ନୂଆ ପ୍ଲାନ ଲଞ୍ଚ କଲା ଜିଓ; ଏକ ଟଙ୍କା ରିଚାର୍ଜ କଲେ ମାସେ ପାଇବେ ଭାଲିଡିଟି

1 min read

ନୂଆଦିଲ୍ଲୀ: କିଛି ଦିନ ପୂର୍ବରୁ ସମସ୍ତ ପ୍ରିପେଡ ପ୍ଲାନର ମୂଲ୍ୟ ବୃଦ୍ଧି କରିଥିଲା ରିଲିଆନ୍ସ ଜିଓ । ନୂଆ ପ୍ରିପେଡ ପ୍ଲାନରେ ୨୫ ପ୍ରତିଶତ ବୃଦ୍ଧି କରିଥିଲା ଜିଓ । ପ୍ରିପେଡ ପ୍ଲାନ ବୃଦ୍ଧି କରିବା ପରେ ଏବେ ଆଉ ଏକ ନୂଆ ପ୍ଲାନ ଆଣିଛି ଜିଓ । କିଛି ଦିନ ପୂର୍ବେ ୧୧୯ ଟଙ୍କାର ପ୍ଲାନ ଲଞ୍ଚ କରିଥିଲା ଜିଓ । ଆଉ ଏବେ ୧ ଟଙ୍କାର ପ୍ଲାନ ଲଞ୍ଚ କରିଛି । ଏହି ପ୍ଲାନ ଜିଓ ମୋବାଇଲ ଆପରେ ଦେଖିପାରିବେ । କିନ୍ତୁ ଏପର୍ଯ୍ୟନ୍ତ ଜିଓ ଓ୍ୱେବସାଇଟରେ ଏହି ପ୍ୟାକକୁ ଲିଷ୍ଟିଂ କରାଯାଇନାହିଁ । ଏହି ୧ ଟଙ୍କାର ପ୍ୟାକକୁ ଆପଣ ଭାଲ୍ୟୁ ସେକ୍ସନରେ ଯାଇ ଦେଖିପାରିବେ ।

ଭାଲ୍ୟୁ ସେକ୍ସନର ଅଦର ପ୍ଲାନରେ ଆପଣ ଏହି ନୂଆ ପ୍ଲାନକୁ ଦେଖିପାରିବେ । ୧ ଟଙ୍କାର ଏହି ପ୍ରିପେଡ ପ୍ଲାନରେ ୧୦୦mbର ଡାଟା ମିଳିତାଏ । ଯାହାର ଭାଲିଡିଟି ଏକ ମାସ । ଏହି ପ୍ଲାନକୁ ୧୦ ଥର ରିଚାର୍ଜ କଲେ ଆପଣଙ୍କୁ ୧ GB ଡାଟା ମିଳିପାରିବ । ଅର୍ଥାତ ଆପଣ ୧୦ ଟଙ୍କାରେ ୧ GB ଡାଟା ଏକ ମାସ ପାଇଁ ପାଇ ପାରିବେ । ପ୍ରିପେଡ ପ୍ଲାନରେ ବୃଦ୍ଧି ହେବା ପରେ ୧୫ ଟଙ୍କାରେ ୧ GB ଡାଟା ମିଳୁଛି ।

ଜିଓର ଏହି ୧ ଟଙ୍କାର ପ୍ରିପେଡ ପ୍ଲାନ ଦେଶରେ ସବୁଠାରୁ ଶସ୍ତା ପ୍ରିପେଡ ପ୍ଲାନ ଅଟେ । ଯେଉଁମାନେ ଅଧିକ ଟଙ୍କାର ପ୍ରିପେଡ ପ୍ଲାନ ରିଚାର୍ଜ କରିପାରୁନଥିବେ ତାଙ୍କ ପାଇଁ ଏହା ଏକ ଭଲ ପ୍ରିପେଡ ପ୍ଲାନ । ଯଦି ଆପଣଙ୍କୁ ୪୦୦ MB ଡାଟା ଦରକାର ତେବେ ଏହି ପ୍ଲାନକୁ ୪ ଥର ରିଚାର୍ଜ କରି ୪୦୦ MB ଡାଟା ପାଇ ପାରିବେ । ଜିଓ ବ୍ୟତୀତ ଅନ୍ୟ କୌଣସି ଟେଲିକମ୍ କମ୍ପାନୀ ଏତେ ଶସ୍ତାରେ ଉପଭୋକ୍ତାଙ୍କ ପାଇଁ ପ୍ରିପେଡ ପ୍ଲାନ ଉପଲବ୍ଧ କରିନାହାନ୍ତି ।

Leave a Reply