍ୟାକ୍ସିନେସନ ଅଭିଯାନ ଜାରି ରହିଛି । ଏହି ସମୟରେ ଜଣେ ଅଷ୍ଟ୍ରେଲିଆନ ମହିଳା ଭ୍ୟାକ୍ସିନ ନେବା ପାଇଁ ଅନଲାଇନ ସ୍ଲଟ୍ ବୁକ୍ କରିଥିଲେ । ଭ୍ୟାକ୍ସିନ ନେବା ପରେ ସେ ରାତାରାତି କୋଟିପତି ହୋଇଯାଇଥିଲେ । ଆସନ୍ତୁ ଜାଣିବା ସେହି କୋଟିପତି ମହିଳାଙ୍କ ବିଷୟରେ :-

ଆମେରିକାର ଡେଲି ମେଲ୍ ରିପୋର୍ଟ ଅନୁସାରେ ‘ମିଲିୟନ ଡଲାର ଭ୍ୟାକ୍ସ’ ତରଫରୁ ଭ୍ୟାକ୍ସିନ ଲଗାଇଲେ ପୁରସ୍କାର ରାଶି ରଖାଯାଇଥିଲା । ଏଥିରେ ପାଖାପାଖି ୩୦ ଲକ୍ଷ ଲୋକ ରେଜିଷ୍ଟ୍ରସନ କରିଥିଲେ । ଏମାନଙ୍କ ମଧ୍ୟରୁ ୨୫ ବର୍ଷୀୟ ମହିଳା ଜୋଆନ ଝୁ ନାମକ ମହିଳାଙ୍କର ଲଟେରୀ ଲାଗିଥିଲା । ଯେଉଁଥିରେ ତାଙ୍କୁ ୧ ମିଲିୟନ ଡଲାର ଅର୍ଥାତ୍ ଭାରତୀୟ ମୂଲ୍ୟରେ ୭.୨୮ କୋଟି ଟଙ୍କା ପୁରସ୍କାର ରାଶି ମିଳିଥିଲା ।

୩୦ ଲକ୍ଷ ଲୋକଙ୍କୁ ପଛରେ ପକାଇ ଭାଗ୍ୟଶାଳୀ ବିଜେତା ହୋଇଥିଲେ ଜୋଆନ ଝୁ । ମିଲିୟନ ଡଲାର ଭ୍ୟାକ୍ସ କହିଥିଲେ କି ଭ୍ୟାକ୍ସିନେସନ ପ୍ରକ୍ରିୟାକୁ ଆହୁରି ଦ୍ରୁତ କରିବାକୁ ଚେଷ୍ଟା କରି ସେମାନେ ଏଭଳି ପୁରସ୍କାର ରାଶି ରଖିଥିଲେ ।

ଭ୍ୟାକ୍ସିନ ବଦଳରେ ପୁରସ୍କାର :

ରିପୋର୍ଟ ଅନୁସାରେ ଦେଶରେ ଭ୍ୟାକ୍ସିନେସନ ପ୍ରକ୍ରିୟା ଆରମ୍ଭ ହେବାର ଅନେକ ମାସ ବିତିଯାଇଥିଲେ ମଧ୍ୟ ଭ୍ୟାକ୍ସିନ ଲଗାଇବାରେ ଲୋକଙ୍କର ଆଦୌ ଆଗ୍ରହ ନଥିଲା । ଏହି କାରଣରୁ ମିଲିୟନ ଡଲାର ଭ୍ୟାକ୍ସ ଲଟେରୀ ପୁରସ୍କାର ପାଇଁ ଚିନ୍ତା କଲେ । ଝୁ ଏହାର ବିଜେତା ହୋଇ ୧ ମିଲିୟନ ପାଇଥିବା ବେଳେ ଅନ୍ୟମାନଙ୍କୁ ମଧ୍ୟ ଉପହାର ଦିଆଯାଇଥିଲା ।

 

 

ପାକିସ୍ତାନ ଯାହାଙ୍କୁ ଖୋଜୁଛି ତାଙ୍କୁ ଭାରତ ଦେଲା ପଦ୍ମଶ୍ରୀ, ଜାଣନ୍ତୁ କ’ଣ ପାଇଁ ଇମ୍ରାନ ଆଣ୍ଡ୍ କୋ ଏହି ଛବିକୁ ଭୁଲିବାକୁ ଚାହିଁବ ..

0

ନୂଆଦିଲ୍ଲୀ: ବୁଧବାର ଦିନ ରାଷ୍ଟ୍ରପତି ଭବନରୁ ଏମିତି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହାକୁ ଯଦି ପାକିସ୍ତାନୀ ଶାସକ ଦେଖିଥିବେ ତେବେ ସେମାନଙ୍କ ନିଦ ହଜିଯାଇଥିବ । ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ବୁଧବାର ଦିନ ୧୯୭୧ ମସିହା ବଙ୍ଗଳାଦେଶ ମୁକ୍ତି ସଂଗ୍ରାମର ହିରୋ ଏବଂ ପାକିସ୍ତାନ ସେନାରେ କର୍ଣ୍ଣେଲ ଥିବା କାଜୀ ସଜ୍ଜାଦ ଅଲ୍ଲୀ ଜହିରଙ୍କୁ ପଦ୍ମଶ୍ରୀରେ ସମ୍ମାନିତ କରିଛନ୍ତି। ଯାହା ପାକିସ୍ତାନର ଘା’କୁ ପୁଣିଥରେ ଉଖୁରାଇ ଦେଇଛି। ୧୯୭୧ ଭାରତ-ପାକ୍ ଯୁଦ୍ଧକୁ ଭୁଲିବାକୁ ଚାହୁଁଥିବା ପାକିସ୍ତାନୀ ସେନା ଓ ଇମ୍ରାନଙ୍କ ସେଇ ଘା’ ପୁଣି ତାଜା ହୋଇଥିବ। କାରଣ ପାକିସ୍ତାନ ସେନାରେ ସେତେବେଳେ କର୍ଣ୍ଣେଲ ଥିବା ବାଂଲା ମୁକ୍ତିଯୁଦ୍ଧକୁ ସମର୍ଥନ କରି ପାକିସ୍ତାନୀ ସେନାର ଅନେକ ଗୁପ୍ତ ତଥ୍ୟ ଭାରତକୁ ହସ୍ତାନ୍ତର କରିଥିଲେ। କେବଳ ଏତିକି ନୁହେଁ, ସେ ବାଂଲାଦେଶର ମୁକ୍ତ ବାହିନୀଙ୍କ ହଜାର ହଜାର ଯୋଦ୍ଧାଙ୍କୁ ସାମରିକ ତାଲିମ ମଧ୍ୟ ଦେଇଥିଲେ। କ୍ଷୁବ୍ଧ ପାକିସ୍ତାନ ସେତେବେଳ ତାଙ୍କ ନାଁରେ ମୃତ୍ୟୁ ୱାରେଣ୍ଟ ଜାରି କରିଥିଲା। କିନ୍ତୁ କାଜିଙ୍କୁ ପାକ୍ ସେନା କେବେ ମଧ୍ୟ ଧରି ପାରିନଥିଲା । ପାକିସ୍ତାନୀ ସେନାକୁ ଚକମା ଦେଇ ସେ ଭାରତ ପଳାଇ ଆସିଥିଲେ । ଆଉ ସେବେଠାରୁ ପାକିସ୍ତାନ ତାଙ୍କୁ ଖୋଜୁଛି । ସିଏ ପାଲଟି ଯାଇଛନ୍ତି ପାକିସ୍ତାନର ମୋଷ୍ଟ ୱାଣ୍ଟେଡ୍ ।

