ବିଏସ୍‌କେଓ୍ୱାଇ କାର୍ଡଧାରୀଙ୍କୁ ସଠିକ୍ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରହିଥିବା ଚିକିତ୍ସା ବ୍ୟବସ୍ଥାକୁ ନେଇ ଓଡ଼ିଶା ଘରୋଇ ଡାକ୍ତରଖାନ ସଂଘ ନିଜର ପ୍ରତିକ୍ରି୍ୟା ପ୍ରକାଶ କରିଥିବା ଖବର କିଛି ସାମାଜିକ ଗଣମାଧ୍ୟମ ଓ ଦୈନିକ ସମ୍ୱାଦ ପତ୍ରରେ ପ୍ରକାଶ ପାଇଛି । ଘଟଣା ସମ୍ପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଦୃଷ୍ଟିକୁ ଆସିବା ପରେ ଆଜି ମନ୍ତ୍ରୀ ଶ୍ରୀ ଦାସ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଖୁବଶୀଘ୍ର ଘରୋଇ ଡାକ୍ତରଖାନା ସଂଘ ସହ ଏ ସମ୍ପର୍କରେ ଆଲୋଚନା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ।

ଯଦି ଏହି ଯୋଜନାରେ କିଛି ଅସଂଗତି ଥାଏ ତାହା ଦୂର କରିବା ନିମନ୍ତେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବା ସହ ଘରୋଇ ହସ୍ପିଟାଲ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡଧାରୀମାନଙ୍କୁ କିପରି ସଠିକ୍ ଭାବେ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ, ସେ ସମ୍ପର୍କରେ ଗୁରୁତ୍ୱାରୋପ କରିଛନ୍ତି । ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଏବଂ ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ନିମନ୍ତେ ସରକାରଙ୍କ ପ୍ରତିଶ୍ରୁତି ବଦ୍ଧତାକୁ ମନ୍ତ୍ରୀ ଶ୍ରୀ ଦାସ ପୁଣିଥରେ ଦୋହରାଇଛନ୍ତି ଏବଂ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆଗାମୀ ଦିନରେ ରାଜ୍ୟବାସୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯୋଗାଇବାରେ ସମର୍ଥ ହେବ ବୋଲି ଆଶା ପ୍ରକାଶ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବ୍ରହ୍ମପୁର ବ୍ରହ୍ମାନଗରରେ ହାଇଡ୍ରାମା: ଗ୍ରୀଲ ଭାଙ୍ଗି ସୁମିତଙ୍କ ଘରେ ପଶିଲେ ମହିଳା

Leave a Reply