ମୁହଁ ଖୋଲିଲେ କରଣ ଜୋହର କହିଲେ “ମୋ ଘର କୋଭିଡ ହଟସ୍ପଟ୍ ନୁହେଁ”

ମୁମ୍ୱାଇ : ପୁଣି ଚର୍ଚ୍ଚାରେ ଚଳଚ୍ଚିତ୍ର ନିର୍ମାତା କରଣ ଜୋହରଙ୍କ ପାର୍ଟି । ଯାହା ଏବେ କରୋନା ହଟସ୍ପଟ୍ ପାଲଟିଛି । କେବଳ ଏତିକି ନୁହେଁ ଏହି ପାର୍ଟି କୋଭିଡର ସୁପର ସ୍ପେଡର ବୋଲି ମଧ୍ୟ କୁହାଯାଉଛି । କାରଣ କରଣଙ୍କ ଏହି ପାର୍ଟିରୁ ହିଁ ବଲିଉଡ ଅଭିନେତ୍ରୀ କରିନା ଏବଂ ଅମ୍ରିତା କୋଭିଡ ପଜିଟିଭ ହୋଇଥିବା ବେଳେ ସୋସିଆଲ ମିଡିଆରେ କରଣଙ୍କୁ ଟ୍ରୋଲ କରାଯାଉଥିବା ଦେଖାଯାଉଛି । ଏନେଇ କରଣ ଜୋହର ଏବେ ମୁହଁ ଖୋଲିଛନ୍ତି ।

ନିଜ ଇନଷ୍ଟା ଆଇଡିରେ କରଣ ଉଲ୍ଲେଖ କରିଛନ୍ତି ଯେ ସେ ଓ ତାଙ୍କ ପରିବାର ସମସ୍ତ ସଦସ୍ୟ ଆରଟିପିସିଆର ଟେଷ୍ଟ କରାଇଥିଲେ ଏବଂ ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା । ଏଥିସହ ନିଜର ଦୁଇଥର କରୋନା ଟେଷ୍ଟ କରାଇବା ପରେ ମଧ୍ୟ ରିପୋର୍ଟ ନେଗେଟିଭ ଆସିଥିଲା ବୋଲି କହିଛନ୍ତି । ଶେଷରେ ସେ ମିଡିଆକୁ ଜଣାଇଛନ୍ତି ଯେ ୮ ଜଣ ଲୋକଙ୍କ ଉପସ୍ଥିତିକୁ ପାର୍ଟି ବୋଲି କୁହାଯାଏନି । ମୋ ଘରେ ଯେଉଁଠାରେ କୋଭିଡର ସମସ୍ତ ନିୟମ ପାଳନ କରାଯାଉଥିଲା ତାହା କୋଭିଡ ହଟସ୍ପଟରେ ପରିଣତ ହେବା ଅସମ୍ଭବ ।

କରଣ ଜୋହରଙ୍କ ନିର୍ମିତ ‘କଭି ଖୁସି କଭି ଗମ୍’ର ୨୦ ବର୍ଷ ପୂର୍ତ୍ତି ଅବସରରେ ଏହି ପାର୍ଟି ରଖାଯାଇଥିଲା । ଯେଉଁଥିରେ କରିନା କପୁର, ଅମ୍ରିତା ଅରୋରା ଓ ସୀମା ଖାନଙ୍କ ସମେତ ଅନ୍ୟ ଅଭିନେତ୍ରୀ ଉପସ୍ଥିତ ଥିଲେ । ପ୍ରଥମେ ସୀମା ଖାନଙ୍କୁ କରୋନା ପଜିଟିଭ୍ ବାହାରିବା ପରେ କରୋନା, ଅମ୍ରିତା ଏବଂ ମହୀମ କପୁରଙ୍କର ପଜିଟିଭ ବାହାରିଥିଲା । ବର୍ତ୍ତମାନ ସମସ୍ତେ ଘରୋଇ ସଙ୍ଗରୋଧରେ ରହିଥିବା ବେଳେ ବିଏମସି ପ୍ରତିଦିନ ଏମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରୁଥିବା ଜଣାପଡ଼ିଛି । ଏଥିସହ ଗତକାଲି ବିଏମସି କରଣ ଜୋହର, କରିନା କପୁର ଓ ଅମ୍ରିତା ଅରୋରାଙ୍କ ଘର ସାନିଟାଇଜ କରିଥିବା ସୂଚନା ମିଳିଛି ।

Leave a Reply