କାଜୀ ସାଜଜାଦ ଅଲି ଜହିର ଭାରତକୁ ପଳାୟନ କରିବା ପରେ ସେତେବେଳର ଇଷ୍ଟ ପାକିସ୍ତାନରେ ଥିବା ତାଙ୍କ ଘରକୁ ପାକିସ୍ତାନୀ ସେନା ଜାଳି ଦେଇଥିଲା । ତାଙ୍କ ମା ଏବଂ ଭଉଣୀଙ୍କୁ ମଧ୍ୟ ପାକିସ୍ତାନୀ ସେନା ଟାର୍ଗେଟ ମଧ୍ୟ କରିଥିଲେ, କିନ୍ତୁ ସେ ଦୁହେଁ ସୁରକ୍ଷିତ ସ୍ଥାନକୁ ପଳାଇଥିଲେ । ୧୯୬୯ ଶେଷରେ କର୍ଣ୍ଣେଲ ଜହିର ପାକିସ୍ତାନୀ ସେନାରେ ଯୋଗ ଦେଇଥିଲେ । ସେତେବେଳେ ବାଂଲାଦେଶ ମଧ୍ୟ ପାକିସ୍ତାନ ଦ୍ୱାରା ଶାସିତ ହେଉଥିଲା। ପାକିସ୍ତାନୀ ସେନାର ଆର୍ଟିଲିରି କର୍ପସ (ଆର୍ଟିଲିରି)ରେ ଯୋଗ ଦେଇଥିବା ଜହିରଙ୍କୁ ତାଲିମ ପାଇଁ ପାକିସ୍ତାନର ବିଭିନ୍ନ ସ୍ଥାନକୁ ପଠାଯାଇଥିଲା।

ପାକିସ୍ତାନୀ ସେନାର ୧୪ ପାରା ବ୍ରିଗେଡ୍ ସ୍ପେଶାଲ୍ ଫୋର୍ସରେ କର୍ଣ୍ଣେଲ ଜାହିରଙ୍କୁ ପାକିସ୍ତାନର ସ୍ପେଶାଲ୍ ଫୋର୍ସରେ ଅନ୍ତର୍ଭୁକ୍ତ କରାଯାଇଥିଲା । ତାଙ୍କର ପ୍ରଶିକ୍ଷଣ ମଧ୍ୟ ପାକିସ୍ତାନର ସାଧାରଣ ସେନାର ସୈନିକଙ୍କଠାରୁ ବହୁତ ଭିନ୍ନ ଥିଲା ।ଇଏ ସେଇ ସମୟ ଥିଲା ଯେତେବେଳେ ଭାଷାକୁ ନେଇ ପଶ୍ଚିମ ଓ ପୂର୍ବ ପାକିସ୍ତାନ ମୁହାଁମୁହିଁ ହେଉଥିଲେ। ପାକିସ୍ତାନୀ ସେନା ପୂର୍ବ ପାକିସ୍ତାନ ବା ଏବର ବାଂଲାଦେଶ ର ସୈନିକ ଓ ଅଫିସରଙ୍କୁ ସନ୍ଦେହ କରୁଥିଲା । ସେମାନଙ୍କ ଉପରେ ନଜର ରଖୁଥିଲା । କାରଣ ପାକିସ୍ତାନୀ ସେନାର ଆଶଙ୍କା ଥିଲା ବଙ୍ଗାଳୀ ଅଫିସର ବିଦ୍ରୋହ କରି ପାରନ୍ତି।

ପାକିସ୍ତାନୀ ସେନାର ବଙ୍ଗାଳୀ ଅଧିକାରୀଙ୍କ ଉପରେ ଆଇଏସଆଇ ଏବଂ ଆଭ୍ୟନ୍ତରୀଣ ଗୁପ୍ତଚର ବିଭାଗ ନଜର ରଖିଥିଲା । ସନ୍ଦେହ ଏତେ ଅଧିକ ଥିଲା ଯେ, ଅଧିକାଂଶ ବାଂଲାଦେଶୀ ସୈନିକ ଏବଂ ଅଧିକାରୀଙ୍କୁ ଗ୍ରାଉଣ୍ଡ ଡ୍ୟୁଟିରୁ ହଟାଇ ଦିଆଯାଇଥିଲା ।ଦୁଇ ଜଣ ବଙ୍ଗାଳୀ ସେନା ଅଧିକାରୀଙ୍କ ଏକାଠି ମିଶିବା ବାରଣ ଥିଲା । ସେମାନେ ଏକାଠି ଡ୍ୟୁଟି ମଧ୍ୟ କରିପାରୁନଥିଲେ । ଏହା ସତ୍ତ୍ବେ ଏହି ଅନେକ ବଙ୍ଗାଳୀ ସୈନିକ ଓ ଅଧିକାରୀ ପାକ୍ ସେନା ବିରୋଧରେ ଫୁଙ୍କିଥିଲେ ବିଦ୍ରୋହର ବିଗୁଲ । ଯେଉଁମାନଙ୍କ ମଧ୍ୟରେ ଥିଲେ କର୍ଣ୍ଣେଲ ଜାହିର ।

