ଜଗା ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନର ନୂଆ ଏସଓପି

1 min read
Puri Jagannath Temple Darshan Time Extended

ପୁରୀ: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୂଆ ଏସଓପି ଜାରି କରାଯାଇଛି । ନୂଆ ଏସଓପି ଅନୁଯାୟୀ ବଢ଼ିବ ଜଗା ଦର୍ଶନ ସମୟ ସୀମା । ଆସନ୍ତାକାଲିଠୁ ବର୍ଦ୍ଧିତ ସମୟ ଅନୁସାରେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ସକାଳ ୫ଟା ୩୦ରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ଲାଗି ଖୋଲା ରହିବ । କରୋନା କଟକଣା ଓ ଭିଡ଼କୁ ଦୃଷ୍ଟିରେ ରଖି ଆସନ୍ତା ଡିସେମ୍ବର ୩୧ ଓ ନୂଆ ବର୍ଷରେ ଭକ୍ତଙ୍କ ଲାଗି ବନ୍ଦ ରହିବ ଶ୍ରୀମନ୍ଦିର ।

Puri Jagannath Temple Darshan Time Extended

ବନକ ଲାଗି ଓ ପଇତା ଲାଗି ସମୟରେ ଜୟ ବିଜୟ ଓ ବେହରଣ ଦ୍ୱାର ବନ୍ଦ ରହିବ । ଏହି ସମୟରେ ଶ୍ରଦ୍ଧାଳୁ ଆନନ୍ଦ ବଜାର ଯାଇ ମହାପ୍ରସାଦ ଖାଇବା ସହ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ କରିପାରିବେ । ଶ୍ରୀମନ୍ଦିର ପ୍ରବେଶ ପାଇଁ ୨ଟି ଡୋଜ୍ ଟିକା କିମ୍ବା ୭୨ ଘଣ୍ଟା ମଧ୍ୟର କୋଭିଡ୍ ଆରଟି-ପିସିଆର୍ ନେଗେଟିଭ୍ ପରୀକ୍ଷା ରିପୋର୍ଟ ଦେଖାଇବାକୁ ପଡ଼ିବ । ପୂର୍ବରୁ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ କରି ପାରୁଥିଲେ ।

Leave a Reply