spot_img
Home Blog Page 4954

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ପଡ଼ିଲେ ଆଉ ୩ ଅଧିକାରୀ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ୩ ଅଧିକାରୀ । ଜଗତସିଂହପୁରରେ ୨ ଜଣ ଓ କେନ୍ଦୁଝରରେ ଜଣଙ୍କୁ ଧରିଛି ଭିଜିଲାନ୍ସ । ଲାଞ୍ଚ ନେଉଥିବା ବେଳେ ୩ ଜଣ ଅଧିକାରୀ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି । ଜଗତସିଂହପୁର ବାଲିକୁଦା ସିଡିପିଓ ଓ ଅଙ୍ଗନୱାଡ଼ି ସୁପରଭାଇଜର ଲାଞ୍ଚ ଧରା ପଡ଼ିଥିବା ବେଳେ କେନ୍ଦୁଝରରେ ରାଜସ୍ୱ ପର୍ଯ୍ୟବେକ୍ଷକଙ୍କୁ କାବୁ କରିଛି ଭିଜିଲାନ୍ସ ।

 Three Government Official In Vigilance Net While Accepting Bribe

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଠାରୁ ଖେଳଣା, ବ୍ୟାନର ଅନ୍ୟ ସାମଗ୍ରୀ ବାବଦ ବିଲ୍ ପାସ୍ ପାଇଁ ଲାଞ୍ଚ ନେବା ବେଳେ ଧରା ପଡ଼ିଛନ୍ତି ବାଲିକୁଦା ସିଡିପିଓ ଓ ଅଙ୍ଗନୱାଡ଼ି ସୁପରଭାଇଜର । ସିଡିପିଓ ଶାରଳା ଦେଇ ଓ ଅଙ୍ଗନୱାଡ଼ି ସୁପରଭାଇଜର ପ୍ରତିମା ସାହୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ି ଗିରଫ ହୋଇଛନ୍ତି । ଏନେଇ କଟକ ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯାଇଛି ।

 Three Government Official In Vigilance Net While Accepting Bribe

ଅନ୍ୟପଟେ କେନ୍ଦୁଝର ତହସିଲର ରାଜସ୍ୱ ପର୍ଯ୍ୟବେକ୍ଷକ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ରାଜସ୍ୱ ପର୍ଯ୍ୟବେକ୍ଷକ ହୃଦାନନ୍ଦ ସାହୁଙ୍କୁ ବାଲେଶ୍ୱର ଭିଜିଲାନ୍ସ ଲାଞ୍ଚ ନେବା ବେଳେ ଧରିଛି । ହୃଦାନନ୍ଦ ଜମିର ନକ୍ସା ଠିକ୍ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରା ପଡ଼ିଛନ୍ତି । ଏନେଇ ବାଲେଶ୍ୱର ଭିଜିଲାନ୍ସ ପକ୍ଷରୁ ମାମଲା ରୁଜୁ କରାଯିବା ସହ ଲାଞ୍ଚ ଟଙ୍କା ଜବତ କରାଯାଇଛି ।

IndvsNz: ଟି-୨୦ ସିରିଜ୍ ସହ ପ୍ରଥମ ଟେଷ୍ଟ ଖେଳିବେନି କୋହଲୀ: ରୋହିତ ରହିବେ ଅଧିନାୟକ

0

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ପରେ ଭାରତ ଏବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଘରୋଇ ସିରିଜ୍ ଖେଳିବ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତ ୩ଟି ଟି-୨୦ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ଟି-୨୦ ମ୍ୟାଚ୍‌ରେ ରୋହିତ ଶର୍ମା ଅଧିନାୟକତ୍ୱ କରିବେ । ଅନ୍ୟପକ୍ଷରେ ବିରାଟ କୋହଲୀଙ୍କୁ ବିଶ୍ରାମ ଦିଆଯିବ ।କେବେଳ ଏତିକି ନୁହେଁ ବିରାଟ କୋହଲୀ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ମଧ୍ୟ ବିଶ୍ରାମ ନେଇପାରନ୍ତି ।

ବିସିସିଆଇ ପକ୍ଷରୁ ମିଳିଥିବା ସୂଚନା ମୁତାବକ ରୋହିତ ଶର୍ମା ଟି-୨୦ ସିରିଜରେ ଅଧିନାୟକ ରହିବେ ଏବଂ ପ୍ରଥମ ଟେଷ୍ଟରେ ମଧ୍ୟ ସେ ଅଧିନାୟକତ୍ୱ କରିବେ । କେଏଲ୍ ରାହୁଲ ଭାରତୀୟ ଟିମ୍‌ର ଉପ ଅଧିନାୟକ ରହିବେ । ଏବଂ ଟେଷ୍ଟ ଟିମ୍‌ରେ ଅଜିଙ୍କ୍ୟା ରାହେଣେ ହିଁ ଉପ ଅଧିନାୟକ ରହିବେ । ବିରାଟ କୋହଲୀଙ୍କ ଟି-୨୦ ଫର୍ମାଟରେ ଅଧିନାୟକତ୍ୱ ଦାୟିତ୍ୱରୁ ଅବ୍ୟାହତି ନେବା ପରେ ଭାରତୀୟ ଦଳର ଏହା ପ୍ରଥମ ଟି-୨୦ ସିରିଜ୍ । ବିଶେଷ କଥା ଏହା ଯେ, ସିରିଜରେ ଟିମ୍ ଇଣ୍ଡିଆ ସହିତ ରାହୁଲ ଦ୍ରାବିଡ ମଧ୍ୟ କୋଚ ଭାବେ ଯୋଗଦେବେ ।

