ବିଶ୍ୱକପରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

1 min read

ଦୁବାଇ: ବିଶ୍ୱକପରେ ପୁଣି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଆସନ୍ତା ବର୍ଷ ହେବାକୁ ଥିବା ମହିଳା କ୍ରିକେଟ ବିଶ୍ୱକପରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଏହି ଦୁଇ ପାରମ୍ପାରିକ ପ୍ରତିଦ୍ୱନ୍ଦୀ । ଆସନ୍ତା ବର୍ଷ ହେବାକୁ ଥିବା ମହିଳା ବିଶ୍ୱକପ ପାଇଁ ଆଜି ଆଇସିସି ପକ୍ଷରୁ ସୂଚୀ ଜାରି କରାଯାଇଛି । ମହିଳା ବିଶ୍ୱକପ ନ୍ୟୁଜିଲାଣ୍ଡରେ ଆସନ୍ତା ବର୍ଷ ଖେଳାଯିବ । ଆସନ୍ତା ବର୍ଷ ମାର୍ଚ୍ଚ ୪ରୁ ଆରମ୍ଭ ହେବ ଏବଂ ଫାଇନାଲ ମ୍ୟାଚ ୩ ଏପ୍ରିଲରେ ଖେଳାଯିବ ।

ଜାରି ହୋଇଥିବା ସୂଚୀ ଅନୁସାରେ ଭାରତ ତା’ର ପ୍ରଥମ ମ୍ୟାଚରେ ପାରମ୍ପାରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନକୁ ଭେଟିବ । ଏହି ମ୍ୟାଚ ମାର୍ଚ୍ଚ ୬ରେ ବୈ ଓଭାଲରେ ଖେଳାଯିବ । ଚଳିତ ବର୍ଷ ଦୁବାଇରେ ଖେଳାଯାଇଥିବା ପୁରୁଷ ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହୋଇଥିଲେ ଭାରତ-ପାକିସ୍ତାନ । ୨୦୨୨ ମହିଳା ବିଶ୍ୱକପରେ ମୋଟ ୮ଟି ଟିମ୍ ଭାଗ ନେବ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୩୧ଟି ମ୍ୟାଚ ଖେଳାଯିବ । ଏହି ସମସ୍ତ ୩୧ଟି ମ୍ୟାଚ ୬ଟି ସହରରେ ଖେଳାଯିବ । ସମସ୍ତ ଟିମ୍ ସବୁ ଟିମ୍ ବିପକ୍ଷରେ ଗୋଟିଏ ଲେଖାଏଁ ମ୍ୟାଚ ଖେଳିବେ । ଟପ୍-୪ରେ ରହିଥିବା ଟିମ୍ ସେମିଫାଇନାଲରେ ଖେଳିବ ।

ଭାରତ ସମେତ ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ସିଧାସଳଖ ଭାବରେ ଏହି ଟୁର୍ଣ୍ଣାମେଣ୍ଟରେ ନିଜ ସ୍ଥାନ ପକ୍କା କରିଛନ୍ତି । ପଞ୍ଚମ ଦଳ ଭାବରେ ଆୟୋଜକ ନ୍ୟୁଜିଲାଣ୍ଡକୁ ସୁଯୋଗ ମିଳିଥିବାବେଳେ ବାକି ତିନୋଟି ଦଳ ପାକିସ୍ତାନ, ବାଂଲାଦେଶ ଓ ଓ୍ୱେଷ୍ଟ ଇଣ୍ଡିଜ୍ ବିଶ୍ୱକପ କ୍ୱାଲିଫାୟାର ମ୍ୟାଚ ଖେଳି ସ୍ଥାନ ପକ୍କା କରିଛି ।

Leave a Reply