BCCI –ବିରାଟ ଷ୍ଟାର ୱାର, କିଏ କହୁଛି ସତ ?

2 min read

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରେ ଅଧିନାୟକତ୍ୱକୁ ନେଇ ଆରମ୍ଭ ହୋଇଥିବା ଷ୍ଟାର ୱାର ଜୋରଦାର ହେବାରେ ଲାଗିଛି । ବିରାଟଙ୍କଠାରୁ ଦିନିକିଆ ଟିମର ଅଧିନାୟକ ପଦରୁ ବିଦା କରିବାକୁ ନେଇ ଆରମ୍ଭ ହୋଇଥିବା ବିବାଦ ନୂଆ ମୋଡ ନେଇଛି । ବୁଧବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ ବିରାଟ ସୌରଭ ଗାଙ୍ଗୁଲିଙ୍କ ବିରୋଧରେ ବିରାଟ ଅଭିଯୋଗ ଆଣିଥିଲେ । ତାଙ୍କ ଅଭିଯୋଗ ଥିଲା ଯେ, ତାଙ୍କୁ ଦିନିକିଆ ଦଳର ଅଧିନାୟକ ପଦରୁ ହଟା ଯାଉଛି ବୋଲି ଦକ୍ଷିଣ ଆଫ୍ରିକା ପାଇଁ ଟେଷ୍ଟ ଟିମ୍ ଘୋଷଣାର ମାତ୍ର ୯୦ ମିନିଟ୍ ପୂର୍ବରୁ କୁହାଯାଇଥିଲା । ସେ ଆହୁରି ମଧ୍ୟ କହିଥିଲେ ଯେ, ଟି-ଟ୍ୱେଣ୍ଟି ଅଧିନାୟକ ପଦ ନଛାଡିବାକୁ ତାଙ୍କୁ ବିସିସିଆଇ କହିନଥିଲା ।

ବିରାଟଙ୍କ ଏହି ବିସ୍ଫୋରକ ପ୍ରେସମିଟ୍ ପରେ ବିସିସିଆଇ ତାଙ୍କ ଉପରେ ପାଲଟା ଆକ୍ରମଣ କରିଛି । ବିରାଟଙ୍କ ଉପରେ ବିରାଟ ଆକ୍ରମଣ କରି ବିସିସିଆଇ କହିଛି ଯେ, ସେପ୍ଟେମ୍ବର ମାସରେ ହିଁ ବିରାଟଙ୍କୁ କୁହାଯାଇଥିଲା ଯେ, ହ୍ୱାଇଟ୍ ବଲ କ୍ରିକେଟରେ ଟିମର ଦୁଇ ଜଣ କ୍ୟାପ୍ଟେନ ରହି ପାରିବେ ନାହିଁ । ଏହାସତ୍ୱେ ବିରାଟ ନିଜେ ଟି-ଟ୍ୱେଣ୍ଟି ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ।
ନିଜ ନାମ ଗୋପନ ରଖି ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ, ବିରାଟଙ୍କ ସହିତ ଅଧିନାୟକ ପଦବୀକୁ ନେଇ ସେପ୍ଟେମ୍ବର ମାସରେ ହିଁ କଥାବାର୍ତ୍ତା ସରିଥିଲା । ସେତେବେଳେ ତାଙ୍କୁ ଟି-୨୦ କ୍ୟାପ୍ଟେନ୍ସି ଛାଡିବାକୁ ଅଟକାଇବା ପାଇଁ ଉଦ୍ୟମ ହୋଇଥିଲା । ଯେତେବେଳେ ସେ ମାନି ନଥିଲେ ସେତେବେଳେ ତାଙ୍କୁ ଚେତାବନୀ ଦିଆଯାଇଥିଲା ଯେ, ହ୍ୱାଇଟ୍ ବଲ କ୍ରିକେଟରେ ଗୋଟିଏ ଟିମ ପାଇଁ ଦୁଇ ଜଣ ଅଧିନାୟକ ରହି ପାରିବେ ନାହିଁ । ତାଙ୍କୁ କୁହାଯାଇଥିଲା ଯେ, ଦିନିକିଆ ଓ ଟି-ଟ୍ୱେଣ୍ଟି ପାଇଁ ଜଣେ ହିଁ କ୍ୟାପ୍ଟେନ ରହିବେ ।

ବିସିସିଆଇ ଓ ବିରାଟଙ୍କ ମଧ୍ୟରେ ଚାଲିଥିବା ଏହି ଯୁଦ୍ଧ ଆଗକୁ କେଉଁ ମୋଡ ନେବ ତାହା ଦେଖିବାକୁ ରହିଲା । କାରଣ ବିରାଟ କହୁଛନ୍ତି ସେ ବୋର୍ଡ୍ ସହିତ କଥା ହୋଇ ଟି-ଟ୍ୱେଣ୍ଟି କ୍ୟାପ୍ଟେନ୍ ପଦ ଛାଡିଥିଲେ । ଅନ୍ୟପକ୍ଷରେ ବୋର୍ଡ୍ କହୁଛି ଆମେ ବିରାଟଙ୍କୁ ରଖିବାକୁ ଚାହୁଁଥିଲୁ ।

Leave a Reply