ସୂଚନା ମୁତାବକ ବିରାଟ କୋହଲୀ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଟିମ୍ ସହିତ ଯୋଡ଼ିହେବେ । ଚୟନକର୍ତ୍ତା ବୈଠକରେ ଏ ନେଇ ନିଷତ୍ତି ହୋଇସାରିଛି । କେବଳ ଏହାର ବିଧିବଦ୍ଧ ଘୋଷଣା ହେବାର ବାକି ଅଛି । ପୂର୍ବରୁ ଅନୁମାନ କରାଯାଉଛି ଯେ, ସିନିୟର ଖେଳାଳିଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ୍‌ରେ ବିଶ୍ରାମ ଦିଆଯିବ । ବିରାଟ କୋହଲୀ, ୟସପ୍ରୀତ ବୁମ୍‌ରା, ରୋହିତ ଶର୍ମା ସମେତ ଅନ୍ୟ ଖେଳାଳିଙ୍କୁ ଗତ ୬ମାସ ଧରି ଲଗାତାର କ୍ରିକେଟ ଖେଳିଆସୁଛନ୍ତି । ଏଭଳି ସ୍ଥିତିରେ ବିରାଟ କୋହଲୀଙ୍କୁ ଟି-୨୦ ସ୍ଥିତି ସହିତ ଅନ୍ୟ ଏକ ଟେଷ୍ଟ ମ୍ୟାଚ୍‌ରେ ମଧ୍ୟ ବିଶ୍ରାମ ଦିଆଯାଇପାରେ । ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭାରତୀୟ ଦଳ ୩ଟି ଟି-୨୦ ଓ ୨ଟି ଟେଷ୍ଟ ମ୍ୟାଚ୍ ଖେଳିବ ।

ଏଥିସହିତ ପଢ଼ନ୍ତୁ: ଭାରତୀୟ କ୍ରିକେଟରେ ରବି ଶାସ୍ତ୍ରୀଙ୍କ ଯୁଗ ଶେଷ; ଏବେ ଦ୍ରାବିଡଙ୍କ ପାଇଁ ଅଗ୍ନି ପରୀକ୍ଷା

 

ଓଡ଼ିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଲୋକସେବା ଭବନରେ ଚାଲିଛି ଆଲୋଚନା

ଭୁବନେଶ୍ୱର: ଏକାଠି ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ । ଲୋକସେବା ଭବନରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ୱାଇ.ଏସ୍ ଜଗନ ମୋହନ ରେଡ୍ଡୀ । ଦୁଇ ମୁଖ୍ୟମନ୍ତ୍ରୀ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି । କୋଟିଆ ସୀମା ବିବାଦ, ପୋଲାଭରମ ସହ ନେରେଡି ପ୍ରକଳ୍ପ ବାବଦରେ ଆଲୋଚନା କରୁଛନ୍ତି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ । ଲୋକସେବା ଭବନରେ ଜଗନ ମୋହନ ରେଡ୍ଡୀଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Odisha & Andhra CM Discussed Over Different Issue In Bhubaneswar

ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୪୫ ମିନିଟ୍ ଧରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହେବ । ଏହାପରେ ସନ୍ଧ୍ୟା ୭ଟାରେ ଭୁବନେଶ୍ୱର ବିମାନବନ୍ଦର ଯାଇ ଆନ୍ଧ୍ରପ୍ରଦେଶ ଫେରିଯିବେ ଜଗନ ମୋହନ ରେଡ୍ଡୀ । ଅପରାହ୍ଣ ୪ଟା ୩୦ରେ ଜଗନ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରେ ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପରେ ସେ ରାଜ୍ୟ ଅତିଥି ଭବନରେ କିଛି ସମୟ ବିଶ୍ରାମ ନେବା ପରେ ଲୋକସେବା ଭବନ ଯାଇ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରୁଛନ୍ତି ।

ପାଳିକିଆ ପାଇଁ ପର କଲେ ପୁଅ, ସ୍କୁଲ୍ ବାରଣ୍ଡାରେ କଟୁଛି ବୃଦ୍ଧ ବାପାର ଦିନରାତି

ଯାଜପୁର: ପରିଣତ ବୟସରେ ଅଲୋଡ଼ା ହୋଇ ଜନ୍ମ କଲା ବାପା । ସବୁ ସମ୍ପର୍କ କାଟି ଘରୁ ତଡ଼ି ଦେଇଛନ୍ତି ପୁଅବୋହୂ । ବଳ ବୟସ ଚାଲିଗଲାଣି । ଅଣ୍ଟା ସଳଖି ଠିଆ ହେବା ବି କଷ୍ଟକର । ଯେଉଁ ବୟସରେ ବୋହୂ ପରସା ଖାଇ ଘରେ ନାତି ନାତୁଣୀଙ୍କ ସହ ଖେଳିବା କଥା, ସେଇ ବୟସରେ ଅସହାୟ ଭାବେ ସ୍କୁଲ ବାରଣ୍ଡାରେ ଭୋକ ଉପାସରେ ପଡ଼ି ରହିଛନ୍ତି ବୃଦ୍ଧ ।

