ଲଖିମପୁର ହିଂସା: ଅଜୟ ମିଶ୍ରାଙ୍କ ଇସ୍ତଫା ଦାବିରେ ଲୋକସଭାରେ ମୁଲତବୀ ପ୍ରସ୍ତାବ ଆଣିଲେ ରାହୁଲ

2 min read

ଦିଲ୍ଲୀ: ଲୋକସଭାରେ ଉଠିଲା ବହୁ ଚର୍ଚ୍ଚିତ ଲଖିମପୁର ଖେରି ପ୍ରସଙ୍ଗ । ଲଖିମପୁର ଘଟଣାର ଏସଆଇଟି ଯାଞ୍ଚର ରିପୋର୍ଟ ଆସିବା ପରେ ସଂସଦରେ ଗର୍ଜିଛନ୍ତି ପ୍ରମୁଖ ବିରୋଧି ଦଳ । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ବହିଷ୍କାର ଦାବି ନେଇ ଲୋକସଭାରେ ମୁଲତବୀ ପ୍ରସ୍ତାବ ଆଗତ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । କେବଳ ସଂସଦରେ ନୁହେଁ ଉତ୍ତରପ୍ରଦେଶ ବିଧାନସଭାର ପ୍ରଥମ ଦିନରେ ମଧ୍ୟ ଉଠିଛି ଲଖିମପୁର ପ୍ରସଙ୍ଗ ।  ୟୁପି ବିଧାନସଭାରେ ସମାଜବାଦୀ ପାର୍ଟି ଓ କଂଗ୍ରେସ ବିଧାୟକ ଏହି ପ୍ରସଙ୍ଗରେ ପ୍ରବଳ ହଟ୍ଟଗୋଳ କରିଥିଲେ ।

ସଂସଦରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୈାଧୁରୀ ଏହି ପ୍ରସଙ୍ଗରେ ଲୋକସଭାରେ ପ୍ରଶ୍ନ ଉଠାଇଛନ୍ତି । ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି କି କେନ୍ଦ୍ର ସରକାର ଅଜୟ ମିଶ୍ରାଙ୍କ ବହିଷ୍କାର କରନ୍ତୁ । ଏଥିସହ ରାହୁଲ ଗାନ୍ଧୀ ଏ ବାବଦରେ ସାଂସଦରେ ପ୍ରସ୍ତାବ ଆଗତ କରିବା କଥା ମଧ୍ୟ ସେ କହିଛନ୍ତି ଏବଂ ୧୨ ସାଂସଦଙ୍କ ଉପରୁ ନିଲମ୍ୱନ ପ୍ରତ୍ୟାହାର ଦାବିରେ ବିରୋଧୀ ଅଟଳ ରହିଛନ୍ତି । ଏହି ପ୍ରସଙ୍ଗରେ ରାହୁଲ ଗାନ୍ଧୀ ମଙ୍ଗବାର ସରକାରଙ୍କୁ ଘେରିଥିଲେ । ରାହୁଲ କହିଥିଲେ କି ଆମେ ଲଖିମପୁର ଖେରୀ ମାମଲାକୁ ସଂସଦରେ ଉଠାଇବାକୁ ଚାହୁଁଛୁ । କିନ୍ତୁ ଆମକୁ ଐହି ପ୍ରସଙ୍ଗରେ ଆଲୋଚନା କରିବାକୁ ଦିଆଯାଉନାହିଁ । ରାହୁଲ ଆହୁରି କହିଥିଲେ କି ଲଖିମପୁର ଖେରୀ ମାମଲାରେ ଏସଆଇଟି ରିପୋର୍ଟ ଆସିଛି କି ଏହି ଘଟଣା ଯୋଜନାବଦ୍ଧ ଭାବରେ କରାଯାଇଛି ।

ଲଖିମପୁର ହିସାଂ ଅପରାଧୀମାନଙ୍କୁ ଖସାଇ ଦେବାପାଇଁ କୋହଳ ଦଫା ଲାଗିଥିବା ବେଳେ ଏବେ ଆଶିଷ ମିଶ୍ରାଙ୍କ ସମେତ ୧୪ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିବା ପୂର୍ବରୁ ହତ୍ୟା ସହ ୩ଟି ଧାରା ଲଗାଇବା ପାଇଁ କୋର୍ଟରେ ଅପିଲ କରିଛି ଯାଞ୍ଚ ଅଧିକାରୀ । ଏଥିସହ ଏହା ଏକ ଆକସ୍ମିକ ଦୁର୍ଘଟଣା ନୁହେଁ ଯୋଜନାବଦ୍ଧ ଷଡ଼ଯନ୍ତ୍ର ହତ୍ୟା ବୋଲି ଏସଆଇଟି ଯାଞ୍ଚରୁ ଜଣାପଡ଼ିଛି । ଏସଆଇଟି ରିପୋର୍ଟରେ ସିଧାସଳଖ ଯୋଗୀ ସରକାରଙ୍କ ଉପରକୁ ଉଠିଛି ଅଙ୍ଗୁଠି । ଗତକାଲି ମାମଲାକୁ ନେଇ ସାଂସଦର ସଦସ୍ୟ ସଂସଦରୁ ସଡ଼କ ରାଲି କରିଥିବା ସୂଚନା ମିଳିଛି । କେବଳ ଲୋକସଭା ନୁହେଁ ରାଜ୍ୟସଭାରେ ମଧ୍ୟ ଦିନ ୧୨ଟା ଯାଏଁ ମୁଲତବୀ ଘୋଷଣା କରାଯାଇଥିଲା ।

Leave a Reply