ମହାପ୍ରଭୁଙ୍କ ମହାପ୍ରସାଦ ମାଗଣା ବଣ୍ଟନ ପାଇଁ ୨୦ ଲକ୍ଷ ଟଙ୍କା ଦାନ: ରୂପା ଥାଳି ମଧ୍ୟ ଦାନ କଲେ ଭକ୍ତ

1 min read

ପୁରୀ: ଶ୍ରୀମନ୍ଦିରକୁ ୨୦ ଲକ୍ଷ ଟଙ୍କା ଦାନ । ବାଲେଶ୍ୱର ଜିଲ୍ଲା ଖଇରାର ରବୀନ୍ଦ୍ର କୁମାର ଦାସ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ୨୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ସେହିପରି ପୁରୀ ଗଜପତି ନଗରର ଶିବରାମ ପାଢ଼ୀ ଶ୍ରୀଜିଉଙ୍କ ପାଇଁ ୩ଟି ରୂପା ଥାଳି ଦାନ କରିଛନ୍ତି । ୩ଟି ରୁପା ଥାଳିର ଓଜନ ୪ କେଜି ୬୬୫ ଗ୍ରାମ ରହିଛି ।

ତେବେ ମହାପ୍ରସାଦ ମାଗଣାରେ ବଣ୍ଟନ କରିବା ପାଇଁ  ଭକ୍ତଜଣଙ୍କ ୨୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ବାଲେଶ୍ୱର ଖଇରାର ଏହି ଅବସରପ୍ରାପ୍ତ ଶିକ୍ଷକ ଜଣଙ୍କ ୨୦ ଲକ୍ଷ ଟଙ୍କା ଚେକ୍ ଆକାରରେ ପ୍ରଦାନ କରିଛନ୍ତି । ୧୦ ଲକ୍ଷ ଟଙ୍କାର ଦୁଇଟି ଚେକ୍ ଉନ୍ନୟନ ପ୍ରଶାସକଙ୍କୁ ଦେଇଛନ୍ତି ରବୀନ୍ଦ୍ର ଦାସ । ଟଙ୍କାକୁ ବ୍ୟାଙ୍କରେ ଜମା କରି ସୁଧ ଅର୍ଥରେ ମାଗଣା ମହାପ୍ରସାଦ ବଣ୍ଟାଯିବ ।  ଦାନ ଦିଆଯାଇଥିବା ୨୦ ଲକ୍ଷ ଟଙ୍କାକୁ ଫିକ୍ସଡ ଡିପୋଜିଟ କରି ତାହାର ସୁଧ ଅର୍ଥରେ ମାଗଣାରେ ମହାପ୍ରସାଦ ବଣ୍ଟନ ବ୍ୟବସ୍ଥା କରାଯିବ । ଏହି ଦାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସାଧୁବାଦ ଜ୍ଞାପନ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ଓଡ଼ିଶାର ଦୀର୍ଘତମ ‘ଟି-ସେତୁ’ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

Leave a Reply