Father Neglected By Two Son, Spending Days In School Veranda

ନୁଖୁରା କେଶ ସାଙ୍ଗକୁ ଅନବନା ଦାଢ଼ି । ମଳିନ ପଡ଼ିଥିବା ଲୁଙ୍ଗି ସହ ଖଣ୍ଡେ ଗଞ୍ଜି । ବଳ ନଥିବା ଶରୀରରେ ଆଖିରୁ ଝରି ଆସୁଛି ଅସରନ୍ତି, ଅକୁହା ଲୁହ । ଏ ଲୁହ ଏକ ଅସହାୟ ବାପାର । ଯିଏ ବୟସ ଆଗରେ ନୁହେଁ ବରଂ ପୁଅଙ୍କ ପାଳିକିଆ ହିସାବ ଆଗରେ ହାରି ଯାଇଛି । ୭୫ ବର୍ଷର ଏ ବୃଦ୍ଧା ଜଣଙ୍କ ହେଉଛନ୍ତି  ଯାଜପୁର ଜିଲ୍ଲା କୋରାଇ ବ୍ଲକ ବଣିଆଗଡ଼ିଆ ଗାଁର ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ । ୨ ପୁଅ ଓ ୨ ଝିଅ ଜନ୍ମ କରି ମଧ୍ୟ ସେ ଆଜି ସ୍କୁଲ ବାରଣ୍ଡାରେ ଦିନ କାଟୁଛନ୍ତି । ଗତ ୫ ମାସ ହେଲା ଭୋକ ଉପାସରେ ଏଇଠି ରହି ଆସୁଛନ୍ତି ପୂର୍ଣ୍ଣଚନ୍ଦ୍ର ।

Father Neglected By Two Son, Spending Days In School Veranda

ଦୁଇ ପୁଅ ଅଲଗା ହେବା ପରେ ବାପାଙ୍କୁ ପାଳି କରି ରଖୁଥିଲେ ।  ଇଛା ହେଲେ ଖାଇବାକୁ ଦିଅନ୍ତି, ନହେଲେ ନାହିଁ । ପ୍ରଥମେ ସାନ ପୁଅ ରଖିଥିବା ବେଳେ ବଡ଼ ଭାଇର ବି କର୍ତ୍ତବ୍ୟ ଅଛି କହି ଛାଡ଼ି ଯାଇଥିଲେ । ହେଲେ ସେ ବି ଶେଷରେ ବାପାଙ୍କୁ ପର କରି ଦେଲା । ପାଳିକିଆ ହିସାବରେ ପୁଅଙ୍କ ପାଖରୁ ପର ହେଲା ପରେ ଏବେ ପରିଣତ ବୟସରେ ସ୍କୁଲରେ ସାହାରା ନେଇଛନ୍ତି ପୂର୍ଣଚନ୍ଦ୍ର । ମାସକୁ ବାର୍ଦ୍ଧକ୍ୟ ଭତ୍ତା ବାବଦକୁ ମିଳୁଥିବା ୫୦୦ ଟଙ୍କାରେ ବିତୁଛି ଜୀବନ ।

ଫଳ ବିକାଳିରୁ ପଦ୍ମ ପୁରସ୍କାର ବିଜେତା, ଜାଣନ୍ତୁ ହରେକଲା ହାଜବ୍ବା କିଏ? କାହିଁକି ତାଙ୍କୁ କୁହାଯାଏ ‘ଶିକ୍ଷା ସନ୍ଥ’?

0

ନୂଆଦିଲ୍ଲୀ: ସାଧାସିଧା ଧୋତି ଓ ସର୍ଟ ପିନ୍ଧି ଖାଲିପାଦରେ  ଯେତେବେଳେ ସେ ଆଗକୁ ପାଦ ପକାଇ ରାଷ୍ଟ୍ରପତିଙ୍କ ଆଡକୁ ଅଗ୍ରସର ହେଉଥିଲେ ସେତେବେଳେ ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କ ନଜର ତାଙ୍କ ଉପରେ ଥିଲା । ରାଷ୍ଟ୍ରପତି ଭବନର ପ୍ରୋଟକଲ ଭିତରେ ବେଖାପ୍ ଲାଗୁଥିବା ସେହି ବ୍ୟକ୍ତି ଜଣକ  ଜଣେ ଫଳ ବିକ୍ରେତା । ଦେଶର ପ୍ରଥମ ନାଗରିକ ତାଙ୍କୁ ସମ୍ମାନିତ କରୁଥିଲେ । ସାଧାସିଧା ବେଶରେ ଥିବା ସେହି ବ୍ୟକ୍ତି ଶିକ୍ଷା ସନ୍ଥ ଭାବେ ପରିଚିତ । ନିଜେ ଅଶିକ୍ଷିତ ହୋଇ ମଧ୍ୟ ଶିକ୍ଷାର ମହତ୍ୱ ବୁଝିଥିବା ସେହି ଅସାଧରଣ ବ୍ୟକ୍ତିଙ୍କ ନାମ ହେଉଛି ହରେକଲା ହାଜବ୍ବା । ହରେକଲା ହଜବ୍ବା… ଗ୍ରାମାଞ୍ଚଳରେ ଶିକ୍ଷାର ବିକାଶ ଲାଗି ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ଜଣେ ଫଳ ବିକାଳି। କର୍ଣ୍ଣାଟକ ମାଙ୍ଗାଲୁରୁରେ ଘର। ବୟସ ୬୮ ।

ବଜାରବାଦର ଯୁଗରେ ଯେତେବେଳେ ସମସ୍ତେ ଟଙ୍କା ପଛରେ ଦୌଡୁଛନ୍ତି,ସେତେବେଳେ ଏହି ସାଧରଣ ବ୍ୟକ୍ତି ଜଣକ ନିଜ ପେଟକୁ ମାରି ଗାଁ’କୁ ଦେଇଛନ୍ତି ସ୍କୁଲ । ଅନେକ ପିଲାଙ୍କୁ ଦେଖାଇଛନ୍ତି ଭବିଷ୍ୟତର ରାସ୍ତା । ହାଜବ୍ବାଙ୍କ ଜୀବନ ଏମିତି ଯାହା ଅବିଶ୍ୱସନୀୟ,ଅକଳ୍ପନୀୟ ଓ ଅନେକ ଆଶାର କାହାଣୀ…

