spot_img
Home Blog Page 4909

ଭାରତ ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦; ଟସ୍ ଜିତି ବୋଲିଂ କରିବ ଟିମ୍ ଇଣ୍ଡିଆ

ଜୟପୁର:  ଭାରତ- ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଖେଳାଯାଉଛି ପ୍ରଥମ ଟି-୨୦ ମ୍ୟାଚ୍ । ଏହି ଟି-୨୦ ସିରିଜର ପ୍ରଥମ ମ୍ୟାଚ ଜୟପୁରରେ ଖେଳାଯାଉଛି । ଆଜି ମ୍ୟାଚରେ ଟସ୍ ଜିତି ବୋଲିଂ କରିବକୁ ନିଷ୍ପତି ନେଇଛି ଟିମ୍ ଇଣ୍ଡିଆ । ତେବେ ଆଜି ଭାରତୀୟ ଦଳରେ ଡେବ୍ୟୁ କରିଛନ୍ତି ଅଲରାଉଣ୍ଡର ଭେଙ୍କଟେଶ ଆୟାର । ଚଳିତ ଆଇପିଏଲରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଦମଦାର ପ୍ରଦର୍ଶନ କରିଥିଲେ ଆୟର । ଯାହା ଫଳରେ ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଥିବା ଟି-୨୦ ସିରିଜ ପାଇଁ ଦଳରେ ସାମିଲ ହୋଇଥିଲେ ଏବଂ ପ୍ରଥମ ମ୍ୟାଚରେ ଭାରତ ପାଇଁ ମଧ୍ୟ ଡେବ୍ୟୁ କରିଛନ୍ତି ଭେଙ୍କଟେଶ ଆୟାର । ବହୁ ଦିନ ପରେ ଘରୋଇ ମାଟିରେ ମ୍ୟାଚ୍ ଖେଳିବାକୁ ଯାଉଛି ଟିମ୍ ଇଣ୍ଡିଆ । ଏଥି ପାଇଁ ସମସ୍ତ ଖେଳାଳି ବେଶ ଉତ୍ସାହିତ ଥିବା ସହ ବ୍ଲାକ କ୍ୟାପକୁ ଚକମା ଦେବା ପାଇଁ ଜୋରଦାର ଅଭ୍ୟାସ କରିଛନ୍ତି । ବିରାଟ କୋହଲୀଙ୍କ ଅବସର ପରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ମୈଦାନକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ ।

ଭାରତୀୟ ଦଳ : ରୋହିତ ଶର୍ମା (ଅଧିନାୟକ), କେ.ଏଲ୍ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ୍ ଆୟର, ଋଷଭ ପନ୍ତ (ଓ୍ବିକେଟ କିପର), ଭେଙ୍କଟେଶ ଆୟର୍, ଅକ୍ଷର ପଟେଲ, ରବିଚନ୍ଦ୍ରନ୍ ଅଶ୍ୱିନ୍, ଭୁବନେଶ୍ୱର କୁମାର, ଦୀପକ ଚହର ଏବଂ ମହମ୍ମଦ ସିରାଜ

ନ୍ୟୁଜିଲାଣ୍ଡ ଟିମ : ମାର୍ଟିନ ଗପ୍ଟିଲ, ଡାରିଲ ମିଚେଲ, ମାର୍କ ଚାପମାନ, ଗ୍ଲେନ ଫିଲିପ୍ସ, ଟିମ ସେଫର୍ଟ (ଓ୍ବିକେଟ କିପର), ରଚିନ ରବିନ୍ଦ୍ର, ମିଚେଲ ସାଣ୍ଟନର୍, ଟିମ୍ ସାଉଦୀ (ଅଧିନାୟକ), ଟଡ୍‌ ଆଷ୍ଟଲେ, ଲୋକି ଫର୍ଗୁସନ୍, ଟ୍ରେଣ୍ଟ ବୋଲ୍ଟ

ନଭେମ୍ବର ୩୦ ସୁଦ୍ଧା ଇ-ସର୍ଭିସକୁ ଅପଡ଼େଟ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ମାନବ ସମ୍ବଳ ପରିଚାଳନାରେ ୫-ଟି ନୀତି ପ୍ରୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଚଳିତ ନଭେମ୍ବର ମାସ ୩୦ ତାରିଖ ସୁଦ୍ଧା ସମସ୍ତ ସରକାରୀ କର୍ମଚାରୀମାନଙ୍କର ଇ-ସର୍ଭିସକୁ ସଦ୍ୟତମ କରଣ ଶେଷ କରିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସମସ୍ତ ବିଭାଗ ଏବଂ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନରୁ ଡିଜିଟାଲ୍ ମୋଡରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଏହି କାର୍ଯ୍ୟର ଅଗ୍ରଗତି ବିଷୟ ଅନୁଧ୍ୟାନ କରି ସେ ଏହି ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟ ଶାସନ ସଚିବ କହିଥିଲେ ଯେ ଇ-ସର୍ଭିସକୁ ସରକାରୀ କର୍ମଚାରୀ ମାନଙ୍କ ଉତ୍ତମ ପରିଚାଳନାରେ ବହୁ ଭାବେ ସହାୟକ ହେବା ସହ ଅବସର ନେଉଥିବା କର୍ମଚାରୀମାନଙ୍କର ପେନସନ  ସମ୍ବନ୍ଧିତ ଦେୟ ପ୍ରଦାନକୁ ଅଧିକ ସ୍ୱଚ୍ଛ ଓ ତ୍ୱରାନ୍ୱିତ କରିବ । ଏହା ଉଭୟ କର୍ମଚାରୀ ଏବଂ ସରକାରୀ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ ଏବଂ ବୃତ୍ତିଗତ କରିବ ।

