spot_img
Home Blog Page 4935

ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ, ନେଇପାରେ ବାତ୍ୟାର ରୂପ

ଭୁବନେଶ୍ୱର: ବଡ଼ ଓଷାରେ ମାଡ଼ ହୋଇପାରେ ବାତ୍ୟା । ଦକ୍ଷିଣ ଆଣ୍ଡାମାନ ସାଗର ଓ ତତସଂଲଗ୍ନ ଥାଇଲାଣ୍ଡ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ୧୫ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଏ ସଂଲଗ୍ନ ଦକ୍ଷିଣପୂର୍ବ ବଙ୍ଗୋପସାଗର ଆଡ଼କୁ ଗତି କରି ଅବପାତର ରୂପ ନେବ ।  ଏନେଇ ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ ।

ପରବର୍ତ୍ତୀ ସମୟରେ ଅବପାତ ଆହୁରି ଘନୀଭୂତ ହୋଇ ବାତ୍ୟାର ରୂପ ନେଇପାରେ । ୧୮ ତାରିଖ ବେଳକୁ ଏହା ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି । ତେବେ, ଲଘୁଚାପଟି ବାତ୍ୟାରେ ପରିଣତ ହେବ କି ନାହିଁ ସେ ନେଇ କିଛି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ତେବେ, ପାଣିପାଗ ବିଭାଗର ପ୍ରାକ୍ ଆକଳ ଅନୁସାରେ ବାତ୍ୟା ହେଲେ ଆନ୍ଧ୍ର ଉପକୂଳରେ ମାଡ଼ ହେବାର ଆଶଙ୍କା ରହିଛି ।

ପ୍ରଭାବରେ ୧୭ ତାରିଖରେ ଆନ୍ଧ୍ର ଉପକୂଳ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ୧୭ ତାରିଖ ବେଳକୁ ପବନ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ବହିବ । ଝଟକା ପବନର ବେଗ ଘଣ୍ଟାପ୍ରତି ୬୫ କିଲୋମିଟର ରହିପାରେ । ୧୬ ତାରିଖରୁ ୧୮ ତାରିଖ ଯାଏଁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଶାନ୍ତ ରହିବ । ସମୁଦ୍ର ଅଶାନ୍ତ ରହୁଥିବାରୁ ୧୩ରୁ ୧୫ ତାରିଖ ଯାଏଁ ଆଣ୍ଡାମାନ ସାଗର ଓ ଦକ୍ଷିଣପୂର୍ବ ବଙ୍ଗୋପସାଗରକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ସେହିଭଳି ପଶ୍ଚିମ କେନ୍ଦ୍ରୀୟ ଓ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ୧୬ରୁ ୧୮ ତାରିଖ ଯାଏଁ ଅଶାନ୍ତ ରହିବ । ଗଭୀର ସମୁଦ୍ର ମଧ୍ୟରୁ ମତ୍ସ୍ୟଜୀବୀମାନେ ୧୫ ତାରିଖ ସୁଦ୍ଧା ଫେରି ଆସିବାକୁ ପାଣିପାଗ ବିଭାଗ କହିଛି ।

ଏଥିସହ ପଢ଼ନ୍ତୁ: ଭିଜାଉଛି ଲଘୁଚାପ, ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି

ଏବେ ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ପ୍ରବଳ ବର୍ଷା । ପ୍ରବଳ ବର୍ଷା ନେଇ ୯ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ଏହା ସହିତ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ବୌଦ୍ଧ, ନୂଆପଡ଼ା, ଢେଙ୍କାନାଳ, ମାଲକାନଗିରି, ଏବଂ ବଲାଙ୍ଗିର ଜିଲ୍ଲାରେ ମଧ୍ୟ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ପ୍ରଭାବରେ ଆସନ୍ତା ୪-୫ ଦିନ ପର୍ଯ୍ୟନ୍ତ ରାତିର ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ ବଢିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପୋଲିସ ଚାକିରି ନାଁରେ ଦେଢ଼କୋଟି ଠକେଇ ମାମଲା, ଅଭିଯୁକ୍ତ ବୈକୁଣ୍ଠ ନାଥକୁ ରିମାଣ୍ଡରେ ନେବ ଇଓଡବ୍ଲୁ