କମଳା ବିକି ଦୈନିକ ୧୦୦ ରୁ ୧୫୦ ଟଙ୍କା ଆୟ କରୁଥିବା ହାଜବ୍ବା ନିଜ ଆୟରେ ନିଉପଡପୁ ଗାଁରେ ପିଲାଙ୍କ ପାଇଁ ଏକ ସ୍କୁଲ ନିର୍ମାଣ କରିଛନ୍ତି। ସେହି ଗ୍ରାମରେ ପାଖାପାଖି ୧୮୦ ପିଲା ଶିକ୍ଷାରୁ ବଞ୍ଚିତ ଥିଲେ।  ହାଜବ୍ବାଙ୍କ ପ୍ରୟାସରେ ସେଠାରେ ସ୍କୁଲ ପ୍ରତିଷ୍ଠା ହୋଇଥିବା ବେଳେ ପିଲାମାନେ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି। ଶିକ୍ଷା କ୍ଷେତ୍ରରେ ତାଙ୍କର ଏହି ଅବଦାନ ପାଇଁ ରାଷ୍ଟ୍ରପତି ତାଙ୍କୁ ଦେଶର ଚତୁର୍ଥ ବୃହତ ନାଗରିକ ପୁରସ୍କାର ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରିଛନ୍ତି।

ତେବେ ଆପଣ ଜାଣନ୍ତି ହଜବ୍ବାଙ୍କୁ ସ୍କୁଲ ତିଆରି ପାଇଁ ପ୍ରେରଣା କେଉଁଠୁ ମିଳିଲା । ଏବଂ ଏତେ କମ୍ ଆୟ ସତ୍ୱେ ସେ କାହିଁକି ନିଜ ଖର୍ଚ୍ଚରେ ସ୍କୁଲ ନିର୍ମାଣ କଲେ? ଆସନ୍ତୁ ଏ ବିଷୟରେ ଜାଣିବା……

୧୯୭୭ ମସିହାରୁ ମାଙ୍ଗାଲୁରୁ ବସ୍ ଡିପୋରେ କମଳା ବିକ୍ରି କରୁଥିବା ହାଜବା  ଆଦୌ ପାଠ ପଢ଼ିନାହାନ୍ତି । ସେ କେବେ ସ୍କୁଲ ଯାଇ ନାହାନ୍ତି । ୧୯୭୮ ମସିହାରେ ଜଣେ ବିଦେଶୀ ନାଗରିକ ତାଙ୍କୁ କମଳାର ଦାମ୍ ପଚାରିଥିଲେ । ଇଂରାଜୀ କିମ୍ବା ହିନ୍ଦୀ ଜାଣି ନଥିବାରୁ ସେ କିଛି ବୁଝିପାରିନଥେଲେ। ପାଠ ପଢ଼ି ନଥିବାରୁ ବାହାର ଲୋକଙ୍କ ସହ କଥାବାର୍ତ୍ତା ହେବାରେ ତାଙ୍କୁ ଅନେକ ଅସୁବିଧା ହେଉଥିଲା। ଯାହାକୁ ତାଙ୍କୁ ଚିନ୍ତାରେ ପକାଇଦେଇଥିଲା ଓ ଶିକ୍ଷାର ଅସଲ ମହତ୍ତୱ ସେ ବୁଝିପାରିଥିଲେ । ବାସ୍ ସେବେଠୁ ସେ ନିଷ୍ପତ୍ତି ନେଇଥିଲେ ଯେ ନିଜ ଭଳି ସେ ନିଜ ଗାଁ ପିଲାମାନଙ୍କୁ ଶିକ୍ଷାରୁ ବଞ୍ଚିତ ହେବାକୁ ଦେବେନାହିଁ । ସେ ନିଜ ଗାଁରେ ଏକ ପ୍ରାଇମେରି ସ୍କୁଲ ତଆରି କରିବେ ।

କମଳା ବିକ୍ରି କରି ଯାହା ରୋଜଗାର କରିଥିଲେ ସେହି ଟଙ୍କାରେ ସ୍କୁଲ ଆରମ୍ଭ କରିଥିବା ବେଳେ ତତ୍କାଳୀନ ବିଧାୟକ ସ୍କୁଲ ଗୃହ ନିର୍ମାଣ ପାଇଁ ସହଯୋଗ କରିଥିଲେ। ଆଜି ସେ ତିଆରି କରିବା ସ୍କୁଲକୁ ସରାକରୀ ମାନ୍ୟତା ମିଳିସାରିଛି। ଏହି ସ୍କୁଲଟି ‘ହଜବା ବିଦ୍ୟାଳୟ’ ନାମରେ ଜଣାଶୁଣା । ଏଥିରେ ପ୍ରାୟ ୧୭୫ ଛାତ୍ରଛାତ୍ରୀ ପାଢ଼ୁଛନ୍ତି। ବର୍ତ୍ତମାନ ନିଜ ଗାଁରେ ଏକ ଜୁନିୟର କଲେଜ ଖୋଲିବା ପ୍ରତିଷ୍ଠା କରିବା ମଧ୍ୟ ତାଙ୍କ ସ୍ୱପ୍ନ । ହଜବ୍ବାଙ୍କୁ ତାଙ୍କ ଅଞ୍ଚଳରେ ‘ଶିକ୍ଷା ସନ୍ଥ’ କୁହାଯାଏ । ସାମାଜିକ କର୍ମୀ ଇସମାତ୍ ପାଜିର ତାଙ୍କ ଉପରେ ‘ହରେକାଲା ହଜବ୍ବାବା ଜୀବନ ଚାରିତ୍ର’ ନାମକ ଏକ ପୁସ୍ତକ ଲେଖିଛନ୍ତି। ନିଜେ ଯିଏ କେବେ ସ୍କୁଲ ମାଟି ମାଡି ନାହାନ୍ତି  ତାଙ୍କ ଜୀବନର କାହାଣୀ ମାଙ୍ଗାଲୋର ବିଶ୍ୱବିଦ୍ୟାଳୟର ପାଠ୍ୟକ୍ରମରେ ସାମିଲ ହୋଇଛି ।

