spot_img
Home Blog Page 4934

୨୪ ଘଣ୍ଟାରେ ୩ ଥର ଆତ୍ମହତ୍ୟା ଉଦ୍ୟମ

ଭୋପାଳ: ‘ଯାହାକୁ ରଖେ ଅନନ୍ତ କି କରିପାରେ ବଳବନ୍ତ ।’ ଅର୍ଥାତ ଯଦି ଆପଣଙ୍କ ଉପରେ ଭଗବାନଙ୍କ କୃପା ଅଛି, ତେବେ  ଯେତେ ଚେଷ୍ଟା କଲେ ବି କିଛି ଅଘଟଣା ଘଟାଇ ପାରିବେନି । ଏହା ଅକ୍ଷରେ ଅକ୍ଷରେ ସତ ପ୍ରମାଣିତ ହୋଇଛି ମଧ୍ୟପ୍ରଦେଶର ଅଟୋ ଚାଳକ ରବୀନ୍ଦ୍ର କଟାରେଙ୍କ କ୍ଷେତ୍ରରେ । ୨୪ ଘଣ୍ଟା ମଧ୍ୟରେ ତିନି ତିନି ଥର ଆତ୍ମହତ୍ୟା ଉଦ୍ୟମ କରିବା ପରେ ବି ତାଙ୍କ ଜୀବନ ବଞ୍ଚି ଯାଇଛି । ଗୁରୁତର ଅବସ୍ଥାରେ ଏବେ ତାଙ୍କର ଚିକିତ୍ସା ଚାଲିଛି । ରବୀନ୍ଦ୍ର ଏମିତି ପଦକ୍ଷେପ କାହିଁକି ନେଲେ ତାହା ସ୍ପଷ୍ଟ ହୋଇନି । ଅବସ୍ଥା ଗୁରୁତର ଥିବାରୁ ତାଙ୍କ ବୟାନ ବି ରେକର୍ଡ କରାଯାଇ ପାରିନି ।

ଆତ୍ମହତ୍ୟା କରିବାକୁ ରବୀନ୍ଦ୍ର ପ୍ରଥମେ ବେହୋସ ହେବା ପର୍ଯ୍ୟନ୍ତ ମଦ ପିଇଥିଲେ । ନିଶା ଝଡ଼ିବା ପରେ ସେ ବିଷ ପିଇ ଦେଇଥିଲେ । ଏଥିରେ ବି କାମ ନହେବାରୁ ଘରେ ରଶି ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ହେଲେ ଭଗବାନଙ୍କ ଦୟାରୁ ଠିକ ସମୟରେ ତାଙ୍କୁ ଉଦ୍ଧାର କରାଯାଇଥିଲା ।

ଘଟଣାଟି ମଧ୍ୟପ୍ରଦେଶ ବେତୁଲର ଚିଚୋଲି ଥାନା ଅଞ୍ଚଳରେ ଘଟିଛି । ଡକ୍ତରଙ୍କ କହିବା ଅନୁସାରେ ରବୀନ୍ଦ୍ର ପ୍ରଥମେ ମଦ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହାପରେ ବିଷ ପିଇ ରଶି ଲଗାଇ ଦେଇଥିଲେ । ଶରୀରରୁ ବିଷ ବାହାର କରି ଦିଆଯାଇଛି । ହେଲେ ରବୀନ୍ଦ୍ର ସହେଯାଗ କରୁନଥିବାରୁ ଚିକିତ୍ସାରେ ସମସ୍ୟା ହେଉଥିବା ଡାକ୍ତର କହିଛନ୍ତି ।

କେଉଁ କାରଣରୁ ରବୀନ୍ଦ୍ର ଜୀବନ ହାରିବାକୁ ଚାହୁଁଛନ୍ତି ତାହା ସ୍ପଷ୍ଟ ହୋଇନି । ତଥାପି ତାଙ୍କ ଭାଇ କହିଛନ୍ତି, ‘କାରଣ ତ ଜଣାନାହିଁ । ପତ୍ନୀ ସହ କୌଣସି କଥାକୁ ନେଇ ମତଭେଦ ହୋଇଥାଇପାରେ ।’

ଭକ୍ତ ଦାସଙ୍କ ପୁଅ ଥିଲେ ମହାଲିଙ୍ଗ କଲେଜ ଟ୍ରଷ୍ଟ ସଭାପତି, ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ିର ଖୁଲାସା

ଭୁବନେଶ୍ୱର: କଂଗ୍ରେସ ନେତା ଭକ୍ତଦାସଙ୍କୁ ବିଜେଡ଼ିର ପ୍ରଶ୍ନ ବାଣ  । ମମିତା ମେହେର ମାମଲାରେ ନ୍ୟାୟ ଭିକ୍ଷା କରୁଥିବା କଂଗ୍ରେସ ନେତା ଭକ୍ତ ଚରଣ ଦାସଙ୍କୁ ବିଜେଡ଼ି ମୁଖପାତ୍ର ସାଂସଦ ସସ୍ମିତ ପାତ୍ର ପଚାରିଛନ୍ତି କିଛି ସାଙ୍ଘାତିକ ପ୍ରଶ୍ନ  । ଓଡ଼ିଶା କଂଗ୍ରେସ ଏବଂ ଓଡ଼ିଶା ବିଜେପି ଭିତରେ ରହିଛି ଭିତିରି ସଂପର୍କ  । କାରଣ ଓଡ଼ିଶା ବିଜେପିର ବି ଟିମ୍ ଭାବେ କାର୍ଯ୍ୟ କରୁଛି ରାଜ୍ୟ କଂଗ୍ରେସ  । ଭକ୍ତ ଦାସ ସାମ୍ବାଦିକ ସମ୍ମିଳନୀରେ ବିଜେପିର କଥା କହୁଥିବା ଅଭିଯୋଗ କରିଛନ୍ତି ସସ୍ମିତ ପାତ୍ର  । ମହାଲିଙ୍କ କଲେଜ ଏବଂ ମମିତା ମେହେର କେସରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ବିରୋଧରେ ଗର୍ଜୁଥିବା ବିରୋଧିଙ୍କ ନିରବତା ପଛରେ ସତ୍ୟତା ରହିଛି  ।