ଭୁବନେଶ୍ୱର: ପୋଲିସ ଚାକିରି ଦେବା ନାଁରେ ଦେଢ଼ କୋଟି ଟଙ୍କା ଠକେଇ ମାମଲା । ଠକ ବୈକୁଣ୍ଠ ନାଥ ନାୟକକୁ ୨ ଦିନିଆ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଖୋଜିବ ଠକେଇର ଚେର । ବୈକୁଣ୍ଠ ନାଥ ନାୟକ ଓ ଭୀମସେନ ମହାରଣା ୩୮ ଜଣଙ୍କୁ ଠକେଇ କରିଥିବା ଅଭିଯୋଗ ହୋଇଛି । ବୈକୁଣ୍ଠ ନାଥଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି କୋର୍ଟ ।

Police Recruitment Fraud, Accuse Baikuntha On EOW Remand

ଜେରା ବେଳେ ୩୮ନା ଅଧିକ ଆଶାୟୀଙ୍କୁ ଠକିଛନ୍ତି ସେ ନେଇ ପଚରାଉଚରା କରିବ ଇଓଡବ୍ଲୁ । ଠକେଇ ରାକେଟରେ ଆଉ କେତେ ଜଣ ସମ୍ପୃକ୍ତ ? ନକଲି ଆଇଡି କାର୍ଡରେ କିଭଳି ମିଳୁଥିଲା ଅବାଧ ପ୍ରବେଶ ? ଏନେଇ ଇଓଡବ୍ଲୁ ଜେରା କରିବ । ଗତକାଲି ୨ ଜଣଙ୍କୁ ଗିରଫ କରାଯାଇଥିଲା ।

ମିଳିତ ପୋଲିସ ସେବା ବା ସିପିଏସିଇ ପରୀକ୍ଷାର୍ଥୀଙ୍କୁ ଚାକିରି କରାଇ ଦେବା ନାଁରେ ପକାଇଥିଲେ ଜାଲ । ଦୁଇ ଠକ ନିଜକୁ ଗୃହ ବିଭାଗର ସେକ୍ସନ ଅଫିସର କହି ୩୮ଜଣ ଚାକିରି ଆଶୟୀଙ୍କ ଠାରୁ ପାଖାପାଖି ଦେଢ଼ କୋଟି ଟଙ୍କା ଠକିଥିଲେ । ମାମଲାରେ ସମ୍ପୃକ୍ତ ଅନ୍ୟ ଦୁଇ ଅଭିଯୁକ୍ତ ଫେରାର୍ ହୋଇଯାଇଛନ୍ତି । ଗିରଫ ୨ଜଣଙ୍କ ନିକଟରୁ ୧୨ଟି ଏଟିଏମ କାର୍ଡ ଓ ଜାଲ ପରିଚୟପତ୍ର ଜବତ କରାଯାଇଥିଲା ।

ବାୟୁ ପ୍ରଦୂଷଣକୁ ନେଇ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ, ଆବଶ୍ୟକ ହେଲେ କର ଲକଡାଉନ୍

ନୂଆଦିଲ୍ଲୀ: ଦିଲ୍ଲୀରେ ନିଶ୍ୱାସରେ ବିଷ । ଅସହ୍ୟ ହୋଇ ପଡ଼ିଲାଣି ଜୀବନ । ଦୀପାବଳି ପରେ ଦିଲ୍ଲୀ-ଏନସିଆରରେ ବଢ଼ିଥିବା ପ୍ରଦୂଷଣକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ସୁପ୍ରିମକୋର୍ଟ । ପ୍ରଦୂଷଣ ସମ୍ବନ୍ଧିତ ମାମଲାର ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି, ‘ଆପଣ କୃଷକଙ୍କୁ ଦାୟୀ କରୁଛନ୍ତି । ଏହା କେବଳ ୪୦ ପ୍ରତିଶତ । ଦିଲ୍ଲୀ ଲୋକଙ୍କ ଜୀବନ ସୁନିଶ୍ଚିତ କରିବା ପାଇଁ ଆପଣ କ’ଣ ପଦକ୍ଷେପ ନେଇଛ ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ ।