ଜାମ୍ମୁ କାଶ୍ମୀର ସୀମା ଦେଇ ଜାହିର ଭାରତ ମଧ୍ୟକୁ ପ୍ରବେଶ କରିଥିଲେ । ସେହି ସମୟରେ ତାଙ୍କ ପାଖରେ ୨୦ ଟଙ୍କା ଓ କେବଳ ପିନ୍ଧିଥିବା ଡ୍ରେସ ଥିଲା । କିନ୍ତୁ ସେ ପାକିସ୍ତାନରୁ ଆସିଥିବା ସମୟରେ ପାକିସ୍ତାନ ସୀମାକୁ ନେଇଥିବା କିଛି ଗୁରୁତ୍ବପୂର୍ଣ୍ଣ କାଗଜ ପତ୍ର ଲୁଚେଇକି ସାଙ୍ଗରେ ଆଣିଥିଲେ ଏବଂ ସେ ସବୁ କାଗଜ ପତ୍ରକୁ ଭାରତୀୟ ସେନାକୁ ହସ୍ତାନ୍ତର କରିଥିଲେ । ଭାରତ କର୍ଣ୍ଣେଲ ଜାହିରଙ୍କୁ ପୂର୍ଣ୍ଣ ସମ୍ମାନ ଦେଇଥିଲା ଏବଂ ତାଙ୍କୁ ବାଂଲାଦେଶର ମୁକ୍ତି ବାହିନୀ ଯୋଦ୍ଧାମାନଙ୍କୁ ତାଲିମ ଦେବା ଦାୟିତ୍ୱ ଦେଇଥିଲା | ଜହିର ହଜାର ହଜାର ବାଂଲାଦେଶୀ ନାଗରିକଙ୍କୁ ସାମରିକ ତାଲିମ ଦେଇଥିଲେ। ତାଙ୍କ ତତ୍ତ୍ବାବଧାନରେ ଭାରତୀୟ ସେନାକୁ ଦିଆଯାଇଥିବା ତୋପ ସହିତ ସିଲହେଟ ନିକଟରେ ଏକ ଫ୍ରଣ୍ଟ ମଧ୍ୟ ସ୍ଥାପନ କରାଯାଇଥିଲା।

ବ୍ୟାଙ୍କ ଲୁଟିବାକୁ ଯାଇ ପୋଲିସ ପୁଅ ଗିରଫ

ରାଉରକେଲା: ବାପା ପୋଲିସ, ପୁଅ ଲୁଟେରା ! ସୁନ୍ଦରଗଡ଼ ଏକ୍ସିସ୍ ବ୍ୟାଙ୍କରୁ ୧୫ ଲକ୍ଷ ଲୁଟ୍ ଘଟଣାରେ ପୋଲିସକୁ ସଫଳତା ମିଳିଛି । ଲୁଟର କିଛି ସମୟ ମଧ୍ୟରେ ସମସ୍ତ ଟଙ୍କା ଜବତ କରିଛି ପୋଲିସ । ବ୍ୟାଙ୍କ ଲୁଟ୍ କରିଥିବା ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ସୂଚନା ଅନୁସାରେ, ଗିରଫ ଲୁଟେରା ଜଣଙ୍କ ଜଣେ ଏଏସ୍ଆଇଙ୍କ ପୁଅ । ଅଭିଯୁକ୍ତ ବାପାଙ୍କ ବନ୍ଧୁକ ଦେଖାଇ ବ୍ୟାଙ୍କରୁ ୧୫ ଲକ୍ଷ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି ।

Sundergarh AXIS Bank Loot Case, Police Arrested ASI Son

ଏକ୍ସିସ୍ ବ୍ୟାଙ୍କରୁ ଲୁଟ୍ ସୂଚନା ପାଇ ପୋଲିସ ତତକ୍ଷଣାତ୍ ପହଞ୍ଚି ଥିଲା । ଅଭିଯୁକ୍ତ ଲୁଟେରା ପୋଲିସ ଉପରକୁ ପ୍ରଥମେ ଫାୟାରିଂ କରି ଖସିବାକୁ ଉଦ୍ୟମ କରିଥିଲା । ପୋଲିସର ପାଲଟା ଗୁଳିରେ ଅଭିଯୁକ୍ତ ଆହାତ ହୋଇଛି । ଅଭିଯୁକ୍ତକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଅଭିଯୁକ୍ତ ବାପାଙ୍କ ସର୍ଭିସ୍ ରିଭରବଲ୍ ଲୁଟରେ ବ୍ୟବହାର କରିଥିବା ଅଭିଯୋଗ ହେଉଛି । ଏନେଇ ତଦନ୍ତ କରାଯାଉଥିବା ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଏସପି ସାଗରିକା ନାଥ ।

ଏଥର ବି କରୋନା ପାଇଁ କଟକର ଐତିହାସିକ ବାଲିଯାତ୍ରା ବନ୍ଦ

କଟକ: କମ୍ପିବନି ମହାନଦୀ କୂଳ, ସନ୍ଧ୍ୟା ହେଲେ ବଢ଼ିବନି ଭିଡ଼ । ଗତବର୍ଷ ପରି ଚଳିତବର୍ଷ ମଧ୍ୟ କଟକର ଐତିହାସିକ ବାଲିଯାତ୍ରା ଉପରେ ରୋକ୍ ଲଗାଇଛି ପ୍ରଶାସନ । ଏବର୍ଷ ବି ହେବନି କଟକର ଐତିହାସିକ ବାଲିଯାତ୍ରା । ଜିଲ୍ଲା ସଂସ୍କୃତି ବିଭାଗ ଏହି ନିଷ୍ପତ୍ତି ନେଇଛି । କୋଭିଡ୍ କଟକଣାକୁ ଆଖିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି ।

No Bali Jatra In Cuttack This Year For Covid19

ରାଜ୍ୟର ସର୍ବବୃହତ ଯାତ୍ରା ହେଉଛି ବାଲିଯାତ୍ରା । କାର୍ତ୍ତିକ ପୂର୍ଣ୍ଣମୀରୁ ଆରମ୍ଭ ହେଉଥିବା ଏହି ଯାତ୍ରାରେ ୨ହଜାରରୁ ଅଧିକ ଛୋଟ ବଡ଼ ବ୍ୟବସାୟୀ ସାମିଲ୍ ହୋଇଥାନ୍ତି । ପ୍ରତିଦିନ କୋଟି କୋଟି ଟଙ୍କାର ବ୍ୟବସାୟ ହୋଇଥାଏ । ରାଜ୍ୟରେ କରୋନା ସଂକ୍ରମଣ ମାମଲା ହ୍ରାସ ପାଇଥିବା ବେଳେ ଅଧିକ ଜନସମାଗମ ହେଲେ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କାରେ ଏହି ନିଷ୍ପତ୍ତି ନିଆଯାଇଛି । ଗତବର୍ଷ ମଧ୍ୟ କରୋନା କଟକଣା ପାଇଁ ବାଲିଯାତ୍ରା ଆୟୋଜନ ହୋଇ ନଥିଲା ।

ଭିଜିଲାନ୍ସ ଖୋଲିଲା ପ୍ରତାପଙ୍କ ପାପ ଅର୍ଜିତ ସମ୍ପତ୍ତି ପେଢ଼ି: ଏଯାଏଁ ମିଳିଲାଣି ୧୬ କୋଟିର ସମ୍ପତ୍ତି, ଆହୁରି ଅଛି..

