‘ସ୍ୱଚ୍ଛ ପ୍ରକ୍ରିୟା ମଧ୍ୟରେ ଚାକିରି ପାଇଛନ୍ତି, ଲୋକଙ୍କୁ ସେବା ଯୋଗାଇବାରେ ସ୍ୱଚ୍ଛତା ରଖନ୍ତୁ’

1 min read

ଭୁବନେଶ୍ୱର: ମୋ ସରକାରରେ ବିକାଶମୂଳକ ଯୋଜନାର ମୁଖ୍ୟ ହିତାଧିକାରୀ ହେଉଛନ୍ତି ଗରିବ ଓ ନିଷ୍ପେସିତ ଲୋକେ । ମୁଁ ସମସ୍ତ ସରକାରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି ଯେ, ସମସ୍ତ ନାଗରିକଙ୍କ ପ୍ରତି ସମ୍ୱେଦନଶୀଳ ମନୋଭାବ ପୋଷଣା କରିବା ସହ ସେମାନଙ୍କ ସହ ଉଚିତ୍ ବ୍ୟବହାର କରିବେ । ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗର ନବ ନିଯୁକ୍ତ କର୍ମଚାରୀଙ୍କୁ ନେଇ ଲୋକସେବା ଭବନରେ ଅନୁଷ୍ଠିତ ଓରିଏଣ୍ଟେସନ୍(Orientation) କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଯୋଡ଼ି ହୋଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଗୃହ ଓ ନଗର ଉନ୍ନୟନ ବିଭାଗ ୫-ଟି ଅଧିନରେ ଜାଗା ମିଶନ, ମୁକ୍ତା, ଆହାର, ଉନ୍ନତି, ଡ୍ରିଙ୍କ୍ ଫ୍ରମ୍ ଟେପ୍, ଅର୍ବାନ ଓ୍ୱାଟର ସପ୍ଳାଏ,  ଅର୍ବାନ ସାନିଟେସନ୍, ଗରିମା ଭଳି ଅନେକ ଯୋଜନା କାର୍ଯ୍ୟକାରୀ ହୋଇଛି । ଯାହା ଫଳରେ ସହରାଞ୍ଚଳର ଲୋକେ ବେଶ୍ ଉପକୃତ ହୋଇପାରିଛନ୍ତି ।ତେବେ ସମସ୍ତ ୧୧୪ଟି ମ୍ୟୁନିସିପାଲଟିରେ କନିଷ୍ଠ ସହାୟକଙ୍କ ନିଯୁକ୍ତ ପରେ ଯୋଜନାକୁ କାର୍ଯ୍ୟକାରୀ କରିବାରେ ସେମାନେ ଅଧିକ ସହାୟକ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିସହିତ ନବ ନିଯୁକ୍ତ କର୍ମଚାରୀଙ୍କୁ ୫-ଟି ଓ ମୋ ସରକାରର ମୂଳଲକ୍ଷ୍ୟକୁ ବୁଝାଇଛନ୍ତି ମୁଖ୍ୟମନ୍ତ୍ରୀ ।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗରେ ଖାଲି ଥିବା ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ବେଳେ ଏହି ସବୁ ଖାଲି ପଦବୀ ପୂରଣ ନେଇ ସପୂର୍ଣ୍ଣ ପଦକ୍ଷେପ ନିଆଯାଉଥିବା କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଏଥିସହିତ ୫-ଟି ସଚିବ ଭି.କେ ପାଣ୍ଡିଆନ୍ ନବ ନିଯୁକ୍ତ କର୍ମଚାରୀଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ଆପଣମାନେ ଏକ ସ୍ୱଚ୍ଛ ପ୍ରକ୍ରିୟା ମଧ୍ୟରେ ସରକାରୀ ଚାକିରି ପାଇଛନ୍ତି । ଏବଂ ଲୋକଙ୍କୁ ସେବା ଯୋଗାଇଦେବା ବେଳେ ମଧ୍ୟ ସ୍ୱଚ୍ଛତା ଅବଲମ୍ୱନ କରିବେ ଏବଂ ଗରିବ ଲାେକଙ୍କ କଲ୍ୟାଣ ଦିଗରେ ସମ୍ପୂର୍ଣ୍ଣ ନିଷ୍ଠାର ସହ କାର୍ଯ୍ୟ କରିବେ ।

Leave a Reply