 Supreme Court Asks Centre For Delhi Air Emergency Plan

ପ୍ରଧାନ ବିଚାରପତି ଏନ.ଭି. ରମଣାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠରେ ଜଷ୍ଟିସ୍ ଡି. ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଅଛନ୍ତି । ନଡ଼ା ନଷ୍ଟ କରିବା ପାଇଁ କୃଷକଙ୍କୁ କାହିଁକି ମାଗଣାରେ ମେସିନ୍ ଦିଆଯାଇ ନାହିଁ ବୋଲି ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଖଣ୍ଡପୀଠ । କୋର୍ଟ କହିଛନ୍ତି, ସ୍ଥିତି ବହୁତ ଖରାପ । ଘରେ ମଧ୍ୟ ମାସ୍କ ଲଗାଇବାକୁ ପଡ଼ୁଛି । କୋର୍ଟ ଆହୁରି କହିଛନ୍ତି ନଡ଼ା ନିଆଁ କଥା କାହିଁକି କହୁଛ ?

ଆମକୁ କୁହ ଏକ୍ୟୁଆଇ କେମିତି ୫୦୦ରୁ ୨୦୦ ଅଙ୍କକୁ ଖସିବ । କିଛି ଜରୁରୀ ଉପାୟ ଅବଲମ୍ବନ କରନ୍ତୁ । ଆବଶ୍ୟକ ହେଲେ ଦିଲ୍ଲୀରେ ୨ ଦିନ ଲକଡାଉନ୍ କରନ୍ତୁ । ଭାବନ୍ତୁ ଲୋକେ କେମିତି ରହିବେ ? ତୁରନ୍ତ ଜରୁରୀ ବୈଠକ ଡାକି ନିଷ୍ପତ୍ତି ନିଅନ୍ତୁ । ଏହାକୁ ରାଜନୀତି ଓ ସରକାରୀ ସ୍ତରରେ ଊର୍ଦ୍ଧ୍ୱରେ ଦେଖିବାକୁ ସରକାରଙ୍କୁ କହିଛନ୍ତି କୋର୍ଟ । ୨-୩ ଦିନ ମଧ୍ୟରେ ଏମିତି କିଛି ନିଷ୍ପତ୍ତି ନିଅନ୍ତୁ ଯାହାଦ୍ୱାରା ସ୍ଥିତି ସୁଧୁରିଯିବ ।

ରାଜ୍ୟର ୨୦ ଜିଲ୍ଲାରୁ ଆଉ ୨୪୭ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨୪୭ ଜଣ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଶୂନରୁ ୧୮ ବର୍ଷ ମଧ୍ୟରେ ୩୭ ଜଣ ଆକ୍ରାନ୍ତ ରହିଛନ୍ତି । କ୍ୱାରେଣ୍ଟାଇନରୁ ୧୪୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦୩ ଜଣ ସ୍ଥାନୀୟ ସଂକ୍ରମଣ ମାମଲା ଆସିଛି । କେବଳ ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ମାମଲା ୩ ଅଙ୍କ ରହିଥିବା ବେଳେ କଟକ, ମୟୂରଭଞ୍ଜ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ଦୈନିକ ସଂକ୍ରମଣ ୨ ଅଙ୍କ ରହିଛି ।