ଭୁବନେଶ୍ୱର/ଭଦ୍ରକ: ଭିଜିଲାନ୍ସ ହାତରେ ଆଉ ଜଣେ କୁବେର ଅଧିକାରୀ । ଓଡ଼ିଶା ଷ୍ଟେଟ୍ ପୋଲିସ ହାଉସିଂ କର୍ପୋରେସନ୍ ଆଣ୍ଡ ଓ୍ୱେଲଫେୟାର (OPHWC)ର ଡେପୁଟୀ ମ୍ୟାନେଜର ପ୍ରତାପ ଏବେ ଭିଜିଲାନ୍ସ ଜାଲରେ  । ୨୫ଟି ସ୍ଥାନରେ ଭିଜିଲାନ୍ସ ରେଡ୍ ଖୋଲିଛି ପ୍ରତାପଙ୍କ ପାପ ଅର୍ଜିତ ସମ୍ପତ୍ତି ପେଢ଼ି ।ସମ୍ପତ୍ତି ଏତେ ଯେ ଏ ଯାଏଁ ସରିନି ହିସାବ । ତେବେ ଏଯାବତ୍ ମିଳିଥିବା ସମ୍ପତ୍ତି ତାଲିକା ମଧ୍ୟରେ ରହିଛି ଭଦ୍ରକ ବାସୁଦେବପୁରର ୫ଟି ପ୍ଲଟ୍ ଓ ଗୋଟିଏ ୪ମହଲା ବିଲଡିଂ, ଖୋର୍ଦ୍ଧା ଓ ଭୁବନେଶ୍ବରରେ ୧୭ଟି ପ୍ଲଟ୍ ଓ ୨ ବିଲଡିଂ ରହିଛି ପ୍ରତାପଙ୍କ ନାଁରେ । ପ୍ରତାପଙ୍କ ନାଁରେ ୧୦ ଓ ପତ୍ନୀ ସସ୍ମିତା ସାମଲଙ୍କ ନାଁରେ ରହିଛି ୧୫ଟି ପ୍ଲଟ୍ ।

ପତ୍ନୀ ସସ୍ମିତା ସାମଲଙ୍କ ନାଁରେ ଥିବା ଗୋଠପାଟଣା ସ୍ଥିତ ଘରେ ଚଢାଉ ହୋଇଛି । ୨୦ହଜାର ୩୫୦ ବର୍ଗଫୁଟ୍‌ରେ ୫ମହଲା ପ୍ରାସାଦ ତିଆରି ହୋଇଛି । ବିଲଡିଂର ମୂଲ୍ୟ ୩ କୋଟି ୮୯ଲକ୍ଷ ୬୦ହଜାର ହେବ । ଏବେ ସୁଦ୍ଧା ୧୧ଟି ବ୍ୟାଙ୍କ ଆକାଉଣ୍ଟ, ୩୮ ଲକ୍ଷ ୧୨ ହାଜର ୯ଶହରୁ ଅଧିକ ଟଙ୍କା, ଅଧ କିଲୋ ସୁନା, ଦାମୀ ଗାଡି ମଧ୍ୟ ଠାବ କରିଛି ଭିଜିଲାନ୍ସ ।

ତେବେ ୧୧ଟି ବ୍ୟାଙ୍କ ଆକାଉଣ୍ଟରେ ବାଲାନ୍ସ ଖୋଲତାଡ଼ ଜାରି ରଖିଛି ଭିଜିଲାନ୍ସ । ଏଯାବତ୍ ମୋଟ ୧୬ କୋଟି ଟଙ୍କାର ସମ୍ପତ୍ତି ଠାବ ହେଲାଣି । ପ୍ରତାପଙ୍କ ପରିବାର ନାଁରେ ଲକ୍ଷାଧିକ ଟଙ୍କାର ଫିକ୍ସ ଡିପୋଜିଟ ମଧ୍ୟ ରହିଛି । ଆଡିସନାଲ ଏସ୍ପିଙ୍କ ନେତୃତ୍ୱରେ ୫ ଡିଏସ୍‌ପି କରୁଛନ୍ତି ଚଢ଼ାଉ । ୧୯୮୮ ମସିହାରେ ଚାକିରିରେ ଯୋଗ ଦେଇଥିଲେ ପ୍ରତାପ ।

ଏଥିସହିତ ପଢ଼ନ୍ତୁ: ‘ଆମ ଝିଅକୁ ତା ଶାଶୁଘର ଲୋକେ ଯୌତୁକ ପାଇଁ ମାରିଦେଲେ’

 

 

ପଞ୍ଚାୟତ ନିର୍ବାଚନ: ଆଶାୟୀଙ୍କ ଲବି, ଛକାପଞ୍ଝା ଭିତରେ ବିନ୍ଧିଲାଣି ନେତାଙ୍କ ମୁଣ୍ଡ

ଭୁବନେଶ୍ୱର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ପଞ୍ଚାୟତ ଭୋଟ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ଜାରି ହୋଇଛି। ରାଜ୍ୟ ରାଜନୀତି ଏବେ ଚଳଚଞ୍ଚଳ। ଗାଁ ଗଣ୍ଡାରେ ରାଜନୈତିକ ପାଣିପାଗ ବେଶ୍ ତତଲା ହୋଇଛି। ଆଶାୟୀ ପ୍ରାର୍ଥୀମାନେ ଦଳୀୟ ସମର୍ଥନ ପାଇଁ ଉଦ୍ୟମକୁ ଜୋରଦାର କରିଛନ୍ତି। ଅବଶ୍ୟ କେବଳ ଜିଲ୍ଲା ପରିଷଦ ସଭ୍ୟଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ପଦବି ପାଇଁ ଦଳୀୟ ଚିହ୍ନ ମିଳିବ ନାହିଁ। ମାତ୍ର ଚିହ୍ନ ନମିଳିଲେ ବି ଦଳର ସମର୍ଥନ ପାଇବାକୁ ପ୍ରାର୍ଥୀମାନଙ୍କ ମଧ୍ୟରେ ଆରମ୍ଭ ହୋଇଛି ଲବି ରାଜନୀତି।

ନିଜ ଅଞ୍ଚଳର ବିଧାୟକ, ପ୍ରଭାବଶାଳୀ ନେତାଙ୍କ ସମର୍ଥନ ହାତେଇବାକୁ ଇଛୁକ ପ୍ରାର୍ଥୀମାନେ ଲବି ରାଜନୀତିକୁ ଜୋରଦାର କରିଛନ୍ତି। ଶାସକ ବିଜେଡି ସହ ବିଜେପି ଓ କଂଗ୍ରେସରୁ ଟିକଟ ପାଇବାକୁ ଏବେ ଆରମ୍ଭ ହୋଇଯାଇଛି ଛକାପଞ୍ଝା। ନିଜ ସମର୍ଥକଙ୍କୁ ଧରି ଆଶାୟୀମାନେ ମେଳି ବାନ୍ଧିଲେଣି। ବିଧାୟକ ଓ ମନ୍ତ୍ରୀଙ୍କ ନିକଟରେ ଚକ୍କର କାଟିଲେଣି। ସେହିଭଳି ବିଜେପି ଓ କଂଗ୍ରେସ ନେତାଙ୍କ ଆଶୀର୍ବାଽରେ ଟିକଟ ହାତେଇବାକୁ ଆଶାୟୀ କମର କଷିଛନ୍ତି।