ସାସଂଦ ସସ୍ମିତ ପାତ୍ର କିଛି ଦୃଢ ତଥ୍ୟ ସହ ସାମ୍ବାଦିକ ସମ୍ମିଳନୀରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ  । ମହାଲିଙ୍କ କଲେଜର ରେଜିଷ୍ଟର ଦସ୍ତାବିଜକୁ ଖୁଲାସା କରିଥିଲେ  । ଯେଉଁଥିରେଫାଉଣ୍ଡର ମେମ୍ବର ତାଲିକାରେ ରହିଛନ୍ତି କଂଗ୍ରେସ ନେତା ଭକ୍ତ ଦାସଙ୍କ ପୁଅ କ୍ରାନ୍ତି ଦାସ  । କ୍ରାନ୍ତି ଦାସ ଓହି ରେଜିଷ୍ଟରର ଦ୍ୱିତୀୟ ନମ୍ବରରେ ରହିଥିବା ଉଲ୍ଲେଖ ରହିଛି  । ଯେଉଁ ସମୟରେ ସଂସ୍ଥା ରେଜିଷ୍ଟର ହୋଇଥିଲା ସେଥିରେ ଥିବା କ୍ରାନ୍ତି ଦାସଙ୍କ ବୟସ ୨୧୩ ଥିବା ବେଳେ ତାଙ୍କ ବାପାଙ୍କ ଭକ୍ତ ଚରଣ ଦାସ ଉଲ୍ଲେଖ ରହିଛି  ।

ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏହି ଗଭର୍ଣ୍ଣିଙ୍ଗ ବଡ଼ି କମିଟିରେ ଗୋବିନ୍ଦ ସାହୁ ଚେୟାରମେନ ଥିବାବେଳେ ଭକ୍ତ ଦାସଙ୍କ ପୁଅ କ୍ରାନ୍ତି ଦାସ ରହିଥିଲେ ଅଧ୍ୟକ୍ଷ  । ମହାଲିଙ୍ଗ କଲେଜର ଫାଉଣ୍ଡର ଟ୍ରଷ୍ଟି ହେଉଛନ୍ତି ଗୋବିନ୍ଦ ସାହୁ । କଲେଜର ଦ୍ୱିତୀୟ ଟ୍ରଷ୍ଟି ହେଉଛନ୍ତି ଭକ୍ତ ଦାସଙ୍କ ପୁଅ କ୍ରାନ୍ତି  । ଏ ନେଇ ଭକ୍ତ ଦାସ ସ୍ପଷ୍ଟ କରନ୍ତୁ ବୋଲି ବିଜେଡି ଆହ୍ୱାନ ଦେଇଛି । ସୋସିଆଲ ମିଡିଆରେ ବୁଲୁଥିବା ଫଟୋ ବି ଦେଖାଇଛନ୍ତି ସସ୍ମିତ । ଫଟୋରେ ଭକ୍ତଙ୍କ ସହ ଗୋବିନ୍ଦ ଓ ମମିତାଙ୍କୁ ଦେଖିବାକୁ ମିଳିଛି ।

ଓକାକ ସିଓଙ୍କ ହ୍ବାଟସଆପ୍‌ ହ୍ୟାକ୍ ଓ ଠକେଇ ପଛରେ ନାଇଜେରିଆ ଲିଙ୍କ୍

ଭୁବନେଶ୍ୱର: ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ) ସିଇଓଙ୍କ ହ୍ବାଟସଆପ୍‌ ହ୍ୟାକ୍ ଓ ଠକେଇ ପଛରେ ବିଦେଶୀ ଲିଙ୍କ । ଠକ ସହ କଥା ହେଲେ କ୍ରାଇମବ୍ରାଞ୍ଚ ଅଧିକାରୀ ସଞ୍ଜୀବ ପଣ୍ଡା । ଠକେଇ ପଛରେ ନାଇଜେରିଆ ଗ୍ୟାଙ୍ଗର ହାତ ଥିବା ସନ୍ଦେହ । ହ୍ୟାକ୍ ପରେ ଠକର ଆକାଉଣ୍ଟରୁ ଏକାଧିକ ବ୍ୟାଙ୍କ ଆକାଉଣ୍ଟକୁ ହୋଇଛି ଟଙ୍କା ଟ୍ରାନ୍ସଫର ।

ତଦନ୍ତରୁ ଠକର ଏକାଧିକ ଆକାଉଣ୍ଟ ଥିବା ଜଣାପଡ଼ିଛି । ଦୁଇଟି ଆକାଉଣ୍ଟରେ ଯଥାକ୍ରମେ ଏକ ହଜାର ଓ ୧୧ ଶହ ଟଙ୍କା ଅଛି । ଏହି ବ୍ୟାଙ୍କ ଆକାଉଣ୍ଟଗୁଡ଼ିକୁ ଫିଜ୍ କରିବାକୁ ଚିଠି ଲେଖାଯାଇଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।

ପୂର୍ବରୁ ଓକାକ ସିଇଓଙ୍କ ହ୍ବାଟ୍ସଆପ ବେଙ୍ଗାଲୁରୁରେ ହ୍ୟାକ୍ କରାଯାଇ ୭ ଲକ୍ଷ ଟଙ୍କା ଲୁଟ  ହୋଇଥିବା ଜଣାପଡ଼ିଥିଲା । ଗୋଟିଏ ପରେ ଗୋଟିଏ ୩ଟି ଆକାଉଣ୍ଟରୁ ଟଙ୍କା ଯାଇଥିଲା । ହ୍ୟାକର ହ୍ବାଟ୍ସଆପ୍ ହ୍ୟାକ୍ କରିବା ପରେ ଓକାକ୍‌ ସିଇଓଙ୍କ ୩ଜଣ ସମ୍ପର୍କୀୟଙ୍କ ପାଖକୁ ଯାଇଥିଲା ଲିଙ୍କ୍‌। ସେମାନେ ଟଙ୍କା ପଠାଇଥିଲେ, ସିଧା ଯାଇଥିଲା ହ୍ୟାକର ଆକାଉଣ୍ଟକୁ ।

ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ)ର ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍ କରି ୭ ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଥିବା ନେଇ ୧୧ ତାରିଖରେ ସହିଦନଗର ଥାନାରେ ଅଭିଯୋଗ ହୋଇଥିଲା । ଅଫିସ୍ ଷ୍ଟାଫ୍ ଓ ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ହ୍ୟାକର ଟଙ୍କା ମାଗିଥିଲା ମନୋଜଙ୍କ ନମ୍ବରରୁ । କର୍ମଚାରୀମାନେ ଏହାକୁ ସତ ଭାବି ଜଣେ ୫ ଲକ୍ଷ ଓ ଆଉ ଜଣେ ୨ ଲକ୍ଷ ଟଙ୍କା ପଠାଇଥିଲେ।

ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ

ଇମ୍ଫାଲ: ମଣିପୁରରେ ଆସାମ ରାଇଫଲ ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ । ଆସାମ ରାଇଫଲ ସିଓଙ୍କ ସମେତ ଏକାଧିକ ଯବାନ ଗୁରୁତର । ଘଟଣା ଚୁରାଚାନ୍ଦପୁର ଜିଲ୍ଲା ସିଂଘାଟରେ ଘଟିଛି ।

ରାଇଫଲର କମାଣ୍ଡିଂ ଆଫିସରଙ୍କ ଗାଡ଼ି ଯିବା ବାଟରେ ଆମ୍ବୁସ୍ ଲଗାଇ ପୂର୍ବରୁ ଜଗିଥିବା ଆତଙ୍କବାଦୀ ହଠାତ ହୋଇଥିଲା ଆକ୍ରମଣ । ଘଟଣା ପଛରେ ମଣିପୁରର ଆତଙ୍କବାଦୀ ସଂଗଠନ ପିପୁଲ୍ସ ଲିବରେଶନ ଆର୍ମୀର ହାତ ଥିବା ଅନୁମାନ କରାଯାଉଛି ।

କମାଣ୍ଡିଂ ଅଫିସରଙ୍କ ଗାଡ଼ି ଯାଉଥିବା ବେଳେ ହଠାତ ହୋଇଥିଲା ଆକ୍ରମଣ । ଏହି ସମୟରେ କମାଣ୍ଡିଂ ଅଫିସରଙ୍କ ପରିବାର ଲୋକଙ୍କ ସହ କ୍ବିକ୍ ଆକ୍ସନ ଟିମର ସଦସ୍ୟମାନେ ଗାଡ଼ିରେ ଥିଲେ ।

ସୂଚନାଯୋଗ୍ୟ ମଣିପୁର ଲିବରେଶନ ଆର୍ମୀର ଗଠନ ୧୯୭୮ ମସିହାରେ ହୋଇଥିଲା । ଭାରତ ସରକାର ଏହି ସଂଗଠନକୁ ଆତଙ୍କବାଦୀ ଗୋଷ୍ଠୀ ଘୋଷଣା କରିଛନ୍ତି । ସଂଗଠନ ଗଠନ ହେବା ଦିନରୁ ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଆସୁଛି ।

ତ୍ରିପୁରା ହିଂସାକୁ ନେଇ ମହାରାଷ୍ଟ୍ରର ଅମରାବତୀରେ ଉତ୍ତେଜନା; ୧୪୪ ଧାରା ଲାଗୁ

ମୁମ୍ବାଇ: ଗତମାସରେ ତ୍ରିପୁରାରେ ହୋଇଥିବା ହିଂସାର ନିଆଁ ଏପର୍ଯ୍ୟନ୍ତ ଶାନ୍ତ ହେବା ଭଳି ମନେ ହେଉନାହିଁ । ଶୁକ୍ରବାର ମହାରାଷ୍ଟ୍ରର ଅମରାବତୀ, ନନ୍ଦେଡ ଓ ମାଲେଗାଓଁରେ ମୁସଲମାନ ସଂଗଠନଗୁଡିକର ବିରୋଧ ପ୍ରଦର୍ଶନ ପରେ ଉତ୍ତେଜନା ପ୍ରକାଶ ପାଇଥିଲା । ଶୁକ୍ରବାର ଦିନ ମୁସଲମାନ ସଂଗଠନ ବିରୋଧ ପ୍ରଦର୍ଶନ ପରେ ଆଜି ହିନ୍ଦୁ ସଂଗଠନ ବନ୍ଦ ଡାକରା ଦେଇଥିଲା । ହିନ୍ଦୁ ସଂଗଠନ ବନ୍ଦ ଡାକରାରେ ଦୋକାନ ଉପରକୁ ପଥର ମାଡ କରିଥିଲେ । ବନ୍ଦ ଡାକରାରେ ବିକ୍ଷୋଭକାରୀମାନେ ଉତ୍ତେଜନା ସୃଷ୍ଟି କରିଥିଲେ । ପ୍ରଦର୍ଶନକାରୀଙ୍କ ରୋକିବା ପାଇଁ ପୋଲିସକୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା । ଏଥିସହ ଅମରାବତୀରେ ୧୪୪ ଧାରା ଲଗାଇବାକୁ ପଡ଼ିଥିଲା । ପାଞ୍ଚଟି ଜିଲ୍ଲାରେ ଏହି ବନ୍ଦ ସମୟରେ ପଥର ଫିଙ୍ଗିବା ଘଟଣାରେ ପୋଲିସ୍ ଅତିକମରେ ୨୦ଟି ମାମଲା ରୁଜୁ କରିବା ସହ ୨୦ ଲୋକଙ୍କୁ ଗିରଫ ମଧ୍ୟ କରିଛି ।