ବାଲେଶ୍ୱରରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ଜଣେ, ଭଦ୍ରକରୁ ୨ ଜଣ, କଟକରୁ ୨୨, ଦେବଗଡ଼ରୁ ୭, ଢେଙ୍କାନାଳରୁ ୨, ଗଜପତିରୁ ୨, ଜଗତସିଂହପୁରରୁ ୯, ଯାଜପୁରରୁ ୮, ଝାରସୁଗୁଡ଼ାରୁ ୩, କଳାହାଣ୍ଡିରୁ ଜଣେ, କେନ୍ଦ୍ରାପଡ଼ାରୁ ୭, ଖୋର୍ଦ୍ଧାରୁ ୧୧୫, କୋରାପୁଟରୁ ୩, ମାଲକାନଗିରିରୁ ଜଣେ, ମୟୂରଭଞ୍ଜରୁ ୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ପୁରୀରୁ ୨, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୧୩, ସୁନ୍ଦରଗଡ଼ରୁ ୮, ଷ୍ଟେଟପୁଲରୁ ୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୩୩୯ ଜଣ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୧୦ ଲକ୍ଷ ୩୩ ହଜାର ୯୯୧ ଜଣ ଆରୋଗ୍ୟ ହୋଇଛନ୍ତି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୫ ହଜାର ୨୦୯କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ୨୭୯୦ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି ।

୨ ଦିନିଆ ପୋଲିସ ରିମାଣ୍ଡରେ ଗଲେ କେବିଏନ୍ ଗ୍ରୁପର ୫ ଅଭିଯୁକ୍ତ

ଭୁବନେଶ୍ୱର: କେବିଏନ ଗ୍ରୁପର ଭିଡିଓ ଭାଇରାଲ ମାମଲା । ଗିରଫ ୫ଜଣ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ନୟପଲ୍ଲୀ ଥାନା ପୋଲିସ । ୫ ଅଭିଯୁକ୍ତ ହେଲେ ରାହୁଲ ଜେନା, ସୁମନ ପରିଡ଼ା, ରାଜେଶ ବେହେରା, ସନାତନ ବେହେରା ଓ ନରେନ୍ଦ୍ର ସାହୁ । ୨ ଦିନିଆ ରିମାଣ୍ଡରେ ସତ ଉଗାରିବ ପୋଲିସ । ୭ ଦିନିଆ ରିମାଣ୍ଡ ଆବେଦନ ହୋଇଥିବା ବେଳେ ୨ ଦିନ ରିମାଣ୍ଡ ଅନୁମତି ଦେଇଥିଲେ ଏସଡିଜିଏମ କୋର୍ଟ । ମାରାଥନ ଜେରାରେ ପଦାକୁ ଆସିବ ଭାଇରାଲ୍ ଭିଡିଓର ସତ ।

KBN Groups 5 Accuse In Two Day Police Remand

କେବେଠୁ ଗ୍ୟାଙ୍ଗ ତିଆରି ହୋଇଛି ? ଏହା ପଛର ଉଦ୍ଦେଶ୍ୟ କଣ ? କେଉଁ କେଉଁ ସ୍ଥାନରେ ଭିଡିଓ କରିଛନ୍ତି । ମୁଖ୍ୟ ଅଭିଯୁକ୍ତ ବୁବୁ ଜେନା ସହ ଅନ୍ୟମାନେ କେଉଁଠି ଅଛନ୍ତି । ଏମିତି ଅନେକ ପ୍ରଶ୍ନ କରି ଗ୍ୟାଙ୍ଗର ଗୁମର ଖୋଲିବ ପୋଲିସ । ମାରଣାସ୍ତ୍ର ଧରି ଭିଡିଓ କରିବା ଏବଂ ତାକୁ ଭାଇରାଲ କରି ଲୋକଙ୍କ ଭିତରେ ଭୟ ସୃଷ୍ଟି କରିବା ପରେ କମିଶନରେଟ ପୋଲିସ୍ କେବିଏନ୍ ଗ୍ୟାଙ୍ଗ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । କେବିଏନ୍ ଗ୍ୟାଙ୍ଗର ଭିଡିଓ ଭାଇରାଲ ହେବା ପରେ ମୋଟ ୨୯ ଜଣକ ନାଁରେ ମାମଲା ରୁଜୁ କରିଛି କମିଶନରେଟ ପୋଲିସ ।