ଆଶାୟୀଙ୍କ ସଂଖ୍ୟା ଯେତିକି ବଢ଼ି ବଢ଼ି ଚାଲିଛି। ସ୍ଥାନୀୟ ନେତାମାନେ ଏବେ ସେତିକି ଟେନ୍ସନରେ। ମୁଣ୍ଡବ୍ୟଥା ଆରମ୍ଭ ହେଲାଣି। କାହାକୁ ସମର୍ଥନ ଦେବେ? ଅନ୍ୟ ଆଶାୟୀ ଯଦି ବିଦ୍ରୋହୀ ଭାବେ ଛିଡ଼ା ହୋଇ ବାଜି ମାରିନେଲେ କ’ଣ ହେବ ରଣକୌଶଳ? ବ୍ଲକ ଅଧ୍ୟକ୍ଷ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦକୁ ଆଖିରେ ରଖି ଜିଲ୍ଲାସ୍ତରୀୟ ନେତାମାନେ ଗୋଟି ଚାଳନା ଆରମ୍ଭ କରିଛନ୍ତି।

ରାଜ୍ୟ ନିର୍ବାଚନ କମିଶନଙ୍କ ସୂତ୍ର କହୁଛି, ଆସନ୍ତା ଫେବ୍ରୁଆରୀ ୧୨ରୁ ଅନୁଷ୍ଠିତ ହେବ ତୃଣମୂଳସ୍ତରର ରାଜନୀତି ମହାପର୍ବ ପଞ୍ଚାୟତ ଭୋଟ। ଏ ଭୋଟ୍ ଓଡ଼ିଶାକୁ ଆଖିରେ ରଖି ଆଶାୟୀମାନେ ପ୍ରାୟ ବର୍ଷକ ତଳୁ ବେଶ କସରତ ଆରମ୍ଭ କରିଛନ୍ତି। ବିଧିବଦ୍ଧ ଭାବେ ରାଜନୀତିର ଏ ପ୍ରଥମ ପାହାଚ ଚଢ଼ିବାକୁ ଆଶାୟୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ। ମାତ୍ର ଏ ରାଜନୈତିକ କ୍ୟାରିୟର ଗଢ଼ିବାକୁ ସଂରକ୍ଷଣ ତାଲିକା ବେଶ ଗୁରୁତପୂର୍ଣ୍ଣ। ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବହୁ ଆଶାୟୀ ଉତ୍ସାହିତ ଥିଲା ବେଳେ ଅନେକ ନିରାଶ ଏବଂ ଅସନ୍ତୋଷ ଜୋର୍ ଧରିଛି। ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପରେ ଦଳୀୟ ସମର୍ଥନ ପାଇଁ ଏବେ ଆଶାୟୀମାନେ ନିଜ ଅଞ୍ଚଳର ଦଳୀୟ ନେତାଙ୍କ ଘରେ ଡେରା ପକାଇଛନ୍ତି।

ରାଜ୍ୟରେ ୬୭୯୮ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟ ସହ ୮୫୩ ଜିଲ୍ଲା ପରିଷଦ ଜୋନ୍ ପାଇଁ ଭୋଟ ହେବ। ସେହିଭଳି ୯୨ ହଜାର ୱାର୍ଡମେମ୍ବର ସହ ୩୧୪ ବ୍ଲକ ଅଧକ୍ଷ ଏବଂ ୩୦ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବି ପାଇଁ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ। ଏ ସବୁ ପଦବିରେ ଲଢ଼ିବାକୁ ସଂରକ୍ଷଣ ତାଲିକା ଜାରି ହେବା ପରେ ନିର୍ବାଚନ କମିଶନର ଭୋଟର ତାଲିକା ଚୂଡ଼ାନ୍ତ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଡିସେମ୍ବର ୪ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା। ପଞ୍ଚାୟତ ଭୋଟକୁ ନେଇ ରାଜ୍ୟର ରାଜନୈତିକ ପାଣିପାଗ ଉଷ୍ମ ଧରିଛି।

ପ୍ରାର୍ଥୀ ଚୟନ ପାଇଁ ଢେର ସମୟ ଥିଲା ବେଳେ ଏବେଠାରୁ କିନ୍ତୁ ଛକି-ଶୂନ ଖେଳ ଆରମ୍ଭ ହୋଇଛି। ଆଶାୟୀଙ୍କ ମଧ୍ୟରୁ କିଏ ସେ ଅଙ୍କ ଛିଣ୍ଡୁନି। ଜଣେ ସୁପାରିଶ କଲା ବେଳକୁ ଆଉ ଜଣେ ବିରୋଧ କରୁଛି। କିଏ ଲବି ଜୋରଦାର କଲାଣି ତ, ଆଉ କିଏ ଲୋକବଳ ଦେଖାଇଲାଣି। ଏପରିକି ଟିକଟ ନପାଇଲେ ଆଉ କିଏ ଦଳତ୍ୟାଗ କରିବାକୁ ନାଲିଆଖି ମଧ୍ୟ ଦେଖାଉଛନ୍ତି। ଲାଗି ରହିଛି ଛକାପଞ୍ଝା।

 

ମାଳ ମାଳ ଆଶାୟୀ ପ୍ରାର୍ଥୀଙ୍କୁ ନେଇ ନେତାଙ୍କ ମୁଣ୍ଡ ଘୂରିଲାଣି। ସରପଞ୍ଚ ଓ ସମିତି ସଭ୍ୟ ପାଇଁ ଦଳୀୟ ଚିହ୍ନ ନଥିଲେ ମଧ୍ୟ ଶାସକ ବିଜେଡି ସହ ବିରୋଧୀ ବିଜେପି ଓ କଂଗ୍ରେସ ଭିତିିରଆ ସମର୍ଥନ ଦେବେ। ତେଣୁ ଆଶାୟୀମାନେ ଗୋଟିଏ କ୍ୟାମ୍ପରୁ ନିରାଶ ହେଲେ ଅନ୍ୟ କ୍ୟାମ୍ପକୁ ଯିବାକୁ ଗୋଡ଼ ଟେକିଲେଣି। ତ୍ରିସ୍ତରୀୟ ପଞ୍ଚାୟତ ଭୋଟ୍ ପୂର୍ବରୁ ପ୍ରାର୍ଥୀ ଚୟନର ଝାମେଲା ନେତାଙ୍କ ରକ୍ତଚାପ ବଢ଼ାଇଛି।

