ରାଜ୍ୟରେ ଖୁବଶୀଘ୍ର ଗଠନ ହେବ କିନ୍ନର ମଙ୍ଗଳ ବୋର୍ଡ

Odisha To Setup Transgender Welfare Board Soon

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ ହେଲା କିନ୍ନରଙ୍କ ପାଇଁ ଚିଠା ପଲିସି । ବିଭିନ୍ନ ବିଭାଗର ମତାମତ ସଂଗ୍ରହ ପରେ ପ୍ରଥମ ଥର ପାଇଁ ରାଜ୍ୟରେ କାର୍ଯ୍ୟକାରୀ ହେବ ସ୍ୱତନ୍ତ୍ର ଟ୍ରାନ୍ସଜେଣ୍ଡର ପଲିସି । କିନ୍ନରଙ୍କୁ ମିଳିବ ସାମାଜିକ ସୁରକ୍ଷା ଓ ସମାଜରୁ ଦୂର ହେବ କିନ୍ନରଙ୍କ ପ୍ରତି ଥିବା ଦୃଷ୍ଟିଭଙ୍ଗୀ । ଖୁବଶୀଘ୍ର ଗଠନ କରାଯିବ କିନ୍ନର ମଙ୍ଗଳ ବୋର୍ଡ । ଯାହାକୁ ନେଇ କିନ୍ନରଙ୍କ ମହଲରେ ଖୁସିର ଲହରୀ ।

Odisha To Setup Transgender Welfare Board Soon

ଖୁବଶୀଘ୍ର ଆସିବ ସ୍ୱତନ୍ତ୍ର ଟ୍ରାନ୍ସଜେଣ୍ଡର ପଲିସି । ସରକାରୀ ଭାବେ ଜାରି ହେଲା ଚିଠା ପ୍ରସ୍ତାବ । ରାଜ୍ୟରେ ଗଠିତ ହେବ କିନ୍ନର ମଙ୍ଗଳ ବୋର୍ଡ । ସମାଜରେ ବଦଳିବ କିନ୍ନରଙ୍କ ପ୍ରତି ଦୃଷ୍ଟିଭଙ୍ଗୀ । ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ୨୨ ହଜାରରୁ ଅଧିକ କିନ୍ନର ପଞ୍ଜିକୃତ ହୋଇଛନ୍ତି । ତେବେ ଏମାନଙ୍କ ସଂଖ୍ୟା ୪୦ ହଜାରରୁ ଅଧିକ । ୨୦୧୪ରେ ସର୍ବୋଚ୍ଚ ନ୍ୟାୟଳୟ ସେମାନଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ପ୍ରଦାନ କରିଥିଲେ । ୨୦୧୯ରେ କେନ୍ଦ୍ର ସରକାର ସ୍ୱତନ୍ତ୍ର ଟ୍ରାନ୍ସଜେଣ୍ଡର ଆଇନ୍ କରିବା ସହ ସମସ୍ତ ରାଜ୍ୟକୁ ନିଜ ନିଜ ପଲିସି ପ୍ରଣୟନ କରିବାକୁ କହିଥିଲେ । ଗତ ସାଧାରଣ ନିର୍ବାଚନ ସମୟରେ ବିଜୁ ଜନତା ଦଳ କିନ୍ନରଙ୍କୁ ସାମାଜିକ ସୁରକ୍ଷା ପ୍ରଦାନ ସହ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

Odisha To Setup Transgender Welfare Board Soon

ବର୍ତ୍ତମାନ ପ୍ରସ୍ତୁତ ହୋଇଥିବା ଚିଠା ପଲିସି ଚୂଡ଼ାନ୍ତ ହେବା ପରେ ସମାଜରେ କିନ୍ନରଙ୍କ ପ୍ରତି ଥିବା ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ ହୋଇପାରିବ ବୋଲି ଆଶା ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଏନେଇ ବିଭିନ୍ନ ବିଭାଗର ମତାମତ ସଂଗ୍ରହ କରାଯାଉଛି । ସ୍ୱତନ୍ତ୍ର ମଙ୍ଗଳ ବୋର୍ଡ ଗଠନ ସହ ସେମାନଙ୍କର ବିଭିନ୍ନ ଦାବିକୁ ଏଥିରେ ସାମିଲ୍ କରାଯିବ ।

Odisha To Setup Transgender Welfare Board Soon

ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି କିନ୍ନର ମହସଂଘ । ଏହା ଦ୍ୱାରା କିନ୍ନରଙ୍କ ଲିଙ୍ଗ ଅସ୍ତ୍ରୋପଚାର ପାଇଁ ଆର୍ଥିକ ସହାୟତା, କର୍ମଜୀବୀ କିନ୍ନରଙ୍କ ପାଇଁ ଏଥିପାଇଁ ଦରମା ସହିତ ଛୁଟି ପାଇଁ ଅନୁମତି ଏବଂ ସ୍ୱତନ୍ତ୍ର ଟ୍ରାନ୍ସଜେଣ୍ଡର ୱେଲଫର ବୋର୍ଡ ପାଇଁ ପ୍ରସ୍ତାବ ରହିଛି । ଏଥିରେ କିନ୍ନର ଉପକୃତ ହେବା ସହିତ ସେମାନେ ନିଜ ବୃତ୍ତିରୁ ଓହରି ମୁଖ୍ୟସ୍ରୋତରେ ସାମିଲ ହେବାକୁ ପ୍ରବର୍ତ୍ତାଇବ ବୋଲି କିନ୍ନର ନେତ୍ରୀ ମତ ଦେଇଛନ୍ତି ।

ଏଥିସହ ପଢ଼ନ୍ତୁ: କିନ୍ନରଙ୍କୁ ନୂଆ ଅଧିକାର ଦେଲା ଓଡ଼ିଶା

Leave a Reply