ପ୍ରମୋଦ ଭଗତଙ୍କୁ ଆଜି ମିଳିବ ଖେଳରତ୍ନ, ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର: ପ୍ରଥମ ଓଡ଼ିଆ ଭାବେ ପାରା ଅଲମ୍ପିଆନ୍ ପ୍ରମୋଦ ଭଗତ ଆଜି ପାଇବେ ଖେଳରତ୍ନ ପୁରସ୍କାର । ଏଥିସହ ୨ ଓଡ଼ିଆ ହକି ଖେଳାଳି ଅମିତ ରୋହି ଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ମିଳିବ ଅର୍ଜୁନ ପୁରସ୍କାର । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତୀୟ ଖେଳରତ୍ନ ପୁରସ୍କାର ପ୍ରଦାନ କରିବେ । ରାଷ୍ଟ୍ରପତି ଭବନରେ ଅପରାହ୍ଣ ୪ଟା ୩୦ ମିନିଟରେ ପୁରସ୍କାର ପ୍ରଦାନ କରାଯିବ ।

Paralympian Pramod Bhagat To Receive Khel Ratna Award

ଚଳିତ ବର୍ଷ ୧୨ ଜଣକୁ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଦିଆଯିବ । ୩୫ ଜଣଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯିବଷ । ୫ ଜଣକୁ ଜୀବନବ୍ୟାପୀ ସାଧନା ପାଇଁ ଦ୍ରୋଣାଚାର୍ଯ୍ୟ ଓ ଅନ୍ୟ ୫ ଜଣଙ୍କୁ ଦ୍ରୋଣାଚାର୍ଯ୍ୟ ପୁରସ୍କାରରେ ସମ୍ମାନୀତ କରାଯିବ । ୫ଜଣକୁ ଧ୍ୟାନଚାନ୍ଦ ପୁରସ୍କାରରେ ସମ୍ମାନୀତ କରାଯିବ ।

ପୁଣି ଚାଲିବ ୧୭୦୦ ଟ୍ରେନ୍, ବନ୍ଦ ହୋଇଯିବ ଜେନେରାଲ୍ ଟିକେଟ୍

ନୂଆଦିଲ୍ଲୀ: ଖୁବଶୀଘ୍ର ଟ୍ରାକକୁ ଫେରିବ ୧୭୦୦ରୁ ଅଧିକ ଟ୍ରେନ୍ । କୋଭିଡ୍ ସଂକ୍ରମଣ ନିୟନ୍ତ୍ରଣ ସ୍ଥିତିକୁ ଆସିବା ପରେ ରେଳ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛି । ତେବେ କୋଭିଡ୍ ଗାଇଡଲାଇନ୍ ଅନୁସାରେ ସମସ୍ତ ଟ୍ରେନ୍ ଚଳାଚଳ କରିବ । କନଫର୍ମ କିମ୍ବା ୱେଟିଂ ଟିକେଟ ଥିଲେ ହିଁ ଯାତ୍ରା ପାଇଁ ଅନୁମତି ମିଳିବ । ଜେନେରାଲ ଟିକେଟକୁ ବନ୍ଦ କରି ଦିଆଯିବ । ପୂର୍ବରୁ ବୁକିଂ ହୋଇଥିବା ଟିକେଟ୍ ଉପରେ ଅତିରିକ୍ତ ମୂଲ୍ୟ ଦେବାକୁ ପଡ଼ିବ ନାହିଁ । ସେହିଭଳି ରେଲୱେ ପକ୍ଷରୁ ପୂର୍ବରୁ ବୁକିଂ ହୋଇଥିବା ଟିକେଟ୍ ପାଇଁ କୌଣସି ଟଙ୍କା ଫେରସ୍ତ ହେବ ନାହିଁ ।