ଆଶାୟୀ ପ୍ରାର୍ଥୀଙ୍କ ସହ ଦଳୀୟ ନେତାମାନେ ଘନ ଘନ ବୈଠକ କରୁଛନ୍ତି। ପାର୍ଥୀଙ୍କ ବିଜୟର ସମ୍ଭାବନାକୁ ଆକଳନ କରୁଛନ୍ତି। ୨୦୨୪ ସାଧାରଣ ନିର୍ବାଚନର ଫାଇନାଲ୍ ପୂର୍ବରୁ ଆସନ୍ତା ପଞ୍ଚାୟତ ଭୋଟ୍ ସେମିଫାଇନାଲ୍ ହୋଇଥିବାରୁ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଚୟନକୁ ସର୍ବାଧକ ଗୁରୁତ୍ୱ ଦେଉଛନ୍ତି। ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ତିନି ଦଳ ଫୋକସ୍ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆଶାୟୀମାନେ କେହି କାହାକୁ ବାଟ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି। କଳି କେମିତି ତୁଟାଇବେ ତାହା ଏବେ ନେତାଙ୍କ ପାଇଁ ପ୍ରଚଣ୍ଡ ଆହ୍ୱାନ ଛିଡ଼ା କରାଇଛି।

ଭାରତୀୟ କ୍ରିକେଟରେ ରବି ଶାସ୍ତ୍ରୀଙ୍କ ଯୁଗ ଶେଷ; ଏବେ ଦ୍ରାବିଡଙ୍କ ପାଇଁ ଅଗ୍ନି ପରୀକ୍ଷା

ଦୁବାଇ: ଚଳିତ ଟି-୨୦ ବିଶ୍ବକପରୁ ଟିମ୍ ଇଣ୍ଡିଆର ଅଭିଯାନ ଶେଷ ହୋଇଛି । ଟି-୨୦ ବିଶ୍ବକପରୁ ଅଭିଯାନ ଶେଷ ହେବା ସହ ଭାରତୀୟ କ୍ରିକେଟରେ ଏକ ନୂଆ ଯୁଗ ଆରମ୍ଭ ହେବାକୁ ଯାଉଛି । ଚଳିତ ଟି-୨୦ ବିଶ୍ବକପରେ ମୁଖ୍ୟ କୋଚଙ୍କ ସହ ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଛି । ରବି ଶାସ୍ତ୍ରୀଙ୍କ ପରେ ଭାରତୀୟ ଦଳରେ ମୁଖ୍ୟ କୋଚର ଭୂମିକା ତୁଲାଇବେ ଭାରତୀୟ କ୍ରିକେଟର ଓ୍ବାଲ ରାହୁଲ ଦ୍ରାବିଡ । ଚଳିତ ବିଶ୍ବକପ ଶେଷ ହେବାର କିଛି ଦିନ ପରେ ହିଁ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତରେ ଖେଳିବ ଟିମ୍ ଇଣ୍ଡିଆ । ନ୍ୟୁଜିଲାଣ୍ଡ ସିରିଜ ସହ ମୁଖ୍ୟ କୋଚ ଭାବରେ ରାହୁଲ ଦ୍ରାବିଡ ନିଜର କାର୍ଯ୍ୟଭାର ଆରମ୍ଭ କରିବେ ।

ଯଦି ରବି ଶାସ୍ତ୍ରୀଙ୍କ କାର୍ଯ୍ୟକାଳ କଥା କହିବା ତାହାଲେ ରବି ଶାସ୍ତ୍ରୀ ପ୍ରଥମ ଥର ପାଇଁ ୨୦୧୪ ମସିହାରେ ଟିମ୍ ଇଣ୍ଡିଆର ଡାଇରେକ୍ଟର ଭାବରେ ନିଯୁକ୍ତି ହୋଇଥିଲେ । ଏହି ସମୟରେ ତାଙ୍କ କାର୍ଯ୍ୟକାଳ ୨୦୧୬ ଟି-୨୦ ବିଶ୍ବକପ ପର୍ଯ୍ୟନ୍ତ ରହିଥିଲା । ଏହା ପରେ ଭାରତୀୟ ଦଳର ମୁଖ୍ୟକୋଚ ଭାବରେ ଦାୟିତ୍ବ ତୁଲାଇଥିଲେ ଅନିଲ କୁମ୍ଭଲେ । କିନ୍ତୁ ୨୦୧୭ ଚମ୍ପିଆନ୍ସ ଟ୍ରଫି ଫାଇନାଲରେ ପାକିସ୍ତାନଠାରୁ ପରାଜୟ ବରଣ ପରେ ରବି ଶାସ୍ତ୍ରୀଙ୍କୁ ଫୁଲ ଟାଇମ୍ କୋଚ ଭାବରେ ନିଯୁକ୍ତି ଦିଆଯାଇଥିଲା । ତେବେ ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ମଧ୍ୟରେ ଭାରତ ଅଷ୍ଟ୍ରେଲିଆରେ ଦୁଇଟି ଟେଷ୍ଟ ସିରିଜରେ କବ୍ଜା କରିଥିଲା । ସେହି ପରି ଭାରତ ଶାସ୍ତ୍ରୀଙ୍କ ସମୟରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ପହଞ୍ଚାଇଥିଲେ । କିନ୍ତୁ ଟ୍ରଫି ଜିତିବାରେ ସଫଳ ହୋଇନଥିଲେ । ଶାସ୍ତ୍ରୀଙ୍କ କାର୍ଯ୍ୟକାଳ ଭିତରେ ଭାରତ ଗୋଟିଏ ବି ଆଇସିସି ଟ୍ରଫି ନିଜ ନାମରେ କରିବାରେ ସଫଳ ହୋଇନଥିଲେ ।

