କେବେ ଖୋଲିବ ସ୍କୁଲ୍ ? କେମିତି ପଢ଼ିବେ ପିଲା ?

1 min read
When The Primary School WIll Open In Odisha

ଭୁବନେଶ୍ୱର: ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗକୁ ଘାରିଛି ପ୍ରାଥମିକ ସ୍କୁଲ ପିଲାଙ୍କ ପାଠପଢ଼ା ଚିନ୍ତା । କୋଭିଡ୍ ପାଇଁ ୨ ବର୍ଷ ହେବ ସ୍କୁଲ ଖୋଲି ନଥିବା ବେଳେ କୋଭିଡ୍ ପରେ କେବେ ଖୋଲିବ ସ୍କୁଲ ? କେମିତି ସ୍କୁଲ ଆସିବେ ଛାତ୍ରଛାତ୍ରୀ ? କିଭଳି ରହିବ ଶିକ୍ଷା ବ୍ୟବସ୍ଥା ? ତାକୁ ନେଇ ହୋଇଛି ଆଲୋଚନା । ଆତ୍ମଶକ୍ତି ଟ୍ରଷ୍ଟ ଜରିଆରେ ଜିଲାୱାରୀ ସର୍ଭେ ପରେ ପିଲାଙ୍କ ମାନସିକ ସ୍ଥିତିକୁ ବଢ଼ିଛି ଚିନ୍ତା । ତେଣୁ କୋଭିଡ୍ ସମୟରେ ପିଲାଙ୍କୁ ସ୍କୁଲ ଶିକ୍ଷା ଦେବା ପାଇଁ ଯୋଜନା କରୁଛି ଆୟୋଗ ।

When The Primary School WIll Open In Odisha

କେବେ ଖୋଲିବ ସ୍କୁଲ ? କେମିତି ପଢିବେ ପିଲାଏ ? ସ୍କୁଲ ନଖୋଲିଲେ କଣ ହେବ ବିକଳ୍ପ ? ବିନା ପାଠପଢ଼ାରେ କିଭଳି ପଡ଼ିବ ମୂଳଦୁଆ ? ଦୀର୍ଘ ୨୨ମାସ ହେଲାଣି । ରାଜ୍ୟରେ ଖୋଲିନି ପ୍ରାଥମିକ ସ୍କୁଲ । ଶିକ୍ଷାରୁ ବି ଦୂରେଇ ଯାଇଛନ୍ତି ପ୍ରଥମରୁ ପଞ୍ଚମ ଶ୍ରେଣୀ ପିଲା । ଉତ୍ତୀର୍ଣ୍ଣ ହୋଇଛନ୍ତି ସତ ହେଲେ ଶିକ୍ଷା ଘର ଶୂନ । ଯାହାକୁ ନେଇ ପିଲାଙ୍କ ମାନସିକ ଚାପ ବଢ଼ିଛି । ରାଜ୍ୟରେ ମାତ୍ର ୨୭ ପ୍ରତିଶତ ପିଲା ଅନଲାଇନ୍ ମାଧ୍ୟମରେ ପାଠ ପଢୁଛନ୍ତି । ଆତ୍ମଶକ୍ତି ଏନଜିଓ ସମସ୍ତ ଜିଲ୍ଲାରେ ଚାଟଶାଳୀ ସର୍ଭେ କରି ପିଲାଙ୍କ ଶୋଚନୀୟ ସ୍ଥିତି ବିଷୟରେ ଜାଣିବାକୁ ପାଇଛନ୍ତି । ଆଗକୁ ଯଦି ବନ୍ଦ ରହେ ତେବେ ପ୍ରାଥମିକ ସ୍କୁଲ ପିଲା ବାଧ୍ୟ ହୋଇ ସ୍କୁଲ ଛାଡ଼ିବେ । ସେପଟେ ବିଇଓ କହିଛନ୍ତି ଘରଘର ବୁଲି ଗ୍ରୁପ୍ କରି ଶିକ୍ଷକମାନେ ପିଲାଙ୍କୁ ପାଠ ପଢାଉଛନ୍ତି ।

When The Primary School WIll Open In Odisha

ପ୍ରାଥମିକ ଶିକ୍ଷା ହେଉଛି ପିଲାଙ୍କ ମୂଳଦୁଆ । କିନ୍ତୁ ଅନଲାଇନ୍ ମାଧ୍ୟମରେ ସମସ୍ତଙ୍କ ପାଖରେ ସ୍କୁଲ ଶିକ୍ଷା ପହଞ୍ଚି ପାରୁନାହିଁ । ବର୍ତ୍ତମାନ ପରିସ୍ଥିତିରେ ସ୍କୁଲ୍ ଖୋଲିବା ଯଦିଓ ଜରୁରୀ କିନ୍ତୁ ସଂକ୍ରମଣ ଆଶଙ୍କା ଏବେ ବି ରହିଛି । ତେବେ ପିଲାଙ୍କ ପାଖରେ ସ୍କୁଲ ଶିକ୍ଷା କିଭଳି ପହଞ୍ଚିବ ସେନେଇ ସମସ୍ତ ଜିଲ୍ଲାର ଜିଲ୍ଲା ଓ ବ୍ଳକ ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ନିଷ୍କର୍ଷ ବାହାରିବା ପରେ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପାଖରେ ଦାଖଲ କରାଯିବ । ବିକଳ୍ପ ଶିକ୍ଷା ବ୍ୟବସ୍ଥାକୁ ଫୋକସ୍ ରହି ବୋଲି OSPCR ଅଧ୍ୟକ୍ଷା କହିଛନ୍ତି ।

When The Primary School WIll Open In Odisha

ସ୍କୁଲ ନ ଖୋଲିଲେ ବି ପିଲାଙ୍କୁ କିପରି ଶିକ୍ଷାଦାନ କରାଯିବ ସେନେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସମସ୍ତ ଜିଲ୍ଲାର ଡିଇଓ, ବିଇଓ, ପ୍ରଧାନଶିକ୍ଷକ, ସ୍କୁଲ ପରିଚାଳନା କମିଟି ସଦସ୍ୟ, ଅଭିଭାବକଙ୍କ ସହ ସ୍ୱତନ୍ତ୍ର ଆଲୋଚନା କରିଛନ୍ତି ।

Leave a Reply