Indian Railways Will Be Restored 1700 Train Within Next Few Days

ୱାର୍କିଂ ଟାଇମ୍ ଟେବୁଲ ୨୦୨୧ ଅନୁସାରେ ଟ୍ରେନ୍ ଚଳାଚଳ ଆରମ୍ଭ ହେବ ବୋଲି ସୂଚନା ଦିଆଯାଇଛି । ଆଗରୁ ବୁକ୍ ହୋଇଥିବା ଟିକେଟର ଦାମରେ କୌଣସି ପରିବର୍ତ୍ତନ ହେବ ନାହିଁ । ସେହିପରି ଫେରସ୍ତ ବାବଦରେ ମଧ୍ୟ ପୂର୍ବରୁ ଯେଉଁ ନିୟମ ଥିଲା ସେହି ନିୟମ ବଳବତ୍ତର ରହିବ । କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ୧୭୦୦ ଟ୍ରେନ୍ ଚଳାଚଳ ପ୍ରସଙ୍ଗରେ ନିଷ୍ପତ୍ତି ନିଆଯାଇଛି ଏବଂ ଖୁବଶୀଘ୍ର ସମସ୍ତ ଜୋନକୁ ଏସମ୍ପର୍କରେ ଅବଗତ କରାଇ ଦିଆଯିବ ।

ଏଥିସହ ପଢ଼ନ୍ତୁ: ଖୁବଶୀଘ୍ର ସ୍ୱଭାବିକ ହେବ ଟ୍ରେନ୍ ଚଳାଚଳ, ମିଳିବ ପୂର୍ବ ସୁବିଧା

ଗତ ମାର୍ଚ୍ଚ ୨୦୨୦ରୁ କୋଭିଡ୍ ଯୋଗୁଁ ସାରା ଦେଶରେ ଟ୍ରେନ୍ ଚଳାଚଳ ଗୁରୁତର ପ୍ରଭାବିତ ହୋଇଥିଲା । ୧୬୬ ବର୍ଷ ପରେ ପ୍ରଥମଥର ପାଇଁ ଦେଶରେ ଟ୍ରେନ୍ ସେବାକୁ ବନ୍ଦ କରି ଦିଆ ଯାଇଥିଲା । କେବଳ କିଛି ସ୍ୱତନ୍ତ୍ର ଟ୍ରେନକୁ ବାଦ୍ ଦେଲେ ସହସ୍ରାଧିକ ଟ୍ରେନକୁ ବାତିଲ କରା ଯାଇଥିଲା । ବର୍ତ୍ତମାନ ଏକ୍ସପ୍ରେସ୍ ଶ୍ରେଣୀର ୯୫ ପ୍ରତିଶତ ଟ୍ରେନ୍ ଟ୍ରାକକୁ ଫେରିଥିବା ବେଳେ ୨୫ ପ୍ରତିଶତ ଟ୍ରେନ୍ ସ୍ୱତନ୍ତ୍ର ଶ୍ରେଣୀର ଟ୍ରେନ୍ ଭାବେ ଚଳାଚଳ କରୁଛି ।

ଜାନୁଆରୀ ୨୬ ଦିଲ୍ଲୀ ଟ୍ରାକ୍ଟର ରାଲିରେ ସାମିଲ୍ ହୋଇ ଗିରଫ ହୋଇଥିବା ୮୩ ଜଣଙ୍କୁ ୨ ଲକ୍ଷ ଲେଖାଏଁ ସହାୟତା

ଚଣ୍ଡିଗଡ଼: ଉପଦ୍ରବକାରୀଙ୍କୁ ସହାୟତା ଦେବେ ପଞ୍ଜାବ ସରକାର । ଗତ ଜାନୁଆରୀ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଆୟୋଜିତ ଚାଷୀଙ୍କ ଟ୍ରାକ୍ଟର ରାଲିରେ ସାମିଲ ହୋଇ ଗିରଫ ହୋଇଥିବା ୮୩ ଜଣ ଆନ୍ଦୋଳନକାରୀଙ୍କୁ ପଞ୍ଜାବ ସରକାର ସହାୟତା ଦେବେ । ପଞ୍ଜାବ ସରକାର ୨ ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ଚରଣଜିତ୍ ସିଂହ ଚନ୍ନୀ ସୂଚନା ଦେଇଛନ୍ତି ।

