ମଦ୍ୟପାନ କରିଥିବାରୁ ପୋଲିସ ଭୟରେ ସାନିଟାଇଜର ପିଇଲେ ମହିଳା

ଗାଡ଼ି ଚଳାଇବା ବେଳେ ମଦ୍ୟପାନ କରିଥିଲେ । ପୋଲିସ ଧରିନେବା ଭୟରେ ସାନିଟାଇଜର ପିଇଦେଲେ । ଆଉ ତା ପରର ଅବସ୍ଥା ଆପଣଙ୍କ ଆଗରେ । ମଦ୍ୟପାନ କରି ଗାଡ଼ି ଚଳାଇବା ଅପରାଧ । ମହିଳା ଜଣଙ୍କ ନିଶାଶକ୍ତ ଅବସ୍ଥାରେ ଥିଲେ । ଆଗରେ ପୋଲିସ ଚେକିଂ କରୁଥିବା ତାଙ୍କ ଆଖିରେ ପଡ଼ି ଯାଇଥିଲା । ଆଉ ଚେକିଂରୁ ବର୍ତ୍ତବାକୁ ମହିଳା ଜଣଙ୍କ ଭିଆଇଥିଲେ ଏହି ଅବସ୍ଥା । ଗାଡ଼ିରେ ଥିବା ସାନିଟାଇଜର ଜେଲକୁ ପିଏ ଦେଇଥିଲେ । କଥାଟା ଅବିଶ୍ୱାସ ଲାଗୁଥିଲେ ମଧ୍ୟ ସତ । ଜଣେ ମହିଳା ନିଜେ କରିଥିବା ଅପରାଧରୁ ବର୍ତ୍ତିବା ଏଭଳି କରିଥିବା ଦେଖାଯାଇଛି । କେବଳ ଏତିକି ନୁହେଁ ନିଜେ ମଦ୍ୟପାନ କରିଥିବାରୁ ପୋଲିସକୁ ଚକମା ଦେବା ପାଇଁ ଯୋଜନା କରିଥିଲେ । ମାତ୍ର ଶେଷରେ ତାଙ୍କର ସମସ୍ତ ଯୋଜନା ପଣ୍ଡ ହୋଇଥିଲା ଏବଂ ସେ ପୋଲିସ ହାତରେ ଧରାପଡ଼ିବା ସହ ଗିରଫ ହୋଇଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସୁଫି ନାମକ ଜଣେ ମହିଳା ଏକ ମାରୁତି ସୁଜୁକି କାର ରାସ୍ତା ଉପରେ ରଖି ଏଣେତେଣେ ବୁଲୁଥିବା ପୋଲିସ ଦେଖିବାକୁ ପାଇଥିଲା । କାରଟିର ଚାରୋଟି ଚକା ପମଚର୍ ଥିବା ସଙ୍ଗେ ସଙ୍ଗେ କାରର କାଚ ଭାଙ୍ଗିଯାଇଥିବାର ଦେଖାଯାଇଥିଲା । ଏଥିସହ ମହିଳା ଜଣକ ମଦ୍ୟପାନ କରିଥିବା ପୋଲିସକୁ ସନ୍ଦେହ ହୋଇଥିଲା । ମହିଳାଙ୍କ ନିକଟକୁ ଯାଇ ପୋଲିସ ଯାଞ୍ଚ କରିବା ବେଳେ କାରର ପଛ ଡୋର ଏବଂ ଆଗ ହେଡଲାଇଟରେ ରକ୍ତ ଲାଗିଥିବା ଦେଖିବାକୁ ପାଇଥିଲା ।

ମାତ୍ର ପୋଲିସ ଟେଷ୍ଟ କରିବା ବେଳେ ଜଣା ପଡିଥିଲା ଚୋରି ତ ଚୋରି ପୁଣି ସିନା ଚୋରି । ଅର୍ଥାତ ମଦ୍ୟପାନ ତ କରିଥିଲେ, ତାକୁ ଲୁଚାଇବାକୁ ଯାଇ ସାନିଟାଇଜର ଜେଲ ମଧ୍ୟ ପିଇ ଦେଇଥିଲେ । ପୋଲିସ ଚେକିଂ ବେଳେ ସାନିଟାଇଜର ପିଇ ଦେଇଥିବା ଜାଣିବାକୁ ପାଇଥିଲେ । ବ୍ରିଦିଙ୍ଗ୍ ଟେଷ୍ଟରେ ଜଣାପଡ଼ିଥିଲା ମହିଳା ଜଣଙ୍କ ପ୍ରଚୁର ମଦ୍ୟପାନ କରିଛନ୍ତି । ପରେ ପୋଲିସ ସୋଫିଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଛି । କୋର୍ଟରେ ସେ ସମସ୍ତ ସତ ମାନିଥିବା ପୋଲିସ କହିଛି । ସୋଫିଙ୍କର ଏଭଳି ଅପରାଧ ପାଇଁ ତାଙ୍କୁ ୨୩ ମାସ ପର୍ଯ୍ୟନ୍ତ ଗାଡ଼ି ଚଲାଇବା ଉପରେ ପ୍ରତିବନ୍ଧକ ଲଗାଯିବା ସହ ୧୦ ହଜାର ଟଙ୍କାର ଜୋରିମାନା ଦଣ୍ଡ ହୋଇଛି ।

Leave a Reply