ଝିଅକୁ ମେଡିକାଲ ନେବାକୁ ଘରକୁ ଫେରୁଥିଲେ ବାପା, ଡାକି ନେଲା ଯମ

Father Died On The Way To Daughter Treatment Bhadrak

ଭଦ୍ରକ: ଦଇବ କେତେବେଳେ, କାହା ଉପରେ କେମିତି ଦୁଃଖର ପାହାଡ଼ ଲଦି ଦେବ ଜଣାନାହିଁ । ଏଇ ଯେମିତି କିଡନୀ ଆକ୍ରାନ୍ତ କୁନି ଝିଅକୁ ମେଡିକାଲ ନେବା ପାଇଁ ଘରକୁ ଫେରୁଥିଲେ ଦୁଃଶାସନ ମହାପାତ୍ର । ହେଲେ କିଏ ଜାଣିଥିଲା ସେ ଘରେ ପହଞ୍ଚିବା ଆଗରୁ ଅଧା ବାଟରୁ ଚାଲିଯିବେ । ଧାମରାରୁ ଭଦ୍ରକ ଘରକୁ ଫେରିବା ବାଟରେ ଅଜଣା ଗାଡ଼ି ଧକ୍କାରେ ଦୁଃଶାସନଙ୍କ ସହ ସାଙ୍ଗରେ ଆସୁଥିବା ଅନ୍ୟ ୨ ଜଣଙ୍କ ମୃତ୍ୟୁ ହୋଇଛି । ୩ ଜଣଙ୍କ ମୃତ୍ୟୁରେ ଶୋକାକୂଳ ହୋଇ ପଡ଼ିଛି ଚଣ୍ଡିଗାଁ ।

Father Died On The Way To Daughter Treatment Bhadrak

ବାହୁନି କାନ୍ଦୁଛି ସ୍ତ୍ରୀ । ବୁଢ଼ା ବାପ ଆଖିରେ ଲୁହର ଅବିଶ୍ରାନ୍ତ ଧାର । କିଛି ଜାଣି ପାରୁନି କୁନି ଝିଅ, ସମସ୍ତଙ୍କୁ ବଲବଲ କରି ଚାହୁଁଛି । ଅଧାରେ ଅଟକି ଯାଇଛି ଝିଅର ଚିକିତ୍ସା, ଦୁର୍ଘଟଣାରେ ଚାଲି ଯାଇଛି ବାପାର ଜୀବନ । କାନ୍ଦ ବୋବାଳି ଫାଟି ପଡୁଛି ଘର, ଗାଁ ସବ୍ଧ । ଲୁହ ଭରା ଆଖିରେ ବାପାଙ୍କୁ ଖୋଜୁଛି କୁନି ଝିଅ । ବାପା ଆସିବେ, ଆଉ ତାକୁ ଡାକ୍ତରଖାନା ନେଇ ଭଲ କରିଦେବେ । ହେଲେ କିଏ ଜାଣିଛି ନିୟତିର ଲେଖା କିଛି ଅଲଗା । ଝିଅକୁ ଚିକିତ୍ସା କରିବାକୁ ନେବାକୁ ଆସୁଥିବା ବେଳେ ଆଖି ବୁଜିଛନ୍ତି ଚଣ୍ଡିଗାଁର ଦୁଃଶାସନ ମହାପାତ୍ର । ଧାମରାରୁ ବାଇକରେ ଘରକୁ ଫେରୁଥିବା ବେଳେ ଅଜଣା ଗାଡି ଧକ୍କାରେ ମୃତ୍ୟୁ ହୋଇଛି ।

Father Died On The Way To Daughter Treatment Bhadrak

ଝିଅର କିଡନୀ ରୋଗ ଚିକିତ୍ସା ପାଇଁ ବୁଧବାର କଟକ ବଡ଼ ମେଡିକାଲ ଯାଇଥାନ୍ତେ ଦୁଃଶାସନ । ମଙ୍ଗଳବାର ରାତିରେ ଦୁଇ ଜଣ ସାଥିଙ୍କ ସହ ଧାମରାରୁ ଚଣ୍ଡିଗାଁ ବାଇକରେ ଫେରୁଥିଲେ । ହେଲେ ସାବରଙ୍ଗ ନିକଟରେ ଅଜଣା ଗାଡ଼ି ତାଙ୍କ ବାଇକକୁ ଧକ୍କା ଦେଇଥିଲା । ଏଥିରେ ଦୁଃଶାସନଙ୍କ ସହ ସାଙ୍ଗରେ ଆସୁଥିବା ପ୍ରକାଶ ଦଳେଇ ଓ ଦୈତାରି ବେହେରାଙ୍କ ମୃତ୍ୟୁ ହୋଇଛି । ରୋଜଗାରିଆ ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ପରିବାର ଲୋକ । ଏଭଳି ସ୍ଥିତିରେ ପ୍ରଶାସନ ଗରିବ ପରିବାରକୁ ସହାୟତାର ହାତ ବଢ଼ାଇବାକୁ ଦାବି କରିଛନ୍ତି ଗ୍ରାମବାସୀ ।

Leave a Reply