ନଭେମ୍ବର ୩୦ ତାରିଖ ସୁଦ୍ଧା ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ବିଭାଗୀୟ ମୁଖ୍ୟ ଏବଂ ଜିଲ୍ଲାପାଳମାନେ ନିଜ ନିଜ ବିଭାଗ କର୍ମଚାରୀ ମାନଙ୍କର ଇ-ସର୍ଭିସ୍ବୁକ୍ କାର୍ଯ୍ୟର ସଦ୍ୟତନ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏହା ନହେଲେ ଡିସେମ୍ବର ମାସଠାରୁ ସଂପୃକ୍ତ କର୍ମଚାରୀ ଏବଂ ବିଭାଗୀୟ ନୋଡାଲ୍ ଅଧିକାରୀଙ୍କ ଦରମା ମିଳିବାରେ ବାଧା ସୃଷ୍ଟିହେବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବରିଷ୍ଠ ଅଧିକାରୀମାନେ ଜଣାଇଥିଲେ । ସମୀକ୍ଷାରୁ ଜଣାପଡ଼ିଥିଲା ଯେ ପୁର୍ତ୍ତ , କୃଷି ଓ କୃଷକ ସଶକ୍ତିକରଣ, ସମବାୟ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ଅବକାରୀ, ଶିଳ୍ପ, ପର୍ଯ୍ୟଟନ, ଗୃହ, ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ, ଇସ୍ପାତ୍ ଓ ଖଣି, ନଗର ଓ ଗୃହ ଉନ୍ନୟନ, ସୂଚନା ଓ ଲୋକ ସଂପର୍କ, ଶ୍ରମ ଓ ନିୟୋଜନ ଆଦି ବିଭାଗର ପ୍ରାୟ ୯୫ ପ୍ରତିଶତ କର୍ମଚାରୀମାନଙ୍କର ଇ-ସର୍ଭିସ୍ବୁକ୍ ସଦ୍ୟତନ କରାସରିଛି ।

ସେହିପରି ବାଲେଶ୍ୱର, ବରଗଡ଼, ଭଦ୍ରଖ, ଝାରସୁଗୁଡ଼ା, କୋରାପୁଟ, ମାଲ୍କାନାଗିରି, ନବରଙ୍ଗପୁର, ରାୟଗଡ଼ା ଏବଂ ସୁବର୍ଣ୍ଣପୁର ଆଦି ଜିଲ୍ଲାରେ ପ୍ରାୟ ୯୨ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି । ଅନ୍ୟ ବିଭାଗ ଏବଂ ଜିଲ୍ଲାମାନେ ହାରାହାରି ୭୦ ପ୍ରତିଶତ କାର୍ଯ୍ୟଶେଷ କରିଛନ୍ତି । ବୈଠକରେ ମୁଖ୍ୟତଃ ଇ-ସର୍ଭିସ୍ବୁକ୍ ସଫଟ୍ଓୟାର ର କାର୍ଯ୍ୟକାରିତା, ସେଥିରେ ତଥ୍ୟ ସନ୍ନିବେଶ କରିବା, ଡାଟା ଏଣ୍ଟ୍ରି କାର୍ଯ୍ୟ ଆଦି ସମ୍ବନ୍ଧିତ ବିଷୟ ଆଲୋଚନା ହୋଇଥିଲା । ବିଭିନ୍ନ ଜିଲ୍ଲା ଏବଂ ବିଭାଗର ନୋଡାଲ୍ ଅଧିକାରୀମାନେ ନିଜ ନିଜର ଅଭିଜ୍ଞତା ଓ ସମସ୍ୟା ବିଷୟ ଜଣାଇଥିଲେ । ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ବରିଷ୍ଠ ଅଧିକାରୀମାନେ ସେବୁର ଆଶୁ ସମାଧାନ କରିଥିଲେ ।

ଏଥର କଟ୍ରିନାଙ୍କର ପୋଲିସ ହେବାକୁ ଇଚ୍ଛା

ମୁମ୍ୱାଇ : ନିକଟରେ ହିନ୍ଦୀ ଚଳଚ୍ଚିତ୍ର ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ସୂର୍ଯବଂଶୀ ରିଲିଜ୍ ହୋଇଯାଇଥିବା ବେଳେ ବକ୍ସ ଅଫିସରେ ଏହା ଚମତ୍କାର ପ୍ରଦର୍ଶନୀ କରିଛି । ଗତ ସେପ୍ଟେମ୍ୱର ମାସ ୭ ତାରିଖରେ ଏହି ଫିଲ୍ମରେ ଅଭିନୟ କରିଥିବା ଷ୍ଟାରଙ୍କ ସମେତ ରୋହିତ ସେଟ୍ଟୀ ସୂର୍ଯବଂଶୀର ପ୍ରମୋସନ ପାଇଁ ସୋନି ଚ୍ୟାନେଲରେ ପ୍ରସାରିତ ‘ଦ କପିଲ ଶର୍ମା ସୋ’ରେ ଆସିଥିଲେ । ଏହି ଚଳଚ୍ଚିତ୍ରରେ ଅଭିନୟ କରିଥିବା କଟ୍ରିନା କେଫ୍ ମଧ୍ୟ ସୋରେ ଉପସ୍ଥିତ ଥିଲେ । ରୋହିତଙ୍କ ନିର୍ଦ୍ଦେଶିତ ଏକ ଚଳଚ୍ଚିତ୍ରରେ ମହିଳା ପୋଲିସ ଚରିତ୍ରରେ ମୁଖ୍ୟ ଭୂମିକା ଭାବେ ଅଭିନୟ କରିବାକୁ ତାଙ୍କର ଖୁବ୍ ଇଚ୍ଛା ଅଛି ବୋଲି ସେ କହିଥିଲେ । ଏଥିପାଇଁ ରୋହିତଙ୍କ ଅନୁମତି ମାଗିଥିଲେ ।

