ବ୍ରହ୍ମପୁର ବ୍ରହ୍ମାନଗରରେ ହାଇଡ୍ରାମା: ଗ୍ରୀଲ ଭାଙ୍ଗି ସୁମିତଙ୍କ ଘରେ ପଶିଲେ ମହିଳା

1 min read

ବ୍ରହ୍ମପୁର: ଡିମ୍ପଲ-ସୁମିତ ମାମଲାରେ ନୂଆ ମୋଡ଼ । ତପସ୍ୱିନୀଙ୍କ ସପକ୍ଷରେ ବାହାରିଲେ ବ୍ରହ୍ମପୁରର ଶହ ଶହ ମହିଳା । ଡାକ୍ତର ସୁମିତ ସାହୁଙ୍କ  ବ୍ରହ୍ମାନଗର ସ୍ଥିତ ଘରର ଗେଟ୍ ଭାଙ୍ଗି ଧସେଇ ପଶିଲେ ମହିଳା । ଏହା ପରେ ସେମାନେ ଘରର ଅନ୍ୟ ଏକ ଫାଟକକୁ ଭାଙ୍ଗିବାକୁ ପ୍ରୟାସ କରିଥିଲେ। । କିନ୍ତୁ ପୋଲିସ ଆସି ସମସ୍ତଙ୍କୁ ଘଉଡ଼ାଇ ଦେଇଥିଲା । ତେବେ ଘର ଭିତରକୁ ଯିବାକୁ ନଦେଲେ ଆନ୍ୟ ଗେଟକୁ ମଧ୍ୟ ଭାଙ୍ଗିଦେବେ ବୋଲି  ମହିଳାମାନେ ଚେତାଇ ଦେଇଛନ୍ତି । ପୋଲିସ ସେମାନଙ୍କୁ ବୁଝାସୁଝା କରୁଛି । ମହିଳାମାନେ ଗେଟ୍ ଭାଙ୍ଗି ଦେବା ପରେ ତପସ୍ୱିନୀ ଅସ୍ଥାୟୀ ଟେଣ୍ଟ ଭାଙ୍ଗି ବରଣ୍ଡାକୁ ଚାଲି ଯାଇଛନ୍ତି।

ଅନ୍ୟପକ୍ଷରେ ଶ୍ୱଶୂର ଘରେ ଡିମ୍ପଲ ରହିବା ନେଇ ଆବେଦନର ଶୁଣାଣି ଶେଷ ହୋଇଛି । କୋର୍ଟ ଆଜିର ମାମଲାକୁ ଖାରଜ କରିବା ସହ ପୂର୍ବ ରାୟ କାଏମ ରହିବ ବୋଲି କହିଛନ୍ତି । ପୂର୍ବ ଆବେଦନ ସହ ଆଜିର ଆବେଦନରେ କିଛି ନୂଆ ନାହିଁ ବୋଲି କୋର୍ଟ କହିଛନ୍ତି । ଡିମ୍ପଲଙ୍କ ସହ ସୁମିତଙ୍କୁ ଘର ଭଡ଼ା ନେଇ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହି ସମୟରେ ଡିମ୍ପଲଙ୍କ ସମସ୍ତ ଖର୍ଚ୍ଚ ବହନ କରିବେ ସୁମିତ । ତେବେ ସେଠାରେ ଉପସ୍ଥିତ ଶହ ଶହ ମହିଳା କୋର୍ଟଙ୍କ ରାୟଙ୍କୁ ନେଇ ଖୁସି ପ୍ରକଟ କରିବା ସହ ତାଳି ମାରି ସ୍ୱାଗତ ଜଣାଇଥିଲେ । ଏବଂ ମହିଳାମାନେ ସୁମିତଙ୍କ ଘର ଗେଟ୍ ଭାଙ୍ଗି ଧସେଇ ପଶିଥିଲେ ।

ତେବେ ବହୁ ସଂଖ୍ୟାରେ ମହିଳା ତାଙ୍କ ସପକ୍ଷରେ ବାହାରିଥିବା ବେଳେ ଖୁସି ପ୍ରକଟ କରିଛନ୍ତି ତପସ୍ୱିନୀ। ସେ କହିଛନ୍ତି, କୋର୍ଟ ତ ନ୍ୟାୟ ଦେଲେ ନାହିଁ, କିନ୍ତୁ ମା, ଉଭଣୀମାନେ ମୋତେ ନ୍ୟାୟ ଦେଇଛନ୍ତି। ସେମାନେ ମୋ ସମର୍ଥନରେ ବାହାରିଛନ୍ତି। ମୋର ଏବେ ବିଶ୍ୱାସ ହେଉଛି ଯେ ମୁଁ ମୋ ଶାଶୂ ଘରେ ପ୍ରବେଶ କରି ପାରିବି। ସମସ୍ତଙ୍କ ଆଶୀର୍ବାଦ ମୋ ସହିତ ରହିଛି ।

Leave a Reply