ସୂଚନା ଅନୁସାରେ ମହାରାଷ୍ଟ୍ର ଅମରାବତୀ ସହରରେ ଏକ ହିନ୍ଦୁ ସଂଗଠନ ଦ୍ବାରା ଆୟୋଜିତ ଏକ ବନ୍ଦ ଦ୍ବାରା ପ୍ରଦର୍ଶନକାରୀ ବିଭିନ୍ନ ଦୋକାନ ଉପରେ ପଥର ମାଡ କରି ଭାଙ୍ଗି ଥିଲେ । ତ୍ରିପୁରାରେ ସାମ୍ପ୍ରଦାୟିକ ହିଂସାକୁ ବିରୋଧ କରି ଅମରାବତୀ ସହରରେ ଶୁକ୍ରବାର ମୁସଲମାନ ସଂଗଠନ ପକ୍ଷରୁ ଆୟୋଜିତ ହୋଇଥିବା ରାଲିରେ ପଥର ମାଡ ଘଟଣା ପରେ ଆଜି ହିନ୍ଦୁ ସଂଗଠନ ପକ୍ଷରୁ ବନ୍ଦ ଡାକରା ସମୟରେ ଏଭଳି ଘଟଣା ଘଟିଛି ।

ବଦନ୍ୟତାର ଉଦାହରଣ ସାଜିଲେ ମିନତୀ, ରିକ୍ସାବାଲାଙ୍କୁ ଦେଇଦେଲେ କୋଟିଏ ଟଙ୍କାର ସମ୍ପତ୍ତି

କଟକ: ସ୍ୱାମୀ ପଛେ ପଛେ ଚାଲିଗଲା ଝିଅ । ୬ ମାସରେ ମିନତୀ ପଟ୍ଟନାୟକଙ୍କ ସହ ଘଟିଲା ଦୁଇ ଦୁଇଟି ବଡ଼ ଅଘଟଣ । ୬୩ ବର୍ଷୀୟ ମିନତୀଙ୍କ ଏ ଅସମୟରେ ଦମ୍ଭର ପାଚେରି ସାଜିଥିଲେ ରିକ୍ସାବାଲା ବୁଢ଼ା ସାମଲ । ମିନତୀଙ୍କୁ ଦୁନିଆ ଅନ୍ଧକାର ଦିଶୁଥିବା ବେଳେ ବନ୍ଧୁ ବାନ୍ଧବ ବି ପଚାରି ନଥିଲେ । ହେଲେ ମିନତୀଙ୍କୁ ଜଗି ରହିଥିଲେ ରିକ୍ସାବାଲା ବୁଢ଼ା । ନେଉଥିଲ ପ୍ରତି ମୁହୂର୍ତ୍ତର ଯତ୍ନ ।

Cuttack's Minati Patnaik Donated 1 Crore Property To A Rickshaw Puller

ମିନତୀଙ୍କ ଝିଅ ଓ ସ୍ୱାମୀ ଥିବାବେଳେ ଭାବିଥିଲେ ରିକ୍ସାବାଲାଙ୍କ ପାଇଁ ଖଣ୍ଡେ ଯାଗା କିଣି ସ୍ଥାୟୀ ବାସ ଦେବେ । ସ୍ୱାମୀ ଓ ଝିଅର ମୃତ୍ୟୁ ପରେ ସେମାନଙ୍କ ଇଚ୍ଛାକୁ ସମ୍ମାନ ଜଣାଇଛନ୍ତି ମିନତୀ । ରକ୍ତ ସମ୍ପର୍କ ନଥିଲେ ବି ମିନତୀ ସବୁ ସମ୍ପତ୍ତିବାଡ଼ିକୁ ରିକ୍ସାବାଲା ନାଁରେ ଲେଖି ଦେଇଛନ୍ତି । ଏନେଇ ମିନତୀଙ୍କୁ ତାଙ୍କ ସାନ ଭଉଣୀ ବିରୋଧ କରିଥିଲେ ମଧ୍ୟ ଅକୁଣ୍ଠ ସ୍ନେହ, ମମତା, ଭଲ ପାଇବା ଆଗରେ ସମ୍ପତ୍ତି ‘ସମ୍ପର୍କ’ ମାନେ ରଖିନି । ବୁଢ଼ାଙ୍କ ନାଁରେ ମିନତୀ ସୂତାହାଟର ତିନିମହଲା ଘର ସହ ସବୁ ସମ୍ପତ୍ତି କରି ଦେଇଛନ୍ତି ।

Cuttack's Minati Patnaik Donated 1 Crore Property To A Rickshaw Puller

୨୫ ବର୍ଷ ହେଲା ମିନତୀଙ୍କ ସହ ଜଡ଼ିତ ଏହି ରିକ୍ସାବାଲା ପରିବାର । ଘରର ସବୁ ଛୋଟ ମୋଟ କାମଠୁ ନେଇ ସବୁ କିଛି କରି ଆସୁଥିଲେ ବୁଢ଼ା ସାମଲ । ସମ୍ପତ୍ତି ପାଇଁ ଥିଲା ନା ମୋହ, ନା ମାୟା । ଏବେ ସେବା ବଦଳରେ ମିନତୀ ତାଙ୍କର ସବୁ ସମ୍ପତ୍ତିକୁ ବୁଢ଼ା ସାମଲଙ୍କ ନାଁରେ କରି ଦେବା ପରେ ସେ ଖୁସିବ୍ୟକ୍ତ କରିଛନ୍ତି ।