ପୋଲିସ ଚରିତ୍ର ପର୍ଯ୍ୟବେସିତ ରୋହିତଙ୍କର ପ୍ରତ୍ୟେକ ଫିଲ୍ମ ପୁରୁଷକୈନ୍ଦ୍ରିକ, ସେ ସିମ୍ବା ହେଉ ଅବା ସିଂହମ୍ ଆଉ ଏବେ ସୂର୍ଯ୍ୟବଂଶୀରେ ପୋଲିସ ଚରିତ୍ରରେ ଥିବା ଅଜୟ ଦେବଗନ୍, ରଣବୀର ସିଂ, ଅକ୍ଷୟ କୁମାର ଏ ସମସ୍ତ ଚରିତ୍ର ପୁରୁଷକୈନ୍ଦ୍ରିକ । ଏବେ କଟ୍ରିନା ଏଭଳି ଚରିତ୍ରରେ ଅଭିନୟ କରିବାକୁ ଇଚ୍ଛା ପ୍ରକାଶ କରିଥିବା ବେଳେ ଖୁବ୍ ଶୀଘ୍ର ମହିଳା ପୋଲିସ ଭୂମିକାରେ ପର୍ଯ୍ୟବେସିତ ଏକ ଚଳଚ୍ଚିତ୍ର ରୋହିତ ଦର୍ଶକଙ୍କୁ ଭେଟିଦେବେ ବୋଲି କହିଛନ୍ତି । ଏଥିସହ ମହିଳା ପୋଲିସ ଟିମକୁ ନେଇ ଏହି ଫିଲ୍ମ ସେ ନ କରିପାରିଲେ ମଧ୍ୟ ଜଣେ ମହିଳାଙ୍କୁ ନେଇ ଏଭଳି ଚଳଚ୍ଚିତ୍ର ସେ ନିଶ୍ଚୟ କରିବେ । ମାତ୍ର ଏଥିପାଇଁ ଅନେକ ସମୟ ଲାଗିପାରେ ବୋଧହୁଏ ବର୍ଷେ ଉପରେ । ଦର୍ଶକଙ୍କୁ ଏଭଳି ଫିଲ୍ମ ଖୁବ୍ ପସନ୍ଦ ଆସିବ ବୋଲି ସେ କହିଥିଲେ । ଦର୍ଶକଙ୍କୁ ରୋହିତଙ୍କର ଆଗାମୀ ଚଳଚ୍ଚିତ୍ରକୁ ଅପେକ୍ଷା ।

ଟି-୨୦ ରାଙ୍କିଂ ଟପ୍-୫ରେ ନାହାଁନ୍ତି ଭାରତୀୟ ଖେଳାଳି; ବାବର ନମ୍ବର-୧ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: ଟି-୨୦ ବିଶ୍ବକପ ଶେଷ ହେବା ପରେ ଆଇସିସି ପୁରୁଷ ବର୍ଗରେ ଟି-୨୦ ରାଙ୍କିଂ ଜାରି କରିଛି । ଟି-୨୦ ବ୍ୟାଟ୍ସମ୍ୟାନ ତାଲିକାରେ ପ୍ରଥମ ସ୍ଥାନରେ ଅଛନ୍ତି ପାକିସ୍ତାନ କ୍ରିକେଟ ଟିମର ଅଧିନାୟକ ବାବର ଆଜମ । ସେହିପରି ଭାବରେ ଚଳିତ ଟି-୨୦ ବିଶ୍ବକପରେ ଅଷ୍ଟ୍ରେଲିଆ ପକ୍ଷରୁ ଦମଦାର ବୋଲିଂ କରିଥିବା ଆଡାମ ଜାମ୍ପା ବୋଲିଂ ରାଙ୍କିଂରେ ତୃତୀୟ ସ୍ଥାନକୁ ଉଠିଛନ୍ତି । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ନୂଆ କରି ପ୍ରକାଶ ପାଇଥିବା ରାଙ୍କିଂରେ ବ୍ୟାଟିଂ, ବୋଲିଂ କି ଅଲରାଉଣ୍ଡରେ ଟପ୍-୫ ମଧ୍ୟରେ କୌଣସି ଭାରତୀୟ ଖେଳାଳି ନାହାନ୍ତି । ଭାରତୀୟ ଦଳର ଓପନର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ବ୍ୟାଟ୍ସମ୍ୟାନ ତାଲିକାରେ ଷଷ୍ଠ ସ୍ଥାନରେ ରହିଥିବା ବେଳେ ବିରାଟ କୋହଲି ଅଷ୍ଟମ ସ୍ଥାନରେ ରହିଛନ୍ତି । ବୋଲିଂ କି ଅଲରାଉଣ୍ଡରେ ତାଲିକାରେ କୌଣସି ଭାରତୀୟ ଟପ୍-୧୦ ମଧ୍ୟରେ ମଧ୍ୟ ନାହାନ୍ତି ।