Punjab Government Will Give Compensation Of 2 Lakh To Those Arrested In Republic Day Tractor Rally

ବିବାଦୀୟ କୃଷି ଆଇନ୍ ପ୍ରତ୍ୟାହାର ଦାବିରେ ପ୍ରାୟ ଏକ ବର୍ଷ ଧରି ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଜାରି ରହିଛି । ଏଭଳି ସମୟରେ ପଞ୍ଜାବ କଂଗ୍ରେସ ସରକାରଙ୍କ ଏହି ଘୋଷଣା କେନ୍ଦ୍ରକୁ ଅଡୁଆରେ ପକାଇଛି । ଗତ ଜାନୁଆରୀ ୨୬ ତାରିଖରେ ଶହ ଶହ ଚାଷୀ ଟ୍ରାକ୍ଟର ରାଲି କରିବା ସହ ଦିଲ୍ଲୀରେ ଜୋରଦାର ଆନ୍ଦୋଳନ କରିଥିଲେ । ଲାଲକିଲ୍ଲା ଉପରେ ବି ପତାକା ଉଡ଼ାଇ ଥିଲେ ।

Punjab Government Will Give Compensation Of 2 Lakh To Those Arrested In Republic Day Tractor Rally

ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ କହିଛନ୍ତି, ପୋଲିସ ଗିରଫ କରିଥିବା ଆନ୍ଦୋଳନକାରୀଙ୍କୁ ଆର୍ଥିକ ସହାୟତା ଦେବା ଲାଗି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଚାଷୀଙ୍କ ଏହି ଆନ୍ଦୋଳନକୁ ରାଜ୍ୟ ସରକାର ସମର୍ଥନ କରିଛନ୍ତି । ଏହି ସହାୟତା ଦ୍ୱାରା ଗିରଫ ୮୩ ଜଣ ବ୍ୟକ୍ତି ଉପକୃତ ହେବେ । ପଞ୍ଜାବ ସରକାର କୃଷକଙ୍କ ଏହି ଐତିହାସିକ ଆନ୍ଦୋଳନକୁ ପୂର୍ବରୁ ସମର୍ଥନ କରି ଆସୁଥିବା ବେଳେ କେନ୍ଦ୍ରର ଏହି ତିନି କୃଷି ଆଇନ କୃଷକଙ୍କ ସ୍ୱାର୍ଥ ବିରୋଧୀ ବୋଲି ବିଚାର କରି ଆସୁଛନ୍ତି ।

ଶୋଇଥିବା ବେଳେ ହାତୀ ଭାଙ୍ଗି ଦେଲା କାନ୍ଥ, ୭ ବର୍ଷର ଶିଶୁ ମୃତ

କେନ୍ଦୁଝର: ତେଲକୋଇ ବନାଞ୍ଚଳରେ ହାତୀ ଉପଦ୍ରବ । ହାତୀ ଘର ଭାଙ୍ଗିବା ବେଳେ କାନ୍ଥ ପଡ଼ି ୭ ବର୍ଷର ଶିଶୁର ମୃତ୍ୟୁ ହୋଇଛି । ମୃତ ଶିଶୁ ହେଉଛି ବିନୋଦ ମହାନ୍ତଙ୍କ ପୁଅ ନାରାୟଣ ମହାନ୍ତ । ଏଭଳି ଘଟଣା ଘଟିଛି କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ସେକ୍ସନର ରାଇସୁଆଁ ପଞ୍ଚାୟତ ଝାଟିକିପଶି ଗାଁରେ ।

Elephant Broken Wall, 7 Year Old Child Died In Keonjhar

ସୂଚନା ଅନୁଯାୟୀ ବିନୋଦଙ୍କ ପରିବାର ଶୁକ୍ରବାର ସନ୍ଧ୍ୟାରେ ରାତ୍ର ଭୋଜନ ସାରି ଘରେ ଶୋଇଥିଲେ । ବିଳମ୍ବିତ ରାତିରେ ୯ ଟିକିଆ ହାତୀପଲ ଆସି ବିନୋଦଙ୍କ ପରିବାର ଶୋଇଥିବା ଘର କାନ୍ଥକୁ ଭାଙ୍ଗି ଥିଲେ । ଫଳରେ ଘର ଭିତରେ ଶୋଇଥିବା ପରିବାର ଉପରେ କାନ୍ଥ ମାଡ଼ି ବସିଥିଲା ।

ଏଥିରେ ବିନୋଦଙ୍କ ୭ ବର୍ଷର ଶିଶୁ ପୁତ୍ର ଗୁରୁତର ଆହାତ ହୋଇଥିଲେ । ତାଙ୍କୁ ପରିବାର ଲୋକ ଉଦ୍ଧାର କରି ସଙ୍ଗେ ସଙ୍ଗେ କାମାକ୍ଷାନଗର ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଶିଶୁକୁ ମୃତ୍ୟୁ ଘୋଷଣା କରିଥିଲେ ।

ଅଚଳ ହେବ ନିଶା ମାଫିଆଙ୍କ ବେଆଇନ୍ ଅର୍ଜିତ ସମ୍ପତ୍ତି, ଖୋର୍ଦ୍ଧାରେ ରାତିରୁ ରେଡ୍ କରୁଛି ପୋଲିସ

ଖୋର୍ଦ୍ଧା: ରାଜ୍ୟ ସରକାରଙ୍କ ଗୁଣ୍ଡା ଦମନ ଅଭିଯାନ ଜାରି । ତତ୍ପର ଖୋର୍ଦ୍ଧା ପୋଲିସ । ନିଶା ବେପାରୀଙ୍କ ଘରେ ପୋଲିସର ଚଢ଼ାଉ । ଖୋର୍ଦ୍ଧା ସମନ୍ତରାପୁର ଅଞ୍ଚଳରେ ଥିବା ନିଶା ବେପାରୀ ସୋମନାଥ ଭୁଜବଳଙ୍କ ଘରେ ଗତକାଲିଠୁ ଚାଲିଛି ପୋଲିସର ରେଡ୍ । ଦୀର୍ଘ ୧୨ ଘଣ୍ଟାରୁ ଅଧିକ ସମୟ ହେଲା ଚଢ଼ାଉ ଚାଲିଛି । ସୋମନାଥ ଭୁଜବଳଙ୍କ ଡ୍ରାଇଭରକୁ ମଧ୍ୟ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

Khordha Police To Freeze Property Of Drug's Mafia

ସୋମନାଥ ଭୁଜବଳ ଏବଂ ତାଙ୍କ ବାପା କୃଷ୍ଣଚନ୍ଦ୍ର ଧଳାଜହର ବେପାର କରି କୋଟି କୋଟି ଟଙ୍କା ବେଆଇନ୍ ଭାବେ ଆୟ କରିଥିବା ଅଭିଯୋଗ ହୋଇଛି । ସମ୍ପତ୍ତି ଆକଳନ କରିବା ପାଇଁ ତହସିଲଦାର ପହଞ୍ଚିଛନ୍ତି । ଉଭୟ ଭୁଜବଳ ବାପ ପୁଅଙ୍କ ନାଁରେ ୧୨ଟି କେସ ରହିଛି । ଉଭୟ ଏବେ ପୁରୀ ଜେଲରେ ଅଛନ୍ତି । ବେଆଇନ୍ ସମ୍ପତ୍ତି ହୋଇଥିଲେ ଅଚଳ କରାଯିବ ବୋଲି ସୂଚନା ଦେଇଛି ପୋଲିସ ।