Cuttack's Minati Patnaik Donated 1 Crore Property To A Rickshaw Puller

ମିନତୀ ତାଙ୍କ ଘରକୁ ବୁଢ଼ା ସାମଲଙ୍କ ନାଁରେ କରିବା ସହ ଭୂମିହୀନଙ୍କୁ ସାହାଯ୍ୟ କରିବା ପାଇଁ ଅନ୍ୟମାନେ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି । ୧୯୯୪ ମସିହାରେ ରିକ୍ସା ଟାଣୁଥିବା ବୁଢ଼ା ସାମଲଙ୍କ ସହ ଭେଟ ହୋଇଥିଲେ ମିନତୀ ପଟ୍ଟନାୟକ । ୨୭ ବର୍ଷ ହେଲା ତିଷ୍ଠି ରହିଥିବା ସମ୍ପର୍କ, ଆଗକୁ ସୁଦୃଢ଼ ରହିବ ବୋଲି କହିଛନ୍ତି ମିନତୀ ଓ ବୁଢ଼ା ସାମଲ । ବୁଢ଼ା ସାମଲଙ୍କ ପତ୍ନୀ ଓ ୨ ପୁଅ ଅଛନ୍ତି ।

ଇଞ୍ଜିନିୟର ସ୍ୱାମୀଙ୍କୁ ଅପହରଣ କରିନେଲେ ନକ୍ସଲ, ପିଲାଙ୍କୁ ଧରି ଖୋଜିବାକୁ ଜଙ୍ଗଲ ଆଡ଼େ ବାହାରିଲେ ପତ୍ନୀ

0

ବିଜାପୁର: କଳିଯୁଗର ସାବିତ୍ରୀ, ସ୍ୱାମୀଙ୍କୁ ମରଣ ମୁହଁରୁ ଛଡ଼ାଇବା ପାଇଁ ନିଜ ଜୀବନକୁ ଲଗାଇଲେ ବାଜି । ଛତିଶଗଡ଼ ବିଜାପୁରରେ ଜଣେ ଇଞ୍ଜିନିୟରଙ୍କୁ ନକ୍ସଲବାଦୀମାନେ ଅପହରଣ କରିନେଇଛନ୍ତି। ଆଉ ଏବେ ତାଙ୍କୁ ଖୋଜିବାକୁ ବାହାରିଛନ୍ତି ତାଙ୍କ ପତ୍ନୀ। ମହିଳା ଜଣଙ୍କ ନିଜ ସ୍ୱାମୀଙ୍କୁ ବଞ୍ଚାଇବା ପାଇଁ ନିଜ ପିଲାଙ୍କୁ ସାଙ୍ଗରେ ଧରି ଜଙ୍ଗଲ ଆଡ଼କୁ ବାହାରିଛନ୍ତି ।

ସବ୍ ଇଞ୍ଜିନିୟର ଅଜୟ ରୋଶନ ଲକଡ଼ା  ଗୁରୁବାର ଦ୍ୱିପ୍ରହର ୧ଟା ବେଳେ  ଚପରାସୀ ଲକ୍ଷ୍ମଣଙ୍କ ସହ ପରତାଗିରି ଗୋରନା ମନକେଲି କ୍ଷେତ୍ରରେ ଚାଲିଥିବା ରାସ୍ତାକାମର ନିରିକ୍ଷଣ କରିବାକୁ ଯାଇଥିଲେ। ହେଲେ ଅନେକ ସମୟ ପର୍ଯ୍ୟନ୍ତ ମୁଖ୍ୟାଳୟକୁ ଫେରିନଥିଲେ। ବିଭାଗର ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ବହୁତ ଖୋଜିଥିଲେ ହେଲେ କିଛି ବି ସୁରାକ ମିଳିନଥିଲା। ଏହାପରେ ଗାଁ ଲୋକମାନେ ଖବର ଦେଇଥିଲେ ଯେ ସବ୍ ଇଞ୍ଜିନିୟର ଓ ଚପରାସୀଙ୍କୁ କିଛି ଲୋକ ଜଙ୍ଗଲ ଭିତରକୁ ନେିଯାଇଛନ୍ତି । ଏହାପରେ ଜଣାପଡ଼ିଥିଲା ଯେ ନକ୍ସଲମାନେ ଉଭୟଙ୍କୁ ଅପହରଣ କରିନେଇଛନ୍ତି ।  ଇଞ୍ଜିନିୟରଙ୍କ ପତ୍ନୀ ଅର୍ପିତା ଏ ସମ୍ପର୍କରେ ଜାଣିବା ପରେ ସେ ନକ୍ସଲମାନଙ୍କୁ ତାଙ୍କୁ ସ୍ୱାମୀଙ୍କୁ ସକୁଶଳ ଛାଡ଼ିବାକୁ ନିବଦନ କରିଛନ୍ତି।

ଅର୍ପିତା ନକ୍ସଲମାନଙ୍କୁ ନିବେଦନ କରି କହିଛନ୍ତି, ଜଣେ ପତ୍ନୀର ଗୁହାରି ଶୁଣ। ମାନବିକତାର ପରିଚୟ ଦିଅ । ମୋ ସ୍ୱାମୀ ଜଣେ ଭଲ ମଣିଷ। ମୋର ୩ ବର୍ଷର ପୁଅ ଅଛି, ସେ ମଧ୍ୟ ନିଜ ପିତାଙ୍କୁ ଖୋଜୁଛି। ମୋର ନିରୀହ ପୁଅର ମୁଣ୍ଡରେ ପିତାଙ୍କ ଛାୟା ସୁରକ୍ଷିତ ରହୁ, ଏହା ଏକ ମା ଏବଂ ପତ୍ନୀର ନିବେଦନ।’