ଟି-୨୦ ବିଶ୍ବକପରେ ଇଂଲଣ୍ଡ ବିପକ୍ଷରେ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ ଡେବୋନ କନଓ୍ବେ ୪୬ ରନ କରିଥିଲେ । ଯାହା ଫଳରେ ସେ ବ୍ୟାଟ୍ସମ୍ୟାନ ତାଲିକାରେ ତିନୋଟି ସ୍ଥାନ ଉପରକୁ ଉଠି ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ସେହିପରି ବିଶ୍ବକପ ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୫୦ ବଲରେ ୭୭ ରନ କରି ଅଷ୍ଟ୍ରେଲିଆକୁ ଚମ୍ପିଆନ କରିବାରେ ବଡ଼ ଭୂମିକା ତୁଲାଇଥିଲେ । ଯାହା ଫଳରେ ଟି-୨୦ ରାଙ୍କିଂରେ ସେ ୧୩ତମ ସ୍ଥାନରେ ଆସି ପହଞ୍ଚିଛନ୍ତି ।

ବୋଲିଂ ରାଙ୍କିଂ କଥା ଯଦି କହିବା ତାହାଲେ ବୋଲିଂ ରାଙ୍କିଂରେ ପ୍ରଥମ ସ୍ଥାନରେ ଅଛନ୍ତି ଶ୍ରୀଲଙ୍କା ସ୍ପିନର ଓ୍ବାନେଡୁ ହସରଙ୍ଗା ।ସେହିପରି ଦ୍ବିତୀୟ ସ୍ଥାନରେ ଅଛନ୍ତି ତାରବିଜ୍ ସାମସି । ତେବେ ବିଶ୍ବକପରେ ଦମଦାର ବୋଲିଂ ଫଳରେ ଦୁଇଟି ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି ଆଡାମ ଜାମ୍ପା । ତେବେ ବୋଲିଂ ରାଙ୍କିଂରେ ଆଦିଲ ରସିଦ ଓ ରସିଦ ଖାନ ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି । ଜମ୍ପାଙ୍କ ବ୍ୟତୀୟ ଜୋଶ ହେଜେଲଉଡ ଦୁଇଟି ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି ।

ଅନ୍ୟପକ୍ଷରେ ଅଲରାଉଣ୍ଡର କଥା ଯଦି କହିବା ତାହାଲେ ଟି-୨୦ ବିଶ୍ବକପରେ ଦମଦାର ପ୍ରଦର୍ଶନ ଫଳରେ ୭ଟି ସ୍ଥାନ ଉପରକୁ ଉଠିଛନ୍ତି ଇଂଲଣ୍ଡ ଅଲରାଉଣ୍ଡର ଲିଅମ ଲିଭିଙ୍ଗଷ୍ଟୋନ । ଲିଭିଙ୍ଗଷ୍ଟୋନ ତୃତୀୟ ସ୍ଥାନରେ ଏବେ ରହିଛନ୍ତି ।  ତେବେ ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ ଅଛନ୍ତି ଆଫଗାନିସ୍ତାନ ଅଲରାଉଣ୍ଡର ମହମ୍ମଦ ନବି ଏବଂ ଦ୍ବିତୀୟ ସ୍ଥାନରେ ଅଛନ୍ତି ଶକିବ ଉଲ ହାସନ । ତେବେ ଲିଭିଙ୍ଗଷ୍ଟୋନଙ୍କ ବ୍ୟତୀତ ମୋଏନ ଅଲ୍ଲୀ ବି ତିନୋଟି ସ୍ଥାନ ଉପରକୁ ଉଠି ନବମ ସ୍ଥାନରେ ରହିଛନ୍ତି ।

ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତାଙ୍କୁ ହକି ଇଣ୍ଡିଆ ଜର୍ସି ଭେଟିଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତାଙ୍କୁ ଜର୍ସି ଭେଟିଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଓଡ଼ିଶାରେ ଜୁନିୟର ହକି ବିଶ୍ୱକପ ଆୟୋଜିତ ହେବାକୁ ଯାଉଥିବାବେଳେ ମୁଖ୍ୟମନ୍ତ୍ରୀ ଏହି ଜର୍ସିକୁ ଭାରତର ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତାଙ୍କୁ ପ୍ରଦାନ କରିଛନ୍ତି  । ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଓଡ଼ିଶା ଗସ୍ତରେ ଅଛନ୍ତି ଶେଖର ଗୁପ୍ତା  ।

ଏହି ସମୟରେ ସେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ କରିଥିଲେ  । ମୁଖ୍ୟମନ୍ତ୍ରୀ ବରିଷ୍ଠ ସାମ୍ବାଦିକ ଶେଖର ଗୁପ୍ତାଙ୍କୁ ସ୍ୱାଗତ କରିବା ସହ ଜୁନିୟର ଓଡ଼ିଶା ବିଶ୍ୱକପ ହକିର ଏକ ଜର୍ସି ପ୍ରଦାନ କରିଥିଲେ  । ମୁଖ୍ୟମନ୍ତ୍ରୀଙ୍କ ଏହି ଗିଫ୍ଟକୁ ନେଇ ଖୁସି ପ୍ରକଟ କରିଛନ୍ତି ଶେଖର ଗୁପ୍ତା  । ଟ୍ୱିଟରରେ ଏକ ଫଟୋ ପୋଷ୍ଟ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି  ।