ଜାନୁଆରୀ ୨୦୨୦ ରେ ମୋଦୀ ସରକାର ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ ଘୋଷଣା କରିଥିଲେ। କିନ୍ତୁ, କରୋନା ସଂକ୍ରମଣ ହେତୁ ସେହି ବର୍ଷ ଏହି କାର୍ଯ୍ୟକ୍ରମ ହୋଇପାରିଲା ନାହିଁ। ସେଥିପାଇଁ, ୨୦୨୦ ଏବଂ ୨୦୨୧ ପାଇଁ ପଦ୍ମ ପୁରସ୍କାରର କାର୍ଯ୍ୟକ୍ରମ ଗତକାଲି ଆୟୋଜିତ କରାଯାଇଥିଲା।  ହଜ୍ଜବାଙ୍କୁ ବର୍ତ୍ତମା ସୁଦ୍ଧା ୫୦୦ ସଂସ୍ଥାରୁ ସମ୍ମାନିତ କରାସରିଛି। ତେବେ ସେ କୁହନ୍ତି ଯେ ନିଜର ଛୋଟିଆ ଘରେ ସେ ଏହି ପୁରସ୍କାର ଗୁଡ଼ିକ ସହ ପଦ୍ମ ପୁରସ୍କାର କୁ ବି ସଜାଇ ରଖିବେ ।

ନବମ ଶ୍ରେଣୀ ଛାତ୍ରୀଙ୍କୁ ଦେଢ଼ ମାସ ଧରି ଦୁଷ୍କର୍ମ

ଜୟପୁର : ରାଜସ୍ଥାନର ଜୟପୁର ଅଞ୍ଚଳରେ ଜଣେ ୧୫ ବର୍ଷ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଥରେ ନୁହେଁ ଦୀର୍ଘ ଦେଢ଼ ମାସ ଧରି ନାବାଳିକାଙ୍କ ସହ ଦୁଷ୍କର୍ମ ହେଉଥିବା କୁହାଯାଇଛି । ଘଟଣାଟି ଜାଣିବା ପରେ ପୀଡ଼ିତାଙ୍କ ବାପା ସୋମବାର ରାତିରେ କରଧନୀ ଥାନାରେ ଅଭିଯୋଗ କରିଥିଲେ ।

ସୂଚନା ଅନୁସାରେ ନାବାଳିକା ଜଣକ ନବମ ଶ୍ରେଣୀର ଛାତ୍ରୀ । ଗତ ସୋମବାର ସେ ସ୍କୁଲ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ । ଏନେଇ ପରିବାର ସଦସ୍ୟ ଚିନ୍ତିତ ଥିଲେ । ତେଣୁ ନାବାଳିକାଙ୍କ ବାପା ଝିଅର ସ୍କୁଲ ଯାଇ ପଚରାଉଚରା କରିଥିଲେ । ଏହାର କିଛି କ୍ଷଣ ପରେ ଝିଅ ଘରକୁ ଫେରିଆସିଥିବା ଖବର ପାଇଥିଲେ ।  ଝିଅ ଘରକୁ ଫେରିବା ପରେ ସେ ସ୍କୁଲ ପୋଷାକରେ ନଥାଇ ଅନ୍ୟ ପୋଷାକ ପିନ୍ଧି ଥିବାର ଦେଖିଲେ । ଝିଅକୁ ପଚରାଉଚରା କରିବା ପରେ ସବୁ ସତ ଜଣାପଡ଼ିଥିଲା । ସ୍କୁଲ ସରିବା ପରେ ଦୀପକ ନାମକ ଜଣେ ଯୁବକ ତାକୁ ସ୍କୁଲରୁ ଜୟପୁରର ମାନସରୋବରଠାରେ ଦୁଷ୍କର୍ମ କରିଥିବା ବୋଲି ସେ କହିଥିଲା ।

ଦେଢ଼ ମାସ ଯାଏ ହେଉଥିଲା ଦୁଷ୍କର୍ମ :

କେବଳ ସୋମବାର ନୁହଁ ପାଖାପାଖି ଦୁଇ ମାସ ହେବ ଦୀପକ ଏଭଳି ଦୁଷ୍କର୍ମ କରୁଥିବା ପୀଡ଼ିତା ଜଣକ କହିଛନ୍ତି । ସ୍କୁଲ ସରିବା ପରେ ଦୀପକ ପୀଡ଼ିତାଙ୍କୁ ଜୋର ଜବରଦସ୍ତ ନିଜ ସାଙ୍ଗରେ ନେଇ ଯାଉଥିଲା । ମନା କରିବାରୁ ଜୀବନରୁ ମାରିଦେବାକୁ ଧମକ ଦେଉଥିବା ଯୋଗୁଁ ପୀଡ଼ିତା ଜଣକ ନିଜ ପରିବାରକୁ ଏ ବିଷୟରେ କହିବାକୁ ଡରୁଥିଲେ । ଏହି ଘଟଣା ପରେ ପରିବାର ସଦସ୍ୟ କରଧନୀ ଥାନାରେ ଦୀପକ ନାଁରେ ଅଭିଯୋଗ କରିଥିଲେ । ଅଭିଯୁକ୍ତ ଦୀପକକୁ ଖୋଜାଖୋଜି କରୁଥିବା ବେଳେ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି କରଧନୀ ପୋଲିସ ସୂଚନା ଦେଇଛି ।

 

 

 

ଲୋକସେବା ଭବନରେ ପହଞ୍ଚିଲେ ଜଗନ ମୋହନ, କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସହ ଆଲୋଚନା

ଭୁବନେଶ୍ୱର: ଓଡ଼ିଶାରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନ ମୋହନ ରେଡ୍ଡୀ । ଭୁବନେଶ୍ୱର ବିମାନବନ୍ଦରରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି । ବିମାନବନ୍ଦରରୁ ସିଧା ରାଜ୍ୟ ଅତିଥି ଭବନ ପରେ ଲୋକସେବା ଭବନ ପହଞ୍ଚିଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ସନ୍ଧ୍ୟା ୫ଟା ୫୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲୋକସେବା ଭବନ କନଭେନସନ ସେଣ୍ଟରରେ ଭେଟିବେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ।

Andhra Pradesh CM Jagan Mohan Reddy Reaches Bhubaneswar To Meet Odisha CM

୨ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କୋଟିଆ ସୀମା ବିବାଦ, ପୋଲାଭରମ ସହ ନେରେଡି ପ୍ରକଳ୍ପ ବାବଦରେ ଆଲୋଚନା ହେବା ଆଶା କରାଯାଉଛି । ଦୁଇ ନେତା ପ୍ରାୟ ୪୫ ମିନିଟ୍ ଧରି ବିଭିନ୍ନ ପ୍ରସଙ୍ଗରେ କଥା ହେବେ । ପରେ ସନ୍ଧ୍ୟା ୭ଟାରେ ଭୁବନେଶ୍ୱର ବିମାନବନ୍ଦରକୁ ଯାଇ ଆନ୍ଧ୍ର ଫେରିଯିବେ ଜଗନ ମୋହନ ରେଡ୍ଡୀ । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କମିଶନରେଟ୍ ପୋଲିସ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମତି ପରେ ବ୍ରିଟେନ ହଟାଇଲା କଟକଣା, ଆଉ ଆବଶ୍ୟକ ନାହିଁ କ୍ୱାରେଣ୍ଟାଇନ୍

ଲଣ୍ଡନ: ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ଅନୁମତି ପରେ ବ୍ରିଟେନ ସରକାରଙ୍କ ନିଷ୍ପତ୍ତି। କୋଭାକ୍ସିନର ସମ୍ପୂର୍ଣ୍ଣ ଡୋଜ ନେଇଥିବା ଯ଼ାତ୍ରୀଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ପଡିବ ନାହିଁ। ଆସନ୍ତା ନଭେମ୍ବର ୨୨ରୁ ଲାଗୁ ହେବ ନୂଆ ନିୟମ । ଏହା ସହ ଚୀନର ସିନୋଭାକ, ସିନୋଫାର୍ମ ସମେତ ଭାରତର କୋଭାକ୍ସିନକୁ ବ୍ରିଟେନ ନିଜ ମଞ୍ଜୁରୀ ତାଲିକାରେ ସ୍ଥାନିତ କରିଛି । ନୂଆ ନିଷ୍ପତ୍ତି ଯୋଗୁ ଭାରତ, ମାଲେସିଆ ଓ ୟୁନାଇଟେଡ ଆରବ ଏମିରେଟସ ସମେତ ଅନ୍ୟାନ୍ୟ ଦେଶର ଯାତ୍ରୀମାନେ ଯଦି ବ୍ରିଟେନ ଯାଆନ୍ତି ତେବେ ସେମାନଙ୍କୁ କ୍ବାରେଣ୍ଟାଇନରେ ରହିବାର ଆବଶ୍ୟକ ପଡିବ ନାହିଁ ।

ଏହା ସହ ବ୍ରିଟେନର ପରିବହନ ମନ୍ତ୍ରଣାଳୟ ଟିକା ନିୟମକୁ ଆହୁରି କୋହଳ କରିଛି । କୋଭିଡର ସମ୍ପୂର୍ଣ୍ଣ ଡୋଜ ନେଇଥିବା 18ବର୍ଷରୁ କମ୍ ପିଲାଙ୍କ ଲାଗି ମଧ୍ୟ ଏହି କଟକଣା ହଟାଇଦିଆଯାଇଛି । ଜରୁରୀକାଳୀନ ବ୍ୟବହାର ଲାଗି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସ୍ବତନ୍ତ୍ର କମିଟି କୋଭାକ୍ସିନକୁ ଅନୁମତି ଦେବା ପରେ ବ୍ରିଟେନ ସମେତ କିଛି ରାଷ୍ଟ୍ର ନିଜ ନିୟମରେ ପରିବର୍ତ୍ତନ କରିବା ଆରମ୍ଭ କରିଛନ୍ତି ।

ପୂର୍ବରୁ ଆମେରିକୀୟ ପ୍ରଶାସନ ମଧ୍ୟ ଏ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି । ଦୀର୍ଘ ୨୦ ମାସ ପରେ ଆମେରିକା ବିଦେଶୀ ପର୍ଯ୍ୟଟକ ଓ ଯାତ୍ରୀଙ୍କ ଲାଗି କଟକଣା ପ୍ରତ୍ୟାହାର କରିଛି । ଏଣିକି ସମ୍ପୂର୍ଣ୍ଣ କୋଭିଡ ଡୋଜ ନେଇଥିବା ଲୋକ ଆମେରିକା ଯାଇପାରିବେ । ଫଳରେ ଦୀର୍ଘ ଦିନ ଧରି ପରିବାର, ଜ୍ଞାତି ପରିଜନଙ୍କ ସହ ଏକାଠି ହୋଇପାରୁ ନଥିବା ଲୋକେ ଉପକୃତ ହେବେ । ଏହା ସହ କୂଟନୈତିକ, ବାଣିଜ୍ୟିକ, ପର୍ଯ୍ୟଟନଗତ ସମ୍ପର୍କ ମଧ୍ୟ ସାରା ବିଶ୍ବ ସହ ଯୋଡି ହେବ ।

କୋଭିଡର ଭୟାବହତା ଯୋଗୁଁ ଗତବର୍ଷ ପ୍ରଥମ ଭାଗରେ ତତକାଳୀନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏହି କଟକଣା ଜାରି କରିଥିଲେ । ତାଙ୍କ ପରେ ରାଷ୍ଟ୍ରପତି ଜୋ ବାଇଡେନ ଏହି କଟକଣା ପ୍ରତ୍ୟାହାର କରିଛନ୍ତି । ଆମେରିକାର ଏହି କଟକଣା ଯୋଗୁଁ ସାରା ବିଶ୍ବର ଲକ୍ଷ ଲକ୍ଷ ଲୋକ ସମସ୍ୟାରେ ପଡିଥିଲେ । ବିଶେଷ କରି ୟୁରୋପ, ବ୍ରିଟେନ, ଚୀନ, ଭାରତ, ମେକ୍ସିକୋ ଓ କାନାଡା ପକ୍ଷରୁ ତୀବ୍ର ବିରୋଧ ହୋଇ ଆସୁଥିଲା ।

ଏଥିସହିତ ପଢ଼ନ୍ତୁ: ଭାରତୀୟ କ୍ରିକେଟରେ ରବି ଶାସ୍ତ୍ରୀଙ୍କ ଯୁଗ ଶେଷ; ଏବେ ଦ୍ରାବିଡଙ୍କ ପାଇଁ ଅଗ୍ନି ପରୀକ୍ଷା

ଚୋରା ଚାଲାଣ ବେଳେ ୨ଟି ହାତୀଦାନ୍ତ ଜବତ, ୨ ଗିରଫ

କେନ୍ଦୁଝର: ହାତୀଦାନ୍ତ କିଣିବା ବାହାନାରେ ଗଲେ, ଚୋରା ଚାଲାଣକାରୀଙ୍କୁ ଧରିଲେ । କେନ୍ଦୁଝର ବନ ବିଭାଗ ୭.୧୯୫ କେଜି ଓଜନର ୨ଟି ହାତୀଦାନ୍ତକୁ ଜବତ କରିଛି । ଏହି ମାମଲାରେ ୨ ଜଣଙ୍କ ଗିରଫ କରିଛି ବନ ବିଭାଗ । କେନ୍ଦୁଝର ବନଖଣ୍ଡର ଲୁଣଘର ଗାଁ ନିକଟରେ ହାତୀଦାନ୍ତ ଚୋରା ଚାଲାଣ ନେଇ ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଥିଲା । ଏସିଏଫ୍ ଘନଶ୍ୟାମ ମହାନ୍ତଙ୍କ ନେତୃତ୍ୱରେ ଏକ ଚିମ୍ ହାତୀଦାନ୍ତ କିଣିବା ବାହାନା କରି ଚାଲାଣକାରୀଙ୍କ ପାଖରେ ପହଞ୍ଚିଥିଲେ ।

Keonjhar Forest Department Seized Two Tusk Of Elephant And Held 2

ମାମଲାରେ ବନ ବିଭାଗ କେନ୍ଦୁଝର ସଦର ଥାନା ଅଞ୍ଚଳ ଆମ୍ବଡହରା ଗାଁର ଡାକ୍ତର ମୁଣ୍ଡା ଓ ମୟୂରଭଞ୍ଜ ବାଙ୍ଗିରିପୋଶି ଥାନା ଅଞ୍ଚଳର ଚିତ୍ତରଞ୍ଜନ ବଇଠାଙ୍କୁ ଗିରଫ କରିଛି । ଉଭୟଙ୍କ ଠାରୁ ୨ଟି ହାତୀଦାନ୍ତ ଜବତ କରାଯାଇଛି । ଏହି ରାକେଟରେ ଆଉ କାହାର ସମ୍ପୃକ୍ତି ରହିଛି, ହାତୀ ଦାନ୍ତ କେଉଁଠି ଆସିଲା, କେଉଁଠିକୁ ଯାଉଥିଲା । ଏସବୁ ଦିଗରେ ତଦନ୍ତ ଦାରି ରହିଛି ସୂଚନା ଦେଇଛନ୍ତି କେନ୍ଦୁଝର ଡିଏଫ୍ଓ ।

ଲଖିମପୁର ଖେରୀ ହିଂସା ମାମଲାରେ ନୂଆ ଖୁଲାସା: ଆଶିଷ ମିଶ୍ରଙ୍କ ବନ୍ଧୁକରୁ ହୋଇଥିଲା ଫାୟାରିଂ

0

ଲକ୍ଷ୍ଣୌ: ୩ ଅକ୍ଟୋବର ଲକ୍ଷ୍ମୀପୁର ଖେରୀରେ କୃଷକଙ୍କୁ କାର୍‌ରେ ଦଳିଦେବା ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଫରେନ୍ସିକ ରିପୋର୍ଟ ଅନୁଯାୟୀ ଦାବି କରାଯାଇଛି ଯେ, ସେହି ଜଙ୍ଘନ୍ୟକାଣ୍ଡ ସମୟରେ ଫାୟରିଂ କେନ୍ଦ୍ର ଗୃହ ରାଜ୍ୟ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁତ୍ର ଆଶିଷ ମିଶ୍ରଙ୍କ ବନ୍ଧୁକରୁ ହୋଇଥିଲା । ତେବେ  ମାମଲାର ତଦନ୍ତ ଅଗ୍ରଗତି ନେଇ ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ ସୁପ୍ରିମକୋର୍ଟ । ଏବଂ କୌଣସି ଜଣେ ବ୍ୟକ୍ତିଙ୍କୁ ସୁରକ୍ଷା ଦେବାକୁ ତଦନ୍ତ ଏଭଳି ମନ୍ଥର ଗତିରେ ଚାଲୁଥିବା ମାନ୍ୟବର କୋର୍ଟ କହିଛନ୍ତି ।

ସେଦିନର ଜଙ୍ଘନ୍ୟକାଣ୍ଡ ସମୟରେ ଆଶିଷ ମିଶ୍ର ନିଜ ବନ୍ଧୁକ ଏବଂ ତାଙ୍କ ବନ୍ଧୁ ଅଙ୍କିତ ଦାସଙ୍କ ରିପିଟର ଗନ ପିଷ୍ଟଲରୁ ଫାୟରିଂ କରିଥିଲେ । ବର୍ତ୍ତମାନ ସମୟରେ ଉଭୟ ଅଭିଯୁ୍କ୍ତ ଲକ୍ଷ୍ମୀପୁର ଖେରୀ ଜିଲ୍ଲା ଜେଲରେ ବନ୍ଦ ଅଛନ୍ତି । ଏଏସ୍‌ପି ଅରୁଣ କୁମାର ସିଂହ କହିଛନ୍ତି ଯେ ମାମଲାରେ ଜଡ଼ିତ ସାକ୍ଷୀଙ୍କୁ ତଦନ୍ତ ପାଇଁ ପଠାଯାଇଛି । ଯାହାର ଆଧାରରେ ଆଗକୁ ତଦନ୍ତ ହେବ । ସୋମବାର ସୁପ୍ରିମକୋର୍ଟ ମାମଲା  ଉପରେ ଶୁଣାଣି କରି କହିଥିଲେ ଯେ, ଲକ୍ଷ୍ମୀପୁର ଖେରୀ ହିଂସା ମାମଲାରେ ସ୍ପେଶାଲ ଇନ୍‌ଭେଷ୍ଟିଗେଟିଂ ଟିମ୍ (ଏସ୍‌ଆଇଟି) ତଦନ୍ତର ତଦାରଖ ନେଇ ୟୁପି ସରକାର ପକ୍ଷରୁ ଗଠିତ ନୂଆ ନ୍ୟାୟିକ ଆୟୋଗ ଉପରେ ତାଙ୍କର ଭରସା ନାହିଁ । ମାନ୍ୟବର କୋର୍ଟ ଏସ୍ଆଇଟି ତଦନ୍ତ ରିପୋର୍ଟ ଉପରେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ପକ୍ଷରୁ କୁହାଯାଇଛି ଯେ, ନିରପେକ୍ଷ ତଦନ୍ତ ଲାଗି ଅନ୍ୟ ରାଜ୍ୟର ସେବାନିବୃତ୍ତ ବିଚାରପତି ଦ୍ୱାରା ମାମଲାର ତଦାରଖ କରାଯାଉ । ତେବେ ମାମଲା ଉପରେ ଆଗାମୀ ଶୁଣାଣି ୧୨ ନଭେମ୍ୱରର ଧାର୍ଯ୍ୟ କରାଯାଇଛି ।

ସର୍ବୋଚ୍ଚ ନ୍ୟାୟାଳୟ ମୁଖ୍ୟ ନ୍ୟାୟାଧିଶ ଜଷ୍ଟିସ୍ ଏନ୍‌ବି ରମଣ, ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ୍ ହିମା କୋହଲୀଙ୍କ ଖଣ୍ଡପୀଠ ରିପୋର୍ଟ ଦେଖିବା ପରେ ତଦନ୍ତର ମନ୍ଥର ଗତି ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଖଣ୍ଡପୀଠକୁ ଏଭଳି ଅନୁଭବ ହେଉଛି ଯେ, ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସୁରକ୍ଷା ଦେବା ପାଇଁ ପ୍ରମାଣ ସଂଗ୍ରହ ହେଉଛି ।

ଏଥିସହିତ ପଢ଼ନ୍ତୁ: ୨୦ ନଭେମ୍ୱରରେ ଇପିଏଫ୍‌ଓ ଟ୍ରଷ୍ଟ ବୋର୍ଡର ବୈଠକ: ଖାତାଧାରକଙ୍କୁ ସୁଧ ଦିଆଯିବ ନେଇ ହେବ ନିଷ୍ପତ୍ତି