ସୂଚନା ମୁତାବକ ଚପରାସୀ ଜଣଙ୍କ ନିଜ ଘରକୁ ଫେରିଆସିଛନ୍ତି । ହେଲେ ତାଙ୍କ କହିବା କଥା ଯେ ଉଭୟଙ୍କୁ ଅପହରଣ କରି ଅଲଗା ଅଲଗା ରଖାଯାଇଥିଲା। ଜଙ୍ଗଲ ଭିତରେ ଜନଅଦାଲତ ବସିଥିଲା ଯାହାପରେ ନକ୍ସଲମାନେ ତାଙ୍କୁ ଛାଡ଼ିଦେଇଥିଲେ। ହେଲେ ସବ ଇଞ୍ଜିନିୟରଙ୍କୁ ଏ ପର୍ଯ୍ୟନ୍ତ ଛଡ଼ାଯାଇନି। ପୋଲିସ କହିବା କଥା ଯେ ବର୍ତ୍ତମାନ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଛି, ସମ୍ଭବତଃ ନକ୍ସଲମାନେ ତାଙ୍କୁ ଦିନେ-ଦୁଇ ଦିନ ଭିତରେ ଛାଡ଼ିଦେଇପାରନ୍ତି। ଅନ୍ୟପଟେ ପତ୍ନୀ ଅର୍ପିତା ମଧ୍ୟ ନିଜ ପିଲାଙ୍କ ସହ ସ୍ୱାମୀଙ୍କୁ ଖୋଜିବାକୁ ଜଙ୍ଗଲ ଅଭିମୁଖେ ବାହାରିଛନ୍ତି।

ସୂଚନା ଅନୁଯାୟୀ, ଗୋରନା ମନକେଲି ନକ୍ସଲମାନଙ୍କ ଆଡାସ୍ଥଳୀ ଭାବରେ ଜଣାଶୁଣା । ଏବଂ ଏହି ଅଞ୍ଚଳରେ କୌଣସି ସରକାରୀ ନିର୍ମାଣକୁ ଜୋରଦାର ବିରୋଧ କରାଯାଉଛି ।  ଏସବୁ ସତ୍ୱେ ସଡ଼କ ନିର୍ମାଣ କାମ ଚାଲୁଥିବାରି ନକ୍ସଲମାନେ  ଉଭୟ କର୍ମଚାରୀଙ୍କୁ ଅପହରଣ କରିନେଇଥିବା ସନ୍ଦେହ କରାଯାଉଛି।

 

ମହାକାଶରେ ଜନ୍ମ ଗ୍ରହଣ କରିବେ ମଣିଷ; ଛୁଟି ମନାଇବାକୁ ଆସିବେ ପୃଥିବୀ: ଜେଫ୍ ବେଜୋସ୍

ଓ୍ୱାଶିଂଟନ: ମହାକାଶରେ ମାନବ ସମାଜ ବସବାସ କରିବାକୁ ନେଇ ଭବିଷ୍ୟବାଣୀ କରିଛନ୍ତି ବିଶ୍ୱର ଦ୍ବିତୀୟ ଧନୀ ବ୍ୟକ୍ତି ଜେଫ୍ ବେଜୋସ୍ । ସେ କହିଛନ୍ତି କି ଏମିତି ଏକ ଦିନ ଆସିବ ଯେଉଁ ଦିନ ମହାକାଶରେ ମଣିଷ ଜନ୍ମଗ୍ରହଣ କରିବ । ମହାକାଶରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ପୃଥିବୀକୁ ବୁଲିବାକୁ ଆସିବେ । ଯେମିତିକି ଆମେ ଛୁଟିରେ କିଛି ପାର୍କକୁ ବୁଲିବାକୁ ଯାଉଛୁ । ସ୍ପେସ କମ୍ପାନୀ ବ୍ଲୁ ଅରିଜିନର ମୁଖ୍ୟ ଜେଫ୍ ବେଜୋସ କହିଛନ୍ତି କି ଭବିଷ୍ୟତରେ ମହାକାଶରେ ସହର ସୃଷ୍ଟି ହେବ ଏବଂ ମଣିଷ ସେଠାରେ ଜନ୍ମ ଗ୍ରହଣ କରିବେ ।

ଓ୍ୱାଶିଂଟନରେ ବ୍ଲୁ ଅରିଜିନର ଭବିଷ୍ୟକୁ ନେଇ ହୋଇଥିବା ଆଲୋଚନାରେ ଜେଫ୍‌ ବେଜୋସ କମ୍ପାନୀର ଯୋଜନା, ମହାକାଶରେ ଅନୁସନ୍ଧାନ, ପୃଥିବୀକୁ ବଞ୍ଚାଇବା ଭଳି ପ୍ରସଙ୍ଗରେ ନିଜର ମତ ବ୍ୟକ୍ତ କରିଥିଲେ । ମହାକାଶରେ ବସତିକୁ ନେଇ ସେ କହିଥିଲେ କି ଏହି ସବୁ ଘର ଏକ ପ୍ରକାରର ଭାସମାନ ଘର ପରି ହେବ । ଯେଉଁଠାରେ ପୃଥିବୀର ପାଗ ଓ ମାଧ୍ୟାକର୍ଷଣକୁ ଅନୁସରଣ କରି ନିର୍ମାଣ କରାଯିବ । ଏହି ଭସାମାନ ଘର ମଧ୍ୟରେ ପ୍ରାୟ ୧୦ ଲକ୍ଷ ଲୋକ ରହିପାରିବେ ଏବଂ ସେଠାରେ ନଦୀ, ଜଙ୍ଗଲ ଏବଂ ବନ୍ୟଜନ୍ତୁ ମଧ୍ୟ ରହିବେ ।