ସେହିପରି ଓଡ଼ିଶା ପୁରୁଷ ବିଶ୍ୱକପ ହକି ଆୟୋଜିତ କରିବା ପରେ ପୁନର୍ବାର ଜୁନିୟର  ପୁରୁଷ ହକି ବିଶ୍ୱକପ ଆୟୋଜିତ କରିବାକୁ ଯାଉଛି  । ଯେଉଁ ସମୟରେ ହକି ଅଥୋରିଟି ଓଡ଼ିଶାକୁ ଏହି ଦାୟିତ୍ୱ ଦେଇଥିଲେ, ସେହି ସମୟରେ ଓଡ଼ିଶା ପ୍ରସ୍ତୁତ ନଥିଲା  । କିନ୍ତୁ ଖୁବ ସ୍ୱଳ୍ପ ସମୟରେ ଭବ୍ୟ ପ୍ରସ୍ତୁତି କରିଥିଲା  । ତେବେ ନଭେମ୍ବର ୨୪ରେ ପୁଣି ଥରେ ଓଡ଼ିଶା ହକି ବିଶ୍ୱକପର ଆୟୋଜନ କରିବାକୁ ଯାଇଛି  । ଓଡ଼ିଶା ମଧ୍ୟ ହକି ଇଣ୍ଡିଆର ପ୍ରାୟୋଜକ ରହିଥିବା କହିଛନ୍ତି ଶେଖର ଗୁପ୍ତା  ।

ଗାନ୍ଧୀଙ୍କୁ ନେଇ କଙ୍ଗନାଙ୍କ ବିବାଦୀୟ ମନ୍ତବ୍ୟ; ଦେଶ ବ୍ୟାପୀ ବିରୋଧ

ନୂଆଦିଲ୍ଲୀ: ପୁଣି ବିବାଦରେ ବଲିଉଡ ଅଭିନେତ୍ରୀ ପଦ୍ମଶ୍ରୀ କଙ୍ଗନା ରାଣାଓ୍ବତ । ନିଜର ମନ୍ତବ୍ୟ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା କଙ୍ଗନା ପୁଣି ଥରେ ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । କିଛି ଦିନ ପୂର୍ବେ ପଦ୍ମଶ୍ରୀ ପାଇଥିବା କଙ୍ଗନା କହିଥିଲେ କି ୧୯୪୭ ମସିହାରେ ଭାରତ ଯେଉଁ ସ୍ବାଧିନ ପାଇଥିଲା ତାହା ପ୍ରକୃତ ସ୍ବାଧିନ ନଥିଲା ତାହା ଥିଲା ଭିକ । ପ୍ରକୃତ ସ୍ବାଧିନତା ୨୦୧୪ରେ ଭାରତ ପାଇଥିଲା । କଙ୍ଗନାଙ୍କ ଏହି ବୟାନ ପରେ ବହୁ ବିବାଦକୁ ଆସିଥିଲେ କଙ୍ଗନା ରାଣାଓ୍ବତ । ତେବେ ଏହି ବୟାନର ନିଆଁ ଏବେ ଲିଭିନଥିବାବେଳେ ପୁଣି ଏକ ବୟାନ ଦେଇ ବିବାଦ ଘେର ମଧ୍ୟକୁ ଆସିଛନ୍ତି କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରାଣାଓ୍ବାତ । ତେବେ ପୂର୍ବ ଥର ସ୍ବାଧିନତାକୁ ନେଇ ବିବାଦୀୟ ବୟାନ ଦେଇଥିବାବେଳେ ଏବେ ଜାତୀୟ ପିତା ମହାତ୍ମା ଗାନ୍ଧୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି କଙ୍ଗନା ।  କଙ୍ଗନା ତାଙ୍କ ଇନଷ୍ଟାଗ୍ରାମରେ କହିଛନ୍ତି ମହାତ୍ମା ଗାନ୍ଧିଙ୍କଠାରୁ ସୁଭାଷ ଚନ୍ଦ୍ର ବୋଷ ଓ ଭଗତ ସିଂ ସମର୍ଥନ ପାଇ ନଥିଲେ । ଏହା ସହ ଗାନ୍ଧିଜୀଙ୍କ ଅହିଂସା ନୀତିକୁ ସେ ସମାଲୋଚନା କରିଛନ୍ତି ।

କଙ୍ଗନା କହିଛନ୍ତି କି ଗୋଟିଏ ଗାଲ ଦେଖାଇ ସ୍ବାଧୀନତା ପାଇବା ଏକ ଭିକ୍ଷା । ନିଜ ଇନଷ୍ଟାଗ୍ରାମରେ କଙ୍ଗନା କହିଛନ୍ତି ଆପଣମାନେ ନିଜ ଜ୍ଞାନ ଓ ବିବେକ ଅନୁସାରେ ନିଜର ନାୟକଙ୍କୁ ଚିହ୍ନନ୍ତୁ । ସେ ଏହା ସହ ନେତାଜୀଙ୍କୁ ବ୍ରିଟିଶକୁ ହସ୍ତାନ୍ତର କରିବା ଲାଗି ଗାନ୍ଧିଜୀ ଓ ଅନ୍ୟମାନେ ରାଜି ହୋଇଥିଲେ ବୋଲି ପ୍ରକାଶିତ ଖବରର ଏକ କ୍ଲିପିଂ ବି ସେୟାର କରିଛନ୍ତି । ଏହି ରିପୋର୍ଟରେ ପ୍ରକାଶିତ ହୋଇଛି- ଯଦି ନେତାଜୀ ଭାରତରେ ପ୍ରବେଶ କରନ୍ତି ତେବେ ତାଙ୍କୁ ହସ୍ତାନ୍ତର କରିବା ଲାଗି ବ୍ରିଟିଶ ସହ ଗାନ୍ଧିଜୀ, ଜବାହାରଲାଲ ନେହରୁ ଓ ମହମ୍ମଦ ଅଲ୍ଲୀ ଜିନ୍ନା ଏକ ରାଜିନାମା କରିଥିଲେ । କଙ୍ଗନା କହିଛନ୍ତି ଆପଣ ଗାନ୍ଧିଜୀ କିମ୍ବା ନେତାଜୀଙ୍କ ମଧ୍ୟରୁ ଜଣକର ହିଁ ସମର୍ଥକ ହୋଇପାରିବେ । ଦୁଇ ଜଣଙ୍କ ସମର୍ଥକ ହୋଇପାରିବେ ନାହିଁ । ସେ ଆହୁରି କହିଛନ୍ତି ଶୋଷଣକାରୀ ଶକ୍ତି ବିରୋଧରେ ଲଢେଇ ଲାଗି ସାହସ ନଥିବା କ୍ଷମତାଲିପସୁ ଓ ଚତୁର ବ୍ୟକ୍ତିମାନେ ପ୍ରକୃତ ସଂଗ୍ରାମୀମାନଙ୍କୁ ହସ୍ତାନ୍ତର କରିଥିଲେ । ଏପରିକି ଭଗତ ସିଂ ଫାଶୀ ପାଆନ୍ତୁ ବୋଲି ଗାନ୍ଧିଜୀ ଚାହୁଁଥିବା ନେଇ ପ୍ରମାଣ ରହିଛି ବୋଲି କଙ୍ଗନା କହିଛନ୍ତି ।

ଅନ୍ୟପକ୍ଷରେ କଙ୍ଗନାଙ୍କ ଏମିତି ବିବାଦୀୟ ବୟାନ ସାମ୍ନାକୁ ଆସିବା ପରେ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଝିଅ ଅନୀତା ବୋଷଙ୍କର ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ଅନୀତା ବୋଷ କହିଛନ୍ତି କି ମୋ ପିତା ସୁବାଷ ଚନ୍ଦ୍ର ବୋଷ ଓ ମହାତ୍ମା ଗାନ୍ଧୀଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିଲା । କିନ୍ତୁ ମୋ ବାପା ମହାତ୍ମା ଗାନ୍ଧିଙ୍କର ଜଣେ ଦୃଢ଼ ପ୍ରଶଂସକ ଥିଲେ ବୋଲି କହିଛନ୍ତି ସୁଭାଷ ଚନ୍ଦ୍ର ବୋଷଙ୍କ ଝିଅ ଅନୀତା ବୋଷ ।

 

ପଳାତକ ଘୋଷିତ ହେଲେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହ

ମୁମ୍ବାଇ: ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂହଙ୍କୁ ବୁଧବାର ଦିନ ଏକ କୋର୍ଟ ପଳାତକ ଘୋଷିତ କରିଛନ୍ତି । ଏଥିସହିତ ୩୦ ଦିନ ଭିତରେ ହାଜିର ହେବା ଲାଗି ପରମବୀର ସିଂହଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କୋର୍ଟ। ଏହି ସମୟ ମଧ୍ୟରେ ଯଦି ସେ ହାଜର ନହୁଅନ୍ତି ତେବେ ତାଙ୍କ ସମ୍ପତ୍ତିକୁ ବାଜ୍ୟାପ୍ତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହେବ ।

ପରବୀର ସିଂହଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ବଟି ଅଭିଯୋଗ ଆଣିଥିଲା କ୍ରାଇମବ୍ରାଞ୍ଚ । ଆଉ ଏହି ମାମଲା ପରେ ସେ ଫେରାର ହେବା ସହ ଯାଞ୍ଚ କମିଟି ସମ୍ମୁଖକୁ ମଧ୍ୟ ଆସିନଥିଲେ।

ଅଧିକ ପଢନ୍ତୁ- ଗୃହମନ୍ତ୍ରୀ ମାସକୁ ମାଗୁଥିଲେ ୧୦୦ କୋଟି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅଭିଯୋଗ କଲେ ପୂର୍ବତନ କମିଶନର

ଉଲ୍ଲେଖଯୋଗ୍ୟ, ମୁମ୍ବାଇ ପୋଲିସର ପୂର୍ବତନ କମିଶନର ପରମବୀର ସିଂହ ମହାରାଷ୍ଟ୍ର ଗୃହମନ୍ତ୍ରୀଙ୍କ ବିରୋଧରେ ବଟି ଅଭିଯୋଗ କରିଥିଲେ। ବାର, ପବ୍ ଓ ରେଷ୍ଟୁରାଣ୍ଟରୁ ବଟି ଆଦାୟ ପାଇଁ ଦେଶମୁଖ କହିଥିଲେ। ଏପରିକି ଅନୀଲ ଦେଶମୁଖ, ସଚିନ ୱାଜେଙ୍କ ଠାରୁ ପ୍ରତିମାସରେ ୧୦୦ କୋଟି ମାଗୁଥିବା ନେଇ ଅଭିଯୋଗ ଲଗାଇଥିଲେ ପୂର୍ବତନ ପୋଲିସ କମିଶନର।

କୁଲଭୁଷଣ ଯାଦବଙ୍କୁ ପାକିସ୍ତାନ ଦେଲା ଅପିଲ ଅଧିକାର, ପାକ୍ ସଂସଦ ତିଆରି କଲା ନୂଆ ଆଇନ

ଭାରତୀୟ ନାଗରିକ କୁଳଭୂଷଣଙ୍କୁ ଇଣ୍ଟରନ୍ୟାସନାଲ୍ କୋର୍ଟ ଅଫ୍ ଜଷ୍ଟିସ୍ (ଆଇସିଜେ)ର ନିଷ୍ପତ୍ତି ଅନୁସାରେ ଅପିଲ୍ କରିବାର ଅଧିକାର ଦେବା ନେଇ ଏକ ବିଲ୍ ପାକିସ୍ତାନ ପାର୍ଲାମେଣ୍ଟରେ ପାରିତ ହୋଇଛି । ଯାହାକୁ ନେଇ କୁଳଭୂଷଣ ଯାଦବଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି।

ଇଣ୍ଟରନ୍ୟାସନାଲ୍ କୋର୍ଟ ଅଫ୍ ଜଷ୍ଟିସ୍ (ଆଇସିଜେ) ଅନୁସାରେ କୁଳଭୂଷଣ ଯାଦବଙ୍କୁ ଅପିଲ୍ କରିବାର ଅଧିକାର ଦେବା  ସଂକ୍ରାନ୍ତିୟ ଏକ ବିଲ୍ Pakistan National Assembly ଗତ ଜୁନ୍ ୧୦ ତାରିଖରେ ଗ୍ରହଣ କରିଥିଲେ।

ଆଇସିଜେ ପକ୍ଷରୁ ଏନେଇ ପ୍ରଭାବଶାଳୀ ସମୀକ୍ଷା ଓ ପୁନର୍ବିଚାର କରିବା ଲାଗି ବିଧାନସଭାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ୨୦୨୦ ମସିହାରେ ଇମ୍ରାନ୍ ଖାନଙ୍କ ନେତୃତ୍ୱାଧୀନ ପାକିସ୍ତାନ ସରକାର ବିପକ୍ଷ ଦଳର ବିରୋଧ ସତ୍ୱେ କୁଳଭୂଷଣ ଯାଦବ ମାମଲାରେ ଆଇସିଜେର ନିଷ୍ପତ୍ତିକୁ ଦୃଷ୍ଟିରେ ରଖି National Assemblyରେ ଏକ ଅଧ୍ୟାଦେଶ ପେସ୍ କରିଥିଲେ ।

Review and Reconsideration Ordinance 2020 ଅଧ୍ୟାଦେଶକୁ ଆଇସିଜେ ଗତ ବର୍ଷ ମେ ୨୦ରେ ପ୍ରଣୟନ କରିଥିଲେ ।

କଥା ଦେଇ କଥା ରଖିଲେ ଆନନ୍ଦ ମହିନ୍ଦ୍ରା

0

ମହିନ୍ଦ୍ରା ଗ୍ରୁପର ଚେୟାରମ୍ୟାନ୍ ଆନନ୍ଦ ମହିନ୍ଦ୍ରା ନିଜେ ଦେଇଥିବା କଥା ପୂରଣ କରିଛନ୍ତି । ଆନନ୍ଦ ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ପ୍ରତ୍ୟେକ ଭିଡିଓ କ୍ଷଣକରେ ଭାଇରାଲ ହୋଇଥାଏ । ସେ ସେୟାର କରୁଥିବା ଅନେକ ଭିଡିଓ ଲୋକଙ୍କୁ ପ୍ରେରଣା ଦେବା ସହ କିଛି ନା କିଛି ଶିକ୍ଷା ଦେଇଥାଏ। ଏଥିସହ ମହିନ୍ଦ୍ରା ଗ୍ରୁପ୍ ଭାରତରେ ଲୁକ୍କାୟିତ ଥିବା ପ୍ରତିଭାକୁ ସାରାବିଶ୍ୱରେ ପରିଚିତ କରାଏ  । କେବଳ ଏତିକି ନୁହେଁ ଏହି ପ୍ରତିଭାଶାଳୀ ବ୍ୟକ୍ତିଙ୍କୁ ଆଗକୁ ବଢ଼ିବାରେ ମଧ୍ୟ ସାହାଯ୍ୟ କରେ । ନିକଟରେ ଆନନ୍ଦ ମହିନ୍ଦ୍ରା ମଣିପୁର ସହରର ପ୍ରେମ ନିନଗୋମବମ୍ ନାମକ ଜଣେ ପିଲାର ଚମତ୍କାର ଉଦ୍ଭାବନ ଦେଖି ପିଲାଟିର ପାଠ ପଢ଼ାରେ ସାହାଯ୍ୟ କରିବାକୁ କଥା ଦେଇଥିଲେ । ଯାହାକୁ ପୂରଣ କରି ସେ ପୁଣି ଏବେ ଭାରତବାସୀଙ୍କ ପ୍ରଶଂସା ସାଉଁଟିଛନ୍ତି ।

ଆନନ୍ଦ ମହିନ୍ଦ୍ରା ନିଜ ଟ୍ୱିଟରରେ ଲେଖିଥିଲେ ପ୍ରେମକୁ ମନେରଖିଛନ୍ତି ତ ? ଇମ୍ଫାଲର ଭାରତୀୟ ଯୁବକ ଆଇରନ ମ୍ୟାନ୍ ଯିଏ ଇଞ୍ଜିନିୟରିଂ ପଢ଼ିବାକୁ ଚାହୁଁଥିଲା । ଯାହାକୁ ସାହାଯ୍ୟ କରିବା ଲାଗି ମୁଁ କଥା ଦେଇଥିଲି । ସେ ବର୍ତ୍ତମାନ ହାଇଦରାବାଦସ୍ଥିତ ‘ମହିନ୍ଦ୍ରା ୟୁନିଭର୍ସିଟିରେ’ ପହଁଞ୍ଚିସାରିଛି । ଆନନ୍ଦଙ୍କର ଏହି ଟ୍ୱିଟ୍, ଗଣମାଧ୍ୟମରେ ପ୍ରସାର ହେବା ଭିତରେ ଜନସାଧାରଣଙ୍କର ୨ ହଜାର ଲାଇକ୍ ଆସିସାରିଥିଲା ।

ଆନନ୍ଦ ନିଜ ସୋସିଆଲ ମିଡିଆରେ ମଣିପୁରର ଏହି ଯୁବକର ଏକ ଭିଡିଓ ସେୟାର କରିଥିଲେ । ସେ କହିଥିଲେଯେ ଏହି ଯୁବକ ଜଣକୁ ସାହାଯ୍ୟ କରିଥିବାରୁ ସେ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛନ୍ତି । ସେ ଆହୁରି ମଧ୍ୟ କହିଥିଲେ ପ୍ରେମ କବାଡ଼ିଆ ବାଲାଙ୍କ ପାଖରେ ଥିବା ଜିନିଷ ଓ ଅନେକ ଛୋଟମୋଟ ବସ୍ତୁର ବ୍ୟବହାର କରି ଆଇରନ ମ୍ୟାନ୍ ପୋଷାକ ବନେଇଥିଲେ । ଅନେକ ଯୁବକଙ୍କ ମଧ୍ୟରେ ଏଭଳି ପ୍ରତିଭା ଥାଇ ମଧ୍ୟ ଅଭାବ ଏବଂ କାହାର ସାହାଯ୍ୟ ନପାଇବାରୁ ଏମାନେ ଆଗକୁ ବଢ଼ିପାରନ୍ତିନି ।

ଟଙ୍କା ୨ଶହ ପାଇଁ ମାମୁଁକୁ ଟାଙ୍ଗିଆରେ ହାଣିଲା ଭଣଜା

ନବରଙ୍ଗପୁର: ମାମୁଁ ହତ୍ୟାକାରୀ ସାଜିଲା ଭଣଜା  । ମାତ୍ର ଦୁଇଶହ ଟଙ୍କା ପାଇଁ ମାମୁଁଙ୍କୁ ହତ୍ୟା କରିଛି ଭଣଜା । ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଧୁଙ୍ଗିଆପାଣି ଗାଁରେ ଘଟିଛି ଅଭାବନୀୟ ଘଟଣା । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ମାମୁଁଙ୍କ ଠାରୁ ଭଣଜା ୨୦୦ ଟଙ୍କା ପାଇବାର ଥିଲା । ମାମୁଁଙ୍କୁ ଏହି ବାକି ଟଙ୍କା ମାଗିଥିଲେ ଭଣଜା  । କିନ୍ତୁ ୨୦୦ ଟଙ୍କାକୁ ନେଇ ଉଭୟ ମାମୁଁ ଓ ଭଣଜା ମଧ୍ୟରେ ଝଗଡା ହୋଇଥିଲା ।

ଏହି ୨୦୦ ଟଙ୍କା ପାଇଁ ଶେଷରେ କଳହ ପାଲଟିଲା କଳଙ୍କିତ ଅଧ୍ୟାୟ  । ଉତ୍ୟକ୍ତ ଭଣଜାମାମୁଁକୁ ଟାଙ୍ଗିଆରେ ଆକ୍ରମଣ କରିଥିଲା  । ଫଳରେ ମାମୁଁର ମୁଣ୍ଡରେ ଲାଗିଥିଲା ଶକ୍ତ ଆଘାତ  । ମିଳିଥିବା ସୂଚନା ମୁତବାକ ଘଟଣାସ୍ଥଳରେ ହିଁ ମାମୁଁର ମୃତ୍ୟୁ ହୋଇଥିଲା । ଏବଂ ହତ୍ୟା ପରେ ଭଣଜା ଫେରାର ହେବାକୁ ରଚିଥିଲା ପ୍ଲାନ  । କିନ୍ତୁ ଏହି ସମୟରେ  ଗାଁ ଲୋକ ଅଭିଯୁକ୍ତକୁ  ଧରି ପୋଲିସକୁ ଜିମା ଦେଇଥିଲେ  । ସେପଟେ ପୋଲିସ ଭଣଜାକୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ।