ରାଜ୍ୟସଭାର ଶୂନ୍ୟ କାଳରେ ଆବାସ ଯୋଜନା ପ୍ରସଙ୍ଗ ଉଠାଇଲେ ସାଂସଦ ସସ୍ମିତ ପାତ୍ର

1 min read

ଭୁବନେଶ୍ୱର: ରାଜ୍ୟସଭାରେ ପିଏମ ଆବାସ ଯୋଜନା ପ୍ରସଙ୍ଗ ଉଠାଇଲେ ସାଂସଦ ସସ୍ମିତ ପାତ୍ର । ଏଥିସହ କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଲେଖିଥିବା ଚିଠି ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି ସସ୍ମିତ । ଆବାସ ପ୍ଲସ୍ ପୋର୍ଟାଲ ମାଧ୍ୟମରେ ରାଜ୍ୟର ଗ୍ରାମାଞ୍ଚଳରେ ୫ ଲକ୍ଷ ୯ ହଜାର ପରିବାରଙ୍କୁ ଘର ଯୋଗାଇଦେବାକୁ ଦାବି ଦୋହରାଇଛନ୍ତି । ଏନେଇ ଅନ୍ୟ କିଛି ଦାବି ସସ୍ମିତ ଉଠାଇବା ପୂର୍ବରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଗୃହ ମୁଲତବି କରା ଯାଇଥିଲା ।

BJD MP Dr. Sasmit Patra Raised the demand for PMAY For Odisha In Rajya Sabha

ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଆଦିବାସୀ ଅଧ୍ୟୁଷିତ ଇଲାକାରେ ମଧ୍ୟ ହିତାଧିକାରୀଙ୍କୁ ୧୩ ଲକ୍ଷ ଘର ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ୨୦୧୯ ମାର୍ଚ୍ଚ ୩ ତାରିଖ ସୁଦ୍ଧା ପିଏମଏୱାଇ ଅଧିନରେ ଯୋଗ୍ୟ ପରିବାରକୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିଲା କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ।

ଏଥିସହ ପଢ଼ନ୍ତୁ: ମୋଦିଙ୍କୁ ନବୀନଙ୍କ ଚିଠି: ‘PMAYରେ ଫନି ପ୍ରଭାବିତଙ୍କୁ ତୁରନ୍ତୁ ମିଳୁ ବାସଗୃହ’

ହେଲେ ସାଧାରଣ ନିର୍ବାଚନ, ମାଓ ହିଂସା ଯୋଗୁଁ ସର୍ଭେ ସମ୍ପୂର୍ଣ୍ଣ ହୋଇ ପାରିନଥିଲା । ନିର୍ଦ୍ଧାରିତ ସମୟ ଭିତରେ କେବଳ ୩୫ ହଜାର ଯୋଗ୍ୟ ପରିବାରକୁ ଚିହ୍ନଟ କରାଯାଇ ପାରିଛି । ଏହାପରେ ୧୪ଟି ଜିଲ୍ଲାରେ ୭ ଲକ୍ଷ ୮୭ ହଜାର ପରିବାରକୁ ଚିହ୍ନଟ କରାଯାଇଥିଲା । ଏଥିମଧ୍ୟରୁ କିଛି ହିତାଧିକାରୀ ଫନି ପ୍ରଭାବିତ ଜିଲ୍ଲାର ହୋଇଥିବାବେଳେ ଅଧିକାଂଶ ଆଦିବାସୀ ଅଧ୍ୟୁଷିତ କେବିକେ ଇଲାକାର ବୋଲି ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Leave a Reply