ବେଜୋସ୍ କହିଛନ୍ତି କି ଶତାବ୍ଦୀ ଧରି ଲୋକମାନେ ମହାକାଶରେ ଜନ୍ମ ହେବେ ଏବଂ ଏହା ସେମାନଙ୍କର ପ୍ରଥମ ଘର ହେବ । ସେମାନ ମହାକାଶରେ ନିର୍ମାଣ ହୋଇଥିବା ବସତିରେ ଜନ୍ମ ଗ୍ରହଣ କରିବେ । ଏହା ପରେ ସେମାନେ ପୃଥିବୀକୁ ଛୁଟି ମନାଇବାକୁ ଆସିବେ । ଯେପରି ଆମେ ଛୁଟି ବନାଇବାକୁ ପାର୍କକୁ ଯାଉଛୁ । ସେ ଆହୁରି କହିଥିଲେ କି ଯେତେବେଳେ ସେ ପାଠ ପଢ଼ୁଥିଲେ ସେ ସମୟରେ ଏକ ଭାଷଣ ସମୟରେ ମହାକାଶରେ ଜନ ବସତି ସ୍ଥାପନ କରିବା ଉପରେ କହିଥିଲେ । ଅନ୍ୟ ଏକ ଗ୍ରହକୁ ଯାଇ ସେଠାରେ ଜନ ବସତି କରିବାଠାରୁ ଭଲ କି ମହାକାଶରେ ଜନ ବସତି ସ୍ଥାପନ କରିବା ।  ବେଜୋସ୍ କହିଛନ୍ତି କି ଯଦି ଆମେ ମଙ୍ଗଳ ଗ୍ରହକୁ ପରିବର୍ତ୍ତନ କରିବା କିମ୍ବା କିଛି ଏହିପରି କିଛି ନାଟକୀୟ କାର୍ଯ୍ୟ କରିବା ତାହା ଅତ୍ୟନ୍ତ ଚ୍ୟାଲେଜିଂ ଏବଂ ଆଉ ଏକ ନୂଆ ପୃଥିବୀ ସୃଷ୍ଟି କରିବା ପରି ହେବ । ତା’ପରେ ଏଠାରେ ୧୦ରୁ ୨୦ ବିଲିୟନ ଲୋକ ବସବାସ କରିପାରିବେ ।

ପୃଥିବୀ ବାହାରେ କିପରି ଜନବସତି ସୃଷ୍ଟି ହେବ ତାହାକୁ ନେଇ ଜେଫ୍ ବେଜୋସ୍ ଓ ତାଙ୍କ ପ୍ରତିଦ୍ବନ୍ଦୀ ତଥା ବିଶ୍ବର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ମଧ୍ୟରେ ଶବ୍ଦ ଯୁଦ୍ଧ ଚାଲିଛି । ଏଲନ ମସ୍କଙ୍କ ସ୍ପେସ କମ୍ପାନୀ ସ୍ପେସ୍ ଏକ୍ସର ମୁଖ୍ୟ ଲକ୍ଷ୍ୟ ହେଉଛି କି ମଙ୍ଗଳ ଗ୍ରହରେ କିପରି ଜନ ବସତି ସ୍ଥାପନା କରିବେ । ତେବେ ମସ୍କଙ୍କ ପରେ ଏବେ ବେଜୋସ୍ ମହାକାଶରେ ଜନ ବସତି ସ୍ଥାପନ କରିବାର ବାଜି ଖେଳି ଏଲନ ମସ୍କଙ୍କୁ ଟାର୍ଗେଟ କରିଛନ୍ତି ।

ରାଜଧାନୀରେ ୧ ଲକ୍ଷ ହିତାଧିକାରୀଙ୍କୁ ବଣ୍ଟାଯିବ BSKY କାର୍ଡ

ଭୁବନେଶ୍ୱର: ଚଳିତ ମାସ ୨୭ ତାରିଖରେ ରାଜଧାନୀ ଭୁବନେଶ୍ୱରରେ ବଣ୍ଟାଯିବ BSKY ସ୍ମାର୍ଟ କାର୍ଡ । ଭୁବନେଶ୍ୱରରେ ପ୍ରାୟ ୧ ଲକ୍ଷ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ଓକାକ୍‌ ସହଯୋଗରେ ୯୯ଟି ରିଟେଲର ସେଣ୍ଟର ଜରିଆରେ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି । ସବୁ ରାସନ କାର୍ଡଧାରୀ BSKY ସ୍ମାର୍ଟ କାର୍ଡ ପାଇବେ ।

 BSKY Health Cards To Distribute In Bhubaneswar On This Month

ଖୋର୍ଦ୍ଧା ଜିଲ୍ଲାର ୪୮ଟି ଘରୋଇ ହସ୍ପିଟାଲ ଏହି ଯୋଜନାରେ ସାମିଲ୍ ହେବେ । ବର୍ତ୍ତମାନ ସୁଦ୍ଧା ୩୬ଟି ଘରୋଇ ହସ୍ପିଟାଲ ସହ ଏମଓୟୁ ସ୍ଵାକ୍ଷର ହୋଇଛି । ଏହି ଯୋଜନାରେ ମହିଳାଙ୍କୁ ୧୦ ଲକ୍ଷ ଓ ପୁରୁଷଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟସେବା ମିଳି ପାରିବ । ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ସୂଚନା ଦେଇଛନ୍ତି ।

ସେପ୍ଟେମ୍ବର ପହିଲାରୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ସୁବିଧା ଲାଗୁ ହୋଇଛି । ରାଜ୍ୟର ୯୬ ଲକ୍ଷ ପରିବାରଙ୍କୁ ଦିଆଯିବ କାର୍ଡ । ସାରା ଦେଶରେ ଏପରି ସୁବିଧା ଦେବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମାଇଲଷ୍ଟୋନ୍ । ରାଜ୍ୟ ତଥା ରାଜ୍ୟ ବାହାରର ସବୁ ଛୋଟ ବଡ଼ ହସ୍ପିଟାଲରେ ଏହି କାର୍ଡରୁ ସୁବିଧା ପାଇପାରିବେ ହିତାଧିକାରୀ ।

ବିଜେପୁରରେ ମୁଖ୍ୟମନ୍ତ୍ରୀ ବାଣ୍ଟିଲେ BSKY କାର୍ଡ, କ୍ୟାନସର ହସ୍ପିଟାଲ ପାଇଁ ହେଲା ଶିଳାନ୍ୟାସ

ବରଗଡ଼: ମିଶନ ସ୍ମାର୍ଟ ବରଗଡ଼ । ବିଜେପୁରରୁ ବରଗଡ଼ ପାଇଁ ଅଙ୍କା ହେଲା ବିକାଶର ବ୍ଲୁପ୍ରିଣ୍ଟ । ବିଜେପୁରରୁ ଶୁଭିଲା ବିକାଶର ଶଙ୍ଖନାଦ । ସ୍ୱାସ୍ଥ୍ୟସେବାର ମହାବିପ୍ଳବରେ ସାମିଲ ହେଲା ବରଗଡ଼ ଜିଲ୍ଲା । ବିଜେପୁର ଗଣ୍ଡପାଲି ମିନି ଷ୍ଟାଡିୟମରେ ଆୟୋଜିତ ସଭାରେ ଯୋଗ ଦେଇ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାଦ୍ୱାରା ଜିଲ୍ଲାର ୩ ଲକ୍ଷ ୬୪ ହଜାର ହିତାଧିକାରୀ ସ୍ମାର୍ଟକାର୍ଡ ଦ୍ୱାରା ଉପକୃତ ହେବେ ।

ସ୍ମାର୍ଟକାର୍ଡ ବାଣ୍ଟିବା ସହିତ ବରଗଡ଼ ଜିଲ୍ଲା ପାଇଁ ୩୦୦ କୋଟି ଟଙ୍କାରେ ୧୫୦ରୁ ଅଧିକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ବରଗଡ଼ରେ ୭୧ଟି ସ୍କୁଲର ରୂପାନ୍ତର ହୋଇଛି । ସ୍ମାର୍ଟ ସ୍କୁଲ ଉଦଘାଟନ ସହିତ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ, ନୃସିଂହନାଥ ମନ୍ଦିରର ଉନ୍ନତିକରଣ କାର୍ଯ୍ୟର ନିଅଁ ପଡ଼ିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ବରଗଡ଼ ହେଉଛି ମାଆ ଲକ୍ଷ୍ମୀଙ୍କ ପବିତ୍ର ଭୂମି, ଓଡ଼ିଶାର ଭାତ ହାଣ୍ଡି ।

CM Naveen Patnaik Distributes BSKY Card In Bijepur Bargarh

ଚାଷୀଙ୍କ ଭଳି ବରଗଡ଼ର ବୁଣାକାର ମଧ୍ୟ ସାରା ବିଶ୍ୱକୁ ସମ୍ବଲପୁରୀ ଶାଢ଼ି ଉପହାର ଦେଇଛନ୍ତି । ବରଗଡ଼ର ଚାଷୀ ଓ ବୁଣାକାରଙ୍କ ଦକ୍ଷତାକୁ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତଙ୍କୁ ନେଇ ବରଗଡ଼ ଗର୍ବିତ । ମୁଖ୍ୟମନ୍ତ୍ରୀ ୩ ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଆରମ୍ଭ କରିଥିବା ବେଳେ ୨ ହଜାର ୫ ଶହ କୋଟିର ପ୍ରକଳ୍ପ କାର୍ଯ୍ୟ ଚାଲିଛି । ଗୁରୁତ୍ୱପୂର୍ଣ୍ଣ ଗଙ୍ଗାଧର ମେହେର ଉଠାଜଳସେଚନ କାର୍ଯ୍ୟ ୨ ହଜାର ୯୦ କୋଟି ଟଙ୍କାରେ ଚାଲିଛି । ୨୦୨୩ ସେପ୍ଟେମ୍ବର ସୁଦ୍ଧା ଏହି ପ୍ରକଳ୍ପରୁ ପାଣି ମିଳିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖ୍ୟମନ୍ତ୍ରୀ ବିଏସକେୱାଇ କାର୍ଡ ବାଣ୍ଟିବା ସହ କହିଛନ୍ତି, ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ୱାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ ।  ଗରିବ ଲୋକମାନେ ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ସମସ୍ୟାରୁ, ବିଶେଷକରି ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ । ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢା ବନ୍ଦ କରନ୍ତି । ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ ବଡ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡିବ ନାହିଁ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ଚାଷୀ ହେଉ ବା ମୂଲିଆ ବା ରିକ୍ସା ବାଲା – ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ । ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ । ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠାରେ କରୋନା ସମୟରେ ସବୁ ରୋଗୀଙ୍କ ପାଇଁ ଟେଷ୍ଟିଂ ଠାରୁ ଆରମ୍ଭ କରି ଟ୍ରିଟ୍‌ମେଣ୍ଟ ପର୍ଯ୍ୟନ୍ତ ସବୁ ଖର୍ଚ୍ଚ ରାଜ୍ୟ ସରକାର ବହନ କରୁଛନ୍ତି । ବିଜେପୁରରେ ଆୟୋଜିତ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟିକା ରୀତା ସାହୁ, ସ୍ନେହାଙ୍ଗୀନୀ ଛୁରିଆ ପ୍ରମୁଖ
ଉଦବୋଧନ ଦେଇ ବିଭିନ୍ନ କ୍ଷେତ୍ରରେ ବିଜେପୁରର ବିକାଶ ଉପରେ ଆଲୋକପାତ କରିଥିଲେ । ଯେଉଁଭଳି ଦୂରଦର୍ଶିତାର ପରିଚୟ ଦେଇ ମୁଖ୍ୟମନ୍ତ୍ରୀ ଓଡିଶାରେ ଏହି ସ୍ମାର୍ଟ କାର୍ଡ ବ୍ୟବସ୍ଥା ଆରମ୍ଭ କରିଛନ୍ତି, ସେଭଳି ବ୍ୟବସ୍ଥା ଭାରତବର୍ଷରେ ଆଉ କେଉଁ ଠାରେ ନାହିଁ ବୋଲି ସେମାନେ କହିଥିଲେ । ଏହି ଯୋଜନା ଗରିବ ଲୋକଙ୍କର, ବିଶେଷ କରି ମହିଳା ମାନଙ୍କର ଏକ ବଡ ଚିନ୍ତା ଦୂର କରିପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ । ମନ୍ତ୍ରୀ ସୁଶାନ୍ତ ସିଂହ ସ୍ୱାଗତ ଭାଷଣ ଦେଇଥିଲେ । ମନ୍ତ୍ରୀ ନିରଞନ ପୂଜାରୀ ଧନ୍ୟବାଦ ଅର୍ପଣ କରିଥିଲେ ।