ଶାସ୍ତ୍ରୀଙ୍କ ପାଇଁ ଶେଷ ସୁଯୋଗ ଥିଲା ଟି-୨୦ ବିଶ୍ବକପ । କିନ୍ତୁ ଚଳିତ ବିଶ୍ବକପରେ ନୈରାଶଜନକ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ପ୍ରଥମ ଦୁଇଟି ମ୍ୟାଚରେ ଶୋଚନୀୟ ପରାଜୟ ଶାସ୍ତ୍ରୀଙ୍କ ସ୍ବପ୍ନକୁ ଚୁରମାର ହୋଇଯାଇଥିଲା । ଯଦି ରବି ଶାସ୍ତ୍ରୀ ଓ ବିରାଟ କୋହଲିଙ୍କ ସଫଳତା ବିଷୟରେ କଥା ହେବା ତାହାଲେ ଏହି ଯୋଡି ପ୍ରାୟ ସାତ ବର୍ଷ ଭାରତୀୟ କ୍ରିକେଟରେ ରାଜ୍ କରିଥିଲେ । ଏହି ଦୁଇ ଯୋଡିଙ୍କ ଦ୍ବାରା ଭାରତ ୨୦୧୮-୧୯ ଭାରତ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆ ମାଟିରେ ପରାସ୍ତ କରିଥିଲା । ଏଥିସହ ଭାରତ ଏସିଆର ପ୍ରଥମ ଟିମ୍ ଭାବରେ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆରେ ପରାସ୍ତ କରିଥିଲା । ୨୦୧୮-୧୯ ପରେ ପୁଣି ଥରେ ୨୦୨୦-୨୧ରେ ଭାରତ ଦ୍ବିତୀୟ ଥର ପାଇଁ ଅଷ୍ଟ୍ରେଲିଆକୁ ତାଙ୍କ ମାଟିରେ ପରାସ୍ତ କରିଥିଲା । ବିଶ୍ବ ଟେଷ୍ଟ ଚମ୍ପିଆନସିପରେ ଏହି ଦୁଇ ଯୋଡିଙ୍କ ଦ୍ବାରା ଭାରତ ଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା । ସେହିପରି ଭାବରେ ୨୦୧୯ ଦିନିକିଆ ବିଶ୍ବକପରେ ଏହି ଦୁଇ ଯୋଡି ଭାରତକୁ ସେମିଫାଇନାଲ ପର୍ଯ୍ୟନ୍ତ ନେଇଥିଲେ । କୋଚ୍ ରବି ଶାସ୍ତ୍ରୀ ଓ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ବରେ ଭାରତ ୪୨ ମାସ ପର୍ଯ୍ୟନ୍ତ ଟେଷ୍ଟରେ ନମ୍ବର-୧ ଟିମ୍ ଭାବରେ ରହିଥିଲା ।

ତେବେ ଏବେ ରବି ଶାସ୍ତ୍ରୀ ଗତକାଲି ଶେଷ ପ୍ରେସ କନଫରମେନ୍ସରେ କହିଥିଲେ କି ଆମ ଟିମ୍ ସବୁ ଫର୍ମାଟରେ ଭଲ ପ୍ରଦର୍ଶନ କରିଛି  ଓ କ୍ରିକେଟ ଇତିହାସରେ ସର୍ବଶ୍ରେଷ୍ଠ ଦଳ ହୋଇପାରିଛି । ତେବେ ଶାସ୍ତ୍ରୀଙ୍କ ପରେ ଏବେ ଭାରତୀୟ କ୍ରିକେଟକୁ ଆଗକୁ ନେବା ଦାୟିତ୍ବ ରହିଛି ରାହୁଲ ଦ୍ରାବିଡଙ୍କ ଉପରେ । ଆଗାମୀ ଦୁଇ ବର୍ଷ ମଧ୍ୟରେ ଦୁଇଟି ବିଶ୍ବକପ ହେଉଥିବାରୁ ରାହୁଲ ଦ୍ରାବିଡ ଭାରତକୁ ଆଇସିସି ଟ୍ରଫି ଜିତାଇବାରେ ସଫଳ ହେବେ ବୋଲି ଆଶା କରାଯାଉଛି ।

୨୦ ନଭେମ୍ୱରରେ ଇପିଏଫ୍‌ଓ ଟ୍ରଷ୍ଟ ବୋର୍ଡର ବୈଠକ: ଖାତାଧାରକଙ୍କୁ ସୁଧ ଦିଆଯିବ ନେଇ ହେବ ନିଷ୍ପତ୍ତି

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (ଇପିଏଫ୍‌ଓ)ର ଟ୍ରଷ୍ଟି ବୋର୍ଡ ଆଗାମୀ ବୈଠକ ୨୦ ନଭେମ୍ୱରରେ ଅନୁଷ୍ଠିତ ହେବା । ଯେଉଁଥିରେ ଚଳିତ ବର୍ଷ ଇପିଏଫ୍‌ଓ ଖାତାଧାରକଙ୍କୁ କେତେ ଟଙ୍କା ସୁଧ ଦିଆଯିବ ସେ ନେଇ ଆଲୋଚନା ହେବ । ଚଳିତ ବର୍ଷ ଅର୍ଥାତ ୨୦୨୧-୨୨ରେ ପିଏଫ୍ ଖାତାଧାରକଙ୍କୁ କେତେ ସୁଧ ପାଇବେ ସେ ନେଇ ଆଲୋଚନା ହେବ ।

ସୂଚନା ଯୋଗ୍ୟ ଯେ, ଗତ ୨ ବର୍ଷ ମଧ୍ୟରେ ଖାତାଧାରକ ଇପିଏଫ୍‌ଓ ଦ୍ୱାରା ୮.୫ ପ୍ରତିଶତ ସୁଧ ଦିଆଯାଉଛି । ଏହା ଗତ ୮ ବର୍ଷରେ ସବୁଠାରୁ କମ୍ ସୁଧ । ଏହା ସତ୍ତ୍ୱେ ଚଳିତ ବର୍ଷ ମଧ୍ୟ ଖାତାଧାରକଙ୍କୁ କମ୍ ସୁଧ ଦିଆଯିବା ନେଇ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସଂକେତ ଦିଆଯାଇଛି । ଏହାପୂର୍ବରୁ ୨୦୧୮-୧୯ରେ ପିଏଫ୍ ସୁଧ ହାର ୮.୬୫ ପ୍ରତିଶତ ରହିଥିଲା ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଇପିଏଫ୍‌ଓର ଏହି ବୈଠକରେ କେଉଁଥିରେ ଟଙ୍କା ନିବେଶ କରାଯିବ ସେ ନେଇ ମଧ୍ୟ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । ପିଏଫ୍ ଖାତାଧାରକଙ୍କ ଟଙ୍କା ଅଲଟର ନେଟିଭ୍ ଇନଭେଷ୍ଟମେଣ୍ଟ ଫଣ୍ଡ(AIFs), ଭିତ୍ତିଭୂମି ନିବେଶ ଟ୍ରଷ୍ଟ (InvITs) ଭଳି ବିକଳ୍ପ ଫଣ୍ଡରେ ନିବେଶ କରାଯିବ । ଚଳିତ ବର୍ଷ ଅପ୍ରେଲ ମାସରେ ଶ୍ରମ ମନ୍ତ୍ରାଳୟ ନିବେଶର ନେଇ ଥିବା ବିକଳ୍ପରେ ପରିବର୍ତ୍ତନ କରିବା ନେଇ ସୂଚନା ଜାରି କରିଛି । ଏଣୁ ‘ସେବି’ ଦ୍ୱାରା ପରିଚାଳିତ ହେଉଥିବା ଏଆଇଏଫ୍ ପ୍ରଥମ ଶ୍ରେଣୀର ଏବଂ ଦ୍ୱିତୀୟ ଶ୍ରେଣୀ ଅନୁଯାୟୀ ନିବେଶ କରାଯିବ ବୋଲି କୁହାଯାଇଛି ।

ସେୟାର ମାର୍କେଟରେ କେତେ ହେବ ନିବେଶ

କେନ୍ଦ୍ର ସରକାର ଦ୍ୱାରା ଦିଆଯାଇଥିବା ରିହାତି ଅନୁଯାୟୀ ଇପିଏଫ୍‌ଓ  ପିଏଫ୍ ଖାତାଧାରକଙ୍କୁ ଫଣ୍ଡର ପାଖାପାଖି ୧୫ ପ୍ରତିଶତ ଅଂଶ ଇକ୍ୱିଟି ଅର୍ଥାତ ସେୟାରରେ ବିନିଯୋଗ କରାଯିବ । ଚଳିତ ବର୍ଷ ଇପିଏଫ୍ ୩୦ ଜୁନ୍ ସୁଦ୍ଧା ସେୟାର ବଜାରରୁ ପ୍ରାୟ ୭ହଜାର ୭୧୪ କୋଟି ଟଙ୍କା ନିବେଶ କରିଛି ।

ଏଥିସହିତ ପଢ଼ନ୍ତୁ: ମଧ୍ୟ ରାତ୍ରିରେ ସ୍ତ୍ରୀ କଲେ ରେଡ୍: ହୋଟେଲରୁ ମହିଳା ବନ୍ଧୁଙ୍କ ସହ ଧରାପଡ଼ିଲେ ସ୍ୱାମୀ, ଆଉ ତା’ପରେ..

ଅଭିନେତ୍ରୀ ପୁନମଙ୍କ ସ୍ୱାମୀ ଦେଉଛନ୍ତି ଶାରୀରିକ ଓ ମାନସିକ ନିର୍ଯାତନା

ମୁମ୍ବାଇ : ଆକ୍ଟର ଏବଂ ମଡେଲ ପୁନମ୍ ପାଣ୍ଡେଙ୍କ ସ୍ୱାମୀ ସେମ୍ ବାମ୍ବେଙ୍କୁ ଗିରଫ କରିଛି ମୁମ୍ବାଇ ପୋଲିସ । ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ ସେମ । ଥାନାରେ ପୁନମଙ୍କ ଅଭିଯୋଗ କ୍ରମେ ସେମଙ୍କୁ ଗିରଫ କରିଛି ପୋଲିସ । ରିପୋର୍ଟ ଅନୁସାରେ ଥାନାରେ ଅଭିଯୋଗ ହେବା ପରେ ପୁନମଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପୁନମଙ୍କ ମୁଣ୍ଡ, ଆଖି ଏବଂ ମୁହଁରେ ଆଘାତ ହୋଇଥିବା ଜଣାପଡ଼ିଛି । ମୁମ୍ବାଇ ପୋଲିସର କହିବାନୁସାରେ ଆଇପିସି ଧାରା ଅନ୍ତର୍ଗତ ସେମ ବାମ୍ବେ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯାଇ ଘଟଣାର ଯାଞ୍ଚ ଆରମ୍ଭ କରାଯାଇଛି ।

ଏହା ପ୍ରଥମ ଥର ନୁହେଁ ଏହା ପୂର୍ବରୁ ମଧ୍ୟ ପୁନମ ସ୍ୱାମୀ ସେମଙ୍କ ବିରୁଦ୍ଧରେ ମାରପିଟର ଅଭିଯୋଗ ଆଣିଥିଲେ । ବାହାଘରର କିଛି ବର୍ଷ ପରେ ହିଁ ମାରପିଟ ଅଭିଯୋଗକ୍ରମେ ଗୋଆରେ ସେମଙ୍କୁ ଗିରଫ କରିଥିଲା ପୋଲିସ । ସେମ ପୁନଲଙ୍କୁ ମାରପିଟ୍ କରିବା ସଙ୍ଗେ ସଙ୍ଗେ ଧମକ ମଧ୍ୟ ଦେଉଥିଲେ । ପୁନମଙ୍କ ଅଭିଯୋଗ ପରେ ସେମଙ୍କ ଉପରେ ଆଇପିସି ଧାରା ୫୫୩, ଧାରା ୫୦୬ ଏବଂ ଧାରା ୫୫୪ ଅନ୍ତର୍ଗତ ମାମଲା ରୁଜ୍ଜୁ କରାଯାଇଛି ।

‘ଆମ ଝିଅକୁ ତା ଶାଶୁଘର ଲୋକେ ଯୌତୁକ ପାଇଁ ମାରିଦେଲେ’

ନୟାଗଡ଼: ପୁଣି ଯୌତୁକ ଜୁଇରେ ଜଳିଲେ ନବବଧୂ। ନୟାଗଡ଼ ସଦର ଥାନା ଅଧୀନ ଶିମିଳିସାହି ଗାଁରେ ଅଧିକ ଯୌତୁକ ଦାବିରେ ଶାଶୁଘର ଲୋକେ ନବବଧୂଙ୍କୁ ହତ୍ୟାକରି ଝୁଲାଇ ଦେଇଥିବା ଅଭିଯୋଗ। ଏଭଳି ସାଂଘାତିକ୍ ଅଭିଯୋଗ ଆଣିଛନ୍ତି ନବବଧୂଙ୍କ ପରିବାର ଲୋକେ। ଅଭିଯୋଗ ଅନୁସାରେ ଶରଣକୂଳ ଥାନା କଟରାଝରି ଗାଁର ଲିଜା ନାହାକ ନୟାଗଡ଼ ସଦର ଥାନା ଅଧୀନ ଶିମିଳିସାହି ଗ୍ରାମର କୃଷ୍ଣ ନାୟକଙ୍କୁ ପ୍ରାୟ ବର୍ଷେତଳେ ବିବାହ କରିଥିଲେ।

ତେବେ ଦୀର୍ଘଦିନ ଧରି ଲିଜାଙ୍କୁ ପରିବାର ଲୋକେ ଅଧିକ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇଆସୁଥିବା ବେଳେ ଗତକାଲି ଲିଜାଙ୍କୁ ଶାଶୁଘର ଲୋକ ଏକାଠି ହତ୍ୟା କରିଥିବା ଲିଜାଙ୍କ ପରିବାର ଲୋକେ ନୟାଗଡ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତୁରନ୍ତ ଅଭିଯୋଗ ପାଇ ନୟାଗଡ଼ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ତଦନ୍ତ ଚଳାଇଛି। ସେପଟେ ଲିଜାଙ୍କ ଶାଶୁଘର ଲୋକେ ଫେରାର ହୋଇଥିବା ବେଳେ ଏବେ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇପାରିନାହିଁ।